spot_img
Home Blog Page 7183

ମାର୍ଚ୍ଚ ୧୧ ଯାଏଁ EDର ହେପାଜତରେ ରହିବେ ରାଣା

ମୁମ୍ବାଇର ସ୍ପେଶାଲ ହଲିଡେ କୋର୍ଟ ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କୁ ୧୧ ମାର୍ଚ୍ଚ ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ହେପାଜତକୁ ପଠାଇଛନ୍ତି।  ପ୍ରାୟ ୩୦ ଘଣ୍ଟାର ପଚରାଉଚରା ପରେ ରବିବାର YES ବ୍ୟାଙ୍କର ପୂର୍ବତନ ସିଇଓ ରାଣା କପୁରଙ୍କୁ ଗିରଫ କରଥିଲା  ED । ମନି ଲଣ୍ଡ୍ରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ରାଣା ଓ ତାଙ୍କ ଦୁଇ ଝିଅଙ୍କ ନାଁରେ ଡମି କମ୍ପାନି ମାଧ୍ୟମରେ ପାର ୬୦୦ କୋଟିର ଘୋଟାଲା ଅଭିଯୋଗ ରହିଛି । ସେହିପରି DHFLକୁ ୩ ହଜାର ୭୫୦ କୋଟି ଟଙ୍କାର ଲୋନ୍‌ ଦେଇଥିଲା YES ବ୍ୟାଙ୍କ ।

ପୂର୍ବରୁ ଇଡି ଶନିବାର ଦିନ ବର୍ଲିରେ ରାଣା କପୁରଙ୍କ ସମୁଦ୍ର ମହଲ ବାସଭବନରେ ତଦନ୍ତ ଜାରି ରଖିଥିଲା ​​ଏବଂ ତାଙ୍କ ଝିଅମାନଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା। ଶନିବାର ରାଣା କପୁରଙ୍କୁ ବଲାର୍ଡ ଇଷ୍ଟେଟରେ ଥିବା ଇଡି କାର୍ଯ୍ୟାଳୟକୁ ନିଆଯାଇଥିଲା। ତାଙ୍କ ବିରୋଧରେ ଏକ ଲୁକ୍ଆଉଟ୍ ନୋଟିସ୍ ଜାରି କରାଯାଇଛି ଯଥା ସେ ଦେଶ ଛାଡି ବାହାରକୁ ଯାଇପାରିବେ ନାହିଁ।

୨୦୧୭ରେ ୟେସ୍‌ ବ୍ୟାଙ୍କର ଏନ୍‌ପିଏ ଅର୍ଥାତ୍ ଖରାପ ଋଣ ବର୍ଗରେ ୬୩୫୫ କୋଟି ଟଙ୍କା ରଖିଥିଲା | ଏହା ପରେ ଆରବିଆଇ ବ୍ୟାଙ୍କ ଉପରେ ସନ୍ଦେହ ଆରମ୍ଭ କରିଥିଲା। ଏହି ମାମଲାର ତଦନ୍ତ ଦୀର୍ଘ ସମୟ ଧରି ଚାଲିଥିଲା ଆଉ ଏହା ପରେ ଶୁକ୍ରବାର ସନ୍ଧ୍ୟାରେ  ଆରବିଆଇ ବ୍ୟାଙ୍କ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଯାଇଥିଲା ଯାହାଦ୍ୱାରା ବ୍ୟାଙ୍କର ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିବନ୍ଧକ ଅନୁଯାୟୀ ବ୍ୟାଙ୍କର ଗ୍ରାହକଙ୍କ ନିଜ ଜମା ଆକାଉଣ୍ଟରୁ ମାତ୍ର  ୫୦ହଜାର ଉଠାଇପାରିବେ ।

 

ୟେସ୍‌ ବ୍ୟାଙ୍କ୍‌କୁ ସାହା ହେବ SBI: ୨୪୫୦ କୋଟି ଟଙ୍କାର ହେବ ପୁଞ୍ଜିନିବେଶ

ରେଳବାଇରେ ୨୭୯୨ ପଦବୀ ଖାଲି: ୧୦ମ ପାସ୍ କରିପାରିବେ ଆବେଦନ, ପଢ଼ନ୍ତୁ କେମିତି

ଭାରତୀୟ ରେଳବାଇରେ ଚାକିରି କରିବା ଲାଗି ଇଚ୍ଛୁକ ପ୍ରାର୍ଥୀଙ୍କ ଲାଗି ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ଦଶମ, ଦ୍ୱାଦଶ ପାସ୍ କିମ୍ବା ଡିପ୍ଲୋମା ଧାରକ ଅଟନ୍ତି ଏବଂ ରେଳବାଇରେ ଚାକିରି ପାଇବାକୁ ଚାହାଁନ୍ତି, ତେବେ ଏହି ସୁଯୋଗ ଆପଣଙ୍କ ପାଇଁ |

ପୂର୍ବ ରେଳବାଇରେ ୨୭୯୨ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ଲାଗି ଆବେଦନ ମଗାଯାଇଛି । ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା କ’ଣ ହେବ, ଜଣେ କେତେ ଦିନ ଆବେଦନ କରିପାରିବ, ଚୟନ ପ୍ରକ୍ରିୟାରେ କ’ଣ ହେବ, ବୟସ ସୀମା କ’ଣ ରହିବ ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଏଠାରେ ଦିଆଯାଉଛି |

ପୋଷ୍ଟର ନାମ – ACT ଆପ୍ରେଣ୍ଟିସ୍ |

ପୋଷ୍ଟ ସଂଖ୍ୟା – ୨୭୯୨

ହାଓ୍ୱଡା ଡିଭିଜନ୍ – ୬୫୯

ସିଲଡା ଡିଭିଜନ୍ – ୫୨୬

ମାଲଦା ଡିଭିଜନ – ୧୦୧

ଆସାନସୋଲ୍ ଡିଭିଜନ୍ – ୪୧୨

କାଞ୍ଚାରାପାରା କର୍ମଶାଳା – ୨୦୬

ଲିଲୁଆ କର୍ମଶାଳା – ୨୦୪

ଜମାଲପୁର କର୍ମଶାଳା – ୬୮୪

 

ଶିକ୍ଷାଗତ ଯୋଗ୍ୟତା – ପ୍ରାର୍ଥୀ ସର୍ବନିମ୍ନ 50% ମାର୍କ ରଖି ଦଶମ ଶ୍ରେଣୀ ପାସ୍ କରିଥିବେ କିମ୍ୱା ତା’ ସମକକ୍ଷ ଶିକ୍ଷାଗତ ଯୋଗ୍ୟତା ରହିଥିବ ।

ଆବେଦନ ତାରିଖ – ପ୍ରାର୍ଥୀମାନେ ୬ ମାର୍ଚ୍ଚ ୨୦୨୦ ରୁ ୫ ଅପ୍ରେଲ ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ। ତେବେ ସୂଚନା ଯୋଗ୍ୟ ଯେ, ଆବେଦନ ତାରିଖକୁ ୫ ଅପ୍ରେଲ ଯାଏଁ ବୃଦ୍ଧି କରାଯାଇଛି ।

ଆବେଦନ ପ୍ରକ୍ରିୟା – ରେଳବାଇର ଏହି ପଦବୀ ଲାଗି ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ । ୱେବସାଇଟ୍ ସହିତ ଏକ ଲିଙ୍କ୍ ଯେଉଁଥିରୁ ଆବେଦନଗୁଡିକ ଦିଆଯିବ |

ଏହି ଲିଙ୍କ୍‌କୁ କ୍ଳିକ୍ କରି ଆବେଦନ କରିପାରିବେ: http://apprentice.rrcrecruit.co.in/gen_instructions_er.aspx

 

ଆବେଦନ ଶୁଳ୍କ: – ସାଧାରଣ ଏବଂ ଓବିସି ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରଖାଯାଇଥିବାବେଳେ ଅନ୍ୟ ବର୍ଗ ଓ ମହିଳାମାନଙ୍କୁ ଏଥିନେଇ କୌଣସି ଶୁଳ୍କ ଦେବାକୁ ପଡ଼ିବନି ।

ଆଜିର ନାରୀ ଦୁର୍ବଳା ନୂହେଁ, ସବଳା: ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଟ୍ୱିଟଯୋଗେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାରୀ ଏବେ ଆଉ ଅବଳା କିମ୍ବା ଦୁର୍ବଳା ନୁହେଁ ବରଂ ସେମାନେ ନିଜକୁ ସମସ୍ତ କ୍ଷେତ୍ରରେ ପ୍ରମାଣିତ କରି ସାରିଛନ୍ତି ।

https://twitter.com/CMO_Odisha/status/1236466770346512384

ମୋ ବସ୍ ଗାଇଡ୍ ମମତା ମହାନ୍ତିଙ୍କ କଥା ଟ୍ୱିଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଭୁବନେଶ୍ୱରରେ ଚାଲୁଥିବା ମୋ ବସରେ ମହିଳାଙ୍କୁ ମାଗଣା ଯାତ୍ରା ସୁବିଧା ସହ ସେମାନଙ୍କୁ ଅନ୍ୟ କ୍ଷେତ୍ରରେ ମଧ୍ୟ ଅଗ୍ରାଧିକାର ଦେବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ସହ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ।

ଅନ୍ୟପଟେ ଆଜି ଟି-୨୦ମହିଳା ବିଶ୍ୱକପ୍ ଫାଇନାଲକୁ ନେଇ ଟିମ୍ ଇଣ୍ଡିଆକୁ ଟ୍ୱିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନା ପାଇଁ ଘୁଞ୍ଚିପାରେ ଆଇପିଏଲ୍ ମ୍ୟାଚ୍ !

0

ମୁମ୍ବାଇ: କରୋନାଭାଇରସ୍ ଭୟ ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) କୁ ପ୍ରଭାବିତ କରିପାରେ । ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସଂକ୍ରାମକ ଜୀବାଣୁ ବିସ୍ତାର ଏବଂ ଟି -20 ଲିଗ ଉପରେ ଏହାର ପ୍ରଭାବ ଉପରେ ମନ୍ତବ୍ୟ ଦେଇଛନ୍ତି । ମହାମାରୀ

କରୋନାଭାଇରସ୍ ସାରା ଦେଶରେ ବିସ୍ତାରକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ଆଇପିଏଲ୍ ଆୟୋଜନ କରାଯାଇପାରିବ ବୋଲି ଟୋପେ କହିଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମାର୍ଚ୍ଚ ୨୯ରେ ୱାଙ୍ଖେଡେ ଷ୍ଟାଡିୟମରେ ଖେଳିବାର କାର୍ଯ୍ୟକ୍ରମ ରହିଛି।

ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, “ସର୍ବଦା ବିସ୍ତାର ହେବାର ସମ୍ଭାବନା ଥାଏ (ସଂକ୍ରାମକ ରୋଗର) ଯେତେବେଳେ ବହୁ ସଂଖ୍ୟକ ଲୋକ ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତି … ଏହିପରି (ଆଇପିଏଲ୍) ଇଭେଣ୍ଟ ସବୁବେଳେ ପରେ ସଂଗଠିତ ହୋଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଇପିଏଲ୍ ସ୍ଥଗିତ ରଖାଯିବ କି ନାହିଁ ତାହା ସରକାରୀ ସର୍କଲରେ ଆଲୋଚନା ଚାଲିଛି ଏବଂ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ। ଆମେ ଆପଣଙ୍କୁ କହିରଖୁଛୁ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଆଇପିଏଲ୍ ର ୨୦୨୦ ସିଜନ୍ ଆରମ୍ଭ ହେବାର ୨୦ଦିନ ପୂର୍ବରୁ ଆସିଛି ।

ସୂଚନାଯୋଗ୍ୟ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି କହିଥିଲେ, ଆଇପିଏଲର ଆୟୋଜନ ନିର୍ଦ୍ଧାରିତ ତାରିଖରେ ହେବ। କରୋନା ଭାଇରସରୁ ବର୍ତ୍ତିବା ପାଇଁ ଯଥାସମ୍ଭବ ପଦକ୍ଷେପ ନିଆଯିବ।

ବ୍ୟାଙ୍କର ଏଭଳି ସ୍ଥିତି ପାଇଁ ଦାୟୀ କିଏ ?

ଆର୍ଥିକ ସଂକଟରେ ଫସି ଦେବାଳିଆ ଅବସ୍ଥାରେ ୟେସ୍‌ ବ୍ୟାଙ୍କ । ବ୍ୟାଙ୍କର ସ୍ଥିତି ଏମିତି କିଭଳି ହେଲା । ଏହା ପଛରେ କାହାର ହାତ ଅଛି ତାର ତନାଘନା ଆରମ୍ଭ ହୋଇଛି । ପୂର୍ବତନ ସିଇଓ ରାଣା କପୁରଙ୍କ ଘରେ ଇଡି ରେଡ କରିଛି । ଏହାସହ ଜାରି ହୋଇଛି ଲୁକ୍‌ ଆଉଟ୍‌ ନୋଟିସ୍‌ । ଶନିବାର ସଂଧ୍ୟାରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ତାଙ୍କୁ ପଚରାଉଚରା କରିଛି ଇଡି । ତାଙ୍କ ନାଁରେ ମନି ଲଣ୍ଡ୍ରିଂ ମାମଲା ରୁଜୁ ହୋଇଛି । ତାଙ୍କ ନାଁରେ DHFL ଠକେଇ ମାମଲା ମଧ୍ୟ ରହିଛି । ୭୯ଟି ଜାଲ୍‌ କମ୍ପାନି ଓ ୧ ଲକ୍ଷ ନକଲି ଗ୍ରାହକଙ୍କୁ ଦେଖାଇ ଗାଏବ ହୋଇଥିବା ୧୩ ହଜାର କୋଟି ଘୋଟାଲାର ଯାଞ୍ଚ କରୁଛି ଇଡି । ୟେସ୍‌ ବ୍ୟାଙ୍କକୁ ଦେବାଳିଆ ସ୍ଥିତିରୁ ଉଦ୍ଧାର କରିବା ପାଇଁ ପରିଚାଳନା ବୋର୍ଡ ନୀତିଗତ ଅନୁମୋଦନ ଦେଇଛି । ଏଥିପାଇଁ ୪୯ ପ୍ରତିଶତ ଅଂଶଧନ କିଣିବା ସହ ପ୍ରାରମ୍ଭିକ ପର୍ଯ୍ୟାୟରେ ୨ ହଜାର ୪୫୦ କୋଟି ଟଙ୍କାର ନିବେଶ କରିବ ଏସବିଆଇ । ତେବେ  ଆକାଉଣ୍ଟଧାରୀଙ୍କ ପ୍ରତି କୈାଣସି ବିପଦ ନାହିଁ ବୋଲି କହିଛି ଏସବିଆଇ ।

ଅନ୍ତର୍ଜାତୀୟ ମହିଳା ଦିବସ: ମୁଁ ପିଢ଼ି ସମାନତାର ହକଦାର ! ନାରୀ ଅଧିକାରକୁ ହୃଦୟଙ୍ଗମ କରିଛି ।

ଭୁବନେଶ୍ୱର: ଆଜି ମାର୍ଚ୍ଚ ୮, ଅନ୍ତର୍ଜାତୀୟ ମହିଳା ଦିବସ । ବାସ୍ତବିକ ଭାବରେ ଏ ଦିବସ ମନରେ ପ୍ରଶ୍ନ ଆସିବା ସ୍ୱଭାବିକ ଯେ ବର୍ଷ ବର୍ଷ ଧରି ମହିଳା ଦିବସ ପାଳନର ଯଥାର୍ଥତା କଣ । କାହିଁକି ଆବଶ୍ୟକ ପଡ଼ିଲା ସଚେତନତା ? ସୃଷ୍ଟିରେ କାହିଁକି ଶୁଭିଲା ପୁରୁଷ ତୁଲ୍ୟ ସ୍ୱାଧୀନତା ଦାବିର ସ୍ୱର? କାହିଁକି ଅଧିକାରରୁ ବଞ୍ଚିତ ହେଲେ ମହିଳା? ସମାଜରେ ଅନେକ ମହିଳା ବର୍ଷବର୍ଷ ଧରି ନିଜ ସ୍ୱାଭିମାନ, ସ୍ୱାଧୀନତା ଏବଂ ସହଭାଗିତା ପାଇଁ ଲଢେଇ କରୁଛନ୍ତି । ତେବେ ଧୀରେ ଧୀରେ ବଦଳୁଛି ଚିତ୍ର ଯାହା ହୃଦବୋଧ କରାଏ  ସଚେତନତାର ଆବଶ୍ୟକତା କେତେ ଅଧିକ ଥିଲା ।

ମହିଳା ଏବେ ଅନେକ ସ୍ୱାବଲମ୍ବି ହେଲେଣି, ଉଚ୍ଚ ଶିକ୍ଷିତା ହେବା ସହ ସଫଳତାର ସୋପାନ ଚଢିଲେଣି ଏବଂ ନିଜ ଅଧିକାର ପାଇଁ ପାଟି ଫିଟେଇଲେଣି । ନିଜର ସ୍ଥିତି ସୁଦୃଢ କରିବା ସହ ସେମାନେ ସଜାଡ଼ି ପାରୁଛନ୍ତି ପରିବାରର ଆର୍ଥିକ ସ୍ଥିତି, ଏବଂ ସମାଜରେ ଆଣିପାରୁଛନ୍ତି ପରିବର୍ତ୍ତନ । ତେବେ ଏ ବର୍ଷ ଆନ୍ତର୍ଜାତିକ ମହିଳା ଦିବସର ଥିମ୍‌ ରହିଛି ‘ମୁଁ ପିଢ଼ି ସମାନତାର ହକଦାର! ନାରୀ ଅଧିକାରକୁ ହୃଦୟଙ୍ଗମ କରିଛି ।‘ ଏ ଅବସରରେ ରାଜ୍ୟର କୋଣ ଅନୁକୋଣରେ ମହିଳା ଦିବସ ପାଳନ ହେବା ସହ ଅନେକ ପ୍ରତିଭାଧାରୀଙ୍କୁ ସମ୍ମାନିତ କରାହେବ ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାଇଲଖୁଣ୍ଟ: ୧୦୩୮ ନୂଆ ଡାକ୍ତରଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଗୋଟିଏ ଦିନରେ ୧୦୩୮ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏଥିସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ମାଇଲ୍ ଖୁଣ୍ଟ ପ୍ରତିଷ୍ଠା କରିଛନ୍ତି ରାଜ୍ୟ ସରକାର । ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ନବନିଯୁକ୍ତ ଡାକ୍ତରମାନଙ୍କ ଇଣ୍ଡକ୍ସନ୍ ଟ୍ରେନିଂରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ଆଜି ଦିନକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଐତିହାସିକ ଦିନ ଭାବେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଦିନରେ ୧୦୩୮ ଜଣଙ୍କୁ ନିଯୁକ୍ତି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଲୋକଙ୍କ ସେବାକୁ ନିଜ ଧର୍ମ ଭାବେ ବିଚାର କରି କାର୍ଯ୍ୟ କରିବା ପାଇଁ ନବନିଯୁକ୍ତ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ନୂଆ ଡାକ୍ତରମାନଙ୍କୁ ମୋ ସରକାର ସଂକଳ୍ପ ପାଠ କରାଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୮,୭୧୯ଟି ଡାକ୍ତର ପଦବୀ ମଧ୍ୟରୁ ବର୍ତ୍ତମାନ ୫,୪୧୪ ଜଣ ନିୟମିତ ଡାକ୍ତର କାର୍ଯ୍ୟ କରୁଛନ୍ତି । ନିକଟରେ ଓପିଏସସି ୧,୪୦୩ ଜଣ ଡାକ୍ତରଙ୍କୁ ଚୟନ କରିଥିବା ବେଳେ ତନ୍ମଧ୍ୟରୁ ୧୦୩୮ ଜଣ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳିଛି ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଉଦ୍‌ବୋଧନ ଦେଇ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ ଯେପରି ଲୋକଙ୍କ ପାଖରେ ଠିକ୍‌ ଭାବରେ ପହଞ୍ଚିପାରିବ ସେଥିପ୍ରତି ଯତ୍ନବାନ ହେବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ । ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହିତ ମୋ ସରକାରର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଡାକ୍ତରମାନଙ୍କୁ ବୁଝାଇଥିଲେ । ନୂଆ ଡାକ୍ତରମାନେ ସରକାରର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଡାକ୍ତରମାନଙ୍କୁ ବୁଝାଇଥିଲେ । ନୂଆ ଡାକ୍ତରମାନେ କିପରି ରୋଗୀସେବା କ୍ଷେତ୍ରରେ ଏକ ଟ୍ରାନ୍ସଫରମେଟିଭ୍‌ ଭୂମିକା ଗ୍ରହଣ କରିପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ ।

‘ବିଜେପିକୁ ଛାଡିଛୁ ,ହିନ୍ଦୁତ୍ୱ ନୁହେଁ’

 ଲକ୍ଷ୍ନୌ: ବିଜେପିର ସାଥ୍ ଛାଡିଛୁ କିନ୍ତୁ ହିନ୍ଦୁତ୍ୱକୁ ଛାଡିନୁ । ଏମିତି କହିଛନ୍ତି ମହାରାଷ୍ଚ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ । ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାରକୁ ୧୦୦ ଦିନ ପୁରିବା ଅବସରରେ ଅଯୋଧ୍ୟା ଗସ୍ତରେ ଆସି ଏଭଳି କହିଛନ୍ତି ଉଦ୍ଧବ ।

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ କରିଛନ୍ତି ଠାକରେ । ସେ ଅଯୋଧ୍ୟାରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କହିଥିଲେ ଯେ, ଆମେ ବିଜେପିର ସାଥ୍ ଛାଡିଛୁ କିନ୍ତୁ ହିନ୍ଦୁତ୍ୱକୁ ଛାଡି ନାହୁଁ । ମହାରାଷ୍ଟ୍ର ସରକାର ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କରିବେ ବୋଲି ମଧ୍ୟ ସେ କହିଛନ୍ତି । ମହାରାଷ୍ଟ୍ରରୁ ଆସୁଥିବା ଭକ୍ତଙ୍କ ରହଣି ପାଇଁ ଅଯୋଧ୍ୟାରେ ଭବନ ନିର୍ମାଣ ପାଇଁ ଜମି ଯୋଗାଇ ଦେବା ଲାଗି ଉଦ୍ଧବ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଛନ୍ତି ।

କଂଗ୍ରେସ ସହ ମେଣ୍ଟ କରି ଶିବସେନା ହିନ୍ଦୁତ୍ୱରୁ ହଟୁଛି ବୋଲି ଯେଉଁ ଧାରଣା ସୃଷ୍ଟି ହେଉଛି ତାକୁ ଦୁର କରିବା ପାଇଁ ଉଦ୍ଧବ ଏଭଳି କହିଥିବା ରାଜନୈତିକ ବିଶେଷଜ୍ଞଙ୍କ ମତ । ମହାରାଷ୍ଟ୍ର ରାଜନୀତିରେ  ହିନ୍ଦୁତ୍ୱ ଉପରେ ରାଜ୍ ଠାକରେ ମଧ୍ୟ ନିଜ ଦାବି ରଖିଲେଣି । ରାଜ୍ ନିଜ ଦଳିୟ ପତାକାର ରଙ୍ଗକୁ ବଦଳାଇ ଗେରୁଆ କରିଥିବା ବେଳେ ସିଏଏକୁ ସମର୍ଥନ ଦେଉଛନ୍ତି । ଏଭଳି ପରିସ୍ଥିତିରେ ହିନ୍ଦୁତ୍ୱରେ ବିଶ୍ୱାସ ରଖୁଥିବା ଭୋଟରଙ୍କୁ ନିଜ ପଟକୁ ଆଣିବାକୁ ଉଦ୍ଧବ ଏଭଳି ବୟାନ ଦେଇଥିବା ରାଜନୈତିକ ସମୀକ୍ଷକଙ୍କ ମତ ।

ଅନ୍ତର୍ଜାତୀୟ ମହିଳା ଦିବସରେ ଐତିହାସିକ ସ୍ମାରକୀ ଦେଖିବା ପାଇଁ ମହିଳାଙ୍କୁ ଦେବାକୁ ପଡିବନି ପ୍ରବେଶ ଶୁଳ୍କ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ(ଏଏସଆଇ) ଅଧିନରେ ଥିବା ସ୍ମାରକୀ ଦେଖିବାକୁ ଯାଉଥିବା ମହିଳାଙ୍କୁ କୌଣସି ପ୍ରବେଶ ଶୁଳକ ଦେବାକୁ ପଡିବ ନାହିଁ । ଏଏସଆଇ ତା’ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ନିଷ୍ପତି ନେଇଛି ।

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଜାରି ଆଦେଶରେ କୁହାଯାଇଛି ଯେ, ମାର୍ଚ୍ଚ ୮ ତାରିଖ ଦିନ ଏଏସଆଇ ଅଧିନରେ ଥିବା ଐତିହାସିକ ସ୍ମାରକୀ ଦେଖିବା ପାଇଁ ମହିଳାଙ୍କୁ ପ୍ରବେଶ ଶୁଳ୍କ ଦେବାକୁ ପଡିବ ନାହିଁ ।

ନିଜ ସୋସିଆଲ ମିଡିଆ ଆକାଉଣ୍ଟକୁ ରବିବାର ଦିନ ମହିଳାଙ୍କୁ ଦେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ ସଂସ୍କୃତି ବିଭାଗ ଏପରି ପଦକ୍ଷେପ ନେଇଛି ।

ପୁରୁଷଙ୍କ ଭଳି ମହିଳାଙ୍କୁ କାହିଁକି ମିଳୁନି ସମାନ ଅଧିକାର, କଣ କହିଲେ IPS ସାରା ଶର୍ମା ?

ଭୁବନେଶ୍ୱର: ପୁରୁଷ ପ୍ରଧାନ ସମାଜରେ ନାରୀ କଣ ସତରେ ଅବହେଳିତ ? ନା ଅସମାନତା ଆଳରେ ମହିଳାଙ୍କୁ କରାଯାଉଛି ଉପେକ୍ଷା ? ଆଇନ୍ ଶୃଙ୍ଖଳା ଭଳି ଗୁରୁତ୍ୱପୂର୍ଣ୍ଣ ପୋଲିସ ବିଭାଗରେ ମହିଳାଙ୍କୁ ମିଳୁଛି କି ସମାନ ଅଧିକାର, ସମାନ ସୁଯୋଗ ? ଅନ୍ତର୍ଜାତୀୟ ମହିଳା ଦିବସରେ ଏ ଭଳି କିଛି ପ୍ରଶ୍ନକୁ ନେଇ ଆମେ ଭେଟିଥିଲୁ ମହିଳାଙ୍କ ଆଇକନ୍ IPS ସାରା ଶର୍ମାଙ୍କୁ ।ପୋଲିସ ଭାବରେ ଗର୍ବିତ

ପୋଲିସ ବିଭାଗରେ କାମ କରୁଥିବାରୁ ନିଜକୁ ଗର୍ବିତ ମନେ କରନ୍ତି ଗଜପତି ଏସପି ସାରା ଶର୍ମା । ତେବେ, ସମାଜ ବଦଳିବା ସହ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିଛି । ଝିଅ ବି ପୁଅଙ୍କ ତୁଳନାରେ କୌଣସି ଗୁଣରେ କମ୍ ନୁହଁ ବୋଲି କୁହନ୍ତି ସାରା । ସୁଯୋଗ ମିଳିଲେ ମହିଳା, ପୁରୁଷଙ୍କ ଭଳି ସମାନ କାମ କରିପାରିବେ ।କାର୍ଯ୍ୟକ୍ଷେତ୍ରରେ ଅସମାନତା

ନିଜ କାର୍ଯ୍ୟକ୍ଷେତ୍ରରେ ସେ କିଛିଟା ଅସମାନତା ଅନୁଭବ କରୁଛନ୍ତି । ତେବେ, ସ୍ଥିତିରେ ଆଗ ଅପେକ୍ଷା ପରିବର୍ତ୍ତନ ଆସିଛି । ଆଗକୁ ଆହୁରି ଅଧିକ ପରିବର୍ତ୍ତନ ଆସିବ ବୋଲି ସାରା ଆଶା ରଖିଛନ୍ତି । ଆଗକୁ ପୋଲିସ ବିଭାଗରେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ମିଳିବା ସହ କାର୍ଯ୍ୟକ୍ଷେତ୍ରରେ ସମାନ ସୁଯୋଗ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି ।ଚିନ୍ତାଧାରା ରୋକିବ ଅତ୍ୟାଚାର

ଝିଅ, ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ଅତ୍ୟାଚାର କେମିତି କମିବ ବା ବନ୍ଦ ହେବ ସେନେଇ ସାରା ମତ ରଖିଛନ୍ତି । ଅତ୍ୟାଚାର ଦୂର ପାଇଁ ଉଭୟ ପୁରୁଷ ଓ ମହିଳାଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆବଶ୍ୟକ । ମହିଳାଙ୍କୁ ସୁଯୋଗ ମିଳିଲେ ସେମାନେ ଆଗକୁ ବଢ଼ିପାରିବେ ବୋଲି ସାରା କହିଛନ୍ତି । ମହିଳାମାନେ ମଲ୍ଟିଂ ଟ୍ୟାସ୍କିଂ କାମ କରନ୍ତି । ନିଜକୁ ଶ୍ରେଷ୍ଠ ଭାବି କାମ କଲେ ନିଶ୍ଚୟ ସଫଳତା ମିଳିବ ।