spot_img
Home Blog Page 7184

ପୁଣି ଚିହ୍ନଟ ହେଲେ ୯୬ କରୋନା ସଂକ୍ରମିତ: ସକ୍ରିୟ ମାମଲା ଠାରୁ ଅଧିକ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ପୁଣି ଚିହ୍ନଟ ହେଲେ ୯୬ କରୋନା ଆକ୍ରାନ୍ତ । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମର ୬, ଯାଜପୁର ୬, ବାଲେଶ୍ୱର ୪, ଖୋର୍ଦ୍ଧା ୯, ଭଦ୍ରକ ୭, କଟକ ୬, ପୁରୀ ୧, କେନ୍ଦ୍ରାପଡ଼ା ୧୦, ବଲାଙ୍ଗୀର ୭, ଜଗତସିଂହପୁର ୬, ନୟାଗଡ଼ ୧, ସୁନ୍ଦରଗଡ଼ ୭, ଦେବଗଡ଼ ୪, କେନ୍ଦୁଝର ୧, କଳାହାଣ୍ଡି ୫, ଗଜପତି ୧୦, ନୂଆପଡ଼ା ୪, ଢେଙ୍କାନାଳ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮୯୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ୯୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏତଦ୍‌ ବ୍ୟତୀତ ମୋଟ ୮୩୩ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ରାଜ୍ୟରେ ମୋଟ ସକ୍ରିୟ ମାମଲା ଅପେକ୍ଷା ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି  ।

ପୁଣି ଚିହ୍ନଟ ହେଲେ ୯୬ କରୋନା ସଂକ୍ରମିତ: ସକ୍ରିୟ ମାମଲା ଠାରୁ ଅଧିକ ସୁସ୍ଥ

ବାଲେଶ୍ୱରରେ ଓଲଟିଲା ପ୍ରବାସୀଙ୍କ ବସ୍: ୮ ଆହତ

ବାଲେଶ୍ୱର: ୧୬ ନଂ ଜାତୀୟ ରାଜପଥର ମଙ୍ଗଳପୁର ନିକଟରେ ପ୍ରବାସୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ । ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିବା ବେଳେ, ୮ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବସ୍‌ଟି ୪୦ ଜଣ ପ୍ରବାସୀଙ୍କୁ ଧରି କେରଳରୁ ପଶ୍ଚିମବଙ୍ଗ ଯାଉଥିଲା । ଘଟଣାସ୍ଥଳର ଶିଳ୍ପାଞ୍ଚଳ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି  । ଦୁର୍ଘଟଣାର କାରଣ ଜଣାପଡ଼ିନଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗିଯାଇଥିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଆହତମାନଙ୍କ ଚିକିତ୍ସା ଚାଲିଥିବା ବେଳେ ସେମାନେ ସୁସ୍ଥ ଅଛନ୍ତି ।

ବରଗଡ଼ରୁ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ବରଗଡ଼: ବରଗଡ଼ରୁ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ । ଜିଲ୍ଲାର ଭେଡେନ୍‌ ଓ ଭଟଲୀ ବ୍ଲକରୁ ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା । ୪ ଆକ୍ରାନ୍ତ ଭେଡେନ୍‌ ବ୍ଲକର ହୋଇଥିବା ବେଳେ ଆଉ ଦୁଇ ଆକ୍ରାନ୍ତ ଭଟଲି ବ୍ଲକରୁ ହୋଇଥିବା ନେଇ ସୂଚନା ।

ସମସ୍ତ ଆକ୍ରାନ୍ତ ପୁରୁଷ ରହିଥିବା ସୂଚନା । ସେପଟେ ୫ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ରହିଛି, ଏବଂ ଜଣେ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର । ଚିହ୍ନଟ ଅଞ୍ଚଳ ଗୁଡିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଏନେଇ ବରଗଡ଼ ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଜିଲ୍ଲାରେ ପୂର୍ବରୁ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ହୋଇଛି ।

ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା ସାଢ଼େ ୩ ଲକ୍ଷ: ଭାରତରେ ପାଖାପାଖି ୫ ହଜାର

ନୂଆଦିଲ୍ଲୀ: କାୟା ବିସ୍ତରା କରିଚାଲିଛି ଭୟଙ୍କର ଭୂତାଣୁ କରୋନା । ଏଯାବତ୍‌ ସାରା ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦ଲକ୍ଷ ୩୦ ହଜାର ୨୯୪ରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୬୬ହଜାର ୮୦୯ରେ ପହଞ୍ଚିଛି । ତେବେ ଆଶ୍ୱସ୍ତିକର ବିଷୟ ମୃତକଙ୍କ ଠାରୁ ଢେର ଅଧିକା ରହିଛି ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା । ଏଯାବତ୍‌ ସାରା ବିଶ୍ୱରେ  ୨୬ଲକ୍ଷ ୫୯ ହଜାର ୨୫୦ ଜଣ ସୁସ୍ଥ ହେଲେଣି । ଏବେବି ସଂକ୍ରମିତ ରାଷ୍ଟ୍ରର ତାଲିକାର ଶୀର୍ଷରେ ରହିଛି ଆମେରିକା । ଯୁକ୍ତି ରାଷ୍ଟ୍ର ଆମେରିକାରେ ୧୭ଲକ୍ଷ ୯୩ ହଜାର ୫୩୦ରେ ପହଞ୍ଚିଲାଣି ସଂକ୍ରମିତଙ୍କ ସଂଖ୍ୟା । ଏଥିରେ ମୋଟ ୧ଲକ୍ଷ ୪ହଜାର ୫୪୨ଜଣଙ୍କ ମୃତ୍ୟୁ ହେଲାଣି । ତେବେ ବ୍ରାଜିଲ ତାଲିକାର  ଦ୍ୱିତୀୟ ସ୍ଥାନରେ ରହିଥିବା ସତ୍ତ୍ୱେ ଆମେରିକାରଠାରୁ ଏଠାରେ ସଂକ୍ରମତଙ୍କ ସଂଖ୍ୟା କମ୍ ରହିଛି । ବ୍ରାଜିଲରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୬୮ ହଜାର ୩୩୮ରେ ପହଞ୍ଚିଛି । ଅପରପକ୍ଷରେ ମୃତକଙ୍କ ସଂଖ୍ୟା ୨୭ହଜାର ୯୪୪ରେ ପହଞ୍ଚିଛି । ସଂକ୍ରମିତଙ୍କ ସଂଖ୍ୟା ଅନୁଯାୟୀ ତାଲିକାର ତୃତୀୟ ସ୍ଥାନରେ ରହିଛି ଋଷ । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୮୭ ହଜାର ୬୨୩ ଜଣ ସଂକ୍ରମିତ ହୋଇଛନ୍ତି । ତେବେ ଅନ୍ୟ ରାଷ୍ଟ୍ରଙ୍କ ତୁଳନାରେ ଏଠାରେ ମୃତକଙ୍କ ସଂଖ୍ୟା କିଛିଟା କମ୍ ରହିଛି । ଋଷରେ ମୋଟ ୪ ହଜାର ୩୭୪ ଜଣଙ୍କ ମୃତ୍ୟୁ ଘଟିଛି । ସଂକ୍ରମିତଙ୍କ ସଂଖ୍ୟା ଅନୁଯାୟୀ ଋଷ ପଛକୁ ସ୍ପେନ୍‌ ଏବଂ ବ୍ରିଟେନ ରହିଥିଲେ ସୁଦ୍ଧା ଏଠାରେ ମୋଟ ମୃତ ସଂଖ୍ୟା ଢ଼େର ଅଧିକା । ସ୍ପେନ୍‌ରେ  ୨୭ ହଜାର ୧୨୧, ବ୍ରିଟେନ୍‌ରେ ୩୮ ହଜାର ୧୬୧ ଜଣଙ୍କ ମୃତ୍ୟୁ ଘଟିଛି ।   ସେହିଭଳି ତାଲିକାର ନବମ ସ୍ଥାନରେ ରହିଛି ୧ଲକ୍ଷ ୭୩ ହଜାର ୪୯୧ ଜଣ ସଂକ୍ରମିତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୪ ହଜାର ୯୮୦ ରେ ପହଞ୍ଚିଛି ।

ଦୁଇ ଦିନ ହେଲା ଭୁବନେଶ୍ୱରେ ତାଣ୍ଡବ କରୁଛି ଘୂର୍ଣ୍ଣିଝଡ଼, ୩ ଦିନ ପରେ ପାଗରେ ଆସିବ ପରିବର୍ତ୍ତନ

ଭୁବନେଶ୍ୱର: ଦୁଇ ଦିନ ହେଲା ଭୁବନେଶ୍ୱରେ ତାଣ୍ଡବ କରୁଛି ଘୂର୍ଣ୍ଣିଝଡ଼ । ଭୋର ସମୟରେ ଝଡ଼ତୋଫାନ ଓ ବର୍ଷାରେ ବେହାଲ ରାଜଧାନୀ । ସେପଟେ ଦେଶରେ ୨ ଜୁନ ଯାଏଁ ରହିବନି ଖରାର ପ୍ରକୋପ । ଅଧିକାଂଶ ସ୍ଥାନରେ ପାରଦ କମିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ସଂସ୍ଥା । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ଉତ୍ତାପ ବୃଦ୍ଧି ପାଇବ ନାହିଁ ।

ଲଘୁଚାପ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବି ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଜଳବାୟୁ ପରିବର୍ତ୍ତନ ଏବଂ ରାଜସ୍ଥାନରୁ ଛତିଶଗଡ ମଧ୍ୟରେ ଥିବା ଟ୍ରପ୍‌ ଲାଇନ୍‌ର ପ୍ରଭାବରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।

ସ୍ଥଳଭାଗ ଠାରୁ ଅଳ୍ପ ଉଚ୍ଚତାରେ ମେଘମାଳାର ଗତିପଥ ଏବଂ ପବନର ବେଗ ଅଧିକ ରହୁଥିବାରୁ ପ୍ରଚଣ୍ଡ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ହେଉଛି । ୩ ଦିନ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।