spot_img
Home Blog Page 7185

ଚୀନ୍‌ ନିୟନ୍ତ୍ରଣରେ ରହିଛି WHO: ଡୋନାଲ୍ଡ ଟ୍ରମ୍ପ୍

ଯୁକ୍ତରାଷ୍ଟ୍ର ଆମେରିକା: ଚୀନ୍‌ ନିୟନ୍ତ୍ରଣରେ ରହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଏଭଳି ଅଭିଯୋଗ ଆଣି WHO ଠାରୁ ସମ୍ପର୍କ ଛିନ୍ନ କରିଛି ଆମେରିକା । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଘୋଷଣା କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କରୋନା ସମ୍ପର୍କିତ ତଥ୍ୟ ଲୁଚାଇ ଭୁଲ କରିଛି WHO । ଯାହାର ମୂଲ୍ୟ ଏବେ ଦେଉଛି ସାରା ବିଶ୍ୱ । ବିଶ୍ୱରେ କରୋନା ମୃତ୍ୟୁ ପାଇଁ WHOକୁ ଦାୟୀ କରିଛନ୍ତି ଟ୍ରମ୍ଫ । ହଂକଂକୁ ନେଇ ଆମେରିକା ନୀତିଗତ ନିଷ୍ପତ୍ତି ନେବ ବୋଲି ଟ୍ରମ୍ଫ କହିଛନ୍ତି ।

ଯୁକ୍ତରାଷ୍ଟ୍ର ଆମେରିକା: ଚୀନ୍‌ ନିୟନ୍ତ୍ରଣରେ ରହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଏଭଳି ଅଭିଯୋଗ ଆଣି WHO ଠାରୁ ସମ୍ପର୍କ ଛିନ୍ନ କରିଛି ଆମେରିକା । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଘୋଷଣା କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କରୋନା ସମ୍ପର୍କିତ ତଥ୍ୟ ଲୁଚାଇ ଭୁଲ କରିଛି WHO । ଯାହାର ମୂଲ୍ୟ ଏବେ ଦେଉଛି ସାରା ବିଶ୍ୱ । ବିଶ୍ୱରେ କରୋନା ମୃତ୍ୟୁ ପାଇଁ WHOକୁ ଦାୟୀ କରିଛନ୍ତି ଟ୍ରମ୍ଫ । ହଂକଂକୁ ନେଇ ଆମେରିକା ନୀତିଗତ ନିଷ୍ପତ୍ତି ନେବ ବୋଲି ଟ୍ରମ୍ଫ କହିଛନ୍ତି ।

ମିଳିତ ଜାତିସଂଘର ଏହି ଏଜେନ୍ସିକୁ ଟ୍ରମ୍ପ ଅର୍ଥ ପ୍ରଦାନ କରିବା ବନ୍ଦ କରିସାରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଏହି ଏଜେନ୍ସି ଚୀନର ଏକ “କୁକୁର” ଅଟେ, ଯାହା ବିଶ୍ୱରେ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରୁଛି |

ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି ଯେ, WHO ଅନୁରୋଧ ତଥା ବହୁ ଆବଶ୍ୟକୀୟ ସଂସ୍କାର ଆଣିବାରେ ବିଫଳ ହୋଇଥିବାରୁ ଆମେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଆମର ସମ୍ପର୍କ ସମାପ୍ତ କରୁଛୁ । ରିପବ୍ଲିକାନ୍ ନେତା କହିଛନ୍ତି ଯେ, ଆମେରିକା ସେହି ପାଣ୍ଠିକୁ ବିଶ୍ୱର ତୁରନ୍ତ ଜନସ୍ୱାସ୍ଥ୍ୟ ଆବଶ୍ୟକତା ପାଇଁ ବ୍ୟବହାର କରିବ। ଟ୍ରମ୍ପ କହିଛନ୍ତି ଯେ ବିଶ୍ୱ ଚୀନ୍‌ର ଜୀବାଣୁ ସମ୍ପର୍କରେ ଉତ୍ତର ଚାହୁଁଛି । ଆମେ ପ୍ରତ୍ୟେକ ପରିସ୍ଥିତିରେ ସ୍ୱଚ୍ଛତା ଚାହୁଁ ।

ଗତ ବର୍ଷ ଚାଇନାର ଉହାନ ସହରରେ ଏହି ଜୀବାଣୁ ପ୍ରଥମେ ଦେଖାଦେଇଥିବା ବେଳେ ଏହି ଆଶଙ୍କା ବୃଦ୍ଧି ପାଇଥିବା ବେଜିଂ ଆମେରିକାର ଅଭିଯୋଗକୁ ଅସ୍ୱୀକାର କରିଛି। ଏଥିରେ କୁହାଯାଇଛି ଯେ ୱାଶିଂଟନ୍ WHO କୁ ଏହାର ଦାୟିତ୍ୱରୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି ଏବଂ ଜୀବାଣୁ ପ୍ରତି ଅସମାନ ପ୍ରତିକ୍ରିୟା ପାଇଁ ଅନ୍ୟମାନଙ୍କୁ ଦାୟୀ କରୁଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବଜେଟରେ ଆମେରିକା ସର୍ବାଧିକ ଅବଦାନ ଦେଇଛି | ସେ ଗତ ବର୍ଷ WHO କୁ ଅତି କମରେ ୪୦୦ ମିଲିୟନ ଡଲାର ଦେଇଥିଲେ।

 

 

ମୀନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ କର୍ମକ୍ଷେତ୍ରରେ ସୁଧାର ଆସିବ, ପରୋପକାର କାର୍ଯ୍ୟ ପାଇଁ ପ୍ରଶଂସା ପାଇବେ

ଆଜିର ପଞ୍ଚାଙ୍ଗ

ମେ ୩୦, ୨୦୨୦ ମସିହା, ବୃଷ ୧୭ ଦିନ,

୧୯୪୨ ଶକାଦ୍ଦ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଜ୍ୟୋଷ୍ଠ ମାସ, ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ଶନିବାର

ସିଂହ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଯୋଗିନୀ ଐଶାନ୍ୟରେ ରହୁଥିବାରୁ ଐଶାନ୍ୟ କୋଣକୁ ଯାତ୍ରା ନିଷେଧ

କର୍କଟ, ମକର ରାଶି ପୁରୁଷଙ୍କର ଘାତଚନ୍ଦ୍ର

ବୃଷ, ସିଂହ, କନ୍ୟା ରାଶିର ଘାତବାର

ଶୁଭ ସମୟ- ଦିନ ୧୦ଟା ୪୫ ମିନିଟ୍‌ ଠାରୁ ସନ୍ଧ୍ୟା ୬ଟା ୪୫ ମିନିଟ୍‌

ଅଶୁଭ ସମୟ-ସକାଳ ୯ଟା ଠାରୁ ଦିନ ୧୦ଟା ୩୦ ମିନିଟ୍‌

ମେଷରାଶି

ଅଶ୍ୱିନୀ- କୈାଣସି ଦିଗରୁ ଶୁଭ ଖବର ପାଇବେ, ନୂଆ କାମ ପାଇଁ ସୁଯୋଗ ମିଳିବ

ଦ୍ୱିଜା- ସମୟ ପୂର୍ବରୁ କାର୍ଯ୍ୟ ପୁରା କରିବାର ସୁଯୋଗ ପାଇବେ

କୃତ୍ତିକା- କର୍ମକ୍ଷେତ୍ରକୁ ନେଇ  ଚିନ୍ତା ବଢିବ, ମହିଳାମାନେ ବିଶେଷ ଧ୍ୟାନ ଦେଇ ଚଳନ୍ତୁ

ପୂଜା ଘରେ କର୍ପର ଜାଳନ୍ତୁ, ସମସ୍ତ ରିଷ୍ଟ ଖଣ୍ଡନ ହେବ

ବୃଷ ରାଶି

କୃତ୍ତିକା -ଅଟକି ଥିବା କାମ ସଂପୂର୍ଣ୍ଣ ହେବ, ସହକର୍ମୀଙ୍କର ସହଯୋଗ ପାଇବେ

ରୋହିଣୀ- ମାନସିକ ଚାପରୁ ମୁକ୍ତି ପାଇବେ, ମଧୁର କଥା କହି ନିଜର କାର୍ଯ୍ୟ ହାସଲ କରିଦେବେ

ମୃଗଶିରା- ଘରୋଇ କଳହ ଆପଣଙ୍କୁ ଅଶାନ୍ତି କରିଦେବ

ଆଜି ଦିନରେ ବିଷ୍ଣୁ ସହସ୍ରନାମ ଜପ କରନ୍ତୁ

ମିଥୁନରାଶି

ମୃଗଶିରା- କୈାଣସି କ୍ଷେତ୍ରରେ ଅର୍ଥ ଲଗାନ୍ତୁ, ଲାଭ ପାଇବେ

ଆଦ୍ରା- ମେଡିଆ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ଦିନ ରହିଛି

ପୁନର୍ବସୁ- କର୍ମ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ବଢିବ, ବନ୍ଦୁଙ୍କର ସହଯୋଗ ପାଇବେ

ଓଁ କ୍ଲୀଂ କୃଷ୍ଣାୟ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

କର୍କଟରାଶି

ପୁନର୍ବସୁ – ନିଜ ଲୋକ ଶତ୍ରୁ ଭଳି ବ୍ୟବହାର କରିପାରନ୍ତି

ପୁଷ୍ୟ।-  ଅନେକ ଦିନରୁ ରହିଥିବା  ସମସ୍ୟାର ସମାଧାନ ହେବ

ଅଶ୍ଲେଷା- ପ୍ରେମ ଜୀବନକୁ ନେଇ ଖୁସି ରହିବେ, ପୁରା ଦିନ ଖୁସିରେ କଟିବ

ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଦାନ କରନ୍ତୁ

ସିଂହରାଶି

ମଘା – ସ୍ୱାସ୍ଥ୍ୟ ଭଲ ରହିବା ସହ ସରକାରୀ ସ୍ତରରୁ କିଛି ସାହାଯ୍ୟ ମିଳିବ

ପୂର୍ବା ଫାଲଗୁନି- ନିଜର ପ୍ରଫେସନ୍‌କୁ ନେଇ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି

ଉତ୍ତରାଫାଲଗୁନି- ଲୋକପ୍ରିୟତା ବଢିବ, କମ ପରିଶ୍ରମରେ ଅଧିକ ଲାଭ ପାଇବେ

ଗାୟତ୍ରୀ ମନ୍ତ୍ର ୨୧ ଥର ପାଠ କରନ୍ତୁ, କର୍ମକ୍ଷେତ୍ରରେ ଶୁଭ ସୂଚନା ମିଳିବ

କନ୍ୟାରାଶି

ଉତ୍ତରଫାଲଗୁନି – କିଛି ଖୁସି ଖବର ପାଇବେ, କର୍ମକ୍ଷେତ୍ର, ବ୍ୟବସାୟକୁ ନେଇ ଖୁସି ରହିବେ

ହସ୍ତା- କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦ୍ଵାରା ଆପଣଙ୍କ ପାଇଁ ପରିବର୍ତ୍ତନ ଆସିପାରେ

ଚିତ୍ରା- ଖର୍ଚ୍ଚ ବଢିବ କିନ୍ତୁ ରୋଜଗାର ବଢିବ ନାହିଁ

ବୁଲା କୁକୁରକୁ କିଛି ଖାଦ୍ୟ ଦିଅନ୍ତୁ

ତୁଳାରାଶି

ଚିତ୍ରା – ସତର୍କରେ ଦିନଟିକୁ କାଟନ୍ତୁ, ଆକସ୍ମିକ ଭାବରେ କିଛି ଘଟଣା ଘଟିପାରେ

ସ୍ୱାତୀ- ଜୀବନସାଥିଙ୍କ ପରାମର୍ଶ ଆଗକୁ ବଢିବାରେ ସାହାଯ୍ୟ କରିପାରେ

ବିଶାଖା- ଅଟକି ଥିବା କାର୍ଯ୍ୟ ସହଜରେ ହୋଇଯିବ, ମନରେ ଉତ୍ସାହ ବଢିବ

ଗୋ ସେବା କରନ୍ତୁ, ସମସ୍ତ ବାଧା ଦୁର ହେବ

ବିଛାରାଶି

ବିଶାଖା – କିଛି ଖରାପ ଖବର ପାଇପାରନ୍ତି, ଅସ୍ଥିରତା ମଧ୍ୟରେ ଦିନଟି କଟିବ

ଅନୁରାଧା- ଆର୍ଥିକସ୍ଥିତିରେ ସୁଧାର ଆସିବ, ପରିବାରର ସହଯୋଗ ପାଇବେ

ଜ୍ୟୋଷ୍ଠା – ଗୁରୁଜନଙ୍କର ଉପଦେଶକୁ ନେଇ କାର୍ଯ୍ୟ କରନ୍ତୁ

ଭଗବାନ ଶ୍ରୀଗଣେଶଙ୍କୁ ୭ କେରା ଦୁବ ଅର୍ପଣ କରନ୍ତୁ

ଧନୁରାଶି

ମୂଳା – ଅନେକ ଦିନର କାମ ସବୁ ପୂରଣ ହେବ

ପୂର୍ବାଷାଢା- ପୁରା ଦିନଟି ସଂଘର୍ଷପୂର୍ଣ୍ଣ ରହିବ, ମନୋବଳ ବୃଦ୍ଧି ହେବ

ଉତ୍ତରାଷାଢା- ସହକର୍ମୀଙ୍କର ସହଯୋଗ ପାଇବେ

କିଛି ଡାଲଚିନି ନିଜ ପାଖରେ ରଖନ୍ତୁ, ସମସ୍ତ ସମସ୍ୟାରୁ ମୁକ୍ତି ପାଇବେ

ମକରରାଶି

ଉତ୍ତରାଷାଢା -ଜୀବନସାଥୀଙ୍କ ସହ ପ୍ରେମ ପୂର୍ଣ୍ଣ ବ୍ୟବହାର କରନ୍ତୁ, ଶାନ୍ତି ପାଇବେ

ଶ୍ରବଣା- ମହିଳାମାନଙ୍କ ପାଇଁ ଦିନଟି ଭଲ ରହିଛି

ଧନିଷ୍ଠା- ମହିଳାମାନଙ୍କ ପାଇଁ ଦିନଟି ଭଲ ରହିଛି, ଅସ୍ଥିରତା ମଧ୍ୟରେ ଦିନଟି କଟିବ

ଓଁ ଭାସ୍କରାୟ ନମଃ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

କୁମ୍ଭରାଶି

ଧନିଷ୍ଠା- ପରିସ୍ଥିତିରେ ସୁଧାର ଆଣିବା ପାଇଁ କିଛି ଧର୍ମ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ

ଶତଭିଷା- ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ପାଇବେ, ନୂଆ କାମ ପାଇଁ ସୁଯୋଗ ମିଳିବ

ପୂର୍ବଭାଦ୍ରପଦ- ଦିନଟି ମଧ୍ୟମ ଧରଣର ରହିବ, ଅର୍ଥ କ୍ଷେତ୍ରରେ ପରିବର୍ତ୍ତନ ଆସିପାରେ

ମିଠା ଦହି ଖାଇ  ଘରୁ ବାହାରିବେ

ମୀନରାଶି

ପୂର୍ବଭାଦ୍ରପଦ- କର୍ମକ୍ଷେତ୍ରରେ ସୁଧାର ଆସିବ, ପରୋପକାର କାର୍ଯ୍ୟ ପାଇଁ ପ୍ରଶଂସା ପାଇବ

ଉତ୍ତରଭାଦ୍ରପଦ- ଦିନଟି ସଂପୂର୍ଣ୍ଣ ଭାବର ଭଲରେ କଟିବ,

ରେବତୀ- ଦିନଟି ଭଲ ରହିବ ନାହିଁ, ସତର୍କ ହୋଇ ଚଳନ୍ତୁ

ଧଳା ସୋରିଷ ନିଜ ପାଖରେ ରଖନ୍ତୁ

ଦିଲ୍ଲୀ, ଏନ୍‌ସିଆର ଅଞ୍ଚଳରେ ଭୂମିକମ୍ପ: ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୫ ରେକର୍ଡ

ନୂଆଦିଲ୍ଲୀ:  ଭୂତାଣୁ ଭୟରେ ଦିନ କାଟୁଥିବା ଦିଲ୍ଲୀବାସୀଙ୍କୁ ଏବେ ଘାରିଛି ଭୂମିକମ୍ପ ଭୟ । ଶୁକ୍ରବାର ରାତିରେ ପୁଣି ଭୂମିକମ୍ପ ଅନୁଭୂତ ହୋଇଛି ଏନ୍‌ସିଆର ଅଞ୍ଚଳରେ । ରୋହତକ ହରିୟାଣାରେ ଏହି ଭୂମିକମ୍ପ ହୋଇଥିବା ବେଳେ ଦିଲ୍ଲୀ, ନୋଏଡା, ଗୁରୁଗାଓଁରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୫ ରହିଛି ।

ହରିୟାଣା ସ୍ଥିତ ରୋହତକ୍‌ଠାରୁ ୧୬ କି.ମି ଦୂରରେ ଏହି ଭୂମିକମ୍ପର ଉତ୍ପତ୍ତି ହୋଇଥିବା ସୂଚନା ରହିଛି । ତେବେ ଭୂମିକମ୍ପ ଯୋଗୁଁ ପ୍ରାଥମିକଭାବେ କୌଣସି ଧନ ଜୀବନ ହାନି ନେଇ ସୂଚନା ମିଳିନାହିଁ । ଦେଶର ଉତ୍ତର-ପୂର୍ବାଞ୍ଚଳରେ ଭୂମିକମ୍ପ ଅନୁଭୂତ ହେବାର ୨ ଦିନ ପରେ ଶୁକ୍ରବାର ଏନ୍‌ସିଆର ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ଗତ ୨୫ ତାରିଖରେ ମଣିପୁରରେ ୧୩ ମିନିଟ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା ।

ତେବେ ଭୂମିକମ୍ପ ଅନୁଭୂତ ହେବା ପରେ ଘର ଛାଡ଼ିବାହାରକୁ ଆସିଥିଲେ ହରିୟାଣ ଲୋକେ ।

ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକ୍‌ଡାଉନ୍‌ ଯୋଗୁଁ କେରଳରେ ଫସିରହିଥିବା ଓଡ଼ିଶାର ଝିଅଙ୍କୁ ସୁରକ୍ଷିତ ଭାବେ ଘରକୁ ପଠାଇଥିବାରୁ ଧନ୍ୟବାଦ ଜଣାଇଲେ । ଟ୍ୱିଟ୍ କରି ସୋନୁଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।

ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ରାଜ୍ୟରେ ଫସିରହିଥିବା ବିଭିନ୍ନ ରାଜ୍ୟର ଲୋକଙ୍କୁ ଘରକୁ ଫେରିବାରେ ସହଯୋଗ କରୁଛନ୍ତି ସୋନୁ ସୁଦ । ସେହିଭଳି କେରଳରେ କିଟେକ୍ସ ଗାର୍ମେଣ୍ଟସରେ ଫସିରହିଥିବା କେନ୍ଦ୍ରାପଡ଼ାର ଏହି ୧୭୦ ଯୁବତୀଙ୍କୁ ମଧ୍ୟ ସହାୟତାର ହାତ ବଢ଼ାଇଥିଲେ ସୋନୁ । ଯୁବତୀମାନେ କାମ କରୁଥିବା କମ୍ପାନୀର ମାଲିକ ସେମାନଙ୍କୁ ଖାଇବା ପିଇବାକୁ ଦେଉନଥିବା ନେଇ ବାରମ୍ୱାର ସୋସିଆଲ୍ ମିଡିଆରେ ଅଭିଯୋଗ କରିଆସୁଥିଲେ । ଏ ନେଇ ଅଭିନେତା ସୋନୁ ସୁଦ ଅବଗତ ହେବା ପରେ ସୁରକ୍ଷିତ ଭାବେ ଘରକୁ ଫେରିବା ପାଇଁ ବ୍ୟବସ୍ଥା କରିଥିଲେ । ସୋନୁଙ୍କ ଏହି ସହଯୋଗ ପରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ବଲିଉଡ୍ ଅଭିନେତା ଅଜୟ ଦେବଗନ, ଶାହାରୁଖ ମଧ୍ୟ ତାରିଫ କରିଛନ୍ତି

ମାଲିକ ମହାସଂଘ ଓ କଳାକାର ମହାସଂଘ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି: ଅଗ୍ରୀମ ଟଙ୍କା ଫେରାଇବାକୁ କହିଲେ ମାଲିକ

ଭୁବନେଶ୍ୱର: ଲକଡାଉନରେ ପେଣ୍ଡାଲ ବାହରେ ଯାତ୍ରା କଳାକାର ଓ ମାଲିକଙ୍କ ମଧ୍ୟରେ ବାଦି ପାଲା। ମୁହାଁମୁହିଁ ପରିସ୍ଥିତିରେ ଯାତ୍ରା ପାର୍ଟି ମାଲିକ ମହାସଂଘ ଓ କଳାକାର ମହାସଂଘ । କଳାକାରଙ୍କ ବିରୋଧରେ ମୁହଁ ଖୋଲିଲା ଯାତ୍ରା ପାର୍ଟି ମାଲିକ ମହାସଂଘ ।  କଳାକାରଙ୍କ ବିରୋଧରେ ଏକଜୁଟ ହେଲେ ୧୭ଟି ଯାତ୍ରା ପାର୍ଟିର ମାଲିକ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଯାତ୍ରା ବନ୍ଦ ଘୋଷଣା କଲା ଯାତ୍ରା ପାର୍ଟି ମାଲିକ ସଂଘ । କଳାକାରଙ୍କୁ ଅଗ୍ରୀମ ଟଙ୍କା ଫେରାବାଇକୁ ଦାବି କଲା ସଂଘ । କଳାକାର ଆଣିଥିବା ଅଭିଯୋଗକୁ ମିଥ୍ୟ। କହିଲା ସଂଘ । ବର୍ଷ ଆରମ୍ଭରୁ ନାଟକ ପରିବେଷଣ ହୋଇଥିବା କିଛି ମାସର ପ୍ରାପ୍ୟ ଦିଆଯାଇଛି ।  ଯେଉଁମାନେ ବେଶୀ ଦରମା ପାଉଛନ୍ତି ସେହି କଳାକାର ମାନେ ହିଁ ଅଭିଯୋଗ କରୁଛନ୍ତି ।

ଲସ୍‌ ସହିଲେ ବି ଯାତ୍ରା ଆରମ୍ଭ କରିବୁ ନାହିଁ । ଆମେ ସରକାରଙ୍କ  ନିଷ୍ପତ୍ତି ଓ ନିୟମକୁ ପାଳନ କରିବୁ, ବିରୋଧରେ ଯିବୁ ନାହିଁ ।  କିଛି କଳାକାରଙ୍କ ଲାଗି ସାଢେ ୪ କୋଟି ଲୋକଙ୍କୁ ଜୀବନକୁ ବିପଦରେ ପକାଇବାକୁ ନାହିଁ ।  ସରକାର ଯେ ପର୍ଯ୍ୟନ୍ତା ଯାତ୍ରା ପାର୍ଟି ଖୋଲିବା ପାଇଁ ନିଷ୍ପତ୍ତି  ନେଇ ନାହାନ୍ତି, ସେ ପର୍ଯ୍ୟନ୍ତ ପେଣ୍ଡାଲ ବନ୍ଦ ରହିବ । ନିଜର ସ୍ୱାର୍ଥ ହାସଲ କରିବାକୁ କିଛି ମୁଷ୍ଟିମେୟ କଳାକାର ମିଥ୍ୟ। ଅଭିଯୋଗ କରୁଛନ୍ତି । ଚଳିତ ଓ ଆସନ୍ତା ବର୍ଷ ଲାଗି ଆଗଧାଡ଼ିର କଳାକାରଙ୍କୁ ଆଡଭାନ୍ସ ଟଙ୍କା ଦିଆଯାଇଛି । କୈାଣସି କଳାକାରଙ୍କ ଟଙ୍କା ବକେୟା ରଖିନି ଯାତ୍ରା ମହାସଂଘ । ତଳିଆ କର୍ମଚାରୀଙ୍କ ସହିତ ସମସ୍ତ ମାଲିକ ବଞ୍ଚିବା ପାଇଁ ବ୍ୟବସ୍ଥା କରିଛନ୍ତି । ସେମାନଙ୍କ କୈାଣସି ଅଭିଯୋଗ ନାହି ବୋଲି ଯାତ୍ରା ମହାସଂଘ  ସୂଚନା ଦେଇଛି ।

୨୦୦୦ରୁ ୨୦୧୯: ପାଞ୍ଚ ଫଟୋରେ ୨୦ ବର୍ଷର କାହାଣୀ

୧. ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ ମସିହାରେ ରାଜନୀତିରେ ପାଦ ଥାପିଥିଲେ ନବୀନ ପଟ୍ଟନାୟକ । ଆଉ ୨୦୦୦ ମସିହାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିଲେ ନବୀନ । ତତ୍କାଳୀନ ରାଜ୍ୟପାଳ ଏମ୍.ଏମ୍‌ ରାଜେନ୍ଦ୍ରନ୍‌ ତାଙ୍କୁ ଶପଥ ପାଠ କରାଇଥିଲେ ।

୨. ୨୦୦୪ ମସିହାରେ ପୁଣି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ବିଜୁ ଜନତା ଦଳ ଏବଂ ଦ୍ୱିତୀୟ ଥର ପାଇଁ ପୁଣି ମୁଖ୍ୟମନ୍ତ୍ରୀଭାବେ ଶପଥ ପାଠ କରିଥିଲେ ନବୀନ । ଏବଂ ଶପଥ ପାଠ କରାଇଥିଲେ ତତ୍କାଳୀନ ରାଜ୍ୟପାଳ ଏମ୍.ଏମ୍‌ ରାଜେନ୍ଦ୍ରନ ।

୩. ଭାରତୀୟ ଜନତା ପାର୍ଟି ସହ ମେଣ୍ଟ ଭାଙ୍ଗିବା ପରେ ୨୦୦୯ରେ ଏକାକୀ ନିର୍ବାଚନ ଲଢ଼ିଥିଲା ବିଜୁ ଜନତା ଦଳ । ଆଉ ପୁଣି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ବିଜେଡି ଏବଂ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ନବୀନ । ଏବଂ ଶପଥ ପାଠ କରାଇଥିଲେ ରାଜ୍ୟପାଳ ମୂରଲୀଧର ଚନ୍ଦ୍ର କାନ୍ତ ଭଣ୍ଡାରେ ।

୪. ୨୦୧୪ରେ ସାରା ଦେଶରେ ଦେଖିବାକୁ ମିଳିଥିଲା ପ୍ରବଳ ମୋଦି ହାଓ୍ୱା । ଏହା ସତ୍ତ୍ୱେ ଓଡ଼ିଶାରେ ଅକ୍ଷୁର୍ଣ୍ଣ ରହିଥିଲା ନବୀନଙ୍କ ଲୋକପ୍ରିୟତା । ରେକର୍ଡ ସଂଖ୍ୟକ ବିଧାନସଭା ଆସନ ଜିତି ସରକାର ଗଢ଼ିଥିଲା ବିଜୁ ଜନତା ଦଳ । ଏବଂ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କଲେ ନବୀନ ପଟ୍ଟନାୟକ । ଏବଂ ଶପଥ ପାଠ କରାଇଥିଲେ ରାଜ୍ୟପାଳ ଏସ୍‌.ସି ଜମିର ।

୫. ପ୍ରବଳ ପ୍ରଚେଷ୍ଟା ସତ୍ତ୍ୱେ ୨୦୧୯ରେ ବିଜେପିର ଓଡ଼ିଶା ଦଖଲ ମିଶନ ଫେଲ ମାରିଥିଲା । ମୋଟ ୧୧୨ଟି ବିଧାନସଭା ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କଲା ବିଜେଡି । ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଏବଂ ଶପଥ ପାଠ କରାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ।

ବନ୍ଦେ ଉତ୍କଳ ଜନନୀ ଗାଇବା ପୂର୍ବରୁ ଜାଣନ୍ତୁ ଏହାର ଲେଖକଙ୍କ ବାବଦରେ ଏମିତି କିଛି ତଥ୍ୟ ଯାହାକୁ ହୁଏତ ଆପଣ ଜାଣିନଥିବେ…

‘ବନ୍ଦେ ଉତ୍କଳ ଜନନୀ’ । ଓଡ଼ିଆଙ୍କ ଭାବନା ଓ ସ୍ୱାଭିମାନର କଥା କହୁଥିବା ଗୀତ । ବ୍ରିଟିଶ ଭାରତରେ ବିଖଣ୍ଡିତ ଓଡ଼ିଶାର ଏକତ୍ରୀକରଣରେ ଏହି ସଂଗୀତ ପ୍ରମୁଖ ଭୂମିକା ନିର୍ବାହ କରିଥିଲା କହିଲେ ଭୁଲ ହେବ ନାହିଁ । ଏହା କେବଳ ଗୋଟିଏ ଗୀତ ନୁହେଁ । ଏହା ଗୋଟିଏ ଜାତିକୁ ଦେଇଥିଲା ଆତ୍ମପ୍ରତ୍ୟୟ । ବନ୍ଦେ ଉତ୍କଳ ଜନନୀର ଶବ୍ଦ ଯେତିକି ରସାଳ,ଏହାର ଇତିହାସ ଓ ରଚୟତାଙ୍କ ସଂଘର୍ଷ ମଧ୍ୟ ସେତିକି ଘଟଣାବହୁଳ । ଆସନ୍ତୁ ଜାଣିବା,ବନ୍ଦେ ଉତ୍କଳ ଜନନୀ ସମ୍ବନ୍ଧରେ କିଛି ଏମିତି ରୋଚକ ତଥ୍ୟ, ଯାହା ଆଜି ଇତିହାସର ଫର୍ଦ୍ଦ ଭିତରେ ହଜିଯାଇଛି…

କାନ୍ତକବି ଲକ୍ଷ୍ମୀକାନ୍ତ

ଓଡ଼ିଶାର ଜାତିୟତାବାଦୀ କବି କାନ୍ତକବି ଲକ୍ଷ୍ମୀକାନ୍ତ ଲେଖିଥିଲେ ଏହି କାଳଜୟୀ କବିତା । ଯାହା ବିଖଣ୍ଡିତ ଓଡ଼ିଆକୁ ଏକାଠି କରିବା ପାଇଁ ଅଣ୍ଟା ଭିଡ଼ିଥିବା ଲଢୁଆ ଯୋଦ୍ଧାଙ୍କୁ ଦେଇଥିଲା ବଳ । ଆଫଗାନ, ମୋଗଲ, ମରାଠା ବର୍ଗୀ ,ବ୍ରିଟିଶ ଓ ପରେ ବଙ୍ଗଳା ଅଧିନରେ ଓଡ଼ିଶା ନିଜ ଆତ୍ମପରିଚୟ ହରାଇ ବସିଥିଲା । ମାଡ୍ରାସ ପ୍ରେସିଡେନ୍ସିରୁ ୟୁନାଇଟେଡ୍ ପ୍ରୋଭିନ୍ସ ପୁଣି ବେଙ୍ଗଲ, ଏହାରି ଭିତରେ ଓଡ଼ିଆ ଅଞ୍ଚଳ ଛିନ୍ନଭିନ୍ ହୋଇ ପଡ଼ିଥିଲା । ସେହି ଅଞ୍ଚଳ ସବୁକୁ ଏକତ୍ରିତ କରି ଆଧୁନିକ ଓଡ଼ିଶା ଗଢ଼ିବାକୁ ଆଗେଇ ଆସିଥିବା ବିନ୍ଧାଣୀ ମାନଙ୍କୁ ପ୍ରେରଣା ଦେଇଥିଲା କାନ୍ତକବିଙ୍କ ‘ବନ୍ଦେ ଉତ୍କଳ ଜନନୀ’ । ପ୍ରଥମଥର ପାଇଁ ୧୯୧୨ ମସିହାରେ ଉତ୍କଳ ସମ୍ମିଳନୀର ବାଲେଶ୍ୱର ଅଧିବେଶନରେ ଏହାକୁ ଗାୟନ କରାଯାଇଥିଲା । କାନ୍ତକବି ଏହି ଗୀତ ଲେଖିବାକୁ ଭଗବାନଙ୍କଠାରୁ ପ୍ରେରଣା ପାଇଥିଲେ ବୋଲି ତାଙ୍କ ପରିବାର କୁହନ୍ତି । ଓଡ଼ିଶା ମାତାଙ୍କ ପ୍ରାକୃତିକ ସୌନ୍ଦର୍ଯ୍ୟର ବର୍ଣ୍ଣନା ଦେହରେ ଶିହରଣ ସୃଷ୍ଟି କରିଥାଏ ।

୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇବା ପରେ ଏହା ରାଜ୍ୟ ସଂଗୀତର ମାନ୍ୟତା ଏକରକମ ପାଇଥିଲା । ୧୯୯୦ ମସିହାରେ ଓଡ଼ିଶା ସରକାର ରାଜ୍ୟର ସବୁ ସ୍କୁଲର ପ୍ରାର୍ଥନା ଆରମ୍ଭରେ ଏହାର ଗାୟନକୁ ବାଧ୍ୟତାମୁଳକ କରିଥିଲେ । ଏହାସହ ବିଧାନସଭା ଅଧିବେଶନର ଶେଷରେ ମଧ୍ୟ ଏହାର ଗାୟନକୁ ବାଧ୍ୟତାମୂଳକ କରାଯାଇଥିଲା । ଏହାସହ ବନ୍ଦେ ଉତ୍କଳ ଜନନୀ ଗାୟନ କାଳରେ ସାବଧାନତା ପୂର୍ବକ ଛିଡ଼ା ହେବା ମଧ୍ୟ ବାଧ୍ୟତାମୂଳକ ।

କାନ୍ତକବିଙ୍କ ପ୍ରାରମ୍ଭିକ ଜୀବନ

ବନ୍ଦେ ଉତ୍କଳ ଜନନୀର ଲେଖକ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମ ୯ ଡିସେମ୍ବର ୧୯୮୮ । କଟକର ଏକ ଜମିଦାର ପରିବାରରେ ତାଙ୍କ ଜନ୍ମ ହୁଏ । ତେବେ ତାଙ୍କ ବାଲ୍ୟକାଳ ବାଲେଶ୍ୱରରେ ନିଜ ମାମୁଘରେ କଟେ । ଖୁବ କମ ବୟସରୁ ସେ ଚିତ୍ରକଳା ଓ ନୃତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ ।

ଯୁବାବସ୍ଥା

କଟକରେ ତାଙ୍କ କଲେଜ ଶିକ୍ଷା ଶେଷ ହୋଇଥିଲା । ହଷ୍ଟେଲରେ ରହିବା ବେଳେ ସେ ଏକାନ୍ତରେ ସ୍ୱରଚିତ ଗୀତ ଗାଇବାକୁ ପସନ୍ଦ କରୁଥିଲେ । ଜମିଦାର ଲାଲମୋହନ ଦାସଙ୍କ ଝିଅ ଲବଙ୍ଗଲତାଙ୍କ ସହ ତାଙ୍କ ବିବାହ ହୋଇଥିଲା । ବିବାହ ପରେ ସେ କୋଲକାତାର ପିଅନ କଲେଜରେ ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇଥିଲେ ।  ତେବେ ୧୯୧୩ରେ ସେ ଓଡ଼ିଶା ଫେରି ଆସିଥିଲେ ଓ ରେଭେନ୍ସା କଲେଜରେ ବିଏ ସାରିଥିଲେ । ଏହାରି ଭିତରେ ସେ ଲେଖକ ଭାବେ ନିଜ ପରିଚୟ ସୃଷ୍ଟି କରିଥିଲେ ।

କୁଷ୍ଠରୋଗ

ତେବେ ଜୀବନର ପରବର୍ତ୍ତୀ କାଳ ତାଙ୍କ ପାଇଁ ଭଲ ନଥିଲା । ଯୁବବସ୍ଥାରେ ହିଁ ତାଙ୍କଠାରେ କୁଷ୍ଠରୋଗର ଲକ୍ଷଣ ଦେଖା ଯାଇଥିଲା । ଅନେକ ସ୍ଥାନରେ ଚିକିତ୍ସା ପରେ ମଧ୍ୟ ରୋଗ ଭଲ ହୋଇନଥିଲା । ପରେ ବାବାଜୀ ରାମଦାସଙ୍କ ପରାମର୍ଶରେ ସେ ନିଜ ଗୃହଦେବତା ଗୋପୀନାଥଙ୍କ ପାଇଁ ଭକ୍ତିସଂଗୀତ ଲେଖିଥିଲେ । କିନ୍ତୁ ମୂଳତଃ ସେ ଥିଲେ ଜଣେ ଜାତୀୟତାବାଦୀ କବି ।

ପ୍ରେସ୍

ପୈତୃକ ସମ୍ପତ୍ତି ପାଇଁ ବିବାଦ ଭିତରେ ତାଙ୍କ ପିତା ତାଙ୍କ ପାଇଁ ଗୋଟିଏ ପ୍ରେସ୍ ଖୋଲିଥିଲେ । ଯାହାର ନାମ ଥିଲା ଗୋପୀନାଥ ପ୍ରେସ୍ । କୁଳଦେବତାଙ୍କ ନାମରେ ନାମିତ ଏହି ପ୍ରେସରୁ ଶିଶୁ ସାହିତ୍ୟ ଓ ବ୍ୟଙ୍ଗ ପୁସ୍ତକ ପ୍ରକାଶ କରୁଥିଲେ । ଏହିକାଳରେ ସେ ‘ବନ୍ଦେ ଉତ୍କଳ ଜନନୀ’ ଲେଖିଥିଲେ । ୧୯୧୨ ମସିହାରେ ବାଲେଶ୍ୱର ଉତ୍କଳ ସମ୍ମିଳନୀ ଅଧିବେଶନରେ ଏହାର ଗାୟନ ହୋଇଥିଲା । ୧୯୩୩ ମସିହାରେ ତାଙ୍କୁ ଭଦ୍ରକ ହାଇସ୍କୁଲରେ କାନ୍ତକବି ଉପାଧି ପ୍ରଦାନ କରାଯାଇଥିଲା ।

ସଂଘର୍ଷର ଜୀବନ

ସେ ମଧ୍ୟ ‘ଡଗର’ ନାମକ ପତ୍ରିକା ପ୍ରକାଶ କରୁଥିଲେ । ଯାହା ସମାଜ ଓ ରାଜନୀତି ଉପରେ କଟାକ୍ଷ କରୁଥିଲା । ଫେବ୍ରୁଆରୀ ୧୯୫୩ ମସିହାରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ଏହି ପତ୍ରିକାର ସମ୍ପାଦନା କରୁଥିଲେ ।

ଉପନ୍ୟାସ

କଣାମାମୁଁ ଭଳି କାଳଜୟୀ ଉପନ୍ୟାସର ଲେଖକ ଥିଲେ କାନ୍ତକବି । ବିଦେଶୀ ଶାସନ ବିରୋଧରେ ଭାରତୀୟଙ୍କ ବିଦ୍ରୋହର କାହାଣୀ ଥିଲା କଣାମାମୁଁ । କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଉପନ୍ୟାସକୁ ସେ କେବେ ମଧ୍ୟ ସାରି ପାରିନଥିଲେ । ଏହା ଅସମ୍ପୂର୍ଣ୍ଣ ରହିଯାଇଥିଲା । ସେହିଭଳି କାନ୍ତକବିଙ୍କ ବୁଢା ଶଙ୍ଖାରୀ ଏମିତି ଗୋଟିଏ ମାର୍ମିକ କାହାଣୀ ଯାହା ଆପଣଙ୍କ ଆଖିକୁ ଓଦା କରିଦେବ । ଯଦି ପଢି ନାହାନ୍ତି ତେବେ ଆଜି ହିଁ ପଢନ୍ତୁ  ।

କରୋନା ମାଡ଼ରେ ଅର୍ଥନୀତି ବେହାଲ୍, ଚତୁର୍ଥ ତ୍ରୈମାସିକରେ ୩.୧ ପ୍ରତିଶତ ରହିଲା ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: କରୋନା ଲକଡାଉନ୍ ଯୋଗୁଁ ଭୁଶୁଡ଼ି ପଡ଼ିଛି ଦେଶର ଅର୍ଥ ବ୍ୟବସ୍ଥା । ୨୦୧୯-୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ (ଜାନୁଆରୀ-ମାର୍ଚ୍ଚ) ଜିଡିପି ୩.୧ ପ୍ରତିଶତ ରହିଛି । ଆଉ ପୂରା ଆର୍ଥିକ ବର୍ଷରେ ବିକାଶ ଦର ହେଉଛି ୪.୨ ପ୍ରତିଶତ । ପୂର୍ବରୁ କରୋନା ଯୋଗୁଁ ଚତୁର୍ଥ ତ୍ରୈମାସିକରେ ଜିଡିପି ଖସିବ ବୋଲି ଆକଳନ କରାଯାଇଥିଲା ।

ତୃତୀୟ ତୈମାସିକରେ ଅଭିବୃଦ୍ଧି ହାର ୪.୭ ପ୍ରତିଶତ ରହିଥିଲା । ସେତେବେଳେ ଆର୍ଥିକ ବର୍ଷରେ ବିକାଶ ଦର ଖସିବ ବୋଲି ଆକଳନ କରାଯାଇଥିଲା ।

ଗ୍ରସ୍ ଭ୍ୟାଲୁ ଆଡେଡର ରିପୋର୍ଟ ଅନୁସାରେ ଚତୁର୍ଥ ତ୍ରୈମାସିକରେ ଦେଶର ଅର୍ଥ ବ୍ୟବସ୍ଥା ୩ ପ୍ରତିଶତ ଅନୁସାରେ ବିକଶିତ ହୋଇଛି । ଯେତେବେଳେ କି ତୃତୀୟ ତ୍ରୈମାସିକରେ ବିକାଶ ଦର ୪.୫ ପ୍ରତିଶତ ଥିଲା ।

 DPIIT  ପକ୍ଷରୁ ଇଣ୍ଡଷ୍ଟ୍ରିଆଲ ଆଉଟପୁଟ୍ ରିପୋର୍ଟ ମଧ୍ୟ ଜାରି କରାଯାଇଛି । ଏପ୍ରିଲରେ ୮ କୋର ସେକ୍ଟର ଆଉଟପୁଟ୍ ୩୮.୧୦ ପ୍ରତିଶତ ଖସିଛି । ମାର୍ଚ୍ଚରେ ୮ ସେକ୍ଟରରେ ହାର ୯ ପ୍ରତିଶତ ଖସିଥିଲା ।

ଏହି ୮ ସେକ୍ଟର ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ୍ ଇଣ୍ଡେକ୍ସରେ ୪୦ ପ୍ରତିଶତରୁ ଅଧିକ ଯୋଗଦାନ ଦେଇଥାନ୍ତି । ଗତ ୨ ମାସ ହେଲା ଲକଡାଉନ୍ ଯୋଗୁଁ ଏହା ଖସିବାରେ ଲାଗିଛି । ଫେବ୍ରୁଆରୀ ମାସରେ ଏହା ୭.୧ ପ୍ରତିଶତ ଥିଲା । ସାରା ଦେଶରେ ମାର୍ଚ୍ଚ ୨୫ରୁ ଲକଡାଉନ୍ ଲାଗୁ ହୋଇଥିଲା । ୨୦୧୯-୨୦ ଆର୍ଥିକ ବର୍ଷର ଶେଷ ତ୍ରୈମାସିକର ସପ୍ତାହେ ପୂର୍ବରୁ ଲକଡାଉନ୍ ଲାଗୁ ହୋଇଥିଲା ।

RBIର ବଡ ଘୋଷଣା: ରେପୋ ରେଟ୍ ହ୍ରାସ ହେତୁ ଶସ୍ତା ହୋଇପାରେ ଲୋନ୍‌,ଇଏମ୍‌ଆଇ ପାଇଁ ଆଉ ୩ ମାସ ମହଲତ

୨୩ ବର୍ଷ ପୂର୍ବେ ବମ୍ବେ ଲୋକାଲ୍‌ ଟ୍ରେନରେ ଯାତ୍ରା କରୁଥିଲେ ସୋନୁ, ୪୨୦ ଟଙ୍କିଆ ଟିକେଟ୍‌ ହେଲା ଭାଇରାଲ…

ସୋନୁଙ୍କ ପୁରୁଣା ଦିନର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ତାଙ୍କର ଜଣେ ପ୍ରଶଂସକ ଟ୍ୱିଟ କରି ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ପ୍ରକୃତରେ ସେହି ସମୟର ଯେତେବେଳେ ସୋନୁ ୨୩ ବର୍ଷ ପୂର୍ବେ ଆଖିରେ ଅଭିନେତାର ସ୍ୱପ୍ନ ନେଇ ମୁମ୍ବାଇ ଆସିଥିଲେ । ସେ ସମୟରେ ସୋନୁ ୪୨୦ ଟଙ୍କା ଟିକେଟ୍ ନେଇ ଲୋକାଲ ଟ୍ରେନରେ ଯାତ୍ରା କରୁଥିଲେ । ଟ୍ରେନ ଟିକଟରେ ତାଙ୍କର ଏହି ଯାତ୍ରା ବୋରୱାଲୀରୁ ଚର୍ଚ୍ଚଗେଟ୍ ପର୍ଯ୍ୟନ୍ତ ଥିଲା । ସୋନୁ ସୁଦଙ୍କ ଏହି ଫଟୋ ସେୟାର କରିଥିବା ପ୍ରଶଂସକ  ଅଭିନେତାଙ୍କ ପ୍ରଶଂସା କରି ଲେଖିଛନ୍ତି- ‘ଯିଏ ପ୍ରକୃତରେ ସଂଘର୍ଷ କରିଛି, ସେ ଅନ୍ୟ ଲୋକଙ୍କ ଯନ୍ତ୍ରଣା ବୁଝିଛି, ସୋନୁ ସୁଦ ୪୨୦ ଟଙ୍କାର ଟିକେଟ କରି ଯାତ୍ରା କରୁଥିଲେ ।

ସୋନୁଙ୍କ ପ୍ରଥମ ଚଳଚ୍ଚିତ୍ର ୧୯୯୯ରେ ଆସିଥିଲା

ସୋନୁ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ୧୯୯୯ରେ ଆରମ୍ଭ କରିଥିଲେ । ସେ ତାମିଲ ଚଳଚ୍ଚିତ୍ର କାଲାଜାଗର ସହିତ ଅଭିନୟ ଜୀବନର ଶୁଭାରମ୍ଭ କରିଥିଲେ । ୨୦୦୧ ମସିହାରେ, ସହିଦ-ଏ-ଆଜମ ଭାଗବତ ସିଂଙ୍କ ଚରିତ୍ର ସହିତ ବଲିଉଡରେ ସେ ପାଦ ଦେଇଥିଲେ । ଏହା ପରେ ସେ ଗୋଟିଏ ପରେ ଗୋଟିଏ ଫିଲ୍ମ କରିବା ଆରମ୍ଭ କରିଥିଲେ । ପ୍ରାରମ୍ଭିକ ଦିନରେ ସେ ଇଣ୍ଡଷ୍ଟ୍ରିରେ କୌଣସି ବିଶେଷ ପରିଚୟ ପାଇ ପାରି ନଥିଲେ କିନ୍ତୁ ଧୀରେ ଧୀରେ ସେ ଏଠାରେ ପାଦ ଦେବା ଆରମ୍ଭ କରିଥିଲେ । ତା’ପରେ ସେ ଯୁବା, ଚନ୍ଦ୍ରମୁଖୀ, ଆଶିକ୍ ବାନାୟା ଆପନେ, ଯୋଦ୍ଧା ଆକବର, ସିଂ ଇଜ୍ କିଙ୍ଗ, ଦବଙ୍ଗ, ଆର ରାଜକୁମାର, ଗବର ଇଜ୍ ବ୍ୟାକ୍ ଇତ୍ୟାଦି ସଫଳ ଚଳଚ୍ଚିତ୍ର ପାଇଥିଲେ ।

ଅନେକ ଚଳଚ୍ଚିତ୍ରରେ ସୋନୁ ସୁଦଙ୍କୁ ଏକ ଖଳନାୟକ ଭୂମିକା ଦେଖିବାକୁ ମିଳିଛି । କିନ୍ତୁ ପରଦାର ଏହି ଭିଲେନ୍ ବାସ୍ତବ ଜୀବନରେ ଉତ୍ତମ କାର୍ଯ୍ୟ କରି ଲୋକଙ୍କ ହୃଦୟ ଜିତିଛନ୍ତି । ତାଙ୍କର ଆଗାମୀ ପ୍ରୋଜେକ୍ଟ ହେଉଛି ଚଳଚ୍ଚିତ୍ର ପୃଥ୍ୱୀରାଜ । ଏଥିରେ ତାଙ୍କସହ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଛନ୍ତି ।

ବ୍ଲଡ୍ ସାମ୍ପୁଲ୍‌କୁ ଚୋବାଇ ଖାଇଲା ମାଙ୍କଡ଼, ଜାଣନ୍ତୁ କେଉଁଠି ମାଙ୍କଡ଼ର ଏହି ମାଙ୍କଡାମୀ ସୃଷ୍ଟି କରିଛି ଆତଙ୍କ…

ମିରଟ: ଉତ୍ତପ୍ରଦେଶର ମିରଟରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି  । ଏଠାରେ ଏକ ମାଙ୍କଡ଼ ମିରଟ ମେଡ଼ିକାଲ କଲେଜର ଲ୍ୟାବ ଭିତରେ ପଶିଯାଇଥିଲା। କେବଳ ସେତିକି ନୁହେଁ ମାଙ୍କଡ଼ ଟେକ୍ନିସିଆନଙ୍କ ହାତରୁ ପରୀକ୍ଷଣ ପାଇଁ ଆସିଥିବା ସାମ୍ପୁଲକୁ ଛଡ଼ାଇ ନେଇଯାଇଥିଲା । ଏହାପରେ ଯେତେବେଳେ ହସ୍ପିଟାଲ ଷ୍ଟାଫମାନେ ତା ପଛରେ ଦୌଡ଼ିଥିଲେ ସେତେବେଳେ ମାଙ୍କଡ଼ ଗଛରେ ଚଢିଯାଇଥିଲା ଏବଂ ସେହି ସାମ୍ପୁଲ କିଟ ଚେବାଇ ଖାଇଗଲା । ଯାହାର ଭିଡ଼ିଓ ହପ୍ସିଟାଲ ଷ୍ଟାଫ୍ ସୁଟ କରିଛନ୍ତି । ଯଦିଓ ଭିଡ଼ିଓ ସୁଟ କରିଥିବା ଟେକ୍ନିସିଆନକୁ ମେଡ଼ିକାଲ କଲେଜ ପ୍ରଶାସନ ନୋଟିସ ଜାରି କରିଛନ୍ତି ।

ସୂଚନା ଅନୁସାରେ କୋଭିଡ଼ ୧୯ ସଂକ୍ରମିତଙ୍କ ସାମ୍ପୁଲ ନେଇ ପରୀକ୍ଷଣ କରିବାକୁ ମିରଟର ଏଲଏଲଆରଏମ ଲ୍ୟାବ ନିଆଯାଇଥିଲା । ଲ୍ୟାବ ଟେକ୍ନିସିଆନଙ୍କ ହାତରୁ ମାଙ୍କଡ଼ ସାମ୍ପୁଲକୁ ଛଡ଼ାଇ ନେଇଥିଲା । ଲ୍ୟାବରେ ଉପସ୍ଥିତ ଥିବା ମେଡ଼ିକାଲ ଷ୍ଟାଫ ସାମ୍ପୁଲକୁ ଆଣିବାକୁ ମାଙ୍କଡ଼ର ପଛରେ ଗୋଡ଼ାବା ପରେ ମାଙ୍କଡ଼ ଗଛରେ ଚଢିଯାଇଥିଲା ।

ସାମ୍ପୁଲ ଚୋବାଇ ସେଠାରୁ ପାର୍ ହେଲା ମାଙ୍କଡ଼

ତଳେ ଛିଡ଼ା ହୋଇଥିବା ଷ୍ଟାଫମାନେ ମାଙ୍କଡ଼ଠାରୁ ସାମ୍ପୁଲ ନେବାକୁ ଯଥା ସମ୍ଭବ ପ୍ରୟାସ କରିଥିଲେ କିନ୍ତୁ ସେହି ସମୟରେ ମାଙ୍କଡ଼ ଦାନ୍ତରେ ସାମ୍ପୁଲର ସିଲ ଛିଡ଼ାଇବା ଆରମ୍ଭ କଲା । ତତ୍କାଳ ବନ ବିଭାଗକୁ ସୂଚନା ଦିଆଗଲା  । ହସ୍ପିଟାଲ ପ୍ରଶାସନର ଉଚ୍ଚ ଅଧିକାରୀଙ୍କୁ ମଧ୍ୟ ସୂଚନା ଦିଆଗଲା କିନ୍ତୁ ମାଙ୍କଡ଼ ସାମ୍ପୁଲକୁ ଚୋବାଇ ସେଠାରୁ ପଳାଇଲା ।

ସଂକ୍ରମଣ ବ୍ୟାପିବାର ଭୟର ଆତଙ୍କ

ମାଙ୍କଡ଼ ପଳାଇବା ପରେ ସେହି ଅଞ୍ଚଳରେ ଏବେ ଆତଙ୍କ ଦେଖା ଦେଇଛି । ଲୋକଙ୍କ କହିବା କଥା ହେଉଛି ଯଦି ସାମ୍ପୁଲ ଦ୍ୱାରା ମାଙ୍କଡ଼ ସଂକ୍ରମିତ ହୋଇଯାଏ ତେବେ ଏହା ପୂରା ଅଞ୍ଚଳରେ ବ୍ୟାପିଯିବ ତେଣୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏହା ସହ ବନ ବିଭାଗ ଦ୍ୱାରା ଏହି ମାଙ୍କଡ଼କୁ ଚିହ୍ନଟ କରିବା ମଧ୍ୟ କଷ୍ଟକର ।

ଲ୍ୟାବ ଟେକ୍ନିସିଆନକୁ ମଧ୍ୟ ନୋଟିସ

ସୂଚନା ଅନୁସାରେ ଯେଉଁ ଲ୍ୟାବରେ ଏହି ଘଟଣା ହେଲା ତାହର ଟେକ୍ନିସିଆନକୁ ନୋଟିସ କରାଯାଇଛି । ଏବଂ ତାଙ୍କୁ ସ୍ପଷ୍ଟିକରଣ ମଗା ଯଆଇଛି ଯେ ସେ ଏହି ଖବର କାହିଁକି ବାହାରେ ଲିକ୍ କଲା ।

ୟୁପି କଂଗ୍ରେସ ମଧ୍ୟ ଟାର୍ଗେଟ କରିଛି

ଏହି ଘଟଣାରେ ୟୁପି କଂଗ୍ରେସ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ୟୁପି କଂଗ୍ରେସ ଟ୍ୱିଟ କରିଛି ଯେ, ମିରଟ ମେଡ଼ିକାଲ କଲେଜରେ ଗୋଟିଏ ମାଙ୍କଡ଼ କରୋନା ସଂକ୍ରମିତଙ୍କ ସାମ୍ପୁଲ ନେଇ ପଳାଇଲା । ମିରଟରେ କରୋନା ସଂକ୍ରମଣ ଲଗାତାର ବଢିଛି ଏବେ ଏହାକୁ ନେଇ କେମିତି ଅବହେଳା କରାଯାଉଛି ଦେଖନ୍ତୁ । ଛାଡ଼ନ୍ତୁ ଏହା ଉପରେ ବି ସରକାର ତାଙ୍କ ମିଛକୁ ନେଇ ଆସିବେ ।

ମେଡ଼ିକାଲ କଲେଜ ପ୍ରଶାସନ ମଧ୍ୟ ସ୍ପଷ୍ଟି କରଣ ଦେଇଛି

ମିରଟ ମେଡ଼ିକାଲ କଲେଜର କୂଳପତି ଜିକେ ଗର୍ଗ ଏହି ଘଟଣା ଉପରେ ସ୍ପଷ୍ଟିକରଣ ରଖିଛନ୍ତି । ଏବଂ କହିଛନ୍ତି ମାଙ୍କଡ଼ ଯେଉଁ ସାମ୍ପୁଲ ନେଇଛି ତାହା କରୋନାର ପରୀକ୍ଷା ପାଇଁ ଆସି ନଥିଲା । ତାହା ସାମାନ୍ୟ ପରୀକ୍ଷଣର ସାମ୍ପୁଲ ଥିଲା ।