spot_img
Home Blog Page 7186

କରୋନା ପାଇଁ ଘୁଞ୍ଚିପାରେ ଆଇପିଏଲ୍ ମ୍ୟାଚ୍ !

0

ମୁମ୍ବାଇ: କରୋନାଭାଇରସ୍ ଭୟ ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) କୁ ପ୍ରଭାବିତ କରିପାରେ । ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସଂକ୍ରାମକ ଜୀବାଣୁ ବିସ୍ତାର ଏବଂ ଟି -20 ଲିଗ ଉପରେ ଏହାର ପ୍ରଭାବ ଉପରେ ମନ୍ତବ୍ୟ ଦେଇଛନ୍ତି । ମହାମାରୀ

କରୋନାଭାଇରସ୍ ସାରା ଦେଶରେ ବିସ୍ତାରକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ଆଇପିଏଲ୍ ଆୟୋଜନ କରାଯାଇପାରିବ ବୋଲି ଟୋପେ କହିଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମାର୍ଚ୍ଚ ୨୯ରେ ୱାଙ୍ଖେଡେ ଷ୍ଟାଡିୟମରେ ଖେଳିବାର କାର୍ଯ୍ୟକ୍ରମ ରହିଛି।

ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, “ସର୍ବଦା ବିସ୍ତାର ହେବାର ସମ୍ଭାବନା ଥାଏ (ସଂକ୍ରାମକ ରୋଗର) ଯେତେବେଳେ ବହୁ ସଂଖ୍ୟକ ଲୋକ ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତି … ଏହିପରି (ଆଇପିଏଲ୍) ଇଭେଣ୍ଟ ସବୁବେଳେ ପରେ ସଂଗଠିତ ହୋଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଇପିଏଲ୍ ସ୍ଥଗିତ ରଖାଯିବ କି ନାହିଁ ତାହା ସରକାରୀ ସର୍କଲରେ ଆଲୋଚନା ଚାଲିଛି ଏବଂ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ। ଆମେ ଆପଣଙ୍କୁ କହିରଖୁଛୁ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଆଇପିଏଲ୍ ର ୨୦୨୦ ସିଜନ୍ ଆରମ୍ଭ ହେବାର ୨୦ଦିନ ପୂର୍ବରୁ ଆସିଛି ।

ସୂଚନାଯୋଗ୍ୟ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି କହିଥିଲେ, ଆଇପିଏଲର ଆୟୋଜନ ନିର୍ଦ୍ଧାରିତ ତାରିଖରେ ହେବ। କରୋନା ଭାଇରସରୁ ବର୍ତ୍ତିବା ପାଇଁ ଯଥାସମ୍ଭବ ପଦକ୍ଷେପ ନିଆଯିବ।

ବ୍ୟାଙ୍କର ଏଭଳି ସ୍ଥିତି ପାଇଁ ଦାୟୀ କିଏ ?

ଆର୍ଥିକ ସଂକଟରେ ଫସି ଦେବାଳିଆ ଅବସ୍ଥାରେ ୟେସ୍‌ ବ୍ୟାଙ୍କ । ବ୍ୟାଙ୍କର ସ୍ଥିତି ଏମିତି କିଭଳି ହେଲା । ଏହା ପଛରେ କାହାର ହାତ ଅଛି ତାର ତନାଘନା ଆରମ୍ଭ ହୋଇଛି । ପୂର୍ବତନ ସିଇଓ ରାଣା କପୁରଙ୍କ ଘରେ ଇଡି ରେଡ କରିଛି । ଏହାସହ ଜାରି ହୋଇଛି ଲୁକ୍‌ ଆଉଟ୍‌ ନୋଟିସ୍‌ । ଶନିବାର ସଂଧ୍ୟାରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ତାଙ୍କୁ ପଚରାଉଚରା କରିଛି ଇଡି । ତାଙ୍କ ନାଁରେ ମନି ଲଣ୍ଡ୍ରିଂ ମାମଲା ରୁଜୁ ହୋଇଛି । ତାଙ୍କ ନାଁରେ DHFL ଠକେଇ ମାମଲା ମଧ୍ୟ ରହିଛି । ୭୯ଟି ଜାଲ୍‌ କମ୍ପାନି ଓ ୧ ଲକ୍ଷ ନକଲି ଗ୍ରାହକଙ୍କୁ ଦେଖାଇ ଗାଏବ ହୋଇଥିବା ୧୩ ହଜାର କୋଟି ଘୋଟାଲାର ଯାଞ୍ଚ କରୁଛି ଇଡି । ୟେସ୍‌ ବ୍ୟାଙ୍କକୁ ଦେବାଳିଆ ସ୍ଥିତିରୁ ଉଦ୍ଧାର କରିବା ପାଇଁ ପରିଚାଳନା ବୋର୍ଡ ନୀତିଗତ ଅନୁମୋଦନ ଦେଇଛି । ଏଥିପାଇଁ ୪୯ ପ୍ରତିଶତ ଅଂଶଧନ କିଣିବା ସହ ପ୍ରାରମ୍ଭିକ ପର୍ଯ୍ୟାୟରେ ୨ ହଜାର ୪୫୦ କୋଟି ଟଙ୍କାର ନିବେଶ କରିବ ଏସବିଆଇ । ତେବେ  ଆକାଉଣ୍ଟଧାରୀଙ୍କ ପ୍ରତି କୈାଣସି ବିପଦ ନାହିଁ ବୋଲି କହିଛି ଏସବିଆଇ ।

ଅନ୍ତର୍ଜାତୀୟ ମହିଳା ଦିବସ: ମୁଁ ପିଢ଼ି ସମାନତାର ହକଦାର ! ନାରୀ ଅଧିକାରକୁ ହୃଦୟଙ୍ଗମ କରିଛି ।

ଭୁବନେଶ୍ୱର: ଆଜି ମାର୍ଚ୍ଚ ୮, ଅନ୍ତର୍ଜାତୀୟ ମହିଳା ଦିବସ । ବାସ୍ତବିକ ଭାବରେ ଏ ଦିବସ ମନରେ ପ୍ରଶ୍ନ ଆସିବା ସ୍ୱଭାବିକ ଯେ ବର୍ଷ ବର୍ଷ ଧରି ମହିଳା ଦିବସ ପାଳନର ଯଥାର୍ଥତା କଣ । କାହିଁକି ଆବଶ୍ୟକ ପଡ଼ିଲା ସଚେତନତା ? ସୃଷ୍ଟିରେ କାହିଁକି ଶୁଭିଲା ପୁରୁଷ ତୁଲ୍ୟ ସ୍ୱାଧୀନତା ଦାବିର ସ୍ୱର? କାହିଁକି ଅଧିକାରରୁ ବଞ୍ଚିତ ହେଲେ ମହିଳା? ସମାଜରେ ଅନେକ ମହିଳା ବର୍ଷବର୍ଷ ଧରି ନିଜ ସ୍ୱାଭିମାନ, ସ୍ୱାଧୀନତା ଏବଂ ସହଭାଗିତା ପାଇଁ ଲଢେଇ କରୁଛନ୍ତି । ତେବେ ଧୀରେ ଧୀରେ ବଦଳୁଛି ଚିତ୍ର ଯାହା ହୃଦବୋଧ କରାଏ  ସଚେତନତାର ଆବଶ୍ୟକତା କେତେ ଅଧିକ ଥିଲା ।

ମହିଳା ଏବେ ଅନେକ ସ୍ୱାବଲମ୍ବି ହେଲେଣି, ଉଚ୍ଚ ଶିକ୍ଷିତା ହେବା ସହ ସଫଳତାର ସୋପାନ ଚଢିଲେଣି ଏବଂ ନିଜ ଅଧିକାର ପାଇଁ ପାଟି ଫିଟେଇଲେଣି । ନିଜର ସ୍ଥିତି ସୁଦୃଢ କରିବା ସହ ସେମାନେ ସଜାଡ଼ି ପାରୁଛନ୍ତି ପରିବାରର ଆର୍ଥିକ ସ୍ଥିତି, ଏବଂ ସମାଜରେ ଆଣିପାରୁଛନ୍ତି ପରିବର୍ତ୍ତନ । ତେବେ ଏ ବର୍ଷ ଆନ୍ତର୍ଜାତିକ ମହିଳା ଦିବସର ଥିମ୍‌ ରହିଛି ‘ମୁଁ ପିଢ଼ି ସମାନତାର ହକଦାର! ନାରୀ ଅଧିକାରକୁ ହୃଦୟଙ୍ଗମ କରିଛି ।‘ ଏ ଅବସରରେ ରାଜ୍ୟର କୋଣ ଅନୁକୋଣରେ ମହିଳା ଦିବସ ପାଳନ ହେବା ସହ ଅନେକ ପ୍ରତିଭାଧାରୀଙ୍କୁ ସମ୍ମାନିତ କରାହେବ ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାଇଲଖୁଣ୍ଟ: ୧୦୩୮ ନୂଆ ଡାକ୍ତରଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଗୋଟିଏ ଦିନରେ ୧୦୩୮ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏଥିସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ମାଇଲ୍ ଖୁଣ୍ଟ ପ୍ରତିଷ୍ଠା କରିଛନ୍ତି ରାଜ୍ୟ ସରକାର । ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ନବନିଯୁକ୍ତ ଡାକ୍ତରମାନଙ୍କ ଇଣ୍ଡକ୍ସନ୍ ଟ୍ରେନିଂରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ଆଜି ଦିନକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଐତିହାସିକ ଦିନ ଭାବେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଦିନରେ ୧୦୩୮ ଜଣଙ୍କୁ ନିଯୁକ୍ତି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଲୋକଙ୍କ ସେବାକୁ ନିଜ ଧର୍ମ ଭାବେ ବିଚାର କରି କାର୍ଯ୍ୟ କରିବା ପାଇଁ ନବନିଯୁକ୍ତ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ନୂଆ ଡାକ୍ତରମାନଙ୍କୁ ମୋ ସରକାର ସଂକଳ୍ପ ପାଠ କରାଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୮,୭୧୯ଟି ଡାକ୍ତର ପଦବୀ ମଧ୍ୟରୁ ବର୍ତ୍ତମାନ ୫,୪୧୪ ଜଣ ନିୟମିତ ଡାକ୍ତର କାର୍ଯ୍ୟ କରୁଛନ୍ତି । ନିକଟରେ ଓପିଏସସି ୧,୪୦୩ ଜଣ ଡାକ୍ତରଙ୍କୁ ଚୟନ କରିଥିବା ବେଳେ ତନ୍ମଧ୍ୟରୁ ୧୦୩୮ ଜଣ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳିଛି ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଉଦ୍‌ବୋଧନ ଦେଇ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ ଯେପରି ଲୋକଙ୍କ ପାଖରେ ଠିକ୍‌ ଭାବରେ ପହଞ୍ଚିପାରିବ ସେଥିପ୍ରତି ଯତ୍ନବାନ ହେବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ । ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହିତ ମୋ ସରକାରର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଡାକ୍ତରମାନଙ୍କୁ ବୁଝାଇଥିଲେ । ନୂଆ ଡାକ୍ତରମାନେ ସରକାରର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଡାକ୍ତରମାନଙ୍କୁ ବୁଝାଇଥିଲେ । ନୂଆ ଡାକ୍ତରମାନେ କିପରି ରୋଗୀସେବା କ୍ଷେତ୍ରରେ ଏକ ଟ୍ରାନ୍ସଫରମେଟିଭ୍‌ ଭୂମିକା ଗ୍ରହଣ କରିପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ ।

‘ବିଜେପିକୁ ଛାଡିଛୁ ,ହିନ୍ଦୁତ୍ୱ ନୁହେଁ’

 ଲକ୍ଷ୍ନୌ: ବିଜେପିର ସାଥ୍ ଛାଡିଛୁ କିନ୍ତୁ ହିନ୍ଦୁତ୍ୱକୁ ଛାଡିନୁ । ଏମିତି କହିଛନ୍ତି ମହାରାଷ୍ଚ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ । ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାରକୁ ୧୦୦ ଦିନ ପୁରିବା ଅବସରରେ ଅଯୋଧ୍ୟା ଗସ୍ତରେ ଆସି ଏଭଳି କହିଛନ୍ତି ଉଦ୍ଧବ ।

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ କରିଛନ୍ତି ଠାକରେ । ସେ ଅଯୋଧ୍ୟାରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କହିଥିଲେ ଯେ, ଆମେ ବିଜେପିର ସାଥ୍ ଛାଡିଛୁ କିନ୍ତୁ ହିନ୍ଦୁତ୍ୱକୁ ଛାଡି ନାହୁଁ । ମହାରାଷ୍ଟ୍ର ସରକାର ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କରିବେ ବୋଲି ମଧ୍ୟ ସେ କହିଛନ୍ତି । ମହାରାଷ୍ଟ୍ରରୁ ଆସୁଥିବା ଭକ୍ତଙ୍କ ରହଣି ପାଇଁ ଅଯୋଧ୍ୟାରେ ଭବନ ନିର୍ମାଣ ପାଇଁ ଜମି ଯୋଗାଇ ଦେବା ଲାଗି ଉଦ୍ଧବ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଛନ୍ତି ।

କଂଗ୍ରେସ ସହ ମେଣ୍ଟ କରି ଶିବସେନା ହିନ୍ଦୁତ୍ୱରୁ ହଟୁଛି ବୋଲି ଯେଉଁ ଧାରଣା ସୃଷ୍ଟି ହେଉଛି ତାକୁ ଦୁର କରିବା ପାଇଁ ଉଦ୍ଧବ ଏଭଳି କହିଥିବା ରାଜନୈତିକ ବିଶେଷଜ୍ଞଙ୍କ ମତ । ମହାରାଷ୍ଟ୍ର ରାଜନୀତିରେ  ହିନ୍ଦୁତ୍ୱ ଉପରେ ରାଜ୍ ଠାକରେ ମଧ୍ୟ ନିଜ ଦାବି ରଖିଲେଣି । ରାଜ୍ ନିଜ ଦଳିୟ ପତାକାର ରଙ୍ଗକୁ ବଦଳାଇ ଗେରୁଆ କରିଥିବା ବେଳେ ସିଏଏକୁ ସମର୍ଥନ ଦେଉଛନ୍ତି । ଏଭଳି ପରିସ୍ଥିତିରେ ହିନ୍ଦୁତ୍ୱରେ ବିଶ୍ୱାସ ରଖୁଥିବା ଭୋଟରଙ୍କୁ ନିଜ ପଟକୁ ଆଣିବାକୁ ଉଦ୍ଧବ ଏଭଳି ବୟାନ ଦେଇଥିବା ରାଜନୈତିକ ସମୀକ୍ଷକଙ୍କ ମତ ।

ଅନ୍ତର୍ଜାତୀୟ ମହିଳା ଦିବସରେ ଐତିହାସିକ ସ୍ମାରକୀ ଦେଖିବା ପାଇଁ ମହିଳାଙ୍କୁ ଦେବାକୁ ପଡିବନି ପ୍ରବେଶ ଶୁଳ୍କ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ(ଏଏସଆଇ) ଅଧିନରେ ଥିବା ସ୍ମାରକୀ ଦେଖିବାକୁ ଯାଉଥିବା ମହିଳାଙ୍କୁ କୌଣସି ପ୍ରବେଶ ଶୁଳକ ଦେବାକୁ ପଡିବ ନାହିଁ । ଏଏସଆଇ ତା’ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ନିଷ୍ପତି ନେଇଛି ।

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଜାରି ଆଦେଶରେ କୁହାଯାଇଛି ଯେ, ମାର୍ଚ୍ଚ ୮ ତାରିଖ ଦିନ ଏଏସଆଇ ଅଧିନରେ ଥିବା ଐତିହାସିକ ସ୍ମାରକୀ ଦେଖିବା ପାଇଁ ମହିଳାଙ୍କୁ ପ୍ରବେଶ ଶୁଳ୍କ ଦେବାକୁ ପଡିବ ନାହିଁ ।

ନିଜ ସୋସିଆଲ ମିଡିଆ ଆକାଉଣ୍ଟକୁ ରବିବାର ଦିନ ମହିଳାଙ୍କୁ ଦେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ ସଂସ୍କୃତି ବିଭାଗ ଏପରି ପଦକ୍ଷେପ ନେଇଛି ।

ପୁରୁଷଙ୍କ ଭଳି ମହିଳାଙ୍କୁ କାହିଁକି ମିଳୁନି ସମାନ ଅଧିକାର, କଣ କହିଲେ IPS ସାରା ଶର୍ମା ?

ଭୁବନେଶ୍ୱର: ପୁରୁଷ ପ୍ରଧାନ ସମାଜରେ ନାରୀ କଣ ସତରେ ଅବହେଳିତ ? ନା ଅସମାନତା ଆଳରେ ମହିଳାଙ୍କୁ କରାଯାଉଛି ଉପେକ୍ଷା ? ଆଇନ୍ ଶୃଙ୍ଖଳା ଭଳି ଗୁରୁତ୍ୱପୂର୍ଣ୍ଣ ପୋଲିସ ବିଭାଗରେ ମହିଳାଙ୍କୁ ମିଳୁଛି କି ସମାନ ଅଧିକାର, ସମାନ ସୁଯୋଗ ? ଅନ୍ତର୍ଜାତୀୟ ମହିଳା ଦିବସରେ ଏ ଭଳି କିଛି ପ୍ରଶ୍ନକୁ ନେଇ ଆମେ ଭେଟିଥିଲୁ ମହିଳାଙ୍କ ଆଇକନ୍ IPS ସାରା ଶର୍ମାଙ୍କୁ ।ପୋଲିସ ଭାବରେ ଗର୍ବିତ

ପୋଲିସ ବିଭାଗରେ କାମ କରୁଥିବାରୁ ନିଜକୁ ଗର୍ବିତ ମନେ କରନ୍ତି ଗଜପତି ଏସପି ସାରା ଶର୍ମା । ତେବେ, ସମାଜ ବଦଳିବା ସହ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିଛି । ଝିଅ ବି ପୁଅଙ୍କ ତୁଳନାରେ କୌଣସି ଗୁଣରେ କମ୍ ନୁହଁ ବୋଲି କୁହନ୍ତି ସାରା । ସୁଯୋଗ ମିଳିଲେ ମହିଳା, ପୁରୁଷଙ୍କ ଭଳି ସମାନ କାମ କରିପାରିବେ ।କାର୍ଯ୍ୟକ୍ଷେତ୍ରରେ ଅସମାନତା

ନିଜ କାର୍ଯ୍ୟକ୍ଷେତ୍ରରେ ସେ କିଛିଟା ଅସମାନତା ଅନୁଭବ କରୁଛନ୍ତି । ତେବେ, ସ୍ଥିତିରେ ଆଗ ଅପେକ୍ଷା ପରିବର୍ତ୍ତନ ଆସିଛି । ଆଗକୁ ଆହୁରି ଅଧିକ ପରିବର୍ତ୍ତନ ଆସିବ ବୋଲି ସାରା ଆଶା ରଖିଛନ୍ତି । ଆଗକୁ ପୋଲିସ ବିଭାଗରେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ମିଳିବା ସହ କାର୍ଯ୍ୟକ୍ଷେତ୍ରରେ ସମାନ ସୁଯୋଗ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି ।ଚିନ୍ତାଧାରା ରୋକିବ ଅତ୍ୟାଚାର

ଝିଅ, ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ଅତ୍ୟାଚାର କେମିତି କମିବ ବା ବନ୍ଦ ହେବ ସେନେଇ ସାରା ମତ ରଖିଛନ୍ତି । ଅତ୍ୟାଚାର ଦୂର ପାଇଁ ଉଭୟ ପୁରୁଷ ଓ ମହିଳାଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆବଶ୍ୟକ । ମହିଳାଙ୍କୁ ସୁଯୋଗ ମିଳିଲେ ସେମାନେ ଆଗକୁ ବଢ଼ିପାରିବେ ବୋଲି ସାରା କହିଛନ୍ତି । ମହିଳାମାନେ ମଲ୍ଟିଂ ଟ୍ୟାସ୍କିଂ କାମ କରନ୍ତି । ନିଜକୁ ଶ୍ରେଷ୍ଠ ଭାବି କାମ କଲେ ନିଶ୍ଚୟ ସଫଳତା ମିଳିବ ।

୩୩ ବର୍ଷ ପରେ ରାମ ସୀତାଙ୍କୁ ଏକାଠି କଲେ କପିଲ୍

କମେଡି କିଙ୍ଗ୍ କପିଲ ଶର୍ମାଙ୍କ ପପୁଲାର କମେଡି ସୋ’ରେ ଅତିଥି ଭାବେ ଉପସ୍ଥିତ ହୋଇଥିଲେ ସ୍ୱୟଂ ଭଗବାନ ଶ୍ରୀ ରାମ୍‌, ଲକ୍ଷ୍ମଣ ଓ ସୀତା ମାତା । ଆଜ୍ଞା ଏକ ମାହୋଲ ସୃଷ୍ଟି ହୋଇଥିଲା କପିଲଙ୍କ ସୋ’ରେ । ପୂର୍ବରୁ ତ ଆପଣମାନେ ଏହି ସିଟ୍‌ରେ ଅନେକ ଫିଲ୍ମ ସେଲିବ୍ରିଟିଙ୍କୁ ଦେଖିଥିବେ । ତେବେ ଏଥର ଏହି ପପୁଲାର ସୋ’ର ମାହୋଲ ରହିଥିଲା ପୂରାପୂରି ହଟ୍‌କେ ।

୩୩ ବର୍ଷର ଲମ୍ବା ଗ୍ୟାପ ପରେ ଟେଲିଭିଜନ ଇତିହାସର ଏହି ଚର୍ଚ୍ଚିତ ଅଭିନେତାଙ୍କ ଚେହେରା ଏକଦମ ବଦଳି ଯାଇଛି । ତେବେ ଆଜିବି ଏମାନଙ୍କୁ ଲୋକ ‘ରାମାୟଣ’ର ସେହି ଚର୍ଚ୍ଚିତ ଚରିତ୍ର ନାମରେ ହିଁ ଜାଣିଛନ୍ତି। ରାମାନନ୍ଦ ସାଗରଙ୍କ ‘ରାମାୟଣ’, ଟେଲିଭିଜନ ଇତିହାସର ସବୁଠାରୁ ହାଏଷ୍ଟ ଟିଆର୍‌ପି ରେଟିଂ ସିରିୟଲ୍‌ ବୋଲି କହିପାରନ୍ତି । କାରଣ, ଅଶି ଦଶକରେ ଏହି ସିରିୟଲ୍‌କୁ ଦେଖିବା ପାଇଁ ସମଗ୍ର ଦେଶରେ ସବୁବର୍ଗର ଦର୍ଶକଙ୍କ ମଧ୍ୟରେ ଉତ୍ସାହ ନଜର ଆସୁଥିଲା। ସବୁଠି ଦୋକାନ ବଜାର ସୁନସାନ୍‌ କରି ଟିଭି ଆଡ଼କୁ ଚାହିଁ ବସି ରହୁଥିଲେ ଦର୍ଶକ ।

୧୯୮୬ ରୁ ୧୯୮୮ ଯାଏ ପ୍ରତି ରବିବାର ସକାଳ ୮ରେ ଟେଲିକାଷ୍ଟ ହୋଉଥିଲା ‘ରାମାୟଣ’। ଯାହାର ପ୍ରତିଟି ଚରିତ୍ରକୁ ଆଜିବି ଦର୍ଶକ ଭୁଲିନାହାଁନ୍ତି। ଆଉ ଏହି ବହୁଚର୍ଚ୍ଚିତ ସିରିୟଲ ‘ରାମାୟଣ୍‌’ର ରାମ, ସୀତା ଓ ଲକ୍ଷ୍ମଣକୁ କପିଲ ଏକାଠି କରିଥିଲେ।

ତାଙ୍କ ସହ ସେୟାର କରିଥିଲେ ଏହି ସିରିୟଲ୍‌ର ପପୁଲାରିଟି ଓ ଏଥିରେ ଭଗବାନଙ୍କ ଚରିତ୍ରରେ ଆସିଲା ପରେ ଏମାନଙ୍କ ଜୀବନରେ କ’ଣ ସବୁ ପରିବର୍ତ୍ତନ ଆସିଥିଲା। ଗୋଟିଏ ସ୍କ୍ରିନ୍‌ରେ ଏମାନଙ୍କୁ ଏକାଠି କରି କପିଲଙ୍କ ଏହି କମେଡି ସୋ’ ପୁଣି ଥରେ ହାଇଲାଇଟ ହୋଇଛି ।

ଜନଜାତି ବ୍ୟାପାର ମନ୍ତ୍ରାଳୟ ଏକ୍ସପର୍ଟ କମିଟି ଚେୟାରମ୍ୟାନ୍ ହେଲେ ଡ. ହୃଷିକେଶ ପଣ୍ଡା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଗଠିତ ବିଶେଷଜ୍ଞ କମିଟିର ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ତୁଲାଇବେ ଅବସରପ୍ରାପ୍ତ ଆଇଏଏସ୍‌ ହୃଷିକେଶ ପଣ୍ଡା । ଏହି କମିଟି ମନ୍ତ୍ରାଳୟର ‘ଜଙ୍ଗଲ ଅଧିକାର ଆଇନ୍‌-୨୦୦୬’ ଅଧିନସ୍ଥ ସମସ୍ତ ବିଷୟ, ଯଥା ଜନଜାତିମାନଙ୍କର ଜଙ୍ଗଲ ସମ୍ପର୍କିତ ଅଧିକାର, ବାସ ଜମିପଟ୍ଟା, ଜୀବିକା ଆଦି ବିଷୟରେ ଅନୁଧ୍ୟାନ କରିବ । ସୂଚନାଯୋଗ୍ୟ ହୃଷିକେଶ ପଣ୍ଡା ଭାରତ ସରକାରଙ୍କ ଉପରୋକ୍ତ ମନ୍ତ୍ରାଳୟରୁ ସଚିବଭାବେ ଅବସର ନେଇଥିଲେ । ତାଙ୍କ ଅଧିନରେ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଣିପୁର, ହିମାଚଳପ୍ରଦେଶ, କର୍ଣ୍ଣାଟକ, ଅରୁଣାଚଳପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟର ଜନଜାତି ବିଭାଗର ପ୍ରମୁଖ ସଚିବ ଏବଂ ସାମାଜିକ ନ୍ୟାୟ, ପରିବେଶ, ସଂଖ୍ୟାଲଘୁ ଜନଜାତି ଆଦି ମନ୍ତ୍ରାଳୟରୁ ପ୍ରତିନିଧି ଏବଂ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଆଦି କାର୍ଯ୍ୟ କରିବେ ।

‘ଭାରତ ପ୍ରକୃତ ବନ୍ଧୁଙ୍କୁ ଏବେ ଚିହ୍ନୁଛି ’

ନୂଆଦିଲ୍ଲୀ: ଦୁନିଆରେ କୌଣସି ମଧ୍ୟ ଦେଶ ସମସ୍ତଙ୍କୁ ନିଜ ଦେଶକୁ ସ୍ୱାଗତ କରେ ନାହିଁ । ଶନିବାର ଦିନ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏଠାରେ ଆୟୋଜିତ ଗ୍ଲୋବାଲ ବିଜନେସ ସମିଟରେ ଯୋଗ ଦେଇ ସିଏଏ ଉପରେ ମତ ଦେଇ ଏହା କହିଛନ୍ତି । ସିଏଏକୁ ବିରୋଧ କରୁଥିବା ଦେଶଙ୍କୁ ସିଧାସଳଖ ଉତ୍ତର ଦେଇ ବିଦେଶ ମନ୍ତ୍ରୀ କହିଥିଲେ ଯେ, ମୋତେ ଦୁନିଆର ଏମିତି ଗୋଟିଏ ଦେଶର ନାମ କୁହନ୍ତୁ, ଯିଏ ସମସ୍ତଙ୍କୁ(ଶରଣାର୍ଥୀ) ସ୍ୱାଗତ କରିଥାଏ । ସିଏଏ ଆମର ଆଭ୍ୟନ୍ତରୀଣ ମାମଲା । ଏହା ସହ ଅନ୍ୟକୌଣସି ରାଷ୍ଟ୍ରଙ୍କର କିଛି ବି ସମ୍ପର୍କ ନାହିଁ ।

ମୋଦି ସରକାରଙ୍କ ନୂଆ ବିଦେଶ ନୀତି କାରଣରୁ ପୁରୁଣା ବନ୍ଧୁଙ୍କୁ ଭାରତ ହରାଉଛି କି ? ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ,ଏବେ ସମ୍ଭବତଃ ଭାରତକୁ ତାର ପ୍ରକୃତ ବନ୍ଧୁଙ୍କ ପରିଚୟ ମିଳୁଛି । ଗୋଟିଏ ସମୟରେ ବିପଦ ଅଧିକ ଥିଲା, ଆମ କ୍ଷମତା କମ ଥିଲା । ସେତେବେଳେ ଆମେ ଦୁନିଆକୁ ମ୍ୟାନେଜ୍ କରିବାର ରଣନୀତି ତିଆରି କରିଥିଲୁ କିନ୍ତୁ ଏବେ ସେମିତି କିଛି ନାହିଁ । ଭାରତ ଏବେ ବିଶ୍ୱର ୫ମ ବୃହତ୍ତମ ଅର୍ଥ ବ୍ୟବସ୍ଥା । ଦିନେ ଏହା ତୃତୀୟ ବୃହତ ଅର୍ଥ ବ୍ୟବସ୍ଥା ବନିଯିବ । ଦୁନିଆ ବଦଳୁଛି । ଏବେ ଆମକୁ ଦୁନିଆକୁ ଅଲଗା ଉପାୟରେ ସମ୍ଭାଳିବାକୁ ପଡିବ ।