spot_img
Home Blog Page 7192

ଟ୍ୱିଟ୍ କରି ଟ୍ରୋଲର ଶିକାର ହେଲେ ଅଭିନେତ୍ରୀ ପାୟଲ ରୋହତଗୀ

ମୁମ୍ବାଇ: ୟେସ୍ ବ୍ୟାଙ୍କରେ ଜମା ଟଙ୍କାକୁ ନେଇ ଟ୍ରୋଲ୍ ହୋଇଛନ୍ତି ଅଭିନେତ୍ରୀ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କକୁ ନେଇ ବଲିଉଡ୍ ଅଭିନେତ୍ରୀ ପାୟଲ ରୋହତଗୀ ଏକ ଟ୍ୱିଟ୍ କରିଥିଲେ । ଯାହାକୁ ନେଇ ସୋସିଆଲ୍ ମିଡିଆ ଟ୍ୱିଟରେ ତାଙ୍କୁ ଟ୍ରୋଲ୍ କରାଯାଇଛି ।ପାୟଲ ୟେସ୍ ବ୍ୟାଙ୍କକୁ ନେଇ କରିଥିବା ଟ୍ୱିଟରେ ଗୃହ ମନ୍ତ୍ରାଳୟ ଓ ପିଏମଓକୁ ଟ୍ୟାଗ୍ କରିଥିଲେ । ଯେଉଁଥିରେ ଲେଖିଥିଲେ, ‘ଏହା ଠିକ୍ ନୁହେଁ… ପୂର୍ବ ଭଳି ୟେସ୍ ବ୍ୟାଙ୍କକୁ ଚାଲୁ କରାଯାଉ । ବ୍ୟାଙ୍କରେ ମୋ ବାପାଙ୍କ ଟଙ୍କା ବି ଅଛି । ଏହା ବିଗୁଡ଼ୁଥିବା ଅର୍ଥ ବ୍ୟବସ୍ଥାର ସଙ୍କେତ ନୁହେଁ ତ ।’

https://twitter.com/Payal_Rohatgi/status/1235875133547589632

କିନ୍ତୁ, କିଛି ସମୟ ପରେ ସେ ନିଜ ଟ୍ୱିଟ୍ ଡିଲିଟ କରି ଆଉ ଏକ ଟ୍ୱିଟ୍ କରିଥିଲେ । ଯେଉଁଥିରେ ନିଜ ପିତାଙ୍କ ଜମା ଟଙ୍କା ବ୍ୟାଙ୍କରେ ଥିବା ଲେଖି ନଥିଲେ । ତା’ପରେ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଥିଲେ ।

ରାଜଧାନୀରେ କରୋନା ସନ୍ଦିଗ୍ଧ: ଇଜିପ୍ଟରୁ ଫେରିଛନ୍ତି ସନ୍ଦିଗ୍ଧ ଛାତ୍ର

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ସନ୍ଦିଗ୍ଧ କରୋନା ରୋଗୀ । ରୋଗୀ ଜଣକ ଇଜିପ୍ଟରେ ପଢୁଥିବା ଓଡିଆ ଯୁବକ ବୋଲି ଜଣାପଡିଛି । ଯୁବକଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖି ଚାଲିଛି ଚିକିତ୍ସା । ରୋଗୀଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯିବ । ରିପୋର୍ଟ ଆସିବା ପରେ ରୋଗ ବାବଦରେ କୁହାଯାଇପାରିବ ବୋଲି କହିଛନ୍ତି ହସ୍ପିଟାଲ ନିର୍ଦେଶକ ।

ୟେସ୍ ବ୍ୟାଙ୍କ ରି-ଷ୍ଟ୍ରକ୍ଚରିଂ ପ୍ଲାନ୍ ଘୋଷଣା, ଦୋଷୀଙ୍କୁ କରାଯିବ ଚିହ୍ନଟ

ନୂଆଦିଲ୍ଲୀ: ବୁଡ଼ିବନି ୟେସ୍ ବ୍ୟାଙ୍କ । ଫେରସ୍ତ ମିଳିବ ଜମା ରାଶି । ୟେସ୍ ବ୍ୟାଙ୍କ ସଙ୍କଟକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଏମିତି ଦମ୍ଭୋକ୍ତି ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବ୍ୟାଙ୍କକୁ ପୁନଃ ବ୍ୟବସ୍ଥିତ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଯୋଜନା ପ୍ରସ୍ତୁତ କରିଥିବା ସେ କହିଛନ୍ତି । ୟେସ୍ ବ୍ୟାଙ୍କ ଉପରେ ଆରବିଆଇ ୨୦୧୭ ମସିହାରୁ ନଜର ରଖିଥିଲା ।

ୟେସ୍ ବ୍ୟାଙ୍କ ଠାରୁ ଅନିଲ ଅମ୍ବାନୀ, ଏସେଲ୍ ଗ୍ରୁପ୍, ଡିଏଚଏଫଏଲ, ଭୋଡ଼ାଫୋନ କମ୍ପାନୀ ଋଣ ନେଇ ସୁଝିନାହାନ୍ତି । ଏହି ସବୁ ମାମଲା ୨୦୧୪ ପୂର୍ବର, ସେତେବେଳେ ୟୁପିଏ ସରକାରରେ ଥିଲା । ଏବେ ୟେସ୍ ବ୍ୟାଙ୍କକୁ ସଙ୍କଟରୁ ଟାଳିବା ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସବିଆଇ ଆଗ୍ରହ ପ୍ରକାଶ କରିଛି । ମାସକ ମଧ୍ୟରେ ବ୍ୟାଙ୍କକୁ ପୁନଃ ବ୍ୟବସ୍ଥିତ କରାଯିବ ।ତେବେ, ବ୍ୟାଙ୍କ ତରଫରୁ ପୁଞ୍ଜି ଆଣିବା ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ସଫଳତା ମିଳିନଥିଲା । ୨୦୦୪ରେ ପ୍ରତିଷ୍ଠା ହୋଇଥିଲା ୟେସ୍ ବ୍ୟାଙ୍କ । ୨୦୧୮ରେ ରିଜର୍ଭ ବ୍ୟାଙ୍କ ଏହାର ବୋର୍ଡରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଥିଲା । ପରେ ଋଣ ଆବଣ୍ଟନରେ ହେରଫେର ଯୋଗୁଁ ବ୍ୟାଙ୍କର ପୁଞ୍ଜି ହ୍ରାସ ପାଇଥିଲା ।

୨୦୧୮ରେ ବ୍ୟାଙ୍କର ନୂତନ ସିଇଓ ନିଯୁକ୍ତ କରାଯାଇଥିଲା । ପରେ ଦୁର୍ନୀତି ଯୋଗୁଁ ଆରବିଆଇ ନଜରକୁ ଆସିଥିଲେ । ୨୦୧୯ ମାର୍ଚ୍ଚରେ ପୁଣି ନୂଆ ସିଇଓଙ୍କୁ ନିଯୁକ୍ତ କରାଯାଇଛି ।

YES ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଆରବିଆଇର କଟକଣା

ଜନ୍ମମାଟିରେ ମାଷ୍ଟର ସେଫ୍ ଅବିନାଶଙ୍କୁ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା

ଆସିକା: ଷ୍ଟାର ପ୍ଲସ ଚ୍ୟାନେଲ୍‌ରେ ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ ମାଷ୍ଟ୍ର ସେଫ୍‌ ଇଣ୍ଡିଆ ୬ଷ୍ଠ ସିଜିନ୍‌ର ଚାମ୍ପିୟନ୍‌ ହୋଇଛନ୍ତି  ଆସିକା ଜିଲ୍ଲା କାଳଷଣ୍ଢପୁର ଗାଁର ଅବିନାଶ ନାୟକ ।

ଜାତୀୟସ୍ତରର ଏହି ରୋଷେଇ ପ୍ରତିଯୋଗିତାରେ ପ୍ରଥମ ଓଡ଼ିଆଭାବେ ଚାମ୍ପିଅନ୍ ହୋଇଛନ୍ତି ଅବିନାଶ । ଚାମ୍ପିୟନ୍‌ ହେବା ପରେ ଆଜି ପ୍ରଥମ ଥର ପାଇଁ ନିଜ ଜନ୍ମ ମାଟି ଆସିକାରେ ପଂହଁଚିଥିଲେ ।

ଏହାପରେ ଅବିନାଶଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା । ପ୍ରଥମେ ମା’ ଖମ୍ବେଶ୍ୱରୀଙ୍କୁ ଦର୍ଶନ କଲା ପରେ ଖୋଲା ଜିପ୍‌ରେ ବସାଇ ବାଣ ଫୁଟାଇ, ବାଜା ବଜାଇ ଆସିକା ସହର ପରିକ୍ରମା କରାଇଥିଲା ଗ୍ରାମବାସୀ l ସ୍ଥାନୀୟ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ସମେତ ବିଭିନ୍ନ ସଂଗଠନ ମଧ୍ୟ ସାମିଲ ହୋଇଥିଲେ ।

ଦୁର୍ଘଟଣା ପରେ ପୋଖରୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ

ଯାଜପୁର:  ଯାଜପୁର ଟାଉନ- ବରୁହାଁ  ୨୦ ନଂ ଜାତୀୟ ରାଜପଥ ରାସ୍ତାର କବୀରପୁର ଠାରେ ଭାରସାମ୍ୟ ହରାଇ ପୋଖରୀରେ ବୁଡି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ଯାଜପୁର ଟାଉନ ଅଞ୍ଚଳର ହୋଇଥିବା ବେଳେ ଜଣକଙ୍କ ନାମ ଅଭିଜିତ  ଉପାଧ୍ୟାୟ(୨୧) ଓ ଅନ୍ୟ ଜଣେ ସୁଶିଲ ରାୟ(୨୫)। ସେମାନେ ଗତକାଲି ଘରୁ ନିଜର  ବଜାଜ୍ ପଲସର ବାଇକରେ କଟକ ଯାଇଥିଲେ। କିନ୍ତୁ ଯିବା ବାଟ‌ରେ  ବଙ୍କାଣିଆ ରାସ୍ତାରେ କୌଣସି ମତେ ଭାରସାମ୍ୟ ହରାଇ ପୋଖରୀ ଭିତରୁ ପଶି ଯାଇଥିଲେ। ରାତିର ଘଟଣା ହୋଇଥିବାରୁ ଏହାକୁ ଅନ୍ୟ ଯାତ୍ରୀମାନେ ମଧ୍ୟ ଜାଣିପାରିନଥିଲେ।  ତେବେ ଆଜି ସକାଳୁ କିଛି ଲୋକ ଗୋଟିଏ ହେଲମେଟ ଭାସୁଥିବା ଦେଖିବା ସହ ପୋଖରୀ ମୂଳରେ ବାଇକଟିଏ ପଡିଥିବା ଦେଖିବାକୁ ପାଇଥିଲେ। ପରେ ଏନେଇ ସଦର ଥାନାକୁ ଖବର ଦେଇଥିଲେ। ଗ୍ରାମାବାସୀଙ୍କ ଖୋଜାଖୋଜି ବେଳେ ପୋଖରୀରୁ ଦୁଇ ଜଣଙ୍କର ମୃତ ଦେହ ଉଦ୍ଧାର କରି ଯାଜପୁର ଟାଉନ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।  ଘଟଣା ପରେ ମେଡିକାଲ ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

କରୋନା ପାଇଁ ଫେରିଲା ଆଟେଣ୍ଡାନ୍ସ ରେଜିଷ୍ଟର

ନୂଆଦିଲ୍ଲୀ: ଦେଶରେ ନିଦ ହଜାଇଲାଣି କରୋନା । ସଂକ୍ରମଣ ଦ୍ୱାରା ବ୍ୟାପୁଥିବା ଏହି ମହାମାରୀକୁ ରୋକିବାକୁ ସରକାର ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରୁଛନ୍ତି । ପର୍ଯ୍ୟଟକଙ୍କ ସଂସଦ ଭ୍ରମଣ ଉପରେ କଟକଣା କରାଯାଇଥିବା ବେଳେ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ବାୟୋମେଟ୍ରିକ୍ ଉପସ୍ଥାପନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

ସରକାର ଜାରି କରିଥିବା ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ମନ୍ତ୍ରାଳୟ ଓ ବିଭାଗରେ ଲାଗିଥିବା ବାୟୋମେଟ୍ରିକ ମେସିନକୁ କର୍ମଚାରୀ ଉପସ୍ଥାପନ ପାଇଁ ବ୍ୟବହାର କରିବେ ନାହିଁ । ତା ପରିବର୍ତ୍ତେ ସେମାନେ ପୂର୍ବଭଳି ରେଜିଷ୍ଟରରେ ଦସ୍ତଖତ କରି ଉପସ୍ଥାପ ଭରିବେ । ଏନେଇ ସମସ୍ତ ମନ୍ତ୍ରାଳୟକୁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

କାର୍ଯ୍ୟାଳୟରେ କରୋନା ସତର୍କତା, ଆଡଭାଇଜରି ଜାରି କଲେ ଏସଆରସି

‘ବିଜୁ ବାବୁ କେବେ ମଧ୍ୟ ରାଜନୈତିକ ଶତ୍ରୁତାରେ ବିଶ୍ୱାସ କରୁନଥିଲେ’

ଭୁବନେଶ୍ୱର: ବିଜୁ ବାବୁ ଥିଲେ ସହିଷ୍ଣୁ । ସେ ରାଜନୈତିକ ଶତ୍ରୁତାରେ ବିଶ୍ୱାସ କରୁନଥିଲେ । ଏଭଳି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । କମିକ୍ସ ପୁସ୍ତକ ‘ଆଡଭେଞ୍ଚର୍ସ ଅଫ୍ ଡେୟାର ଡେଭିଲ ଡେମୋକ୍ରାଟ୍’ ଉନ୍ମୋଚନ ଅବସରରେ ବିଜୁ ବାବୁଙ୍କ ବ୍ୟକ୍ତିତ୍ୱକୁ ମନେଇ ପକାଇ ଏମିତି ସେ କହିଥିଲେ ।କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ବିଜୁ ବାବୁଙ୍କୁ ଡେମୋକ୍ରାଟ୍ ଓ ଡେୟାର ଡେଭିଲ ବୋଲି କହିଥିଲେ । ବିଜୁ ବାବୁ କେବେ ମଧ୍ୟ ରାଜନୈତିକ ଶତ୍ରୁତାରେ ବିଶ୍ୱାସ କରୁନଥିଲେ । କୌଣସି ଲୋକ ବିରୋଧ କଲେ ମଧ୍ୟ ସେ ତାଙ୍କ ସହିତ ଶତ୍ରୁତା ଆଚରଣ କରୁନଥିଲେ । କିନ୍ତୁ, ଏବେ ରାଜନୀତିରେ ସହିଷ୍ଣୁତା ଶବ୍ଦ ହଜିବାକୁ ଲାଗିଲାଣି । ବିଜୁ ବାବୁ ସହିଷ୍ଣୁ ଥିଲେ ଓ ଡେୟାର ଡେଭିଲ ମଧ୍ୟ ଥିଲେ । ୧୯୬୨ରେ ଓଡ଼ିଶାକୁ ବାକି ଦେଶ ଦୁଇଟି କାରଣ ପାଇଁ ଚିହ୍ନୁଥିଲା । ଗୋଟିଏ ଥିଲା ଓଡ଼ିଶା ଜଗନ୍ନାଥଙ୍କ ଦେଶ ଏବଂ ଦ୍ୱିତୀୟ କାରଣ ଥିଲେ ବିଜୁ ବାବୁ । ସେତେବେଳେ ଓଡ଼ିଶାକୁ ବିଜୁ ବାବୁଙ୍କ ରାଜ୍ୟ ବୋଲି ବାକି ଭାରତ ଜାଣୁଥିଲା ।

ବିଜୁ ପଟ୍ଟନାୟକଙ୍କ ସହ ନିଜ ସମ୍ପର୍କ ବାବଦରେ କହି ସେ କହିଥିଲ ଯେ, ବିଜୁ ବାବୁ ମୋ ରାଜନୈତିକ ଜୀବନର ଟର୍ଣ୍ଣିଂ ପଏଣ୍ଟ୍ ଥିଲେ । ୧୯୨ରେ ତାଙ୍କ ସହ ପ୍ରଥମ ଦେଖା ବେଳେ ମୁଁ ଛାତ୍ର ଥିଲି । ତାଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲୁ । ତଥାପି ତାଙ୍କ ମନରେ ମୋ ପ୍ରତି ରାଜନୈତିକ ଆକ୍ରୋଶ ନଥିଲା । ସେ ମୋ ବଡ଼ ବାପାଙ୍କୁ ମୋ ବିଷୟରେ ପଚାରିଥିଲେ। ସେ ମୋତେ ଦେଖାକରିବାକୁ ଡକାଇଥିଲେ । କିନ୍ତୁ ମୁଁ ମନା କରିଥିଲି । ତେବେ, ବଡ଼ ବାପା ମୋତେ ତାଙ୍କ ପାଖକୁ ନେଇକି ଯାଇଥିଲେ । ବିଜୁ ବାବୁ ମୋତେ ଗାଡ଼ିରେ ବସିବାକୁ କହିଲେ । ମୁଁ ମନା କରି ଦେଇଥିଲି । ଆଉ ଥରେ ବିଜୁ ବାବୁଙ୍କୁ ପଥର ମାଡ଼ ହୋଇଥିଲା । ତାଙ୍କୁ ସୁରକ୍ଷା ଦେବାକୁ ବଡ଼ବାପା ଥିଲେ । ହେଲେ ତାଙ୍କୁ ହଟାଇ ନିଜେ ମାଡ଼ ଖାଇଲେ । ରକ୍ତାକ୍ତ ହେଲେ କିନ୍ତୁ, କୌଣସି ପୋଲିସ କେସ ହୋଇନଥିଲା । ଏପରି ବ୍ୟକ୍ତିତ୍ୱ ଥିଲେ ବିଜୁ । ପରେ ଓକିଲ ଭାବେ କଟକ ଆସିଥିଲି । ଖବର ପାଇ ବିଜୁ ଡକାଇଲେ ଅଫିସ । ଯାହା ବିରୋଧୀ ଦଳ ନେତାଙ୍କ ଘର ଥିଲା । ବିଜୁ ମୋତେ ନିର୍ବାଚନ ଲଢ଼ିବାକୁ କହିଲେ । ମୁଁ କହିଲି ଆପଣ ଜନତା ଦଳ, ମୁଁ ବାମପନ୍ଥୀ । ନିର୍ବାଚନ ଲଢ଼ିବାକୁ ମୋର ଇଚ୍ଛା ନାହିଁ । CPI ନେତା ଲୋକନାଥ ଚୌଧୁରୀଙ୍କ ସହ ବିଜୁବାବୁ ଏ ସମ୍ପର୍କରେ ଆଲୋଚନା କରିଥିଲେ । ତେଣୁ ଦଳରୁ ଇସ୍ତଫା ନ ଦେଇ ବି ଇଚ୍ଛା ବିରୋଧରେ ଜନତା ଦଳ ଟିକେଟରେ ଲଢିଲି, ଜିତିଲି ଓ କ୍ୟାବିନେଟ ମନ୍ତ୍ରୀ ହେଲି ।

ବିଜୁଙ୍କ ଜିବନୀକୁ ନେଇ କମିକ୍ସ ବୁକ୍ ‘ଆଡଭେଞ୍ଚର୍ସ ଅଫ୍ ଡେୟାର ଡେଭିଲ ଡେମୋକ୍ରାଟ୍’

କୁଆ ପଥର ମାଡ଼ରେ ଫସଲ ନଷ୍ଟ: ପରିବାର ପ୍ରତିପୋଷଣ ଲାଗି ପ୍ରଶାସନ ଭରସାରେ ଚାଷୀ

ବରଗଡ଼: ସମଗ୍ର ରାଜ୍ୟରେ ଚାଷ ପାଇଁ ବେଶ ସୁନାମ ଅର୍ଜନ କରିଛି ବରଗଡ ଜିଲ୍ଳା । ସେ ଧାନ ଚାଷ ହେଉ ବା ପନିପରିବା ଚାଷ, ସବୁଥିରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ବରଗଡ ଜିଲ୍ଳାର ଚାଷୀ । ତେବେ ବରଗଡ ଜିଲ୍ଳା ଏକ କୃଷି ପ୍ରଧାନ ଜିଲ୍ଲା ରୂପେ ପରିଗଣିତ  । ଜିଲ୍ଳାରେ ପ୍ରାୟ ୬୦% ଭାଗ ଚାଷ ଜମି ରହିଥିବା ବେଳେ ଏଠାକାର ୮୦% ଭାଗ ଲୋକ ଚାଷ ଉପରେ ନିର୍ଭର କରି ପରିବାର ପୋଷଣ କରିଥାନ୍ତି ।

ସେ ଧନୀ ହେଉ ବା ଗରୀବ ସବୁ ବର୍ଗର ଲୋକଙ୍କ ପାଇଁ ଚାଷ ହେଉଛି ଏଠାକାର ପ୍ରଧାନ ଜୀବିକା। ତେଣୁ ଜିଲ୍ଳାର ୩ ଲକ୍ଷ ପରିବାର ଚାଷ ଉପରେ ନିର୍ଭରଶୀଲ ଥିବା ବେଳେ ୨ଲକ୍ଷ, ୪୭ ହଜାର ୨୨ଜଣ ଶ୍ରମିକ ଚାଷ କାମ କରି ପରିବାର ପୋଷଣ କରିଥାନ୍ତି ।

ତେବେ ପ୍ରାୟ ୨ ଲକ୍ଷ ୪ ହଜାର ୨୪୭ ହେକ୍ଟର ଜମିରେ ଧାନ ଚାଷ କରାଯାଉଥିବା ବେଳେ ୧ଲକ୍ଷ ୪୪ ହଜାର ୫ ଶହ ହେକ୍ଟର ଜମିରେ ପନିପରିବା ତଥା ଅନ୍ୟାନ ଚାଷ କରାଯାଇ ବ୍ୟାପକ ଫସଲ ଅମଳ କରାଯାଇଥାଏ ।

ମାତ୍ର ଅଦିନିଆ ବର୍ଷା ଓ କୁଆପଥର ବର୍ଷା ବରଗଡ ଜିଲ୍ଲାର ସୋହେଲା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି l ବାଇଗଣ, କଖାରୁ, ଆଳୁ, ପିଆଜ, ପୋଟଳ, ଇତ୍ୟାଦି ଫସଲ ହାନି ହୋଇଛି l ଉଜୁଡା କ୍ଷେତ କୁ ଦେଖି ଚିନ୍ତାରେ  ଚାଷୀ l

ତେବେ ବରଗଡ଼ ଜିଲ୍ଲା ର ସୋହେଲା ଅଂଚଳ ରେ ପନିପରିବା ଚାଷ ଠାରୁ ଆରମ୍ଭ କରି ଡ଼ାଲି ଜାତୀୟ ଶସ୍ୟ ଏବଂ ତୈଳଜାତୀୟ ଶସ୍ୟ ଯାହାକି ମୁଗ, ବିରି, କୋଳଥ ପରି ଡ଼ାଲି ଜାତୀୟ ଫସଲ ତଥା ଚିନାବାଦାମ, ସୋରିଷ, ରାଶି, ସୂର୍ଯ୍ୟମୁଖୀ ତୈଳବୀଜ ଫସଲର ମଧ୍ୟ ବ୍ୟାପକ କ୍ଷତି ହୋଇଛି l ଉଜୁଡା ଖେତକୁ ଦେଖି ପରିବାର କିପରି ପୋଷଣ କରିବେ ଚିନ୍ତା କରିବା ସହ ଚାଷୀ ପ୍ରଶାସନଠୁ ସାହାଯ୍ୟ ମିଳିବ ବୋଲି ଆଶା କରିଛନ୍ତି l

ଚାଷ ଓ ଚାଷୀ ଙ୍କ ପାଇଁ ଅଧିକ ଅନୁସାଙ୍ଗିକ ସୁବିଧା ସୁଯୋଗ ମିଳିଲେ ବରଗଡ଼ ଜିଲ୍ଲା କେବଳ ଓଡ଼ିଶା ନୁହଁ ସାରା ଦେଶରେ ଚାଷ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ l ମାତ୍ର ଏହି ଅଦିନିଆ କୁଆପଥର ବର୍ଷା ବରଗଡ ଜ଼ିଲ୍ଲା ର ଚାଷୀ କୁ ହତାଶ କରିଛି ଓ ପ୍ରଶାସନ ତରଫରୁ ସହାୟତା ର ଆଶା ପୂରଣ ନହେଲେ ଚାଷୀ ରାଜରାସ୍ତା କୁ ଓ଼ଲ୍ଳେଇବେ ବୋଲି ଚେତାବନି ଦେଇଛନ୍ତି l

ଗୁଣ୍ଡଳବା ନିକଟ ସମୁଦ୍ର କୂଳରେ ୩୦ଫୁଟର ତିମି

କୋଣାର୍କ: ଅସ୍ତରଙ୍ଗର ଗୁଣ୍ଡଳବା ନିକଟ ସମୁଦ୍ର କୂଳରେ ଏକ ଠାବ ହୋଇଥିବା ବିଶାଳକାୟ ତିମି ମାଛର ମୃତଦେହକୁ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଜେସିବି ମେସିନ ସାହାଯ୍ୟରେ ଉଦ୍ଧାର କରାଯାଇଛି । ପଶୁ ଚିକିତ୍ସକଙ୍କ ଦ୍ଵାରା ମୃତଦେହର ବ୍ୟବଛେଦ କରାଯିବା ପରେ ମୃତତିମିର କିଡନୀରେ କ୍ଷତ ସୃଷ୍ଟି ହେବା ସହ ଦେହରେ ମଧ୍ୟ ଅନେକ ସ୍ଥାନରେ କ୍ଷତ ରହିଥିବା ଜଣାପଡିଛି । ଦେଢ଼ ମାସରୁ ଦୁଇ ମାସ ହେଲା ତିମିଟି ମୃତ୍ୟୁ ହୋଇଥିବା ସ୍ତାନୀୟ ପଶୁ ଚିକିତ୍ସକ କହିଛନ୍ତି । ଟ୍ରଲର କିମ୍ବା  ଜାହାଜ ମାଡରେ ତିମିର ମୃତ୍ୟୁ ହୋଇଥିବା ସେ କହିଛନ୍ତି । ଗତକାଲି ସନ୍ଧ୍ୟାରେ ମୃତଦେହଟି ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେବା ପରେ ଆଜି ସକାଳୁ ଅସ୍ତରଙ୍ଗ ବନ କର୍ମଚାରି ମାନେ ପହଂଚି ତିମି ମାଛକୁ ଉଦ୍ଧାର କରିଥିଲେ । ମୃତ ତିମିଟି  ୩୦ଫୁଟରୁ ଊର୍ଦ୍ଧ୍ୱ ଲମ୍ବା ହେବ । ଏହି ତିମି ମାଛଟି blue wheell ପ୍ରଜାତିର ହେବ ବୋଲି ଜଣା ପଡ଼ିଛି । ବ୍ୟବଚ୍ଛେଦ ପରେ ସମୁଦ୍ର କୂଳରେ ତିମିର ଗଳିତ ଦେହକୁ ବନ ବିଭାଗ ପକ୍ଷରୁ ସମୁଦ୍ରକୂଳରେ ପୋତା ଯାଇଛି  ।