spot_img
Home Blog Page 7211

ଆରମ୍ଭ ହେଲା “ମୁଁ ସଫେଇବାଲା” ଅଭିଯାନ

0

ଭୁବନେଶ୍ୱର: ସ୍ୱଚ୍ଛତା ଓ ପରିମଳ ଉପରେ ଗୁରୁତ୍ୱ ଦେଉଛି ବିଏମ୍‌ସି । ଏହାକୁ ଦୃଷ୍ଟିରେ ରଖି ମହାନଗର ନିଗମ ପକ୍ଷରୁ ନିଆଯାଇଛି ଅନେକ ପଦକ୍ଷେପ । ଆରମ୍ଭ ହୋଇଛି ‘‘ମୁଁ ସଫେଇବାଲା’’ ଅଭିଯାନ । ଅଭିଯାନରେ ନିଜେ ନିଜ ଅଞ୍ଚଳର ପରିମଳ ବ୍ୟବସ୍ଥାର ଦାୟିତ୍ୱ ନେବାକୁ ହେବ ।

Image result for mu-safaiwala-campaign-starts

ମହାଶିବରାତ୍ରୀ ପରଦିନ ପୁରୁଣା ଭୁବନେଶ୍ୱରରୁ ଅର୍ଥାତ୍‌ ଲିଙ୍ଗରାଜ ମନ୍ଦିର ଅଞ୍ଚଳରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏଣିକି ପ୍ରତ୍ୟେକ ୱାର୍ଡରେ ଆରମ୍ଭ କରାଯାଇଛି । ଆଜି ୭ନମ୍ବର ୱାର୍ଡ ଅନ୍ତର୍ଗତ ଶୈଳଶ୍ରୀ ବିହାର ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ମୁଁ ସଫେଇବାଲା କାର୍ଯ୍ୟକ୍ରମ କରାଯାଉଛି ।

ଏଥିରେ ନିଜେ ବିଏମ୍‌ସି କମିଶନର, ଛାତ୍ରଛାତ୍ରୀ, ବିଏମ୍‌ସି କର୍ମଚାରୀ, ସ୍ୱୟଂ ସହାୟିକା ଗୋଷ୍ଠୀ, ଅଞ୍ଚଳବାସୀ ଓ ଅଭିନେତାଙ୍କୁ ସାଙ୍ଗରେ ନେଇ ସଫେଇ କାର୍ଯ୍ୟ କରାଯିବ ।

ବାଧ୍ୟ ହୋଇ ନିଜ ଛୁଆକୁ ଖାଉଛି ତୁଷାରଭାଲୁ, ଜାଣନ୍ତୁ କାହିଁକି !

0

ସେଣ୍ଟ ପିଟର୍ସବର୍ଗ: ଜଳବାୟୁ ପରିବର୍ତ୍ତନ ଯୋଗୁ ମେରୁ ଅଞ୍ଚଳରେ ତାପମାତ୍ରା ବଢ଼ିବାରେ ଲାଗିଛି। ଏଠାରେ ବାସ କରୁଥିବା ତୁଷାରଭାଲୁ ପାଇଁ ଖାଦ୍ୟ ତଥା ଉପଯୋଗୀ ବାସସ୍ଥାନର ଅଭାବ ଦେଖାଦେଇଛି। ଏହାଯୋଗୁଁ ତୁଷାରଭାଲୁ ଜନବସତି ମୁହାଁ ହେବାରେ ଲାଗିଛନ୍ତି। ଖାଦ୍ୟ ଅଭାବରେ ସେମାନେ ମଣିଷକୁ ମାରି ଖାଇବା ସହିତ ନରଭକ୍ଷୀ ପାଲଟୁଛନ୍ତି। ଏହାସହିତ ଅନ୍ୟ ତୁଷାରଭାଲୁ ମା’ ଭାଲୁ ଏବଂ ଶାବକଙ୍କୁ ମଧ୍ୟ ମାରି ଖାଉଥିବା ଘଟଣା ଦୃଷ୍ଟି ଗୋଚର ହେଉଛି।

ଆଣ୍ଟାର୍କଟିକାରେ ଗତ ୨୫ ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ପ୍ରାୟ ୪୦ ପ୍ରତିଶତ ବରଫ ତରଳି ଯାଇଛି। ଫଳରେ ତୁଷାର ଭାଲୁଙ୍କ ପାଇଁ ବାସ ଉପଯୋଗୀ ସ୍ଥାନର ଅଭାବ ଦେଖାଦେଇଛି। ସେମାନଙ୍କର ସଂଖ୍ୟା ମଧ୍ୟ ଇତିମଧ୍ୟରେ କମିବାରେ ଲାଗିଛି। ଏହାକୁ ନେଇ ପ୍ରାଣୀବିଜ୍ଞାନୀମାନଙ୍କ ଚିନ୍ତା ବୃଦ୍ଧି ପାଇଛି।

ଦିଲ୍ଲୀ ହିଂସାରେ ସିସିଟିଭି ଦେଖି ଗୋଟେ ପରେ ଗୋଟେ ଅଭିଯୁକ୍ତକୁ ଗିରଫ କରୁଛି ପୋଲିସ

0

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୬୩୦ ଜଣ ଗିରଫ । ରୁଜୁ ହୋଇଛି ୧୨୩ଟି ମାମଲା । ସିସିଟିଭି ଭିଜୁଆଲକୁ ଯାଞ୍ଚ କରୁଛି ପୋଲିସ । ଡ୍ରୋନ ଦ୍ଵାରା ସ୍ଥିତି ଉପରେ ନଜର ରଖାଯାଉଛି । ସୋସିଆଲ ମିଡିଆରେ ହେଉଥିବା ପୋଷ୍ଟ ଉପରେ ମଧ୍ୟ ପୋଲିସ ସ୍ୱତନ୍ତ୍ର ଧ୍ୟାନ ଦେଉଛି । ରାତି ତମାମ ସେନାର ପହରା ଭିତରେ ଦେଶରେ ରାଜଧାନୀ ।

ଖାସକରି ମୌଜପୁର, କରାଓ୍ୱଲ ନଗର, ଭଜନପୁରୀ, ସୀଲମପୁର ଓ ଜାଫରାବାଦ ଉପରେ ପୋଲିସର କଡ଼ା ନଜର ରହିଛି । ଏହି ସବୁ ଅଞ୍ଚଳରେ ଦିଲ୍ଲୀ ପୋଲିସ ଓ ପାରା ମିଲିଟାରୀ ପୋଲିସର ଯବାନ ରାତି ସାରା ମୁତୟନ ହୋଇଛନ୍ତି । ଏହିସବୁ ଅଞ୍ଚଳରେ ଲୋକଙ୍କୁ ସାବଧାନ ରହିବା ସହ ଗୁଜବ ଉପରେ ବିଶ୍ୱାସ ନ କରିବାକୁ କୁହାଯାଇଛି । ଦୋକାନ ଖୋଲିବା ସହ ବଜାରରେ ଗହଳ ଫେରିଛି । ସେପଟେ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ହିଂସାରେ ମୃତ୍ୟୁ ସଂଖ୍ୟା ୪୧ରେ ପହଞ୍ଚିଛି ।

ଶିଶୁ ପୁତ୍ରକୁ ଜନ୍ମ ଦେଲେ ମାନସିକ ବିକାରଗ୍ରସ୍ତ ମହିଳା

0

ଭଦ୍ରକ: ରାଜ ରାସ୍ତାରେ ପ୍ରସବ । ମାନସିକ ବିକାରଗ୍ରସ୍ତ ମହିଳା ହେଲେ ମାଆ । ମାଆର ସୌଭାଗ୍ୟ ଅର୍ଜନ କରିଛନ୍ତି ସତ । କିନ୍ତୁ ସେ ମାଆର ସୁଖଠୁ ବହୁ ଦୂରରେ । କାରଣ ସେ ଜଣେ ମାନସିକ ବିକାରଗ୍ରସ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଛକରେ ।

ମିଳିଥିବା ସୂଚନା ଅନୁସାରେ ମହିଳା ଜଣଙ୍କ ମାନସିକ ବିକୃତ । ତେବେ ବଡ଼ କଥା ହେଉଛି ମହିଳାଙ୍କ ଅସହାୟତାର ସୁଯୋଗ ନେଇ ତାଙ୍କୁ କେହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଫଳରେ ସେ ଗର୍ଭବତୀ ଥିଲେ ।

ଶୁକ୍ରବାର ରାତିରେ ଜନଗହଳିପୂର୍ଣ୍ଣ ବନ୍ତ ଛକରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା । କିଛି ସାମାଜିକ ସଂଗଠନର ଲୋକ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏନେଇ ଖବର ପ୍ରଚାରିତ ହେବା ପରେ ଉଭୟ ମାଆ ଓ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି ।

ଆଜି ସରୁଛି ଟ୍ରାଫିକ୍‌ କଣ୍ଟ, ଏଣିକି ଆହୁରି ଜୋରଦାର ହେବ ଚେକିଂ

ଭୁବନେଶ୍ୱର: ଗାଡ଼ି ଚଳାଉଛନ୍ତି ତ ହୋଇଯାଆନ୍ତୁ ସାବଧାନ । ପାଖରେ ଗାଡ଼ି କାଗଜପତ୍ର ଠିକ୍‌ ଅଛି ତ । ନହେଲେ ମଝି ରାସ୍ତାରେ ଦେବାକୁ ହେବ ମୋଟା ଅଙ୍କର ଫାଇନ । ଆଜି ସରୁଛି ଡେଡ୍‌ଲାଇନ । ମାର୍ଚ୍ଚ ପହିଲାରୁ ଆହୁରି କଠୋର ହେବ ଟ୍ରାଫିକ ଆଇନ ।

ଚେକିଂ ହେବ କଡ଼ାକଡ଼ି । ବିନା କାଗଜପତ୍ରରେ ଗାଡି ଚଳାଇଲେ ଦେବାକୁ ପଡିବ ମୋଟା ଅଙ୍କର ଫାଇନ୍‌ । ସେଥିପାଇଁ କାଗଜପତ୍ର ପ୍ରସ୍ତୁତ କରିବାକୁ ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ପୂର୍ବରୁ ଦୁଇ ଦୁଇ ଥର ଟ୍ରାଫିକ ନିୟମ କୋହଳ ହୋଇଥିବାବେଳେ ତଥାପି ସରିନି କାଗଜପତ୍ର ତିଆରି କାମ ।

କରୋନା କବଳରେ ତିନୋଟି ମହାଦେଶ, ଭାରତକୁ ନାହିଁ ବିପଦ

କରୋନା କବଳରେ ତିନୋଟି ମହାଦେଶ । ଚାଇନା ପରେ ଇରାନ, ଇଟାଲୀ, ଜର୍ମାନୀରେ କରୋନା ଭାଇରସର ତାଣ୍ଡବ ଦେଖିବାକୁ ମିଳିଛି । ତେବେ ଭାରତରେ କରୋନାକୁ ନେଇ ଭୟଭିତ ହେବାର ନାହିଁ ବୋଲି କହିଛନ୍ତି ସରକାର ।

Corona

ନାଇଜେରିଆରେ ପ୍ରଥମ କରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛି । ସେପଟେ ଇରାନରେ ଭାଇରସ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ମଧ୍ୟ ପ୍ରାଚ୍ୟ ଦେଶ ଗୁଡିକ ଇଟାଲୀ ଓ ଇରାନକୁ ସମସ୍ତ ବିମାନ ବାତିଲ କରିଛନ୍ତି ।

ଇଟାଲୀର କିଛି ସହର ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଜାପାନରେ ମଧ୍ୟ କରୋନା ପ୍ରଭାବରେ ସ୍କୁଲ, କଲେଜକୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନରେ ମଧ୍ୟ କରୋନା ଭୟରେ ସ୍କୁଲକୁ ବନ୍ଦ କରାଯାଇଛି ।

ସେପଟେ ଆରବରେ ଧାର୍ମିକ ସ୍ଥଳ ମକ୍କାକୁ ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରିଦିଆଯାଇଛି । ଚୀନରେ ଭାଇରସ ପ୍ରଭାବ ଯୋଗୁଁ ସରକାର ପୁରା ଦେଶରେ ଆମିଷ ବଜାର ଉପରେ କଟକଣା ଲଗାଇଛନ୍ତି । ତେବେ ଚୀନରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

୨୦ ଟଙ୍କାରୁ କମ୍ ମୂଲ୍ୟରେ ମିଳୁଛି ଡାଟା ଏବଂ ଅସୀମିତ କଲିଂ

ନୂଆଦିଲ୍ଲୀ: ମହଙ୍ଗା ଯୁଗରେ ଶସ୍ତା ସେବା । ଡିସେମ୍ବର ୨୦୧୯ରେ ଟେଲିକମ୍ କମ୍ପାନୀଗୁଡ଼ିକ ଶୁଳ୍କ ବୃଦ୍ଧି ପରେ ରିଚାର୍ଜ ପାଇଁ ଉପଭୋକ୍ତାଙ୍କୁ ବାଧୁଛି । ନମ୍ବର ରିଚାର୍ଜ କରିବାକୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ଉପଭୋକ୍ତାମାନେ କମ୍ ମୂଲ୍ୟରେ ସର୍ବୋତ୍ତମ ଲାଭ ମିଳୁଥିବା ଯୋଜନା ଚାହାଁନ୍ତି । ଆସନ୍ତୁ ଜାଣିବା ପ୍ରମୁଖ ଟେଲିକମର ଏମିତି କିଛି ପ୍ଲାନ୍ । ଯେଉଁଥିରେ ଆପଣ ମାତ୍ର ୨୦ ଟଙ୍କାରେ ପାଇବେ ଡାଟା ସହ କଲିଂର ସୁବିଧା ।ଭୋଡ଼ାଫୋନ୍

ଉପଭୋକ୍ତାଙ୍କୁ ଭୋଡ଼ାଫୋନ୍ ମାତ୍ର ୧୯ ଟଙ୍କାରେ ପ୍ରଦାନ କରୁଛି ପ୍ଲାନ । ୨ ଦିନର ବୈଧତା ବିଶିଷ୍ଟ ଏହି ପ୍ଲାନରେ ୨୦୦ ଏମବି ଡାଟା ସହ କଲିଂ ସୁବିଧା ମିଳୁଛି । ଏହି ଯୋଜନାର ଗ୍ରାହକମାନେ ଦେଶର ସମସ୍ତ ନେଟୱାର୍କରେ ଅସୀମିତ କଲିଂ କରିପାରିବେ ।ଏୟାରଟେଲ

ଭୋଡ଼ାଫୋନ ଭଳି ଏୟାରଟେଲ ୧୯ ଟଙ୍କାରେ ସେବା ଯୋଗାଉଛି । ଯଦି ଆପଣ ଜଣେ ଏୟାରଟେଲ୍ ଉପଭୋକ୍ତା ଏବଂ ଶସ୍ତା କଲିଂ ସହ ଡାଟା ସୁବିଧା ଚାହୁଁଛନ୍ତି, ତେବେ ୧୯ ଟଙ୍କା ଯୋଜନା ଆପଣଙ୍କ ପାଇଁ ସର୍ବୋତ୍ତମ । ଏହି ଯୋଜନାରେ ସମସ୍ତ ନେଟୱାର୍କକୁ ଅସୀମିତ କଲିଂ ସହ ୨୦୦ ଏମବି ଡାଟା ମିଳୁଛି । ଏହି ପ୍ଲାନର ବୈଧତା ହେଉଛି ୨ ଦିନ ।ରିଲାଏନ୍ସ ଜିଓ

ଜିଓ ୨୦ ଟଙ୍କାରୁ କମ୍ ଡାଟା ଭାଉଚର୍ ଆଣିଛି । ୧୧ ଟଙ୍କା ମୂଲ୍ୟରେ ଆସୁଥିବା ଏହି ଆଡ୍-ଅନ୍ ପ୍ୟାକରେ ୪୦୦ ଏମସି ଡାଟା ମିଳିବ । ଏହି ଯୋଜନାରେ କଲିଂ ସୁବିଧା ଉପଲବ୍ଧ ନାହିଁ । ଜିଓର ୨୧ ଟଙ୍କା ପ୍ୟାକ୍ ଉପରେ ଏକ ଡାଟା ଆଡ୍ ଅଛି । ଏଥିରେ କମ୍ପାନୀ ସକ୍ରିୟ ଯୋଜନା ଉପରେ ଅତିରିକ୍ତ ୧ ଜିବି ଡାଟା ଦେଉଛି ।

ଅଳ୍ପ ବଢ଼ିଲା ଅଭିବୃଦ୍ଧି ହାର, ତୃତୀୟ ତ୍ରୈମାସିକରେ GDP ୪.୭%

ନୂଆଦିଲ୍ଲୀ: ସୁସ୍ଥ ହୋଇ ପଡ଼ିଥିବା ଭାରତୀୟ ଅର୍ଥନୀତି ଟିକେ ଉଠିଛି, ସୁଧାର ଆସିନି । ଗତ କିଛି ମାସ ମଧ୍ୟରେ ଅର୍ଥ ମନ୍ତ୍ରଣାଳୟ ନେଇଥିବା ବିଭିନ୍ନ ପଦକ୍ଷେପ ଫଳରେ ମାନ୍ଦା ପଡ଼ିଥିବା ଜିଡିପି ଅଭିବୃଦ୍ଧି ଟିକେ ବଢ଼ିଛି । ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ (ଅକ୍ଟୋବର-ଡିସେମ୍ବର) ଜିଡିପି ଅଭିବୃଦ୍ଧି ହାର ୪.୭% ରହିଛି । ଦ୍ୱିତୀୟ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ମାତ୍ର ୪.୫% ଥିଲା । ଯାହାକି ୬ ବର୍ଷରେ ସର୍ବନିମ୍ନ । ୨୦୧୮-୧୯ ତୃତୀୟ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ହାର ୫.୬% ଥିଲା । ଅନେକ ଆର୍ଥିକ ଏଜେନ୍ସି ତୃତୀୟ ତ୍ରୈମାସିକରେ ଅଭିବୃଦ୍ଧି ହାର ୪% ପୂର୍ବାନୁମାନ କରିଥିଲେ ।ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଡିସେମ୍ବର ଅବଧିରେ ଭାରତୀୟ ଅର୍ଥନୀତି ୫.୧% ବେଗରେ ବୃଦ୍ଧି ପାଇଛି ଯାହା ପୂର୍ବ ଆର୍ଥିକ ବର୍ଷରେ ସମାନ ଅବଧିରେ ୬.୩% ଥିଲା । ଅଭିବୃଦ୍ଧି ହାରର ଅଭିବୃଦ୍ଧି ସୂଚାଇ ଦେଉଛି ଯେ ଦେଶରେ ଆର୍ଥିକ ଅଭିବୃଦ୍ଧି ମନ୍ଥର ଗତିରେ ଚାଲିଛି । କରୋନା ଭୂତାଣୁ ଯୋଗୁଁ ବିଶ୍ୱରେ ମାନ୍ଦାବସ୍ଥା ଲାଗି ରହିଛି, ଯାହାର ପ୍ରଭାବ ପଡ଼ିଛି ଭାରତ ଉପରେ । ଭାଇରସ ବିସ୍ତାର ହେବାର ଆଶଙ୍କା କରି ଶୁକ୍ରବାର ଦିନ ଷ୍ଟକ୍ ମାର୍କେଟ ବନ୍ଦ ହୋଇଯାଇଥିଲା ।  ସେନସେକ୍ସ ଏପର୍ଯ୍ୟନ୍ତ ଦ୍ୱିତୀୟ ଐତିହାସିକ ହ୍ରାସ ଘଟି ରେକର୍ଡ କରିଛି ।

ଏସିଆ ମହାଦେଶର ପୂରା ବଜାର ଉପରେ କରୋନା ଭୂତାଣୁର ପ୍ରଭାବ

ଭୁବନେଶ୍ୱର ସଭାରେ ଅମିତ ଶାହଙ୍କ ଦୃଢୋକ୍ତି, ନାଗରିକତା ନେବାକୁ ନୁହେଁ ଦେବାକୁ ଉଦ୍ଦିଷ୍ଟ CAA

ଭୁବନେଶ୍ୱର : ନାଗରିକତା ସଂଶୋଧନ ଆଇନକୁ ନେଇ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି ବିରୋଧୀ । କେବେବି ଏହା ନାଗରିକଙ୍କ ବିରୋଧରେ କରାଯାଇନାହିଁ । ନାଗରିକତା ନେବାକୁ ନୁହେଁ ବରଂ ଦେବାକୁ ଉଦ୍ଦିଷ୍ଟ CAA । କେନ୍ଦ୍ରୀୟ ନାଗରିକତା ଆଇନ୍ ପ୍ରସଙ୍ଗରେ ସତେଚନ କରାଇବାକୁ ଭୁବନେଶ୍ୱରରେ ଆୟୋଜିତ ଜନ ସମାବେଶରେ ଯୋଗଦେଇ କିଛି ଏଭଳି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ଆହୁରି କହିଛନ୍ତି ଯେ, ରାଷ୍ଟ୍ରର ସୁରକ୍ଷା ମୋଦି ସରକାରଙ୍କ ପ୍ରାଥମିକତା । ସିଏଏ ଲାଗୁପରେ କୌଣସି ମୁସଲମାନଙ୍କ ନାଗରିକତା ଯିବାନାହିଁ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ଧାରା ୩୭୦ ଉଚ୍ଛେଦ ଓ ରାମ ମନ୍ଦିର ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଥିଲେ । ୫୫ ବର୍ଷରେ କେନ୍ଦ୍ରରେ କଂଗ୍ରେସ ସରକାର ଯାହା କରିପାରିନଥିଲେ ଗତ ୫ ବର୍ଷ ମଧ୍ୟରେ ମୋଦି ସରକାର ଏଭଳି କରି ଦେଖାଇପାରିଥିବା ସେ କହିଥିଲେ । ଓଡ଼ିଶାକୁ ମଧ୍ୟ ୟୁପିଏ ଠାରୁ ଏନଡିଏ ସମୟରେ ଅଧିକ ଅନୁଦାନ ମିଳିଥିବା ସେ କହିଛନ୍ତି । ଗତ ୫ ବର୍ଷରେ ମୋଦି ସରକାର ଓଡ଼ିଶାକୁ ୨ ଲକ୍ଷ ୧୧ ହଜାର ୫ ୧୦ କୋଟି ଟଙ୍କାର ଅନୁଦାନ ଦେଇଥିବା ସେ କହିଛନ୍ତି । ଗୁଜରାଟ ଭଳି ଓଡ଼ିଶାର ବିକାଶ ହେବାକୁ କେନ୍ଦ୍ର ସରକାର ଚାହାଁନ୍ତି ବୋଲି ସେ କହିଛନ୍ତି । କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଶାହା ।

ଗୋଟିଏ ଟେବୁଲରେ ବନ୍ଧୁ ଓ ଶତ୍ରୁ, ନବୀନଙ୍କ ଘରେ ଏକାଠି କଲେ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର: ଏକଦା ପରସ୍ପରର କଟ୍ଟର ବିରୋଧୀ ଥିବା ଗୃହମନ୍ତ୍ରୀ ଅମିତ ଶାହ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିଛି । ଦିନଥିଲା କେହି କାହାକୁ ସାମ୍ନାସାମ୍ନି ଦେଖିପାରୁନଥିଲେ । ଦିନେ ପଶ୍ଚିମବଙ୍ଗରେ ଅମିତ ଶାହଙ୍କୁ ପୁରେଇ ନଦେବାକୁ ଦିଦି ଚେତାବନୀ ଦେଇଥିଲେ ତ ଅମିତ ଶାହା ବି କହିଥିଲେ ବଙ୍ଗରେ ବିଜୟକୁ ସୁନିଶ୍ଚିତ କରିବୁ । ବଙ୍ଗ ଅସ୍ମିତାର କଥା କହି ରାଜନୀତିର ବଡ଼ ମଇଦାନରେ ମମତା, ଶାହଙ୍କୁ ଦେଇଥିଲେ ଚେକ୍ । ଦିଲ୍ଲୀରେ ବି ଗର୍ଜନ କରିଥିଲେ ଦିଦି । ତେବେ ପଶ୍ଚିମବଙ୍ଗ ନିର୍ବାଚନ ପାଖେଇ ଆସୁଥିବା ବେଳେ ମମତା ନିଜର ରାଜନୀତିକ ବାଜି ପରିବର୍ତ୍ତନ କଲା ଭଳି ମନେହେଉଛି ।

କାରଣ ମମତା ଆଜି ଅମିତ ଶାହାଙ୍କ ସହ ଏକାଠି ବସି ଗୋଟିଏ ଟେବୁଲରେ ଭୋଜନ କରିଛନ୍ତି । ଅବସର ଥିଲା ଭୁବନେଶ୍ୱରରେ ଆୟୋଜିତ ପୂର୍ବାଞ୍ଚଳ ପରିଷଦର ବୈଠକ । ଏଥିରେ ଯୋଗଦେବାକୁ ଉଭୟ ଓଡ଼ିଶା ଆସିଥିଲେ । ବୈଠକ ସରିବା ପରେ ଦୁହେଁ ନବୀନ ନିବାସ ଯାଇଥିଲେ । ସେଠାରେ ପୂର୍ବ ପ୍ରସ୍ତୁତି ଆନୁସାରେ ଗୋଟିଏ ଡାଇନିଂ ଟେବଲରେ ବସି ଦୁଇ ହେଭିୱେଟ୍ ଏକାଠି ଖାଇଥିଲେ । ଡାଇନିଂରେ ସାମ୍ନାସାମ୍ନି ବସିଥିଲେ ଅମିତ ଶାହ ଓ ମମତା ବାନାର୍ଜୀ । ଗୋଟିଏ ପଟରେ ନୀତିଶ କୁମାର ଓ ଅମିତ ଶାହ ବସିଥିବା ବେଳେ ସାମ୍ନାରେ ବସିଥିଲେ ଧର୍ମେନ୍ଦ୍ର ପ୍ରଧାନ ଓ ମମତା ବାନାର୍ଜୀ ।

ଡାଇନିଂର ଅନ୍ୟ ଏକ ପାର୍ଶ୍ୱରେ ବସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ପରିଷଦର ବୈଠକ ପରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଗୃହମନ୍ତ୍ରୀ ଶାହ ପହଞ୍ଚିଥିଲେ ନବୀନ ନିବାସରେ । ସେଠାରେ ପାରଂପରିକ ଓଡ଼ିଆ ବ୍ୟଞ୍ଜନ ସମସ୍ତଙ୍କୁ ପରଷା ଯାଇଥିଲା । ଚର୍ଚ୍ଚା ଚାଲିଛି, ମମତା ଅଧିକ କେନ୍ଦ୍ର ବିରୋଧୀ ନହେଇ ଏବେ ନିଜ କାମ ଉପରେ ଫୋକସ୍ କରିବା ସହ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରୁଛନ୍ତି । ତା ନହୋଇଥିଲେ ଯେଉଁ ମମତା ଦିନେ କେନ୍ଦ୍ରର ଅଧିକାଂଶ ବୈଠକକୁ ବର୍ଜନ କରୁଥିଲେ ଆଜି ଶାହାଙ୍କ ସହ ମଧ୍ୟାହ୍ନ ଭୋଜନ କରିବାକୁ ରାଜି ହୋଇନଥାନ୍ତେ ।