spot_img
Home Blog Page 7215

ଲକଡାଉନ୍ ପରେ ରାଜ୍ୟକୁ ଫେରିବେ କେତେ ଲକ୍ଷ ଓଡ଼ିଆ ? ଜାଣନ୍ତୁ କଣ ହୋଇଛି ବ୍ୟବସ୍ଥା…

ଭୁବନେଶ୍ୱର: ଲକଡାଉନ୍ ସହ ଠପ୍ ହୋଇଯାଇଛି ଦେଶ । ଭୂତାଣୁ ଭୟରେ ଅଜଣା ରାଇଜରେ ହାତବାନ୍ଧି ବସିଥିବା ଓଡ଼ିଆ ଘରକୁ ଫେରିବାକୁ ଚାହୁଁଛନ୍ତି । ଲକଡାଉନ୍ କୋହଳ ପରେ ପ୍ରବାସୀ ଓଡ଼ିଆ କେମିତି ଘରକୁ ଫେରିବେ ସେନେଇ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ୬ ହଜାର ୭୯୫ ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ।

ପଞ୍ଚାୟତରେ ଓଡ଼ିଶା ଫେରନ୍ତାଙ୍କ ଲାଗି ହୋଇଥିବା ବ୍ୟବସ୍ଥା ବିଷୟରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ବିଭାଗର ସଚିବ ଡିକେ ସିଂ । ପ୍ରାୟ ୭ ଲକ୍ଷ ୫୦ ହଜାର ଓଡ଼ିଆ ଲୋକ ବାହାର ରାଜ୍ୟରେ ଅଛନ୍ତି । ସେମାନେ ରାଜ୍ୟକୁ ଫେରିବା ପାଇଁ ବହୁତ ବ୍ୟଗ୍ର ଅଛନ୍ତି । ସେମାନଙ୍କ ପାଇଁ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି । ପ୍ରବାସୀ ଓଡ଼ିଶା ଫେରିବା ପାଇଁ ପୋର୍ଟାଲରେ ରେଜିଷ୍ଟ୍ରେସନ୍ କରିବେ ।

ପଞ୍ଜିକରଣ ପାଇଁ ୩ଟି ମାଧ୍ୟମ ଅଛି । ପୋର୍ଟାଲରେ ନିଜେ ପଞ୍ଜିକରଣ କରିବେ, ସମ୍ପର୍କୀୟ କରିବେ । ପଞ୍ଚାୟତରେ ଫର୍ମ ପୂରଣ କରିପାରିବେ । ପଞ୍ଜିକରଣ ଶୁକ୍ରବାର ଦିନଠାରୁ ଆରମ୍ଭ ହେବ । ବିନା ପଞ୍ଜିକରଣରେ କେହି ବି ରାଜ୍ୟ ବାହାରୁ ଓଡ଼ିଶାକୁ ଆସିପାରିବେ ନାହିଁ ।

ଯେଉଁମାନେ ବାହାରୁ ଆସିବେ ଟ୍ରେନ୍, ବସରୁ ଓହ୍ଲାଇବା ପରେ ତାଙ୍କୁ ବ୍ଲକ ଓ ପଞ୍ଚାୟତ ଅନୁସାରେ ବିଭକ୍ତ କରାଯିବ । ତାପରେ ବ୍ଲକ, ପଞ୍ଚାୟତ ପକ୍ଷରୁ ତାଙ୍କୁ ଗାଡ଼ିରେ ପଞ୍ଚାୟତ ମେଡିକାଲ କ୍ୟାମ୍ପକୁ ନିଆଯିବ । ସ୍ୱାସ୍ଥ୍ୟ ପରୀକ୍ଷା ପରେ କ୍ୱାରେଣ୍ଟାଇନରେ ରହିବେ, ଘରକୁ ଯାଇପାରିବେ ନାହିଁ । କ୍ୱାରେଣ୍ଟାଇନ କେନ୍ଦ୍ରରେ ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ୧୪ ଦିନ ପରେ ସ୍ୱାସ୍ଥ୍ୟ ଠିକ୍ ଥିଲେ ଘରକୁ ଯିବେ ।

କେଉଁ ପଞ୍ଚାୟତକୁ କେତେ ଲୋକ ଆସିବେ ସେହି ଅନୁସାରେ ପ୍ଲାନିଂ କରାଯିବ । ଏବେ ସୁଦ୍ଧା ପଞ୍ଚାୟତରେ ୨ ଲକ୍ଷ ବେଡ୍ କରାଯାଇଛି । ଆଶା କରୁଛୁ ପ୍ରାୟ ୫ ଲକ୍ଷ ପ୍ରବାସୀ ଓଡ଼ିଶା ଫେରିବେ । ଗଞ୍ଜାମ, କେନ୍ଦ୍ରାପଡ଼ା ଜିଲ୍ଲାରୁ ଅଧିକ ଲୋକ ଆସିବାକୁ ଥିବାରୁ ଏ ଜିଲ୍ଲାରେ ବେଡ୍ ସଂଖ୍ୟା ବଢ଼ାଯିବ । ଏଠାରେ ଖାଇବା, ପିଇବା ଠାରୁ ଡାକ୍ତରୀ ସମସ୍ତ ସୁବିଧା ମିଳିବ ।

ପଞ୍ଚାୟତରେ ହୋଇଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଦାୟିତ୍ୱରେ ଜଣେ ଅଧିକାରୀ ରହିବେ । ତାଙ୍କ ନମ୍ବର, ନାମ, ପଦବୀ ୱେବସାଇଟରେ ଦିଆଯିବ । ଲକଡାଉନ ଖୋଲିବା ପରେ ନୋଡାଲ୍ ଅଫିସର ବାହାରେ ଥିବା ବ୍ୟକ୍ତି କେମିତି ଫେରିବେ ସେନେଇ ବ୍ୟବସ୍ଥା କରିବେ । ଗ୍ରାମାଞ୍ଚଳରେ ଫେରିଥିବା ବ୍ୟକ୍ତି ଘରେ ନୁହେଁ ସରକାରୀ କ୍ୱାରେଣ୍ଟାଇନରେ ରହିବେ । ପଜିଟିଭ୍ ବାହାରିଲେ ନିକଟସ୍ଥ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯିବ ।

ପ୍ରବାସୀ ଓଡ଼ିଆଙ୍କ ସମସ୍ୟାର ସମାଧାନ ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର: ବାହାର ରାଜ୍ୟରେ ଫସିଥିବା ଓଡିଆଙ୍କ ସୁରକ୍ଷା ପାଇଁ ଓଡିଶା ବିଧାନସଭା ପରିସରରେ ଖୋଲିଲା କଣ୍ଟ୍ରୋଲ ରୁମ । ରାଜ୍ୟ ବାହାରେ ରହୁଥିବା ଶ୍ରମିକ, ଛାତ୍ରଛାତ୍ରୀମାନଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବ ଏହି କଣ୍ଟ୍ରୋଲ ରୁମ । ଆଜିଠାରୁ କାର୍ଯ୍ୟକ୍ଷମ ହୋଇଥିବା ଏହି କଣ୍ଟ୍ରୋଲ ରୁମ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ବିଧାନସଭା ସଚିବାଳୟର ଉପ ସଚିବ ଶିଶିରକାନ୍ତ ସ୍ୱାଇଁ ଏହି କଣ୍ଟ୍ରୋଲ ରୁମର ନୋଡାଲ ଅଫିସର ଭାବେ ଦାୟିତ୍ୱରେ ଅଛନ୍ତି । ବିଧାୟକ ଓ ସାଂସଦମାନେ ଏହି କଣ୍ଟ୍ରୋଲ ରୁମ ଜରିଆରେ ରାଜ୍ୟ ବାହାରେ ଫସିରହିଥିବା ଓଡିଆଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିପାରିବେ । ବିଧାନସଭା ସଚିବାଳୟ ଏହିସବୁ ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ରାଜ୍ୟର ବିଧାନସଭା ଏବଂ ସଂସଦ ସହ ଯୋଗାଯୋଗ କରି ସେମାନଙ୍କ ସମସ୍ୟାର ସମାଧାନ କରିବେ ।

ଆତଙ୍କୀସ୍ଥାନର କରୋନା ଚେହେରା, ଜମ୍ମୁ କଶ୍ମୀରରେ ସଂକ୍ରମଣ ବୃଦ୍ଧି ଷଡ଼ଯନ୍ତ୍ର

ଶ୍ରୀନଗର: ଭାରତର ଚିନ୍ତା ବଢ଼ାଉଛି ପଡ଼ୋଶୀ ପାକିସ୍ତାନ । ଆତଙ୍କବାଦୀଙ୍କୁ ଜମ୍ମୁ କାଶ୍ମୀରକୁ ଅନୁପ୍ରବେଶ କରାଇ ହିଂସା ସୃଷ୍ଟି କରୁଥିବା ପାକିସ୍ତାନ ଏବେ ନୂଆ ଚାଲ୍ ରହିଛି । ପାକିସ୍ତାନ ନିଜେ କରୋନା ସଂକ୍ରମଣ ଦ୍ୱାରା ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ସେଠାରେ ସ୍ଥାନୀୟ ତବଲିଗି ଜମାତ୍ କରୋନା ସଂକ୍ରମଣର ମୁଖ୍ୟ ଭୂମିକା ନିର୍ବାହ କରିଥିବା ଅଭିଯୋଗ ଆସିଛି । ଅନ୍ୟପକ୍ଷରେ ପାକିସ୍ତାନ ଏଥିରୁ ରାଜନୈତିକ ଓ ସାମରିକ ଫାଇଦା ଉଠାଇବାକୁ ଭାରତ ଭିତରକୁ ସଂକ୍ରମିତଙ୍କୁ ପଠାଇବା ପାଇଁ ଷଡ଼ଯନ୍ତ କରୁଥିବା ସୂଚନା ଦେଇଛନ୍ତି ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ୍ ସିଂ ।

ଯାଜପୁରରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ: ୮୩ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ । ଚିହ୍ନଟ ରୋଗୀ ଜଣଙ୍କ ଯାଜପୁର ଅଞ୍ଚଳର ୩୮ ବର୍ଷିୟ ପୁରୁଷ । ସେ ପଶ୍ଚିମବଙ୍ଗ ଫେରନ୍ତା । ଏଥିସହିତ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି ।   ଏ ନେଇ  ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ବାଲେଶ୍ୱରରୁ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ… ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି

କରୋନା ମୁକାବିଲା: ଚୀନ ଭାରତକୁ ପଠାଇଥିଲା ଖରାପ PPE ? ନୀତି ଆୟୋଗ ସଦସ୍ୟ ଦେଲେ ଏମିତି ଉତ୍ତର ..

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ପାଇଁ ଭାରତ ସହ ପୂରା ବିଶ୍ୱର ବଦଳିଛି ଚିତ୍ର । ବର୍ତ୍ତମାନ ଠାରୁ ଭବିଷ୍ୟତ ପର୍ଯ୍ୟନ୍ତ ଏହି ମାରାତ୍ମକ କରୋନା ଭାଇରସ ମାନବ ଜୀବନକୁ ପ୍ରଭାବିତ କରିବ । ନିତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପାଲଙ୍କ ଅନୁଯାୟୀ, ଏହି ଭାଇରସ୍ ସେତେବେଳେ ବିଲୋପ ହେବା ଯେତେବେଳେ ସମଗ୍ର ବିଶ୍ୱ ଏହାକୁ ହରାଇବାକୁ ସଫଳ ହେବ । ଚୀନରୁ ଆସିଥିବା ତ୍ରୁଟିପୂର୍ଣ୍ଣ ପିପିଇ କିଟ୍ ଉପରେ ସେ କହିଛନ୍ତି ଯେ, କେହି ଏହି ପିପିଇ କିଟକୁ ଦାନରେ ଦେଇଥିଲେ କିନ୍ତୁ ଏବେ ଏହାକୁ ଫେରସ୍ତ କରାଯିବ । ସେ କହିଛନ୍ତି ଯେ  ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ହାତ ଧୋଇବା ଭଳି କାର୍ଯ୍ୟ କରିବା ଏବେ ଅତ୍ୟନ୍ତ ଆବଶ୍ୟକ ।

ଚୀନରୁ ଆସିଥିବା PPE କିଟ୍ ବିଫଳ ହୋଇଛି କି?

ପାଲ କହିଛନ୍ତି ଯେ, ଚୀନର କେହି ଜଣେ ପିପିଇକୁ ଦାନ ଦେଇଛନ୍ତି କିନ୍ତୁ ଖରାପ କ୍ୱାଲିଟି ପାଇଁ ଏହାକୁ ଫେରାଇ ଦିଆଯିବ । ଏହି ଖରାପ ପିପିଇ ଯୋଗୁଁ ଦେଶରେ ବହୁତ ଉତ୍ତେଜନା ହୋଇଥିଲା । ଚୀନ୍ ଅନ୍ୟ ଦେଶକୁ ଖରାପ ପିପିଇ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଯଦିଓ ଚୀନ୍ ଭାରତକୁ ସ୍ପଷ୍ଟୀକରଣ ଦେଇ କହିଛି ଯେ ପ୍ରତ୍ୟେକ ଦେଶ ସାମଗ୍ରୀ ଆମଦାନୀ କରିବା ପୂର୍ବରୁ କମ୍ପାନୀର ଗୁଣବତ୍ତା ଏବଂ ଏହାର ଉତ୍ପାଦ ଯାଞ୍ଚ କରିବା ଉଚିତ୍ ।

ବର୍ତ୍ତମାନ କେଉଁ କେଉଁ ଜିନିଷ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ

ପାଲ୍  ଗଣମାଧ୍ୟମକୁ କହିଛନ୍ତି ଯେ,  ବର୍ତ୍ତମାନ ଆମେ ବଜାରରୁ ଦୋକାନ ପର୍ଯ୍ୟନ୍ତ କମ୍ ଭିଡ଼ରେ ଜାତାୟତ କରିବା ଆବଶ୍ୟକ । ଯେତେବେଳେ ଆମେ ନିଜ ଭିତରେ ଫ୍ଲୁ ଭଳି କୌଣସି ଲକ୍ଷଣ ପାଉଛୁ, ସେତେବେଳେ ଆମେ ନିଜକୁ କ୍ୱାରେଣ୍ଟାଇନରେ ରଖିବା ନିହାତି ଆବଶ୍ୟକ ।

ଲକଡାଉନ୍ ରୁ କଣ ଲାଭ ମିଳିବ ?

ପାଲ୍ କହିଛନ୍ତି ଯେ, ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଆମେ ଆଶା କରୁଛୁ ଲୋକମାନେ ଲକଡାଉନ୍ ନିୟମ ପାଳନ କରିବେ । ତେବେ ବର୍ତ୍ତମାନ ଦେଶରେ ସୀମିତ ସଂଖ୍ୟକ ହଟସ୍ପଟ୍ ରହିବା ସହ ପରିସ୍ଥିତି ନିୟନ୍ତ୍ରଣରେ ଅଛି । ଆମେ ମଧ୍ୟ ପ୍ରଥମ ରାଉଣ୍ଡ ଲକଡାଉନରେ ଜିନିଷଗୁଡ଼ିକୁ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଥିଲୁ ଏବଂ ସେଥିପାଇଁ କରୋନା ମାମଲାଗୁଡ଼ିକର ସଂକ୍ରମଣ କମିଥିଲା ।  ଆଗାମୀ କିଛି ଦିନ ମଧ୍ୟରେ ଗତି ଆହୁରି କମ୍ ହେବ ବୋଲି ଆମେ ଆଶା କରୁଛୁ।

ଲକଡାଉନ୍ ପରେ କିପରି ପ୍ରସ୍ତୁତ ହେବ?

ସେ କହିଛନ୍ତି ଯେ ଆମେ ଆଶା କରୁଛୁ ମେ ମାସର ମଧ୍ୟଭାଗ ସୁଧା କରୋନା ମାମଲା କମିଯିବ । ତେବେ କେହିବି ଏମିତି ଭାବିବା ଭୁଲ୍ ଯେ କି ଲକଡାଉନ୍ ହଠାତ୍ ବନ୍ଦ ହୋଇଯିବ, ବରଂ ଏହାକୁ ପର୍ଯ୍ୟାୟକ୍ରମେ ବନ୍ଦ କରାଯିବ ।

କରୋନା ଯୋଗୁଁ, ଅନ୍ୟ ରୋଗରୁ ହଟିଲା ଧ୍ୟାନ

ନିତି ଆୟୋଗ ସଦସ୍ୟ କହିଛନ୍ତି ଯେ, କୋଭିଡ -୧୯ ଉପରେ ଅଧିକ ଧ୍ୟାନ ଦେବା କାରଣରୁ ଅନ୍ୟ କିଛି ରୋଗ ଉପରୁ ନଜର ଦିଆଯାଇ ପାରୁନାହିଁ । ଏହାସହ ସେ କହିଛନ୍ତି ଯେ କରୋନା ପାଇଁ ଆମର ପ୍ରସ୍ତୁତି ଉନ୍ନତ ପର୍ଯ୍ୟାୟରେ ଅଛି, ତେଣୁ ସେ କ୍ଷେତ୍ରରେ ଆମର ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ୍। ଟୀକାକରଣ, ମା-ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ଯକ୍ଷ୍ମା ବିଲୋପର କାର୍ଯ୍ୟକ୍ରମକୁ ବୃଦ୍ଧି କରାଯିବା ଉଚିତ୍ ।

ରାଜ୍ୟରେ ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗତ କିଛି ଦିନ ମଧ୍ୟରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଥିଲା । କିନ୍ତୁ ଏଥିସହିତ ଜଣଙ୍କ ପରେ ଜଣେ ରୋଗୀ ସୁସ୍ଥ ହେବା ଲୋକଙ୍କୁ  କିଛିଟା ଆଶ୍ୱସ୍ତି ଦେଇଛି । ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୨ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ୨ ଜଣ ବ୍ୟକ୍ତି ଭୁବନେଶ୍ୱରର ।  ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଏଥିସହିତ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି ।

ବାଲେଶ୍ୱରରୁ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ… ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି

ସମୟ ବଡ଼ ବଳବାନ, କରୋନା ସହ ଲଢ଼େଇ ପାଇଁ ଆମେରିକାକୁ ସହାୟତା ପଠାଇଲା ମିଶର

କାଇରୋ : ଆମେରିକା ଠାରୁ ସବୁଠୁ ଅଧିକ ସାହାଯ୍ୟ ପାଉଥିବା ଦେଶ ମଧ୍ୟରୁ ଗୋଟିଏ ଦେଶ ମିଶର ମଙ୍ଗଳବାର ମେଡିକାଲ ସପ୍ଲାୟ ରେ ଭର୍ତ୍ତି ଏକ ବିମାନ ନିଜ ଆଡ଼ୁ ଆମେରିକାକୁ ପଠାଇଛି । କରୋନା ଭାଇରସ ସହ ଲଢ଼େଇ କରିବା ପାଇଁ ମିଶର ଆମେରିକାକୁ ଏହି ସାହାଯ୍ୟ କରିଛି ।

ଇଜିପ୍ଟରେ ଜେନେରାଲରୁ ରାଷ୍ଟ୍ରପତି ହୋଇଥିବା ଅବ୍ଦେଲ ଫତହ ଅଲ-ସିସୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ସହ ସବୁବେଳେ ଭଲ ସମ୍ପର୍କ ବଜାୟ ରଖି ଆସିଛନ୍ତି । କରୋନା ଭାଇରସ ବିରୋଧରେ ଲଢେଇ ପାଇଁ ଚୀନ ଏବଂ ଇଟାଲୀକୁ ବି ମେଡିକାଲ  ସପ୍ଲାୟ ପଠାଇଛନ୍ତି ।

ସିସୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ଇଜିପ୍ଟ ବାସୀଙ୍କ ତରଫରୁ ଆମେରିକା ପାଇଁ ସାହାଯ୍ୟ । ଭିଡିଓରେ ମିଲିଟାରୀ କୋର୍ଗୋ ପ୍ଲେନରେ ମେଡିକାଲ ସପ୍ଲାଇ ଲୋଡ କରାଯାଉଥିବା ଦେଖିବାକୁ ମିଳିଛି ।

ପ୍ରୋଟିଭିଟର ପୂର୍ବାନୁମାନ: ମେ ମଧ୍ୟଭାଗରେ ଭାରତରେ ଭୟଙ୍କର ରୂପ ନେବ ମହାମାରୀ କରୋନା

ନୂଆଦିଲ୍ଲୀ: ଏପ୍ରିଲ୍ ୨୨ ସୁଦ୍ଧା ଦେଶରେ ୧୯ ହଜାର ୯୮୩ ଲୋକ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି । ଯଦିଓ ଭାରତର ସ୍ଥିତି ୟୁରୋପ, ଇଟାଲୀ ଓ ଆମେରିକା ଠାରୁ ଭଲ୍ ଅଛି । କିନ୍ତୁ ଏହି ସ୍ଥିତି ମେ ମାସରେ ବିଗିଡ଼ି ଯାଇପାରେ । ଅର୍ଥାତ୍ ଆମେରିକା ଭଳି ଦେଶରେ କରୋନା ତାର କାୟାକୁ ପ୍ରସାର କରିପାରେ । ଭାରତରେ ଏବେ ଯେଉଁ ସ୍ଥିତି ଅଛି ତାହା ମେ ମାସ ମଧ୍ୟଭାଗ ବେଳକୁ ଆହୁରି ଉଗ୍ର ହେବ । ତା ପରେ ସଂକ୍ରମଣ ସଂଖ୍ୟା ଧୀରେ ଧୀରେ ହ୍ର।ସ ପାଇବ ବୋଲି ପ୍ରୋଟିଭିଟ ନାମକ ଏକ ସଂସ୍ଥା ଅନୁମାନ ଲଗାଇଛି । ଚୀନ ଓ ଦକ୍ଷିଣ କୋରିଆ ସ୍ଥିତିକୁ ବିଶ୍ଲେଷଣ କରି ଭାରତରେ ମେ ୨୨ ତାରିଖ ବେଳକୁ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ଅତିକ୍ରମ କରିଯିବ ବୋଲି ସଂସ୍ଥା ଅନୁମାନ କରିଛି ।

ସଂକ୍ରମଣକୁ ତିନି ପର୍ଯ୍ୟାୟରେ ବିଭକ୍ତ କରି ଏହାର ସମୀକ୍ଷା କରାଯାଇଥିଲା । ମାସକୁ ମାସ କେତେ ସଂକ୍ରମଣ ହେବ, ଏଥିପାଇଁ କେତେ ସମୟ ଲାଗୁଛି ଏବଂ କେତେ ସଂକ୍ରମିତ ହେଉଛନ୍ତି ତାକୁ ନେଇ ତିନି ସ୍ତରରେ ସମୀକ୍ଷା କରାଯାଇ ଏପରି ଏକ ରିପୋର୍ଟ ପ୍ରସ୍ତୁତ କରିଛି ପ୍ରୋଟିଭିଟ ସଂସ୍ଥା । ଏହି ମଡେଲ ଇଟାଲୀ ଓ ଆମେରିକାରେ ପ୍ରୟୋଗ ହୋଇସାରିଥିବାବେଳେ ସଂସ୍ଥା ଏବେ ଭାରତରେ ପ୍ରୟୋଗ କରୁଛି ।

ରାପିଡ୍ ଆଣ୍ଟିବଡି ଟେଷ୍ଟକୁ ୨ ଦିନ ପାଇଁ ବନ୍ଦ କଲା ICMR

ସଂସ୍ଥାର ପୂର୍ବାନୁମାନ ଅନୁସାରେ ଯଦି ମେ ୩ ପରେ ଲକଡାଉନ ହଟାଯିବ ତେବେ ସଂକ୍ରମଣ ହାର ୦.୮ ପ୍ରତିଶତ ରହିବ । ସେହିପରି ମେ ୧୫ ଯାଏଁ ଲକଡାଉନ ଅବଧି ବୃଦ୍ଧି କରାଗଲେ ତେବେ ସେପ୍ଟେମ୍ବର ୧୫ ସୁଦ୍ଧା ସଂକ୍ରମଣ ହାର ଶୂନରେ ପହଞ୍ଚିଯିବ । ସେହିଭଳି ଯଦି ମେ ୩୦ ଯାଏଁ ଲକଡାଉନ ବଳବତ୍ତର ରହିବ ତେବେ ଜୁନ୍ ମଧ୍ୟଭାଗରେ ସଂକ୍ରମଣ ହାର ଶୂନରେ ପହଞ୍ଚିଯିବ ।

ମହାରାଷ୍ଟ୍ର ପୋଲିସ ଉପରେ କରୋନା ଆକ୍ରମଣ, ୬୪ ପୋଲିସ କର୍ମଚାରୀ କୋଭିଡ୍-୧୯ ପଜିଟିଭ୍

ମୁମ୍ବାଇ : ଦେଶର କୋରନା ଦ୍ୱାରା ଅଧିକ  ପ୍ରଭାବିତ ହୋଇଛି ମହାରାଷ୍ଟ୍ର । କରୋନାଭାଇରସ୍ ପାଇଁ ଲକଡାଉନ ଲାଗୁହୋଇଥିବା ବେଳେ  ଲକଡ଼ାଉନକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ  ପ୍ରଶାସନ ଅହରହ ପ୍ରୟାସ କରୁଛି । କରୋନା ବିରୋଧୀ ଲଢେଇରେ ଆଗଧାଡିରେ ଛିଡା ହୋଇଥିବା ଯୋଦ୍ଧା ଏବେ ଏହାର ଶିକାର ହେଉଛନ୍ତି ।  ପ୍ରଥମେ ଡାକ୍ତର ପରେ ନର୍ସ ଏବେ ଦେଶର ସୁରକ୍ଷା ପାଇଁ ଦିନରାତି ଜଗି ରହୁଥିବା ପୋଲିସ୍ ମଧ୍ୟ ଏଥିରୁ ବର୍ତ୍ତି ନହାଁନ୍ତି ।

ଦିନରାତି ଡ୍ୟୁଟିରେ ୬୪ ଜଣ ପୋଲିସ୍, କରୋନା ପଜିଟିଭ୍ ଥିବା ଖବର ଆସିଛି । ଏଥିରେ ୧୨ ଜଣ ଅଧିକାରୀ ଥିବାବେଳେ ୫୨ ଜଣ କନଷ୍ଟେବଳ ଅଛନ୍ତି । ସେଥିମଧ୍ୟରୁ ୩୪ଜଣ ପୋଲିସ ମୁମ୍ବାଇରୁ ଆସିଛନ୍ତି ଯେଉଁଠାରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁମ୍ବାଇସ୍ଥିତ ସରକାରୀ ବାସଭବନରେ କାର୍ଯ୍ୟ କରୁଥିବା ମହିଳା ପୋଲିସ୍ କରୋନା ପଜିଟିଭ୍ ବୋଲି ଜଣାପଡିଛି ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ମହିଳା ଏଏସଆଇ କରୋନା ସଂକ୍ରମିତ ହେବା ପରେ ଏଠାରେ ଥିବା ଆଉ ୬ଜଣ ପୋଲିସ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଅଧିକାରୀଙ୍କ କହିବାନୁସାରେ, ମାଲାବାର ହିଲରେ ଥିବା ସିଏମଙ୍କ ସରକାରୀ ବାସଭବନ ‘ବର୍ଷା’ରେ ଦୁଇ ଦିନ ପୂର୍ବରୁ ଜଣେ ସହକାରୀ ପୋଲିସ ଇନ୍ସପେକ୍ଟର ଏବଂ ଜଣେ କନଷ୍ଟେବଳଙ୍କୁ ନିୟୋଜିତ କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଲା କରୋନା

ଯେତେବେଳେ ସେମାନଙ୍କର କରୋନା ନମୁନା ନିଆଗଲା, ସେତେବେଳେ ଏଏସଆଇ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବର୍ତ୍ତମାନ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନ ‘ମାତୋଶ୍ରୀ’ରେ ରହୁଛନ୍ତି  ଏବଂ ବେଳେବେଳେ ସରକାରୀ କାର୍ଯ୍ୟ ହେତୁ ସେ ‘ବର୍ଷା’କୁ ଆସନ୍ତି । ଅନ୍ୟପଟେ ମୁମ୍ବାଇରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ମୁମ୍ବାଇରେ କରୋନା ରୋଗୀଙ୍କ ସଂଖ୍ୟା ୩ ହଜାର ପାର

ଏଠାରେ କରୋନା ରୋଗୀଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଛି । ସମଗ୍ର ଦେଶରେ କରୋନାର ସର୍ବାଧିକ ମାମଲା ମୁମ୍ବାଇରୁ ଆସିଛି। ଏପ୍ରିଲ୍ ୯ରୁ ଏପ୍ରିଲ୍ ୨୦ ମଧ୍ୟରେ ଏଠାରେ ରେଡ୍ ଜୋନ୍ ଅଞ୍ଚଳ ସଂଖ୍ୟା ୧୧୩ ପ୍ରତିଶତ ବୃଦ୍ଧି ପାଇ ସଂଖ୍ୟା ୩୮୧ ରୁ ୮୧୩କୁ ବୃଦ୍ଧି ପାଇଛି।

ମହାରାଷ୍ଟ୍ରରେ କରୋନା ଭାଇରସ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ୫୨୦୦ରୁ ଅଧିକ ହୋଇଛି । ଏଥି ସହିତ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୯ହଜାର ୯୦୦ଅତିକ୍ରମ କରିଛି।

ପାଠ ପଢ଼ାରେ ହେବନି ଅସୁବିଧା, ପାଖରେ ପହଞ୍ଚିବ ବହି

ଭୁବନେଶ୍ୱର: କରୋନା ସଂକ୍ରମଣ ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି । ଯାହାପାଇଁ ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ଠଫ୍‌ ହୋଇଯାଇଛି । ସେପଟେ ଏହି ସମୟରେ ପିଲା ଯେମିତି ଘରେ ରହି ପାଠ ପଢ଼ିପାରିବେ ସେନେଇ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ତେବେ ଏନେଇ  ଆସନ୍ତା ୫ ଦିନ ଭିତରେ ସାରା ରାଜ୍ୟରେ ବଣ୍ଟାଯିବ ପାଠ୍ୟ ପୁସ୍ତକ । ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବ ପାଠ୍ୟ ପୁସ୍ତକ ।

ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଓପେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ  ଭୂପେନ୍ଦ୍ର ସିଂହ ପୁନିଆ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ବ୍ଲକରେ ବହି ପହଞ୍ଚିସାରିଛି । ବ୍ଲକ ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ ସ୍କୁଲରେ ବହି ପହଞ୍ଚାଇବାକୁ ନିର୍ଦ୍ଦେଶ ରହିଛି । ସ୍କୁଲରେ ବହି ପହଞ୍ଚିବା ପରେ ପ୍ରଧାନଶିକ୍ଷକମାନେ ସ୍କୁଲରେ କାଉଣ୍ଟର ଖୋଲି ବହି ବାଣ୍ଟିବେ । ଆବଶ୍ୟକସ୍ଥଳେ ଘରକୁ ଯାଇ ବହି ବାଣ୍ଟିବାକୁ ନିର୍ଦ୍ଦେଶ ରହିଛି । ତେବେ ହଟ୍‌ସ୍ପଟ୍‌ ଓ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ କିନ୍ତୁ ବହି ବଣ୍ଟାଯିବ ନାହିଁ । ବହି ଦେବା ସମୟରେ ସାମାଜିକ ଦୂରତା, ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ସହ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ।