spot_img
Home Blog Page 7216

୧୦୬ ବର୍ଷିୟ ବିଧାୟକଙ୍କୁ ନରେନ୍ଦ୍ର ମୋଦିଙ୍କ ଫୋନ, କରୋନା ସହ ଯୁଦ୍ଧ ପାଇଁ ଲୋଡ଼ିଲେ ଆଶୀର୍ବାଦ

ଲକ୍ଷ୍ନୌ- ଦେଶରେ କରୋନା ଭାଇରସ ସଂକ୍ରମଣ ମାମଲା ଦିନକୁ ଦିନ ବଢ଼ିବାରେ ଲାଗୁଛି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି କରୋନା ବିରୋଧରେ ଯୁଦ୍ଧ ଲଢୁଛନ୍ତି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ଭିନ୍ନ ଭିନ୍ନ ବର୍ଗରଏବଂ ଅଞ୍ଚଳର ଲୋକଙ୍କ ଆଲୋଚନା କରୁଛନ୍ତି । ଏହି ମଧ୍ୟର ପ୍ରଧାନମନ୍ତ୍ରୀ ମୋଦି କୁଶୀନଗର ଜିଲ୍ଲାର ୧୦୬ ବର୍ଷିୟ ପୂର୍ବତନ ବିଧାୟକ ନାରାୟଣଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ।

ଉତ୍ତର ପ୍ରଦେଶର କୁଶୀନଗର ଜିଲ୍ଲାର ନୈରଙ୍ଗିୟା ବିଧାନସଭାର ପୂର୍ବତନ ବିଧାୟକ ନାରାୟଣଙ୍କ  ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଲେ । ପୂର୍ବ ବିଧାୟକ ନାରାୟଣଙ୍କୁ ବର୍ତ୍ତମାନ ୧୦୬ ବର୍ଷ ବୟସ ଏବଂ ନୈରଙ୍ଗିୟା ବିଧାନସଭାରୁ ସେ ନିର୍ବାଚନ ଲଢ଼ିଥିଲେ ।

ପିଏମ୍ ମୋଦି ତାଙ୍କ ସହ ଆଲୋଚନା କରିବା ବେଳେ ରହିଥିଲେ ଯେ, ଆପଣ ଆପଣଙ୍କ ଜୀବନର ୧୦୦ ବର୍ଷ ଦେଖିଛନ୍ତି । ଏହି ସଙ୍କଟ ସମୟରେ ଆପଣଙ୍କ ଆଶୀର୍ବାଦ ନେବା ପାଇଁ ଆଶା କରୁଛି । ଏହା ସହିତ ମୋଦି କହିଲେ ଯେ, ଆପଣଙ୍କ ପାଖରୁ ଯାହା କିଛି ସିଖିଛି ତାହା କାମରେ ଆସୁ । ଏତିକି ହି ମୋର କାମନା । ଅନ୍ୟପଟେ ପୂର୍ବ ବିଧାୟକ ନାରାୟଣ ମୋଦିଙ୍କୁ କହିଲେ ଯେ, ଆପଣ ସୁସ୍ଥ ରୁହନ୍ତୁ ଏବଂ ଦେଶର ନେତୃତ୍ୱ କରନ୍ତୁ ।

ସରପଞ୍ଚଙ୍କୁ ଶପଥପାଠ କରାଇଲେ ମୁଖ୍ୟମନ୍ତ୍ରୀ: ଲକ୍‌ଡାଉନ୍‌କୁ କଡ଼ାକଡ଼ି ପାଳନ ପାଇଁ ଦେଲେ ପରାମର୍ଶ

ଭୁବନେଶ୍ୱର: ସରପଞ୍ଚଙ୍କୁ ଦାୟିତ୍ୱର ଶପଥପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୬୭୯୮ ପଞ୍ଚାୟତର ସରପଞ୍ଚମାନଙ୍କୁ ଦାୟିତ୍ୱର ଶପଥ ପାଠ କରାଇଛନ୍ତି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟ ରାଜ୍ୟରୁ ଗାଁକୁ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବା ଏବଂ ସେମାନଙ୍କର ରହିବା, ଖାଇବା, ଚିକିତ୍ସାର ଉଚିତ ବ୍ୟବସ୍ଥା କରିବା ସହିତ  ଗାଁରେ କରୋନାକୁ ପଶିବାକୁ ଦେବେ ନାହିଁ ବୋଲି ମଧ୍ୟ ସେମାନେ ଶପଥ ନେଇଛନ୍ତି ସରପଞ୍ଚ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ପଞ୍ଚାୟତିରାଜ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଲୋକସେବା ଭବନରୁ ସରପଞ୍ଚମାନେ  ବ୍ଳକ୍‌ ସ୍ତରରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡ଼ି ହୋଇଥିଲେ ।  ସୂଚନା ଯୋଗ୍ୟ ନିକଟରେ ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ  ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରପଞ୍ଚମାନଙ୍କ ଦକ୍ଷତା ଉପରେ ତାଙ୍କର ପୂରା ଭରସା ରହିଛି । ସେମାନେ ଯଦି କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପଦକ୍ଷେପକୁ କଡ଼ାକଡ଼ି ଭାବେ ଅନୁପାଳନ କରିବେ, ତେବେ ଗାଁରେ କରୋନା ପଶିପାରିବ ନାହିଁ । ସରପଞ୍ଚମାନଙ୍କୁ ଭଲ କାମ ଜାରି ରଖିବାକୁ ପରାମର୍ଶ ଦେଇ ପୂରା ସରକାର ଓ ସରକାରୀ କଳ ସେମାନଙ୍କ ସହିତ ଏଥିପାଇଁ ସବୁବେଳେ ରହିଛି ବୋଲି ସେ କହିଥିଲେ ।

କୋରାପୁଟ ସଦର ବ୍ଳକ୍‌, କେନ୍ଦ୍ରାପଡ଼ା ସଦର ବ୍ଳକ୍, ଜଗତସିଂହପୁର ଜିଲ୍ଲାର ଏରସମା ବ୍ଳକ୍, ସମ୍ୱଲପୁର ଧାନକଉଡା ବ୍ଳକ୍‌, ବରଗଡ଼ର ବର୍ଦୋଲ ଏବଂ ଭଦ୍ରକର ବାସୁଦେବପୁର ବ୍ଳକର ବିଭିନ୍ନ ସରପଞ୍ଚମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ସରପଞ୍ଚମାନେ ସେମାନଙ୍କ ପଞ୍ଚାୟତରେ କିଭଳି ପ୍ରସ୍ତୁତି ଜାରି ରହିଛି, କ୍ୱାରେଣ୍ଟାଇନ୍‌ ସେଣ୍ଟରରେ କିଭଳି ବ୍ୟବସ୍ଥା କରାଯାଇଛି ତଥା ଏ ସମ୍ପର୍କିତ ଅନ୍ୟାନ୍ୟ ବିଷୟରେ ମଧ୍ୟ ସୂଚନା ଦେଇଥିଲେ ।

୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ସରପଞ୍ଚମାନଙ୍କ ସହିତ ଆଲୋଚନା କରି ଗ୍ରାମାଞ୍ଚଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ ସୁଚିନ୍ତିତ ତଥା ବାସ୍ତବବାଦୀ ପରାମର୍ଶ ଦେଇଥିଲେ ।

 

 

 

ଓଡ଼ିଶାର ୩ ପରମ୍ପରାକୁ ମିଳିଲା କେନ୍ଦ୍ରୀୟ ମାନ୍ୟତା

ଭୁବନେଶ୍ୱର: ଇନଟାଞ୍ଜିବଲ୍ କଲଚରାଲ୍ ହେରିଟେଜ୍‌ ତାଲିକାରେ ସ୍ଥାନ ପାଇଲା ଓଡ଼ିଶାର ତିନିଟି ମହାନ ସାଂସ୍କୃତିକ ପରମ୍ପରା । ମାଣବସା ଗୁରୁବାର, ଛଉନୃତ୍ୟ ଏବଂ ରାବଣା ଛାୟା ଇନଟାଞ୍ଜିବଲ କଲଚରାଲ ହେରିଟେଜରେ ସ୍ଥାନ ପାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି ।

ଭାରତ ସରକାରଙ୍କ ଏହି ନିଷ୍ପତ୍ତି ଓଡ଼ିଶାର ଅନନ୍ୟ, ଐତିହ୍ୟ ଏବଂ ସଂସ୍କୃତିକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବ । ଓଡ଼ିଶାର ମାଣବସା ଗୁରୁବାର, ଛଉନୃତ୍ୟ ଏବଂ ରାବଣା ଛାୟାକୁ ଇନଟାଞ୍ଜିବଲ କଲଚରାଲ ହେରିଟେଜ୍‌ ତାଲିକାରେ ସ୍ଥାନ ଦେବା ଲାଗି ଐତିହାସିକ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

ଲକଡାଉନରେ ଫସିଥିବା ଶ୍ରମିକମାନେ ବଦଳାଇ ଦେଲେ ସରକାରୀ ସ୍କୁଲର ଚିତ୍ର, ଛୁଟିଲା ପ୍ରଶଂସାର ସୁଅ

ଶୀକର- ଲକଡାଇନ କାରଣରୁ ଫସି ରହିଥିବା ଶ୍ରମିକ ମାନେ ନିଜ ପରିଶ୍ରମରେ ଏକ ସ୍କୁଲ ଘରକୁ ସୁନ୍ଦର ଭାବରେ ରଙ୍ଗ ଦେଇ ସଜାଇଛନ୍ତି । ଏଭଳି ପରିସ୍ଥିତିରେ ଏହି କାର୍ଯ୍ୟ ଏକ ସକାରାତ୍ମକ ଭାବନାକୁ ସୃଷ୍ଟି ଦେଇଥାଏ । ଏହି ଶ୍ରମିକ ମାନେ କରୋନା ଭାଇରସ ଯୋଗୁଁ ଜାରି ହୋଇଥିବା ଲକଡାଉନରେ ରାଜସ୍ଥାନର ଶୀକର ଜିଲ୍ଲାରେ ଫସି ରହିଥିଲେ । ଏହି ସମସ୍ତ ଶ୍ରମିକଙ୍କୁ ଜିଲ୍ଲାର ରାଷ୍ଟ୍ରିୟ ରାଜମାର୍ଗ ରେ ଥିବା କସବେ ପଲସାନାର ସରକାରୀ ସ୍କୁଲରେ ପ୍ରସ୍ତୁତ କରାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାର ବ୍ୟବସ୍ଥା କରାଯାଇଛି । କ୍ୱାରେଣ୍ଟାଟାଇନ ରହିବା ସମୟରେ ଏହି ଶ୍ରମିକ ମାନେ ଏକ ସକାରତ୍ମକ ଭାବନା ସୃଷ୍ଟି କରିଛନ୍ତି । ଏଠାରେ ରହୁଥିବା ଶ୍ରମିକ ମାନେ ସ୍କୁଲର ନକ୍ସା ହି ପରିବର୍ତ୍ତନ କରିଦେଇଛନ୍ତି । ସ୍କୁଲରେ ରହୁଥିବ ଶ୍ରମିକ ମାନେ ଖାଲି ସମୟରେ ସ୍କୁଲକୁ ରଙ୍ଗ ଦେବାର ଦାୟିତ୍ୱ ନେଇଛନ୍ତି ଏବଂ ଏହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ମଧ୍ୟ ପାଲଟିଛନ୍ତି ।

ସହିଦ ସୀତାରାମ କୁମାୱାଟ ଏବଂ ପାଲସାନା ସହରର ସେଠ୍ କେ.ଏଲ୍ ତାମ୍ବି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶର 54 ଜଣ ଶ୍ରମିକ ରହୁଛନ୍ତି । ଏହି ସମସ୍ତ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ଏବଂ ସେମାନଙ୍କର କ୍ୱାରେଣ୍ଟାଇନ ଅବଧି ମଧ୍ୟ ସମାପ୍ତ ହୋଇଛି | କେନ୍ଦ୍ରରେ ଅବସ୍ଥାପିତ ଶ୍ରମିକମାନେ କହିଛନ୍ତି ଯେ କ୍ୱାରେଣ୍ଟାଇନ ସମୟରେ ସରପଞ୍ଚ ଏବଂ ଗ୍ରାମ ଦାତା ସେମାନଙ୍କ ରହିବା ପାଇଁ ବହୁତ ଭଲ ବ୍ୟବସ୍ଥା କରିଥିଲେ। ଏହି ବ୍ୟବସ୍ଥାରେ ସେମାନେ ଏତେ ଖୁସି ଥିଲେ ଯେ ଏହାର ପ୍ରତିବଦଳରେ ସେ ଗାଁ ପାଇଁ କିଛି କରିବାକୁ ଚାହୁଁଥିଲେ ଏବଂ ଏହି ଚିନ୍ତାଧାରାରେ ସେ ବିଦ୍ୟାଳୟକୁ ରଙ୍ଗ ଦେବା କାମ ଆରମ୍ଭ କରିଥିଲେ।

ଶୁକ୍ରବାର ଦିନ ଶ୍ରମିକ ମାନେ ସରପଞ୍ଚଙ୍କଠାରୁ ରଙ୍ଗ ସାମଗ୍ରୀ ଆଣିବାକୁ ଅନୁରୋଧ କରିଥିଲେ। ସରପଞ୍ଚ ଏବଂ ବିଦ୍ୟାଳୟର କର୍ମଚାରୀଙ୍କ ତରଫରୁ ସାମଗ୍ରୀ ଯୋଗାଇବା ପରେ ଶ୍ରମିକମାନେ ବିଦ୍ୟାଳୟକୁ ରଙ୍ଗ କରିଥିଲେ ଏବଂ ବିଦ୍ୟାଳୟକୁ ଉଜ୍ଜ୍ୱଳ କରିଥିଲେ ଯାହାକୁ ଦେଖି ପ୍ରଶାସନ ତରଫରୁ ଖୁବ ପ୍ରଶଂସା କରାଯାଇଥିଲା । ନିକଟରେ କ୍ୟାମ୍ପ ଯାଞ୍ଚ କରିବାକୁ ଆସିଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜଗତ ସିଂ ପାନୱାର ମଧ୍ୟ କ୍ୱାରେଣ୍ଟାଇନ ସେଣ୍ଟର ଅର୍ଥାତ୍ ବିଦ୍ୟାଳୟ ଦେଖି ପ୍ରଭାବିତ ହୋଇଥିଲେ। ସେ ମଧ୍ୟ ସେଣ୍ଟରରେ ରହୁଥିବା ଲୋକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

ଶ୍ରମିକମାନଙ୍କ ମତାମତ ଶୁଣି ପାନୱାର ସେମାନଙ୍କୁ ପ୍ରଶଂସା କରି କହିଥିଲେ ଯେ, ସେମାନଙ୍କର କାର୍ଯ୍ୟ ଅନ୍ୟ ସେଣ୍ଟର ଗୁଡ଼ିକ ପାଇଁ ଏକ ‘ଆଦର୍ଶ’ ଅଟେ। ପଲସାନାର ସରପଞ୍ଚ ରୂପ ସିଂ ଶେଖାୱତ କହିଛନ୍ତି ଯେ ଶ୍ରମିକମାନଙ୍କ ଆଚରଣରେ ପୁରା ଗାଁ ଖୁବ ପ୍ରଭାବିତ ହୋଇଛି। ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପାଲସାନା ରାଜେନ୍ଦ୍ର ମୀନା କହିଛନ୍ତି ଯେ ଗତ ନଅ ବର୍ଷ ଧରି ବିଦ୍ୟାଳୟରେ କୌଣସି ରଙ୍ଗର କାମ ହୋଇ ନଥିଲା। ରଙ୍ଗର ସାମଗ୍ରୀ ଆଣିବା ପାଇଁ ସମସ୍ତ ଶିକ୍ଷକ ମଧ୍ୟ ଆର୍ଥିକ ସହଯୋଗ କରିଥିଲେ | ଅଧିକ ପ୍ରଶଂସନୀୟ ବିଷୟ ହେଉଛି ଯେ ଏଠାରେ ରହୁଥିବା ଶ୍ରମିକମାନେ ବିଦ୍ୟାଳୟକୁ ରଙ୍ଗ କରିବା ପାଇଁ କୌଣସି ମଜୁରୀ ମଧ୍ୟ ନେଇ ନଥିଲେ।

BHILWARA, RAJASHAN, INDIA – 2020/03/20: Police personnel wearing masks as a preventive measure against coronavirus pandemic in Bhilwara. Rajasthan Government declared curfew in the city after six tested postive for COVID-19 to prevent further spread of the disease. (Photo by Sumit Saraswat/Pacific Press/LightRocket via Getty Images)

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ରାଜସ୍ଥାନରେ ୧,୬୫୯ ଲୋକ କରୋନା ଜୀବାଣୁ ସଂକ୍ରମିତ ହୋଇଛନ୍ତି ଏବଂ ଏହି ରାଜ୍ୟ ଦେଶର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ରହିଛି।

 

ଆଗକୁ ରମଜାନ୍‌ : ସଂଘରୋଧ ଭାବେ ପାଳନ ହେବ ନମାଜ୍‌ ପାଠ ଓ ଇଫତାର ପାର୍ଟି

ଭୁବନେଶ୍ୱର: ଆଗକୁ ଅଛି ଇସଲାମ୍‌ ଧର୍ମର ପବିତ୍ର ରମଜାନ୍‌ ମାସ । ଭୁବନେଶ୍ୱରରେ ରହିଛି ଛୋଟବଡ ମୋଟ ୧୨ଟି ମସଜିଦ୍‌ । ଲକଡାଉନ୍‌ କଟକଣା ସମୟରେ କିଭଳି ପାଳନ ହେବ ରମଜାନ୍‌ ? ଏଥିପାଇଁ ଏସିପି ଜୋନ୍‌-୧ଙ୍କ ଅଧ୍ୟକ୍ଷତାରେ କ୍ୟାପିଟାଲ ଥାନା ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ମୁସଲିମ୍‌ ସମ୍ପ୍ରଦାୟର ମୌଲାନା ଓ ମୌଲବୀଙ୍କ ସମେତ ବିଭିନ୍ନ ସାହିର ମୁରବୀ ଉପସ୍ଥିତ ଥିଲେ । ଲକ୍‌ଡାଉନ୍‌ ଯୋଗୁ ଏଥର ସଂଘରୋଧ ଭାବେ ପାଳନ ହେବ ନମାଜ୍‌ ପାଠ ଓ ଇଫତାର ପାର୍ଟି । ଲକଡାଉନ୍‌ ସମୟରେ କୈାଣସି ଧାର୍ମିକ ଅନୁଷ୍ଠାନରେ ସମୂହ ପ୍ରାର୍ଥନା କିମ୍ବା ନମାଜ ପାଠ ହେବ ନାହିଁ । ମସଜିଦରେ କେବଳ ଜଣେ ମୌଲବୀ ଏବଂ ୩ଜଣ ରହି ନମାଜ ପାଠ କରିପାରିବେ । ମସଜିଦରୁ ହିଁ ପ୍ରତିଦିନ ଆଜାନ୍ ପରେ ଉପବାସ ସମୟ ସମ୍ପର୍କରେ ଏବଂ ସାମାଜିକ ଦୂରତା ରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ ।

ତେବେ ପରିବାର ଲୋକଙ୍କ ବ୍ୟତୀତ ଅନ୍ୟ କେହି ଭିଡ଼ କରି ସାମୂହିକ ପ୍ରାର୍ଥନା ବା ନମାଜ ପାଠ କରିପାରିବେ ନାହିଁ । କୈାଣସି ମୌଲବୀ ଲୋକଙ୍କ ଘରକୁ ଯାଇ ନମାଜ ପାଠ କରାଇପାରିବେ ନାହିଁ । ଏହି ସମୟରେ କୈାଣସି ବ୍ୟକ୍ତି ସାହି କିମ୍ବା ବସ୍ତି ଭିତରେ ପ୍ରବେଶ କଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିନିଷ କିଣିବା ପାଇଁ କେହି ଯାନବାହନ ବ୍ୟବହାର କରିପାରିବେ ନାହିଁ । ନିକଟସ୍ଥ ଦୋକାନରୁ ସାଇକେଲ କିମ୍ବା ଚାଲିଚାଲି ଯାଇ ସଉଦା କିଣି ପାରିବେ । ଉପବାସ ପରେ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୋକାନରେ ଭିଡ ଲଗାଇ ପାରିବେ ନାହିଁ । ବିନା କାରଣରେ କେହି ଘରୁ ବାହାରିପାରିବେ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଅମିତ୍ ଶାହାଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନରୁ ଓହରିଲେ ଡାକ୍ତର

ନୂଆଦିଲ୍ଲୀ: ଆନ୍ଦୋଳନରୁ ଓହରିଲା ଇଣ୍ଡିଆନ ମେଡିକାଲ ଆସୋସିଏସନ-IMA । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ ଭିଡିଓ କନଫରେନ୍‌ସିଂରେ ଆଲୋଚନା ପରେ IMA ଏହି ନିଷ୍ପତ୍ତି ନେଇଛି ।  IMA ଏନେଇ ଟ୍ୱିଟ କରି ସୂଚନା ଦେଇଛି । ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣ ବିରୋଧରେ ଆଜି ହ୍ଵାଇଟ ଆଲର୍ଟ ଓ ଆସନ୍ତାକାଲି କଳା ଦିବସ ପାଳନ କରିଥାନ୍ତା IMA ।

କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ କରୋନା ମୁକାବିଲା ପାଇଁ ଡାକ୍ତରଙ୍କ ସହଯୋଗ ଆବଶ୍ୟକ ଥିବାରୁ ଆନ୍ଦୋଳନ ନକରିବାରୁ ପରାମର୍ଶ ଦେଇଥିଲେ ଅମିତ ଶାହ । ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ସ୍ୱତନ୍ତ୍ର ଆଇନ ହେବ ବୋଲି ପ୍ରତିଶ୍ରୁତି ମିଳିବା ପରେ IMA ଆନ୍ଦୋଳନ ନିଷ୍ପତ୍ତିରୁ ଓହରିଛି । ଏନେଇ IMAକୁ ଅମିତ ଶାହ ପ୍ରଶଂସା କରିଛନ୍ତି ।

ଭଦ୍ରକରେ ନୂଆ କରୋନା ପଜିଟିଭ୍ ମାମଲା ଚିହ୍ନଟ ପରେ ୪ଟି କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା

ଭଦ୍ରକ: ଜିଲ୍ଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଛି । ଆଜି ନୂଆ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବାସୁଦେବପୁର ବ୍ଲକ୍‌ରେ ସଂକ୍ରମଣ ରୋକିବା ପାଇଁ କଣ୍ଟନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ବାସୁଦେବପୁର ବ୍ଲକରେ ୪ଟି କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରାଯାଇଛି । ପ୍ରଥମ ଜୋନ୍‌ରେ ପଦ୍ମପୁର, ଲୁଙ୍ଗା, ସୁଗୋ,ଏର୍ତଳ, ଦ୍ୱିତୀୟ ଜୋନ୍‌ରେ ଖରିଡ଼ା- ବିନାୟକପୁର , ଗୁଆଗଡ଼ିଆ, ଜୋନ୍‌ ୩ରେ ଲକ୍ଷ୍ମୀଦାସପୁର, ବାଲିମେଢ଼ ଏବଂ ଜୋନ ୪ରେ ଅଡୁଆଁ ପଞ୍ଚାୟତ ରହିଛି ।

ରାଜ୍ୟରେ ଆଉ ନୂଆ ୩ କରୋନା ପଜିଟିଭ ଚିହ୍ନଟ

କଣ୍ଟେନ୍‌ମେଣ୍ଟ ଜୋନ ମଧ୍ୟରେ ପ୍ରବେଶ ପ୍ରସ୍ଥାନ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଜୋନ ପରିସରରେ ସମସ୍ତ ଦୋକାନ ବନ୍ଦ ରହିବ ।  ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ଯୋଗାଇବ । ପରବର୍ତ୍ତି ଘୋଷଣା ଯାଏଁ ଜୋନ ମଧ୍ୟରେ ଥିବା ସରକାରୀ ତଥା ବେସରକାରୀ ଅନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି ଚେତାବନୀ ଦେଇଛି ଜିଲ୍ଲା ପ୍ରଶାସନ ।

ଗେମ୍ ଚେଞ୍ଜର ନୁହେଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ : ଆମେରିକାରେ ଏହି ଔଷଧ ନେଉଛି ଜୀବନ !

ନ୍ୟୁୟର୍କ: ସମଗ୍ର ବିଶ୍ୱ କରୋନା ପାଇଁ ଚିନ୍ତାରେ । ଏହାର କୌଣସି ଚିକିତ୍ସା ବାହାରି ପାରିନଥିବାରୁ ସମସ୍ତେ ଚିନ୍ତାରେ । କୋରନା କାରଣୁ  ଆମେରିକା ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି ।  କରୋନା ଭୟାବହତାକୁ ସାମ୍ନା କରିବାକୁ ଯାଇ ଆମେରିକା ଭାରତଠାରୁ ସାହାଯ୍ୟ ଲୋଡିଥିଲା । କେବଳ ସେତିକି ନୁହେଁ ଭାରତ ସାହାଯ୍ୟ ନକଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକପୂର୍ଣ୍ଣ ଶବ୍ଦର ମଧ୍ୟ ବ୍ୟବହାର କରିଥିଲେ । ଏକ ଔଷଧ ତିଆରି ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ଆବଶ୍ୟକ ଥିଲା ଯାହା ଭାରତରୁ ଦିଆଯାଇଛି । ବର୍ତ୍ତମାନ ଆମେରିକର ଏକ ନୂତନ ଅଧ୍ୟୟନରୁ ଏକ ଆଶ୍ଚର୍ଯ୍ୟପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି ଯେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଗ୍ରହଣ କରୁଥିବା ରୋଗୀମାନେ ସାଧାରଣ ଚିକିତ୍ସା ଅପେକ୍ଷା ଅଧିକ ପ୍ରଭାବିତ ହୋଇ ପ୍ରାଣ ହରାଉଛନ୍ତି ।

ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ଏବଂ ଭର୍ଜିନିଆ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ସାଧାରଣ ପଦ୍ଧତିରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ମୃତ୍ୟୁ ହେବାର ସମ୍ଭାବନା କମ୍ । ହାଇଡ୍ରୋକ୍ସିଚ୍ଲୋରୋକ୍ୱିନ୍ ବ୍ୟବହାର ଦ୍ୱାରା ଅଧିକ ରୋଗୀମାନଙ୍କର ମୃତ୍ୟୁ ହେଉଛି । ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧ ଯୋଗୁଁ ପ୍ରାୟ ୨୮ ପ୍ରତିଶତ କରୋନା ରୋଗୀ ମୃତ୍ୟୁ ବରଣ କରୁଛନ୍ତି । ଯେତେବେଳେ କି, ସାଧାରଣ ପଦ୍ଧତିରେ ଚିକିତ୍ସା କରାଗଲେ କେବଳ ୧୧ ପ୍ରତିଶତ ରୋଗୀ ପ୍ରାଣ ହରାଉଛନ୍ତି।

ଏହି ଅଧ୍ୟୟନ ଦ୍ୱାରା ପ୍ରକାଶିତ ରିପୋର୍ଟରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ, କରୋନା ରୋଗୀଙ୍କୁ କେବଳ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧ କିମ୍ବା ଆଜିଥ୍ରୋମାଇସିନ୍ ସହିତ ମିଶାଇ ଦିଆଯାଉ ସବୁ ପ୍ରକ୍ରିୟାରେ ରୋଗୀର ସୁସ୍ଥ ହେବାର ସମ୍ଭାବନା କମ୍ । ଏବଂ ଏଠାରେ ତାଙ୍କ ଅବସ୍ଥା ଖରାପ ହୋଇ ମୃତ୍ୟୁ ହେବାର ସମ୍ଭାବନା ରହିଛି।

NIH ଏବଂ ଭର୍ଜିନିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଦଳ ୩୬୮କରୋନା ରୋଗୀଙ୍କ ଚିକିତ୍ସା ଉପରେ ଯାଞ୍ଚ କରିଥିଲେ । ଏହି ରୋଗୀଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଛି ଏବଂ କିଛି ଆରୋଗ୍ୟ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।

ତେବେ ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ୯୭ଜଣ କରୋନା ରୋଗୀଙ୍କୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଦିଆଯାଇଥିଲା । ୧୧୩ ରୋଗୀଙ୍କୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ସହିତ ଆଜିଥ୍ରୋମାଇସିନ୍ ଦିଆଯାଇଥିଲା । ଏବଂ ୧୫୮ ରୋଗୀ ଜଣଙ୍କୁ ସାଧାରଣ ଢଙ୍ଗରେ ଚିକିତ୍ସା କରାଯାଇଥିଲା। ସେମାନଙ୍କୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଦିଆଯାଇନଥିଲା ।

ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଦିଆଯାଇଥିବା ୯୭ ରୋଗୀଙ୍କ ମଧ୍ୟରୁ ୨୭.୮% ମୃତ୍ୟୁ ବରଣ କରିଛନ୍ତି । ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ସହିତ ଆଜିଥ୍ରୋମାଇସିନ୍ ଔଷଧ ଦିଆଯାଇଥିବା ୧୧୩ ରୋଗୀଙ୍କ ମଧ୍ୟରୁ ୨୨.୧% ମୃତ୍ୟୁ ବରଣ କରିଛନ୍ତି । ଏବଂ ୧୫୮ ରୋଗୀଙ୍କ କ୍ଷେତ୍ରରେ ଯେଉଁମାନେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଦିଆଯାଇନଥିଲା, ସେମାନଙ୍କ ମଧ୍ୟରୁ କେବଳ ୧୧.୪% ମୃତ୍ୟୁବରଣ କରିଥିଲେ ।

ଏହି ଅଧ୍ୟୟନ ରିପୋର୍ଟରୁ ଏହା ସ୍ପଷ୍ଟ ମନେହୁଏ ଯେ, ମ୍ୟାଲେରିଆ ପାଇଁ ବ୍ୟବହୃତ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେପରି ଲବି କରିଥିଲେ ସେତିକି ତାହା ଆମେରିକାରେ ସେତିକି ପ୍ରଭାବଶାଳୀ ହୋଇପାରିନାହିଁ ।

କେବଳ ଆମେରିକାରେ ଡାକ୍ତରମାନେ ଏହି ଔଷଧର ବ୍ୟବହାରକୁ ଏଡାଉ ନାହାଁନ୍ତି ବ୍ରାଜିଲରେ ମଧ୍ୟ ଡାକ୍ତରମାନେ କରୋନା ରୋଗୀଙ୍କ ଉପରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧ ବ୍ୟବହାର କରିବାକୁ ମନା କରି ଦେଇଛନ୍ତି । କାରଣ ଔଷଧ ଦେବା ମାତ୍ରେ ହୃଦୟ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ବଢିଯାଉଛି ।

ଯଦି ରୋଗୀ ପୂର୍ବରୁ ହୃଦ୍ ରୋଗ କିମ୍ବା ଶ୍ୱାସକ୍ରିୟା ରୋଗ ସହ ସଂଘର୍ଷ କରୁଛନ୍ତି, ସେମାନଙ୍କ ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ଔଷଧ ଘାତକ ପ୍ରମାଣିତ ହେଉଛି । ଯୁକ୍ତରାଷ୍ଟ୍ରରେ, ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଏବଂ ଆଜିଥ୍ରୋମାଇସିନ୍ ସମ୍ବନ୍ଧରେ ଡାକ୍ତରଙ୍କ ପାଇଁ NIH ନୂତନ ନିର୍ଦ୍ଦେଶାବଳୀ ପ୍ରକାଶ କରିଛି । ଯେଉଁଥିରେ ଏହାକୁ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି ।  ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଯଦି ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ସାରା ବିଶ୍ୱରେ କରୋନା ଚିକିତ୍ସା କରିବାକୁ ଅନୁମତି ଦିଆଯାଏ, ତେବେ ଏହି ଔଷଧ ତିଆରି କରୁଥିବା କମ୍ପାନୀଗୁଡିକ ପାଇଁ ଏହା ଖୁବ୍ ଲାଭଦାୟକ ହେବ । ଏପରି ଏକ କମ୍ପାନୀରେ ଡୋନାଲ୍ଡ ଟ୍ରମ୍ପଙ୍କର ସେୟାର ରହିଛି । ଆହୁରି ମଧ୍ୟ, ସେହି କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କ ସହିତ ଡୋନାଲ୍ଡ ଟ୍ରମ୍ପଙ୍କର ଗଭୀର ସମ୍ପର୍କ ମଧ୍ୟ ଅଛି ।

ମହାଭାରତ : ଦ୍ରୌପଦୀଙ୍କ ବସ୍ତ୍ରହରଣ ସୁଟ୍ ପରେ କାହିଁଁକି କାନ୍ଦିଥିଲେ ରୂପା ଗାଙ୍ଗୁଲି ?

ମୁମ୍ବାଇ: ରାମାୟଣ ପରେ ଲକଡାଉନରେ ମହାଭାରତକୁ ପୁଣିଥରେ ଟେଲିକାଷ୍ଟ କରିବାକୁ କୁହାଯାଇଛି । ଯାହା ଏକ ଜବରଦସ୍ତ ହିଟ୍ ବୋଲି ପ୍ରମାଣ ମଧ୍ୟ ହୋଇଛି । ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଶୋ’ର ସୁଟିଂ ସହ ଜଡିତ ଏକ ମଜାଦାର କାହାଣୀକୁ ନେଇ ଆସିଛୁ  । ଏହି ଶୋ’କୁ ବି.ଆରି ଚୋପ୍ରା ନିର୍ଦ୍ଦେଶନା ଦେଇଥିଲେ ।

ଏହି ଶୋ’ର ସବୁଠୁ ହିଟ୍ ଅଭିନେତ୍ରୀ ରୂପା ଗାଙ୍ଗୁଲି ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ଦ୍ରୌପଦୀଙ୍କ ଏହି ଚରିତ୍ରରେ ଅଭିନୟ କରିବା ସହ ଏହି ଚରିତ୍ରକୁ ଜୀବନ୍ତ କରିଥିଲେ । ତେବେ ବି.ଆର ଚୋପ୍ରା ତାଙ୍କୁ ଏହି ଚରିତ୍ରକୁ ଜୀବନ୍ତ କରିବାରେ ସହାଯ୍ୟ କରିଥିଲେ । ସେ ରୂପା ଗାଙ୍ଗୁଲିଙ୍କୁ ଦ୍ରୌପଦୀ ଚରିତ୍ର ବିଷୟରେ ବୁଝାଇ କହିଥିଲେ, ଯଦି କୌଣସି ମହିଳାଙ୍କୁ ତା’ କେଶ ଧରି ଘୋଷାଡ଼ି ଘୋଷାଡ଼ି କୌଣସି ସଭାକୁ ଅଣାଯାଏ ଏବଂ ତାଙ୍କର ବସ୍ତ୍ରକୁ ସମସ୍ତଙ୍କ ସାମ୍ନାରେ କାଢିବାକୁ ଚେଷ୍ଟା କରାଯାଏ ତ ସେତେବେଳେ ସେ କଣ  ଅନୁଭବ କରିବେ । ତାଙ୍କୁ ଏହି ଶୋ’ରେ ସେ ସବୁକୁ ଦର୍ଶାଇବାର ଅଛି ଓ ଦ୍ରୌପଦୀଙ୍କ ଚରିତ୍ରକୁ ଜୀବନ୍ତ କରିବାର ଅଛି ବୋଲି ଚୋପ୍ରା କହିଥିଲେ । ନିର୍ଦ୍ଦେଶକଙ୍କ କଥା ମାନି ରୁପା ବସ୍ତ୍ର ହରଣର ଦୃଶ୍ୟର ସୁଟିଂ ସମୟରେ ଏତେ ହଜି ଯାଇଥିଲା ଯେ ସେ ଏହାକୁ ଅତି ସୁନ୍ଦରଭାବେ ବିନା କଟ୍ ରେ ଶେଷ କରିଥିଲେ ।

ନିର୍ମାତାମାନେ କହିଥିଲେ ଯେ ଦ୍ରୌପଦୀଙ୍କ ବସ୍ତ୍ର ହରଣର ଦୃଶ୍ୟ ଏତେ ଯନ୍ତ୍ରଣାଦାୟକ ଏବଂ ଜୀବନ୍ତ ଥିଲା ଯେ, ରୂପା ଗାଙ୍ଗୁଲି ଏହା କରିବା ସମୟରେ କାନ୍ଦିବା ଆରମ୍ଭ କରିଥିଲେ । ସେ ସେଟରେ ଏତେ କାନ୍ଦିଲେ ଯେ ନିର୍ମାତା ଏବଂ ବାକି ଷ୍ଟାର କାଷ୍ଟ ତାଙ୍କୁ ଚୁପ୍ କରିବା ପାଇଁ ଅଧ ଘଣ୍ଟା ସମୟ ଲାଗିଥିଲା । ମହାଭାରତର ବସ୍ତ୍ରହରଣ ଦୃଶ୍ୟ ପାଇଁ ନିର୍ମାତା  ୨୫୦ ମିଟରର ଶାଢି ପାଇଁ ବ୍ୟବସ୍ଥା କରିଥିଲେ ଯାହାକୁ ସମ୍ପୂର୍ଣ୍ଣଭାବେ ଏହି ଦୃଶ୍ୟରେ ବ୍ୟବହାର କରାଯାଇଥିଲା ।

ଆପଣଙ୍କୁ କହିରଖୁଛୁ ଯେ, ଏହି ଶୋ’ଟି ପ୍ରସାରିତ ହେବା ମାତ୍ରେ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ସାଉଁଟୁଛି । ତେବେ ଲକଡାଉନ୍ ସମୟରେ ଟିଆରପି ତାଲିକାରେ ଏହି ଶୋ ଏବେ ଦ୍ୱିତୀୟ ସ୍ଥାନରେ ରହିଛି ।

ଫେସବୁକ୍ ଓ ରିଲାଏନ୍ସ ଜିଓ ମଧ୍ୟରେ ୪୩ ହଜାର କୋଟିର ଡିଲ୍

ଅନେକ ଦିନ ଧରି ଫେସବୁକ ଏବଂ ଭାରତର ସବୁଠୁ ଧନୀ ମୁକେଶ ଅମ୍ବାନୀଙ୍କ ଜିଓ ଡିଜିଟାଲ ପ୍ଲାଟଫର୍ମ ମଧ୍ୟରେ ଚାଲିଥିବା ବିଜନେସ ଡିଲ ଖବର ଏବେ ଏହି ଖବର ସତ ହେବାକୁ ଯାଉଛି । ଫେସବୁକ ଏବଂ ଜିଓ ମଧ୍ୟରେ ବିଜନେସ ଡିଲ ଖବର ସତ ।  ଏହି ଚୁକ୍ତି ଅନୁସାରେ ଆମେରିକାର ସୋସିଆଲ ମିଡିଆ ସାଇଟ୍ ଫେସବୁକକୁ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗ୍ରୁପର ଅଂଶ ଜିଓରେ ୯.୯୯  ପ୍ରତିଶତ ଅଂଶ ମିଳିବ । ସୂଚନା ଅନୁଯାୟୀ ଯେ ଏହି ୯.୯୯ ପ୍ରତିଶତ ଅଂଶ ୪୩,୫୭୪ କୋଟି ଟଙ୍କା ଅଟେ।

ଏହି ଚୁକ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଫେସବୁକ୍ ମାଲିକାନା ହ୍ୱାଟସ ଆପ୍, ଗୁଗୁଲ୍ ପେ ଏବଂ ପେଟିଏମ୍ ଭଳି ପ୍ଲାଟଫର୍ମ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତରେ ଏହାର ଡିଜିଟାଲ୍ ପେମେଣ୍ଟ ସେବା ଆରମ୍ଭ କରିବାକୁ ଅନୁମୋଦନ ଲାଭ କରିଛି। ଭାରତରେ ୪୦୦ ମିଲିୟନ ଉପଭୋକ୍ତା ହ୍ୱାଟସ୍ ଆପ୍ ବ୍ୟବହାର କରୁଛନ୍ତି । ହ୍ୱାଟସ ଆପ୍ ପାଇଁ ଏହା ସବୁଠାରୁ ବଡ ବଜାର ସାବ୍ୟସ୍ତ ହେବ । ଦେଶର ପ୍ରାୟ ୮୦ ପ୍ରତିଶତ ସ୍ମାର୍ଟଫୋନ୍ ବ୍ୟବହାରକାରୀ ଅଛନ୍ତି ଆଉ ପ୍ରାୟ ସମସ୍ତେ ହ୍ୱାଟସ ଆପ ବ୍ୟବହାର କରୁଛନ୍ତି ।

ସୋସିଆଲ ମିଡିଆରେ ରାଜ କରୁଥିବା ପ୍ଲାଟଫର୍ମ ଫେସବୁକ ର କହିବା ଆନୁଯାୟୀ ମେସେଜିଂ ପ୍ଲାଟଫର୍ମ ହ୍ୱାଟସ୍ ଆପ୍ କୁ ରିଲାଏନ୍ସ ର ଇ-କମର୍ସ  ବିଜନେସ ଜିଓ ମାର୍ଟ ସହିତ ସହଯୋଗ କରିବା ଉପରେ ଧ୍ୟାନ ଦେବ ଯାହା ଫଳରେ ଲୋକମାନେ ଛୋଟ ଛୋଟ ବିଜନେସ ସହ ଯୋଡ଼ି ହୋଇ ରହିବେ । ପ୍ରାୟ ୪୦୦ ମିଲିୟନ ଉପଭୋକ୍ତା ଥିବା ଫେସବୁକ୍ ପାଇଁ ଭାରତ ହେଉଛି ସର୍ବ ବୃହତ ଏକକ ବଜାର।

ମୁକେଶ ଅମ୍ବାନୀଙ୍କ ଜିଓ ଟେଲିକମ କମ୍ପାନୀ କାର୍ଯ୍ୟକ୍ଷମ ହେବାର ୪ ବର୍ଷ ବିତିଗଲାଣି ଏବଂ ଜିଓ ଅତି କମ ସମୟରେ ଭାରତରେ  ୩୮.୮ ମିଲିୟନ ଅର୍ଥାତ ୩ କୋଟି ୭୭ ଲକ୍ଷ ଗ୍ରାହକଙ୍କ ସହିତ ଦେଶରେ ସବୁଠୁ ବଡ଼ ମୋବାଇଲ ଅପରେଟର ଭାବେ ଉଭା ହୋଇଛି । ଏହାର ସବୁଠୁ ବଡ଼ କାରଣ ହେଲା କମ୍ପାନୀର ବହୁକ କମ ଦାମରେ ଟ୍ୟାରିଫ ପ୍ଲାନ ଯାହା ଖୁବ ଫଳପ୍ରଦ ହୋଇଥିଲା ।