spot_img
Home Blog Page 7217

ଚୋରି କରିବାକୁ ଆସିଥିଲେ ଦୁଷ୍କର୍ମ କରି ଚାଲିଗଲେ ଦୁର୍ବୃତ୍ତ !

0

ରାଉରକେଲା: ରାଉରକେଲାରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି । ଯୋଡ଼ି ହୋଇଛି ଆଉ ଏକ ଦୁଷ୍କର୍ମର କଳା ଫର୍ଦ୍ଦ ଚୋରି କରିବାକୁ ଆସି ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ ।

ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଏଭଳି ଅଭିଯୋଗ ଆସିଛି। ଗତ ରବିବାର ରାତିରେ ୭ଜଣ ଚୋର କ୍ରସରରୁ ଚୋରି କରିବା ପାଇଁ ଆସିଥିଲେ। ତେବେ ସେଠାରେ ସେମାନେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏହାସହ ୭ଟି ମୋଟର ଚୋରି କରିନେଇଛନ୍ତି। ଅଭିଯୋଗ ହେବା ପରେ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ବନ୍ଦ ଘରୁ ଉଦ୍ଧାର ହେଲା ବାପା ମା’ ଝିଅଙ୍କର ମୃତଦେହ

0

ବ୍ରହ୍ମପୁର: ଗୋଟିଏ ଘରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର। ପାଲିଆ ଛତ୍ରପୁର ମଝି ସାହି ଗାଁରୁ ମୃତଦେହ ଉଦ୍ଧାର ହୋଇଛି। ବନ୍ଦ ଘରୁ ବାପା, ମା ଓ ଝିଅର ମୃତଦେହ ଉଦ୍ଧାର ହୋଇଛି ।

ସ୍ତ୍ରୀ ଓ ଝିଅକୁ ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଝୁଲନ୍ତା ଅବସ୍ଥାରେ ସ୍ୱାମୀର ମୃତଦେହ ଜବତ କରାଯାଇଛି । ଘଟଣାସ୍ଥଳରେ ଗଞ୍ଜାମ ଏସ୍‌ପି, ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରୁଛି।

ପୁଣି ଫେରିବ ଶୀତ, ବର୍ଷା ନେଇ ୮ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କତା

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଲାଗିରହିଛି । ଅଦିନିଆ ବର୍ଷାରେ ବିଭିନ୍ନ ସ୍ଥାନରେ ଧାନ ସବୁ ମଣ୍ଡିରେ ଭିଜୁଛି । କିଛି ସ୍ଥାନରେ ଝଡ ତୋଫାନ ଯୋଗୁ ନଷ୍ଟ ହୋଇଛି ଘରଦ୍ଵାର । ବଲାଙ୍ଗୀର, କଟକ, ଯାଜପୁରରେ ବର୍ଷା ଲାଗି ରହିଛି । ତେବେ ଆହୁରି ୨୪ ଘଣ୍ଟା ବର୍ଷା ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ ଓ ଦେବଗଡରେ ପ୍ରବଳ ବର୍ଷା ହେବ । ଏଥିପାଇଁ ଏହି ଜିଲ୍ଲାରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବ । ୨୭ ତାରିଖରେ ବର୍ଷାର ପରିମାଣ କମିପାରେ । ଏହାସହ ୨୭ ରୁ ୨୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ କୁହୁଡି ଜାରି ରହିବ । ଶୀତ ପୁଣି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ସେପଟେ ସୁନ୍ଦରଗଡ଼ରେ ଅଦିନିଆ ବର୍ଷା ପରେ ଘନ କୁହୁଡ଼ି ରହିଛି । କୁହୁଡ଼ିର ମାତ୍ରା ଏତେ ଅଧିକ ଥିଲା ଯେ ୫ ଫୁଟ ପର୍ଯ୍ୟନ୍ତ ରାସ୍ତା ଦେଖିବା ବି ମୁସକିଲ ହୋଇପଡ଼ିଛି । ଅନ୍ୟପଟେ କୁହୁଡ଼ି ଯ଼ୋଗୁଁ ପ୍ରଭାବିତ ହୋଇଛି ଜୀବନଯାତ୍ରା ।

ଦିଲ୍ଲୀରେ ସିଏଏ ହିଂସା ନେଲାଣି ୧୩ ଜୀବନ, ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ଥମୁନି ସିଏଏ ନିଆଁ ।  ଜଳୁଛି ଦିଲ୍ଲୀ, ବଢୁଛି ହିଂସା । ରବିବାରଠାରୁ ଆରମ୍ଭ ହୋଇଥିବା ହିଂସା ଉତ୍ତରପୂର୍ବ ଦିଲ୍ଲୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଛି। ଜଣେ ପୋଲିସ କର୍ମୀଙ୍କ ସହ ୧୩ଜଣ ପ୍ରାଣ ହରାଇଛନ୍ତି, ୧୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ୧୪୪ ଧାରା ଓ କର୍ଫୁ ପରେ ବି ସ୍ଥିତି ନସୁଧୁରିବାରୁ ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗତକାଲି ବିଳମ୍ବିତ ରାତିରେ ସୁରକ୍ଷା ସ୍ଥିତି ନେଇ ଅନୁଧ୍ୟାନ କରିଛନ୍ତି । ସିଲମପୁର, ଭଜନପୁରା, ମୌଜପୁର, ଯମୁନା ବିହାର ଭଳି ହିଂସା ପ୍ରଭାବିତ ଅଞ୍ଚଳରେ ସ୍ଥିତି ସମୀକ୍ଷା କରିଛନ୍ତି । ଆଇପିଏସ୍‌ ଏସଏନ୍‌ ଶ୍ରୀବାସ୍ତବଙ୍କୁ ଆଇନ ଶୃଙ୍ଖଳା ରକ୍ଷାର ସ୍ୱତନ୍ତ୍ର କମିଶନର ଭାବେ ନିଯୁକ୍ତ କରାଯାଇଛି ।

ସେପଟେ ହିଂସା ଘଟଣାକୁ ଆଖିରେ ରଖି ଆଜି ଉତ୍ତରପୂର୍ବ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ ରହିଛି। ଆଜି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ୍‌ କରାଯାଇଛି। ସେପଟେ ହିଂସା ମାମଲା ନେଇ ଦିଲ୍ଲୀ ହାଇକୋର୍ଟରେ ରାତି ଅଧିଆ ଶୁଣାଣି ହୋଇଛି। ଜଷ୍ଟିସ ଏସ. ମୁରଲୀଧରନଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଶୁଣାଣି ହୋଇଛି। ଆହତଙ୍କୁ ସୁରକ୍ଷିତ ଭାବେ ହସପିଟାଲ ପହଞ୍ଚାଇବା ପାଇଁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ଆହତଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦିଆଯାଉ। ଏଥିସହ ସ୍ଥିତି ନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ନେଇ ଆଜି ଅପରାହ୍ନରେ ଶୁଣାଣି ହେବ।

ରସିକିଆ ପ୍ରଧାନ ଶିକ୍ଷକ ଓ ରୋଷେୟାଙ୍କ ରାସଲିଳା

0

ଦାରିଙ୍ଗବାଡି: ବନ୍ଧାହେଲେ ରସିକିଆ ପ୍ରଧାନ ଶିକ୍ଷକ ଓ ରୋଷେୟା । ଦାରିଙ୍ଗବାଡି ଛଡାକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ନାଁରେ ଗୁରୁତର ଅଭିଯୋଗ ଆସିଛି । ସ୍କୁଲରେ କାର୍ଯ୍ୟରତ ମହିଳା ରୋଷେୟାଙ୍କୁ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରିବା ସହ ତାଙ୍କୁ ଗାଳିଗୁଲଜ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଗତ ୩ବର୍ଷ ହେବ ସ୍କୁଲର ପ୍ରଧାନ ଶିକ୍ଷକ ଯିସାୟ ପ୍ରଧାନ ଓ ରୋଷେୟା ସଂସାର ଦିଗାଲ ମହିଳା ରୋଷେୟାଙ୍କୁ ହଇରାଣ କରୁଥିଲେ । ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରିବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି ।

ଏନେଇ ଗତ ଶନିବାର ଦିନ ମହିଳା ରୋଷେୟା ଜଣକ ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଘଟଣାକେ ପ୍ରଧାନ ଶିକ୍ଷକ ଓ ରୋଷେୟାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଜୋନାଲ ପରିଷଦ ବୈଠକରେ ଯୋଗ ଦେବା ପାଇଁ ଓଡିଶାରେ ପହଞ୍ଚିଲେ ମମତା ଦିଦି

0

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ସନ୍ଧ୍ୟାରେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି ଦିଦି ।  ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ତରଫରୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରି ଆରୁଖ ସ୍ୱାଗତ କରିଛନ୍ତି । ସେପଟେ ଅନ୍ୟ ଏକ କାର୍ଯ୍ୟ କ୍ରମରେ ଯୋଗ ଦେବାକୁ ଆସିଥିବା ପଶ୍ଚିମ ବଙ୍ଗର କ୍ରିଡ଼ା ଓ ଯୁବ ସେବା ମନ୍ତ୍ରୀ ଶ୍ରୀ ଅରୁପ ବିଶ୍ୱାସଙ୍କୁ ମନ୍ତ୍ରୀ ଶ୍ରୀ ଆରୁଖ ସ୍ୱାଗତ କରିଛନ୍ତି ।

ସଫଳ ହେଲା ପ୍ରଣବଙ୍କ ଉଦ୍ୟମ, ଘର ଲୋକଙ୍କ ପାଖରେ ପହଞ୍ଚିଲା ମୃତଦେହ

0

ଯାଜପୁର: ଗାଁ ଶ୍ମଶାନରେ ଜଳିଲା ୩ ଦାଦନଙ୍କର ଜୁଇ । କାନ୍ଦ ବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ । ପେଟକୁ ଦାନା ମୁଠେ ପାଇଁ ଯାଇଥିଲେ ଦାଦନ ଖଟି । ଆଉ ଘରକୁ ଫେରିଲା ପରେ ସ୍ତବ୍ଦ ହୋଇଗଲା ପୁରା ଗାଁ ।  କାରଣ ଦାଦନ ଖଟୁ ଖଟୁ ଚାଲିଗଲା ୩ ଦାଦନଙ୍କର ଜୀବନ । କଫନରେ ଭର୍ତ୍ତି ହୋଇ ଆସିଲା ୩ ପୁଅ ଦୟାନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଓ  କାମେଶ ସିଂ ଙ୍କର ଶବ ।

ଏଭଳି ଦୁଃଖଦ ପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସଦର ଥାନା ଜମଧର ଗାଁରେ । ଗତ ୨୨ ତାରିଖରେ ଅହମ୍ମଦାବାଦର ଏକ ସୂତା କଳରେ କାମ ରୁଥିବା ବେଳେ କଳରେ ନିଆଁ ଲାଗି ଏମାନଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଶ୍ରମିକ ମାନଙ୍କର ଶବ କେମିତି ଆସିବ ସେନେଇ ପରିବାର ଲୋକେ ଚିନ୍ତାରେ ଥିଲେ । କିନ୍ତୁ ଯାଜପୁର ବିଧାୟକ ପ୍ରଣବ ପ୍ରାକାଶ ଦାସ ଏନେଇ ତାଙ୍କର ଉଦ୍ୟମ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆଣିଥିଲେ ।

ପରେ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଗୋପବନ୍ଧୁ ଦାସ ଓଡ଼ିଶା ଲେବର କମିସନରଙ୍କ ସହ ଯୋଗାଯୋଗ କରି ଗୁଜୁରାଟ ଲେବର କମିସନରଙ୍କୁ ସମ୍ପର୍କ କରିଥିଲେ । ସବୁଠାରୁ ବଡ଼କଥା ହେଉଛି ଅହମ୍ମଦାବାଦରୁ ଯାଜପୁର ପର୍ଯ୍ୟନ୍ତ ଆମ୍ବୁଲାନ୍ସରେ ଆସିବା ପାଇଁ ଯେତିକି ଅର୍ଥ ଦରକାର ସବୁ ବହନ କରିବେ ବୋଲି ବିଧାୟକ ପ୍ରଣବ ପ୍ରାକାଶ ଦାସ କହିଥିଲେ ।

ତେବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଓଡ଼ିଶା ମୋ ପରିବାରର ଉଦ୍ୟମ ସଫଳ ହୋଇଛି । ଅହମ୍ମଦାବାଦରୁ ଆମ୍ବୁଲାନ୍ସ ଯୋଗେ ୩ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଆସି ଯାଜପୁରରେ ପହଞ୍ଚିଛି । ସେପଟେ ବର୍ଷା ସତ୍ତ୍ୱେ ହଜାର ହଜାର ଲୋକେ ଆସି ମୃତକଙ୍କ ଶେଷ ଦର୍ଷନ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ  ରେଡକ୍ରସ ସହାୟତା ପ୍ରଦାନ କରାଯିବା ସହ ଶବ ସତ୍କାର ପାଇଁ ହରିଚନ୍ଦ୍ର ସହାୟତା ପ୍ରଦାନ କରାଯାଇଛି ।

ସିନ୍ଦୁର ପାଇଁ ମହାଭାରତ: ସାମ୍ନାକୁ ଆସିଲା ବିବାହିତ ପୁରୁଷଙ୍କ ପରକୀୟା ପ୍ରୀତି

0

ଭୁବନେଶ୍ୱର: ପତି ପତ୍ନୀ ଔର ୱୋ । ରାଜଧାନୀରେ ପୁଣି ସାମ୍ନାକୁ ଆସିଛି ବିବାହିତ ପୁରୁଷଙ୍କ ବିରୋଧରେ ପରକୀୟା ପ୍ରୀତିର ସାଂଘାତିକ୍‌ ଅଭିଯୋଗ। ଜଣେ ଯୁବତୀ ଅଭିଯୁକ୍ତ ଶଶାଙ୍କଙ୍କ ଦ୍ୱିତୀୟ ପତ୍ନୀ ବୋଲି ଦାବି କରି ଥାନାକୁ ଯାଇଥିବା ବେଳେ ପ୍ରଥମ ପତ୍ନୀଙ୍କ ବୟାନ ମାମଲାକୁ ରୋଚକ କରିଛି। ପୋଲିସ୍‌ ଅଭିଯ଼ୁକ୍ତକୁ ଗିରଫ୍‌ କରିଥିବା ବେଳେ ସଂପୃକ୍ତ ମହିଳାଙ୍କ ଡାକ୍ତରୀ ମାଇନା କରିଛି ।

ରାଜଧାନୀରେ ଗୋଟିଏ ସ୍ୱାମୀ, ଦୁଇଟି ସ୍ତ୍ରୀ । ମୁଣ୍ଡରେ ହାତ ଦେଇ କିଛି ନଜଣିବାର ଅଭିନୟ କରୁଥିବା ଏ ଯୁବକ ହେଲେ ଶଶାଙ୍କ ମହନ୍ତ । ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି । ୫ ବର୍ଷ ତଳେ କରିଥିଲେ ପ୍ରେମ ବିବାହ। ହେଲେ ଗୋଟିଏ ସ୍ତ୍ରୀରେ ମନ ମାନି ନଥିଲା। ପାର୍କରେ ବୁଲୁବୁଲୁ ପୁଣି ପଡ଼ିଲେ ପ୍ରେମରେ। ପ୍ରଥମ ସ୍ତ୍ରୀ ଥାଇ ସୁଦ୍ଧା ପୁଣି ପ୍ରେମିକା ମଥାରେ ପିନ୍ଧାଇ ଦେଲେ ସିନ୍ଦୁର। ତେବେ ଏ ପରକୀୟା ପ୍ରେମୃ ଲୁଚି ରହିନଥିଲା। ଦୁଇ ସ୍ତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିଲା ମୃହାଭାରତ। ମାମୃଲା ଆସିଥିଲା ଥାନାକୁ।

ସେପଟେ ପ୍ରଥମ ସ୍ତ୍ରୀ ଏବେ ବି ନିଜ ସ୍ୱାମୀଙ୍କୁ ରାମଚନ୍ଦ୍ରର ଆଖ୍ୟା ଦେଇଛନ୍ତି। ଜେଲରୁ ଫେରିବା ପରେ ତାଙ୍କୁ ଗ୍ରହଣ କରିବେ ବୋଲି କହିଛନ୍ତି। ସେପଟେ ଅଭିଯୁକ୍ତ ଶଶାଙ୍କ କହିଛନ୍ତି, ଦ୍ୱିତୀୟ ସ୍ତ୍ରୀ ବୋଲି ଦାବି କରୁଥିବା ଯ଼ୁବତୀ ଜଣଙ୍କ ତାଙ୍କୁ କୁଆଡ଼େ ବ୍ଳ।କ୍‌ମେଲ୍‌ କରୁଛନ୍ତି।

ଅଭିଯୋଗ ଆଣିଥିବା ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଛି। ଅଭିଯୋଗ ମୁତାବିକ ପୋଲିସ୍‌ ଶଶାଙ୍କଙ୍କ ବିରୋଧରେ ସଂଗୀନ୍‌ ଦଫା ଲଗାଇ ଜେଲ୍‌ ପଠାଇ ଦେଇଛି ।

ଛାତ୍ରୀଙ୍କୁ ଦଣ୍ଡ ଦେଲେ ପ୍ରିନ୍ସପାଲ, ଡ଼ାକ୍ତରଖାନା ଗଲେ ୩୮ ଛାତ୍ରୀ

0

ସ୍କୁଲ ଭିତରେ ଛାତ୍ରୀଙ୍କୁ ୧୫୦ରୁ ଅଧିକ ଥର ବସ୍‌ଉଠ୍‌ । ମହିଳା ଆଙ୍ଗ୍ରି ପ୍ରିନ୍ସପାଲଙ୍କ ଦବଙ୍ଗ ଗିରି । କଷ୍ଟରେ ଛଟପଟ ହେଲେ ୧୦ମ ଶ୍ରେଣୀର ଛାତ୍ରୀ । ଜଣେ କି ଦୁଇଜଣ ଛାତ୍ରୀଙ୍କୁ ନୁହେଁ ଏକା ଥରକେ ୩୮ ଜଣ ଛାତ୍ରୀଙ୍କୁ କରାଇଲେ ବସ୍‌ ଉଠ୍‌ ।

ଦୋଷ ନଥାଇବି ଦଣ୍ଡ ଭୋଗିଲେ ନିରୀହ ଛାତ୍ରୀ ମାନେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ଚନ୍ଦ୍ରପୁରର ଆବାସିକ ମହିଳା ସ୍କୁଲରେ । ସବୁ କଥା ଲୁଚି ରହିଥିଲା । କିନ୍ତୁ ଯେତେବେଳେ ଛାତ୍ରୀ ମାନେ କଷ୍ଟ ସହିନପାରି ଡ଼ାକ୍ତରଖାନା ଗଲେ ସେତେବେଳେ ସବୁ କିଛି ସାମ୍ନାକୁ ଆସିଲା ।

ସୂଚନା ଅନୁଯାୟୀ, ୧୮ ଫେବୃଆରୀରେ ଛାତ୍ରୀ ମାନଙ୍କର ପ୍ରାକ୍ଟିକାଲ ଥିଲା । ସେହି ଦିନ ସ୍କୁଲରେ ମିଟିଂ ଚାଲୁଥିଲା । ଛାତ୍ରୀ ମାନେ ନିଜର ପ୍ରାକ୍ଟିକାଲ ନୋଟ୍‌ ପାଇଁ ହଷ୍ଟେଲ ରୁମକୁ ଯାଉଥିଲା । ସେହି ସମୟରେ ଛାତ୍ରୀଙ୍କର ଚପଲ ସବ୍ଦରେ ମିଟିଂ ଡିଷ୍ଟର୍ବ ହୋଇଥିଲା ।

ଯାହା ପାଇଁ ମହିଳା ପ୍ରିନ୍ସପାଲ ଛାତ୍ରୀ ମାନଙ୍କୁ ବସ୍‌ ଉଠ୍‌ କରାଇଥିଲେ । ସ୍କୁଲର ସବୁ କ୍ଲାସ୍‌ରେ ଅନ୍ୟ ଛ୍ରାତ୍ରୀ ମାନଙ୍କ ସାମ୍ନାରେ ଏଭଳି ଦଣ୍ଡ ଦେଇଥିଲେ ଉକ୍ତ ମହିଳା ପ୍ରିନ୍ସପାଲ । ୧୫୦ରୁ ଅଧିକ ଥର ବସ୍‌ ଉଠ୍‌ କରାଇଥିଲେ ।

ବସ୍‌ ଉଠ୍ ନହେଲେ ପ୍ରକ୍ଟିକାଲରେ ମାର୍କ ଦେବେନି ବୋଲି ମଧ୍ୟ ଛାତ୍ରୀଙ୍କୁ ଡ଼ରାଇଥିଲେ ପ୍ରିନ୍ସପାଲ । ଖରାପ ଭାସାରେ ଗାଳିଗୁଲଜ ମଧ୍ୟ ଦେଇଥିଲେ । ଛାତ୍ରୀ ମାନେ କାନ୍ଦି ଥିଲେ ମଧ୍ୟ ଛାଡ଼ିନଥିଲେ ସ୍କୁଲର ପ୍ରିନ୍ସପାଲ ।

ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ: ଦେଶର ମୋଟ୍‌ ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୬ ତାରିଖରେ ନିର୍ବାଚନ ହେବ । ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ମଧ୍ୟ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି । ଏପ୍ରିଲ ୨ ତାରିଖରେ ରଞ୍ଜୀବ ବିଶ୍ୱାଳ, ସରୋଜିନୀ ହେମ୍ବ୍ରମ୍‌ ଏବଂ ନରେନ୍ଦ୍ର କୁମାର ସ୍ୱାଇଁ ଅବସର ନେବେ । ସେହିପରି ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ ହେବା ପରେ ତାଙ୍କ ଆସନ ଖାଲି ପଡିଛି । ତେଣୁ ଓଡ଼ିଶାରେ ୪ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୬ ତାରିଖରେ ନିର୍ବାଚନ ହେବ । ମାର୍ଚ୍ଚ ୬ରେ ଏଥିପାଇଁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୧୩ । ମାର୍ଚ୍ଚ ୧୬ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୧୮ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ । ମାର୍ଚ୍ଚ ୨୬ ହେବ ନିର୍ବାଚନ । ସେହିଦିନ ଗଣତି କରି ଫଳ ଘୋଷଣା କରାଯିବ । ମାର୍ଚ୍ଚ ୩୦ ସୁଦ୍ଧା ସରିବ ନିର୍ବାଚନ ପ୍ରକ୍ରିୟା ।