spot_img
Home Blog Page 7223

ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ସବୁଠୁ ବଡ଼ କ୍ରିକେଟ୍‌ ଷ୍ଟାଡ଼ିୟମର କରିବେ ଉଦଘାଟନ

0

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତରେ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ । ୩୬ ଘଣ୍ଟାର ରହଣିରେ ଅନେକ କାର୍ଯ୍ୟକ୍ରମ ଯୋଗ ଦେବେ ଟ୍ରମ୍ପ୍‌ ପରିବାର । ଓ୍ୱାଶିଂଟନରୁ ଆସି ସିଧା ଅହମ୍ମଦାବାଦରେ ପ୍ରଥମେ ପହଁଚିବେ । ସେଠାରେ ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟର ଉଦଘାଟନ କରିବେ ଟ୍ରମ୍ପ୍‌ । ୨୫ ତାରିଖରେ ଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ହେବ ।

ସେପଟେ ଦିଲ୍ଲୀର ନାନକପୁରା ସରକାରୀ ସ୍କୁଲ ପରିଦର୍ଶନ କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମିଲେନିଆ ଟ୍ରମ୍ପ୍‌ । ଏହି କାର୍ଯ୍ୟକ୍ରମର ଅତିଥି ତାଲିକାରୁ ବାଦ୍‌ ପଡିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ । ସେପଟେ ଏହି ଖବରକୁ ସହଜରେ ହଜମ କରିପାରିନି ଆମ ଆଦମୀ ପାର୍ଟି । ଦଳ ପକ୍ଷରୁ କୈାଣସି ପ୍ରତିକ୍ରିୟା ଦିଆଯାଇନଥିଲେ ବି ଏହାର ବିଜେପିର ଷଡଯନ୍ତ୍ର ବୋଲି ଅଭିଯୋଗ ହୋଇଛି ।

 

ସେପଟେ ବିଜେପିର କହିବା କଥା, ଏତେ ବଡ଼ ଦେଶର ରାଷ୍ଟ୍ରପତି ଭାରତ ଆସୁଛନ୍ତି ଏ ସମୟରେ ରାଜନୀତି କରିବା ଠିକ୍‌ କଥା ନୁହଁ । ଯାହା ନିଷ୍ପତି ହୋଇଛି ସେୟା ହିଁ ହେବ । ଆମ ଆଦମୀ ପାର୍ଟିକୁ ଏଥିରେ କୈାଣସି ସମସ୍ୟା ହେବା ଉଚିତ ନୁହଁ ।

 

ଥମିବାର ନାଁ ଧରୁନି କରୋନା ଭାଇରସ୍‌, ଡ଼େଉଁଛି ଦେଶକୁ ଦେଶ

ବେଜିଂ: ଦେଶକୁ ଦେଶ ଡ଼େଉଁଛି କରୋନା ଭାଇରସ୍‌ । ଚିନ୍‌ , ହଂକଂ ପରେ ଏବେ ଦକ୍ଷିଣ କୋରିଆ ଏବଂ ଇଟ୍‌ଲି, ଇରାନ, ୟୁନାଇଟେଡ଼ ଆରବ ଏମିରେଟସ ରେ କରୋନା ଭାଇରସର ପ୍ରଭାବ ଦେଖିବାକୁ ମିଳିଛି । ଚାଇନା ବାହାରେ ଗତ ଶନିବାର ଦିନ ୧୫ ଶହ  ଏହି ଭାଇରସରେ ଆକ୍ରାନ ହୋଇଥିବା ସୂଚନା ମିଳିଛି । ଗତ ଶନିବାର ମଧ୍ୟରେ ଇରାନରରେ ୬ ଜଣଙ୍କର ଏହି ରୋଗରେ ମୃତ୍ୟ ହୋଇଛି ।

ଏବେକାର ସୂଚନା ଅନୁଯାୟୀ ଏହି ଭାଇରସ୍‌ରେ ଚୀନ୍‌ରେ ୭୬ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୨ ହଜାର ୩ଶହ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଦକ୍ଷିଣ କୋରିଆରେ ସ୍ଥିତି ଜଟିଳ ହେବାରେ ଲାଗିଛି । ଚୀନ୍‌ରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ସୂଚନା ମିଳିଛି । ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ୮୮୯ ଥିବାବେଳେ ଆଜି ଏହା ୩୯୭କୁ ଖସିଛି  । ଦକ୍ଷିଣ କୋରିଆରେ ଗତ ୨୪ ଘଣ୍ଟା‌ ମଧ୍ୟରେ ୨୨୯ ଜଣ କରୋନା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଥିସହ ଦକ୍ଷିଣ କୋରିଆରେ ସମୁଦାୟ ୪୩୩ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି ।

ଆହୁରି ୧୦୦୦ରୁ ଅଧିକ ଲୋକଙ୍କଠାରେ ଭାଇରସ୍‌ ଥିବା ଲକ୍ଷଣ କୁହାଯାଉଛି । ଦକ୍ଷିଣ କୋରିଆର ଦକ୍ଷିଣ ସହର ଡାଗୁରେ ଭାଇରସ୍‌ ଆତଙ୍କ ଖେଳାଇଥିବାବେଳେ ଭାଇରସ୍‌ ୨ ଜଣଙ୍କ ଜୀବନ ନେଲାଣି। ଡାଗୁ ସହରକୁ ଏକ ପ୍ରକାର ବନ୍ଦ କରାଯାଇଛି। ଦକ୍ଷିଣ କୋରିଆରେ ସମୁଦାୟ ୪ ଜଣ ସାମରିକ ସଦସ୍ୟ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସମସ୍ତ ସାମରିକ ସଦସ୍ୟମାନଙ୍କୁ ସେମାନଙ୍କ ଘାଟି ଛାଡ଼ିବାପାଇଁ ଏବଂ କୌଣସି ପରିଦର୍ଶକଙ୍କୁ ଭେଟିବାପାଇଁ ମନା କରାଯାଇଛି।

ସୂତା କଳରେ ଗ୍ୟାସ୍‌ ସିଲିଣ୍ଡର ଫାଟି ୩ ଓଡ଼ିଆଙ୍କ ମୃତ୍ୟୁ

0

ଗୁଜୁରାଟର ଅହମ୍ମଦାବାଦରେ ଥିବା ସୂତା କଳରେ ବଡ଼ ଅଘଟଣ । ସୂତା କଳରେ ନିଆଁ ଲାଗି ୩ ଜଣ ଓଡ଼ିଆଙ୍କ ମୃତ ହୋଇଛି । କାମ କରୁଥିବା ସମୟରେ ଗ୍ୟାସ୍‌ ଟାଙ୍କରେ ନିଆଁ ଲାଗି ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସମସ୍ତ ମୃତକ ଯାଜପୁରର ହୋଇଥିବା ସୂଚନା ମିଳିଛି । ସେମାନେ ଅହମ୍ମଦାବାଦର ଲୋଟସ ସୂତା କମ୍ପାନୀରେ କାମ କରୁଥିଲେ । ମୃତକ ହେଲେ ଯାଜପୁର ସଦର ଥାନା  ରେକାବୀ ବଜାର ଅଞ୍ଚଳର ଦୟାନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଓ କାମେଶ ସିଂ । ୩ ବର୍ଷ ହେଲା ସମସ୍ତେ କଂପାନୀରେ କାମ କରୁଥିବା ଜଣାପଡ଼ିଛି ।

ଶୀତ ଖରାର ଲୁଚକାଳି ଖେଳରେ ପୁଣି ଫେରୁଛି ବର୍ଷା

0

ଭୁବନେଶ୍ୱର: ବଦଳିବ ପାଗ । ହଟିବ ଖରା, ଢାଙ୍କିବ ବାଦଲ । ୨୩ ରୁ ୨୬ ଉପାନ୍ତରୁ ଉପକୂଳ ସବୁଠି ବର୍ଷିବ । ରବିବାର ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ,ଦେବଗଡ, କେନ୍ଦୁଝର ଏବଂ ମୟୁରଭଞ୍ଜରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ । ୨୪ ତାରିଖରେ ଉତ୍ତର ଏବଂ ଆଭ୍ୟନ୍ତରୀଣ ଉପକୂଳ ଓଡ଼ିଶାର ବାଲେଶ୍ୱର, ମୟୁଭଞ୍ଜ, କେନ୍ଦୁଝର, ଅନୁଗୁଳ,ଢେଙ୍କାନାଳ, ଝାରସୁଗୁଡା, ସମ୍ବଲପୁର,ସୁନ୍ଦରଗଡ, ଦେବଗଡ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର,ବୌଦ୍ଧ, ସୋନପୁର, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡରେ ଘଡଘଡି ସହ ବର୍ଷା ହେବ । ୨୫ ତାରିଖ ବେଳକୁ ବର୍ଷାର ପରିମାଣ ବଢିବ । ଉପକୂଳ ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମର ଅଭିଯୋଗ ଆଣିଲେ ପ୍ରେମିକା

0

ରାଉରକେଲା: ପ୍ରେମ, ପ୍ରତିଶ୍ରୁତି ଓ ପ୍ରତାରଣା । ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ ଦୁଷ୍କର୍ମ ଅଭିଯୋଗ । ରାଉରକେଲାରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ଯୁବତୀଙ୍କ ସହିତ ପ୍ରଥମେ ପ୍ରେମ ପରେ ବିବାହର ପ୍ରତିଶ୍ରୁତି, ଏବଂ ଶେଷରେ ଜବରଦସ୍ତି ଦୁଷ୍କର୍ମ କରିଥିବା ନେଇ ପ୍ରେମିକା ଅଭିଯୋଗ ଆଣିଛନ୍ତି ।

ସେପଟେ ଯୁବକ ଜଣକ ଦୁଷ୍କର୍ମ ସମୟର ଭିଡିଓ ମୋବାଇଲରେ ରେକଡିଂ କରି ଭାଇରାଲ କରିବାର ଧମକ ଦେଉଥିବା ମଧ୍ୟ ପୀଡିତା ଅଭିଯୋଗ କରିଛନ୍ତି । ଏନେଇ ରାଉରକେଲା ସେକ୍ଟର-୭ ଥାନାରେ ଯ଼ୁବତୀ ଲିଖିତ ଅଭିଯୋଗ ପରେ ପୋଲିସ ଅଭିଯ଼ୁକ୍ତ ପ୍ରେମିକକୁ ଗିରଫ କରିଛି । ଘଟଣାରେ ପୋଲିସ ଅଧିକ ଖୋଜତାଡ ଜାରି ରଖିଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ବିଶେଷ ଡିଜାଇନର ରୂପା କପ୍ ଓ ସୁନା ଥାଳିରେ ଖାଇବେ ଟ୍ରମ୍ପଙ୍କ ପରିବାର

0

ରାଜକୀୟ ଅନ୍ଦାଜରେ ଟ୍ରମ୍ପଙ୍କୁ ସ୍ୱାଗତ କରିବାକୁ କରାଗଲା ସ୍ୱତନ୍ତ୍ର ବ୍ୟବସ୍ଥା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଆସନ୍ତା ୨୪-୨୫ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ଏହି ଯାତ୍ରା କିପରି ସ୍ମରଣୀୟ ହୋଇପାରିବା ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଉଛି ।

ଦିଲ୍ଲୀଗସ୍ତ ସମୟରେ ଏମାନଙ୍କୁ ଖାଦ୍ୟ ପରସିବା ଲାଗି ସ୍ୱତନ୍ତ୍ର ଧରଣର ଗୋଲ୍ଡ ଓ ସିଲଭର ପ୍ଲେଟେଡ୍‌ ବାସନରେ ଖାଦ୍ୟ ପରସା ଯିବ ବୋଲି ଜଣାପଡିଛି। ଏହି ସେଟରେ ପ୍ଲେଟର ଡିଜାଇନ ଯେତେ ସୁନ୍ଦର ଅଛି ତାଠୁ ସୁନ୍ଦର ଓ ଆକର୍ଷଣ ହୋଇଛି ଗ୍ଲାସର ଡିଜାନ ।

ତେବେ ଏହି ସେଟରେ ଟ୍ରମ୍ପଙ୍କ ନାଁ ମଧ୍ୟ ଲେଖାଯାଇଛି ।

ତେବେ କେବଳ ଡାଇନିଂ ସେଟ୍ ନୁହେଁ ଏଥିରେ ଟ୍ରମ୍ପଙ୍କୁ ଜେଉଁଥିରେ କଫି ବା ଚା’ ପରଷାଯିବ ସେଟା ମଧ୍ୟ ଖୁବ ଆକର୍ଷଣୀୟ ଲାଗୁଛି ।

ଏହାର ନିର୍ମାତା ଅରୁଣ ପବୁୱାଲ କହିଛନ୍ତି ଏହା ଏକ ସ୍ୱତନ୍ତ୍ର ଡିଜାଇନ୍‌।

 

ସ୍ତ୍ରୀ, ଝିଅ ଓ ଶାଶୂକୁ ଜିଅନ୍ତା ଜାଳିବାର ଷଡଜନ୍ତ୍ର

0

କଟକ: ଘର ଭିତରେ ସ୍ତ୍ରୀ, ଛୋଟଝିଅ ଓ ଶାଶୂ ଶୋଇଥିବା ବେଳେ ବାହାରୁ ସ୍ୱାମୀ ଲଗାଇଦେଲା ନିଆଁ। କଟକ ଜିଲ୍ଲା ଉତ୍ତର ବଟେଶ୍ୱର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ପାରିବାରିକ କଳହରୁ ଏହି ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ସ୍ତ୍ରୀ, ଛୋଟଝିଅ ଓ ଶାଶୂଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଓଡ଼ିଶାର ଏହି ସ୍ଥାନରେ ବିହାରୀ ଷ୍ଟାଇଲେ ଦିଆଗଲା କପି, ଭାଇରାଲ ହେଲା ଭିଡ଼ିଓ

ଢ଼େଙ୍କାନାଳ: ବିହାର ଭଳି ଢ଼େଙ୍କାନଳରେ କପି ଦିଆ ନିଆର ଝଲକ୍‌ । କପି ଦେବାକୁ ଚାଲିଛି ସଂଘର୍ଷ । ପାଚେରୀ ଡ଼େଇଁ ସ୍କୁଲ ଭିତରେ ଦିଆଯାଉଛି ମାଟ୍ରିକ ପରୀକ୍ଷାର୍ଥିଙ୍କୁ କପି । ଜଣେକି ଦୁଇ ଜଣ ନୁହେଁ ଏକାଥରକେ ୨୦ରୁ ଉର୍ଦ୍ଧ୍ୱ ଯୁବକ ପାଚେରୀ ଡ଼େଇଁ କପି ଦେଉଛନ୍ତି ।

ଢ଼େଙ୍କାନାଳର ଦୁଇଟି ସ୍କୁଲରେ ଦେଖାଦେଇଛି ଏଭଳି ଘଟଣା । ପରଜଙ୍ଗ ଥାନା ବିରିବୁଲେଇ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଗଡ଼ପଳାଶୁଣି ବାପୁଜୀ ପିଦ୍ୟାପୀଠର ଏ ହେଉଛି ଦୃଶ୍ୟ ।

ସୂଚନା ଅନୁଯାୟୀ, ଏହି ଦୁଇଟି ସ୍କୁଲରେ ଆଜି ଇଂରାଜି ପରୀକ୍ଷା ଚାଲିଥିଲା । ଏହି ପରୀକ୍ଷାରେ ପିଲାଙ୍କୁ ସାହାର୍ଯ୍ୟ କରିବା ପାଇଁ ଆସିଥିଲେ ଚେଲାଚାମୁଣ୍ଡା । ପରୀକ୍ଷା ଆରମ୍ଭର ମାତ୍ର କିଛି ସମୟ ପରେ ଆରମ୍ଭ ହୋଇଥିଲା କପି ଦେବା ସଂଘର୍ଷ ।

ବାନର ଭଳି ଗୋଟିଏ ପରେ ଗୋଟିଏ ଯୁବକ ଚଢ଼ିବାକୁ ଲାଗିଥିଲେ ସ୍କୁଲ ପାଚେରି ଉପରେ । ସ୍କୁଲର ପାଚେରୀ ଡ଼େଇଁ ଦିଆ ଯାଉଛି କପି । ବିରିବୁଲେଇ ସ୍କୁଲରେ ସ୍ଥାନୀୟ ଲୋକେ ଏହା ଦେଖି କପି ଦେଉଥିବା ଲୋକଙ୍କୁ ବିରୋଧ କରିଥିଲେ ।

ଅନ୍ୟପଟେ ଗଡ଼ପଳାଶୁଣି ସ୍କୁଲରେ ଜଣେ ବାପା ତାଙ୍କ ଝିଅକୁ କପି ଦେଉଥିବା ବେଳେ ପୋଲିସ ଠାରୁ ନିର୍ଧୁମ ଛେଚା ଖାଇଛନ୍ତି । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ତାଳଚେର ମଣ୍ଡାପାଳ ସ୍ଥିତ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।

 

ସାମାନ୍ୟ କଳହରୁ ବାପାର ଏମିତି ଅବସ୍ଥା କଲା ପୁଅ

0

ମୟୂରଭଞ୍ଜ: ପୁଅ ସାଜିଲା ସୈତାନ । ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ । ଏଭଳି ଅମାନୁଷିକ କାଣ୍ଡ ଘଟିଛି ମୟୂରଭଞ୍ଜ ବାଦାମପାହାଡ ଡୋଭା ଗାଁରେ । ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟାଇଛି ପୁଅ । ମୃତକ ହେଲେ ଗୋପାଳ ନାଏକ । ଘଟଣା ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛନ୍ତି । ଅଭିଯୁକ୍ତ ଜିତେନ ନାଏକକୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

ଜାଗର ଦୀପ ଜାଳି ଘରକୁ ଫେରୁଥିବା ବେଳେ ହେଲେ ଗଣଦୁଷ୍କର୍ମର ଶିକାର

0

ଭଦ୍ରକ: ଭଦ୍ରକରେ ପୁଣି ଲଜ୍ଜା । ଜାଗର ଦେଖି ଫେରୁଥିବା ବେଳେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଗୁରୁତର ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଜନୈକ ମହିଳା ଜାଗର ପାଇଁ ନିକଟସ୍ଥ ଶିବ ମନ୍ଦିରକୁ ଯାଇଥିଲେ ।

ଦର୍ଶନ ସାରି ଫେରୁଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ରାସ୍ତା ଉପରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ । ଏବେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।