spot_img
Home Blog Page 7264

ପଢ଼ନ୍ତୁ ଦେଶରେ କରୋନାର ସ୍ଥିତି ନେଇ କ’ଣ କହୁଛି ଆଇସିଏମ୍‌ଆର ରିପୋର୍ଟ

ନୂଆଦିଲ୍ଲୀ: କିଛି ସପ୍ତାହ ପୂର୍ବରୁ ଇଣ୍ଡିଆନ୍‌ କାଉନସିଲ୍ ଅଫ୍‌ ମେଡିକାଲ ରିସର୍ଚ୍ଚ କରୋନା ଭାଇରସ୍‌କୁ ନେଇ ରେଣ୍ଡମ୍ ସେମ୍ପଲିଂ ଜରିଆରେ ଯାଞ୍ଚ ଆରମ୍ଭ କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା କରୋନା ଭାଇରସ୍‌ କମ୍ୟୁନିଟି ଟ୍ରାନ୍ସମିସନ୍‌ ଅର୍ଥାତ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ସେ ବିଷୟରେ ଜାଣିବା । ଆଇସିଏମ୍‌ଆର ପକ୍ଷରୁ ଏବେ ଯେଉଁ ରିପୋର୍ଟ ଦିଆଯାଇଛି ତାହା ଅନୁଯାୟୀ କିଛି କ୍ଳଷ୍ଟରରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲାଣି ।

ICMR की नई रिपोर्ट में इशारा, देश में शुरू हो गया कोरोना का तीसरा स्टेज!

ଫ୍ରେବୃଆରୀ ଠାରୁ ଆରମ୍ଭ କରି ୨ ଅପ୍ରେଲ୍‌ ଯାଏଁ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ୫୯୧୧ କରୋନା ସନ୍ଦିଗ୍ଧଙ୍କ ସିବିୟର୍ ଏକ୍ୟୁଟ୍ ରେସ୍ପିରେଟରୀ ଇଲ୍‌ନେସ୍ (SARI) କରାଇଥିଲା । ସେଥିରୁ ଜଣାପଡ଼ିଛି ଯେ, ଏମାନଙ୍କ ମଧ୍ୟରୁ ୧୦୪ ଜଣ ଅର୍ଥାତ ୧.୮ ପ୍ରତିଶତ କରୋନା ପଜିଟିଭ୍‌ । ଏହି ଟେଷ୍ଟ ୧୫ ରାଜ୍ୟର ୩୬ ସହରରେ କରାଯାଇଥିଲା ।

ICMR की नई रिपोर्ट में इशारा, देश में शुरू हो गया कोरोना का तीसरा स्टेज!

ଗୁଜୁରାଟ୍‌ରେ ୭୯୨ ଯାଞ୍ଚ ମାମଲା ମଧ୍ୟରୁ ୧୩ ଜଣ ଅର୍ଥାତ ୧.୬%, ତାମିଲନାଡୁରେ ୫୭୭ ମାମଲା ମଧ୍ୟରୁ ୫ଟି ମାମଲା ଅର୍ଥାତ ୦.୯%, ମହାରାଷ୍ଟ୍ରରେ ୫୫୨୩ ମାମଲା ମଧ୍ୟରୁ ୨୧ ଟି ଅର୍ଥାତ ୩.୮% ଏବଂ କେରଳାରେ ୫୦୨ଟି ମାମଲା ମଧ୍ୟରୁ ଗୋଟିଏ ଅର୍ଥାତ ୦.୨% ଏସ୍‌ଏଆରଆଇ ପଜିଟିଭ୍‌ ଆସିଛନ୍ତି ।

ICMR की नई रिपोर्ट में इशारा, देश में शुरू हो गया कोरोना का तीसरा स्टेज!

ଆଇସିଏମ୍‌ଆର ରିପୋର୍ଟ ଅନୁଯାୟୀ ଏହି ସବୁ ଜିଲ୍ଲାରେ ରାଜ୍ୟ ସରକାର ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କରୋନା ଭାଇରସ୍‌ ଯୋଗୁଁ ବଢ଼ୁଥିବା ରୋଗୀଙ୍କ ସଂଖ୍ୟାକୁ ଦେଖିଲେ ଏହି ସବୁ ଜିଲ୍ଲାକୁ ସର୍ବୋଚ୍ଚ ପ୍ରାଥମିକତାରେ ରଖିବାର ଆବଶ୍ୟକତା ରହିଛି  । ଅର୍ଥାତ ଏହି ସବୁ ଅଞ୍ଚଳକୁ ସ୍ୱତନ୍ତ୍ରଭାବେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ଏହି ୫୯୧୧ ଟି ମାମଲା ମଧ୍ୟରୁ ଜଣେ ସିଧାସଳଖ କୋଭିଡ-୧୯ ଆକ୍ରାନ୍ତ ସହ ସମ୍ପର୍କରେ ଆସିଥିଲେ ଓ ଅନ୍ୟ ଜଣେ ଅନ୍ତର୍ଜାତୀୟ ବିମାନ ଯାତ୍ରା କରିଥିଲେ । ୫୯ ଆକ୍ରାନ୍ତଙ୍କ କୌଣସି ଇଣ୍ଟରନ୍ୟାସନାଲ୍ ଟ୍ରାଭେଲ୍‌ ହିଷ୍ଟ୍ରୀ ନଥିବା ସତ୍ତ୍ୱେ ଏମାନେ କରୋନା ଆକ୍ରାନ୍ତ ହୋଇଛନ୍ତି । ଅର୍ଥାତ ଏମାନେ ଦେଶ ଭିତରେ ହିଁ ସଂକ୍ରମିତ ହୋଇଛନ୍ତି ।

ICMR की नई रिपोर्ट में इशारा, देश में शुरू हो गया कोरोना का तीसरा स्टेज!

୧୪ ମାର୍ଚ୍ଚ ରେ ଆଇସିଏମ୍‌ଆରର ପ୍ରଥମ ରିପୋର୍ଟରେ କୁହାଯାଇଥିଲା ଯେ, ପୂର୍ବରୁ ଯେତେ ବି ଲୋକଙ୍କ କରୋନା ଯାଞ୍ଚ ହୋଇଥିଲା ସେମାନଙ୍କ ମଧ୍ୟରୁ କେହି ପଜିଟିଭ୍ ଚିହ୍ନଟ ହୋଇନଥିଲେ । କିନ୍ତୁ ପରେ ଯେତେବେଳେ କି ଏସ୍‌ଏଆରଆଇ ରିପୋର୍ଟ ପରୀକ୍ଷା ନେଇ ନିୟମ କରାଗଲା, ତା’ ପରେ  ୧୫ ମାର୍ଚ୍ଚ ଠାରୁ ୨୧ ମାର୍ଚ୍ଚ ମଧ୍ୟରେ କରାଯାଇଥିଲା ୧୦୬ ରୋଗୀଙ୍କ ମଧ୍ୟରୁ ୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।

ICMR की नई रिपोर्ट में इशारा, देश में शुरू हो गया कोरोना का तीसरा स्टेज!

୨୨ ମାର୍ଚ୍ଚରୁ ୨୮ ମାର୍ଚ୍ଚ ମଧ୍ୟରେ ୨୮୭୭ ରୋଗୀଙ୍କ ମଧ୍ୟରୁ ୪୮ ଜଣ ଏସ୍‌ଏଆରଆଇ ଟେଷ୍ଟ ପଜିଟିଭ୍‌ ଆସିଥିଲା । ଠିକ୍ ସେହିଭଳି ଆଇସିଏମ୍‌ଆର ଅନ୍ୟ ଏକ ରିପୋର୍ଟ  ଅନୁଯାୟୀ ୮୩.୩ ପ୍ରତିଶତ କରୋନା ପଜିଟିଭ୍‌ ରୋଗୀ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସର । ୮୧.୪ ପ୍ରତିଶତ ରୋଗୀ ୪୦ ବର୍ଷରୁ ଅଧିକ ।

ଲକଡାଉନ୍ ବେଳେ ବି ଉହାନ ଛାଡି ନଥିଲେ ଭାରତୀୟ, ମରଣ ଡର ଭିତରେ କେମିତି ଥିଲା ଜୀବନ ? ଜାଣନ୍ତୁ

କରୋନା, ଯାହାର କରାଳ ରୂପ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିଲା। ଏହି ଭାଇରସ ମଣିଷ ଠାରୁ ମଣିଷକୁ ବ୍ୟାପୁଥିବାରୁ ଜାନୁଆରୀ ୨୩ରେ ଉହାନରେ ଲକଡାଉନ୍ ଘୋଷଣା କରାଯାଇଥିଲା । ତେବେ ୭୬ ଦିନର ଏହି ଲକଡାଉନ ୮ ଏପ୍ରିଲରେ ଶେଷ ହୋଇଛି। ଏହି ଲକଡାଉନକୁ ନେଇ ସୃଷ୍ଟି ହୋଇଛି ଅନେକ କାହାଣୀ । ଯାହାକୁ ଶୁଣିଲେ ହୁଏତ ଆପଣ ମାନଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗିବ ସେତିକି ଖୁସି ମଧ୍ୟ ଲାଗିବ। ତେବେ ଏହି ଲକଡାଉନ ନେଇ ଅନେକ ଲୋକ ନିଜର ଅନୁଭୂତି ବାଣ୍ଟୁଛନ୍ତି । ସେହିପରି ଆମେ ଆପଣଙ୍କୁ ଜଣେ ଭାରତୀୟ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଉହାନ ସହରରେ ରହିବାକୁ ସାହସ ଦେଖାଇଥିଲେ ଯେଉଁ ସମୟରେ କରୋନା ଭାଇରସ ସେଠାରେ ହାହାକାର ମଚାଇଥିଲା। ସେ ସେହି ସମୟରେ ଭାରତକୁ ଫେରିପାରିଥାନ୍ତେ କିନ୍ତୁ ନଫେରିବାକୁ ମାନସ୍ତ କରିଥିଲେ। ଆସନ୍ତୁ ଜାଣିବା ଏହି ନିଷ୍ପତ୍ତି ପଛରେ କାରଣ କ’ଣ ଥିଲା?

ଉହାନରେ ଥିବା ଭାରତୀୟ ନାଗରିକମାନେ କହିଛନ୍ତି ଯେ ସେମାନେ ବହୁତ ଖୁସି ଅଛନ୍ତି। ଲକଡାଉନ ସରିବାପରେ ସେ ଏବେ ଭଲ ଅନୁଭବ କରୁଛନ୍ତି । ବୁଧବାର, କେନ୍ଦ୍ରୀୟ ଚୀନ୍ ସହରରେ କର୍ତ୍ତୃପକ୍ଷ ୧୧ ମିଲିୟନ ଲୋକଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ବର୍ତ୍ତମାନ ସେମାନେ ଯେକୌଣସି  ସ୍ଥାନକୁ  ଯିବା ଆସିବା କରିପାରିବେ ।


ଉହାନରେ କାର୍ଯ୍ୟ କରୁଥିବା ହାଇଡ୍ରୋବାୟୋଲୋଜିଷ୍ଟ ଅରୁଣଜିତ୍ ଟି ସଥରାଜୀତ୍ ବହୁତ ଖୁସି ଅଛନ୍ତି। ସେ କହିଛନ୍ତି, ଲକଡାଉନ୍ ଖୋଲିବା ପରେ ମୁଁ ଖୋଲାଖୋଲି ଭାବେ କହିବାକୁ ସକ୍ଷମ, କାରଣ ଏତେ ଦିନ ପର୍ଯ୍ୟନ୍ତ ମୋ ସହ କଥା ହେବାକୁ କେହି ନଥିଲେ। ସମସ୍ତେ ଘର ଭିତରେ ରହୁଥିଲେ।


ସେ ଏହା ମଧ୍ୟ କହିଛନ୍ତି ଭାରତ ଉହାନ ସହରରେ ଫସି ରହିଥିବା ଭାରତୀୟମାନଙ୍କୁ ନେବା ପାଇଁ ବିମାନ ପଠାଇଥିଲା, ସେତେବେଳେ ଅରୁଣଜିତ୍ ଉହାନରେ ରହିବାକୁ ନିଷ୍ପତ୍ତି ନେଇଥିଲେ। କାରାଣ ସେ କହିଛନ୍ତିଯେ ଅସୁବିଧାରେ ପଡ଼ିବା ସମୟରେ ଛାଡି ପଳାୟନ କରିବା ଭାରତୀୟଙ୍କ ପାଇଁ ଆଦର୍ଶ ନୁହେଁ।

ଅନ୍ୟପକ୍ଷରେ, ଅରୁଣଜିତ୍ ବହୁତ ଭଲ ଭାବରେ ଜାଣିଥିଲେ ଯେ ଯଦି ସେ ଭାରତକୁ ଫେରିଯାଆନ୍ତି, ତେବେ ହୁଏତ କରୋନା ତାଙ୍କ ସହ ଭାରତକୁ ଯାଇପାରେ। ଏଭଳି ପରିସ୍ଥିତିରେ ସେ ଉହାନରେ ରହିବାପାଇଁ ମନସ୍ତ କରିଥିଲେ।

ଅରୁଣଜିତ କହିଛନ୍ତି ଯେ ଲକଡାଉନ ସମୟରେ ଏହାକୁ ଉହାନରେ କଡାକଡି ଭାବେ ପାଳନ କରାଯାଇଥିଲା। ମୁଁ ପ୍ରାୟ ୭୨ ଦିନ ମୋ ରୁମରେ ତାଲା ପକାଇ ଦେଇଥିଲି । ମୋର ପଡ଼ୋଶୀଙ୍କର ତିନୋଟି ଛୋଟ ପିଲା ଅଛନ୍ତି । ମୁଁ ତାଙ୍କ ଫ୍ଲାଟରୁ ଥରେ ବି ବାହାରକୁ ଆସିଥିବାର ଦେଖି ନଥିଲି ।

ଆରମ୍ଭରେ ଥିଲା ୩୪,ଏବେ ୧୬ ଲକ୍ଷରୁ ଅଧିକ ସଂକ୍ରମିତ,ଗତ ଶହେ ବର୍ଷ ଭିତରେ ଦୁନିଆ ଦେଖିନଥିଲା ଏମିତି ବିପଦ

ଭୁବେନଶ୍ୱର: କରୋନାକୁ ଆଜି ପୁରୁଛି ୧୦୦ ଦିନ ।  । ଶହେ ଦିନ ତଳେ ଦୁନିଆ ଯାହା ଥିଲା ଏବେ ଆଉ ତାହା ହୋଇ ରହିନାହିଁ । ବଦଳି ଯାଇଛି ଆମ ଦୁନିଆ ଏବଂ ବଦଳି ଯାଇଛି ସଂପର୍କର ପରିଭାଷା । କରୋନା କାଳରେ ଇଏ ହେଉଛି ସାମାଜିକ ସଂଘାତର ସମୟ । ଆତଙ୍କ ଓ ସତର୍କତାର କାଳ ।ଶହେ ଦିନ ତଳେ ଦୁନିଆ ତା’ର ନିଜସ୍ୱ ଗତିରେ ଦୌଡୁଥିଲା । ଟ୍ରେନ ଟ୍ରାକ୍ ଉପରେ ଥିଲା । ବିମାନ ଆକାଶରେ । ଷ୍ଟକ ମାର୍କେଟ ତା’ଗତିରେ ଗତିମାନ ଥିଲା । କିନ୍ତୁ ସବୁକିଛି ବଦଳିବାକୁ ଯାଉଥିଲା । ଉହାନରୁ ଆସୁଥିଲା ଏମିତି ଗୋଟିଏ ଝଡ ଯାହାକୁ ଦୁନିଆ ଆଗରୁ କେବେ ଦେଖିନଥିଲା  କି ଭବିଷ୍ୟରେ କେବେ ଦେଖିବାକୁ ଚାହିଁବ ନାହିଁ । ସେଇ ଝଡର ନାମ ହେଉଛି  କୋଭିଡ୍ ୧୯ ନୋଭେଲ କୋରନା ଭାଇରସ  ।କରୋନା,ଟ୍ରମ୍ପଙ୍କ ଭାଷାରେ ଚାଇନିଜ୍ ଭାଇରସ ଚୀନର ଉହାନରୁ ବାହାରି ପୁରା ଦୁନିଆକୁ ନିଜ କବଳକୁ ନେଇସାରିଛି । ଏବେ ବିଶ୍ୱରେ ଟ୍ରେଡ୍ ୱାର ନାହିଁ,ଏବେ କରୋନା ୱାର ଚାଲିଛି । ସେଇ ଯୁଦ୍ଧକୁ ଶୁକ୍ରବାର ୧୦୦ ଦିନ ପୁରିଛି ।


ଡିସେମ୍ବର ୩୧,୨୦୧୯

୨୦୨୦ ଆରମ୍ଭର ଗୋଟିଏ ଦିନ ଆଗରୁ ଆରମ୍ଭ ହୋଇଥିଲା କରୋନା ଭାଇରସର ପ୍ରକୋପ । ଚୀନ୍ ୩୧ ଡିସେମ୍ବରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏହି ମାହାମାରୀ ବାବଦରେ ସୂଚିତ କରିଥିଲା ।  ସେତେବେଳେ ଚୀନରେ ମୋଟ ୩୪ ଜଣ କରୋନା ସଂକ୍ରମିତ ଥିଲେ ।୩୧ ଡିସେମ୍ବରରୁ ୧୦ ଏପ୍ରିଲ । ଏହାଭିତରେ ବିତିଯାଇଛି ୧୦୦ ଦିନ । ଆଉ ସେହି ଶହେ ଦିନରେ କରୋନା କରୋନା ସଂକ୍ରମଣ ୪୫ ହଜାର ଗୁଣ ବଢିଛି । ୩୧ ଜାନୁଆରୀରେ ଚୀନରେ ପ୍ରଥମ କରୋନା ସଂକ୍ରମିତ ପ୍ରାଣ ହରାଇଥିଲେ । ଏବେ ମୃତ୍ୟୁର ତାଲିକାରେ ସଂଖ୍ୟା ୮୯ ହଜାରରୁ ଅଧିକ । ସଂକ୍ରମିତଙ୍କ ସଂଖ୍ୟା ୩୪ରୁ ବଢି ହୋଇଛି ୧୫ ଲକ୍ଷ ୩୨ ହଜାର ୪୩୯ । ହୁଏତ ଆପଣ ଏହି ରିପୋର୍ଟ ପଢିବା ବେଳକୁ ସଂଖ୍ୟା ଆଉ କେଇ ହଜାର ବଢି ୧୬ ଲକ୍ଷରୁ ଅଧିକ ହୋଇ ସାରିଥିବ । ସ୍ଥିତି କେତେ ସଂଗୀନ ଏଥିରୁ ଅନୁମାନ କରାଯାଇ ପାରେ ଯେ,ଇଟାଲିରେ କରୋନା ଅନୁପ୍ରବେଶ କରିବାର ୫୫ ଦିନରେ ପ୍ରଥମ ଥର ପାଇଁ ୩ ଜଣ ପ୍ରାଣ ହରାଇଥିଲେ । କିନ୍ତୁ ତା’ପର ୪୫ ଦିନରେ ୧୬ ହଜାର ୬୬୯ ଜଣ କରୋନାଠାରୁ ଜୀବନଯୁଦ୍ଧରେ ପରାସ୍ତ ହୋଇ ସବୁଦିନ ପାଇଁ ଦୁନିଆକୁ କହିଛନ୍ତି ଅଲବିଦା ।

ବଦଳିଯାଇଛି ବିଶ୍ୱ,ତାଲାବନ୍ଦରେ ଦୁନିଆ

ହୁଏତ ଭବିଷ୍ୟତର ଇତିହାସ ଏମିତି ପଢାଯିବ, କରୋନା ପୂର୍ବବର୍ତ୍ତି ବିଶ୍ୱ ଓ କରୋନା ପରର ବିଶ୍ୱ । କରୋନା ପରେ ପରେ ଦୁନିଆର ଗତି ଉପରେ ବିରାମ ଲାଗିଛି କହିଲେ ଭୁଲ ହେବ ନାହିଁ । ଭାରତ ଭଳି ବିରାଟ ଜନସଂଖ୍ୟାର ଦେଶ ଲକଡାଉନ୍ ଭିତରେ ଜିଇଁବାକୁ ବାଧ୍ୟ । ଭାରତର ୧୩୦ କୋଟି ଜନସଂଖ୍ୟା ସହ ସମଗ୍ର ବିଶ୍ୱର ୩ଶହ କୋଟିରୁ ଅଧିକ ଲୋକ ଲକଡାଉନ୍ ଭିତରେ ଅଛନ୍ତି । ଜୀବନ ବଂଚାଇବାକୁ ଅନେକ ଦେଶ ସରକାର ଜୀବନର ଗତିକୁ ରୋକି ଦେଇଛନ୍ତି ।

କରୋନା ବଦଳାଇ ଦେଲା ଶକ୍ତି ସରଞ୍ଚନା

କରୋନା ପୃଥିବୀର ଶକ୍ତି ସଂରଚନାକୁ ବିଗାଡି ଦେଇଛି କହିଲେ ଭୁଲ ହେବନି । କରୋନା ପୂର୍ବରୁ ଆମେରିକା ଥିଲା ଦୁନିଆର ଏକମାତ୍ର ସୁପରପାୱାର । କିନ୍ତୁ ଏବେ ମହାଶକ୍ତି ଆମେରିକା କରୋନା ଆଗରେ ଅସହାୟ । ଅସହାୟତା ଟ୍ରମ୍ପଙ୍କ ଭାଷାରୁ ଜଣା ପଡେ । ଯେତେବେଳେ ଟ୍ରମ୍ପ ଗୋଟିଏ ଔଷଧ ପାଇଁ ଭାରତକୁ ପରୋକ୍ଷ ଧମକ ଦିଅନ୍ତି ସେତେବେଳେ ବୁଝାପଡେ କରୋନା କଣ କରିଛି । ପର୍ଲ ହର୍ବର,ନାଇନ୍ ଇଲେଭେନ୍ ଆମେରିକାନ ୱେ ଅଫ୍ ଲାଇଫ୍ କୁ ବଦଳାଇ ପାରିନଥିଲା । କିନ୍ତୁ କରୋନା ପାରିଛି ।

ବଦଳିଯିବ ସଂସ୍କୃତି

କରୋନା କେବଳ ଜୀବନ ଉପରେ ଆକ୍ରମଣ କରୁନି । କରୋନା ମଧ୍ୟ ପ୍ରଚଳିତ ପ୍ରଥା ଓ ପରମ୍ପରା ଉପରେ ଭାରି ପଡୁଛି । କରୋନାର ଶହେ ଦିନ ପୂର୍ବରୁ ହ୍ୟାଣ୍ଡସେକ୍,ହାଇ ଫାଇଭ୍ ସାଧାରଣ କଥା ଥିଲା । କିନ୍ତୁ ଏବେ ଏହା ବିପଜ୍ଜନକ । କରୋନା ପାଇଁ ହ୍ୟାଣ୍ଡସେକର ସ୍ଥାନ ନେଇଛି ନମସ୍କାର । କିମ୍ବା ସାମାଜିକ ଦୂରତା । ସମାଜଶାସ୍ତ୍ରୀଙ୍କ କହିବା ହେଲା ଯଦି କରୋନା ପ୍ରକୋପ ୧୨ରୁ ୧୮ ମାସ ଏଇଭଳି ଲାଗି ରହେ,ତେବେ ଦୁନିଆରୁ ହାତ ମିଳାଇବା,ଆଲିଙ୍ଗନ କରିବା ଭଳି ପରମ୍ପରା ସବୁଦିନ ପାଇଁ ଲୋପ ପାଇଯିବ ।

ଆସନ୍ତା ଶହେ ଦିନରେ କଣ ହେବ ?

ଇଟାଲୀ ଓ ସ୍ପେନରେ ସଂକ୍ରମଣ ସଂଖ୍ୟାରେ ହ୍ରାସ ଘଟିବା ନେଇ ସଂକେତ ମିଳୁଛି । ଯଦିଓ ଆମେରିକା ଓ ଇଂଲଣ୍ଡ ଇଟାଲୀଠାରୁ ଦୁଇ ସପ୍ତାହ ପଛରେ ଅଛନ୍ତି ,ତେବେ ଆଗାମୀ ଶହେ ଦିନରେ ଏହି ଦୁଇ ଦେଶରେ ଇଟାଲୀ ଭଳି ସଂଗୀନ ପରିସ୍ଥିତି ସୃଷ୍ଟି ହୋଇପାରେ । ଖୋଦ ଟ୍ରମ୍ପ ମଧ୍ୟ ଏହାର ସଂକେତ ଦେଇ ସାରିଛନ୍ତି । ଭାରତରେ ସଂକ୍ରମଣ ସଂଖ୍ୟାରେ ଏହି କିଛି ଦିନ ମଧ୍ୟରେ ବୃଦ୍ଧି ଘଟିଛି । ଫଳରେ ଭାରତକୁ ମଧ୍ୟ ବିପଦ ରହିଛି । ତବଲିଗି ଜମାତର ଅମିର ମୌଲାନ ସାଦ ଭଳି ସାମାଜିକ ଶତ୍ରୁଙ୍କ ପାଇଁ ଭାରତରେ ଆଗାମୀ ୧୦୦ ଦିନ ମଧ୍ୟରେ ସ୍ଥିତି ଗମ୍ଭୀର ହୋଇପାରେ ।

ଭ୍ୟାକସିନ୍

ବିଶ୍ୱରେ କରୋନା ବିରୋଧୀ ଭ୍ୟାକ୍ସିନ୍ ଉପରେ ଜୋରଦାର କାମ ଚାଲିଛି । ପ୍ରାୟ ୪୦ରୁ ଅଧିକ ସଂଗଠନ ଏନେଇ ସକରାତ୍ମକ ସଂକେତ ମଧ୍ୟ ଦେଉଛନ୍ତି । କିଛି ଭ୍ୟାକସିନର ପଶୁ ଉପରେ ପରୀକ୍ଷଣ ଚାଲିଛି । ହୁଏତ ଆଗାମୀ ୧୦୦ ଦିନ ମଧ୍ୟରେ ଦୁନିଆକୁ ଆଣ୍ଟି କରୋନା ଭ୍ୟାକ୍ସିନ ମିଳିଯାଇପାରେ । ତେବେ ସପର୍ଯ୍ୟନ୍ତ ସାମାଜିକ ଦୂରତା ବଜାୟ ରଖି ନିଜକୁ ସୁରକ୍ଷିତ ରଖନ୍ତୁ ।

ଲକଡାଉନରେ VIP ଏଣ୍ଟ୍ରି ? ଜରୁରୀକାଳୀନ କାମ ବାହାନାରେ ମହାବଳେଶ୍ୱର ବୁଲିଗଲେ କେଉଁ ଶିଳ୍ପପତି ?

କରୋନା ଭାଇରସଠୁ ଜିତିବା ପାଇଁ ବର୍ତ୍ତମାନ ସାରା ଦେଶରେ ଲକଡାଉନ୍ ଜାରିକରାଯାଇଛି। ଲକଡାଉନ ପାଇଁ ୧୦୦ କୋଟିରୁ ଅଧିକ ଲୋକ ସେମାନଙ୍କ ଘରେ ଅଛନ୍ତି ଏବଂ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ମହାରାଷ୍ଟ୍ରରେ ଏବେ ଲକଡାଉନ ସମୟରେ ଭିଆଇପି ଏଣ୍ଟ୍ରି ପାସ୍ ନେଇ ପୁରା ସିଷ୍ଟମ ଉପରେ  ପ୍ରଶ୍ନବାଚୀ ଘେରରେ। ଦିୱାନ ହାଉସିଂ ଫାଇନାନ୍ସ ଲିମିଟେଡ (ଡିଏଚଏଫଏଲ)ର ପ୍ରମୋଟରମାନେ କପିଲ ଏବଂ ଧୀରଜ ବଧାବନ ଲକଡାଉନ ଭାଙ୍ଗି ମହାବଲେଶ୍ୱର ବୁଲିବାକୁ  ଯାଇଥିଲେ। ଯାହାକୁନେଇ ପ୍ରଶାସନ ଏବେ ଅଡ଼ୁଆରେ ପଡ଼ିଛି।

ସୂଚନା ଅନୁଯାୟୀ, ଡିଏଚଏଫଏଲ ର ପ୍ରମୋଟର ତାଙ୍କ ପରିବାର ସହିତ ଏବଂ କିଛି ସାହାଯ୍ୟକାରୀଙ୍କ ସହିତ ମହାବଲେଶ୍ୱର ବୁଲିବା ପାଇଁ ଯାଇଥିଲେ । ଯେତେବେଳେ ସେ ମହାବାଲେଶ୍ୱରରେ ଥିବା ତାଙ୍କ ବଙ୍ଗଳାରେ ପହଞ୍ଚିଥିଲେ, ସେତେବେଳେ ତାଙ୍କ ଆସିବାକୁ ନେଇ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଯାହାପରେ ପୋଲିସ ସେଠାରେ ପହଞ୍ଚି ସେମାନଙ୍କୁ ଲକଡାଉନ ସମୟରେ ଆସିବର କାରଣ ପଚାରିଥିଲେ।

ପଚରାଉଚରା ବେଳେ ପୋଲିସର ପ୍ରଶ୍ନ ଉପରେ ଧିରଜ ବଧାବନ ଡାକ୍ତରୀ ଜରୁରୀକାଳୀନ କାରଣ ଦର୍ଶାଇଥିଲେ। କିନ୍ତୁ ପରେ ପୋଲିସ ସମସ୍ତଙ୍କୁ କ୍ୱାରେଣ୍ଟାଇନକୁ ନେଇ ଯାଇଥିଲା ଏବଂ ଲକଡାଉନ ଉଲ୍ଲଂଘନ ପାଇଁ ମାମଲା ମଧ୍ୟ ପଞ୍ଜିକୃତ ହୋଇଥିଲା। ସମସ୍ତ ୨୩ଜଣଙ୍କ ବିରୁଦ୍ଧରେ ୧୮୮ ଏବଂ ୫୧ ଅନୁଯାଇ ମାମଲା ରୁଜୁ କରାଯାଇଛି।


ସେପଟେ ଏନେଇ ବିରୋଧୀଙ୍କ ପ୍ରଶ୍ନର ଶିକାର ହୋଇଛନ୍ତି ସରକାର । ବିରୋଧୀ ଦଳରୁ ଉଦ୍ଧବ ସରକାରଙ୍କ ଉପରେ ଆକ୍ରମଣ ତୀବ୍ର ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଏଭଳି ଭିଆଇପି ଚିକିତ୍ସା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହି ସମୟରେ, ତଦନ୍ତ ବେଳେ ଜଣାପଡିଛି ​​ଯେ ସରକାରଙ୍କ ଅନୁମତି ପାଇବା ପରେ ବଧାବନ ଏବଂ ତାଙ୍କ ସାଙ୍ଗରେ ଆସିଥିବା ସଦସ୍ୟ ମାନେ ମହାବଲେଶ୍ୱରଙ୍କୁ ଦର୍ଶନ କରିବାକୁ ଆସିଥିଲେ।
ଯେତେବେଳେ ପୋଲିସ ବଧାବନ ମହାବଲେଶ୍ୱର ଆସିବାର କାରଣ ପଚାରିଲା, ସେତେବେଳେ ସେମାନଙ୍କ ତରଫରୁ ଏକ ଚିଠି ଦେଖାଯାଇଥିଲା। ଯେଉଁ ଚିଠି ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ (ଗୃହ) ଅମିତାଭ ଗୁପ୍ତାଙ୍କ ଦ୍ୱାରା ୮ ଏପ୍ରିଲରେ ଦିଆଯାଇଥିଲା ।

ଯେଉଁଥିରେ ଲେଖାଥିଲା ଯେ ୱାଧାବନ ପରିବାର ତାଙ୍କର ପରିଚିତ, ପରିବାରର କିଛି ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ସେ ମହାବଲେଶ୍ୱର ଯାଉଛନ୍ତି, ଏପରି ପରିସ୍ଥିତିରେ ତାଙ୍କୁ ଯିବାକୁ ଦିଅନ୍ତୁ। କିନ୍ତୁ ଯେତେବେଳେ ପୋଲିସ ତାଙ୍କ ଫାର୍ମ ହାଉସରେ ପହଞ୍ଚିଥିଲା ସେତେବେଳେ ସେପରି ପରିସ୍ଥିତି କିଛି ନଥିଲା।

ଏହାକୁ ନେଇ ବିବାଦ ବଢୁଥିବା ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେ ସଙ୍ଗେ ସଙ୍ଗେ ମହାରାଷ୍ଟ୍ର ପୋଲିସର ଡିଜିପିଙ୍କ ସହ କଥା ହୋଇ ସମଗ୍ର ଘଟଣା ବାବଦରେ ଜାଣିଥିଲେ ।

ଏହା ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ସୂଚନା ଦେଇଛନ୍ତି ଯେ ମାମଲାର ସମ୍ପୂର୍ଣ୍ଣ ଯାଞ୍ଚ ନହେବା ପର୍ଯ୍ୟନ୍ତ ଅମିତାଭ ଗୁପ୍ତାଙ୍କୁ ଛୁଟିରେ ପଠାଯାଇଛି ଏବଂ ବର୍ତ୍ତମାନ ତାଙ୍କ ଚିଠିର ତଦନ୍ତ ଚାଲିଛି।

ବିଶ୍ୱରେ ୧୬ ଲକ୍ଷରୁ ଊର୍ଦ୍ଧ୍ୱ ଏବଂ ଦେଶରେ ୬ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଜାରି ରହିଛି କରୋନା ରାଜୁତି । ସାରା ବିଶ୍ୱରେ ଏଯାବତ୍ ମୋଟ ୧୬ ଲକ୍ଷ ୪ ହଜାର ୮୯୯ ଜଣଙ୍କ କବଳିତ କରିସାରିଲାଣି କରୋନା । ୯୫ ହଜାରରୁ ଊର୍ଦ୍ଦ୍ୱ ଲୋକ ମୃତ୍ୟୁବରଣ କଲେଣି । ଆଉ ୩ ଲକ୍ଷ ୫୬ ହଜାର ୬୭୩ ଜଣ ଲୋକ  କରୋନା କବଳରୁ ବର୍ତ୍ତିଗଲେ । ଯେଉଁମାନେ ଏବେ ଅନ୍ୟ ଆକ୍ରାନ୍ତଙ୍କ ପାଇଁ ପାଲଟଛି ଆଶା ।

ଆମେରିକାରେ ହୁ ହୁ ହୋଇ ଦିନ ପ୍ରତିଦିନ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ ୪ଲକ୍ଷ ୬୮ ହଜାର ୮୮୭ ଜଣଙ୍କ ଲୋକେ ଆକ୍ରାନ୍ତ ହେଲେଣି । ଇତିମଧ୍ୟରେ ୧୬ ହଜାର ୬୯୭ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଲାଣି । ସ୍ପେନ୍‌ ଓ ଇଟାଲୀରେ ମଧ୍ୟ ଜାରି ରହିଛି କରୋନାର ତାଣ୍ଡବ । ସ୍ପେନ୍‌ରେ ମୋଟ ୧ ଲକ୍ଷ ୫୩ ହଜାର ୨୨୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୫ ହଜାର ୪୪୭ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଏବେ ମଧ୍ୟ ଇଟାଲୀରେ ମୃତ୍ୟୁ ତାଣ୍ଡବ ଜାରି ରହିଛି । ସାରା ବିଶ୍ୱରେ କରୋନା ଯୋଗୁଁ ଇଟାଲୀରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି । ସେଠାରେ ଏଯାବତ୍‌ ମୋଟ ୧୮ ହଜାର ୨୭୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୧ ଲକ୍ଷ ୪୩ ହଜାର ୬୨୬ ଜଣ ଆକ୍ରାନ୍ତ ହୋଇଛନ୍ତି ।

ଅପରପକ୍ଷରେ ଦେଶରେ ମୋଟ ୬ ହାଜର ୭୨୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୨୭ ଜଣଙ୍କ ମୃତ୍ୟୁ ଘଟିଲାଣି । ଆଉ ୬୩୫ ଜଣ ସୁସ୍ଥ ହେଲେଣି ।

କଳାହାଣ୍ଡିରେ ଚିହ୍ନଟ ହେଲେ ଆଉ ଜଣେ କରୋନା ରୋଗୀ

କଳାହାଣ୍ଡି: ଆଉ ଜଣେ କରୋନା ରୋଗୀ ଚିହ୍ନଟ । କଳାହାଣ୍ଡିରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ରୋଗୀ । ପୂର୍ବରୁ ଜିଲ୍ଲାରେ ଚିହ୍ନଟ ହୋଇଥିବା ଦୁବାଇ ଫେରନ୍ତା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ଆକ୍ରାନ୍ତ ସୂଚନା । ଟେଷ୍ଟ ପଜିଟିଭ୍ ଆସିବା ପରେ ସମ୍ପୃକ୍ତ ଯୁବକଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲସ୍ଥିତି କୋଭିଡ ହସ୍ପିଟାଲକୁ ଅଣାଯିବ । ଗତ ଚିହ୍ନଟ ହୋଇଥିବା ୪ ଜଣ ରୋଗୀଙ୍କ ମଧ୍ୟରୁ ସେ ଜଣେ ।

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ୨୧କୁ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ମିଳିଥିବା ସୂଚନା ମୁତାବକ ପ୍ରଥମ ଆକ୍ରାନ୍ତଙ୍କ ସହ ମିଶି କ୍ରିକେଟ୍ ଖେଳିଥିଲେ । ପ୍ରଥମ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ କ୍ୱରେଣ୍ଟାଇନ୍‌ରେ ରଖାଯିବା ସହ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ରିପୋର୍ଟ ପଜିଟିଭ୍ ଆସିଥିଲା । ପଜିଟିଭ୍ ଆସିବା ପରେ ତାଙ୍କୁ କଟକ ଅଶ୍ୱିିନୀ ହସ୍ପିଟାଲ ସ୍ଥିତ କୋଭିଡ ହସ୍ପିଟାଲକୁ ଅଣାଯିବ ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଜଗୁ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି ।

ସତ୍ୟନଗର ତୋଷାଳି ଭବନ ଓମଫେଡକୁ ଆପଣ ଯାଇଛନ୍ତି କି ? ରୁହନ୍ତୁ କ୍ୱାରେଣ୍ଟାଇନରେ

ପେନାଲ୍ଟି ସୁଟର ସସ୍ମିତା ମଲ୍ଲିକଙ୍କ ଆଜି ଜନ୍ମଦିନ

ଭୁବନେଶ୍ୱର: ଓଡ଼ିଆ ଝିଅ ସସ୍ମିତା ମଲ୍ଲିକ । ଭାରତୀୟ ମହିଳା ଫୁଟବଲ ଦଳର ଜଣେ ଭଲ ପେନାଲ୍ଟି ସୁଟର ।  ଆଜି ସବୁ ଓଡ଼ିଆ ଝିଅମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ହୋଇପାରିଛନ୍ତି । ମନରେ ବିପୁଳ ଉତ୍ସାହ ଓ ଦୃଢ଼ ବିଶ୍ୱାସ ତାଙ୍କୁ ଆଜି ଏତେ ସଫଳତା ଆଣି ଦେଇଛି । ଏତିକି ସଫଳତାରେ ସେ ଖୁସି ନାହାନ୍ତି । ଆଖିରେ ଆଖିଏ ସ୍ୱପ୍ନ ନେଇ ଆଗେଇ ଚାଲିଛନ୍ତି ଏଯାବତ୍‌ ।

ଭାରତୀୟ ମହିଳା ଫୁଟବଲ ଦଳର ଅଧିନାୟକ ଭାବରେ ମନୋନୀତ ହୋଇଥିଲେ ସେ । ୧୦ ଏପ୍ରିଲ ୧୯୮୯ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଠାରେ ସସ୍ମିତା ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ଫୁଟବଲ ଖେଳ ପ୍ରତି ତାଙ୍କର ଥିଲା ଖୁବ୍‌ ଆଗ୍ରହ । ଗାଁ ପଡ଼ିଆରେ ଫୁଟବଲ ଖେଳୁଖେଳୁ ସେ ପହଞ୍ଚିଥିଲେ ଜାତୀୟ ସ୍ତରରେ । ଅବଶ୍ୟ ଏଥିପାଇଁ ସେ ଖୁବ୍‌ ନିଷ୍ଠାର ସହ ପରିଶ୍ରମ ବି କରିଛନ୍ତି । ସେ ଜଣେ ମିଡ଼ ଫିଲଡର ଭାବରେ ବାମ ପାଖରେ ଖେଳନ୍ତି । ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ପରେ ସେ ଦ୍ୱିତୀୟ ଓଡ଼ିଆ ଖେଳାଳି ଯିଏ କି ଭାରତୀୟ ଦଳରେ ନିଜର ସ୍ଥାନକୁ ଅକ୍ତିଆର କରିପାରିଛନ୍ତି । ୨୦୧୭ ମସିହାରେ ସାଫ୍‌ କ୍ରୀଡ଼ା ଫାଇନାଲରେ ସେ ମାରିଥିବା ପେନାଲ୍‌ଟି ଷ୍ଟ୍ରେ।କ ଯୋଗୁଁ ଭାରତ ବଙ୍ଗଳା ଦେଶକୁ ହରାଇ ଚମ୍ପିୟାନ ହୋଇପାରିଥିଲା । ସସ୍ମିତା ଫୁଟବଲ ଖେଳି ଆଜି ଦେଶ ତଥା ଓଡ଼ିଶା ପାଇଁ ଆଣିଛନ୍ତି ଅନେକ ଗୌରବ । ସସ୍ମିତାଙ୍କ ଜନ୍ମଦିନରେ ନନ୍ଦିଘୋଷ ଟିଭି ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

ରାଜ୍ୟରେ ଆଉ ୪ ଜଣ କରୋନା ସଂକ୍ରମିତ, ସଂଖ୍ୟା ୪୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଗତକାଲି ମୋଟ୍‌ ୪୦୮ଟି ନମୁନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୬ଟି ରିପୋର୍ଟ ପଜିଟିଭ ଓ ୪୦୨ଟି ନେଗେଟିଭ୍‌ ଆସିଥିଲା ।  ଗୁରୁବାର ମୋଟ ୬ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବିଷୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି।

ସତ୍ୟନଗର ତୋଷାଳି ଭବନ ଓମଫେଡକୁ ଆପଣ ଯାଇଛନ୍ତି କି ? ରୁହନ୍ତୁ କ୍ୱାରେଣ୍ଟାଇନରେ

ଗୁରୁବାର ଦିନରେ ଢେଙ୍କାନାଳର ଜଣେ ୫୧ ବର୍ଷ ବୟସ୍କା ମହିଳା ଏବଂ ଭୁବନେଶ୍ୱର ଆପୋଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗ ମେଦିନିପୁରର ୬୯ ବର୍ଷ ବୟସ୍କ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନ। ଦିଆଯାଇଥିଲା । ତେବେ ରାତିରେ ଆଉ ୪ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ଏଥିସହ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି । ଜଣେ କୋଭିଡ୍‌-19ରେ ପ୍ରାଣ ହରାଇଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି।

ଭାଇ,ଭଉଣୀଙ୍କ ମଧ୍ୟରେ ସଂପର୍କ ଭଲ ରହିବ,ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ

ମେଷ-

ଅଶ୍ୱିନୀ ନକ୍ଷତ୍ର- ବ୍ୟବସାୟରେ ଲାଭ, ପ୍ରେମ ସଂପର୍କ ମଜବୁତ୍‌ ରହିବ

ଦ୍ୱିଜା ନକ୍ଷତ୍ର- ପରିବାରରେ ଅଶାନ୍ତି ଲାଗି ରହିବ

କୃତ୍ତିକା  ନକ୍ଷତ୍ର- ପ୍ରତି କାର୍ଯ୍ୟରେ ବିଜୟ ହେବ, ବନ୍ଧୁଙ୍କର ସାହାଯ୍ୟ ମିଳିବ

ସ୍ନ।ନ ପରେ ଦକ୍ଷିଣ ଦିଗକୁ ମୁହଁ କରି ଶ୍ରୀହନୁମାନଙ୍କୁ ପ୍ରଣାମ କରନ୍ତୁ

ବୃଷ-

ରୋହିଣୀ ନକ୍ଷତ୍ର-ଧନହାନି ସହିତ ଅଶୁଭ ଖବର ମିଳିପାରେ

କୃତ୍ତିକା ନକ୍ଷତ୍ର- ଆଜି କୈାଣସି ସ୍ଥାନରୁ ଋଣ ମିଳିପାରେ,ଶତ୍ରୁ ମଧ୍ୟ ପରାଜିତ ହେବ

ମୃଗଶିରା -ଚାକିରୀରେ ସନ୍ତୋଷଜନକ ଫଳ ମିଳିବ

ଶ୍ରୀଲକ୍ଷ୍ମୀଙ୍କୁ  ପୂଜା କରନ୍ତୁ

ମିଥୁନ

ମଗଶିରା ନକ୍ଷତ୍ର- କୈାଣସି ଶୁଭ ଖବର  ପାଇପାରନ୍ତି

ଆଦ୍ରା ନକ୍ଷତ୍ର- ମନ ଅସ୍ଥିର ରହିବ,ସଂପର୍କ କାହା ସହିତ ତୁଟିଯାଇପାରେ

ପୁନର୍ବସୁ ନକ୍ଷତ୍ର-ଯ଼ଦି କୈାଣସି ବ୍ୟବସାୟ କରୁଥନ୍ତି ତେବେ ସେଥିରେ ସଫଳ ରହିବେ

ଶ୍ରୀଗଣେଶଙ୍କୁ ଆଜି ଦିନରେ ପୂଜା କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର-ଘର କିମ୍ବା ଯାନବାହନ କାମରେ ବ୍ୟସ୍ତ ରହିବେ

ପୁଷ୍ୟ। ନକ୍ଷତ୍ର-ଝଗଡା ଲାଗି ରହିବ, ଘରୁ ବାହାରିଲେ ରାସ୍ତାରେ ବିପଦ ରହିଛି

ଅଶ୍ଳଷା- କାହା ଠାରୁ କିଛି ଅର୍ଥ ପାଇପାରନ୍ତି

କଳା ରଙ୍ଗର କୈାଣସି ବି ଜିନିଷକୁ ତ୍ୟାଗ କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର-ଭାଇ,ଭଉଣୀଙ୍କ ମଧ୍ୟରେ ସଂପର୍କ ଭଲ ରହିବ,ପରିବାରରେ ମାଙ୍ଗଳିକ କାଯ୍ୟ ହେବ

ପୂର୍ବାଫାଲଗୁନି-ବିବାଦ ରେ ଫସି ଯାଇପାରନ୍ତି, ସତର୍କ ରୁହନ୍ତୁ

ଉତ୍ତରାଫାଲଗୁନି-ବାହାରକୁ ଯିବା ପାଇଁ ସୁଯୋଗ ଆସିପାରେ

ଆଜି ସକାଳୁ ସୂର୍ଯ୍ୟ ନମସ୍କାର କରି ଘରୁ ବାହାରିବେ

କନ୍ୟା ରାଶି

ଉତ୍ତରାଫାଲଗୁନି -ଅର୍ଥ ସମସ୍ୟା ରହିଥିଲେ ତାହା ଦୁର ହେବ

ହସ୍ତା ନକ୍ଷତ୍ର-ମନ ଅସ୍ଥିର ରହିବ, ଯାହା କରିବେ ଜଗିରଖି କରନ୍ତୁ

ଚିତ୍ରା ନକ୍ଷତ୍ର-ବନ୍ଧୁ ସାହାଯ୍ୟ ପାଇବେ

ଗ୍ରାମଦେବୀଙ୍କୁ ପୂର୍ବ ମୁଖା ହୋଇ ପ୍ରଣାମ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର-ବହୁ ଦିନର ମନୋସ୍କାମନା ପୂରଣ ହେବ

ସ୍ୱାତୀ ନକ୍ଷତ୍ର-ଅର୍ଥ କଥାକୁ ନେଇ ଅନର୍ଥ ହେବ

ବିଶାଖା ନକ୍ଷତ୍ର-କିଛି ଶୁଭ ଖବର ପାଇପାରନ୍ତି

ଆଜି ମହାକାଳୀଙ୍କୁ ପୂଜା କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର-କୈାଣସି ଇଛା ଯଦି ରହିଥିବ ତାହା ପୂରଣ ହୋଇଯିବ

ଅନୁରାଧା ନକ୍ଷତ୍ର-ଘରେ କୈାଣସି କଥାକୁ ନେଇ ବାଦବିବାଦ ହୋଇପାରେ

ଜ୍ୟୋଷ୍ଠା ନକ୍ଷତ୍ର-ଦୂର ଯାତ୍ରା ପାଇଁ ଖବର ପାଇପାରନ୍ତି

ଲାଲ ମନ୍ଦାର ଫୁଲରେ ଦେବୀଙ୍କୁ ପୂଜା କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର-ଭାଇଭଉଣୀଙ୍କ ଠାରୁ ସାହାଯ୍ୟ ମିଳିପାରେ

ପୂର୍ବାଷାଢା-ବାହାରକୁ ବାହାରନ୍ତୁ ନାହିଁ, ବିପଦ ରହିଛି

ଉତ୍ତରାଷାଢା-ଆଜି ଦିନରେ ବ୍ୟୟ ଅଧିକ ହୋଇପାରେ,ଜଗିରଖି ଚଳନ୍ତୁ

ହଳଦୀ ପାଣି ପିଅନ୍ତୁ , ସର୍ବକାର୍ଯ୍ୟ ସିଦ୍ଧି ହେବ

ମକର ରାଶି

ଉତ୍ତରାଷାଢା- ପ୍ରତିଟି କାର୍ଯ୍ୟ ସହଜରେ ପୂରଣ ହୋଇଯିବ

ଶ୍ରବଣା-ବ୍ୟବସାୟ କରୁଥିଲେ ସେଥିରେ କ୍ଷତି ହୋଇପାରେ

ଧନିଷ୍ଠା ନକ୍ଷତ୍ର-ନୂଆ କାମୃ କରିବା ପାଇଁ ଯୋଜନା କରିପାରନ୍ତି

ଶୁଦ୍ଧ ଜଳରେ ଘରେ ଦେବାଦେବୀଙ୍କୁ ପୂଜା କରନ୍ତୁ ଶୁଭ ଫଳ ପାଇବେ

କୁମ୍ଭ ରାଶି

ଧନିଷ୍ଠା-ବିବାହକୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ

ଶତଭିଷା ନକ୍ଷତ୍ର-ଧୁର୍ଘଟଣାରେ ଯୋଗ ରହିଛି

ପୂର୍ବଭାଦ୍ର-ପ୍ରେମସଂପର୍କ ମଜବୁତ୍‌ ହୋଇପାରେ

ସ୍ନ।ନ ପରେ ଗୁଡ ଖାଆନ୍ତୁ

ମୀନ ରାଶି

ପୂର୍ବଭାଦ୍ର-ଶତ୍ରୁବାଧାରୁ ରକ୍ଷା ମିଳିବ, ଋଣ ବି ମିଳିପାରେ

ଉତ୍ତରଭାଦ୍ର-ଦେହ ଖରାପ ରହିପାରେ ସତର୍କ ହୁଅନ୍ତୁ

ରେବତୀ-ବିବାହ ପ୍ରସ୍ତାବ ଆସିପାରେ

ଭୋଜନରେ ସୈନ୍ଧବ ଲୁଣ ବ୍ୟବହାର କରନ୍ତୁ

 

                                                                                                 ଜ୍ୟୋତିର୍ବିଦ ବିପିନ୍‌ କୁମାର ରାଉତରାୟ

                                                                                                    ଯୋଗାଯୋଗ-9897481973

 

କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା, ବିଶ୍ୱ ପାଇଁ ମାର୍ଗଦର୍ଶକ

ଭୁବନେଶ୍ୱର: ମହାମାରୀ କରୋନା ମୁକାବିଲାରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ପ୍ରେରଣା । ଦେଶ କାହିଁକି, ବିଶ୍ୱ ପାଇଁ ମାର୍ଗଦର୍ଶକ ହେଉଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ନେଇଥିବା ପ୍ରତିଟି ପଦକ୍ଷେପ ପ୍ରଶଂସନୀୟ । ତାମିଲ ପତ୍ରିକା ଭିକାତନ ଏପ୍ରିଲ୍ ସଂଖ୍ୟାରେ ନବୀନଙ୍କୁ କଭର ପେଜରେ ସ୍ଥାନ ଦେବା ସହ କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସାରା ବିଶ୍ୱ ପାଇଁ ମାର୍ଗଦର୍ଶକ ସାଜିଥିବା ଉଲ୍ଲେଖ କରିଛି ।

ଦେଶ ବିପଦ ସହ ଲଢ଼ୁଛି । କରୋନା ପାଇଁ ବିରୋଧ ପ୍ରଦର୍ଶନ, ବିକ୍ଷୋଭ, ଖେଳ, ସମାରୋହ ସବୁ କିଛି ବନ୍ଦ ହୋଇଯାଇଥିବା ବେଳେ ଘରେ ବନ୍ଦୀ ହୋଇ ରହିଛନ୍ତି ଲୋକେ । ଜୀବନରେ ଡର ମୁଖ୍ୟ ଚିନ୍ତାର ବିଷୟ ହୋଇଥିବା ବେଳେ ଅନ୍ୟ ସବୁ ସମସ୍ୟା ପଛରେ ପଡ଼ିଛି । ୨୦୧୯ରେ ଚୀନରୁ ଆରମ୍ଭ ମହମାରୀ କରୋନା ଆମେରିକା ସହ ବ୍ରିଟେନ୍ ଭଳି ଶକ୍ତିଶାଳୀ ରାଷ୍ଟ୍ରକୁ ବି ଡରେଇ ରଖିଛି । ଦେଶର ପ୍ରଧାନମନ୍ତ୍ରୀ କେବେ ତାଳି ମାରିବାକୁ ତ ଆଉ କେବେ ଦୀପ ଜାଳିବାକୁ କହୁଛନ୍ତି ।

୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା

କରୋନା ପାଇଁ ଭ୍ୟାକ୍ସିନ୍ ବାହାରି ନାହିଁ । ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ରକ୍ଷା ଏକମାତ୍ର ପନ୍ଥା । ସବୁ ରାଜ୍ୟ କରୋନାକୁ ନେଇ ଶୋଇଥିବା ବେଳେ ଏକମାତ୍ର ରାଜ୍ୟ ଭାବେ ଏହାର ମୁକାବିଲା ପାଇଁ ପ୍ରଥମେ ଆଗେଇ ଆସିଥିଲା ଓଡ଼ିଶା ।

ଓଡ଼ିଶାର ପ୍ରସ୍ତୁତି ଦେଖି ଅନ୍ୟ ରାଜ୍ୟ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ହୋଇଥିଲେ । ଓଡ଼ିଶା ଏଭଳି ଏକ ରାଜ୍ୟ ଯିଏ ବହୁ ବାତ୍ୟା ଓ ବନ୍ୟାକୁ ସଫଳତାର ସହ ମୁକାବିଲା କରିଛି । ଆଉ ଏଥିରେ ଜନତାଙ୍କଠାରୁ ଆରମ୍ଭ କରି ରାଜନେତା ଓ ପ୍ରଶାସନିକ ଅଧିକାରୀ ସମସ୍ତଙ୍କ ରହିଛି ଭାଗିଦାରୀ । ସମସ୍ତେ ହୋଇଛନ୍ତି ଏକାଠି । ଯାହାଫଳରେ ବିପଦ ପ୍ରଭାବହୀନ ହୋଇଛି ।

ବିଧାନସଭା ପରିସରରେ ହାତ ଧୋଇ ସଚେତନ କଲେ ମୁଖ୍ୟମନ୍ତ୍ରୀ

ମାର୍ଚ୍ଚ ୧୩ରେ ପ୍ରଧାନମନ୍ତ୍ରୀ ମୋଦି କରୋନାର ସଂକ୍ରମଣ ରୋକିବାକୁ ସଂସଦରେ ମନ୍ତ୍ରିମଣ୍ଡଳ ସହ ବୈଠକ କରିଥିଲେ । ସେହିଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ସାଂସଦ, ମନ୍ତ୍ରୀ ଓ ବିଧାୟକମାନଙ୍କୁ ହାତକୁ କିପରି ଜୀବାଣୁମୁକ୍ତ କରିବେ ତାକୁ ରାଜ୍ୟବାସୀଙ୍କୁ ଶିଖାଇବା ସହ ସଚେତନ କରିଥିଲେ । ସେହିଦିନ ରାଜ୍ୟରେ ଓଡ଼ିଶା କୋଭିଡ୍-୧୯ ନିୟାମକ ୨୦୨୦ ମଧ୍ୟ ଲାଗୁ ହୋଇଥିଲା ।

ପାନଡେମିକ୍ କଣ ? କିଏ ଗୋଟିଏ ରୋଗକୁ ପାନଡେମିକ୍ ବୋଲି ଘୋଷଣା କରେ ?

ଏହାପରେ ପ୍ରଶାସନିକ ତତ୍ପରତା ଆରମ୍ଭ ହୋଇଯାଇଥିଲା । ଗୁଜବ ରୋକିବାକୁ ସରକାର ଲୋକଙ୍କ ପାଖରେ ସଠିକ୍ ଖବର ପହଞ୍ଚାଇବା ପାଇଁ ସୁବ୍ରତ ବାଗଚୀଙ୍କୁ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ନିଯୁକ୍ତ କରିଥିଲେ । ଆଉ ସେ ପ୍ରତିଦିନ ଅପରାହ୍ଣ ୪ଟା ୩୦ରେ ମିଡିଆକୁ ସମ୍ବୋଧନ କରୁଛନ୍ତି । ବିଭିନ୍ନ ବିଭାଗର ପଦକ୍ଷେପ ଓ ତଥ୍ୟ ଲୋକଙ୍କୁ ଅବଗତ କରାଉଛନ୍ତି । ଓଡ଼ିଶା ସରକାର ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ୪ ମାସର ଅଗ୍ରୀମ ଦରମା ଦେବା ସହ ବରିଷ୍ଠ ଓ ଭିନ୍ନକ୍ଷମଙ୍କୁ ୪ ମାସର ଆଗୁଆ ଭତ୍ତା ଦେଇଛନ୍ତି । ପିଡିଏସ ହିତାଧିକାରୀଙ୍କୁ ୩ ମାସର ସାମଗ୍ରୀ ସହ ଟଙ୍କା ବଣ୍ଟନ କରିଥିଲେ । ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମାନଙ୍କୁ ଚିଠି ଲେଖିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଇମୋସନାଲ ଅପିଲ୍, ଘରୁ ବାହାରନ୍ତୁ ନାହିଁ…

ଦେଶ ଜନତା କର୍ଫ୍ୟୁ ପାଳୁଥିବା ବେଳେ ଓଡ଼ିଶା ଆରମ୍ଭ କରିଥିଲା ଆଂଶିକ ଲକଡାଉନ୍ । ଆଉ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିଷ୍ଠା କରିଛି କୋଭିଡ୍-୧୯ ହସ୍ପିଟାଲ । ଏସବୁ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିକୁ ତାମିଲ୍ ପ୍ରତିକା ପ୍ରଂଶସା କରିଛି ।

ଅର୍ଥନୀତି ଅପେକ୍ଷା ଜୀବନ ବଡ଼, ଏପ୍ରିଲ ୩୦ ଯାଏଁ ରାଜ୍ୟରେ ଜାରି ରହିବ ଲକ୍‌ଡାଉନ୍