spot_img
Home Blog Page 728

ନେପାଳରେ ପୁଣି ଜୋର ଧରିଲା ରାଜତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ: ନେପାଳରେ ପୁଣି ଜୋର ଧରିଲା ରାଜତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ । ସେପଟେ ଦେଶରେ ଅସ୍ଥିରତା ରୋକିବା ଲାଗି ରାଜତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ ଉପରେ ରୋକ ଲଗାଇଛନ୍ତି ସରକାର । ଜୁନ ୨ରୁ ଦୁଇ ମାସ ଲାଗି ଏହି କଟକଣା କାଠମାଣ୍ଡୁରେ ଲାଗୁ କରାଯାଇଛି । ଧାରଣା, ଅନଶନ, ପ୍ରତିବାଦ, ସାଧାରଣ ସଭା ଆଦିକୁ ନିଷିଦ୍ଧ କରାଯାଇଛି । ପୂର୍ବତନ ଗୃହମନ୍ତ୍ରୀ କମଲ ଥାପାଙ୍କ ନେତୃତ୍ବରେ କାଠମାଣ୍ଡୁ ସମେତ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଥିଲା । ଗତ ରବିବାର ଆନ୍ଦୋଳନକୁ ନେଇ କମଲ ଥାପାଙ୍କ ସମେତ ବହୁ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଥିଲା । ଗତ ଶୁକ୍ରବାରଠାରୁ ଆନ୍ଦୋଳନ ଉପରେ ନିଷେଧାଦେଶ ଜାରି କରାଯାଇଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ଏହାକୁ ମାନିନଥିଲେ । ନେପାଳରେ ରାଜତନ୍ତ୍ର ପ୍ରତିଷ୍ଠା କରିବା ସହ ଏହାକୁ ଏକ ହିନ୍ଦୁରାଷ୍ଟ୍ର ବୋଲି ଘୋଷଣା କରିବା ଲାଗି ଦାବି ହେଉଛି ।

ରବିବାର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ବାଲୁବତର ଅଭିମୁଖେ ବି ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ବା ଆରପିପି ନେତା ରାଜେନ୍ଦ୍ର ଲିଙ୍ଗଦେନଙ୍କ ନେତୃତ୍ବରେ ଆନ୍ଦୋଳନକାରୀ ଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଗତ ମେ ୨୯ରୁ ନେପାଳରେ ପୁଣି ରାଜତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ ଜୋର ଧରିଥିଲା । ଆନ୍ଦୋଳନକାରୀମାନେ ପୂର୍ବତନ ରାଜା ଜ୍ଞାନେନ୍ଦ୍ରଙ୍କ ଫଟୋ ଧରିଥିବାବେଳେ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ୨୦୦୮ରେ ଦେଶରେ୨୪୦ ବର୍ଷର ରାଜତନ୍ତ୍ରର ଅନ୍ତ ଘଟିଥିଲା । ପୂର୍ବତନ ହିନ୍ଦୁ ରାଷ୍ଟ୍ରକୁ ଏକ ଧର୍ମନିରପେକ୍ଷ, ସଂଘୀୟ ଓ ସାଧାରଣ ପ୍ରଜାତନ୍ତ୍ର ଭାବେ ମାନ୍ୟତା ଦିଆଯାଇଥିଲା ।

ଆଜି ଦକ୍ଷିଣ କୋରିଆ ରାଷ୍ଟ୍ରପତି ନିର୍ବାଚନ

ନନ୍ଦିଘୋଷ ବ୍ୟୁରାେ: ଆଜି ଦକ୍ଷିଣ କୋରିଆ ରାଷ୍ଟ୍ରପତି ନିର୍ବାଚନ । ସାରା ବିଶ୍ବର ଆଖି ଦକ୍ଷିଣ କୋରିଆ ରାଷ୍ଟ୍ରପତି ନିର୍ବାଚନ ଉପରେ । ଗତବର୍ଷ ଡିସେମ୍ବରରେ ୟୁନ ସୁକ୍ ୟୋଲ ସାମୟିକ ଭାବେ ମାର୍ଶାଲ ଆଇନ ଲାଗୁ କରିବାରୁ ତାଙ୍କୁ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ କ୍ରମେ ସେ ରାଷ୍ଟ୍ରପତି ପଦରୁ ବିଦା ହୋଇଥିଲେ । ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଲି ଜାଏ ମିୟୁଙ୍ଗ ହୋଇଥିବାବେଳେ ପିପୁଲ ପାଓ୍ବାର ପାର୍ଟି ପ୍ରାର୍ଥୀ କିମ୍ ମୁନ ସୁ ମଇଦାନରେ ଅଛନ୍ତି । ରିଫର୍ମ ପାର୍ଟିରୁ ପ୍ରାର୍ଥୀ ଅଛନ୍ତି ଲି ଜୁନ ସିଓକ। ପ୍ରକୃତପକ୍ଷେ ସଂସଦର କାର୍ଯ୍ୟକାଳ ଅବଧି ମାର୍ଚ୍ଚ ୨୦୨୭ ଯାଏ ଥିଲା । ମାତ୍ର ୟୋଲଙ୍କୁ ବହିଷ୍କାର କରିବା ଯୋଗୁ ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନ ହେଉଛି । ଦକ୍ଷିଣ କୋରିଆ ପ୍ରତିଷ୍ଠା ହେବା ପରେ ଏହା ହେଉଛି ଦେଶର ଷଷ୍ଠ ସାଧାରଣ ନିର୍ବାଚନ । ୩ ଡିସେମ୍ବର୨୦୨୪ରେ ୟୋଲ ମାର୍ଶାଲ ଆଇନ ଲାଗୁ କରିବା ପରେ ୧୪ ଡିସେମ୍ବରରେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା । ୩୦୦ ସାଂସଦଙ୍କ ମଧ୍ୟରୁ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ୨୦୪ ସାଂସଦ । ୪ ଏପ୍ରିଲ ୨୦୨୫ରେ ଏହି ପ୍ରସ୍ତାବକୁ ଯଥାର୍ଥ କହିଲେ ସାମ୍ବିଧାନିକ କୋର୍ଟ ।

ଦୁଇ ପ୍ରମୁଖ ପ୍ରାର୍ଥୀ କିଏ ?

ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଲି ଜାଏ ମିୟୁଙ୍ଗ । ସିଓଲଠାରୁ ୨୪୦ କିଲୋମିଟର ଦୂର ଅନ୍ଦୋନଙ୍ଗରେ ଲି ଜାଏଙ୍କ ଜନ୍ମ । ଜାନୁଆରୀ ୨୦୨୪ରେ ବୁସାନରେ ତାଙ୍କୁ ଛୁରାମାଡ ହୋଇଥିଲା । ଅର୍ଥନୈତିକ ଅସମାନତା ଦୂର ଲାଗି ଲି ଜାଏଙ୍କ ପ୍ରତିଶ୍ରୁତି । ନିବେଶ ଜରିଆରେ ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷ୍ୟ । ଆମେରିକା, ଜାପାନ ସହ ଅଧିକ ସମ୍ପର୍କ ଲକ୍ଷ୍ୟ । ରାଷ୍ଟ୍ରପତିଙ୍କ ଅଫିସ ଓ ଜାତୀୟ ଆସେମ୍ବ୍ଲିକୁ ସିଜଙ୍ଗ ସହରକୁ ନେବାକୁ ପ୍ରତିଶ୍ରୁତି । ଦାରିଦ୍ର୍ୟ ଭିତରେ ଏକ କାରଖାନାରେ କାମ କରୁଥିଲେ ଲି ଜାଏ ମିୟୁଙ୍ଗ । ପରେ ମାନବାଧିକାର ଓକିଲ ଭାବେ କରିଥିଲେ କାମ । ମେୟର, ଗଭର୍ଣ୍ଣର ଓ ସାଂସଦ ଥିଲେ ଲି ଜାଏ ମିୟୁଙ୍ଗ ।

ପିପୁଲ ପାଓ୍ବାର ପାର୍ଟିର ନେତା କିମ୍ ମୁନ ସୁ । ନିଯୁକ୍ତି ଓ ଶ୍ରମମନ୍ତ୍ରୀ ଥିଲେ କିମ୍ ମୁନ୍ । ୟେଙ୍ଗଚେଓନରେ କିମ ମୁନ ସୁଙ୍କ ଜନ୍ମ । ୧୯୮୦ରେ ଏକଛତ୍ରବାଦୀ ଶାସକ କରିଥିଲେ ଗିରଫ । ୭୩ ବର୍ଷ ବୟସ୍କ କିମ ମୁନ ସୁ ଜଣେ ଛାତ୍ରନେତା ଥିଲେ  ।

ଆସନ୍ତା ୨୭ରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ; ଶୃଙ୍ଖଳିତ ଯାତ୍ରା ଏବଂ ସୁପରିଚାଳନା ନେଇ ବୈଠକ

ପୁରୀ: ଆସନ୍ତା ୨୭ ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା । ଶୃଙ୍ଖଳିତ ଯାତ୍ରା ଏବଂ ସୁପରିଚାଳନା ନେଇ କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଜୁନ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ୨୬ରେ ନବଯୌବନ ଦର୍ଶନ, ୨୭ରେ ରଥଯାତ୍ରା, ଜୁଲାଇ ୧ ତାରିଖରେ ହେରା ପଞ୍ଚମୀ, ୪ରେ ସନ୍ଧ୍ୟା ଦର୍ଶନ, ୫ ରେ ବାହୁଡା, ୬ ରେ ସୁନାବେଶ, ୭ରେ ଅଧରପଣା ଓ ଜୁଲାଇ ୮ ତାରିଖରେ ଅନୁଷ୍ଠିତ ହେବ ନୀଳାଦ୍ରିବିଜେ ନୀତି । ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି । ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ସ୍ଥାପନ, ଟ୍ରାଫିକ ସୁପରିଚାଳନା ନିମନ୍ତେ ରୋଡ ଡିଭାଇଡର, ଡିଲିନେଟର ଓ ଟ୍ରାଫିକ ଜୋନ ବ୍ୟବସ୍ଥା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ସହ ଟ୍ରାଫିକ ପରିଚାଳନା ସମ୍ପର୍କରେ ଆଲୋଚନା କରାଯାଇଛି । ସେହିପରି ସମୁଦ୍ର କୂଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂ କଡାକଡି କରାଯିବା ସହ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ଖୋଲାଯିବ । ଏହାଛଡ଼ା ରେଳବାଇ ପୋଲିସ ପକ୍ଷରୁ ପୁରୀ, ଭୁବନେଶ୍ବର, ଖୋର୍ଦ୍ଧା, ଜଟଣୀ ଆଦି ରେଳ ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।

ଆରପିଏଫ ସହ ଉପଯୁକ୍ତ ସମନ୍ଵୟ ରଖି କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଡିଜିପି । ଏହାସହ ସହରର ସମସ୍ତ ଥାନା ଅଞ୍ଚଳରେ ଅପରାଧୀଙ୍କ ବିରୋଧରେ ସ୍ଵତନ୍ତ୍ର ଡ୍ରାଇଭ, ହୋଟେଲ ଏବଂ ଲଜ ଗୁଡିକରେ ନିୟମିତ ଯାଞ୍ଚ, ରକ୍ଷକ ଯାନ ମୁତୟନ, K-9 ସ୍କ୍ବାଡ ମୁତୟନ, ଦଳାଚକଟା ଭଳି ପରିସ୍ଥିତିକୁ ଏଡାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା, ସ୍ୱତନ୍ତ୍ର ହେଲିପ୍ୟାଡ, ପୋଲିସ ଫୋର୍ସଙ୍କ ରହଣି ନିମନ୍ତେ ସ୍ୱତନ୍ତ୍ର ସୁବିଧା, ଶୃଙ୍ଖଳିତ ରଥଟଣା, ବ୍ୟାରିକେଡ ବ୍ୟବସ୍ଥା କରାଯିବ । ଜିଲ୍ଲା ପ୍ରଶାସନ ସହ ମିଶି ବିଭିନ୍ନ ଅସୁବିଧାର ସମାଧାନ କରାଯିବା ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ଡିଜିପି । ଏହାସହ ବୈଠକରେ ଆପାତକାଳୀନ ପରିସ୍ଥିତିର ମୁକାବିଲା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି । ବୈଠକରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ କଲେ କେନ୍ଦ୍ର ସରକାର

ନନ୍ଦିଘୋଷ ବ୍ୟୁରୋ: ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ କଲେ କେନ୍ଦ୍ର ସରକାର। ଜନଗଣନା ଅପରେସନ ନିର୍ଦ୍ଦେଶକ ଭାବେ ୨୦୧୨ ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ନିଖିଲ ପବନ କଲ୍ୟାଣଙ୍କୁ ଦାୟିତ୍ବ ଦିଆଯାଇଛି। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବେ ନିଖିଲ ପବନ କଲ୍ୟାଣ। ଆବଶ୍ୟକ ପଡ଼ିଲେ ତାଙ୍କ କାର୍ଯ୍ୟକାଳ ଅବଧି ବଢ଼ିପାରେ। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛି। ୧୪ ବର୍ଷ ପରେ ଦେଶରେ ହେବ ଜନଗଣନା। ଶେଷ ଥର ପାଇଁ ୨୦୧୧ ମସିହାରେ ହୋଇଥିଲା ଜନଗଣନା। ନିର୍ଦ୍ଦେଶକ ଭାବେ ନିଖିଲ ପବନ କଲ୍ୟାଣଙ୍କ ନିଯୁକ୍ତି ପରେ ଜିଲ୍ଲା ଓ ବ୍ଲକ ସ୍ତରରେ ହେବ ଅଧିକାରୀ ନିଯୁକ୍ତି।

ବିନା ତଲାକରେ ଦ୍ୱିତୀୟ ବିବାହ : ଥାନାରେ ପତ୍ନୀଙ୍କ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ବିନା ତଲାକରେ ସ୍ଵାମୀର ଦ୍ୱିତୀୟ ବିବାହ ଅଭିଯୋଗରେ ଥାନାରେ ଦ୍ଵାରସ୍ଥ ହେଲେ ପତ୍ନୀ । ମହିଳା ଜଣକ ଭୁବନେଶ୍ୱର ଯଦୁପୁର ଅଞ୍ଚଳରେ ଶେଖ୍ ସବିରଙ୍କୁ ୧୦ ବର୍ଷ ତଳେ ବିବାହ କରିଥିଲେ । ଉଭୟଙ୍କର ଏବେ ଦୁଇଟି ଝିଅ ଅଛନ୍ତି । ହେଲେ ଗତ ଦେଢ଼ବର୍ଷ ହେବ ଉଭୟ ଅଲଗା ହୋଇ ରହୁଛନ୍ତି । ଆଉ ଏବେ ତାଙ୍କ ସ୍ଵାମୀ ଶେଖ୍ ସବିର ବିନା ଛାଡ଼ପତ୍ରରେ ଆଉ ଜଣେ ଝିଅଙ୍କୁ ବିବାହ କରୁଥିବା ନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମହିଳା । ଅନ୍ୟପଟେ ଥାନାରେ ଦ୍ଵାରସ୍ଥ ହୋଇଛନ୍ତି ମହିଳାଙ୍କ ସ୍ଵାମୀ ଶେଖ୍ ସବିର । ଅଭିଯୋଗକୁ ସେ ଖଣ୍ଡନ କରିବା ସହ ତାଙ୍କ ସ୍ତ୍ରୀଙ୍କର ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ଥିବା ସେ ପାଲଟା ଅଭିଯୋଗ ଆଣିଛନ୍ତି । ଘଟଣାର ତଦନ୍ତ କରୁଛି ଖଣ୍ଡଗିରି ଥାନା ପୋଲିସ ।

ନିଟ୍ ପିଜି ପରୀକ୍ଷା ସ୍ଥଗିତ

ନନ୍ଦିଘୋଷ ବ୍ୟୁରୋ: ନିଟ୍ ପିଜି ପରୀକ୍ଷା ସ୍ଥଗିତ । ଅନ୍ୟାଦେଶ ଯାଏ ନିଟ୍ ପିଜି- ୨୦୨୫ ସ୍ଥଗିତ । ଆସନ୍ତା ଜୁନ୍ ୧୫ ତାରିଖରେ ହୋଇଥାନ୍ତା ନିଟ୍ ପିଜି ପରୀକ୍ଷା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପରୀକ୍ଷା ସ୍ଥଗିତ ରଗିଲା । ଦୁଇ ସିଫ୍ଟରେ ପରୀକ୍ଷା ପାଇଁ ସ୍ଥିର କରିଥିଲା NBE । ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ-NBE ଗୋଟିଏ ସିଫ୍ଟରେ ପରୀକ୍ଷା କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ଥଗିତ ।

ସାର୍ବଜନୀନ ହେବ କି ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ?

ନନ୍ଦିଘୋଷ ବ୍ୟୁରୋ: ବର୍ଷେ ପୂର୍ତ୍ତି ପୂର୍ବରୁ ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଇଛନ୍ତି । ସଫଳତା ଓ ବିଫଳତାକୁ ମାପଦଣ୍ଡ କରି ମନ୍ତ୍ରୀଙ୍କ ଦକ୍ଷତା ମାପିବ ଦଳ । ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ଼ରେ ସଫଳତା ଅପେକ୍ଷା ବିଫଳତାର ଲମ୍ବା ତାଲିକା ଜଳଜଳ କରି ଦିଶୁଛି ବୋଲି ବିଜେଡି ଅଭିଯୋଗ କରିଛି। ମନ୍ତ୍ରୀମାନେ ନିଜର ରିପୋର୍ଟକୁ ସର୍ବସାଧାରଣ କରିବାକୁ ବିଜେଡି ବିଧାୟକ ଗୌତମ ବୃଦ୍ଧ ଦାସ ଦାବି କରିଛନ୍ତି । କଂଗ୍ରେସ ମଧ୍ୟ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡକୁ ନେଇ ପ୍ରଶ୍ନ ଉଠାଇଛି । ବିଜେପି କହିଛି ମୁଖ୍ୟମନ୍ତ୍ରୀ ମନ୍ତ୍ରିମାନଙ୍କର ରିପୋର୍ଟ କାର୍ଡକୁ ତର୍ଜମା କରିବେ।

ସାର୍ବଜନୀନ ହେବ କି ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ? ଦାବି ଉଠାଇଲା ବିଜେଡି, ସ୍ବର ମିଳାଇଲା କଂଗ୍ରେସ । ବିଜେପି କହିଲା ମୁଖ୍ୟମନ୍ତ୍ରୀ କରିବେ ତର୍ଜମା । ତେଜିଲା ରିପୋର୍ଟ କାର୍ଡ ପଲିଟିକ୍ସ । ଚର୍ଚ୍ଚାରେ ମନ୍ତ୍ରିମାନଙ୍କର ରିପୋର୍ଟ କାର୍ଡ । ବର୍ଷେ ଭିତରେ କେଉଁ ମନ୍ତ୍ରୀଙ୍କ କଣ ପ୍ରଦର୍ଶନ ତାହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି । ମନ୍ତ୍ରୀମାନେ ସେମାନଙ୍କ ରିପୋର୍ଟ କାର୍ଡରେ କଣ ଉଲ୍ଲେଖ କରିଛନ୍ତି ତାହା ସାର୍ବଜାନୀନ କରାଯାଉ ବୋଲି ବିଜେଡି ଦାବି କରିଛି । ବିଜେଡି ବିଧାୟକ ଗୌତମ ବୃଦ୍ଧ ଦାସ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରିମାନେ ରିପୋର୍ଟ କାର୍ଡରେ ସଫଳତା ସହ ବିଫଳତାକୁ ବି ସ୍ଥାନ ଦେବା ଉଚିତ ।

ବର୍ଷେ ଭିତରେ ରାଜ୍ୟର ଅପାରଗ ସରକାର ଚାଲିଛି ବୋଲି ଲୋକେ ଅନୁଭବ କରିଛନ୍ତି । ଓଡିଶାର ବିକାଶ ସଂପୂର୍ଣ୍ଣ ଠପ ହୋଇଥିବା ବେଳେ  ମନ୍ତ୍ରିମାନେ ନିଜ ବିଭାଗ ସମ୍ଭାଳିବାରେ ବିଫଳ ହୋଇଛନ୍ତି । ରାଜ୍ୟପାଳଙ୍କ ପୁଅ ଓଡିଆ ଅଧିକାରୀଙ୍କୁ ମାଡ ମାରିବା, ଚିକିଟି ମଦ ମୃତ୍ୟୁ ମାମଲା, ଭରତପୁର ଥାନା, ବଡ ଠାକୁର ପଡିଯିବା ଘଟଣାର ରିପୋର୍ଟ କୁଆଡ଼େ ଗଲା ବୋଲି ବିଜେଡି ପ୍ରଶ୍ନ କରିଛି । ସେହିପରି ଧାନର କଟନୀ ଛଟନୀ, ଦରଦାମ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା, କଲେଜ ନିର୍ବାଚନ କରିବାରେ ବିଫଳ, ଆଦି ପ୍ରସଙ୍ଗ ମନ୍ତ୍ରୀମାନଙ୍କ ଦକ୍ଷତା ପ୍ରମାଣିତ କରିଛି । ଏହାସହ କୋଟିଆ ସୀମା ବିବାଦ, ପୋଲାଭରମ, ମହାନଦୀ ଆଦି ପ୍ରସଙ୍ଗରେ  ପୂରା ଚୁପ ସରକାର । ବର୍ଷେ ହେବ ଅଧିକାଂଶ ମନ୍ତ୍ରୀ ବିଭାଗୀୟ ବଜେଟ ଅର୍ଥକୁ ଖର୍ଚ୍ଚ ନକରିବା ନେଇ ଶାସକ ଦଳକୁ ଘେରିଛନ୍ତି  ବିରୋଧୀ ।

ସେପଟେ ବିଜେପି କହିଛି, ବର୍ଷେ ହେବ ମନ୍ତ୍ରୀମାନେ କଣ କରିଛନ୍ତି ତାହା ମୁଖ୍ୟମନ୍ତ୍ରୀ ତର୍ଜମା କରିବେ । ମନ୍ତ୍ରିମାନେ ଦକ୍ଷତାର ସହ ନିଜର କାମ କରିଛନ୍ତି ଓ ଦଳ ନିର୍ବାଚନୀ ପ୍ରତିଶ୍ରୃତି ପାଳନ କରିଥିବା ବିଜେପି ବିଧାୟକ ସରୋଜ ପାଢୀ ଯୁକ୍ତି ବାଢିଛନ୍ତି । ଶାସକ ଦଳର ଏପରି ଯୁକ୍ତିକୁ କିନ୍ତୁ ଗ୍ରହଣ କରିନାହିଁ ବିଜେଡି । ବିଜେପି ସରକାର ବର୍ଷେ ହେବା କେବଳ ନାଁ ଓ ରଙ୍ଗ ପରିବର୍ତ୍ତିନ କାମ କରିଛନ୍ତି । ତାହାକୁ ସେମାନେ ନିଜ ରିପୋର୍ଟ କାର୍ଡରେ ଉଲ୍ଲେଖ କରିବେ କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ । ରାଜନୈତିକ ସମୀକ୍ଷକଙ୍କ ଯୁକ୍ତି ହେଉଛି ପୂର୍ବ ସରକାର ସମୟରେ ବି ମନ୍ତ୍ରୀମାନେ ନିଜର ରିପୋର୍ଟ କାର୍ଡ ଦେଉଥିଲେ । ରିପୋର୍ଟ କାର୍ଡକୁ ଆଧାର କରି ମୁଖ୍ୟମନ୍ତ୍ରୀ ମନ୍ତ୍ରିମାନଙ୍କ ଦକ୍ଷତା ମାପିବାର ମାପକାଠି କରିପାରନ୍ତି ବୋଲି ସମୀକ୍ଷକ ଆକଳନ କରିଛନ୍ତି ।

ବର୍ଷେ ଭିତରେ ବହୁମନ୍ତ୍ରୀ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସି ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଛନ୍ତି । ରିପୋର୍ଟ କାର୍ଡରେ ମନ୍ତ୍ରୀମାନେ ପ୍ରଥମ ବର୍ଷର ସଫଳତା ଓ ଆଗାମୀ ବର୍ଷର ଲକ୍ଷ୍ୟକୁ ଉଲ୍ଲେଖ କରିଥିବା ଯୁକ୍ତି ବାଢୁଥିବା ବେଳେ ବିରୋଧୀ ଏଥିରେ ବିଫଳତାର ଏକ୍ସଟ୍ରା ଫର୍ଦ୍ଦ ଯୋଡିଛନ୍ତି ।

ରାଜ୍ୟରେ ସ୍ଥାଣୁ ପାଲଟିଛି ସାମ୍ବିଧାନିକ ପଦବୀ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ସାମ୍ବିଧାନିକ ପଦବୀଗୁଡିକ ସ୍ଥାଣୁ ପାଲଟିଯାଇଛି। ବର୍ଷେ ହେବ ପଦବୀପୂରଣ ନହେବା ରାଜ୍ୟ ସରକାରଙ୍କ ପାରିବାପଣିଆକୁ ପ୍ରତିପାଦିତ କରୁଛି । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ୪ ସପ୍ତାହ ଭିତରେ ଲୋକାୟୁକ୍ତ, ମହିଳା କମିଶନ ଓ ଶିଶୁ କମିଶନ ପଦବୀ ପୂରଣ କରା ନଗଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ଚେତାବନୀ ଦେଇଛି । ସେପଟ ବିଜେଡି କହିଛି ନିଗମ ବଣ୍ଟନ ଓ ୬ ଟି ମନ୍ତ୍ରୀପଦ ପୂରଣ କରିବାରେ ବି ଅସଫଳ ହୋଇଛି ଶାସକ ଦଳ । ଯାହାର ଜବାବ ରଖିଛି ବିଜେପି ।

ଲୋକାୟୁକ୍ତ କମିଶନ, ମହିଳା କମିଶନ, ଶିଶୁ ସୁରକ୍ଷା କମିଶନ ପରି ବଡ ବଡ  ସାମ୍ବିଧାନିକ ପଦବୀ ରାଜ୍ୟରେ ଖାଲିପଡିଛି । ବିଜେପି ସରକାର ହେବା ଦିନ ଠାରୁ ସ୍ଥାଣୁ ରହିଛି ପଦବୀ । ସ୍ବଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ବିଜେପି ସରକାରକୁ ଏହି ପ୍ରସଙ୍ଗରେ ଘେରିଛି କଂଗ୍ରେସ। ରାଜ୍ୟରେ ବିଜେପି ଶାସନକୁ ଆସିବା ଦିନଠାରୁ ନାବାଳିକା ଓ ମହିଳା ନିର୍ଯାତନା ବୃଦ୍ଧି ପାଉଛି। ମହିଳା କମିଶନ ନିଯୁକ୍ତି ହୋଇନଥିବାରୁ ରାଜ୍ୟରେ ନିର୍ଯାତନାର ଶିକାର ମହିଳାମାନେ କାହାକୁ ନିଜର  ଦୁଃଖ ଜଣାଇବେ ବୋଲି କଂଗ୍ରେସ କରିଛି ପ୍ରଶ୍ନ। କେଉଁ ଆଧାରରେ ରାଜ୍ୟ ସରକାର ମହିଳା କମିଶନ ଓ ଏହାର ସମସ୍ତ ସଦସ୍ୟମାନଙ୍କୁ କାଢିଦେଲେ ବୋଲି ଦଳ ପ୍ରଶ୍ନ କରିଛି । ରାଜ୍ୟ ସରକାର ଆଇନକୁ ସମ୍ମାନ ଦେଉଥିଲେ ଲୋକାୟୁକ୍ତ, ମହିଳା ଓ ଶିଶୁ କମିଶନ ପଦବୀ ତୁରନ୍ତ ପୂରଣ କରନ୍ତୁ । ଯଦି ୪ ସପ୍ତାହ ମଧ୍ୟରେ ଖାଲି ପଡ଼ିଥିବା ପଦବୀ ପୂରଣ ନ କରିବେ ତେବେ  କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି l କଂଗ୍ରେସ ଅଭିଯୋଗର ପାଲଟା ଜବାବ ଦେଇଛି ବିଜେପି । ବିଜେପି କହିଛି କେଉଁ ପଦବୀପୂରଣ ହେବ ତାହା ରାଜ୍ୟ ସରକାରଙ୍କ ନିଷ୍ପତି । କଂଗ୍ରେସ ନିଜ ଦଳ କଥା ବୁଝୁ।

ବିଜେପି ସରକାର ବର୍ଷପୂର୍ତ୍ତି ଲାଗି ଉତ୍ସବ ପାଳନ କରିବାକୁ ଯାଉଛି । ତେବେ ବର୍ଷେ ହେବ ଦଳ ନିଗମ ବଣ୍ଟନ କରିପାରୁନଥିବାରୁ ଶାସନ ଦଳକୁ ସମାଲୋଚନା କରିଛି ବିଜେଡି । ବିଜେଡି ବିଧାୟକ ଗୌତମ ବୃଦ୍ଧ ଦାସ କହିଛନ୍ତି- ବିଜେପି ଯଦି ନିଗମ ବଣ୍ଟନ କରିବ ତେବେ ତାଙ୍କ ଦଳରେ ବିସ୍ଫୋରଣ ହେବ । ଯେଉଁଥି ପାଇଁ ସେମାନେ ନିଗମ ବଣ୍ଟନ କରିପାରୁନାହାନ୍ତି । ଏହାସହ ବର୍ଷେ ହେବ ୬ଟି ମନ୍ତ୍ରୀପଦ ଖାଲିପଡିଛି । ଦଳର ୭୮ ଜଣ ବିଧାୟକଙ୍କ ମଧ୍ୟରୁ କେହି ଜଣେ କଣ ଯୋଗ୍ୟ ନାହାନ୍ତି ବୋଲି କଟାକ୍ଷ କରିଛି ବିଜେଡି। ବର୍ଷେ ହେବ ସାମ୍ବିଧାନିକ ପଦବୀ , ୬ଟି ମନ୍ତ୍ରୀପଦ ଓ ନଗମ ବଣ୍ଟନ କରିପାରୁନି ଶାସକ ବିଜେପି। ଏହାକୁ ନେଇ ବିରୋଧୀଙ୍କ କଟାକ୍ଷର ଶିକାର ହେଉଛନ୍ତି ସରକାର।

ସ୍ତ୍ରୀର ଛୁରାମାଡରେ ସ୍ବାମୀ ମୃତ, ପରକୀୟା ପ୍ରୀତି ପାଇଁ..

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୋବିନ୍ଦପୁରରେ ଅଭାବନୀୟ ଘଟଣା । ସ୍ତ୍ରୀର ଛୁରାମାଡରେ ସ୍ବାମୀ ମୃତ । ମୃତ ସ୍ବାମୀ ଜଣକ ହେଲେ ୩୫ ବର୍ଷୀୟ କାଳିଆ ସେଠୀ । ପରକ୍ରିୟା ପ୍ରୀତିରେ ପଡ଼ି ସ୍ତ୍ରୀ ନିଜ ସ୍ବାମୀକୁ ହତ୍ୟା କରିଥିବା ନେଇ କାଳିଆଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । କାଳିଆ ସେଠୀ ଦୀର୍ଘ ୧୫ ବର୍ଷ ପୂର୍ବେ ପୋଲସରା ଡିମ୍ୱିରିଆ ଗ୍ରାମର ପୂଜା ସେଠୀକୁ ଭଲପାଇ ପ୍ରେମ ବିବାହ କରିଥିଲେ । କିଛି ଦିନ ହେଲା ପୂଜା ମୋବାଇଲରେ ଅନ୍ୟ କାହା ସହ କଥା ହେଉଥିବା ନେଇ ସ୍ବାମୀ ଜଣଙ୍କ ସନ୍ଦେହ କରିଥିଲେ । ଏହି ଘଟଣାକୁ ନେଇ ପ୍ରତ୍ୟେକ ଦିନ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଲାଗି ରହୁଥିଲା । ତେବେ ଗତକାଲି ରାତିରେ କାଳିଆ ଘରେ ଶୋଇଥିବା ବେଳେ ପୂଜା ତାଙ୍କୁ ଛୁରାମାଡ଼ କରି ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।

ସଂଦୀପ୍ତ ରାୟଙ୍କ ଦୁଃଖ ଶୁଣ ସରକାର..

ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କ ସ୍ଵର ପାଲଟିଥିବା ଯୁବ ସାମ୍ବାଦିକ ଆଜି ଶଯ୍ଯାଶାୟୀ । ଦୀର୍ଘ ୫ ବର୍ଷ ହେଲା କିଡନୀ ରୋଗରେ ପୀଡିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ସଂଦୀପ୍ତ ରାୟ ।  ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ସ୍ଥିତିରେ ରାଜ୍ଯ ସରକାରଙ୍କ ପାଖରେ ଆର୍ଥିକ ସହାୟତା ଲୋଡିଛନ୍ତି ପୂରା ପରିବାର ।

କୋଭିଡ ବଦଳାଇ ଦେଲା ଯୁବ ସାମ୍ବାଦିକଙ୍କ ଜୀବନର ଗତିପଥ । ଦିନେ ଯେ ଗରିବ ଅସହାୟଙ୍କ ସ୍ଵର ପାଲଟିଥିଲା ସେ ଆଜି ଶଯ୍ଯାଶାୟୀ । ଏ ହେଉଛନ୍ତି ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଂଚାୟତ କଳସଢ଼ି ଗାଁର ସଂଦୀପ୍ତ ରାୟ । ସକାଳର ଯାଜପୁର ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ । କୋଭିଡ ସମୟରେ ଜନତାଙ୍କ ସ୍ୱର ପାଲଟି ଅନେକ ଲୋକଙ୍କୁ ସହାୟତା କରି ନିଜେ କୋଭିଡ ରୋଗରେ ଆକ୍ରାନ୍ତ ହୋଇଥିଲେ। ଦୀର୍ଘ ଏକ ମାସ ଧରି କଟକ ଏସସିବି ମେଡିକାଲରେ ଚିକିତ୍ସା ହେବାପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । କୋଭିଡରୁ ସିନା ମୁକ୍ତି ପାଇଥିଲେ ମାତ୍ର ସେହି ଦିନ ଠାରୁ ସଂଦୀପ୍ତ କିଡୀନ ରୋଗରେ ଆକ୍ରାନ୍ତ ହୋଇଥିଲେ । ଜୀବନ ସହ ସଂଗ୍ରାମ କରି ଆଜି ସେ ଦୁଇଟିଯାକ କିଡନୀ ହରାଇଛନ୍ତି। ଏବେ ତାଙ୍କର ଡାଏଲିସିସ ଚାଲିଥିବା ବେଳେ ଖୁବ ଶୀଘ୍ର କିଡନୀ ପ୍ରତିରୋପଣ କରିବାକୁ ଡାକ୍ତର କହିଛନ୍ତି। ଏପରି ସ୍ଥିତିରେ ଅର୍ଥ ବାଧକ ସାଜିଥିବାରୁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ସଂଦୀପ୍ତଙ୍କ ପରିବାର l

ଦୀର୍ଘ ୫ବର୍ଷ ହେଲା ସଂଦୀପ୍ତ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦୀର୍ଘ ଦିନ ହେବ ଚିକିତ୍ସିତ ହେଉ ଥିବାରୁ ଅନେକ ଅର୍ଥ ଖର୍ଚ୍ଚ ହୋଇ ସାରିଲାଣି । ଏବେ କିଡନୀ ପ୍ରତିରୋପଣ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ଏପରି ସ୍ଥିତିରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ସଙ୍ଘ ଓ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସାହାର୍ଯ୍ଯର ହାତ ବଢାଇଲେଣି । ତଥାପି ସରକାର ସହାୟତା ଯୋଗାଇଦେବା ଏକାନ୍ତ ଆବଶ୍ଯକ । ସଂଦୀପ୍ତ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛନ୍ତି ହେଲେ କର୍ମ କ୍ଷେତ୍ରରେ ହାରି ଯାଇନାହାନ୍ତି । ରୋଗରେ ଆକ୍ରାନ୍ତ ଥାଇ ମଧ୍ୟ ଗରିବ ଅସହାୟଙ୍କ ଅନେକ ଖବର ପରିବେଷଣ କରି ଜନତାଙ୍କ ସ୍ୱର ପାଲଟିଛନ୍ତି ।