ରାଜ୍ୟର କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ଜାଣନ୍ତୁ କିଏ
ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତ୍ୟେକ ଦିନ ରାଜ୍ୟରେ ଚିହ୍ନଟ ହେଉଛି କରୋନା ପଜିଟିଭ । ଅଧିକାଂଶ ଫେରନ୍ତା ହେଉଛନ୍ତି କରୋନା ପଜିଟିଭ । ତେବେ ଏଇ ଭିତରେ ଆଉ ଗୋଟେ ବଡ଼ ଖବର ଆସି ପହଞ୍ଚିଛି । ରାଜ୍ୟରେ ଦ୍ୱିତୀୟ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ।

ଯାହା ଆମ ପାଖରେ ପ୍ରାରମ୍ଭିକ ସୂଚନା ରହିଛି, ମୃତକ ଜଣ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର। କିନ୍ତୁ ତାଙ୍କର ନାମ କଣ ଏବଂ ସେ କେତେ ନମ୍ବର ରୋଗୀ ଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ଜଣେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିଲା, ଜାହାଙ୍କର ବୟଷ ୭୭ ବର୍ଷ ଥିଲା । ଏବେ ରାଜ୍ୟରେ ୧୧୫ ଟି କରୋନା ଆକ୍ଟିଭ କେସ ରହିଛି । ୬୦ ଜଣ ସୁସ୍ଥ ହୋଇଛନ୍ତି ।
ଗଞ୍ଜାମର ୧୭୦ ନମ୍ବର କରୋନା ପଜିଟିଭଙ୍କର ଆସିଲା ଟ୍ରାଭେଲ ହିଷ୍ଟ୍ରି
ଭୁବନେଶ୍ୱର: ରାଜ୍ୟରେ ବଢ଼ିବାକୁ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ରାଜ୍ୟ ଫେରନ୍ତାଙ୍କ ଚିନ୍ତାରେ ପଡ଼ିଛି । କାରଣ ବାହାରୁ ଫେରିଥିବା ପ୍ରବାସୀ ଓଡ଼ିଆ ବାରମ୍ବାର ପଜିଟିଭ ଚିହ୍ନଟ ହେଉଛନ୍ତି । ତେବେ ଗଞ୍ଜାମର ଚିନ୍ତା ମଧ୍ୟ ବଢାଉଛନ୍ତି ସୁରତ ଫେରନ୍ତା । ଆସିଲା ତୃତୀୟ ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରି । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଶ୍ରୀରାମନଗରର ୧୮ ବର୍ଷୀୟ ଆକ୍ରାନ୍ତ ସୁରତରୁ ଫେରିଥିଲେ ।

ମେ ୨ରେ ସ୍ୱତନ୍ତ୍ର ବସ୍ ଯୋଗେ ୬୯ ପାସେଞ୍ଜରଙ୍କ ସହ ସେ ଫେରିଥିଲେ। ଏହାପରେ କୁକୁଡାଖଣ୍ଡି ବ୍ଲକ ଆଙ୍କୁଶପୁରର ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ। ଗତ ୪ ତାରିଖରେ ସ୍ୱାବ ସଂଗ୍ରହ କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ତାଙ୍କୁ ଛତ୍ରପୁର ଶୀତଳାପଲ୍ଲୀ କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା।
ଗଞ୍ଜାମରୁ ଆଉ ଜଣେ ପଜିଟିଭ ଚିହ୍ନଟ… ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭କୁ ବୃଦ୍ଧି
ଗଞ୍ଜାମ: ଗଞ୍ଜାମରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫେରନ୍ତାଙ୍କ ଚିନ୍ତାରେ ରହିଛି ଗଞ୍ଜାମ ଜିଲ୍ଲା । ଏଥିସହ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ମୋଟ ୪ କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଓ୍ବେବସାଇଟ୍ରେ ଏନେଇ ସୂଚନା ଦିଆଯାଇଛି । ଗଞ୍ଜାମର ନୂଆ ମାମଲାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଛି । ପୂର୍ବରୁ ଗଞ୍ଜାମରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗଞ୍ଜାମୃରୁ ଚିହ୍ନଟ ଏହି ୩ ଆକ୍ରାନ୍ତଙ୍କର ସୁରତ ଲିଙ୍କ ରହିଥିଲା।

ଏବେ ରାଜ୍ୟରେ ୧୧୫ ଟି କରୋନା ଆକ୍ଟିଭ କେସ ରହିଛି । କରୋନା ସଂକ୍ରମଣରେ ରାଜ୍ୟରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ହୋଇଛି । ତେବେ ଖୋର୍ଦ୍ଧା ଜିଲ୍ଲାର ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁବ ୫୦ ହଜାର… ମହାରାଷ୍ଟ୍ରରେ ସର୍ବାଧିକ ୧୫ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନା । ୨୪ ଘଣ୍ଟାରେ ୧,୯୫୦ରୁ ଅଧିକ ନୂଆ କେସ୍ ଆସିଥିବାବେଳେ ୯୩ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ୍ ୪୮,୩୮୪ ପାର କରିଛି । ସେହିଭଳି ୧୬୫୯ ଜଣକ ମୃତ୍ୟୁ ହୋଇଛି । ୨୪ ଘଣ୍ଟା ମଧ୍ୟରେ ୮୯୨ରୁ ଅଧିକ ଜଣ ସୁସ୍ଥ ହୋଇଥିବାବଳେ ମୋଟ ୧୩,୭୩୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ଆହୁରି ୩୨,୯୮୪ଟି ଆକଟିଭ୍ କେସ୍ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମହାରାଷ୍ଟ୍ରରେ ୧୪ ହଜାର ୫୪୧ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ର ପରେ ତାମିଲନାଡୁରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗୁଜରାଟ ଓ ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୬ ଶହରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ବିଶ୍ୱରେ ୩୬ ଲକ୍ଷ ୮୮ ହଜାର ଟପିଛି ଆକ୍ରାନ୍ତ ସଂଖ୍ୟା । ୨ ଲକ୍ଷ ୫୫ ହଜାର ପାର କରିଛି ମୃତ୍ୟୁ ସଂଖ୍ୟା । ୧୨ ଲକ୍ଷ ୨୦ ହଜାରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଆମେରିକାରେ ୧୨ ଲକ୍ଷ ୧୮ ହଜାର ୯ ଶହ ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ସ୍ପେନ, ଇଟାଲୀ, ଜର୍ମାନୀ, ବ୍ରିଟେନ, ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି ।…
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ । ଆସିଲା ଗଞ୍ଜାମର ତୃତୀୟ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ସୁରତରୁ ଫେରିବା ପରେ ଆଙ୍କୁଶପୁର କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିଲେ… ୬୯ ଜଣ ପାସେଞ୍ଜରଙ୍କ ସହ ଫେରିଥିଲେ ବସରେ
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ । ଆସିଲା ଗଞ୍ଜାମର ତୃତୀୟ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ସୁରତରୁ ଫେରିବା ପରେ ଆଙ୍କୁଶପୁର କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିଲେ… ୬୯ ଜଣ ପାସେଞ୍ଜରଙ୍କ ସହ ଫେରିଥିଲେ ବସରେ
କୈାଣସି ନୂଆ ଦାୟିତ୍ୱ ମିଳିବାର ଯୋଗ ରହିଛି… ନିଜର ସକରାତ୍ମକ ଚିନ୍ତାଧାରା ଯୋଗୁଁ ଅନ୍ୟମାନେ ଆକୃଷ୍ଟ ହେବେ
ଆଜିର ପଞ୍ଚାଙ୍ଗ
ମେ ୬,୨୦୨୦ ମସିହା, ମେଷ ୨୪ ଦିନ
୧୯୪୨ ଶକାଦ୍ଦ, ୧୪୨୭ ସାଲ୍, ୨୦୭୭ ସମ୍ବତ୍
ଚିତ୍ରା ତୁଳାରେ ଚନ୍ଦ୍ର ରହିବେ ଦିନ ୧ଟା ୫୪ ପରେ ସ୍ୱାତୀ ତୁଳାରେ ରହିବେ
ଘାତବାର- କର୍କଟ ରାଶିର
ଯୋଗନି ରହିବେ ପଶ୍ଚିମ ଦିଗରେ ରାତି ୭ଟା ୪୮ ମିନିଟ୍ ପର୍ଯ୍ୟନ୍ତ
ଶୁଭ ସମୟ- ଦିନ୧୦ଟା ୦୭ ରୁ ଦିନ ୧୧ ଟା ୪୩ ମିନିଟ୍
ଅଶୁଭ ସମୟ- ଦିନ ୧୧ ଟା ୪୩ ରୁ ଦିନ ୧ ଟା ୨୦
ଆଜି ଆମିଷ, ପୋଇ ଖାଇବା ମନା
ମେଷ ରାଶି
ଅଶ୍ବିନୀ ମେଷ- ଦୁର ସ୍ଥାନରୁ କୈାଣସି ଶୁଭ ଖବର ପାଇବେ
ଦ୍ବିଜା ମେଷ- ଆଜି କେହି ଜଣେ ଆପଣଙ୍କୁ ସାହାଯ୍ୟ କରିପାରନ୍ତି
କୃତ୍ତିକା ମେଷ- ବ୍ୟବସାୟରେ ଅଧିକ ଖର୍ଚ୍ଚ ଯୋଗୁଁ ଚିନ୍ତାରେ ରହିବେ
ଓଁ ଗଣେଶାୟ ନମଃ ୯ ଥର ଜପ କରନ୍ତୁ
ବୃଷ ରାଶି
କୃତ୍ତିକା- ଶରୀରରେ ଯନ୍ତ୍ରଣା ଯୋଗୁଁ ମନ ଅଶାନ୍ତି ରହିବ
ରୋହିଣୀ- ଅଯଥା ଚିନ୍ତା କରନ୍ତୁ ନାହିଁ, ଶରୀର ଖରାପ ହୋଇଯିବ
ମୃଗଶିରା- ଅଧିକ ପରିଶ୍ରମ କରିଲେ ମଧ୍ୟ କୈାଣସି ଲାଭ ମିଳିବ ନାହିଁ
ଗୋ- ମାତାଙ୍କୁ ଶାଗ ଖାଇବାକୁ ଦିଅନ୍ତୁ
ମିଥୁନ ରାଶି
ମୃଗଶିରା-ଆଜି ନୂତନ କାର୍ଯ୍ୟ ଆରମ୍ଭ କରିବାର ଉପଯୁକ୍ତ ସମୟ ରହିବ
ଆର୍ଦ୍ରା ମିଥୁନ- ଶିକ୍ଷା କ୍ଷେତ୍ରରେ ବନ୍ଧୁଙ୍କର ସାହାଯ୍ୟ ପାଇବେ
ପୁର୍ନବସୁ- ରାଜନୀତିରେ ଅନେକ ଲାଭ ପାଇବେ, ଲୋକସଂପର୍କ ମଧ୍ୟ ବୃଦ୍ଧି ହେବ
ଶିବ ଲିଙ୍ଗରେ ଗୋମତି ଚକ୍ର ଅର୍ପଣ କରନ୍ତୁ
କର୍କଟ ରାଶି
ପୁର୍ନବସୁ- ମା’ଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ
ପୁଷ୍ୟ। କର୍କଟ- ସ୍ଥାନ ପରିବର୍ତ୍ତନ ପାଇଁ କିଛି ଖବର ପାଇବେ
ଅଶ୍ଲେଷା- ପ୍ରଶାସନିକ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ଦିନ
କୈାଣସି ମାତୃ ସ୍ଥାନୀୟ ବ୍ୟକ୍ତିକୁ ଉପହାର ଦିଅନ୍ତୁ
ସିଂହ ରାଶି
ମଘା- ଯଦି ଲେଖାଲେଖି କରୁଛନ୍ତି ତେବେ ସଫଳତା ପାଇବେ
ପୂର୍ବାଫାଲଗୁନି- କୈାଣସି ଗୁପ୍ତ କଥା ପଡୋଶୀଙ୍କୁ କୁହନ୍ତୁ ନାହିଁ
ଉତ୍ତରାଫାଲ୍ଗୁନି- ଆଜି ଦିନରେ ଆପଣଙ୍କୁ ଛୋଟ ଭାଇଭଉଣୀମାନେ ସାହାଯ୍ୟ କରିବେ
ବଜରଙ୍ଗ ବାଣ ପାଠ କରନ୍ତୁ
କନ୍ୟା
ଉତ୍ତରାଫାଲଗୁନି- କଳା କ୍ଷେତ୍ରରେ ରହୁଥିଲେ ସେଥିରେ ଉନ୍ନତି କରିବେ
ହସ୍ତା କନ୍ୟା- ଅଗ୍ନି ପ୍ରତି ଆଜି ଦିନରେ ସାବଧାନ ରୁହନ୍ତୁ, ବିପଦ ରହିଛି
ଚିତ୍ରା କନ୍ୟା-ସଙ୍ଗୀତ କ୍ଷେତ୍ରରେ ରହିଥିଲେ ଅନେକ ପ୍ରଶଂସା ପାଇବେ
ଅଶୋକା ବୃକ୍ଷକୁ ପରିକ୍ରମା କରନ୍ତୁ
ତୁଳା ରାଶି
ଚିତ୍ରା- ମନ ଖୁସି ରହିବା ଯୋଗୁଁ ସବୁ କାମ ଆରାମରେ ହୋଇଯିବ
ସ୍ବାତୀ ନକ୍ଷତ୍ର- କୈାଣସି ଖାସ୍ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ
ବିଶାଖା ନକ୍ଷତ୍ର- କୈାଣସି ନୂଆ ଦାୟିତ୍ୱ ମିଳିବାର ଯୋଗ ରହିଛି
ମହୁ ଜଳରେ ସ୍ନ।ନ କରନ୍ତୁ ଶୁଭ ରହିବ
ବିଛା ରାଶି
ବିଶାଖା- କୈାଣସି ଗୋଟିଏ କାମ କରିବା ପାଇଁ ନିଷ୍ପତ୍ତି ନିଅନ୍ତୁ
ଅନୁରାଧା- ନିଜର ସକରାତ୍ମକ ଚିନ୍ତାଧାରା ଯୋଗୁଁ ଅନ୍ୟମାନେ ଆକୃଷ୍ଟ ହେବେ
ଜ୍ୟେଷ୍ଠା- ଅଳସୁଆ ତ୍ୟାଗ କରି ଶାରିରୀକ ପରିଶ୍ରମ ପ୍ରତି ଧ୍ୟାନ ଦିଅନ୍ତୁ
ପ୍ରବାହିତ ଜଳରେ କଳା ରାଶି କିଛି ବିସର୍ଜନ କରି ଦିଅନ୍ତୁ
ଧନୁ ରାଶି
ମୂଳା ନକ୍ଷତ୍ର- କର୍ମକ୍ଷେତ୍ରରେ ସବୁ କାମ ବିଳମ୍ବରେ ହୋଇଯିବ
ପୂର୍ବାଷାଢା- ପ୍ରତି କାମରେ କଠିନ ସମସ୍ୟାର ସମ୍ମୁଖୀନ ହେବେ
ଉତ୍ତରାଷାଢା- ଅନିଚ୍ଛା ସତ୍ତ୍ୱେ କାର୍ଯ୍ୟ ଚାପ ବଢିବ, ଧ୍ୟାନରେ ରହିବେ
କନକଧାରା ସ୍ତୋତ୍ର ପାଠ କରନ୍ତୁ
ମକର ରାଶି
ଉତ୍ତରାଷାଢା- ଅଯଥା ବାଦ ବିବାଦରେ ରହିବେ, ପରିସ୍ଥିତି ପ୍ରତି ସତର୍କ ରୁହନ୍ତୁ
ଶ୍ରବଣା- ବାହାର ଖାଦ୍ୟ ଠାରୁ ଦୁରେଇ ରହିବେ ନଚେତ ଶରୀର ଖରାପ ରହିପାରେ
ଧନିଷ୍ଠା- ଅନ୍ୟ କାହାର କଥାରେ ପରିଚାଳିତ ହୁଅନ୍ତୁ ନାହିଁ
ମହାଦେବଙ୍କ ନିକଟରେ ବେଲପତ୍ର ଅର୍ପଣ କରନ୍ତୁ
କୁମ୍ଭ ରାଶି
ଧନିଷ୍ଠା- ନିଜ ବିଚାରରେ ବିଭ୍ର।ଟ ଦେଖାଦେବ
ଶତଭିଷା- ଅଚାନକ ଧନଲାଭ ହୋଇପାରେ, ଧର୍ମ କାର୍ଯ୍ୟରେ ମନ ଦେବେ
ପୂର୍ବଭାଦ୍ରପଦ- ଜ୍ୟୋତିଷ ବିଦ୍ୟା ପ୍ରତି ଆଗ୍ରହ ବଢିବ
ଅଶୋକା ପତ୍ରରେ ସିନ୍ଦୁର ଲଗାଇ ମା’ଦୁର୍ଗାଙ୍କୁ ଅର୍ପଣ କରନ୍ତୁ
ମୀନ ରାଶି
ପୂର୍ବଭାଦ୍ରପଦ- ନୂଆ କିଛି ଶିଖିବାର ଯୋଗ ରହିଛି
ଉତ୍ତରଭାଦ୍ରପଦ- ଦାମ୍ପତ୍ୟ ଜୀବନ ସୁଖମୟ ରହିବ
ରେବତୀ- ଈର୍ଷାଳୁ ଲୋକଙ୍କ ଠାରୁ ଦୁରେଇ ରୁହନ୍ତୁ
କୈାଣସି ଅସହାୟ ମହିଳାଙ୍କୁ କ୍ଷୀର ଦାନ କରନ୍ତୁ
ଜ୍ୟୋତିର୍ବିଦ୍ ପ୍ରଜ୍ଞା ତ୍ରିପାଠୀ
ଯୋଗାଯୋଗ-7008954311
୬୪ଟି ବିମାନ ୩ଟି ପାଣି ଜାହାଜରେ ବିଦେଶରୁ ଫେରିବେ ଭାରତୀୟ
ନୂଆଦିଲ୍ଲୀ: ବିଶ୍ୱ ମହାମାରୀ ବେଳେ ଭାରତର ବଡ ମିଶନ୍ । କରୋନା କଟକଣା ଯୋଗୁ ବିଦେଶରେ ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି କେନ୍ଦ୍ରସରକାର । ସମସ୍ତ ପ୍ରବାସୀଙ୍କୁ ଫେରାଇ ଆଣିବାକୁ ଜଳ ପଥ ଏବଂ ଆକାଶ ପଥରେ ବ୍ୟବସ୍ଥା କରିଛନ୍ତି ସରକାର । ଗତ କିଛିଦିନ ତଳେ ପ୍ରାୟ ଏକ ଲକ୍ଷରୁ ଅଧିକ ପ୍ରବାସୀ ଭାରତ ଫେରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ନିବଦେନ କରିଥିଲେ । ଏହି ନିବେଦନକୁ ରକ୍ଷା କରି ସରକାର ୧୩ ଦେଶରେ ଫସିରହିଥିବା ପ୍ରବାସୀଙ୍କୁ ଆଣିବା ପାଇଁ ୬୪ ବିମାନ ଓ ୩ଟି ପାଣି ଜାହାଜର ବ୍ୟବସ୍ଥା କରିଛନ୍ତି ।
ଆସନ୍ତାକାଲିଠାରୁ ସପ୍ତାହକ ପର୍ଯ୍ୟନ୍ତ ସେବା ଉପଲବ୍ଧ କରାଯିବ । ହେଲେ ସମସ୍ତ ଫେରନ୍ତାଙ୍କ ପାଇଁ କେନ୍ଦ୍ର ସରକାର କିଛି ସର୍ବନିମ୍ନ ଦର ନିର୍ଦ୍ଦ।ରଣ କରିଛନ୍ତି । ୟୁରୋପରୁ ଫେରିବାକୁ ହେଲେ ୫୦ ହଜାର ଓ ଆମେରିକାରୁ ଫେରିବାକୁ ହେଲେ ୧ ଲକ୍ଷ ଟଙ୍କାର ଦର ସ୍ଥିର କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ । ଲଣ୍ଡନରୁ ମୁମ୍ବାଇ କିମ୍ବା ଅହମ୍ମଦାବାଦ୍, ବେଙ୍ଗାଲୁରୁ, ଦିଲ୍ଲୀ ଆସିବାକୁ ହେଲେ ୫୦ ହଜାର ଟଙ୍କା ଦେବାକୁ ପଡିବ । ସେହଭିଳି ଚିକାଗୋରୁ ହାଇଦ୍ରାବାଦ୍ କିମ୍ବା ଦିଲ୍ଲୀ ପାଇଁ ପ୍ରବାସୀଙ୍କୁ ଏକ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ।
ପ୍ରଥମ ପର୍ଯ୍ୟାୟରେ ଆମେରିକା, କୁଏତ୍ , ଫିଲିଫାଇନ୍ସ, ବାଙ୍ଗଲାଦେଶ, ବ୍ରିଟେନ୍, ସାଉଦିଆରବ, ମାଲେସିଆ, ୟୁଏଇକୁ ପଠାଯିବ ବିମାନ୍ । ପ୍ରତି ବିମାନରେ ସାମାଜିକ ଦୂରତାକୁ ଗରୁତ୍ୱ ଦିଆଯାଇ ଦୁଇ ଶହରୁ ୩ ଶହ ଲୋକଙ୍କୁ ଆଣିବାକୁ ଅନୁମତି ଦିଆଯାଇଛି । ପ୍ରାଥମିକ ଭାବେ ଚିନ୍ତାଗ୍ରସ୍ତ ଲୋକ, ଗର୍ଭବତୀ, ବୃଦ୍ଧ-ବୃଦ୍ଧା ଓ ଶ୍ରମିକଙ୍କୁ ଗୁରୁତ୍ୱ ଦିଆଯିବ । ସମସ୍ତ ଫେରନ୍ତା ଭାରତକୁ ଆସିବା ପରେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ଏସ୍ଓପି ଜାରି କରାଯାଇଛି ।
ଯେଉଁମାନେ ଆସିବେ ସେମାନେ ସମସ୍ତେ ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ କରିବାକୁ ଅପିଲ୍ କରାଯାଇଛି । ସେପଟେ ଭାରତରେ ଫସିରହିଥିବା ଅନ୍ୟ ଦେଶର ନାଗରିକଙ୍କୁ ବି ନିଜ ନିଜ ଦେଶକୁ ପଠାଯିବ । ସମସ୍ତ ବିଦେଶୀ ନାଗରିକଙ୍କ ପାଇଁ ସର୍ବନିମ୍ନ ଦର ସ୍ଥିର କରାଯାଇଛି ।
ଯାଜପୁରରେ ନୂଆ କରୋନା ପଜିଟିଭ, ରହିଛି କୋଲକାତା ଲିଙ୍କ୍
ଯାଜପୁର: ଯାଜପୁରରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫେରନ୍ତାଙ୍କ ଚିନ୍ତାରେ ରହିଛି ଯାଜପୁର । ଏଥିସହ ଯାଜପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ମୋଟ ୫୩କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଯାଜପୁରରୁ ନୂଆ ମାମଲାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଞ୍ଚିଛି । ଆକ୍ରାନ୍ତ ଜଣଙ୍କର କୋଲକାତା ଲିଙ୍କ୍ ଥିବା ଜଣାପଡ଼ିଛି ।

ଆଜି ବାଲେଶ୍ୱରରୁ ୩, କଟକରୁ ଜଣେ, ରାଉରକେଲାରୁ ଜଣେ, ଗଞ୍ଜାମରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୧୭୬ ସଂକ୍ରମିତ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୧୫ ଜଣଙ୍କ ଚିକିତ୍ସା ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି ।
ବାଲେଶ୍ୱରରୁ ଦିନକ ମଧ୍ୟରେ ୩ କରୋନା ସଂକ୍ରମିତ ଚିହ୍ନଟ
ବାଲେଶ୍ୱର: ବାଲେଶ୍ୱରରୁ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ବାଲେଶ୍ୱର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ବାଲେଶ୍ୱରରୁ ନୂଆ ମାମଲାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫ରେ ପହଞ୍ଚିଛି ।
ଆକ୍ରାନ୍ତ ଜଣଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ପ୍ରକାରର ସୂଚନା ମିଳିପାରି ନାହିଁ । ତେବେ କିଛି ଘଣ୍ଟା ପୂର୍ବରୁ ବାଲେଶ୍ୱରରୁ ୨ଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ରାଜ୍ୟରେ ୧୭୫ ସଂକ୍ରମିତ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୧୪ ଜଣଙ୍କ ଚିକିତ୍ସା ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି ।

