ତେଲଙ୍ଗାନା: ‘ନିର୍ଭୟା’ ଦୋଷୀଙ୍କୁ ଫାଶୀ ନେଇ ସବୁଠି ଚର୍ଚ୍ଚା । ଫାଶୀ ଫନ୍ଦାରୁ ମୁକୁଳିବାକୁ ଦୋଷୀ ବି ଖୋଜୁଛନ୍ତି ଆଇନର ଗଳାବାଟ । ଅନ୍ୟପଟେ ଏକ ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର ୬୬ ଦିନରେ ରାୟ ଦେଇଛନ୍ତି ଫାଷ୍ଟ ଟ୍ରାକ କୋର୍ଟ । ସମଥା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରି ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ୩ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି ।

୨୦୧୯ ନଭେମ୍ବର ୨୪ ତାରିଖରେ ଆସିଫାବାଦରେ ଜଣେ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ କୋର୍ଟ ୪୪ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣ ଓ ୧୪୦ ପୃଷ୍ଠାର ଚାର୍ଜସିଟ୍ ଆଧାରରେ ଏହି ରାୟ ଶୁଣାଇଛନ୍ତି । ଆସିକ ବାବୁ, ସାବୋଦ୍ଦିନ, ମୁକୁଡମଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି ।



ଛାତ୍ର ଜଣଙ୍କ ଘର କେରଳରେ । ସେ ଚୀନର ଉହାନ ବିଶ୍ୱବିଦ୍ୟାଳରେ ରହି ପାଠ ପଢ଼ୁଥିଲେ । ତାଙ୍କୁ ଜ୍ୱର ହେବା ସହ ଥଣ୍ଡା ଲାଗି ରହୁଥିଲା । ପରୀକ୍ଷା ନିରୀକ୍ଷା ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ।
ସେହିପରି ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଥଇଥାନ କରାଯିବ । ପୁରୀ ଓ ଭୁବନେଶ୍ୱରରେ ସେମାନଙ୍କ ପାଇଁ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ । ଏଠାରୁ ପ୍ରଶିକ୍ଷଣ ପାଇ ସେମାନେ ସ୍ୱାବଲମ୍ବୀ ହୋଇପାରିବେ । ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି ।





