spot_img
Home Blog Page 7286

୫ବର୍ଷ ଆଗରୁ ଲେଖିଥିଲେ କରୋନା ବ୍ୟାପିବା କାହାଣୀ ! ଦାବି କଲେ ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନା

ମୁମ୍ବାଇ: କରୋନା ଭାଇରସ୍ ସାରା ବିଶ୍ୱରେ ହୁ ହୁ ହୋଇ ମାତୁଛି । ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇସାରିଛନ୍ତି । ସାରା ଦେଶରେ ଏବେ ଲକ୍ ଡାଉନ୍ ପାଳନ କରୁଛି । କରୋନା ଭାଇରସ୍ ଯୋଗୁଁ ଲୋକେ ଆତଙ୍କିତ ହେଉଛନ୍ତି । ଏଥିପାଇଁ ଏହି ଭାଇରସ୍ ସହ ଜଡିତ ଛୋଟ ଛୋଟ ଜିନିଷ ମଧ୍ୟ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ କରୋନା ନେଇ ଅନେକ ବାର୍ତ୍ତା ସାମ୍ନାକୁ ଆସୁଛି ।

ଏବେ ଷ୍ଟିଭେନ୍ ସୋଡରବର୍ଗଙ୍କ ଫିଲ୍ମ Contagion ହଠାତ୍ ଟ୍ରେଣ୍ଡ୍ କରିବା ଆରମ୍ଭ ହୋଇଛି । ୨୦୧୧ ମସିହାରେ ମୁକ୍ତିଲାଭ ହୋଇଥିବା ଏହି ଚଳଚ୍ଚିତ୍ରରେ ସମାନ ପରିସ୍ଥିତି ରହିଥିଲା ଯେଉଁଭଳି ବିଶ୍ୱରେ ଆଜି କରୋନା ସ୍ଥିତି ରହିଛି । ଅପରପକ୍ଷରେ ବର୍ତ୍ତମାନ ଅଭିନେତ୍ରୀ ତଥା ଲେଖିକା ଟ୍ୱିଙ୍କଲ ଖାନ୍ନା ମଧ୍ୟ ଏକ ଦାବି କରିଛନ୍ତି।  ନିକଟରେ ଟ୍ୱିଙ୍କଲ ଟ୍ୱିଟରରେ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି ।  ଏହି ଫଟୋଗୁଡିକରେ ଟ୍ୱିଙ୍କଲଙ୍କ ନୋଟ୍ ଦେଖିବାକୁ ମିଳିଛି । ଏହି ନୋଟରେ ଏକ କାହାଣୀ ଲେଖାଯାଇଛି । ଏନେଇ ସେ କହିଛନ୍ତି ଯେ, ୫ ବର୍ଷ ତଳେ କରୋନା ପରି ଏକ କାହାଣୀ ସେ ଲେଖିଥିଲେ ।

ଏହି କାହାଣୀରେ ଏକ ପରିବାର ବିଷୟରେ ଲେଖା ଯାଇଛି । କାହାଣୀ ଅନୁଯାୟୀ, ଦେଶ ଏକ ଭାଇରସ୍ କାରଣରୁ କ୍ୱାରେଣ୍ଟାଇନରେ ରହିଛି । ବିମାନ ବନ୍ଦର ବନ୍ଦ କରାଯାଇଛି । ସେନା ଘରେ ଘରେ ଯାଞ୍ଚ କରୁଛନ୍ତି । ଲୋକମାନେ ସେମାନଙ୍କର ସଂକ୍ରମିତ ପଡୋଶୀଙ୍କ ସଂପର୍କରେ ରିପୋର୍ଟ କରୁଛନ୍ତି ।

ଏହି ଲୋକଙ୍କୁ କ୍ୟାମ୍ପକୁ ନିଆଯାଉଛି ଏବଂ ସେମାନଙ୍କୁ ମରିବାକୁ ଛାଡି ଦିଆଯାଇଛି । ବୈଜ୍ଞାନିକମାନେ ଏହି ଭାଇରସ୍ ମୁକାବିଲା ପାଇଁ ସବୁପ୍ରକାରର ଚେଷ୍ଟା କରୁଛନ୍ତି, କିନ୍ତୁ ଏହି ଭାଇରସ୍ ବ୍ୟାପିବାରେ ଲାଗିଛି । ଏହି ଭାଇରସ୍ ବାୟୁରେ ମଧ୍ୟ ବ୍ୟାପିଥାଏ । ଏହି ଭାଇରସ୍ ରେ ସଂକ୍ରମିତ ଲୋକମାନେ ବାନ୍ତି କରନ୍ତି, ଥଣ୍ଡା ଅନୁଭବ କରନ୍ତି, ତାପରେ ଧୀରେ ଧୀରେ ବ୍ୟକ୍ତି ସ୍ୱାଦ କ୍ଷମତା ହରାନ୍ତି ଏବଂ ତିନି ଦିନ ମଧ୍ୟରେ ମଣିଷର ମୃତ୍ୟୁ ହୋଇଯାଇଥାଏ ।

ଟ୍ୱିଙ୍କଲ ଏହି ଟ୍ୱିଟର କ୍ୟାପସନରେ ଲେଖିଛନ୍ତି, ‘ଏହା ଏକ କାହାଣୀ ଚିନ୍ତାଧାରା ଯାହା ସେ ତାଙ୍କ ସମ୍ପାଦକଙ୍କୁ କହିଥିଲେ । ପୋଷ୍ଟ କରାଯାଇଥିବା ଏହି ଫଟୋରେ ତାରିଖ ମଧ୍ୟ ଲେଖାଯାଇଛି । ଏହା ଅକ୍ଟୋବର ୨୦୧୫ ମସିହାର କଥା । ବର୍ତ୍ତମାନ ସେ ୫ ବର୍ଷ ତଳର କଥା ଅନୁଭବ କରୁଛନ୍ତି ଯେ ତାଙ୍କ କାହାଣୀ ସତ୍ୟତାରେ ପରିବର୍ତ୍ତନ ହୋଇଛି ।

୫ମିନିଟରେ ସମ୍ଭବ ହେବ କରୋନା ନମୂନା ପରୀକ୍ଷା, ଏପ୍ରିଲ ୧୮ ସୁଦ୍ଧା ଭାରତକୁ ଆସିବ ରାପିଡ କିଟ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭାରତରେ ବଢ଼ିଚାଲିଥିବା ବେଳେ ଏକ ଖୁସି ଖବର ମିଳିଛି । ଏବେ କରୋନା ସଂକ୍ରମିତଙ୍କ ନମୁନା ପରୀକ୍ଷା ମାତ୍ର ୫ମିନିଟ୍‌ରେ ସମ୍ଭବ ହୋଇପାରିବ । ଆମେରିକାର ଏଡ଼ୋବ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଇଥିବା ଏକ ର‌୍ୟାପିଡ୍ କିଟ୍ ଦ୍ୱାରା ସମ୍ପନ୍ନ ହୋଇପାରିବ ।

ତେବେ ଏହି କିଟ୍ ଭାରତକୁ ଏପ୍ରିଲ୍ ୧୮ ସୁଦ୍ଧା ଆସିବ ବୋଲି କୁହାଯାଉଛି । ଏହା ପଜିଟିଭ୍ ରିପୋର୍ଟ ମାତ୍ର ୫ ମିନିଟ୍‌ରେ ଦେବାକୁ ସକ୍ଷମ ହୋଇଥିବାବେଳେ ନେଗେଟିଭ୍ ରିପୋର୍ଟ ଦେବାକୁ ୧୩ ମିନିଟ୍ ସମୟ ନେଇଥାଏ । ଚଳିତ ମାସରେ ଏବୋଟ୍ କମ୍ପାନୀ ଏହି କିଟ୍‌ରୁ ୫୦ ଲକ୍ଷ ଭାରତକୁ ଯୋଗାଇବାର ଯୋଜନା କରିଛି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ଅର୍ଡର ଦିଆଯାଇଥିବା କୁହାଯାଉଛି ।

ଭଦ୍ରକ: ସଟଡାଉନ ନିୟମ ଉଲ୍ଲଂଘନ କରିବାରୁ ୪ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖିଲା ପ୍ରଶାସନ । କଟକଣା ସତ୍ତ୍ୱେ ସହରର ବିଭିନ୍ନ ୱାର୍ଡରେ ବୁଲୁଥିବା ବେଳେ ଧରିଲା ପ୍ରଶାସନ ।

ଭଦ୍ରକ: ସଟଡାଉନ ନିୟମ ଉଲ୍ଲଂଘନ କରିବାରୁ ୪ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖିଲା ପ୍ରଶାସନ । କଟକଣା ସତ୍ତ୍ୱେ ସହରର ବିଭିନ୍ନ ୱାର୍ଡରେ ବୁଲୁଥିବା ବେଳେ ଧରିଲା ପ୍ରଶାସନ ।

କଶ୍ମୀର କୁଲଗାମରେ ଏନକାଉଣ୍ଟର, ୩ ଆତଙ୍କବାଦୀ ସଫା

ଶ୍ରୀନଗର: ଜମ୍ମୁ କଶ୍ମୀର କୁଲଗାମରେ ଶନିବାର ସକାଳୁ ଗୁଳିବିନିମୟ ହୋଇଛି । ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କ ପରିଚୟ ମିଳିନି । କୁଲଗାମର ହର୍ଦମାଙ୍ଗୁରି ଖୁର ବାତପୋରା ଅଞ୍ଚଳରେ ୪ ଜଣ ଆତଙ୍କବାଦୀ ଛପିଥିବା ପୋଲିସକୁ ସୂଚନା ମିଳିଥିୱା । ତାପରେ ପୋଲିସ ଓ ୩୪ ରାଷ୍ଟ୍ରୀୟ ରାଇଫଲ୍ସ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ୍ । ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏବେବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଅନନ୍ତନାଗରେ ଗୁଳିବିନିମୟ, ୨ ଲସ୍କର ଆତଙ୍କବାଦୀ ନିହତ

ପୋଲିସ ଅନୁଯାୟୀ, ସେଠାରେ ୪ଜଣ ଆତଙ୍କବାଦୀ ଛପିଥିବା ଖବର ମିଳିଥିଲା । ଯାହାପରେ ସମ୍ପୃକ୍ତ ଅଞ୍ଚଳକୁ ଚାରିପଟୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ । ୩ ଜଣ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଲୁଚି ରହିଥିବା କୁହାଯାଇଛି । ସୂଚନା ମୁତାବକ ବୁଧବାର ବିଳମ୍ବିତ ରାତିରେ ଏହି ଆତଙ୍କବାଦୀ ମାନେ କୁଲଗାମରେ ୨ ଜଣ ନାଗରିକଙ୍କୁ ଗୁଳି ମାରି ହତ୍ୟା କରିଥିଲେ । ଯାହାପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଥିଲା ।

ଜମ୍ମୁ – କାଶ୍ମୀରରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ପ୍ରାଥମିକ ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ନନ୍ଦିମର୍ଗର ସିରାଜ ଅହମଦ ଗୋରେସ ଓ ଗୁଲାମ ହସନ ବାଗୟଙ୍କୁ ଗୁଳି କରି ହତ୍ୟା କରିଥିଲେ । ପୋଲିସ ଏହାର ତଦନ୍ତ କରୁଛି । ଏହା ପୂର୍ବରୁ ମାର୍ଚ୍ଚ ୧୫ରେ ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ହିଜବୁଲ୍ ନିଜାମୁଦ୍ଦିନ ଓ ଲସ୍କର ଏ ତୋଇବା ଆତଙ୍କୀ ସଙ୍ଗଠନର ୪ ଆତଙ୍କବାଦୀ ନିହତ ହୋଇଥିଲେ । ଏଥିରେ ହିଜବୁଲ୍ କମାଣ୍ଡର ତାରିକ ଅହମଦ ମଧ୍ୟ ନିହତ ହୋଇଥିଲା ।

ଦିନକରେ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ, ଦେଶରେ ୩ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଶୁକ୍ରବାର ଦେଶରେ ୧୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହା ହେଉଛି କରୋନା ସଂକ୍ରମଣରେ ଦେଶରେ ମୃତ୍ୟୁର ସର୍ବାଧିକ ମାମଲା । ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର କରି ସଂଖ୍ୟା ୩ ହଜାର ୮୨ରେ ପହଞ୍ଚିଛି । ସେହିଭଳି ମୃତ୍ୟୁ ସଂଖ୍ୟା ୮୫କୁ ବୃଦ୍ଧି ପାଇଛି । ଦିନକରେ ୫୦୦ରୁ ଅଧିକ କରୋନା ପଜିଟିଭ୍ ମାମଲା ମିଳିଛି । କିନ୍ତୁ, ସରକାରୀ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୪୭ ଓ ମୃତ୍ୟୁ ସଂଖ୍ୟା ୬୨ ବୋଲି ସ୍ପଷ୍ଟ କରାଯାଇଛି ।

ତବଲିଗି ଜମାତର ମୌଲାନା ସାଦକୁ କ୍ରାଇମବ୍ରାଞ୍ଚର ନୋଟିସ୍, ପଚରାଗଲା ୨୬ ପ୍ରଶ୍ନ

ଶୁକ୍ରବାର ୫୦୨ ନୂଆ ମାମଲା

ମହାରାଷ୍ଟ୍ରରେ ୩, ଦିଲ୍ଲୀ ଓ ତେଲଙ୍ଗାନରେ ୨ଜଣ ଲେଖାଏଁ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶ, ଗୁଜରାଟ, ମଧ୍ୟ ପ୍ରଦେଶ, ହରିୟାଣା ଓ କର୍ଣ୍ଣାଟକରେ ଜଣେ ଲେଖାଏଁ କରୋନା ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ଶୁକ୍ରବାର ମୋଟ ୫୦୨ଟି ପଜିଟିଭ୍ କେସ୍ ସାମନାକୁ ଆସିଛି । ଏହି ସଂଖ୍ୟା ଗୁରୁବାର ଠାରୁ ଅଳ୍ପ କମ୍ ରହିଛି । ଗୁରୁବାର ଦେଶରେ ୫୪୪ଟି କରୋନା ପଜିଟିଭ୍ ମାମଲା ମିଳିଥିଲା । ଶୁକ୍ରବାର ମିଳିଥିବା ୫୦୨ଟି କେସ୍ ମଧ୍ୟରେ ୨୮୦ଟି ମାମଲା ତବଲିଗି ଜମାତ ସହ ଜଡ଼ିତ ।

ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ

ମରକଜ ପାଇଁ ବଢ଼ୁଛି ସଂକ୍ରମଣ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଗତ ୨ ଦିନରେ ୧୪ ରାଜ୍ୟରୁ ଆସିଥିବା ପ୍ରାୟ ୬୪୭ଟି ମାମଲା ତବଲିଗି ଜମାତ୍ ସହ ଜଡ଼ିତ । ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସାମାଜିକ ଦୂରତା ଓ ଲକଡାଉନ୍ ଦ୍ୱାରା ମିଳିବାକୁ ଥିବା ଫାଇଦା ଜମାତ୍ ଦ୍ୱାରା ନଷ୍ଟ ହେବାରେ ଲାଗିଛି ।

 

ରାଜ୍ୟରେ ୨୦ କରୋନା ସଂକ୍ରମିତଙ୍କ ମଧ୍ୟରେ ୩ ନିଜାମୁଦ୍ଦିନ ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ  ନିଜାମୁଦ୍ଦିନ ତବଲିଗି ମରକଜ ଫେରନ୍ତା ଅଛନ୍ତି । ସେଥିରୁ ଜଣେ କଟକର ହୋଇଥିବା ବେଳେ ଅନ୍ୟଜଣେ ଯାଜପୁର ବ୍ରହ୍ମବରଦା ଅଞ୍ଚଳର ଏବଂ ଆଉ ଜଣେ ପୁରୀର ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ

ଏଯାବତ୍ ନିଜାମୁଦ୍ଦିନରୁ ଫେରିଥିବା ୨୮ ଜଣଙ୍କୁ ସରକାର ଚିହ୍ନଟ କରିଛନ୍ତି । ସେମାନଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ୨୫ ଜଣଙ୍କ ରିପୋର୍ଟ ନେଗେଟିଭ୍ ରହିଛି । ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯାଇଛି । ନିଜାମୁଦ୍ଦିନ ଲିଙ୍କ୍ ଥିବା ବ୍ୟକ୍ତିଙ୍କ ପରିବାର ମଧ୍ୟ କ୍ୱାରେଣ୍ଟାଇନରେ ରହିଛନ୍ତି ।

୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ ହେବ ଭୁବନେଶ୍ୱର ଓ ଭଦ୍ରକ ଟାଉନ୍‌

ଯାଜପୁର ବ୍ରହ୍ମବରଦାର ଜଣେ ବ୍ୟକ୍ତି ସଂକ୍ରମିତ ହେବା ପରେ ପ୍ରଶାସନ ସଟଡାଉନ୍ ଘୋଷଣା କରିଛି । ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ପ୍ରଶାସନ ଖୋଜୁଛି । ଆକ୍ରାନ୍ତଙ୍କୁ କଟକ ଅଶ୍ୱିନୀ ସ୍ଥିତ କୋଭିଡ୍-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବ୍ରହ୍ମବରଦା ଅଞ୍ଚଳ ରବିବାର ରାତି ୮ଟା ଯାଏଁ ସଟଡାଉନ୍ ରହିବ ।

ଅନ୍ୟପଟେ ନିଜାମୁଦ୍ଦିନରୁ ଫେରିଥିବା ବ୍ୟକ୍ତିମାନଙ୍କୁ ୧୦୪ ନମ୍ବରରେ କଲ୍ କରି ପଞ୍ଜିକୃତ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପୁଣି ଥରେ ଅନୁରୋଧ କରିଛି । ସମଗ୍ର ଦେଶରେ ନିଜାମୁଦ୍ଦିନ ଫେରନ୍ତାଙ୍କ ଠାରୁ ହିଁ କରୋନା ବ୍ୟାପିବାରେ ଲାଗିଛି ।

ତବଲିଗି ଜମାତର ମୌଲାନା ସାଦକୁ କ୍ରାଇମବ୍ରାଞ୍ଚର ନୋଟିସ୍, ପଚରାଗଲା ୨୬ ପ୍ରଶ୍ନ

ଶୁକ୍ରବାର ରାତି ୮ଟାରୁ ଭୁବନେଶ୍ୱର ମହାନଗର ସମେତ ସଂଲଗ୍ନ ୧୪ଟି ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରାଯାଇଛି । କଟକ ସହର ମଧ୍ୟ ସଟଡାଉନ୍ ରହିଛି । ଭଦ୍ରକ ସହର ସମେତ ଚରମ୍ପା, ଏରେଇଁ ପଞ୍ଚାୟତ ଓ ଆରଡି ଛକକୁ ଜିଲ୍ଲାପାଳ ସଟଡାଉନ୍ ଘୋଷଣା କରିଛନ୍ତି । ଏହି ସବୁ ଅଞ୍ଚଳ ରବିବାର ରାତି ୮ଟା ଯାଏଁ ସଟଡାଉନ୍ ରହିବ ।

https://youtu.be/jlo3kJiIHrQ

ଭୁବନେଶ୍ୱର: କଟକ, ପୁରୀ ଓ ଯାଜପୁରରେ ଜଣେ ଲେଖାଏଁ ନିଜାମୁଦ୍ଦିନ ଫେରନ୍ତା କରୋନା ଆକ୍ରାନ୍ତ । ଯାଜପୁର ବ୍ରହ୍ମବରଦାକୁ ସଟଡାଉନ୍ ଘୋଷଣା କଲେ ଜିଲ୍ଲାପାଳ । ନିଜାମୁଦ୍ଦିନ ଲିଙ୍କରେ ଥିବା ବ୍ୟକ୍ତି ୧୦୪ ମାଧ୍ୟମରେ ପ୍ରଶାସନକୁ ଜଣାଇବାକୁ କହିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ଭୁବନେଶ୍ୱର: କଟକ, ପୁରୀ ଓ ଯାଜପୁରରେ ଜଣେ ଲେଖାଏଁ ନିଜାମୁଦ୍ଦିନ ଫେରନ୍ତା କରୋନା ଆକ୍ରାନ୍ତ । ଯାଜପୁର ବ୍ରହ୍ମବରଦାକୁ ସଟଡାଉନ୍ ଘୋଷଣା କଲେ ଜିଲ୍ଲାପାଳ । ନିଜାମୁଦ୍ଦିନ ଲିଙ୍କରେ ଥିବା ବ୍ୟକ୍ତି ୧୦୪ ମାଧ୍ୟମରେ ପ୍ରଶାସନକୁ ଜଣାଇବାକୁ କହିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୁ ବୃଦ୍ଧି । ନିଜାମୁଦ୍ଦିନ ତବଲିଗି ମରକଜରେ ସାମିଲ ୨୮ ଜଣଙ୍କ ମଧ୍ୟରୁ ୩ ଜଣ ସଂକ୍ରମିତ । ୨୫ ଜଣଙ୍କ ନମୁନା ନେଗେଟିଭ୍ ।

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୁ ବୃଦ୍ଧି । ନିଜାମୁଦ୍ଦିନ ତବଲିଗି ମରକଜରେ ସାମିଲ ୨୮ ଜଣଙ୍କ ମଧ୍ୟରୁ ୩ ଜଣ ସଂକ୍ରମିତ । ୨୫ ଜଣଙ୍କ ନମୁନା ନେଗେଟିଭ୍ ।

ଏହି ଦେଶର ଲୋକଙ୍କ ଉପରେ ଲକଡାଉନ୍ ର ପଡିଛି ଖରାପ ପ୍ରଭାବ… ବଢିଲା ବିବାହ ବିଚ୍ଛେଦ ମାମଲା

କରୋନା ଜୀବାଣୁ ପାଇଁ ହୋଇଥିବା ଲକଡାଉନ୍ ର ପ୍ରଭାବ ବର୍ତ୍ତମାନ ସମଗ୍ର ବିଶ୍ୱରେ ପାରସ୍ପରିକ ସମ୍ପର୍କ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି । ଏହା ସହିତ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସହିତ ପାରିବାରିକ ହିଂସା ଘଟଣା ସାମ୍ନାକୁ ଆସିଛି କେବଳ ସେତିକି ନୁହେଁ, କରୋନା କାରଣରୁ ଚାଇନାରେ ଛାଡପତ୍ର ମାମଲା ବୃଦ୍ଧି ପାଇଛି ।

ଅନ୍ୟ ଦେଶ ତୁଳନାରେ ଚାଇନାରେ ପ୍ରତିବର୍ଷ ଛାଡପତ୍ର ମାମଲା ଅଧିକ ଦେଖାଯାଏ। ସାଂଘାଇରେ ଛାଡପତ୍ର ମାମଲା ଓକିଲ ଷ୍ଟିଭ ଲି କହିଛନ୍ତି ଯେ ମାର୍ଚ୍ଚ ମଧ୍ୟଭାଗରେ ଲକଡ଼ାଉନ ପରଠାରୁ ଛାଡପତ୍ର ସମ୍ବନ୍ଧୀୟ ମାମଲାରେ ସେଠାରେ ବୃଦ୍ଧି ହୋଇଛି । ସେମାନେ କହିଛନ୍ତି ଯେ ଯେତେବେଳେ ଲୋକମାନେ ଘରେ ନାହାଁନ୍ତି, ସେତେବେଳେ ସେମାନଙ୍କର ପରକିୟା ପ୍ରୀତି ପାଇଁ ସମୟ ଥାଏ । କରୋନା ଜୀବାଣୁ ଯୋଗୁଁ ତାଙ୍କୁ ଘରେ ରହିବାକୁ ପଡୁଛି । ଏପରି ପରିସ୍ଥିତିରେ, ଯେଉଁମାନେ ନିଜ ପରିବାରକୁ ସୀମିତ ସମୟ ଦେଉଥିଲେ, ସେମାନଙ୍କ ପାଇଁ ଏତେ ସମୟ ଅତିବାହିତ କରିବା କଷ୍ଟକର ହୋଇଗଲା। ସେଥିପାଇଁ ଏବେ ବିବାହିତ ଦମ୍ପତ୍ତିଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳୁଛି । ଚୀନ୍ ରେ ଏବେ ଛାଡ଼ପତ୍ର ମାମଲା ବହୁ ମାତ୍ରା ରେ ବଢ଼ିଛି ।

୩ରୁ ୫ ଜିଲ୍ଲାକୁ ଡେଇଁଲା କରୋନା, ୨୦ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ଦିନକରେ ରାଜ୍ୟରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ଏନେଇ ଟ୍ୱିଟ୍ କରିଛି । ବେଶୀ ଚିନ୍ତା ବଢ଼ାଇଛନ୍ତି ସୂର୍ଯ୍ୟନଗରର ପଞ୍ଚମ ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରା । ତାଙ୍କ ଠାରୁ ୭ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ପ୍ରଦୀପ୍ତଙ୍କ ସ୍ତ୍ରୀ ଓ ଝିଅଙ୍କ ସହ ତାଙ୍କ ଘରେ ରହୁଥିବା ଭଡ଼ାଟିଆ ଏମିତି ୭ ଜଣ ପ୍ରଦୀପ୍ତଙ୍କ ଠାରୁ ସାମାଜିକ ସଂକ୍ରମଣ ଦ୍ୱାରା କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ ହେବ ଭୁବନେଶ୍ୱର ଓ ଭଦ୍ରକ ଟାଉନ୍‌

ଭୁବନେଶ୍ୱର ବମିଖାଲରୁ ୩ ଜଣ, କଟକରୁ ଜଣେ, ପୁରୀରୁ ଜଣେ, ଯାଜପୁରର ଜଣେ ଓ ଭଦ୍ରକରୁ ଆଉ ୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ରାଜ୍ୟରେ କରୋନା ସାମାଜିକ ସଂକ୍ରମଣ ଆରମ୍ଭ ହୋଇଥିବା ଏଥିରୁ ସ୍ପଷ୍ଟ ହୋଇଛି ।

ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଆଜି ୧୦ଟି ନୂଆ ମାମଲା ସାମନାକୁ ଆସିଛି । ଭଦ୍ରକରେ ପୂର୍ବରୁ ଜଣେ ଦୁବାଇ ଫେରନ୍ତାଙ୍କ ଠାରେ କରୋନା ପଜିଟିଭି ଆସିଥିବା ବେଳେ ଆଜି ଆଉ ୨ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ, ଏହି ନୂଆ ୨ ଆକ୍ରାନ୍ତ ଦୁବାଇ ଫେରନ୍ତାଙ୍କ ସମ୍ପର୍କରେ ଆସିଥିଲେ କି ନାହିଁ ସେନେଇ କୌଣସି ସୂଚନା ମିଳିନାହିଁ । ଅନ୍ୟପଟେ ପୁରୀ ଓ ଯାଜପୁରରେ ପ୍ରଥମ କରି କରୋନା ସଂକ୍ରମଣର ମାମଲା ଆସିଛି ।

ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ