spot_img
Home Blog Page 7399

ସ୍ୱାଭିମାନ ଅଞ୍ଚଳ ଛାଡ଼ି ଏବେ ବଣ୍ଡାଘାଟି ମୁହାଁ ମାଓବାଦୀ

ମାଲକାନଗିରି: ଗୁରୁପ୍ରିୟା ସେତୁ ଓ ଯୋଡାଆମ୍ବକୁ ରାସ୍ତା ଫିଟିବା ପରେ ସ୍ୱାଭିମାନ ଅଞ୍ଚଳ ଛାଡି ଏବେ ବଣ୍ଡାଘାଟି ମୁହାଁ ମାଓବାଦୀ। ବଣ୍ଡାଘାଟିରେ କରୁଛନ୍ତି ପ୍ରଜାମେଳି। ସରକାରଙ୍କ ବିରୋଧରେ  ନକ୍ସଲ ସଂଗଠନ ସହ ମିଶିବାକୁ ଲୋକଙ୍କୁ କରୁଛନ୍ତି ଆହ୍ୱାନ ।

ଗୁରୁପ୍ରିୟା ସେତୁ ଓ ଯୋଡାଆମ୍ବକୁ ରାସ୍ତା ଫିଟିବା ପରେ ଲାଲବାହିନୀ ଙ୍କ ଯେଉଁ ଗଡ଼ ଥିଲା ତାହା ଏବେ ପ୍ରାୟ ଲୀନ ହେବାକୁ ବସିଲାଣି। କିଛି ଦିନ ତଳେ ମାଓବାଦୀଙ୍କୁ ସାଧାରଣ ଲୋକେ ବିରୋଧ କରିବାରୁ ଏବେ ସ୍ୱାଭିମାନ ଅଞ୍ଚଳ ଛାଡି ବଣ୍ଡାଘାଟି ମୁହାଁ ହେଇଛନ୍ତି ମାଓବାଦୀ। କିଛି ଦିନ ତଳେ ବଣ୍ଡାଘାଟିରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା ଯେଉଁଥିରେ କି ମାଓବାଦୀ ମାନେ ଚମ୍ପଟ ମାରିଥିବା ବେଳେ କିଛି ମାଓ ସାମଗ୍ରୀ ପୋଲିସ ଜବତ କରିଥିଲା।

ଯନ୍ତ୍ରଣା ବଢ଼ିବାରୁ ରୋଗୀଙ୍କୁ ବସରୁ ଓହ୍ଲାଇଦେଲେ କଣ୍ଡକ୍ଟର

କେନ୍ଦୁଝର: ରୋଗୀ ବସ୍‌ରେ ଯାଉଥିଲେ । ରୋଗୀଙ୍କ ଯନ୍ତ୍ରଣା ବଢ଼ିବା ଦେଖି ବସ୍‌ବାଲା ଅଧାବାଟରୁ ଓହ୍ଲାଇ ଦେଲେ । ରାସ୍ତାକଡ଼ରେ ଛଟପଟ ହୋଇ ଚାଲିଗଲା ଜୀବନ । ସମସ୍ତଙ୍କ ଆଖି ଆଗରେ ଦୁଃଖଦ ଘଟଣା ଘଟିଲା, କିନ୍ତୁ କେହି ସାହା ହେଲେନି ।

କେନ୍ଦୁଝର ଜିଲ୍ଲା ବରଦାପାଳ ଗାଁ ନିକଟରେ ଏହି ଦୁଃଖଦାୟକ ଘଟଣା ଘଟିଛି । ଉପର କୁସୁମିତା ଗାଁର କୁନି ପ୍ରଧାନ ଅସୁସ୍ଥ ଥିବାରୁ ତାଙ୍କୁ ତାଙ୍କ ସ୍ୱାମୀ ଦିଲ୍ଲୀପ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଇ ବସ୍‌ରେ ଘରକୁ ଫେରୁଥିଲେ । ଯନ୍ତ୍ରଣା ବଢ଼ିବାରୁ ବସ୍‌ବାଲା ତାଙ୍କୁ ଅଧାବାଟରେ ଓହ୍ଲାଇ ଦେଇଥିଲେ ।

ରାସ୍ତାକଡ଼ରେ ସ୍ତ୍ରୀଙ୍କୁ ଧରି ସ୍ୱାମୀ ସାହାଯ୍ୟ ମାଗୁଥିଲେ; କିନ୍ତୁ କେହି ଶୁଣି ନଥିଲେ । ଫୋନ୍‌ କଲେ ବି ଆମ୍ବୁଲାନ୍‌ସ ଆସି ନଥିଲା । ଦିଲ୍ଲୀପ କୈାଣସିମତେ ଏକ ଅଟୋ ଯୋଗାଡ଼ କରି ସ୍ତ୍ରୀ କୁନିଙ୍କୁ ବରଦାପାଳ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେତେବେଳକୁ ସବୁ ସରିଯାଇଥିଲା । ଡାକ୍ତର କୁନିଙ୍କୁ ମୃତ ଘୋଷଣା କରିଥିଲେ ।

ଗର୍ଭବତୀଙ୍କୁ ମାଡ଼ ମାରିବା ସହ ବସ୍ଉଠ୍ କରାଇଲେ ଫରେଷ୍ଟ ଗାର୍ଡ

0

ମୟୂରଭଞ୍ଜ: ଗର୍ଭବତୀଙ୍କୁ ନିସ୍ତୁକ ମାରିଲେ କେବଳ ସେତିକି ନୁହେଁ ତାଙ୍କୁ ଉଠବସ୍ ମଧ୍ୟ କରାଇଲେ ଫରେଷ୍ଟ ଗାର୍ଡ । ତେବେ ଏହି ମାଡ଼ ସାମାନ୍ୟ କାଠ ଚୋରୀ ପାଇଁ ହୋଇଥିବା ସୂଚନା ମିଳିଛି ।

କାଠ ଚୋରି ଅଭିଯୋଗରେ ଗର୍ଭବତୀ ମହିଳାଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି ଫରେଷ୍ଟ ଗାର୍ଡ । ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ବାର୍ହାପାଣପୋଷି ଗାଁରେ ଏଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି । କାଠ ଚୋରି ଘଟଣାର ପଚରାଉଚରା କରିବାକୁ ଗାଁକୁ ଯାଇଥିବା ଫରେଷ୍ଟ ଗାର୍ଡ ଜଣେ ବୃଦ୍ଧା ଓ ତାଙ୍କ ଗର୍ଭବତୀ ନାତୁଣୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏଥିସହ ଗର୍ଭବତୀ ମହିଳାଙ୍କୁ ଉଠବସ କରାଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କୁ ପ୍ରଥମେ ତାଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କରଞ୍ଜିଆ ଉପଖଣ୍ଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । କାର୍ଯ୍ୟାନୁଷ୍ଠାନ ଦାବିରେ କରଞ୍ଜିଆ-ବାରିପଦା ମୁଖ୍ୟ ରାସ୍ତାର ତାଟ ଛକରେ ଗାଁ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ କରଞ୍ଜିଆ ଓ ଯଶୀପୁରକୁ ଯାତାୟତ ଠପ୍‌ ହୋଇଯାଇଛି। କରଞ୍ଜିଆ ଥାନାରେ ସଂପୃକ୍ତ ଫରେଷ୍ଟ ଗାର୍ଡଙ୍କ ନାଁରେ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ବିଜେଡି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା: ୧୯ ନୂଆ ମୁହଁ,୧୪ ପୁରୁଣା

ଭୁବନେଶ୍ୱର: ୩୩ଟି ସଂଗଠନିକ ଜିଲ୍ଲାର ସଭାପତି ନେଇ ବିଜୁ ଜନତା ଦଳ ପକ୍ଷରୁ ନାମ ଘୋଷଣା । ୩୩ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲେ ବିଜେଡି ରିଟର୍ଣିଂ ଅଫିସର ପ୍ରତାପ କେଶରୀ ଦେବ । ନୂଆ ସଭାପତିଙ୍କ ତାଲିକାରେ ୧୯ ନୂଆ ମୁହଁ ରହିଥିବା ବେଳେ ୧୪ ଜଣ ପୁରୁଣା ସଭାପତି ରହିଛି । ପ୍ରଥମଥର ଲାଗି ମୟୂରଭଞ୍ଜରେ ୨ ଜଣଙ୍କୁ ସଭପତି ଦାୟିତ୍ୱ ଦିଆଯାଇଛି । ଆସନ୍ତା ୨୩ ତାରିଖରେ ବିଜେଡି ସଭାପତି ପଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ କରିବେ । ୨୬ରେ ଦଳର ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

ଅନୁଗୁଳ: ମହେନ୍ଦ୍ର ବସ୍ତିଆ

ବାଲେଶ୍ୱର: ରବୀନ୍ଦ୍ର କୁମାର ଜେନା

ବରଗଡ଼: ବିଜୟ ରଞ୍ଜନ ସିଂହବରିହା

ଭଦ୍ରକ: ଜଗନ୍ନାଥ ସ୍ୱାଇଁ

ଭୁବନେଶ୍ୱର: ଅନନ୍ତ ନାରାୟଣ ଜେନା

ବଲାଙ୍ଗୀର: ଟୁକୁନି ସାହୁ

ବୌଦ୍ଧ: ମହିଧର ରଣା

କଟକ: ଦେବାଶିଷ ସାମନ୍ତରାୟ

ଦେଓଗଡ଼: ରୋମାଞ୍ଚ ରଞ୍ଜନ ବିଶ୍ୱାଳ

ଢ଼େଙ୍କାନାଳ: ପ୍ରଫୁଲ୍ଲ ମଲ୍ଲିକ

ଗଜପତି: ପ୍ରଦୀପ ନାୟକ

ଗଞ୍ଜାମ: ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ

ଜଗତସିଂହପୁର: ପ୍ରଶାନ୍ତ ମୁଦୁଲି

ଯାଜପୁର: ସରୋଜ ମହାପାତ୍ର

ଝାରସୁଗୁଡ଼ା: କିଶୋର ମହାନ୍ତି

କଳାହାଣ୍ଡି: ପୁଷ୍ପେନ୍ଦ୍ର ସିଂହଦେଓ

କନ୍ଧମାଳ: ସରୋଜ କୁମାର କର୍ଣ୍ଣ

କେନ୍ଦ୍ରାପଡ଼ା: ଉତ୍କଳ କେଶରୀ ପରିଡ଼ା

କେନ୍ଦୁଝର: ମାଧବ ସର୍ଦ୍ଦାର

ଖୋର୍ଦ୍ଧା: ବିଭୂତି ଭୂଷଣ ବଳବନ୍ତରାୟ

କୋରାପୁଟ: ଇଶ୍ୱର ପାଣିଗ୍ରାହୀ

ମାଲକାନଗିରି: ପୂର୍ଣ୍ଣଚନ୍ଦ୍ର ବାକା

ମୟୂରଭଞ୍ଜ ସଦର: ସୁଦାମ ମାର୍ଣ୍ଡି

ମୟୂରଭଞ୍ଜ: କଶୀନାଥ ହେମ୍ୱ୍ରମ୍

ନୟାଗଡ଼: ରମେଶ ବେହେରା

ନବରଙ୍ଗପୁର: ରମେଶ ଚନ୍ଦ୍ର ମାଝି

ନୂଆପଡ଼ା: ମନୋଜ ମିଶ୍ର

ପୁରୀ: ମହେଶ୍ୱର ମହାନ୍ତି

ରାୟଗଡ଼ା: ସୁଧିର ଦାଶ

ରାଉରକେଲା: ଶାରଦା ପ୍ରସାଦ ନାୟକ

ସମ୍ୱଲପୁର: ସିର୍ଦ୍ଧାଥ ଦାସ

ସୁବର୍ଣ୍ଣପୁର: ସରୋଜ କାମ୍ପ

ସୁନ୍ଦରଗଡ଼: ବିନୟ ଟପ୍ପୋ

 

 

ମହାଦେବଙ୍କୁ ଦର୍ଶନ ପାଇଁ ଯାଉଥିବା ବେଳେ ପାହାଡ଼ରୁ ଖସିଲା ପଥର

0

ରାଉରକେଲା: ମହାଶିବରାତ୍ରୀ ଅଘଟଣ । ମହାଦେବ ଦର୍ଶନ କରୁଥିବାବେଳେ ଖସିପଡ଼ିଲା ପଥର । ସୁନ୍ଦରଗଡ଼ ଜିଲ୍ଲା ହାତିବାରୀ ଥାନା ଜଟିଆ ପାହାଡ଼ରୁ ପଥର ଖସି ୧୫ଜଣ ଭକ୍ତ ଆହତ ହୋଇଛନ୍ତି । ଶିବରାତ୍ରୀ ଅବସରରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା ପାଇଁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି ।

୧୦ ଜଣ ଶ୍ରଦ୍ଧାଳୁ ଗୁରୁତର ଥିବା ସୂଚନା ମିଳିଛି । ପଥର ଖସିଥିବା ସ୍ଥାନରେ ଅନେକ ଶ୍ରଦ୍ଧାଳୁ ଫସି ରହିଥିବା ସୂଚନା ମିଳିଛି ।  ଆହତଙ୍କୁ ଚିକିତ୍ସା ପାଇଁ ହାତୀବାରୀ ହସପିଟାଲରେ ଭର୍ତ୍ତି କରାଯାଇଛି।

ଅବସର ନେଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା

କ୍ରିକେଟର ସମସ୍ତ ଫର୍ମାଟରୁ ପ୍ରଜ୍ଞାନ ଅବସର ନେଇଛନ୍ତି । ଟ୍ୱିଟ କରି ଏ ସୂଚନା ଦେଇଛନ୍ତି ପ୍ରଜ୍ଞାନ । ସେ କହିଛନ୍ତି ଭାରତୀୟ ଦଳରେ ଖେଳିବା ତାଙ୍କ ପିଲା ଦିନର ସ୍ୱପ୍ନ ଥିଲା । ଭୁବନେଶ୍ୱରରେ ଜନ୍ମିତ ପ୍ରଜ୍ଞାନ ୨୪ଟି ଟେଷ୍ଟ ମ୍ୟାଚ, ୧୮ଟି ଦିନିକିଆ ଏବଂ ୬ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି ।

ସେହିପରି ଟେଷ୍ଟରେ ୧୧୩, ଦିନିକିଆରେ ୨୧ ଏବଂ ଟି-ଟ୍ୱେଣ୍ଟିରେ ୧୦ ୱିକେଟ ନିଜ ନାଆଁରେ କରିଛନ୍ତି ପ୍ରଜ୍ଞାନ । ୨୦୧୩ରେ ୱେଷ୍ଟେଇଣ୍ଡିଜ୍ ବିପକ୍ଷରେ ସେ ଶେଷ ମ୍ୟାଚ୍ ଖେଳିଥିଲେ । ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ପାଇଁ ୧୪ ବର୍ଷ ଖେଳିଥିଲେ ପ୍ରଜ୍ଞାନ ।

ନିଆରା ଢଙ୍ଗରେ ପାଳିଲେ ମହାଶିବରାତ୍ରୀ, ଶିବଲିଙ୍ଗରେ କ୍ଷୀର ଢାଳିବା ବଦଳରେ…

0

ଭବାନୀପାଟଣା: ଶିବରାତ୍ରୀକୁ ନିଆରା ଢଙ୍ଗରେ ପାଳନ କଲେ ଶ୍ରଦ୍ଧାଳୁ । ଶିବଲିଙ୍ଗ ବଦଳରେ ଲୋକଙ୍କୁ କ୍ଷୀର ବାଣ୍ଟି ପେଟର ଭୋକ ମେଣ୍ଟାଇଲେ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଭବାନୀପାଟଣା ବାଲାଜୀ ମନ୍ଦିରରେ ।

ମହାଶିବରାତ୍ରୀରେ ଶିବଲିଙ୍ଗରେ କ୍ଷୀର ନଢ଼ାଳି ଲୋକଙ୍କୁ କ୍ଷୀର ବାଣ୍ଟିଛନ୍ତି ଭକ୍ତ । ଆଜି ଭବାନୀପାଟଣା ବାଲାଜୀ ମନ୍ଦିରରେ ଏଭଳି ଭାବରେ ଶିବରାତ୍ରୀ ପାଳନ କରାଯାଇଛି । ଭକ୍ତମାନଙ୍କ ଏଭଳି କାର୍ଯ୍ୟକୁ ଆୟୋଜକମାନେ ପ୍ରଶଂସା କରିବା ସହିତ ଏଥିରେ ସହଯୋଗ କରିଛନ୍ତି ।

ପ୍ରସାଦ ସ୍ୱରୂପ କ୍ଷୀର ବଣ୍ଟନ କରାଯାଉଛି । ଶିବଲିଙ୍ଗ ଉପରେ କ୍ଷୀର ନଢ଼ାଳି ଭକ୍ତମାନେ ମହାକାଳ ଓ ତ୍ରିକାଳଙ୍କ ଦର୍ଶନ କରି କ୍ଷୀର ବଣ୍ଟନ କରିଛନ୍ତି ।

ସ୍ମାର୍ଟସିଟିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଏମସିର ନିଆରା ପଦକ୍ଷେପ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ-ବିଏମ୍‌ସିର ନିଆରା ପଦକ୍ଷେପ । ପୋଷ୍ଟରମୁକ୍ତ ହେବ ସ୍ମାର୍ଟସିଟି ଭୁବନେଶ୍ୱର । ଏଣିକି ପାଚେରିରେ କେହି ପୋଷ୍ଟର ଲଗାଇଲେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ । ପ୍ରଥମ ପର୍ଯ୍ୟାୟରେ ସରକାରୀ ପାଚେରିକୁ ପୋଷ୍ଟରମୁକ୍ତ କରାଯିବ ।

ସ୍ମାର୍ଟସିଟିର ସୌନ୍ଦର୍ଯ୍ୟ ବୃଦ୍ଧିରେ ପୋଷ୍ଟର ବାଧା ସୃଷ୍ଟି କରୁଛି । ପୋଷ୍ଟର ଲଗାଇଥିବା ୧୫ଟି ସଂସ୍ଥାକୁ ଏହା ମଧ୍ୟରେ ବିଏମ୍‌ସି ପକ୍ଷରୁ ନୋଟିସ ଜାରି କରାଯାଇଛି ।  ପୋଷ୍ଟରର ବିକଳ୍ପ ଭାବେ ଏଲ୍‌ଇଡି ଲଗାଯିବ । ଭୁବନେଶ୍ୱରର କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ପୋଷ୍ଟର ଲଗାଯାଇପାରିବ । ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ଏହି ସୂଚନା ଦେଇଛନ୍ତି ।

ଲିଙ୍ଗରାଜ ମନ୍ଦିରର ଶୋଭାବର୍ଦ୍ଧନକାରୀ ଦୃଶ୍ୟକୁ ପ୍ରଂଶସା କଲେ ନବୀନ

ଭୁବନେଶ୍ୱର: ଝଲସୁଛି ଏକ୍ରାମ କ୍ଷେତ୍ର । ମନ ମୋହୁଛି ଲିଙ୍ଗରାଜ ମନ୍ଦିର । ମହାଦେବ ଲିଙ୍ଗରାଜ ମନ୍ଦିରର ଶୋଭାବର୍ଦ୍ଧନକାରୀ ଦୃଶ୍ୟକୁ ଭରପୂର ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାଶିବରାତ୍ରୀ ଅବସରରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।ଲିଙ୍ଗରାଜ ମନ୍ଦିରର ଫଟୋ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ମନୋରମ କହିଛନ୍ତି । ଏହି ମନୋରମ ଦୃଶ୍ୟ ମହାଶିବରାତ୍ରୀକୁ ଭବ୍ୟ ତଥା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବ ବୋଲି ସେ ଟ୍ୱିଟ୍ କରିଛନ୍ତି ।

ଏକାମ୍ର କ୍ଷେତ୍ର ସହ ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ମନ୍ଦିର ସମ୍ମୁଖରୁ ଉଚ୍ଛେଦ କରାଯିବା ସହ ରାଜ୍ୟ ବଜେଟରେ ଏକ୍ରାମ କ୍ଷେତ୍ର ପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ବଜେଟ୍‌ରେ ଐତିହ୍ୟ କ୍ଷେତ୍ରର ବିକାଶକୁ ସର୍ବାଧିକ ଗୁରୁତ୍ୱ

ମୁମ୍ବାଇ: ଅବସର ନେଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା । ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା । ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ ପାଇଁ ୧୪ ବର୍ଷ ଖେଳିଥିଲେ ପ୍ରଜ୍ଞାନ ।

ମୁମ୍ବାଇ: ଅବସର ନେଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା । ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା । ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ ପାଇଁ ୧୪ ବର୍ଷ ଖେଳିଥିଲେ ପ୍ରଜ୍ଞାନ ।