ଭୁବନେଶ୍ୱର: ଶ୍ରୀମନ୍ଦିର ନିରାପତ୍ତା ପାଇଁ ସ୍ୱେଚ୍ଛାକୃତ ଭାବେ ଜମି ପ୍ରଦାନ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ସ୍ୱେଚ୍ଛାକୃତ ଭାବେ ପ୍ରାୟ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇଛି । ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଲୋକଙ୍କ ଅଭୂତପୂର୍ବ ସମର୍ଥନ ମିଳିଛି ।
ଗତ ପବିତ୍ର ଜନ୍ମାଷ୍ଟମୀରେ ମୁଖ୍ୟମନ୍ତ୍ରୀ ଗୋଟିଏ ଅନୁରୋଧ କରିଥିଲା । ଯାହାର ଉଦ୍ଦେଶ୍ୟ ଥିଲା ଅତ୍ୟନ୍ତ ମହାନ । ଶ୍ରୀମନ୍ଦିର ନିରାପତ୍ତା ପାଇଁ ମନ୍ଦିରର ୭୫ ମିଟର ପରିଧିରେ ଥିବା ସ୍ଥାବର ସମ୍ପତ୍ତିକୁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । ତାପରେ ଆରମ୍ଭ ହୋଇଥିଲା ଜମି ଅଧିଗ୍ରହଣ ।
୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରି-ଖର୍ଦ୍ଦି ପ୍ରକ୍ରିୟାରେ ମୋଟାମୋଟି ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇଛି । ସାରା ଦେଶରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଏହା ଏକ ଅଭୂତପୂର୍ବ ସଫଳତା । ମହାପ୍ରଭୁଙ୍କ ପାଇଁ ଭିଟାମାଟି, ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ, ଲଜିଂ ଆଦି ତ୍ୟାଗ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । ଅନେକ ମଠ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ମହାପ୍ରଭୁଙ୍କ ଇଚ୍ଛା ଓ ତାଙ୍କ ପ୍ରେରଣାରେ ଏସବୁ ସମ୍ଭବ ହୋଇଥିବା ନବୀନ କହିଛନ୍ତି ।
ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଗର୍ବ । କାଞ୍ଚି ଅଭିଯାନ ସମୟରେ ସେ ନିଜେ ଯୁଦ୍ଧରେ ସାମଲ ହୋଇ ଓଡ଼ିଆ ଜାତିର ଗୌରବ ରକ୍ଷା କରିଥିଲେ । ମହାପ୍ରଭୁଙ୍କ ପାଇଁ ଆପଣ ମାନଙ୍କର ଏହି ମହାନ ତ୍ୟାଗ ଜଗନ୍ନାଥ ସଂସ୍କୃତିକୁ ଆହୁରି ଗରୀଆନ କରିଛି । ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି । ମହାପ୍ରଭୁଙ୍କ ପାଇଁ ଆପଣ ମାନଙ୍କର ଏହି ଭଲ ପାଇବା, ଏହି ସମର୍ପଣ ଭାବ ଇତିହାସର ଏକ ଗୌରବୋଜ୍ୱଳ ଅଧ୍ୟାୟ ହୋଇରହିବ ।

ଏହି କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଓ ଏହାର ସମସ୍ତ ବିଭାଗର କର୍ମଚାରୀ ଏବଂ ପୋଲିସ କର୍ମଚାରୀମାନେ ରବିବାର ସମେତ ଛୁଟି ଦିନ ମାନଙ୍କରେ ମଧ୍ୟ ସେମାନଙ୍କ କାମ ଜାରି ରଖିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।




ସଂସଦ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ତେଲେଙ୍ଗାନାର ସାଂସଦମାନେ ପ୍ରତିଦାବ କରିଥିଲେ । ହାଇଦ୍ରାବାଦରେ ମଧ୍ୟ ତୃତୀୟ ଦିନ ପାଇଁ ଜୋରଦାର ପ୍ରତିବାଦ ଜାରି ରହିଛି । ଗତକାଲି କୋର୍ଟ ରୁମକୁ କଡ଼ା ସୁରକ୍ଷା ମଧ୍ୟରେ ଅଭିଯୁକ୍ତଙ୍କୁ ନିଆଯାଉଥିବା ବେଳେ ଢେଲା ପଥର ମାଡ଼ କରିଥିଲେ ସ୍ଥାନୀୟ ଲୋକେ । ଡାକ୍ତରାଣୀଙ୍କୁ ନ୍ୟାୟ ଦେବାକୁ ଦେଶର ସବୁ ସହରରେ ଆନ୍ଦୋଳନ ହେଉଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ଏ ଘଟଣାକୁ ନେଇ ରିପୋର୍ଟ ମାଗିବା ସହ ଅନୁଧ୍ୟାନ କରୁଛି ।
୮ ତାରିଖ ସନ୍ଧ୍ୟା ୫ଟା ୨୦ରେ ଭୁବନେଶ୍ୱର ବିମାନ ବନ୍ଦରରୁ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଜଣେ ଏସିପି ପାହ୍ୟାର ପୋଲିସ ଅଧିକାରୀ କାର୍କେଡ୍ ଦାୟିତ୍ୱରେ ରହିବେ । ଖୋର୍ଦ୍ଧା ପୋଲିସ ଓ କମିଶନରେଟ ପୋଲିସ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ଭୁବନେଶ୍ୱର ବିମାନବନ୍ଦର, ରାଜଭବନ, ଖୋର୍ଦ୍ଧା, ବାଣୀବିହାର ଏବଂ ରୁଟ୍ ଲାଇନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଅନ୍ତରୀଣ ପୋଲିସ ଡିଜି କହିଛନ୍ତି । ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୋଲିସ କମିଶନର, ଆଇନ ଶୃଙ୍ଖଳା ଏଡିଜି, ଆଇଜି ଅପରେସନ, ଆଇଜି ଗୁଇନ୍ଦା, ଭୁବନେଶ୍ୱର ଡିସିପି, ସିଆଇଏସ୍ଏଫ୍, ଏୟାରପୋର୍ଟ କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।
ସମୟ ଗତିଶୀଳ । ସମୃଦ୍ଧି ଓ ବିକାଶ ଏହା ସହ ତାଳ ଦେଇ ଆଗକୁ ପାଦ ନଥାପିଲେ ସଂସ୍କୃତି ବଞ୍ଚି ରହି ପାରିବନି । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଭବିଷ୍ୟତ ପିଢ଼ି ପାଇଁ ଆମ ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଏକମାତ୍ର ଉପାୟ ହେଉଛି ଶ୍ରୀକ୍ଷେତ୍ରର ବିକାଶ ଓ ସମୃଦ୍ଧି । ହୁଏତ ଏ ବାସ୍ତବତାକୁ ଅନୁଭବ କରି ପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଗତ ଦିନର ଉତ୍କର୍ଷକୁ ମନେ ପକାଇ ପୁରୀକୁ ଆଗାମୀ ଶହ ଶହ ବର୍ଷ ପାଇଁ ଓଡ଼ିଆ ସମୃଦ୍ଧିର ପରିଚୟ ଭାବେ ନବ ନିର୍ମାଣ କରିବାକୁ ଆଗେଇ ଆସିଛନ୍ତି ସେ ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟର ପେଜ୍ରେ ପୋଷ୍ଟ ହୋଇଥିବା ଏକ ସନ୍ଦେଶଭରା ଭିଡିଓ ସୋସିଆଲ୍ ମିଡିଆରେ ଭିନ୍ନ ଏକ ଆବେଗ ସୃଷ୍ଟି କରିଛି ।
ହେଲେ ବାସ୍ତବରେ କିନ୍ତୁ ବଡ଼ଦାଣ୍ଡ ଦିନକୁ ଦିନ ସଂକୁଚିତ ହୋଇଯାଉଥିଲା । ବଡ଼ ଦେଉଳର ଚାରିପାଖ ଜବରଦଖଲ ଯୋଗୁଁ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ହାନି ହେଉଥିଲା । ସବୁ କିଛି ଶୃଙ୍ଖଳିତ କରିବାକୁ ମୁଖ୍ୟମନ୍ତ୍ରୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପୁରୀ ସହରର ନବକଳେବର ପାଇଁ ମୁଖ୍ୟମନ୍ତ୍ରୀ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପରିଧି ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ପରେ ଥଇଥାନ ଓ ବିକାଶମୂଳକ କାର୍ଯ୍ୟ ପାଇଁ ତୁରନ୍ତ ୫ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ବଡ଼ଠାକୁରଙ୍କ ନବକଳେବର ପାରମ୍ପରିକ ରୀତିନୀତି ଅନୁଯାୟୀ ହେଉଥିବା ବେଳେ ନବୀନ ପଟ୍ଟନାୟକ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ପୁରୀ ସହରର ନବକଳେବର ପାଇଁ ଏକ ମନେ ରଖିବା ଭଳି ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟପଟେ ଭୁବନେଶ୍ୱରରେ ଦ୍ୱିତୀୟ ଦିନରେ ପଟିଆ, ନାଲକୋ, ଜୟଦେବ ବିହାର, କଳ୍ପନା ସମେତ ୨୭ଟି ଛକରେ ଜୋରଦାର ଚେକିଂ କରିଛି ପୋଲିସ । ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଜାତୀୟ ରାଜପଥ ଓ ସହର ଭିତରେ ଗାଡି ସ୍ପିଡ ଲିମିଟ୍ କରିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଦେଇ ଯାଉଥିବା ଜାତୀୟ ରାଜପଥରେ ଗାଡିର ବେଗ ୭୦ କିଲୋମିଟର ଓ ସହର ଭିତରେ ଗାଡିର ବେଗ ୫୦ କିଲୋମିଟର ଘଣ୍ଟା ପ୍ରତି ରହିବ । ଅନ୍ୟପଟେ ମେଡିକାଲ ଓ ଶିକ୍ଷାନୁଷ୍ଠାନ ଅଞ୍ଚଳରେ ସ୍ପିଡ ଲିମିଟ୍ ୨୦ରୁ ୩୦ କିଲୋମିଟର ରହିବ । ଏହାକୁ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଟ୍ରାଫିକ ଡିସିପି ।
