spot_img
Home Blog Page 7618

ବକ୍ସ ଅଫିସରେ କମାଲ ଦେଖାଇଛନ୍ତି ଏହି ୭ଟି ଫିଲ୍ମ

ବଲିଓଡ ଜଗତ ପାଇଁ ୨୦୧୯ ବହୁତ ଲାଭଦାୟକ ରହିଛି । କାରଣ ଏହି ବର୍ଷ ବଲିଓଡ ଦେଇଛି ବକ୍ସ ଅଫିସ୍‌କୁ ଭିନ୍ନ ଭିନ୍ନ ଟେଷ୍ଟର ଫିଲ୍ମ । ପ୍ରତି ବର୍ଷ ଠାରୁ ୨୦୧୯ରେ ପ୍ରତ୍ୟକଟି ଫିଲ୍ମ ୧୦୦ କୋଟିରୁ ଅଧିକ କଲେକ୍ସନ କରିଛି । ଖାଲି ସେତିକି ନୁହେଁ ଏମିତି କିଛି ଫିଲ୍ମି ଅଛି ଯାହା ୨୦୦ ଏବଂ ୩୦୦ କୋଟି ପାର କରିଛି ।  ଲାଭ ପାଇଥିବା ଫିଲ୍ମ ଗୁଡ଼ିକରେ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇନାହିଁ । ଏସବୁ କହିବାର କାରଣ ହେଉଛି ଯେ ବର୍ଷ ସରି ଆସୁଛି, ଏବଂ ଜାଣନ୍ତୁ ବର୍ଷଶେଷ ବେଳକୁ କେଉଁ  ଫିଲ୍ମ କେତେ ଇନକମ୍ କରିଛି ।

ବକ୍ସ ଅଫିସ୍‌ରେ କମାଲ କରିଥିଲା ଫିଲ୍ମ ଓ୍ୱାର । ଯେଉଁଥିରେ ହ୍ରିତିକ୍‌ ରୋଷନ ଏବଂ ଟାଇଗର ସ୍ରଫଙ୍କ ଯୋଡ଼ି ଧମାଲ ମଚାଇଥିଲା । କହିବାକୁଗଲେ ଓ୍ୱାର୍‌ ୨୦୧୯ ବର୍ଷର ସବୁଠାରୁ ଅଧିକ ଲାଭ କରିଥିବା ଫିଲ୍ମ । ଚଳିତ ବର୍ଷ ୪୭୪.୭୯ କୋଟି ଟଙ୍କାର କଲେକ୍ସନ କରିଛି ଏହି ଫିଲ୍ମ ।

ସେହିପରି କବିର ସିଂହ ଫିଲ୍ମ ଭଲ କାହାଣୀ ଏବଂ ଶାହିଦ କପୁରଙ୍କର ଭଲ ଆକ୍ଟିଂ‌ ପାଇଁ ବକ୍ସ ଅଫିସରେ ଧମାଲ ମଚାଇଥିଲା । ଏହି ଫିଲ୍ମଟି ଯୁବପିଡ଼ିଙ୍କୁ ବେସ ଆକୃଷ୍ଟ କରିପାରିଥିଲା । କବିର ସିଂହ ବକ୍ସ ଅଫିସକୁ ୩୭୯.୦୨ କୋଟି ଟଙ୍କାର ଲାଭ ଦେଇଛି । ଯାହା ପାଇଁ ଦ୍ୱିତୀୟ ସ୍ଥାନରେ ରହିଛି କବିର ସିଂହ ।

ବର୍ଷର ଆରମ୍ଭରୁ ଆସିଥିବା ଫିଲ୍ମ ଉରି ପ୍ରଥମେ ବକ୍ସ ଅଫିସକୁ ଦେଇଛି ୩୪୨କୋଟିର ଲାଭ । ଯେଉଁଥିପାଇଁ ତୃତୀୟ ସ୍ଥାନରେ ରହିଛି ।  ଏହି ଫିଲ୍ମଟି ପ୍ରଥମରୁ ଭଲ କଲେକ୍ସନ ଆରମ୍ଭ କରିଥିବାରୁ ବକ୍ସ ଅଫିସରେ ବର୍ଷ ସାରା ଭଲ ଲାଭ ହୋଇଥିବା କୁହାଯାଉଛି । ଏହି ଫିଲ୍ମିଟି ଦେଶ ଭକ୍ତି ଉପରେ ହୋଇଥିବାରୁ ଦର୍ଶକଙ୍କୁ ବେସ ଆକୃଷ୍ଟ କରିପାରିଛି  ।

୨୦୧୯ ରେ ସଲମାନ ଖାନଙ୍କର ଚଳଚିତ୍ର ଭାରତ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରିଛି । ପାକିସ୍ତାନ ଏବଂ ଭାରତର କାହାଣୀକୁ ନେଇ ହୋଇଥିବା ଏହି ଫିଲ୍ମକୁ ବେଶ ଗ୍ରହଣ କରିପାରିଛନ୍ତି ଦର୍ଶକ । ଭାରତ ଫିଲ୍ମ ବକ୍ସ ଅଫିସକୁ ୩୨୫ କୋଟିର ଲାଭ ଦେଇ ଚତୁର୍ଥ ସ୍ଥାନରେ ରହିଛି ।

ଚଳିତ ବର୍ଷ  ଅକ୍ଷୟ କୁମାରଙ୍କ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି । ଚଳିତ ବର୍ଷ ଅକ୍ଷୟ କୁମାର ଦେଇଛନ୍ତି ୩ ଟି ପଛକୁ ପଛ ଲାଭ ଦାୟକ ଫିଲ୍ମ । ଅକ୍ଷୟ କୁମାରଙ୍କର ହାଉସଫୁଲ-୪ ଦେଇଛି ୨୮୧ କୋଟି, କେଶରିଆ ଦେଇଛି ୨୦୭ କୋଟି ଏବଂ ମିଶନ୍ ମଙ୍ଗଲ ଫିଲ୍ମ ଦେଇଛି ୧୯୩ କୋଟିର ଲାଭ ।

ଏହିସବୁ ଫିଲ୍ମର ଲିଷ୍ଟରେ ବର୍ଷ ଶେଷରେ କିଛି ବଦଳି ମଧ୍ୟ ହୋଇପାରେ । କାରଣ ଡିସେମ୍ବର ଶେଷ ସୁଦ୍ଧା ସଲମାନ ଖାନଙ୍କର ଦବଙ୍ଗ-୩ ଏବଂ ଅକ୍ଷୟ କୁମାରଙ୍କର ଫିଲ୍ମ ଗୁଡ଼ ନ୍ୟୁଜ ରିଲିଜ ହେବାକୁ ଯାଉଛି ।

 

ପୁରୀରେ ଗଣଦୁଷ୍କର୍ମ ଘଟଣାରେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ପ୍ରେସମିଟ୍, କହିଲେ ଫାଷ୍ଟ ଟ୍ରାକ୍ କୋର୍ଟରେ ବିଚାର ପାଇଁ ହେବ ଆବେଦନ

ପୁରୀ : ପୁରୀରେ ଗଣଦୁଷ୍କର୍ମ ଘଟଣାରେ ୨୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବ ପୋଲିସ । ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ପାଇଁ ଆବେଦନ କରାଯିବ । ଆବଶ୍ୟକ ହେଲେ ସ୍ୱତନ୍ତ୍ର ପିପି ନିଯୁକ୍ତ କରାଯିବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ। ପୀଡିତାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ଏ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଜୀତେନ୍ଦ୍ର ସେଠୀ ସମେତ ରାଜେଶ କୁମାର ସେଠୀଙ୍କୁ ଗିରଫ କରାଯାଇଛି । ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ସହ ଚାରୋଟି ପୋଲିସ୍ ଟିମ ଗଠନ କରାଯାଇଛି । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କାଉନସେଲିଂ କରୁଥିବା ଡିଆଇଜି କହିଛନ୍ତି ।

ଏ ଘଟଣାର ମୁଖ୍ୟ ଅଭିଯୁକ୍ତ ଜୀତେନ୍ଦ୍ର ସେଠୀ ବହିସ୍କାର ସତ୍ୱେ ପୋଲିସ ପରିଚୟପତ୍ର ରଖିଥିବାରୁ ତାଙ୍କ ନାଁରେ ଅନ୍ୟଏକ ମାମଲା ରୁଜୁ କରାଯାଇଛି । ତିନି ଦିତ ତଳେ କାକଟପୁର ଯିବାକୁ ନିମାପଡ଼ା ଛକରେ ଅପେକ୍ଷା କରିଥିବା ଜଣେ ଯୁବତୀଙ୍କୁ ପୁରୀନେଇ ଦୁଷ୍କର୍ମ କରାଯାଇଥିବା ସେ ଗତକାଲି କୁମ୍ଭାରପଡ଼ାଥାନାରେ ଏତଲାରେ ଉଲ୍ଲେଖ କରିଥିଲେ । ଏହାପରେ ପୁରୀ ପୋଲିସ ଘଟଣାକୁ ନେଇ ଜୋରଦାର ତନାଘନା ଚଳାଇଛି ।

https://nandighoshatv.comsuspended-constable-detained-over-rape-allegation/

୧୭୦ କୋଟିର ରାଜନୈତିକ ଚାନ୍ଦା ପାଇଁ କଂଗ୍ରେସକୁ ନୋଟିସ୍

ନୂଆଦିଲ୍ଲୀ: ଆୟକର ସ୍କାନରରେ କଂଗ୍ରେସ । ହୱାଲା ମନି ଟ୍ରାନ୍ସଫର ନେଇ କଂଗ୍ରେସକୁ ଆୟକର ବିଭାଗ ନୋଟିସ୍ ଜାରି କରିଛି । ସୂଚନା ମୁତବାକ ହାଇଦ୍ରାବାଦର ଏକ ଇନଫ୍ରାଷ୍ଟ୍ରକଚର କମ୍ପାନୀ କଂଗ୍ରେସକୁ ୧୭୦ କୋଟି ଟଙ୍କା ଦେଇଥିଲା । ଏହି କାରବାର ହୱାଲା ଜରିଆରେ ହୋଇଥିବା ଜାଣିବାକୁ ପାଇଥିଲା ଆୟକର ବିଭାଗ ।ଏହି ମାମଲାରେ ଆୟକର ବିଭାଗର ନଭେମ୍ବର ୪ରେ କଂଗ୍ରେସ କାର୍ଯ୍ୟାଳୟର ୪ ଜଣ ନେତାଙ୍କୁ ସମନ ଜାରି କରିଥିଲା । କିନ୍ତୁ, ସମନ ପରେ ବି କଂଗ୍ରେସ ନେତା ଆୟକର ଅଫିସରେ ହାଜର ହୋଇ ନଥିଲେ । ଫଳରେ ଆୟକର ବିଭାଗ ପକ୍ଷରୁ କଂଗ୍ରେସକୁ ନୋଟିସ୍ ଜାରି କରାଯାଇଛି । ରାଜନୈତିକ ଚାନ୍ଦା ବାବଦରେ କଂଗ୍ରେସ ଏତେ ବଡ଼ ଅର୍ଥ ପାଇଥିଲେ ବି କୌଣସି ଦସ୍ତାବିଜ୍ ଆୟକର ବିଭାଗ ନିକଟରେ ଉପସ୍ଥାପନ କରିପାରି ନାହିଁ ।

କ୍ରିକେଟର ମିତାଲି ରାଜଙ୍କ ବାୟୋପିକରେ ନଜର ଆସିବେ ତାପସୀ ପନ୍ନୋ

ମୁମ୍ବାଇ : ଭାରତୀୟ ମହିଳା କ୍ରିକେଟ ଦଳର ଅନ୍ୟତମ ଚର୍ଚ୍ଚିତ ଖେଳାଳି ତଥା ଓ୍ୱିକେଟ୍ କିପର ମିତାଲି ରାଜଙ୍କ ଜୀବନୀ ଉପରେ ନିର୍ମାଣ କରାଯିବ ଫିଲ୍ମ । ଭାୟକମ୍ ୧୮ ମୋସନ୍ ପିକଚର୍ ପ୍ରସ୍ତୁତ କରୁଥିବା ଏହି ବାୟୋପିକର ନାଁ ରଖାଯାଇଛି ସାବାସ୍ ମିଠୁ ।

ଭର୍ସାଟାଇଲ୍ ଅଭିନେତ୍ରୀ ତାପସୀ ପନ୍ନୋ ମିତାଲୀଙ୍କ ଚରିଚ୍ରରେ ଫିଲ୍ମରେ ନଜରକୁ ଆସିବେ । ରଇଜ୍ ନିର୍ଦ୍ଦେଶକ ରାହୁଲ ଢୋଲକିଆ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ତାପସୀଙ୍କୁ ଏଥିରେ ଚୂଡାନ୍ତ କରାଯାଇଥିବା ଏବେ ସୂଚନା ମିଳିଛି ।

ଆଜି ମିତାଲି ରାଜଙ୍କ ଜନ୍ମଦିନ ଅବସରରେ କେକ୍ କାଟି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତାପସୀ । ନିଜ ଇନଷ୍ଟା ପୋଷ୍ଟରେ ଫିଲ୍ମ ସଂପର୍କରେ ଉଲ୍ଲେଖ କରିଛନ୍ତି । ଦୀର୍ଘ ଦିନରୁ ଜଣେ ସ୍ପୋର୍ଟ ପର୍ସନାଲିଟିଙ୍କ ଉପରେ ବାୟୋପିକ୍ ନିର୍ମାଣ କରିବାକୁ ତାପସୀ ଆଗ୍ରହୀ ଥିବା ଉଲ୍ଲେଖ କରିଥିଲେ । ଏବେ ତାଙ୍କୁ ହାତରେ ଗ୍ଲୋବ୍ସ ପିନ୍ଧିଥିବା ଦେଖିବାକୁ ମିଳିବ ।

ଧାର ଟଙ୍କା ଫେରସ୍ତ ମାଗିବାରୁ ବିଧବାଙ୍କୁ ଜୀଅନ୍ତା ଜାଳିଦେଲେ

ମହାକାଳପଡ଼ା: ଟଙ୍କା ଧାର ଦେଇଥିଲେ, ମାଗିବାରୁ ବିଧବା ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ। ଏଭଳି ଅମାନବୀୟ ଆଉ ହୃଦୟ ବିଦାରକ ଘଟଣା ଘଟିଛି ମାର୍ଶାଘାଇ ଥାନା ତିଖିରି ପଞ୍ଚାୟତ ଧନିଆପଡ଼ା ଗାଁରେ ।

ଧନିଆପଡ଼ା ଗାଁର ସୁଭଦ୍ରା ବେହେରାଙ୍କ ଠାରୁ ୫୦ ହଜାର ଟଙ୍କା ଧାର ନେଇଥିଲେ ସେହି ଗାଁର ବିଶ୍ୱଜିତ୍ ସ୍ୱାଇଁ । ଟଙ୍କା ଧାର ନେବା ପରେ ଏକ ମାସ ହେଲା ଯୁବକ ଜଣଙ୍କ ଗାଁରେ ରହୁ ନଥିଲେ । ସେ ଗାଁକୁ ଆସିଥିବା ଜାଣିବା ପରେ ରାତିରେ ସୁଭଦ୍ରା ତାଙ୍କ ଘରକୁ ଯାଇ ଟଙ୍କା ମାଗିଥିଲେ । ସ୍ୱାମୀଙ୍କୁ ହରାଇବା ପରେ ସୁଭଦ୍ରା ବହୁ କଷ୍ଟରେ ସେ ଯାହା କିଛି ଉପାର୍ଜନ କରିଥିଲେ ତାକୁ ବିଶ୍ୱଜିତ୍ ତାଙ୍କ ପାଖରୁ କୌଶଳକ୍ରମେ ନେଇଯାଇଥିଲେ ।କଷ୍ଟ ଉପାର୍ଜିତ ଧନକୁ ଫେରାଇ ଦେବାକୁ ସୁଭଦ୍ରା ବିଶ୍ୱଜିତ୍‌ଙ୍କୁ କହିଥିଲେ । ହେଲେ, ଧାର ଫେରସ୍ତ କରିବା ପରିବର୍ତ୍ତେ ହିଂସ୍ର ହୋଇ ଉଠିଥିଲେ ବିଶ୍ୱଜିତ ଆଉ ତାଙ୍କ ପରିବାର । ସୁଭଦ୍ରାଙ୍କୁ ଗାଁ ଦାଣ୍ଡରେ କିରାସିନି ଢାଳି ଜିଅନ୍ତା ଜାଳି ଦେଇଥିଲେ । ମରିଗଲି… ମରିଗଲି… ଚିତ୍କାର କରିଥିଲେ ସୁଭଦ୍ରା । ଚିତ୍କାର ଶୁଣି ଗାଁ ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସୁଭଦ୍ରାଙ୍କର ୧୨ ବର୍ଷର ପୁଅଟିଏ ଅଛି । ମା’କୁ ହରାଇବା ପରେ ସେ ଅନାଥ ହୋଇଯାଇଛି ।ଘଟଣା ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି ମୃତ ସୁଭଦ୍ରାଙ୍କ ଭାଇ କିଶୋର ବେହେରା । ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ବିଶ୍ୱଜିତ୍ ଫେରାର୍ ହୋଇଯାଇଛି ।