spot_img
Home Blog Page 7634

ବିରାଶାଳ ଏୟାରଷ୍ଟ୍ରିପରୁ ଉଡ଼ିଲା ପ୍ରଶିକ୍ଷଣ ବିମାନ, ଦେଖିବାକୁ ଲୋକଙ୍କ ଭିଡ଼

0

ଢେଙ୍କାନାଳ: ଉଡ଼ିଲା ପ୍ରଶିକ୍ଷଣ ବିମାନ । ଗୋଟିଏ ପରେ ଗୋଟିଏ କରି ୩ଟି ପ୍ରଷଶିକ୍ଷଣ ବିମାନ କଙ୍କଡ଼ାହାଡ଼ ବିରାଶାଳ ଏୟାରଷ୍ଟ୍ରିପରୁ ଉଡ଼ାଣ ଭରିଛି । ୪ ସିଟ୍‌ ବିଶିଷ୍ଟ ଦୁଇଟି ଏବଂ ୨ ସିଟ୍‌ ଥିବା ଗୋଟିଏ ବିମାନ ଉଡ଼ିଛି । ପ୍ରଥମ ବ୍ୟାଚରେ ୧୫ ଜଣ ଛାତ୍ରଛାତ୍ରୀ ପାଇଲଟ୍ ପ୍ରଶିକ୍ଷଣରେ ଯୋଗ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପାଇଲଟ୍ ପ୍ରଶିକ୍ଷଣ କେନ୍ଦ୍ର ଭାବେ ଏହା ନିର୍ମାଣ କରାଯାଇଛି । ୫୭ ଏକରରେ ଥିବା ଏହି ଏୟାରଷ୍ଟ୍ରିପର ଉନ୍ନତିକରଣରେ ଖର୍ଚ୍ଚ ହୋଇଛି ୯ କୋଟି ୧୮ ଲକ୍ଷ ଟଙ୍କା ହୋଇଛି ।

୧୨ ଶହ ମିଟର ଲମ୍ବ ବିରାଶାଳ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିଛି ବିମାନ । ଜିଲ୍ଲାର ଏକମାତ୍ର  ତାଲିମ କେନ୍ଦ୍ରରେ ବିମାନ ଉଡ଼ାଣ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । ଜିଏଟିଆର ନିର୍ଦ୍ଦେଶକ ଓ.ପି ସୁରୀ ଏହାର ନେତୃତ୍ୱ ନେଉଥିବା ବେଳେ ମୁଖ୍ୟ ଉପଦେଷ୍ଟା ଭାବେ ତାଲିମ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ରାଜ କୁମାର ମିଶ୍ର ।

ଗତ ମେ ୧୪ ତାରିଖରେ ବିରାଶାଳ ଏୟାରଷ୍ଟ୍ରିପକୁ ପାଇଲଟ୍ ଟ୍ରେନିଂ ସେଣ୍ଟର ଭାବ ବ୍ୟବହାର ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିଥିଲା ।

ଘରୁ ଡାକିନେଇ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଥାନାରେ ଅଟକ

0

ବାଲିଗୁଡ଼ା: କନ୍ଧମାଳରେ ପୁଣି ଲଜ୍ୟା । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଗତକାଲି ରାତିରେ ତୁମୁଡ଼ିବନ୍ଧ ରାମପୁର ଛକରେ ନବମ ଶ୍ରେଣୀ ଛାତ୍ରୀକୁ ପଡ଼ୋଶୀ ବ୍ୟକ୍ତି ଦୁଷ୍କର୍ମ କରିଥିବା ପିଡିତାଙ୍କ ପରିବାର ପକ୍ଷରୁ ତୁମୁଡ଼ିବନ୍ଧ ଥାନାରେ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟାରୁ ୧୦ଟା ସମୟରେ ପିଡ଼ିତା ଘରବାରଣ୍ଡାରେ ଏକୁଟିଆ ବସିଥିଲେ । ଏହା ଦେଖି ପଡ଼ୋଶୀ ଶମ୍ଭୁ ମହାରଣା ନାମକ ଜଣେ ବ୍ୟକ୍ତି ପିଡ଼ିତାକୁ ଅନ୍ୟତ୍ର ଏକ ସ୍ଥାନକୁ ଡାକି ନେଇଥିଲା । ଆଉ ସେଠାରେ ଦୁଷ୍କର୍ମ କରିଥିଲା । ପିଡ଼ିତାଙ୍କ ପାଟିଶୁଣି ତାଙ୍କ ମା’ ଘରୁ ବାହାରି ଆସି ପିଡ଼ିତାଙ୍କୁ ଉଦ୍ଧାର କରିଥିଲେ ।

ପରେ ଏନେଇ ତମୁଡ଼ିବନ୍ଧ ଥାନାରେ ପିଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ଅଭିଯୁକ୍ତକୁ ପୋଲିସ ଥାନାରେ ଅଟକରଖି ତଦନ୍ତ ଆରମ୍ଭ କରିଛି ।

କେକ୍‌ କାହିଁକି ଅଇଁଠା କଲୁ…? ବାସ ଏତିକି, ତାପରେ ହେଲା ଏମିତି କିଛି

0

ରାଉରକେଲା: ଜନ୍ମଦିନରେ କେକ୍‌ ଆସିଥିଲା । ସମସ୍ତେ ଖୁସିଥିଲେ ଝିଅର ଜନ୍ମଦିନ ନେଇ । କିନ୍ତୁ ଜନ୍ମଦିନରେ ଏମିତି କିଛି ହେଲା  ଯେ ସମସ୍ତଙ୍କର ନିଦ ହଜାଇ ଦେଲା ।

କେକ୍‌ କାହିଁକି ଅଇଁଠା କଲୁ… ? ମା’ର ଏଇ ଟିକକ ରାଗ ପାଇଁ ଓଢ଼ଣୀ ଦେଇ ଜୀବନ ହାରିଲା କୁନି ଝିଅ । ଜନ୍ମଦିନ ପାଳନ ପୂର୍ବରୁ ଝିଅ ଚାଳିଗଲା ଆରପାରିକୁ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାଉରକେଲା ସହରର ବନ୍ଧମୁଣ୍ଡା  ସି ସେକ୍ଟର ଅଞ୍ଚଳରେ । ଛାତ୍ରୀ ଜଣକ ସପ୍ତମ ଶ୍ରେଣୀରେ ପାଠ ପଢ଼ନ୍ତି ।

ସୂଚନା ଅନୁଯାୟୀ, ଜନ୍ମଦିନରେ କେକ୍‌ ଆସିଥିଲା କଟାହେବା ପାଇଁ । ଝିଅ ଜନ୍ମଦିନ ଖୁସିରେ ସ୍କୁଲରୁ ଆସି କେକ୍‌ଟିରୁ ଟିକେ ଖାଇ ଦେଇଥିଲେ । ଯାହାକୁ ନେଇ ଝିଅର ମା’ କାହିଁକି ଅଇଁଠା କଲୁ କହି ଝିଅ ଉପରେ ବିରକ୍ତ ହୋଇଥିଲେ । ଆଉ କହିଲେ ଯେ ଅଇଁଠା କାହିଁକି କଲୁ କେକ୍‌ କଟା ହେବ ନାହିଁ । ଏତିକି କହି ମାଆ ତାଙ୍କ କାମ କରିବା ସମୟରେ ଝିଅ ନିଜ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏନେଇ ବନ୍ଧମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଅନ୍ୟପକ୍ଷରେ ଶବକୁ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲର ମର୍ଗ ହାଉସରେ ରଖାଯାଇଛି । ଘଟଣାସ୍ଥଳରେ ବନ୍ଧମୁଣ୍ଡା ଥାନା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।

ପଲିଥିନରୁ ମିଳିଲା ନର କଙ୍କାଳ: ପୋଲିସର ତନାଘନା ଜାରି

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଜଲ୍ୟ । ପଲିଥିନରୁ ମିଳିଲା ମଣିଷ କଙ୍କାଳ । ନୟାପଲ୍ଲୀ ଆଇଆରସି ଭିଲେଜ ସରକାରୀ ସ୍କୁଲ ପଡିଆରେ ପଡିଛି ଏହି କଙ୍କାଳ ।

ତେବେ ଏହା ୩ଟି ନର କଙ୍କାଳ ହୋଇଥିବା ସୂଚନା ମିଳିଛି । ହାଡ଼ ଗୁଡ଼ିକରେ ନମ୍ବର ଲେଖା ହୋଇଛି । ମେଡିକାଲ ଛାତ୍ରଛାତ୍ରୀଙ୍କ ରିସର୍ଚ୍ଚ ପରେ ଏସବୁକୁ ଫୋପଡ଼ା ଯାଇଥିବା ସନ୍ଦେହ କରାଯାଉଛି।

ଖବର ପାଇ ଘଟଣା ସ୍ଥଳରେ ନୟାପଲ୍ଲୀ ଥାନା ପୋଲିସର ପହଁଞ୍ଚି ତନାଘନା ଆରମ୍ଭ କରିଛି ।

ଫସିଲେ ପୋଲିସ ଏଏସ୍ଆ‌ଇ ବାବୁ: ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

ଜୟପୁର: ଖାକିରେ ଲାଗିଲା ଦାଗ । ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ଏଏସ୍ଆ‌ଇ। ଗତକାଲି ରାତିରେ ଜୟପୁର ଭିଜିଲାନ୍ସ ଟିମ୍ ଏଏସ୍ଆ‌ଇ ଶରତ କୁମାର ସାହୁଙ୍କୁ ଗିରଫ କରିଛି  ।

କୋରାପୁଟ ଜିଲ୍ଲା କୋଟପାଡ଼ରେ ଏଭଳି ଘଟଣା ସାମନାକୁ ଆସିଛି । ସ୍ଥାନୀୟ ବେଲମା ସାହିର ପ୍ରଶାନ୍ତ ବିଶ୍ୱାଳ ନିଜ ଜମି ଡିମାର୍କେସନ୍‌ ପାଇଁ ତହସିଲରେ ଆବେଦନ କରିଥିଲେ । ଏଥିରେ ପୋଲିସ ଉପସ୍ଥିତ ରହିବା ପାଇଁ କହିଥିଲେ । ଏନେଇ ପ୍ରଶାନ୍ତଙ୍କୁ ୭ହଜାର ଟଙ୍କା ଲାଞ୍ଚ ମାଗିଥିଲେ କୋଟପାଡ ଏଏସଆଇ ଶରତ କୁମାର ସାହୁ । ପ୍ରଶାନ୍ତ ଟଙ୍କା ଦେବାବେଳେ ଭିଜିଲାନ୍ସ ସେହି ସମୟରେ ଘଟଣା ସ୍ଥଳରେ ପହଞ୍ଚିଥିଲା । ତେବେ ଭିଜିଲାନ୍‌ସ ଟଙ୍କା ଜବତ କରିବା ସହ ଅଭିଯ଼ୁକ୍ତଙ୍କୁ ଗିରଫ କରିଛି ।