spot_img
Home Blog Page 772

ଆଜି ପବିତ୍ର ନୃସିଂହ ଚତୁର୍ଥୀ, ରଥ ପାଇଁ ଅନୁକୂଳ ହେବ ଯନ୍ତାଗାଢ଼

ପୁରୀ: ଆଜି ପବିତ୍ର ନୃସିଂହ ଚତୁର୍ଥୀ । ରଥ ପାଇଁ ଅନୁକୂଳ ହେବ ଯନ୍ତାଗାଢ଼ । ସେହିପରି ଆଜି ମଧ୍ୟ ରୂପକାର ସେବକ ମାନେ କୋଣ ଗୁଜ ଅନୁକୂଳ କରିବେ। ମହାପ୍ରଭୁଙ୍କ ଯାତ ଭୋଗ ସରିବା ପରେ ତୁଳସୀ ମାଳ ଓ ଫଳକ ଅନାବରଣ କରି ରୂପକାର ସେବକମାନେ ଗୁଜ ଅନୁକୂଳ କରିବେ l ରୂପକାର ସେବକମାନେ ଧଉରା ଓ ଅସନ କାଠରେ ଗୁଜ ନିର୍ମାଣର ଶୁଭାରମ୍ଭ କରିବେ l ଭୋଇ ସେବକମାନେ ୧୨ ଫୁଟିଆ କାଠ ଆଣି ରଥ ଖଳାରେ ରଖିବା ପରେ ବିଶ୍ୱକର୍ମା ମହାରଣା ମାନେ ଚୌପଟ କରି ରୂପକାର ସେବକଙ୍କୁ ଯୋଗାଇବେ l ଗୁଜଜଳ ଯନ୍ତ୍ର ଓ ଗୁଡୁକା ଆଦି ତିଆରି ହେବା ପରେ ରୂପକାର ମାନେ ଗୁଜରେ ନୃସିଂହଙ୍କ ମୂର୍ତ୍ତି ନିର୍ମାଣ ଆରମ୍ଭ କରିବାର ଵିଧି ରହିଛି l ବିଧିବଦ୍ଧ ଭାବେ ରୂପକାର ସେବକମାନେ ରଥ ଖଳାରେ ଯୋଗଦେବେ । ରୂପକାର ସେବକମାନେ କୋଣ ଗୁଜରେ ନର ବିରାଳ, ସିଂହ ବିରାଳ, ହସ୍ତୀ ବିରାଳ ଖୋଦେଇ କରିବେ । ୩ ରଥର କୋଣ ଗୁଜ, ପଟ୍ଟ ଗୁଜ, ଖମ୍ବି, ନାଟଗୋଡ, ତାରି ପରିଚ୍ଛା, ସିଂହାସନ, ପ୍ରଭା ଓ ମୁହାଁଟରେ ଖୋଦେଇ କରିରେ ରୂପକାର ।….

ଅସ୍ତ୍ର ବିରତି ଘୋଷଣାକୁ କାହିଁକି ମାନୁନି ପାକିସ୍ତାନ ସେନା?

ନନ୍ଦିଘୋଷ ବ୍ୟୁରୋ: ପୁଣି ପାକିସ୍ତାନ ତାର ପ୍ରକୃତ ରଙ୍ଗ ଦେଖେଇଛି । ଅସ୍ତ୍ର ବିରତି ଘୋଷଣା ହେବାର ମାତ୍ର ୩ ଘଣ୍ଟା ପରେ ପାକିସ୍ତାନ ସେନା ଜାମ୍ମୁ କାଶ୍ମୀର, ରାଜସ୍ଥାନ ଏବଂ ଗୁଜୁରାଟର ସୀମାବର୍ତ୍ତି ଅଞ୍ଚଳରେ ଗୁଳିଚାଳନା ଆରମ୍ଭ କରିଦେଇଥିଲା । ଶ୍ରୀ ନଗର ସେନା ମୁଖ୍ୟାଳୟ ନିକଟରେ ଭାରତୀୟ ସୁରକ୍ଷା ବାହିନୀ ୪ଟି ଡ୍ରୋନକୁ ଗୁଳି କରି ଖସାଇ ଦେଇଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ଅସ୍ତ୍ର ବିରତି ଘୋଷଣା ସତ୍ତ୍ବେ ପାକିସ୍ତାନ ସେନା କାହିଁକି କଥା ମାନୁନି । ପାକିସ୍ତାନୀ ସେନାର ମୌଳବାଦୀ ଗୋଷ୍ଠୀ ଏହାର ରାଜନୈତିକ ନେତୃତ୍ବ ବିରୁଦ୍ଧରେ ବିଦ୍ରୋହ କରିବାକୁ ଯାଉଥିବାର ସୂଚନା ମିଳିଛି । ପାକିସ୍ତାନର ସାମରିକ ନେତୃତ୍ବ ତାଙ୍କ ରାଜନୈତିକ ନେତୃତ୍ବ ଦ୍ବାରା ହୋଇଥିବା ଚୁକ୍ତିକୁ ଗ୍ରହଣ କରିବାକୁ ମନା କରୁଛି ।

 

୪ ଘଣ୍ଟା ବି ରହି ପାରିଲାନି ପାକିସ୍ତାନ: ଅସ୍ତ୍ରବିରତି ଉଲ୍ଲଂଘନ, ସୀମାରେ ଗୁଳିମାଡ଼ ଓ ଡ୍ରୋନ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ଅସ୍ତ୍ରବିରତି ଘୋଷଣାର ମାତ୍ର ୪ ଘଣ୍ଟା ମଧ୍ୟରେ ପୁଣି ନିଜ ଔକାତ ଦେଖାଇଲା ପାକିସ୍ତାନ । ସୀମାରେ କଲା ଅସ୍ତ୍ରବିରିତି ଉଲ୍ଲଂଘନ । ଜମ୍ମୁ ଓ କାଶ୍ମୀର ସୀମାରେ ପାକିସ୍ତାନ ପୁଣି ଥରେ ଗୁଳି ମାଡ଼ କରି ଭାରତକୁ ଉସକାଇଛି । ପାକିସ୍ତାନ ସୀମାର ଏକାଧିକ ସ୍ଥାନରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଲିମାଡ଼ କରିଛି । ଏପଟେ କାଶ୍ମୀରର ବାରାମୁଲାରେ ଏକ ସନ୍ଦଗ୍ଧ ଡ୍ରୋନ ବିସ୍ଫୋରଣର ବି ଶବ୍ଦ ଶୁଣିବାକୁ ମିଳିଛି ।

ସୂଚନା ଅନୁସାରେ, ଅନସାର, ଅଖନୁର, ରଜୌରୀ ଔ ଆଣଏସପୁରା ସୀମାରେ ପାକିସ୍ତାନ ପକ୍ଷରୁ ଗୁଳି ମାଡ଼ କରାଯାଇଛି । ବାରାମୁଲାରେ ଏକ ଡ୍ରୋନରୁ ଆକ୍ରମଣ କରାଯାଇଛି । ଜମ୍ମୁର ପହଲଗାଓଁ ସେକ୍ଟରରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏପଟେ ଭାରତୀୟ ସେନାକୁ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅସ୍ତ୍ରବିରତି ପାଇଁ ଆମେରିକା ପାଖରେ କାନ୍ଦି କାନ୍ଦି ପାକିସ୍ତାନ ଏଇ ଅଧିକାରୀ କହିଲେ, ବର୍ବାଦ ହୋଇଯିବୁ ଆମକୁ ବଞ୍ଚାଅ

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଲାଗୁ । ଆଜି ଅପରାହ୍ନ ୫ଟାରୁ ଲାଗୁ ହୋଇଛି ଅସ୍ତ୍ରବିରତି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହାକୁ ଲାଗୁ କରାଯାଇଛି । ଖବର ଅନୁସାରେ ଏହି ଅସ୍ତ୍ରବିରତି ଆମେରିକା ପାଖରେ ଜଣେ ପାକିସ୍ତାନୀ ଅଧିକାରୀ କାନ୍ଦି ଥିଲେ । ଏପରିକି, ଆମକୁ ବଞ୍ଚାଇ ଦିଅ, ନହେଲେ ଭାରତ ଆମକୁ ଶେଷ କରି ଦେବ ବୋଲି କହିଥିଲେ । ସୂଚନା ଅନୁସାରେ ଆମେରିକାକୁ ଫୋନ ଲଗାଇ ଥିବା ଏହି ପାକିସ୍ତାନୀ ଜଣଙ୍କ ହେଲେ ଡିଜିଏମଓ । ଏହି ଫୋନ କଲ୍ ପରେ ଅସ୍ତ୍ରବିରତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆମେରିକାର ଅଧିକାରୀମାନେ ଶୁକ୍ରବାର ପୂରା ରାତି ଏହି ପ୍ରକ୍ରିୟାରେ ଲାଗିଥିଲେ । ଶେଷରେ ଭାରତ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲା ।

ତେବେ ପ୍ରଶ୍ନ ଉଠୁଛି ଡିଜିଏମଓ ପଦ କ’ଣ ? ଏଥିରେ ବସିଥିବା ଅଧିକାରୀ ଜଣଙ୍କ କ’ଣ କରିଥାନ୍ତି । ସୈନ୍ୟ ସଞ୍ଚାଳନ ମହାନିର୍ଦ୍ଦେଶକ ପଦ ସେନାରେ ଏକ ବରିଷ୍ଠ ନେତୃତ୍ବ ବାଲା ପଦ । ଏମାନେ ସୈନ୍ୟ ଅଭିଯାନର ଦେଖାରଖା ଓ ସମନ୍ବୟ ରକ୍ଷା କରିଥାନ୍ତି । ପାକିସ୍ତାନରେ ଡିଜିଏମଓଙ୍କ କାମ ହେଲା ରଣନୀତି ପ୍ରସ୍ତୁତ କରିବା ଓ ଏହାର ରିପୋର୍ଟ ସେନା ମୁଖ୍ୟଙ୍କୁ ଦେବାକ । ଡିଜିଏମଓ ପରଦା ପଛରେ ରହି କାମ କରିଥାଏ ଓ ପାକିସ୍ତାନର ରହସ୍ୟ ଯେମିତି ପ୍ରଘଟ ନହୁଏ ତାହା ଉପରେ ନଜର ରଖିଥାନ୍ତି ।

ଭାରତର ଆକ୍ରମଣରେ ଡରି ଗଲା ପାକିସ୍ତାନ

ତିନିଦିନ ହେଲା ପାକିସ୍ତାନର ଡ୍ରୋନ ଆକ୍ରମଣ ଉଦ୍ୟମକୁ ଭାରତ ଭଣ୍ଡୁର କରିଥିଲେ ବି, କିଛି ବଡ଼ ଆକ୍ସନ ନେଇ ନଥିଲା । ହେଲେ ଶୁକ୍ରବାର ରାତିରେ ପାକିସ୍ତାନ ଭାରତର ବିଶ୍ବରୂପ ଦେଖିଥିଲା । ଭାରତର ଆକ୍ରମଣରେ ପାକିସ୍ତାନର ୫ଟି ମିଲିଟାରୀ ଓ ୨ଟି  ରାଡର ବେସ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଥିଲା । ଏହି ୭ଟି ବେସ୍ ମଧ୍ୟରୁ ୫ଟି ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ରହିଛି । ଭାରତ ଏମିତି ବି ଆକ୍ରମଣ କରିବ, ତାହା ପାକିସ୍ତାନ କେବ ଭାବି ନଥିଲା । ଆଉ ଯେତେବେଳେ ଭାରତ ତା’ର ଅସଲ ରୂପ ଦେଖାଇଲା ପାକିସ୍ତାନ ସରକାର ଓ ସେନା ମଧ୍ୟରେ ଡର ବସି ଯାଇଥିଲା । ଆଉ ଏହି ଡର ଏତେ ଥିଲା ଯେ, ପାକିସ୍ତାନ ଅସ୍ତ୍ରବିରତି ପାଇଁ ସିଧା ଆମେରିକାକୁ ଫୋନ ଲଗାଇ ଦେଇଥିଲା ।

ତେବେ ପାକିସ୍ତାନର ଦୁଇ ଜଣ ମନ୍ତ୍ରୀ ଅସ୍ତ୍ରବିରତି ନେଇ ସଙ୍କେତ ଦେଉଥିଲେ । ରକ୍ଷାମନ୍ତ୍ରୀ ଖ୍ବାଜା ଆସିଫ, ସାମ୍ବାଦିକଙ୍କ ସହ କଥା ହେବା ବେଳେ କହିଥିଲେ, ଭାରତ ଆକ୍ରମଣ ବନ୍ଦ କରିଦେଲେ ଆମେ ଅସ୍ତ୍ରବିରତି ଉଲ୍ଲଂଘନ କରିବୁ ନାହିଁ । ସେହିପରି ବିଦେଶ ମନ୍ତ୍ରୀ ଇଶାକ ଡାର ମଧ୍ୟ ଏମିତି କିଛି ସଙ୍କେତ ଦେଇଥିଲେ । ସେ ଆଜି ସକାଳେ କହିଥିଲେ, ଭାରତ ପଟୁ କିଛି ନହେଲେ ଆମେ ଯୁଦ୍ଧ ବନ୍ଦ କରିଦେବୁ ।

ଭାରତ-ପାକିସ୍ତାନ ଅସ୍ତ୍ରବିରତି: ପୁଣି ଆରମ୍ଭ ହେବ IPL !

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ସ୍ଥିତିକୁ ନେଇ ବଡ଼ ଖବର । ଅସ୍ତ୍ରବିରତି ପାଇଁ ସମହମତି ପ୍ରକାଶ କରିଛନ୍ତି ଦୁଇ ଦେଶ । ଏହାସହ ଆଜି ଅପରାହ୍ନ ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଛି । ଫଳରେ ଦେଖା ଦେଇଥିବା ଯୁଦ୍ଧ ଆଶଙ୍କା ଥମି ଯାଇଛି । ଏମିତି ସ୍ଥିତିରେ ଅଧାରୁ ବନ୍ଦ ହୋଇଥିବା IPL ମ୍ୟାଚ୍ ପୁଣି ଥରେ ଆରମ୍ଭ ହେବାର ଆଶା ସଞ୍ଚାର ହୋଇଛି । ଶୀଘ୍ର ଏନେଇ ବିସିସିଆଇ ପକ୍ଷରୁ ଏନେଇ ଘୋଷଣା କରାଯାଇପାରେ ।

ସୂଚନାଯୋଗ୍ୟ, ଗତକାଲି IPLକୁ ସ୍ଥଗିତ ରଖାଯାଇଥିଲା । ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ଚ୍ୟାଚ୍ ଚାଲିଥିବା ବେଳେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ ଉଦ୍ୟମ ପରେ ମ୍ୟାଚ୍ ବନ୍ଦ କରି ଦିଆଯାଇଥିଲା । ଏହାସହ ଗୋଟିଏ ସପ୍ତାହ ପାଇଁ IPLକୁ ସ୍ଥଗିତ ରଖାଯିବା ନେଇ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ମ୍ୟାଚ୍ ପୁଣି ଆରମ୍ଭ ହେବ କି ନାହଁ ସେ ନେଇ କିଛି ନିଷ୍ପତ୍ତି ହୋଇନଥିଲା । ଏବେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଥିବାରୁ ଶୀଘ୍ର IPL ଆରମ୍ଭ ହେବା ନେଇ ବିସିସିଆଇ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇପାରେ ।

ଭାରତ-ପାକିସ୍ତାନ ମଧ୍ୟରେ ୧୨ ତାରିଖ ପର୍ଯ୍ୟନ୍ତ ଅସ୍ତ୍ରବିରତି

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଓ ଭାରତ ମଧ୍ୟରେ ଚାଲିଥିବା ଆକ୍ରମଣ, ପ୍ରତି ଆକ୍ରମଣରେ ଲାଗିଲା ବ୍ରେକ୍ । ଅସ୍ତ୍ରବିରତି ପାଇଁ ରାତି ହେଊେ ଉଭୟ ଦେଶ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଅସ୍ତ୍ରବିରତି ଲାଗୁ ପାଇଁ ଦୁଇ ଦେଶ ସହମତି ପ୍ରକାଶ କରିଛନ୍ତି । ତତ୍କାଳ ଅସ୍ତ୍ରବିରତି ଲାଗୁ ହୋଇଛି । ତେବେ ଭାରତର ସର୍ତ୍ତ ଅନୁସାରେ ଏହି ଅସ୍ତ୍ରବିରତି ଲାଗୁ ହୋଇଥିବା ସୂଚନା ମିଳିଛି । ଏନେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି ।

ଭାରତ ପକ୍ଷରୁ ସର୍ତ୍ତରେ କୁହାଯାଇଛି, ଭାରତ ଉପରେ ଯେ କୌଣସି ଆତଙ୍କବାଦୀ ଆକ୍ରମଣକୁ ଯୁଦ୍ଧ ବୋଲି ଧରାଯିବ । ସେହି ଅନୁସାରେ ଭାରତ କଡ଼ା ଜବାବ ଦେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ଆତଙ୍କବାଦ ବିରୋଧରେ ଜିରୋ ଟଲରାନ୍ସ ନୀତିକୁ ଗୁରୁତ୍ବ ଦିଆଯାଇଛି । ବୈଠକରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରାତିରେ ଟ୍ରେନ ଚଳାଚଳ ବାତିଲ ନେଇ ନିଷ୍ପତ୍ତି ହୋଇଛି । ଟ୍ରେନ ଚଳାଚଳ ସମ୍ପର୍କରେ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ଯାତ୍ରୀଙ୍କ ଲାଗି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯିବ । ପାକିସ୍ତାନ ଆକ୍ରମଣରେ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର ରାଜ କୁମାର ଥାପ୍ପା ନିହତ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

ଭାରତ ଓ ପାକିସ୍ତାନ ଯୁଦ୍ଧ ସ୍ଥିତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କିଛି ସମୟ ପୂର୍ବରୁ ଟ୍ବିଟ୍ ଆସିଥିଲା । ଏଥିରେ ସେ ଉଲ୍ଲେଖ କରିଥିଲେ, ଦୁଇ ଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ଆମେରିକା ପକ୍ଷରୁ ଏହାକୁ ଦୁଇ ଦେଶଙ୍କ ବୁଝାମଣା ଓ ମହାନ ବୁଦ୍ଧିମତାର ପରିଣାମ ବୋଲି କୁହାଯାଇଛି । ଦୁଇ ଦେଶର ଏପରି ନିଷ୍ପତ୍ତି ପାଇଁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଧନ୍ୟବାଦ ଜଣାଯାଇଛି । ଏବେ ସୀମାରେ ଶାନ୍ତି ଫେରିବ ଓ ଦୁଇ ଦେଶ ମଧ୍ୟରେ ବିବାଦ କମ କରିବାକୁ ଉଚିତ ପଦକ୍ଷେପ ନିଆଯିବ ।

ଟ୍ରମ୍ପଙ୍କ ବଡ଼ ବୟାନ: ଅସ୍ତ୍ର ବିରତି ପାଇଁ ଭାରତ-ପାକିସ୍ତାନ ପ୍ରସ୍ତୁତ

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ପାକିସ୍ତାନ ଯୁଦ୍ଧ ସ୍ଥିତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ । ଆମେରିକା ମଧ୍ୟସ୍ଥତାରେ ଚାଲିଥିବା ଆଲୋଚନାରେ ଦୁଇ ଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ଏନେଇ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଟ୍ରମ୍ପ ।

ଆମେରିକା ପକ୍ଷରୁ ଏହାକୁ ଦୁଇ ଦେଶଙ୍କ ବୁଝାମଣା ଓ ମହାନ ବୁଦ୍ଧିମତାର ପରିଣାମ ବୋଲି କୁହାଯାଇଛି । ଦୁଇ ଦେଶର ଏପରି ନିଷ୍ପତ୍ତି ପାଇଁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଧନ୍ୟବାଦ ଜଣାଯାଇଛି । ଏବେ ସୀମାରେ ଶାନ୍ତି ଫେରିବ ଓ ଦୁଇ ଦେଶ ମଧ୍ୟରେ ବିବାଦ କମ କରିବାକୁ ଉଚିତ ପଦକ୍ଷେପ ନିଆଯିବ ।

ବାହାରୁ ଭାରତ, ଭିତରେ ବେଲୁଚଙ୍କ ଆକ୍ରମଣ; ଅବ ତେରା କ୍ୟା ହୋଗା ପାକିସ୍ତାନ…

ନନ୍ଦିଘୋଷ ବ୍ୟୁରୋ: ଫସିଗଲା ପାକିସ୍ତାନ । ଆତଙ୍କବାଦୀ କାର୍ଯ୍ୟକଳାପ ଏବେ ପାକସ୍ତାନ ଉପରେ ଭାରି ପଡ଼ିବାରେ ଲାଗିଛି । ପହଲଗାଓଁ ନରସଂହାର ପରେ ଭାରତ ଆତଙ୍କବାଦୀଙ୍କ ଠିକଣା ଉପରେ ଏୟାର ଷ୍ଟ୍ରାଇକ କଲା । ହେଲେ ପାକିସ୍ତାନ ଏହାର ପ୍ରତିବାଦରେ ପାଲଟା ଆକ୍ରମଣ ଉଦ୍ୟମ କରି ଫସିଗଲା । ଏବେ ଭାରତ ପାକିସ୍ତାନର ଭଲ ଭାବେ ଅପରେସନ କରୁଛନ୍ତି । ଚିହ୍ନଟ କରି ଆତଙ୍କବାଦୀ ଶିକିର ସହ ସେନା କ୍ୟାମ୍ପ ଓ ଏୟାରବେସକୁ ଉଡାଉଛି । ଆଉ ଏହି ମୌକାର ଫାଇଦା ଉଠାଇଛି ବେଲୁଚିସ୍ତାନର ବେଲୁଚ୍ ଲିବରେସନ ଆର୍ମି । ଭାରତର ଘନ ଘନ ଆକ୍ରମଣରେ ପାକିସ୍ତାନ ସ୍ଥିତି ଟଳମଳ ଥିବା ବେଳେ ବେଲୁଚ ଲିବରେସନ ଆର୍ମି (ବିଏଲଏ) ପକ୍ଷରୁ ପାକସ୍ତାନ ସେନା ଉପରେ ଜବରଦସ୍ତ ଆଟାକ କରାଯାଉଛି ।

ବିଏଲଏ ପ୍ରବକ୍ତା ଜିୟାନ୍ଦ ବଲୋଚଙ୍କ ବୟାନ ଅନୁସାରେ ବିଏଲଏ ବେଲୁଚିସ୍ତାନରେ ପାକିସ୍ତାନର ୩୯ଟି ସ୍ଥାନରେ ଆକ୍ରମଣ କରିଛି । ଆମର ଏହି ଅପରେସନ ଏବେ ବି ଜାରି ରହିଛି । ବିଏଲଏ ବିଶେଷ କରି ଜାତୀୟ ରାଜପଥ ଗୁଡିକୁ ଟାର୍ଗେଟ କରି ଧ୍ବଂସ କରି ଦେଉଛନ୍ତି । ଏହାସହ ପୋଲିସ ଷ୍ଟେସନକୁ ବି ଟାର୍ଗେଟ କରାଯାଉଛି । ଏହାସହ ସେନା କ୍ୟାମ୍ପକୁ ଟାର୍ଗେଟ କରି ଯବାନଙ୍କୁ ଅଟକ ରଖାଯାଉଥିବା ବେଳେ ଅସ୍ତ୍ରଶସ୍ତ୍ର ଲୁଟି ନେଉଛନ୍ତି ।  ବିଏଲଏ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ‘ଆମେ ପାକିସ୍ତାନ ପୋଲିସ ଷ୍ଟେସନ, ରାଜପଥ, ସେନାର ଗୁଇନ୍ଦା ଅଫିସର, ସେନା ଅସ୍ତ୍ରଶସ୍ତ୍ର, ସେନା କ୍ୟାମ୍ପକୁ ଟାର୍ଗେଟ କରୁଛୁ । ଏହି ଅପରେଶନ ଜାରି ରହିଛି । ଆଗକୁ ସବିଶେଷ ବିବରଣୀ ଦିଆଯିବ ।’

ବିଏଲଏ ପାକିସ୍ତାନକୁ ଦେଉଛି ଝଟକା ପରେ ଝଟକା

ଭାରତର ଏୟାର ଷ୍ଟ୍ରାଇକ ପରେ ପାଗଳ ହୋଇଯାଇଛି ପାକିସ୍ତାନ । ବାରମ୍ବାର ଡ୍ରୋନ ଓ ମିଜାଇଲ ଆକ୍ରମଣ କରିବାକୁ କରୁଛି ବିଫଳ ଚେଷ୍ଟା । ଆଉ ଏହାର ଜବାବ ଭାରତ ତରଫରୁ ପାକସ୍ତାନକୁ ମିଳୁଛି । ଯେସାକୁ ତେସା ନୀତିରେ ଭାରତ ମଧ୍ୟ ପାକିସ୍ତାନ ଉପରେ ଡ୍ରୋନ ଓ ମିଜାଇଲ ମାଡ଼ କରି ଛାରଖାର କରିବାରେ ଲାଗିଛି । ଆଉ ଅନ୍ୟପଟେ, ନିଜ ଦେଶ ଭିତରେ ପାକିସ୍ତାନ ଉପରେ ଭାରି ପଡୁଛି ବେଲୁଚ ଲିବରେସନ ଆର୍ମି ବା ବିଏଲଏ । ଗତ ତିନି ଦିନରେ ବିଏଲଏ ପାକିସ୍ତାନର ବେଲୁଚସ୍ତାନ ପ୍ରାନ୍ତରେ ଏକାଧିକ ଘାତକ ଆକ୍ରମଣ କରିଛି । ଯାହାଦ୍ବାରା ପାକିସ୍ତାନ ସେନାକୁ ବହୁତ କ୍ଷତି ସହିବାକୁ ପଡୁଛୁ ।

୭ ମେ’ରେ ବୋଲନର ମଚ-କଚ୍ଛ ଜିଲ୍ଲାରେ ବିଏଲଏ ଏକ ସୈନ୍ୟ ଗାଡ଼ିକୁ ରିମୋଟ କଣ୍ଟ୍ରୋଲର ସାହାଯ୍ୟରେ IED ବିସ୍ଫୋରଣ କରି ଉଡ଼ାଇ ଦେଲା । ଯେଉଁଥିରେ ୧୨ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ଘଟିଥିଲା । ଏଥିରେ କାମଣ୍ଡର ତାରିକ ଇମରାନ ଏବଂ ସୁବେଦାର ଉମର ଫାରୁକ ସାମିଲ ଥିଲେ । ସେହିଦିନ କେଚର କୁଲାଗ ତିଗରାନ କ୍ଷେତ୍ରରେ ପାକିସ୍ତାନୀ ସେନାର ବମ୍ ନିଷ୍କ୍ରିୟ କରିବାର ସହ ପାଲଟା ଆକ୍ରମଣ କରାଯାଇଥିଲା । ଯେଉଁଥିରେ ଦୁଇ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିଲା । ପାକିସ୍ତାନ ସେନାର ଦମନକାରୀ ନୀତି ବିରୋଧରେ ଏହି ଆକ୍ରମଣ ଥିବା ବିଏଲଏ ପକ୍ଷରୁ କୁହାଯାଇଥିଲା ।  ସେହିପରି ୮ ମେ’ରେ କେଟାରେ ବିଏଲଏ ପକ୍ଷରୁ ୬ଟି ଆକ୍ରମଣ କରାଯାଇଥିଲା । ଯେଉଁଥିରେ ସୈନ୍ୟ ଠିକଣା ଓ ସୁରକ୍ଷା କେନ୍ଦ୍ର ସାମିଲ ଥିଲା । ଏହି ଆକ୍ରମଣରେ ଏକାଧିକ ସୈନିକ ମୃତାହତ ହୋଇଥିବା ଜଣାପଡ଼ିଛି । ବେଲୁଚ ନାଗରିକଙ୍କ ଉପରେ ପାକିସ୍ତାନ ଚଲାଇଥିବା ଅତ୍ୟାଚାର ବିରୋଧରେ ଏହି ଆକ୍ରମଣ ଥିବା ବିଏଲଏ କକ୍ଷରୁ କୁହାଯାଇଥିଲା ।

ଆସିଲା ଅପରେସନ ସିନ୍ଦୂରରେ ନିପାତ ଟପ୍ ଆତଙ୍କବାଦୀଙ୍କ ତାଲିକା

ନନ୍ଦିଘୋଷ ବ୍ୟୁରୋ: ମାର୍ଚ୍ଚ୭ ତାରିଖ ରାତି । ଆକାଶରୁ ମୃତ୍ୟୁର ରୂପ ନେଇ ଖସିଲା ଭାରତୀୟ ରକେଟ୍ । ଛାରଖାର ହୋଇଗଲା ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କବାଦୀଙ୍କ ଠିକଣା । ଭାରତର ଏହି ଏୟାର ଷ୍ଟ୍ରାଇକରେ ଶତାଧିକ ଆତଙ୍କବାଦୀ ନିପାତ ହେଲେ । ଏବେ ଆସିଛି ଏହି ଏୟାର ଷ୍ଟ୍ରାଇକରେ ମୃତ୍ୟୁ ଘଟିଥିବା ଟପ୍ ଆତଙ୍କବାଦୀଙ୍କ ତାଲିକା । ଏଥିରେ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହରର ଭାଇ ଅବଦୁଲ ରଉଫ ଅଜହର ସହ ଲସ୍କର-ଏ-ତୈୟବାର କାମଣ୍ଡର ଅବୁ ଜୁନ୍ଦାଲ ଏବଂ ଜୈଶର ଫଣ୍ଡ ରେଜର ହାଫିଜ ମହମ୍ମଦ । ଭାରତୀୟ ଗୁଇନ୍ଦା ଏଜେନ୍ସି ଅନୁସାରେ ମୁଦାସର ଖାଦିୟାନ ଖାସ, ହାଫିଜ ମହମ୍ମଦ ଜମିଲ, ମହମ୍ମଦ ୟୁସୁଫ ଅଜହର, ଖାଲିଦ (ଅବୁ ଅକାଶା) ଓ ମହମ୍ମଦ ହସନ ଖାନଙ୍କ ପରି ୫ ଟପ୍ ଆତଙ୍କବାଦୀଙ୍କର ଭାରତର ଏୟାର ଷ୍ଟ୍ରାଇକରେ ମୃତ୍ୟୁ ଘଟିଛି ।

ମହମ୍ମଦ ଅମିଲ ଓ ୟୁସୁଖ ଅଜହର ମୌଲାନା ମସୁଦ ଅଜହରର ଶଳା ଥିଲେ । ମୁଦଶର ଖାଦିୟାନା ଖାସ ମୁରିଦକେ ସ୍ଥିତ ଲଶ୍କର ଏ ତୈୟବାର ମୁଖ୍ୟାଳୟ ମରକଜ ତୈୟବାର ପ୍ରମୁଖ ଥିଲା । ୟୁସୁଫ ଅଜହର ଆଇସି-୮୧୪ ଅପହରଣ ମାମଲାରେ ଓ୍ବାଣ୍ଟେଡ ଥିଲା । ସେହିପରି ହସନ ଖାନ ପାକିସ୍ତାନରେ ଜୈଶ ଏ ମହମ୍ମଦର ଅପରେଶନାଲ କମାଣ୍ଡର ମୁଫତି ଅସଗର ଖାନ କଶ୍ମୀରୀ ଥିଲା । ଆସନ୍ତୁ ଜାଣିବା ଆତଙ୍କବାଦୀ ଆାକ୍ରମଣରେ ମୃତ ଆତଙ୍କବାଦୀଙ୍କ ପୂରା କୁଣ୍ଡଳି ।

ଅବୁ ଜୁନ୍ଦାଲ

ଆତଙ୍କବାଦୀ ସଙ୍ଗଠନ ଲଶ୍ମର ଏ ତୈୟବାର ସଦସ୍ୟ ଥିଲା । ମୁରିଦକେରେ ଲଶ୍ମରର ହେଡକ୍ବାଟର ମରକଜେ ତୈୟବାର ପ୍ରଭାରୀ ଥିଲା । ଏୟାର ଷ୍ଟ୍ରାଇକରେ ମୃତ ଏହି ଆତଙ୍କବାଦୀକୁ ପାକିସ୍ତାନ ସେନା ଗାର୍ଡ ଅଫ ଅନର ଦେଇଛି । ତା’ ଜନାଜେର ନମାଜ ଏକ ସରକାରୀ ସ୍କୁଲରେ ପଢ଼ା ଯାଇଥିଲା । ଏହାର ନେତୃତ୍ବ ଜେୟୁଡି (ଅଘୋଷିତ ଆତଙ୍କବାଦୀ ସଙ୍ଗଠନ)ର ହାଫିଜ ଅବଦୁଲା ରଉଫ ନେଇଥିଲା । ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନଓ୍ବାଜ ତାକୁ ମାଟି ଦେଇଥିଲେ ଓ ତା ପାଇଁ ଫାତିହା ପଢ଼ିଥିଲେ । ପାକିସ୍ତାନୀ ସେନାର ଜଣେ ଲେଫ୍ଟନାଣ୍ଟ ଜେନେରାଲା ଏବଂ ପଞ୍ଜାବ ପୋଲିସର ଆଇଜି ଅବୁ ଜୁନ୍ଦାଲ ନାମଜ ଏ ଜନାଜାରେ ସାମିଲ ହୋଇଥିଲେ ।

ହାଫଇଜ ମହମ୍ମଦ ଜମିଲ

ଜମିଲ ଜୈଶ ଏ ମହମ୍ମଦ ସହ ସମ୍ପୃକ୍ତ ଥିଲା ଓ ମୌଲାନା ମସୁଦ ଅଜହରର ବଡ଼ ଶଳା ଥିଲା । ବହବଲପୁରରେ ଥିବା ଜୈଶର ମୁଖ୍ୟାଳୟ ମରକଜ ସୁଭାନ ଅଲ୍ଲାହର ପ୍ରଭାରୀ ଥିଲା । ଯାହାକୁ ଭାରତ ଏୟାର ଷ୍ଟ୍ରାଇକରେ ଧ୍ବଂସ କରି ଦେଇଛି । ଯୁବବର୍ଗଙ୍କ ବ୍ରେନ ଓ୍ବାସ କରି ସେମାନଙ୍କୁ ଆତଙ୍କବାଦୀ ସଙ୍ଗଠନରେ ସାମିଲ କରାଇବା କାମ କରୁଥିଲା । ଏହା ସହ ସଙ୍ଗଠନ ପାଇଁ ପାଣ୍ଠ ସଂଗ୍ରହ କରିବାର କାମ କରୁଥିଲା ।

ମହମ୍ମଦ ୟୁସୁଫ ଅଜହର

ୟୁସୁଫ ଓସ୍ତାଦ ଜୀ, ମହମ୍ମଦ ସଲିମ ଓ ଘୋସି ସାହବ ନାଁରେ ପରିଛିତ ଥିଲା । ସେ ଜୈଶର ଏକ ପ୍ରମୁଖ କମାଣ୍ଡର ଥିଲା । ମୌଲାନା ମସୁଦ ଅଜହରର ସମ୍ପର୍କରେ ଶଳା ଥିଲା ୟୁସୁଫ । ସଙ୍ଗଠନରେ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେବା କାମ ତା’ ଉପରେ ନ୍ୟସ୍ତ ଥିଲା । ଅର୍ଥତ ଆତଙ୍କବାଦୀଙ୍କୁ ମିଳୁଥିବା ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣର ଦେଖାରଖା କରୁଥିଲା । ଜମ୍ମୁ ଓ କାଶ୍ମୀରରେ ଏକାଧିକ ଆତଙ୍କବାଦୀ ଆକ୍ରମଣରେ ତା’ର ସମ୍ପୃକ୍ତି ଥିଲା । ଏହାସହ ଆଇସି-୮୧୪ କନ୍ଧାର ହାଇଜ୍ୟାକରେ ବି ସମ୍ପୃକ୍ତ ଥିଲା ।

ଖାଲିଦ ଓରଫ ଅବୁ ଅକାଶା

ଲଶ୍ମର ଏ ତୈୟବା ସହ ସମ୍ପୃକ୍ତ ଥିଲା ଅବୁ ଅକାଶା । ଜମ୍ମୁ ଓ କାଶ୍ମୀରରେ ଏକାଧିକ ଆତଙ୍କବାଦୀ ଆକ୍ରମଣରେ ତା’ର ସମ୍ପୃକ୍ତି ଥିଲା । ଆଫଗାନିସ୍ତାନ ରାସ୍ତାରେ ଅସ୍ତ୍ରଶସ୍ତ୍ର ଚାଲଣ କରାଇବାରେ ତା’ର ବଡ଼ ଭୂମିକା ଥିଲା । ତାକୁ ଫୈସଲାବାଦର ଏକ କବରସ୍ଥାନରେ କବର ଦିଆଯାଇଛି । ଅକାଶାର ନମାଜ ଏ ଜନାଜାରେ ପାକିସ୍ତାନ ସେନାର ପରିଷ୍ଠ ଅଧିକାରୀ ଏବଂ ଫୈସଲାବାଦ ଡେପୁଟି କମିଶନର ସାମିଲ ହୋଇଥିଲେ ।

ମହମ୍ମଦ ହସନ ଖାନ

ମହମ୍ମଦ ହସନ ଖାନ ଜୈଶ ଏ ମହମ୍ମଦର ଜଣେ ଆଗଧାଡ଼ିର ଆତଙ୍କବାଦୀ ଥିଲା । ସଙ୍ଗଠନର ଅପରେସନାଲ କାମଣ୍ଡର ମୁଫିତ ଅସଗର ଖାନ କଶ୍ମୀରୀର ପୁଅ ଥିଲା ।

ସୂଚନାଯୋଗ୍ୟ, ଅପହଲଗାଓଁ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତ ମେ’ ୭ ତାରିଖରେ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କବାଦୀ କେନ୍ଦ୍ର ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଏହି ଏୟାର ଷ୍ଟ୍ରାଇକରେ ଭାରତ ପକ୍ଷରୁ ୨୪ରୁ ଅଧିକ ମିଜାଇଲ ମାଡ଼ କରାଯାଇଥିଲା ।

ଭାରତ ବିରୋଧରେ ମିଛ ପ୍ରଚାର କରୁଛି ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ଭାରତ ବିରୋଧରେ ମିଛ ପ୍ରଚାର କରୁଛି ପାକିସ୍ତାନ । ଦେଶବାସୀଙ୍କୁ ଭାଗ ଭାଗ କରିବାକୁ ଉଦ୍ୟମ କରୁଛି ପାକିସ୍ତାନ । ସଂପର୍କରେ ଫଟୋ ଜାରି କରିଛି ଭାରତ ।  ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଉଛି ଭାରତ ।  ସାମରିକ ଠିକଣାକୁ ଟାର୍ଗେଟ୍ କରୁଛି ପାକ ସେନା । ସୁରତଗଡ଼, ସିରସା ବାୟୁସେନା ଘାଟି ଉପରେ ଆକ୍ରମଣ ମିଛ । ସିରସା ଓ ସୁରତଗଡ଼ର ତାଜା ଚିତ୍ର ଦେଖାଇଛି ଭାରତ । ଆଦମପୁରରେ ଏସ୍-୪୦୦ ବେସ୍ ନଷ୍ଟ ନେଇ ପାକିସ୍ଥାନର ଦାବି ସମ୍ପୂଣ୍ଣ ମିଛ । କ୍ରିଟିକାଲ ଭିତ୍ତିଭୂମି ନଷ୍ଟ କରିବା ନେଇ ପାକିସ୍ତାନର ଦାବି ମିଛ । ପାଓ୍ବାର ହାଉସ ସିଷ୍ଟମ ନଷ୍ଟ ହୋଇଛି ବୋଲି ପାକିସ୍ତାନ ମିଛ କହୁଛି  ।ଭାରତର ସାଇବର ସିଷ୍ଟମ ନଷ୍ଟ ହୋଇଛି ବୋଲି ପାକିସ୍ତାନ ମିଛ ଦାବି କରିଛି । ପାକିସ୍ତାନର ସମସ୍ତ ଦାବିକୁ ଭାରତ ସରକାରଙ୍କ ପକ୍ଷରୁ ଦୃଢ ଖଣ୍ଡନ ।ଭାରତର କ୍ଷତି ହୋଇଥିବା ନେଇ ପାକିସ୍ତାନର ଦାବି ସମ୍ପୂର୍ଣ୍ଣ ମିଛ ବୋଲି କୁହାଯାଇଛି ।

ପାକିସ୍ତାନର ମିଛ ପ୍ରଚାର ନିଜ ଆତ୍ମରକ୍ଷା ପାଇଁ ଉଦ୍ଧିଷ୍ଟ । ପାକିସ୍ତାନ ନାଗରିକ ବିମାନକୁ ଢାଲ କରୁଛି ।  ପାକିସ୍ତାନର ୪ଟି ଏୟାରବେସକୁ ଧ୍ବଂସ କରାଯାଇଛି ।  ଭାରତ ସଂପର୍କରେ ପାକିସ୍ତାନ ବହୁ ମିଛ ଓ ଗୁଜବ ପ୍ରସାରିତ କରିଛି ।  ବୈଦେଶିକ ମନ୍ତ୍ରାଳୟ ଓ ସେନା ପକ୍ଷରୁ ମିଳିତ ପ୍ରେସ୍ ମିଟ୍ ରେ ଏଭଳି ସୂଚନା ଦିଆଯାଇଛି।  ଭାରତର ପ୍ରତି ଆକ୍ରମଣରେ ପାକିସ୍ତାନ ସେନାର ବହୁତ ବଡ଼ କ୍ଷତି ଘଟିଛି ।ପାକିସ୍ତାନ ଦୂରଗାମୀ ଅସ୍ତ୍ର ବ୍ୟବହାର କରୁଛି ।  ଶ୍ରୀନଗରରେ ମେଡିକାଲକୁ ଟାର୍ଗେଟ କରାଯାଇଛି ।  ଭାରତର ଏୟାର ଡିଫେନ୍ସ ସିଷ୍ଟମ S-400 ନଷ୍ଟ କରିବା ନେଇ ମିଛ ଦାବି କରୁଛି ପାକିସ୍ତାନ । ୨୬ରୁ ଅଧିକ ସ୍ଥାନରେ ଏୟାରଷ୍ଟ୍ରାଇକ କରିଛି ପାକିସ୍ତାନ । ଯାତ୍ରୀ ବାହୀ ବିମାନକୁ ଢାଲ କରୁଛି ପାକିସ୍ତାନ ।  ହାଇସ୍ପିଡ ମିସାଇଲରେ ପଞ୍ଜାବର ଏୟାରବେସକୁ ଟାର୍ଗେଟ ।  ରାତି ୧ଟା ୪୦ ମିନିଟରେ ହାଇସ୍ପିଡ ମିସାଇଲରେ ଆକ୍ରମଣ ।  ଜମ୍ମୁରେ ମେଡିକାଲ ଓ ସ୍କୁଲକୁ ବି କରାଯାଇଛି ଟାର୍ଗେଟ ।  ପାକିସ୍ତାନର ପ୍ରତ୍ୟେକ ଆକ୍ରମଣକୁ ପ୍ରତିହତ କରୁଛି ଭାରତ ।  ଭାରତର କ୍ଷତି ହୋଇଥିବା ସମ୍ପୂର୍ଣ୍ଣ ମିଛ ଖବର ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପାକିସ୍ତାନର ମିଛ ବିଶ୍ବାସ କରନ୍ତୁ ନାହିଁ ବୋଲି ଦେଶବାସୀଙ୍କୁ ଅପିଲ କଲେ ବୈଦେଶିକ ସଚିବ ବିକ୍ରମ ମିସ୍ରୀ ।