spot_img
Home Blog Page 785

ବର୍ଷା ଆଣିବ ଆଶ୍ବସ୍ତି, ୧୮ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ : ବର୍ଷା ଆଣିପାରେ ଆଶ୍ବସ୍ତି । ୧୮ ତାରିଖ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲା ଗୁଡିକରେ ବିଜୁଳି ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି  । ସମୁଦ୍ର ପତନ ଠାରୁ ୯ କିଲୋମିଟର ଉଚ୍ଚରେ ଏକ ଟ୍ରପ ଲାଇନ ରହିଥିବାରୁ ଏହାର ପ୍ରଭାବରେ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାକ କେନ୍ଦ୍ର । ଏହାସହ ୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ ରହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ମୟୁରଭଞ୍ଜ ଓ କେନ୍ଦୁଝର ଏହି ୧୨ ଜିଲ୍ଲାକୁକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି କାଳବୈଶାଖୀ ବର୍ଷାକୁ ନେଇ ୧୧ ଜିଲ୍ଲା କେନ୍ଦୁଝର, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, ନୂଆପଡା , କୋରାପୁଟ ,ମାଲକାନଗିରି ,ରାୟଗଡା, ଗଂଜାମ ଓ ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଛି । ବିଜୁଳି ଘଡଘଡି ସହ ହାଲୁକା ବର୍ଷା ସହ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବାଧିକ ତାପମାତ୍ରା ପ୍ରାୟ ୪ ରୁ ୫ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି ବୋଲି ସୂଚନା ଦେଇଚି ଆଂଚଳିକ ପାଣିପାଗ କେନ୍ଦ୍ର l ଦାକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲା ଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥନରେ ପ୍ରାୟ ଦୁଇ ତିନି ଡିଗ୍ରୀ ସେଲସିୟସ ହ୍ରାସ ପାଇଛି l

ବୈପାରୀଗୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩୨୬ ନମ୍ୱର ଜାତୀୟ ରାଜପଥ ଗୌଡ଼ଗୁଡା ଛକରେ ଗଛକୁ ପିଟିଲା କାର । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ୩ ଗୁରୁତରଙ୍କୁ ବୈପାରିଗୁଡ଼ା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ନୟାଗଡ଼ରୁ ମାଲକାନଗିରି ଯାଉଥିବା ବେଳେ ଭାରସାମ୍ୟ ହରାଇ ଗୌଡ଼ଗୁଡା ଗଛରେ ଗଛକୁ ଧକ୍କା ଦେଇଥିଲା କାର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି ।

ପୁଣି ମାଓବାଦୀ ସକ୍ରିୟ ; ଗନ୍ଧମାର୍ଦ୍ଦନ ପାହାଡ଼ରୁ ମାଓ କ୍ୟାମ୍ପ ଠାବ 

ନନ୍ଦିଘୋଷ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲାରେ ପୁଣି ମାଓବାଦୀ ସକ୍ରିୟ । ଗନ୍ଧମାର୍ଦ୍ଦନ ପାହାଡ଼ରୁ ମାଓ କ୍ୟାମ୍ପ ଠାବ  । ମାଓ ଗତିବିଧି ସୂଚନା ପାଇଁ ପୋଲିସର ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସମାଗ୍ରୀ ଜବତ  । ଅପରେସନ ବେଳେ ଚମ୍ପଟ ମାରିଲେ ମାଓବାଦୀ  । ମାଓ କ୍ୟାମ୍ପରୁ ବିଭିନ୍ନ ପ୍ରକାର ମାଓ ସମାଗ୍ରୀ ଜବତ ନେଇ ବଲାଙ୍ଗୀର ପୋଲିସର ସୂଚନା । ଜଙ୍ଗଲରେ ସର୍ଚ୍ଚ ଅପରେସନ ସମୟରେ ପୋଲିସ ମାଓବାଦୀ ମୁହାଁମୁହିଁ  । ପୋଲିସକୁ ଦେଖି ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ନେଇ ବଲାଙ୍ଗୀର ଏସ୍‌ପି ଅଭିଳାଷ ଜୀଙ୍କ ସୂଚନା  ।

ଭାରତର ସହାୟତା ଭୁଲିବା ତୁର୍କୀକୁ ପଡିବ ମହଙ୍ଗା; ବ୍ୟବସାୟିକ ସମ୍ପର୍କରେ ପଡିବ ପୂର୍ଣ୍ଣଛେଦ

ନନ୍ଦିଘୋଷ ବ୍ୟୁରୋ : ଭାରତର ସହାୟତା ଭୁଲିବା ତୁର୍କୀକୁ ପଡିବ ମହଙ୍ଗା । ବ୍ୟବସାୟୀକ ସମ୍ପର୍କରେ ପଡିବ ପୂର୍ଣ୍ଣଛେଦ । ପ୍ରଥମ ପର୍ଯ୍ୟାୟରେ ଭାରତର ନଅଟି ପ୍ରମୁଖ ବିମାନବନ୍ଦରରେ ସେବାର ସିଂହଭାଗ ପରିଚାଳନା କରୁଥିବା ତୁର୍କୀ ସଂସ୍ଥା ସେଲେବି ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ଠାରୁ ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର କରାଯାଇଛି । “ଜାତୀୟ ସୁରକ୍ଷା ସ୍ୱାର୍ଥ ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଦିଲ୍ଲୀ ବିମାନବନ୍ଦର ମଧ୍ୟ ସେଲେବି ସହିତ ସମ୍ପର୍କ ଛିନ୍ନ କରିଛି । ଏହି ସଂସ୍ଥା ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ କାର୍ଗୋ ସେବା ତଦାରଖ କରେ ।

ଭାରତ ପାକିସ୍ତାନ ତିକ୍ତତା ବେଳେ ଶତୃ ରାଷ୍ଟ୍ରକୁ ତୁର୍କୀ କରିଥିଲା ସହାୟତା । ବିଭିନ୍ନ ଅସ୍ତ୍ର ସସ୍ତ୍ର ପାକିସ୍ତାନକୁ ପଠାଇଥିଲା । ଭାରତର ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ତୁର୍କୀ ଯୋଗାଇଥିଲା ୩୫୦ରୁ ଅଧିକ ଡ୍ରୋନ । ହେଲେ ଗତ ୨୦୨୩ ଫେବୃଆରୀ ୬ରେ ତୁର୍କୀ ଓ ସିରିଆରେ ହୋଇଥିଲା ଭୟଙ୍କର ଭୂକମ୍ପ ବେଳେ ତୁର୍କୀବାସୀଙ୍କୁ ସହାୟତା ହାତ ବଢାଇଥିଲା ଭାରତ । ଏହି ସହୟତାକୁ ଭୁଲି ଯାଇଛି ତୁର୍କୀ । ଏବେ ପାକିସ୍ତାନକୁ ସହାୟତା ଯୋଗାଇ ଚାଲିଛି । ଯାହାର ଜବାବ ଦେବାକୁ ଯାଇ ତୁର୍କୀକୁ ବର୍ଜନ କରିବା ଲାଗି ଆହ୍ବାନ ଦେଇଛନ୍ତି ଭାରତୀୟ ସେଲିବ୍ରିଟି, ସାମରିକ ଭେଟେରାନ, ଟ୍ରାଭେଲ ଫାର୍ମ, ଫିଲ୍ମ ସଂସ୍ଥା ଓ ବିଜନେସ ଫାର୍ମ।

୧୮ ତାରିଖ ଯାଏ ବଢିଲା ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି

ନନ୍ଦିଘୋଷ ବ୍ୟୁରୋ : ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି । ଡିଜିଏମଓ ସ୍ତରୀୟ ବୈଠକରେ ଏହି ଅବଧିକୁ ବୃଦ୍ଧି କରାଯାଇଥିବା ସୂଚନା ରହିଛି । ଭାରତର ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଓ ପାକିସ୍ତାନର ଡିଜିଏମଓ ମେଜର ଜେନେରାଲ କାଶିଫ ଅବଦୁଲ୍ଲା ମଧ୍ୟରେ ବସିଥିବା ବୈଠକ ପରେ ଏହାକୁ ଅବଧିକୁ ବୃଦ୍ଧି କରାଯାଇଥିବା ସୂଚନା ରହିଛି ।

ସେପଟେ ଅପରେସନ୍ ସିନ୍ଦୂର ଥିଲା ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଲଢେଇ । ପାକିସ୍ତାନ କିନ୍ତୁ ସହଜରେ ଏହାକୁ ଗ୍ରହଣ କରିପାରିନି । ପାକିସ୍ତାନ ବିରୋଧରେ ସାମରୀକ କାର୍ଯ୍ୟାନୁଷ୍ଠାନ ସାମୟୀକ ଭାବେ ସ୍ଥଗିତ ରଖିଛି ଭାରତ । କିନ୍ତୁ ପରବର୍ତ୍ତି ଅବସ୍ଥାରେ ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ ଓ ଭାରତର ସୀମା ଭିତରକୁ ଡ୍ରୋନ ଛାଡି ଯେଉ ଅପଚେଷ୍ଟା କଲା ସେଥିରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବଢିଯାଇଛି । ପାକିସ୍ତାନ ନିଜ ମାଟିରୁ ଆତଙ୍କାବଦୀଙ୍କୁ ପ୍ରୋତ୍ସାହନ ଦେବା ବନ୍ଦ ନକଲେ ଭାରତ ସହିତ ସମ୍ପର୍କରେ କୌଣସି ଉନ୍ନତ୍ତି ଆସିବ ନାହିଁ । ଭାରତ ସିନ୍ଧୁ ଜଳ ଚୁକ୍ତି ରଦ୍ଦ ଉପରେ ପୁର୍ନବିଚାର କରିବା ପାଇଁ ପାକିସ୍ତାନ ଗୁହାରି କରୁଛି । ଯାହାକୁ ଭାରତ ସିଧା ସିଧା ପ୍ରତ୍ୟାକ୍ଷାନ କରିଦେଇଛି ।

ଗୁଜରାଟର ଭୁଜ ଏୟାରବେସ ପରିଦର୍ଶନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନନ୍ଦିଘୋଷ ବ୍ୟୁରୋ : ଆଜି ଗୁଜରାଟର ଭୁଜ ଏୟାରବେସ ପରିଦର୍ଶନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହା ସହ ସେ ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳ ବି ପରିଦର୍ଶନ କରିବେ। ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇ ସେ ସ୍ଥିତି ସମୀକ୍ଷା କରିବେ। ଏହି ଗସ୍ତକାଳରେ ସେ ସଶସ୍ତ୍ରବାହିନୀର ଅପରେସନାଲ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ। କିଛି ଦିନ ତଳେ ପାକିସ୍ତାନ ପକ୍ଷରୁ ହୋଇଥିବା ଡ୍ରୋନ ହମଲାର ସଫଳ ପ୍ରତିରୋଧ କରାଯାଇଥିବାବେଳେ ଭାରତୀୟ ସେନାକୁ ଅଧିକ ପ୍ରସ୍ତୁତ ରଖିବା ଲାଗି ରାଜନାଥ ଆହ୍ବାନ ଦେବେ।

ଅପରେସନ ସିନ୍ଦୂର ବେଳେ ଭୁଜ ଉପରେ ଡ୍ରୋନ ଆକ୍ରମଣ କରିବା ଲାଗି ପାକିସ୍ତାନ ଉଦ୍ୟମ କରିଥିଲା। ମାତ୍ର ଭାରତ ଏହି ଯୋଜନାକୁ ପଣ୍ଡ କରିଥିଲା। ଭୁଜର ରୁଦ୍ର ମାତା ଏୟାର ଫୋର୍ସ ଷ୍ଟେସନ ଭାରତୀୟ ବାୟୁସେନାର ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ। ଭୁଜ ବେସାମରିକ ବିମାନବନ୍ଦରର ରନୱେ ସହ ଏୟାରଫୋର୍ସ ଷ୍ଟେସନ ରନୱେ ସମ୍ପୃକ୍ତ ରହିଛି। ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳରେ ଭୁଜ ଏୟାରଫୋର୍ସ ଷ୍ଟେସନ ଥିବାରୁ ଏୟାର ଡିଫେନ୍ସ ଓ ସର୍ଭେଲାନ୍ସ କ୍ଷେତ୍ରରେ ଏହା ପ୍ରମୁଖ ଗୁରୁତ୍ବ ବହନ କରିଥାଏ। ଦକ୍ଷିଣ ପଶ୍ଚିମ କମାଣ୍ଡ ଅଧୀନରେ ଭୁଜ ଏୟାରଫୋର୍ସ ଷ୍ଟେସନ ରହିଛି। ପଶ୍ଚିମାଞ୍ଚଳ ଏୟାର କମାଣ୍ଡ ଅଧୀନରେ ରହିଛି ଜାମୁ ଓ କାଶ୍ମୀର, ରାଜସ୍ଥାନ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ପଶ୍ଚିମାଞ୍ଚଳ ଉତ୍ତରପ୍ରଦେଶ।

ବେଦାନ୍ତ ଆଲୁମିନିୟମରେ ଆନ୍ତର୍ଜାତୀୟ ପରିବାର ଦିବସ ପାଳିତ

ଝାରସୁଗୁଡା: ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍, ‘ଗର୍ବିତ ପିତାମାତା’ (ପ୍ରାଉଡ୍ ପ୍ୟାରେଣ୍ଟସ୍‍)  ଆୟୋଜନ କରି ଆନ୍ତର୍ଜାତୀୟ ପରିବାର ଦିବସ ପାଳନ କରିଛି, ଯାହା ଏହାର କର୍ମଚାରୀଙ୍କ ପିତାମାତାଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଆୟୋଜିତ ଏକ ବାର୍ଷିକ କାର୍ଯ୍ୟକ୍ରମ । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ଝାରସୁଗୁଡ଼ାରେ ଏହାର ମେଗା ଆଲୁମିନିୟମ କାରଖାନାର ପ୍ରଥମ ଅଭିଜ୍ଞତା ପ୍ରଦାନ କରିବା ଏବଂ ଏହାର କର୍ମଚାରୀଙ୍କ ମଧ୍ୟରେ ଏକ ପରିବାର କୈନ୍ଦ୍ରିକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା।

ଚଳିତ ବର୍ଷ ମିଳିତ ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ବିଷୟବସ୍ତୁ-“ସ୍ଥାୟୀ ବିକାଶ ପାଇଁ ପରିବାର-ଭିତ୍ତିକ ନୀତି” କୁ ଧ୍ୟାନରେ ରଖି, କମ୍ପାନୀର ପରିବାର ଦିବସ ସମାରୋହର କେନ୍ଦ୍ରରେ ‘ଗର୍ବିତ ପିତାମାତା’ ର ସଦ୍ୟତମ ସଂସ୍କରଣ ଆୟୋଜିତ ହୋଇଥିଲା। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ, ବିଶ୍ୱର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନ କାର୍ଯ୍ୟ ମଧ୍ୟରୁ ଅନ୍ୟତମ ଏହି କାରଖାନାକୁ ଝାରସୁଗୁଡ଼ାରେ ଥିବା ବେଦାନ୍ତ କର୍ମଚାରୀଙ୍କ ପିତାମାତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେମାନଙ୍କୁ କାର୍ବନ, ପଟଲାଇନ, କାଷ୍ଟ ହାଉସ ଏବଂ ପାୱାର ପ୍ଲାଣ୍ଟ ଅଞ୍ଚଳ ସମେତ କାରଖାନା ମଧ୍ୟରେ ଥିବା ପ୍ରମୁଖ ୟୁନିଟଗୁଡ଼ିକୁ ବୁଲି ଦେଖିବାର ସୁଯୋଗ ମିଳିଥିଲା ।

ଏହା ବ୍ୟତୀତ, ସେମାନଙ୍କୁ କର୍ମଚାରୀଙ୍କ ଉଦ୍ଦିଷ୍ଟ ଟାଉନସିପ୍ ପରିଦର୍ଶନରେ ମଧ୍ୟ ନିଆଯାଇଥିଲା, ଯେଉଁଠାରେ ମନୋରଞ୍ଜନ କ୍ଷେତ୍ର, ସୁଇମିଂ ପୁଲ୍, ଜିମ୍, ଷ୍ଟାଡିୟମ, ଅଡିଟୋରିୟମ୍, ଡେ କେୟାର ସୁବିଧା, ସୁପରମାର୍କେଟ, ଡାକ୍ତରଖାନା ଏବଂ ଅନ୍ୟାନ୍ୟ ଅନେକ ସୁବିଧା ରହିଛି । ଆହୁରି ମଧ୍ୟ ସେମାନଙ୍କୁ ଝାରସୁଗୁଡ଼ାରେ ବେଦାନ୍ତ ଦ୍ୱାରା ଚାଲିଥିବା ଗୋଷ୍ଠୀ ବିକାଶ ପ୍ରକଳ୍ପ ସହିତ ପରିଚିତ କରାଯାଇଥିଲା, ଯାହା ଶିକ୍ଷା, ଜୀବିକା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ଗୋଷ୍ଠି ଭିତ୍ତିଭୂମି ସମେତ ଅନେକ କ୍ଷେତ୍ରରେ ପରିବ୍ୟାପ୍ତ।

ବେଦାନ୍ତ ଆଲୁମିନିୟମର ସିଓଓ ଶ୍ରୀ ସୁନୀଲ ଗୁପ୍ତା କହିଥିଲେ ଯେ “ବେଦାନ୍ତରେ, ଆମେ ବିଶ୍ୱାସ କରୁ ଯେ ଏକ ସୁଦୃଢ଼ ସଙ୍ଗଠନ ସୁଦୃଢ଼ ପରିବାର ଏବଂ ସୁଦୃଢ଼ ଗୋଷ୍ଠି ଭାଗିଦାରୀର ମୂଳଦୁଆ ଉପରେ ନିର୍ମିତ ହୋଇଥାଏ। ତେଣୁ ଆନ୍ତର୍ଜାତୀୟ ପରିବାର ଦିବସ ଅବସରରେ ଆମର ପଦକ୍ଷେପ କେବଳ ଏକ ଉତ୍ସବ ନୁହେଁ-ବେଦାନ୍ତ ଟିମ୍‍ର ପ୍ରତ୍ୟେକ ସଦସ୍ୟଙ୍କୁ ଦୃଶ୍ୟମାନ, ମୂଲ୍ୟବାନ ଏବଂ ସଶକ୍ତ ଅନୁଭବ କରିବା ପାଇଁ ଏହା ଆମର ପ୍ରତିବଦ୍ଧତାର ଏକ ଅଂଶ ।

‘ଗର୍ବିତ ପିତାମାତା’ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ପିତାମାତାଙ୍କୁ ବ୍ୟବସାୟର ପ୍ରଥମ ଝଲକ ପ୍ରଦାନ କରିବା ଏବଂ ସେମାନଙ୍କ ପିଲାମାନଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସାକ୍ଷୀ ହେବା ସହିତ ସେମାନଙ୍କର ସୁସ୍ଥତାର ଭଲ ଯତ୍ନ ନିଆଯାଉଛି ବୋଲି ଆଶ୍ୱାସନା ପ୍ରଦାନ କରିବା । ଏହି ପଦକ୍ଷେପ ବେଦାନ୍ତର ବିଶ୍ୱାସକୁ ପ୍ରତିଫଳିତ କରେ ଯେ ଜଣେ କର୍ମଚାରୀଙ୍କ ସଫଳତା ଏବଂ କଲ୍ୟାଣ ପାଇଁ ପରିବାର ହେଉଛି ମୂଳଦୁଆ । ପିତାମାତାଙ୍କ ପାଇଁ ସେମାନଙ୍କ ପିଲାମାନଙ୍କ କାର୍ଯ୍ୟ, ମୂଲ୍ୟବୋଧ ଏବଂ ପରିବେଶର ପ୍ରତ୍ୟକ୍ଷ ସାକ୍ଷୀ ହେବାର ସୁଯୋଗ ସୃଷ୍ଟି କରି, ଏହି ପଦକ୍ଷେପ ଗର୍ବ, ବିଶ୍ୱାସ ଏବଂ ଗଭୀର ଭାବପ୍ରବଣ ସମ୍ପର୍କକୁ ପ୍ରୋତ୍ସାହିତ କରିଛି ।

ବିଜେପି ସରକାରକୁ ବର୍ଷେ ପୂର୍ତ୍ତିରେ ପୂରଣ ହେବ କି ମନ୍ତ୍ରୀପଦ ?

ଭୁବନେଶ୍ୱର: ବର୍ଷ ପୂର୍ତ୍ତିରେ ପୂରଣ ହେବ କି ମନ୍ତ୍ରୀପଦ ? ବଣ୍ଟନ ହେବ କି ନିଗମ ? ବିଜେପି ବିଧାୟକ ଖୋଲିଲେଣି ମୁହଁ । ୬ଟି ମନ୍ତ୍ରୀପଦ ପାଇଁ ଲମ୍ବା ଆଶାୟୀ । ବିଜେଡି କହିଲା, ପ୍ରଚାର ଓ ଭାଷଣରେ ସୀମିତ ସରକାର। ବିଜେପି ସରକାର ଗଠନର ୧୧ମାସ ପରେ ପୁଣିଥରେ ମନ୍ତ୍ରିମଣ୍ଡଳ ଖାଲି ପଡିଥିବା ପଦବୀ ଓ ନିଗମ ବଣ୍ଟନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଜୁନ ୧୨ ବର୍ଷ ପୂର୍ତ୍ତିବେଳକୁ ମନ୍ତ୍ରିମଣ୍ଡଳରେ ଖାଲି ପଡିଥିବା ୬ଟି ଆସନ ମୁଖ୍ୟମନ୍ତ୍ରୀ ପୂରଣ କରିବେ ଆଶା ବାନ୍ଧିଛନ୍ତି ବିଜେପି ବିଧାୟକ। ସେଥିପାଇଁ କିଛି ଦିନର ନିରବତା ପରେ ପୁଣି ବିଜେପି ବିଧାୟକମାନେ ମୁହଁ ଖୋଲିଛନ୍ତି । ବିଧାୟକ ଅଗସ୍ତି ବେହେରା କହିଛନ୍ତି ଯେ ଯୁଦ୍ଧ ପାଇଁ ଏସବୁ ପ୍ରକ୍ରିୟା ଟିକେ ବିଳମ୍ୱ ହୋଇଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଖାଲି ପଡିଥିବା ମନ୍ତ୍ରୀ ପଦ ଓ ନିଗମ ଘୋଷଣା କରିବେ । ଏନେଇ ଦଳୀୟ ସ୍ତରରେ ନିଷ୍ପତ୍ତି ହୋଇଛି l ଖୁବଶୀଘ୍ର ନାଁ ଘୋଷଣା କରାଯିବ ବୋଲି ସେ କହିଛନ୍ତି l ସେହିପରି ଦଳର ବରିଷ୍ଠ ବିଧାୟକ ଅଶୋକ ମହାନ୍ତି ମଧ୍ୟ ସମାନ କଥା କହିଛନ୍ତି । ତାଙ୍କ ଯୁକ୍ତି ହେଉଛି ଖାଲି ପଡ଼ିଥିବା ୬ ମନ୍ତ୍ରୀପଦ ପୂରଣ ହେବାର ଆବଶ୍ୟକ ରହିଛି । ସେହିପରି ଚିକିଟି ବିଜେପି ବିଧାୟକ ମନୋରଞ୍ଜନ ଦ୍ଯାନସାମନ୍ତରାୟ ମଧ୍ୟ ଦୁଇ ବିଧାୟକଙ୍କ ସ୍ଵରରେ ସ୍ୱର ମିଳାଇଛନ୍ତି । ବିଜେପି ବିଧାୟକ ମନ୍ତ୍ରୀ ପଦ ପୂରଣ ନେଇ ମୁହଁ ଖୋଲିବା ପରେ ମୋହନ ବର୍ଷ ପୂର୍ତ୍ତି ଅବସରରେ ମୋହନ ଅଧାଗଢା ମନ୍ତ୍ରିମଣ୍ଡଳ ପୂରଣ କରିବେ କି ନାହିଁ ତାକୁ ନେଇ ବିଜେପି ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଛି ।
ସେପଟେ କିଛି ବିଧାୟକ ଏ ପ୍ରସଙ୍ଗକୁ ଏଡାଇ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ଅନ୍ଯପଟେ ବିଜେପିର ଏପରି ଦୋଦୁଲ୍ଯମାନ ସ୍ଥିତି ଦେଖି ବିଜେଡି ଏହାକୁ ସମାଲୋଚନା କରିଛି । ବିଜେପି ସରକାର ବର୍ଷେ ହେବ କେବଳ ଭାଷଣବାଜି ଓ ପ୍ରଚାରରେ ମାତିଛନ୍ତି । ବଜେଟ୍ ଅର୍ଥ ଠିକ୍ ସେ ସରକାର ଖର୍ଚ୍ଚ କରିପାରୁନାହାଁନ୍ତି । ବିକାଶ କାମ ଓଡ଼ିଶାରେ ଠପ୍ ହୋଇଯାଇଛି କହି ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ମନୋହର ରନ୍ଧାରୀ ।
ଗୋଟେ ପଟେ ବର୍ଷ ପୂର୍ତ୍ତି ପାଳନ ପ୍ରସ୍ତୁତି ଶାସକ ଦଳ ଜୋରଦାର କରୁଥିବା ବେଳେ ଅଧାଗଢା ମନ୍ତ୍ରିମଣ୍ଡଳ ଓ ନିଗମ ବଣ୍ଟନ ଅଙ୍କକଷାରେ ଛନ୍ଦି ହୋଇପଡିଛି । ତଥାପି ନିଜ ସଫଳତାର ପ୍ରଚାର ପାଇଁ ସରକାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।

‘ସୀମା ପାର ଆତଙ୍କବାଦ ବନ୍ଦ ନ ହେବା ଯାଏ ବଦଳିବ ନାହିଁ ସିନ୍ଧୁ ଜଳ ସଂକ୍ରାନ୍ତ ନିଷ୍ପତ୍ତି’

ନୂଆଦିଲ୍ଲୀ: ସୀମା ପାର ଆତଙ୍କବାଦ ବନ୍ଦ ନ ହେବା ଯାଏ ବଦଳିବ ନାହିଁ ସିନ୍ଧୁ ଜଳ ସଂକ୍ରାନ୍ତ ନିଷ୍ପତ୍ତି। ସୀମାପାର ଆତଙ୍କବାଦ ବନ୍ଦ ନେଇ ସ୍ପଷ୍ଟ ସୂଚନା ମିଳିବା ଯାଏ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି କହିଛନ୍ତି ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର। ସେ କହିଛନ୍ତି- କାଶ୍ମୀର ପ୍ରସଙ୍ଗ ଆଲୋଚନାର ଅର୍ଥ ହେଉଛି ପାକ୍ ଅଧିକୃତ କାଶ୍ମୀର ଖାଲି କରୁ ପାକିସ୍ତାନ। ପୂର୍ବରୁ ଅପରେସନ ସିନ୍ଦୂରରେ ଭାରତର ଦମ୍ ଦେଖି ମୁଣ୍ଡ ନୁଆଁଇଥିଲା ପାକିସ୍ତାନ। ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ପୁନର୍ବିଚାର ଲାଗି ଭାରତ ନିକଟରେ ଅନୁରୋଧ କରିଥିଲା ପାକିସ୍ତାନ। ଏନେଇ ଜଳଶକ୍ତି ମନ୍ତ୍ରାଳୟ ନିକଟକୁ ପତ୍ର ଲେଖିଥିଲେ ପାକିସ୍ତାନ ଜଳ ସମ୍ପଦ ସଚିବ ସୟଦ ଅଲି ମୁର୍ତାଜା। ଏପ୍ରିଲ ୨୨ ପହଲଗାଓଁ ହମଲା ପରେ ଉତ୍ତ୍ୟକ୍ତ ହୋଇ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିଥିଲା ଭାରତ। ୧୯୬୦ ସିନ୍ଧୁ ଜଳ ଚୁକ୍ତି ଅନୁସାରେ ସିନ୍ଧୁ ନଦୀରୁ ଭାରତ ୩୦ ପ୍ରତିଶତ ଓ ପାକିସ୍ତାନ ୭୦ ପ୍ରତିଶତ ଜଳ ପାଇଥାଏ। ଜଳ ଚୁକ୍ତି ରଦ୍ଦ ହେବା ପରେ ପାକିସ୍ତାନ ଜଳାଭାବରେ ଛଟପଟ ହେବା ପରିଲକ୍ଷିତ ହୋଇଛି।

ବିଲ୍ ପାସ୍ କ୍ଷମତା ପ୍ରସଙ୍ଗ: ୧୪ଟି ପ୍ରଶ୍ନ ଉଠାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ କ୍ଷମତା ନେଇ ବିତର୍କର ଅବସାନ ଘଟି ନଥିବାବେଳେ ରାଷ୍ଟ୍ରପତି ଏନେଇ ଉଠାଇଛନ୍ତି ୧୪ ପ୍ରଶ୍ନ। ଜଷ୍ଟିସ ବି.ଆର. ଗବାଇ ସିଜେଆଇ ଭାବେ ଦାୟିତ୍ବ ନେବା ପରେ ଏବେ ଏସବୁ ପ୍ରଶ୍ନ ନେଇ ତାଙ୍କର ଭୂମିକା କଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିଭିନ୍ନ ବିଲକୁ ସ୍ବୀକୃତି ପ୍ରସଙ୍ଗରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଟାଇମଲାଇନ ସୁପ୍ରିମକୋର୍ଟ ନିର୍ଦ୍ଧାରଣ କରିବା ପ୍ରସଙ୍ଗରେ ସୃଷ୍ଟି ହୋଇଥିଲା ବିବାଦ। ପ୍ରଧାନବିଚାରପତି ଭାବେ ଜଷ୍ଟିସ ଗବାଇ ଦାୟିତ୍ବ ନେବାର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟଙ୍କ ପ୍ରସଙ୍ଗରେ ଉଠାଇଥିଲେ ୧୪ଟି ପ୍ରଶ୍ନ।

ସେଗୁଡିକ ହେଲା- ସମ୍ବିଧାନର ଧାରା ୨୦୦ ଅନୁସାରେ ଏକ ବିଲ ରାଜ୍ୟପାଳଙ୍କ ନିକଟକୁ ଯିବା ପରେ ତାଙ୍କ ନିକଟରେ କଣ ରହିଛି ସାମ୍ବିଧାନିକ ବିକଳ୍ପ। ବିଲକୁ ମଞ୍ଜୁରୀ କ୍ଷେତ୍ରରେ ଜଣେ ରାଜ୍ୟପାଳ ମନ୍ତ୍ରିମଣ୍ଡଳର ପରାମର୍ଶକୁ ମାନିବା ବାଧ୍ଯତାମୂଳକ କି? ଧାରା ୨୦୦ ଅନୁସାରେ ରାଜ୍ୟପାଳଙ୍କୁ ପ୍ରଦତ୍ତ ସାମ୍ବିଧାନିକ କ୍ଷମତା ଯଥାର୍ଥ କି। ଜଣେ ରାଜ୍ୟପାଳଙ୍କ କାର୍ଯ୍ୟଧାରାର ବିଚାର ବିଭାଗୀୟ ସମୀକ୍ଷା ନ ହେବା ଲାଗି ସମ୍ବିଧାନର ଧାରା ୩୬୧ ଅନୁସାରେ ରହିଥିବା ବ୍ୟବସ୍ଥା ଯଥାର୍ଥ କି। ସମୟ ସୀମା ନେଇ ସାମ୍ବିଧାନିକ ବ୍ୟବସ୍ଥା ନଥିବାବେଳେ ସମୟ ସୀମା ନିର୍ଦ୍ଧାରଣ ବ୍ୟବସ୍ଥା ଲାଗୁ କରାଯାଇପାରିବ କି। ସମ୍ବିଧାନର ଧାରା ୨୦୧ ଅନୁସାରେ ରାଷ୍ଟ୍ରପତିଙ୍କୁ ପ୍ରଦତ୍ତ ସାମ୍ବିଧାନିକ ଅଧିକାର ଯଥାର୍ଥ କି। ବିଚାର ବିଭାଗୀୟ ନିର୍ଦ୍ଦେଶ ଜରିଆରେ ସମୟସୀମା ନିର୍ଦ୍ଧାରଣ କରାଯାଇପାରିବ କି ଇତ୍ୟାଦି।

ଗତ ମାସରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୁପ୍ରିମକୋର୍ଟଙ୍କ କ୍ଷମତା ଉପରେ ପ୍ରଶ୍ନ ଉଠାଇଥିବାବେଳେ କିଛି ରାଜନେତା ବି ସୁପ୍ରିମକୋର୍ଟଙ୍କ କ୍ଷମତା ନେଇ ପ୍ରଶ୍ନ ଉଠାଇଥିଲେ। ତାମିଲନାଡୁ ସରକାର ବିନା ରାଜ୍ୟପାଳଙ୍କ ସମ୍ମତିରେ ୧୦ଟି ବିଲ୍ ଗୃହୀତ କରିବା ପରେ ଆରମ୍ଭ ହୋଇଥିଲା ବିତର୍କର ଝଡ। ଗତ ଏପ୍ରିଲ ୧୨ରେ ବିଲ୍ ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଥିଲେ- ରାଜ୍ୟପାଳ ପଠାଇଥିବା ବିଲ୍ ଉପର ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଜର ନିଷ୍ପତ୍ତି ନେବେ। ଏହା ସହ ଖଣ୍ଡପୀଠ କହିଥିଲେ- ଧାରା ୨୦୧ ଅନୁସାରେ ରାଷ୍ଟ୍ରପତିଙ୍କ କ୍ଷମତା ବିଚାର ବିଭାଗୀୟ ସମୀକ୍ଷା ପରିସରଭୁକ୍ତ।