spot_img
Home Blog Page 799

ଆହୁରି କଲବଲ କରିବ ତାତି

ନନ୍ଦିଘୋଷ ବ୍ୟୁରୋ: ୧୯ ଯାଏଁ କଲବଲ କରିବ ତାତି । ଆଜିଠାରୁ ଅତ୍ୟଧିକ ଖରା ଗରମ ଗୁଳୁଗୁଳିରେ ହନ୍ତସନ୍ତ ହେବେ ଲୋକେ । ରାଜ୍ୟରୁ କାଳବୈଶାଖୀର ପ୍ରଭାବ ହଟିବା ପରେ ଉପରମୁହାଁ ହୋଇଛି ପାରଦ। ଫଳରେ ଆଜିଠାରୁ ଉପକୁଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର l ୧୯ ତାରିଖ ପରେ ବଦଳିବ ପାଗ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୨ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁବା ସମ୍ଭାବନା ରହିଛି l ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ,କଳାହାଣ୍ଡି ଓ ଅନୁଗୁଳ ଜିଲା ମାନଙ୍କରେ ୪୨ ଡିଗ୍ରୀ ଉପରକୁ ଯାଇପାରେ ତାପମାତ୍ରା l ସେପଟେ ଉପକୂଳରେ ମଧ୍ଯ ୪୦ ଡିଗ୍ରୀ ଅତିକ୍ରମ କରିପାରେ ପାରଦ ।

ତିବ୍ବତରେ ଭୂକମ୍ପର ଝଟକା

ନନ୍ଦିଘୋଷ ବ୍ୟୁରୋ: ତିବ୍ବତରେ ଭୂକମ୍ପର ଝଟକା। ରାତି ପ୍ରାୟ ୨ଟା ୪୧ ମିନିଟ ସମୟରେ ତିବ୍ଦତରେ ଭୂମିକମ୍ପର ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ମପା ଯାଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି NCS ଏହି ସୂଚନା ଦେଇଛି। ଭୂମିକମ୍ପ ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ଭୂକମ୍ପରୁ ଏପର୍ଯ୍ୟନ୍ତ ଧନଜୀବନ ହାନି ନେଇ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।ଉତ୍ତରପ୍ରଦେଶରୁ ବିହାର ପର୍ଯ୍ୟନ୍ତ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ୟୁପି-ବିହାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନେ ପ୍ରବଳ ଭୂମିକମ୍ପ ଅନୁଭବ କରିଥିଲେ। ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ଭୂମିକମ୍ପର ୧୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି। ପୂର୍ବରୁ ଗତ ୯ ତାରିଖରେ ଏଠାରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିରେ କୌଣସି କ୍ଷତି ହୋଇନଥିଲା। ହିମାଳୟ ପର୍ବତମାଳା ଅଞ୍ଚଳ ହୋଇଥିବାରୁ ଏଠାରେ ଅନେକ ସମୟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥାଏ।

ଶୁଭମନ ଗିଲଙ୍କୁ ଅଧିନାୟକ କରିବା ପୂର୍ବରୁ ତାଙ୍କ ରେକର୍ଡ ଦେଖ, ଜାଣନ୍ତୁ କାହିଁକି ଏମିତି କହିଲେ ପୂର୍ବତନ ଚୟନକର୍ତ୍ତା

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ମଝିରେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି ରୋହିତ ଶର୍ମା । ତାଙ୍କର ଏଭଳି ହଠାତ ଅବସର ଘୋଷଣା ସମସ୍ତଙ୍କୁ ଚକିତ କରିଛି । ଆଗାମି ଦିନରେ ଭାରତ ଇଂଲଣ୍ଡ ଗସ୍ତରେ ଯିବାକୁ ଥିବାବେଳେ ଦଳର ଅଧିନାୟକ ପଦ କିଏ ସମ୍ଭାଳିବେ ଏହାକୁ ନେଇ ପ୍ରଶ୍ନବାଜୀ ସୃଷ୍ଟି ହୋଇଛି । ଋଷଭ ପନ୍ତ, ଜଶପ୍ରିତ ବୁମରା ଏବଂ ଶୁଭମନ ଗିଲଙ୍କ ଏହି ରେସରେ ରହିଛି । ତେବେ ଶୁଭମନ ଅଧିନାୟକ ହୁଅନ୍ତୁ ବୋଲି ଅଧିକାଂଶ ପୂର୍ବତନ କ୍ରିକେଟରମାନେ ଦାବି କରିଛନ୍ତି । ତେବେ ଏହାକୁ ନେଇ ପୂର୍ବତନ ଭାରତୀୟ ଦଳର ଚୟନକର୍ତ୍ତା ଏସକେ ପ୍ରସାଦ ଅଗରକରଙ୍କ ଚୟନକର୍ତ୍ତା ଟମୁକ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ।

ସେ କହିଛନ୍ତି କି, ଗିଲଙ୍କୁ ଅଧିନାୟକ କରିବା ପୂର୍ବରୁ ଇଂଲଣ୍ଡରେ ତାଙ୍କ ରେକର୍ଡ କେମିତି ରହିଛି ଏହା ଉପରେ ପ୍ରଥମେ ନଜର ପକାନ୍ତୁ। ଗିଲ ଏବେ ଭଲ ଫର୍ମରେ ରହିଛନ୍ତି । ଯଦି ଅଧିନାୟକ ରହିବେ ତାହେଲେ ତାଙ୍କ ଉପରେ ଚାପ ରହିବ । ଏଣୁ ବୁମରା ଅଧିନାୟକ ହେବା ପାଇଁ ଭଲ ବିକଳ୍ପ ହେବେ । ଆପଣ ଗିଲଙ୍କୁ ଉପଅଧିନାୟକ ଭାବେ ନେଇପାରିବେ । ଏହାପରେ ଭାରତ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ । ବିଦେଶ ମାଟିରେ ବୁମରାଙ୍କ ଅଧିନାୟକତ୍ବରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଏସକେ ପ୍ରସାଦ ଏକ ଇଣ୍ଟରଭିୟ୍ୟୁ ସମୟରେ ଜଣାଇଛନ୍ତି । ତେବେ ବିସିସିଆଇ ଆଗାମୀ ଦିନରେ କଣ ନିଷ୍ପତ୍ତି ନେଉଛି ଏବଂ କାହାକୁ ଅଧିନାୟକ କରୁଛି ତାହା ଉପରେ ରହିଛି ମସସ୍ତଙ୍କ ନଜର ।

ସ୍ଥିତିରେ ସୁଧାର ଆସିବା ପରେ ଆଜିଠୁ ଖୋଲିବ ପଞ୍ଜାବ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଓ ଶିକ୍ଷା ପ୍ରତିଷ୍ଠାନ

ନନ୍ଦିଘୋଷ ବ୍ୟୁରୋ: ଅସ୍ତ୍ରବିରତି ତଥା ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ଆଜିଠାରୁ ଖୋଲିବ ପଞ୍ଜାବ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଓ ଶିକ୍ଷା ପ୍ରତିଷ୍ଠାନ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଶିକ୍ଷାମନ୍ତ୍ରୀ ହରଜୋତ ସିଂ ବୈନସ। ବିଶେଷ କରି ସୀମାରେ ଉତ୍ତେଜନା ପ୍ରକାଶ ପାଇବା ସହ ଭାରତ- ପାକିସ୍ତାନ ଆକ୍ରମଣ-ପ୍ରତିଆକ୍ରମଣ ପରେ ବନ୍ଦ ହୋଇଯାଇଥିଲା ଶିକ୍ଷାନୁଷ୍ଠାନ। ତେବ ସୀମାନ୍ତ ଅନ୍ତର୍ଗତ ଫିରୋଜପୁର, ପଠାନକୋଟ, ଅମୃତସର, ଗୁରୁଦାସପୁର ଆଦି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଆଜି ବନ୍ଦ ରହିବ। ସୀମାନ୍ତ ଜିଲ୍ଲା ଫାଜିଲକାରେ ଖୋଲିବ ସ୍କୁଲ। ଗତ ମେ ୮ରୁ ରାଜ୍ୟରେ ୩ ଦିନ ଲାଗି ବନ୍ଦ ଘୋଷଣା କରାଯାଇଥିଲା ଶିକ୍ଷା ପ୍ରତିଷ୍ଠାନ।

ଭାରତ-ପାକିସ୍ତାନ ଅସ୍ତ୍ରବିରତି ପ୍ରସଙ୍ଗ : ଆଜି DGMOସ୍ତରୀୟ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଅସ୍ତ୍ରବିରତି ପ୍ରସଙ୍ଗ। ଆଜି ଦୁଇ ଦେଶର ମିଲିଟାରୀ ଅପରେସନ୍ସ ମହାନିର୍ଦ୍ଦେଶକ ସ୍ତରୀୟ ବା DGMOସ୍ତରୀୟ ଆଲୋଚନା। ଗତ ୧୦ ତାରିଖରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବା ପରେ ସେହି ଦିନ ସନ୍ଧ୍ୟା ୫ଟାରୁ ଏହା କାର୍ଯ୍ୟକାରୀ ହୋଇଥିଲା। ଏହି କଥାବାର୍ତ୍ତା ନେଇ ଘୋଷଣା କରିଥିଲେ ବିଦେଶ ସଚିବ ବିକ୍ରମ ମିସ୍ରି। ଦୁଇ ଦେଶର ସାମରିକ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ। ଦୁଇ ଦେଶ ମଧ୍ୟରେ ଉତ୍ତେଜନା, ଆକ୍ରମଣ, ପ୍ରତିଆକ୍ରମଣ ଅଧିକ ହେବା ପରେ ବିଶେଷ କରି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ଏହା ପ୍ରଶମିତ ହୋଇଥିଲା। ଏପ୍ରିଲ ୨୨ ପହଲଗାଓଁ ହମଲା ପରେ ପ୍ରତିଶୋଧ ନେବା ଲାଗି ଭାରତ ଗତ ମେ ୭ରେ ଅପରସେନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅପରେସନରେ ପାକିସ୍ତାନର ବହୁ ସାମରିକ ଘାଟି, ବିମାନବନ୍ଦର, ଆତଙ୍କୀ ଶିବିର ନଷ୍ଟ ହୋଇଥିଲା। ବହୁ କୁଖ୍ୟାତ ଆତଙ୍କୀ ବି ନିପାତ ହୋଇଥିଲେ। ପାକିସ୍ତାନ ପକ୍ଷରୁ କରାଯାଇଥିବା କୌଣସି ଆତଙ୍କୀ କାର୍ଯ୍ୟକଳାପକୁ ଏକ ପ୍ରକାର ଯୁଦ୍ଧ ବୋଲି ବିବେଚନା କରାଯିବ ଏବଂ ଏହାର ଉଚିତ ଜବାବ ଦିଆଯିବ ବୋଲି ଭାରତ ଘୋଷଣା କରିବା ପରେ ଅସ୍ତ୍ରବିରତି ଘଟିଥିଲା। ଭାରତର ହମଲାରେ ପାକିସ୍ତାନର ରାଡାର ସିଷ୍ଟମ, କମାଣ୍ଟ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ, ରଫିକ, ଚକଲାଲା, ରହିମିୟାର ଖାଁ, ସୁକୁର, ସିଆଲକୋଟ ଆଦି ସାମରିକ ଘାଟି ଧ୍ବଂସ ହୋଇଥିଲା।..

ଟ୍ରକ୍ ଏବଂ ଟ୍ରେଲର ମଧ୍ୟରେ ଧକ୍କା: ୧୩ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ରାୟପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ଏବଂ ଟ୍ରେଲର ମଧ୍ୟରେ ଧକ୍କାରେ ୧୩ ଜଣଙ୍କ ମୃତ୍ୟୁ। ୧୨ ଆହତ ହୋଇଥିବା ସୂଚନା ମିଳିଛି। ରାୟପୁର-ବାଲୋଦା ବଜାର ରାସ୍ତାର ସାରାଗାଁ ନିକଟରେ ଏକ ମିନି ଟ୍ରକ୍ ଏବଂ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଲୋକମାନେ ବାନା ବନାରସୀରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି। ରାୟପୁର ଏସପି ଲାଲ ଉମ୍ମେଦ ସିଂହ ଏହି ସୂଚନା ଦେଇଛନ୍ତି। ଚତୌଡ ଗାଁର କିଛି ଲୋକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାନା ବନାରସୀ ଯାଇଥିଲେ। କାର୍ଯ୍ୟକ୍ରମ ସରିବା ପରେ ସେମାନେ ଫେରୁଥିଲେ। ଏହି ସମୟରେ ରାୟପୁର-ବାଲୋଦାବଜାର ରୋଡ୍ ନିକଟରେ ଦୁର୍ଘଟଣା ଘଟିଥିଲା।ସମସ୍ତ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି ବୋଲି ଏସପି କହିଛନ୍ତି। ମୃତକଙ୍କ ମଧ୍ୟରେ ୯ ମହିଳା, ୪ ଶିଶୁ ଥିବା ଜଣାପଡିଛି।

ୱେଷ୍ଟର୍ଣ୍ଣ କମାଣ୍ଡକୁ ସେନାମୁଖ୍ୟ ଦେଲେ ସମ୍ପୂର୍ଣ୍ଣ ସ୍ବାଧୀନତା

ନନ୍ଦିଘୋଷ ବ୍ୟୁରୋ: ୱେଷ୍ଟର୍ଣ୍ଣ କମାଣ୍ଡକୁ ଆର୍ମି ଚିଫ୍ ଦେଲେ ପୂର୍ଣ୍ଣ ସ୍ଵାଧୀନତା । ସୀମା ଆରପଟରୁ ଯଦି ଅସ୍ତ୍ରବିରତି ଉଲ୍ଲଂଘନ ହୁଏ, ତେବେ କଡ଼ା ଜବାବ ଦିଆଯିବ । କମାଣ୍ଡରମାନେ ଏଥିପାଇଁ ନିଜେ ନିଷ୍ପତ୍ତି ନେଇପାରିବେ । କମାଣ୍ଡରମାନଙ୍କୁ ଏହି କ୍ଷମତା ଦେଇଛନ୍ତି ସେନାମୁଖ୍ୟ ।

ପାକିସ୍ତାନ ସହିତ ଅସ୍ତ୍ରବିରତି ଘୋଷଣା ସତ୍ତ୍ଵେ ଗତରାତିରେ ସୀମାରେ ଏହାର ଉଲ୍ଲଂଘନ ହୋଇଥିଲା । ପାକିସ୍ତାନ ପଟରୁ ଗୁଳିଗୋଳା ବର୍ଷଣ ହୋଇଥିଲା । ଏପରିକି ଆକାଶ ସୀମା ମଧ୍ୟ ଉଲ୍ଲଂଘନ କରାଯାଇଥିଲା । ଏହା ପରେ ସୁରକ୍ଷାର ସମୀକ୍ଷା କରିଥିଲେ ଆର୍ମି ଚିଫ୍ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ ଏବଂ କାଉଣ୍ଟର ଆକ୍ସନ ନେବା ପାଇଁ କମାଣ୍ଡରମାନଙ୍କୁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି । ଡିଜିଏମଓ ସ୍ତରୀୟ ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହୋଇଥିଲା ।

ମହାପ୍ରଭୁଙ୍କ ସେବାରୁ ରାମକୃଷ୍ଣ ଦାସ ମହାପାତ୍ର ୩୦ ଦିନ ପାଇଁ ନିଲମ୍ବିତ

ନନ୍ଦିଘୋଷ ବ୍ୟୁରୋ: ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣକୁ ନେଇ ବିବାଦରେ ଥିବା ଦଇତାପତି ସେବାୟତ ରାମକୃଷ୍ଣ ଦାସ ମହାପାତ୍ର ୩୦ ଦିନ ପାଇଁ ନିଲମ୍ବିତ । ଏହି ସମୟରେ ତାଙ୍କର ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି । ଦିଘା ଜଗନ୍ନାଥ ମନ୍ଦିରରେ ବିଗ୍ରହ ନିର୍ମାଣକୁ ନେଇ ବିବାଦୀୟ ହୋଇଥିଲେ ରାମକୃଷ୍ଣ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠିତ କମିଟି ଦଇତାପତି ନିଯୋଗ ସମ୍ପାଦକଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲା । କମିଟି ରିପୋର୍ଟ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଏକମାସ ଯାଏଁ ସେ ଶ୍ରୀମନ୍ଦିରର କୌଣସି ସେବାପୂଜାରେ ସାମିଲ ହୋଇପାରିବେନି କି ନିଲମ୍ବନ ଅବଧି ସମୟରେ ସେ ଅନ୍ୟ ନିଯୋଗର କୌଣସି ସେବାୟତଙ୍କୁ ପ୍ରଲୋଭିତ କି ଧମକ ଚମକ ଦେଇପାରିବେ ନାହିଁ । ଏହାସହ ଶ୍ରୀଜିଉଙ୍କ ନୀତିକାନ୍ତିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବାଧା ସୃଷ୍ଟି କରିବେନି । ଏହି ସମୟ ମଧ୍ୟରେ ଶ୍ରୀମନ୍ଦିର କମାଣ୍ଡର ନିୟମିତ ତାଙ୍କ ଆଚାର ବ୍ୟବହାର ଉପରେ ନଜର ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଜଣାଇବେ ।

ଅପରେସନ ସିନ୍ଦୂରରେ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି: ଡିଜିଏମଓ

ନନ୍ଦିଘୋଷ ବ୍ୟୁରୋ: ୨୨ ଏପ୍ରିଲରେ ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ କାରତୀୟ ସେନା ଅପରେସନ ସିନ୍ଦୂର ଜରିଆରେ ନେଇଛି । ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । ଏହା ଏତେ ସଠିକ ଥିଲା ଯେ, ୧୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ କିଛି କୁଖ୍ୟାତ ଆତଙ୍କବାଦୀ ମଧ୍ୟ ରହିଛନ୍ତି । ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ସନାର ଡିଜିଏମଓ ଲେଫ୍ଟନାଣ୍ଟ ଜନରଲ ରାଜୀବ ଘାଇ ଏହା କହିଛନ୍ତି ।

ଡିଜିଏମଓ କହିଛନ୍ତି, ମୃତ ଆତଙ୍କବାଦୀଙ୍କ ମଧ୍ୟରେ ୟୁସୁଫ ଅଜହର, ଅବଦୁଲ ମଲିକ ରଉଫ ଏବଂ ମୁଦାସିା ଅହମ୍ମଦଙ୍କ ପରି କୁଖ୍ୟାତ ଆତଙ୍କବାଦୀ ଅଛନ୍ତି । ଏମାନେ ଆଇସି-୮୧୪ ବିମାନ ଅପହରଣ ଓ ପୁଲଓ୍ବାମା ଆକ୍ରମଣରେ ସମ୍ପୃକ୍ତ ଥିଲେ । ଭାରତୀୟ ସେନାର ପ୍ରତିଆକ୍ରମଣ ସର୍ଜିକଲ, ସିଠିକ ଓ ଯୋଜନାବଦ୍ଧ ଥିଲା । ଆଗକୁ ସେ କହିଛନ୍ତି, ଅପରେସନ ସିନ୍ଦୂରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆତଙ୍କବାଦର ମାଷ୍ଟର ମାଇଣ୍ଡ ଓ ସେମାନଙ୍କ ସେଣ୍ଟରକୁ ନଷ୍ଟ କରିବା । ଏବେ ଆତଙ୍କବାଦ ବିରୋଧରେ କେବଳ କଥାରେ ନୁହେଁ, ସୈନ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଡିଜିଏମଓଙ୍କ ଅନୁସାରେ, ଅପରେସନ ସିନ୍ଦୂର ବେଳେ ସୀମାରେ ପାକିସ୍ତାନ ନିୟନ୍ତ୍ରଣ ରେଖା ଉଲ୍ଲଂଘନ କରିବାକୁ ଚେଷ୍ଟା କରିଥିଲା । ହେଲେ ପାକିସ୍ତାନର ପ୍ରତିକ୍ରିୟାରୁ ଡର ଜଣାପଡୁଥିଲା । ସୀମାନ୍ତ ଗାଁ, ଧାର୍ମୀକ ସ୍ଥଳ ଓ ଗୁରୁଦ୍ବାରାକୁ ଟାର୍ଗେଟ କରି ନୀରିହ ଲୋକଙ୍କ ଜୀବନ ନେଇଗଲେ । ଅପରେସନ ସିନ୍ଦୂରରେ ଭାରତୀୟ ବାୟୁସେନା ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଭାରତୀୟ ନୌସେନା ମିଶନ ପାଇଁ ଉଚିତ ଅସ୍ତ୍ର ପ୍ରଣାଳୀ ଉପଲବ୍ଧ କରାଇଥିଲା ।

ଜମ୍ମୁ ଓ କାଶ୍ମୀର ଲୋକଙ୍କୁ ସ୍ଥାନୀୟ ପୋଲିସର ଅପିଲ୍; ବିପଦ ଟଳିନି, ଘରକୁ ନ ଫେରି ସୁରକ୍ଷିତ ସ୍ଥାନରେ ରୁହନ୍ତୁ

ନନ୍ଦିଘୋଷ ବ୍ୟୁରୋ: ଅସ୍ତ୍ରବିରତି ପରେ ସୀମାରେ ସ୍ଥିତି ସୁଧୁରିବାରେ ଲାଗିଛି । ଗୁଳିଗୋଳା ମାଡ଼ ବନ୍ଦ ହୋଇଛି, ବିସ୍ଫୋରଣର ଶବ୍ଦ ଆଉ ଶୁଭୁନି । ତଥାପି ବିପଦ ଟଳିନି । ଏଥିପାଇଁ ଯୁଦ୍ଧ ସ୍ଥିତି ବେଳେ ଘର ଛାଡ଼ିଥିବା ଲୋକଙ୍କୁ ଏବେ ନ ଫେରିବାକୁ ସ୍ଥାନୀୟ ପୋଲିସ ଅନୁରୋଧ କରିଛି । ପୋଲିସ ପକ୍ଷରୁ କୁହାଯାଇଛି, ପାକିସ୍ତାନୀ ଗୋଳା, ବାରୁଦ ଏବେ ବି ବିଭିନ୍ନ ସ୍ଥାନରେ ପଡ଼ିଛି । ତେଣୁ ଯେଉଁ ସୁରକ୍ଷିତ ସ୍ଥାନରେ ଅଛ ସେଇଠି ରହିଥାଅ । ସୂଚନାଯୋଗ୍ୟ, ଯୁଦ୍ଧ ସ୍ଥିତି ସୃଷ୍ଟି ହେବା ପରେ ସୀମାନ୍ତ ବାରାମୁଲା, ବାନ୍ଦିପୋରା ଓ କପଓ୍ବାଡ଼ା ଜିଲ୍ଲାର ଗାଁ ଗୁଡିକରୁ ୧ ଲକ୍ଷ ୨୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଜମ୍ମୁ ଓ କାଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି, ସୀମାନ୍ତ ଗାଁ ଲୋକେ ଏବେ ନିଜ ଘରକୁ ନଫେରନ୍ତୁ । ପାକିସ୍ତାନ ପକ୍ଷରୁ ଛଡ଼ା ଯାଇଥବା କିଛି ଗୋଳା, ବାରୁଦ ଏବେ ବି ନଫୁଟି ବିଭିନ୍ନ ସ୍ଥାନରେ ପଡ଼ି ରହିଛି । ତେଣୁ, ଏବେ ଘରକୁ ଫେରିବା ଜୀବନ ପ୍ରତି ବିପଦ ହୋଇପାରେ । ବୋମା ନିଷ୍କ୍ରିୟକାରୀ ଦଳ ଏସବୁ ଅଞ୍ଚଳକୁ ଯାଇ ଯାଞ୍ଚ କରିବା ସହ ଜୀବନ୍ତ ଗୋଳାବାରୁଦ ନିଷ୍କ୍ରିୟ କରାଯିବ ।