spot_img
Home Blog Page 800

ଟ୍ରମ୍ପଙ୍କ କାଶ୍ମୀର ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତର ଖାରଜ; ଆଲୋଚନା ହେବ ତ କେବଳ ପିଓକେ ଫେରାଇବାକୁ ନେଇ

ନନ୍ଦିଘୋଷ ବ୍ୟୁରୋ: ଗତକାଲିଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଛି । ସୀମାରେ ଗୁଳିଗୋଳା ମାଡ଼ ବନ୍ଦ ହୋଇଯାଇଛି । ଯୁଦ୍ଧ ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ଉଭୟ ଦେଶ ମଧ୍ୟରେ କୂଟନୈତିକ ଯୁଦ୍ଧ ଏବେ ବି ଜାରି ରହିଛି । ଅସ୍ତ୍ରବିରତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା ଆସିଛି । ଏହି ପଦକ୍ଷେପକୁ ଟ୍ରମ୍ପ ସ୍ବାଗତ କରିଛନ୍ତି । ହେଲେ ଏହାସହ ଏମିତି କିଛି କହି ଦେଇଛନ୍ତି, ଯାହା ଭାରତ ପାଇଁ କେବେ ବି ଗ୍ରହଣୀୟ ନୁହେଁ । ଏହି ଅବସରରେ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଯାହାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଣହବାଜ ସରିଫ ସ୍ବାଗତ କରିଛନ୍ତି । ହେଲେ ଭାରତ ଟ୍ରମ୍ପଙ୍କ ପ୍ରସ୍ତାବକୁ ସିଧା ସିଧା ଖାରଜ କରି ଦେଇଛି ।

ବିତେଶ ମନ୍ତ୍ରାଳୟ ଅନୁସାରେ, କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷଙ୍କ ସ୍ବାକାରଯୋଗ୍ୟ ନୁହେଁ । ପାକିସ୍ତାନ ଯଦି ଆତଙ୍କବାଦୀଙ୍କୁ ହସ୍ତାନ୍ତର କରିବାକୁ ଚାହୁଁଛି, ତେବେ ଆଲୋଚନା ପାଇଁ ଦ୍ବାର ଖୋଲା ଅଛି । ଏହାସହ ଭାରତ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି, ଯଦି ଆଲୋଚନା ହେବ ତେବେ କେବଳ ପାକିସ୍ତାନ ଅଧିକୃତ କାଶ୍ମୀର ଫେରାଇବା ଉପରେ ଆଲୋଚନା ହେବ । ଏହା ବ୍ୟତୀତ ଅନ୍ୟ କିଛି ଆଲୋଚନା ହେବ ନାହିଁ । ଆଉ ଏହି ପ୍ରସଙ୍ଗରେ ଆମେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ବରଦାସ୍ତ କରିବୁ ନାହିଁ ।

ଦୁଇ ପାକିସ୍ତାନୀ ଗୁପ୍ତଚର ଅଟକ, ଭାରତୀୟ ସେନାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ କରୁଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ଦୁଇଜଣ ପାକିସ୍ତାନୀ ଗୁପ୍ତଚରଙ୍କୁ କାବୁ କରିଛି ପୋଲିସ । ପଞ୍ଚାବ ମାଲେରକୋଟଲା ପୋଲିସ ଦୁଇ ଗୁପ୍ତଚରଙ୍କୁ ଧରିଥିବା ଜଣାପଡ଼ିଛି । ନୂଆଦିଲ୍ଲୀ ହାଇକମିଶନରେ କାର୍ଯ୍ୟରତ ଜଣେ ପାକ୍ ଅଧିକାରୀଙ୍କ ସହ ଏମାନଙ୍କର ସମ୍ପର୍କ ଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଉଭୟ ଗୁପ୍ତଚର ବୃତ୍ତିରେ ଲିପ୍ତ ଥିଲେ । ଏମାନେ ଭାରତୀୟ ସେନା ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ସେନାର ଗତିବିଧି ସମ୍ପର୍କରେ ସେମାନେ ତଥ୍ଯ ଯୋଗାଉଥିଲେ । ଆଉ ଏହି ସୂଚନା ପାଇଁ ଅନଲାଇନରେ ପାଉଥିଲେ ଟଙ୍କା । ଦୁଇ ଅଭିଯୁକ୍ତଙ୍କ ପାଖରୁ ଦୁଇଟି ମୋବାଇଲ ମଧ୍ୟ ଜବତ କରାଯାଇଛି ।

୧୬ ତାରିଖରୁ ପୁଣି ଆରମ୍ଭ ହୋଇପାରେ IPL

ନନ୍ଦିଘୋଷ ବ୍ୟୁରୋ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ଅଧାରୁ ବନ୍ଦ ହୋଇଥିବା IPL ପୁଣି ଆରମ୍ଭ ହୋଇପାରେ । ଏମିତି କିଛି ସୂଚନା ମିଳୁଛି । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଆସନ୍ତା ୧୬ ତାରିଖରୁ ପୁଣି ଆରମ୍ଭ ହୋଇପାରେ IPL । ଯଦି IPL ଆରମ୍ଭ ହୁଏ ତେବେ ପ୍ରତିଦିନ ଦୁଇଟି ମ୍ୟାଚ୍ ଖେଳାଯିବାକୁ ଯୋଜନା କରାଯାଉଛି । ନିଜ ନିଜ ଖେଳାଳିଙ୍କୁ ଡାକିବାକୁ ବିସିସିଆଇ ଫ୍ରାଞ୍ଚାଇଜମାନଙ୍କୁ କହି ସାରିଛି । IPLର ଆହୁରି ୧୭ଟି ମ୍ୟାଚ୍ ବାକି ଅଛି ।

ସୂଚନାଯୋଗ୍ୟ, ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତ ସୀମା ଆର ପଟେ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଗତ ୨୨ ତାରିଖ ରାତିରେ ଭାରତ ପିଓକେ ସ ପାକିସ୍ତାନର ୯ଟି ସ୍ଥାନରେ ଆତଙ୍କବାଦୀଙ୍କ ଶିବିରକୁ ଏୟାର ଷ୍ଟ୍ରାଇକ୍ କରି ଧ୍ବଂସ କରି ଦେଇଥିଲା । ଏହାର ପାଲଟା ଆକ୍ରମଣ କରିବାକୁ ଯାଇ ପାକିସ୍ତାନ ଭାରତ ଉପରେ ଡ୍ରୋନ ଓ ମିଜାଇଲରେ ଆଟାକ କରିବାକୁ ଉଦ୍ୟମ କରିଥିଲା । ଲଗାତାର ୩ ଦିନ ପାକିସ୍ତାନ ଏପରି ଉଦ୍ୟମ କରିଥିଲେ ମଧ୍ୟ ତା’ର ସମସ୍ତ ମିଜାଇଲ ଓ ଡ୍ରୋନକୁ ଭାରତ ଆକାଶରେ ଧ୍ବଂସ କରି ଦେଇଥିଲା । ଏପରିକି ପାକିସ୍ତାନର ୫ଟି ଫାଇଟର ଜେଟକୁ ମଧ୍ୟ ଉଡାଇ ଦେଇଥିଲା । ଏମିତି ସ୍ଥିତିରେ ସୁରକ୍ଷା ଦୃଷ୍ଟିରୁ ବିସିସିଆଇର ଅବଶିଷ୍ଠ ମ୍ୟାଚକୁ ସ୍ଥଗିତ ରଖିଥିଲା । ଗତକାଲି ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ହେବା ପରେ ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ଏମିତି ସ୍ଥିତିରେ ପୁଣି ଥରେ IPLର ବଳକା ମ୍ୟାଚ୍ କରିବାକୁ ବିସିସିଆଇ ଅଣ୍ଟା ଭିଡ଼ିଛି ।

ପୁଲଓ୍ବାମାର ପାପ ମାନିଲା ପାକିସ୍ତାନ, କରିଥିଲା ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ପୁଲଓ୍ବାମାର ପାପ ମାନିଲା ପାକିସ୍ତାନ। ପାକିସ୍ତାନ ବାୟୁସେନାର ବରିଷ୍ଠ ଅଧିକାରୀ ପ୍ରେସମିଟରେ ଦେଇଥିବା ଏକ ବୟାନ ସମସ୍ତଙ୍କୁ ଚକିତି କରିଛି। ୨୦୧୯ରେ ଜାମ୍ମୁ କାଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣ କରିଥିବା ନିଜେ ମାନିଛି ପାକିସ୍ତାନ ବାୟୁସେନା। ପ୍ରେସମିଟରେ ପାକିସ୍ତାନୀ ବାୟୁସେନାର ବରିଷ୍ଠ ଅଧିକାରୀ ପୁଲୱାମା ହମଲାକୁ ଟାକ୍ଟିକାଲ ବ୍ରିଲିଆନ୍ସ ବୋଲି ବିବେଚନା କରିଛନ୍ତି। ଏହି ବୟାନ ଏମିତି ସମୟରେଆସିଛି, ଯେଉଁ ସମୟରେ ଭାରତ ପହଲଗାଓଁ ଆକ୍ରମଣକୁ ନେଇ ଅପରେସନ ସିନ୍ଦୂର ଅଭିଯାନ ଚଳାଇଛି। ତେବେ ୨୦୧୯ର ପୁଲୱାମା ଆକ୍ରମଣ ଘଟଣାରେ ସମ୍ପୃକ୍ତିକୁ ସବୁବେଳେ ଅସ୍ଵୀକାର କରିଆସିଛି ପାକିସ୍ତାନ। ଆଉ ପ୍ରେସମିଟରେ ପାକିସ୍ତାନ ବାୟୁସେନା ବରିଷ୍ଠ ଅଧିକାରୀ ନିଜେ ଆକ୍ରମଣ କଥା ସ୍ଵୀକାର କରିଛନ୍ତି।ପାକିସ୍ତାନ ଏୟାରଫୋର୍ସର ଏୟାର ଭାଇସ ମାର୍ଶଲ ଏବଂ ଜନସମ୍ପର୍କ ନିର୍ଦ୍ଦେଶକ ଔରଙ୍ଗଜେବ ଅହମ୍ମଦ ପ୍ରେସ ବିବୃତି ଜାରି କରି ପୁଲୱାମା ହମଲାକୁ ଟାକ୍ଟିକାଲ ବ୍ରିଲିଆନ୍ସ ବା ସେନାର ବୁଦ୍ଧିମତା ବୋଲି କହିଥିଲେ। ଏହି ବୟାନ ପରେ କେବଳ ପୁଲୱାମା ନୁହେଁ ପହଲଗାଓଁ ଆକ୍ରମଣ ଘଟଣାରେ ପାକିସ୍ତାନର ହାତ ନେଇ ସନ୍ଦେହକୁ ଆହୁରି ଦୃ଼ଢୀଭୂତ କରିଛି। ପାକିସ୍ତାନର ବରିଷ୍ଠ ଅଧିକାରୀଙ୍କ ଏହି ବୟାନ ପରେ ପୁଲୱାମା ଘଟଣାରେ ସମ୍ପୃକ୍ତିକୁ ଅସ୍ଵୀକାର କରୁଥିବା ପାକିସ୍ତାନର ଚେହେରା ପଦାରେ ପଡିଛି।

ପାକ ଅଧିକାରୀ ଔରଙ୍ଗଜେବ ଅହମ୍ମଦଙ୍କ ସହ ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀ ଏହି ପ୍ରେସମିଟରେ ଉପସ୍ଥିତ ଥିଲେ।.. ୨୦୧୯ ଫେବୃଆରୀ ୧୪ରେ ପୁଲୱାମା ଆକ୍ରମଣ ହୋଇଥଲା। ଆତ୍ମଘାତୀ ହମଲାରେ ୪୦ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଆତଙ୍କୀ ସଂଗଠନ ଜୈସ ଏ ମହମ୍ମଦ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ଆନ୍ତର୍ଜାତିକ ସ୍ତରରେ ଘଟଣାକୁ ନେଇ ଅନେକ ପ୍ରମାଣ ସହ ପାକିସ୍ତାନକୁ ଦୋଷ ଦେଇଆସୁଛି ଭାରତ।ତେବେ ପାକିସ୍ତାନ ସବୁବେଳେ ଏହାକୁ ଅସ୍ଵୀକାର କରି ଆସୁଛି। ପୁଲୱାମା ଆକ୍ରମଣ ପରେ ଭାରତ ୨୬ ଫେବୃଆରୀରେ ୨୦୧୯ରେ ଅପରେସନ ବାଲାକୋଟ ଜରିଆରେ ଆତଙ୍କୀ ଟ୍ରେନିଂ କ୍ୟାମ୍ପ ଧ୍ଵସ କରିଥିଲା।….

କେଉଁଠି ବି ଲୁଚି ପାରିବେନି ଆତଙ୍କବାଦୀ, ଖୋଜି ଖୋଜି ମାରିବ ଭାରତ: ରାଜନାଥ ସିଂ

ନନ୍ଦିଘୋଷ ବ୍ୟୁରୋ: କେଉଁଠି ବି ଲୁଚି ପାରିବେ ନାହିଁ ଆତଙ୍କବାଦୀ । ଖୋଜି ଖୋଜି ମାରିବ ଭାରତ । ଲକ୍ଷ୍ନୌର ବ୍ରହ୍ମୋସ୍ ଉତ୍ପାଦନ କେନ୍ଦ୍ରର ଉଦଘାଟନ ଅବସରରେ ଗର୍ଜିଲେ ରାଜନାଥ ସିଂହ କହିଲେ, ସୀମା ସେପଟେ ବି ସୁରକ୍ଷିତ ରହିପାରିବେନି ଆତଙ୍କବାଦୀ । ଅପରେସନ ସିନ୍ଦୁରରେ ଶକ୍ତି ଓ ଶୌର୍ଯ୍ୟ ଦେଖାଇଛି ଭାରତୀୟ ସେନା । ଅପରେସନ ସିନ୍ଦୁର ହେଉଛି ଇଚ୍ଛା ଶକ୍ତିର ପ୍ରତୀକ । ପୁରା ଦେଶ ସେନାକୁ ଅଭିନନ୍ଦନ ଜଣାଉଛଛି । ରାଉଲପିଣ୍ଡି ଯାଏ ସେନାର ଗର୍ଜନ ଶୁଭିଛି ।

ଅନ୍ୟପଟେ ମୋଦିଙ୍କୁ ଚିଠି ଲେଖିଛନ୍ତି ଖଡ଼ଗେ । ସଂସଦର ସ୍ଵତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କରିଛନ୍ତି । ପହଲଗାଁଓ ଆକ୍ରମଣ, ଅପରେସନ ସିନ୍ଦୂର ନେଇ ଆଲୋଚନା ହେଉ ବୋଲି ସେ କହିଛନ୍ତି । ଅସ୍ତ୍ରବିରତି ଉଲ୍ଲଂଘନ ନେଇ ମଧ୍ୟ ଆଲୋଚନା ହେଉ । ଏପରି ଅନୁରୋଧ କରି ଖଡ଼କେ ଚିଠି ଲେଖିଛନ୍ତି । ରାହୁଲ ଗାନ୍ଧି ମଧ୍ୟ ମୋଦିଙ୍କୁ ଲେଖଛନ୍ତି ଚିଠି । ସଂସଦର ସ୍ଵତନ୍ତ୍ର ଅଧିବେଶନ ପାଇଁ ଚିଠି ଲେଖିଛନ୍ତି ।

ଉଦଘାଟନ ହେଲା ବ୍ରହ୍ମୋସ୍ ମିଶାଇଲ୍ ପ୍ଲାଣ୍ଟ, ବର୍ଷକୁ ତିଆରି ହେବ ଶହେ କ୍ଷେପଣାସ୍ତ୍ର

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଉଦଘାଟନ ହେଲା ବିଶ୍ବର ସବୁଠାରୁ ଧ୍ବଂସକାରୀ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ଉତ୍ପାଦନ ୟୁନିଟ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ୟୁନିଟର ଉଦଘାଟନ କରିଛନ୍ତି ।

ଲକ୍ଷ୍ନୌରେ ବ୍ରହ୍ମୋସ୍ ଏରୋସ୍ପେସ୍ ଇଣ୍ଟିଗ୍ରେସନ୍ ଆଣ୍ଡ୍ ପରୀକ୍ଷଣ ସୁବିଧାର ଉଦଘାଟନ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, “ଆଜି ହେଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ। ୧୯୯୮ ମସିହାରେ ଏହି ଦିନ, ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ, ଆମର ବୈଜ୍ଞାନିକମାନେ ପୋଖରାନରେ ପରମାଣୁ ପରୀକ୍ଷଣ କରିଥିଲେ ଏବଂ ବିଶ୍ୱକୁ ଭାରତର ଶକ୍ତି ଦେଖାଇଥିଲେ। ସେହି ପରୀକ୍ଷଣ ଆମର ବୈଜ୍ଞାନିକ, ଇଞ୍ଜିନିୟର, ପ୍ରତିରକ୍ଷା କର୍ମଚାରୀ ଏବଂ ଅନ୍ୟାନ୍ୟ ଅନେକ ଅଂଶୀଦାରଙ୍କ ଅକ୍ଳାନ୍ତ ପ୍ରୟାସର ପରିଣାମ ଥିଲା।”

କ’ଣ ରହିଛି ଏହାର ବିଶେଷତ୍ୱ?

  • ଏହି ପ୍ଲାଣ୍ଟ ମହାକାଶ ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ ଉଚ୍ଚମାନର ସାମଗ୍ରୀ ଉତ୍ପାଦନ କରିବ, ଯାହା ଚନ୍ଦ୍ରାୟଣ ମିଶନ ଏବଂ ଯୁଦ୍ଧ ବିମାନରେ ବ୍ୟବହୃତ ହେବ।
  • ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଉତ୍ତର ପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡର ଯୋଗୀ ସରକାରଙ୍କ ପ୍ରାଥମିକତା ହୋଇଆସିଛି।
  • ପ୍ରତିରକ୍ଷା ଶିଳ୍ପ କରିଡର ନିର୍ମାଣ କରିବାରେ ଉତ୍ତର ପ୍ରଦେଶ ଦ୍ୱିତୀୟ ରାଜ୍ୟ। ଉତ୍ତର ପ୍ରଦେଶ ପୂର୍ବରୁ, ୨୦୧୯ ମସିହାରେ ତାମିଲନାଡୁରେ ଏକ ଶିଳ୍ପ କରିଡର ପ୍ରତିଷ୍ଠିତ ହୋଇଛି।
  • ୟୁପି ଏବଂ ତାମିଲନାଡୁ କରିଡର ଉଭୟ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ ପଦକ୍ଷେପର ଅଂଶ, ଯାହାର ଲକ୍ଷ୍ୟ ପ୍ରତିରକ୍ଷା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ, ସ୍ୱଦେଶୀ ଉତ୍ପାଦନକୁ ବୃଦ୍ଧି କରିବ ଏବଂ ନିଯୁକ୍ତି ସୃଷ୍ଟି କରିବ।
  • ଲକ୍ଷ୍ନୌରେ ନୂତନ ବ୍ରହ୍ମୋସ କ୍ଷେପଣାସ୍ତ୍ର ଉତ୍ପାଦନ କେନ୍ଦ୍ର ଆରମ୍ଭ ହୋଇଛି, ଯାହା ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ ​​କରିବ। ଏହି ୟୁନିଟ୍ ପ୍ରତିବର୍ଷ ୮୦ ରୁ ୧୦୦ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ନିର୍ମାଣ କରିବ।
    ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୟୁନିଟ୍ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିର୍ମାଣ କରିବ, ଯାହା ୨୯୦-୪୦୦ କିଲୋମିଟର ଦୂରତା ଏବଂ ୨.୮ ମାକ୍ ବେଗ ସହିତ ଏକ ସଠିକ୍ ଆକ୍ରମଣ କରିପାରିବ।

ଏହି କ୍ଷେପଣାସ୍ତ୍ରକୁ ସ୍ଥଳ, ଆକାଶ ଏବଂ ସମୁଦ୍ରରୁ ନିକ୍ଷେପ କରାଯାଇପାରିବ ଏବଂ ଏହା ‘ଫାୟାର ଆଣ୍ଡ ଫରଗେଟ’ ନୀତିରେ କାମ କରେ, ଯାହା ଏହାକୁ ଶତ୍ରୁ ରାଡାରକୁ ଏଡ଼ାଇ ସଠିକ୍ ଭାବରେ ଟାର୍ଗେଟକୁ ଆକ୍ରମଣ କରେ ।

 

ପାକିସ୍ତାନରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣରୁ ଅଳ୍ପକେ ବର୍ତ୍ତିଗଲେ ଅଷ୍ଟ୍ରେଲିୟ କ୍ରିକେଟର

ନନ୍ଦିଘୋଷ ବ୍ୟୁରୋ: ବିପଦରେ ଥିଲା ବିଦେଶୀ ଖେଳାଳୀଙ୍କ ଜୀବନ । ପାକିସ୍ତାନ ସୁପର ଲିଗରେ ଖେଳୁଥିବା ବିଦେଶୀ ଖେଳାଳୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଭାରତ ପାକିସ୍ତାନ ଯୁଦ୍ଧ ଭିତରେ ପାକିସ୍ତାନରେ କ୍ଷେପଣାସ୍ତ୍ର ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଖେଳାଳୀମାନେ । ଏକ ମିଡିଆ ରିପୋର୍ଟ ଅନୁସାରେ, ସିଆନ୍ ଆବୋଟ୍, ବେନ୍ ଡୋର୍ଣୁଇସ୍, ଆଷ୍ଟନ୍ ଟର୍ନର ଏବଂ ମିଚ୍ ଓଓ୍ବେନ୍ଙ୍କୁ ଏକ ଚାର୍ଟର ବିମାନରେ ଦୁବାଇ ନିଆଯାଇଥିଲା । ସୌଭାଗ୍ୟ ବସତଃ ଆକ୍ରମଣ ହେବା ପୂର୍ବରୁ ସେମାନେ ବର୍ତ୍ତି ଯାଇଥିଲେ । ସେମାନେ ସେହି ସ୍ଥାନରୁ ଚାଲିଯିବା ପରେ ହିଁ ଭାରତୀୟ ସେନା ସାମରିକ ଘାଟିକୁ ଟାର୍ଗଟ କରିଥିଲା ।

ପିଏସଏଲରେ ଖେଳୁଥିବା ଅଷ୍ଟ୍ରେଲିୟ ଖେଳାଳିମାନେ ସୁରକ୍ଷିତ ପାକିସ୍ତାନ ଛାଡ଼ିଛନ୍ତି । ପାକିସ୍ତାନ କ୍ରିକେଟ ବୋର୍ଡ ଖେଳାଳିଙ୍କ ପାଇଁ ଏକ ଚାର୍ଟର ବିମାନ ବ୍ୟବସ୍ଥା କରିଥିଲା । ଯାହା ଗତ ଶୁକ୍ରବାର ଇସଲାମାବାଦରୁ ଦୁବାଇ ଯାତ୍ରା କରିଥିଲା । ଗତକାଲି ସେମାନେ ଦୁବାଇରୁ ଅଷ୍ଟ୍ରେଲିୟା ଯାଇଛନ୍ତି ।

ଏବେ ବି ‘ଅପରେସନ ସିନ୍ଦୂର’ ଜାରି: ବାୟୁସେନା

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂରକୁ ନେଇ ବଡ଼ ବୟାନ ଦେଲା ବାୟୁସେନା । ଏ ନେଇ ବାୟୁସେନା କହିଛି ସଫଳତାର ସହିତ ଦିଆଯାଇଥିବା କାମ ସେନା କରିଛି  । ସଠିକ୍ ଭାବେ ଓ ପେସାଦାର ଭାବେ ଅପରେସନ କରାଯାଇଛି । ଜାତୀୟ ଉଦ୍ଦେଶ୍ୟ ଅନୁସାରେ ଅପରେସନ ହୋଇଥିଲା  । ବର୍ତ୍ତମାନ ବି ଅପରେସନ ଜାରି ରହିଥିବାରୁ ପରେ ବିସ୍ତୃତ ସୂଚନା ଦିଆଯିବ । ନିଜେ ନିଜେ କିଛି ନ ଭାବିବାକୁ IAF ଅନୁରୋଧ ମଧ୍ୟ କରିଛି । ଯାଞ୍ଚ ହୋଇନଥିବା ସୂଚନା ସେୟାର ନ କରିବାକୁ ମଧ୍ୟ ବାୟୁସେନାର ଅନୁରୋଧ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଛି। ପାକିସ୍ତାନ ସହିତ ଅସ୍ତ୍ରବିରତି ଘୋଷଣା ହେବା ପରେ ଏହି ବୈଠକ ହୋଇଛି। ଏଥିରେ ଯୋଗ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନଏସଏ ଅଜିତ ଡୋଭାଲ, ସିଡିଏସ୍ ଅନୀଲ ଚୌହାନ ଓ ତିନି ସେନା ମୁଖ୍ୟ। ପରିବର୍ତ୍ତିତ ପରିସ୍ଥିତିର ସମୀକ୍ଷା ସହିତ ଆଗାମୀ ରଣନୀତି ନେଇ ଏହି ବୈଠକରେ ଆଲୋଚନା ହୋଇଥିବାର ସୂଚନା ମିଳିଛି। ଅସ୍ତ୍ରବିରତି କରିବା ପାଇଁ ଗତକାଲି ଭାରତ-ପାକିସ୍ତାନ ରାଜି ହୋଇଥିଲେ। ଏପ୍ରିଲ ୨୨ରେ ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିଲା ଯୁଦ୍ଧ ପରିସ୍ଥିତି। ପ୍ରବଳ ଉତ୍ତେଜନା ହୋଇଥିଲା। ଡ୍ରୋନ୍ ଆକ୍ରମଣ ହୋଇଥିଲା। ଭାରତର ଆକ୍ରମଣରେ ପାକିସ୍ତାନରେ ଥିବା ବହୁ ଆତଙ୍କବାଦୀ ଶିବିର ଧ୍ଵଂସ ପାଇବା ସହିତ ପରେ କେତେକ ସାମରିକ ଭିତ୍ତିଭୂମି ମଧ୍ୟ ନଷ୍ଟ ହୋଇଥିଲା। କିନ୍ତୁ ପାକିସ୍ତାନର ସମସ୍ତ ଡ୍ରୋନ ଆକ୍ରମଣକୁ ପ୍ରତିହତ କରିଥିଲା ଭାରତ। … .

ଭାରତର ଆକ୍ରମଣରେ ପାକ୍ ଏୟାରବେଶର ପ୍ରବଳ କ୍ଷତି, ଦେଖନ୍ତୁ ସେଟେଲାଇଟ୍ ଚିତ୍ର

ନନ୍ଦିଘୋଷ ବ୍ୟୁରୋ: ଭାରତର ଆକ୍ରମଣରେ ଛାରଖାର ପାକିସ୍ତାନ । ପାକିସ୍ତାନର ହୋଇଛି ବହୁତ କ୍ଷତି । କ୍ଷତି ହୋଇନି ବୋଲି କହି ସେ ନିଜ ଲୋକଙ୍କୁ ଭୁଆଁ ବୁଲାଇ ପାରେ କିନ୍ତୁ ସାରା ବିଶ୍ବକୁ ନୁହେଁ । କାରଣ ସାଟେଲାଇଟ୍ ଚିତ୍ର ପାକିସ୍ତାନର ସବୁ ମିଛ ଧରା ପକେଇ ଦେଇଛି । ସାଟେଲାଇଟ ଚିତ୍ରରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ପାକିସ୍ତାନ ଏୟାରବେଶ ପ୍ରବଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ଭାରତ ପାକିସ୍ତାନର ସରଗୋଧା ଏୟାରବେଶକୁ ଟାର୍ଗେଟ କରି ପ୍ରବଳ କ୍ଷତି ପହଞ୍ଚାଇଛି ।

ସାଟେଲାଇଟରୁ ନିଆଯାଇଥିବା ଏହି ଚିତ୍ରକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏୟାରବେଶର ରନଓ୍ବେର କ୍ଷତି ହୋଇଛି । ସରଗୋଧା ଏୟାରବେଶର ଏହି ଚିତ୍ର ସାଟେଲାଇଟରୁ ନିଆଯାଇଛି । ଏହି ଚିତ୍ରରେ ରନଓ୍ବେ ଉପରେ ବ୍ଲାଷ୍ଟ ହେବାର ସ୍ପଷ୍ଟ ଜଣାପଡ଼ୁଛି । ରନଓ୍ବେଟି ମଝିରୁ ଭାଙ୍ଗି ଯାଇଛି ।

ରାଜ୍ୟରେ ବଢ଼ିବ ତାତି, ଆଉ ହେବନି କାଳବୈଶାଖି

ଭୁବନେଶ୍ବର: ରାଜ୍ୟରେ ପୁଣି ଫେରିବ ତାତି। ଆଉ ପଡିବନି କାଳବୈଶାଖୀର ପ୍ରଭାବ l  ଆସନ୍ତା କାଲି ଠାରୁ ଫେରିବ ତାତି । ଦିନ ସହ ରାତିରେ ବି ହେବ ଅସହ୍ୟ ଗରମ ଓ ଗୁଳୁଗୁଳି l ଦିନରେ ଯେମିତି ଖରା ଗରମରେ ଲୋକେ ହନ୍ତସନ୍ତ ହେବେ, ସେମିତି ରାତ୍ରିର ଗୁଲୁଗୁଲି ବି କରିବ ନାକେଦମ୍ l ଆସନ୍ତାକାଲି ଠାରୁ ତାପମାତ୍ରା ବଢୁଥିବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ l  ୧୨ ତାରିଖ ପରେ ସମଗ୍ର ଓଡ଼ିଶାରେ ତାତି ଫେରିବା ସହିତ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ l ୧୫ ତାରିଖ ପରେ ଆହୁରି ବଢିବ ତାପମାତ୍ରା l ସେପଟେ ଆକାଶ ମାର୍ଗରେ ମିସାଇଲ ଆଉ ଡ୍ରୋନ ବ୍ଲାଷ୍ଟ ପରେ ପରିବେଶ ଉପରେ ବି ଏହାର କୁପ୍ରଭାବ ପଡିବ l ପାଣିପାଗରେ ପରିବର୍ତନ ପରିଲକ୍ଷିତ ହେବ l ତାପମାତ୍ରା ବଢିବ l ଆଜି ସାଢ଼େ ୧୧ଟା ସୁଦ୍ଧା ରେକର୍ଡ ତାପମାତ୍ରା ହୋଇଛି।

ହୀରାକୁଦ ୩୯.୪°C , ସମ୍ବଲପୁର ୩୯°C, ବାଲେଶ୍ୱର ୩୮°C, ଭୁବନେଶ୍ୱର ୩୭.୬°C, ଚାନ୍ଦବାଲି ୩୭.୨°C, ରାଉରକେଲା ୩୭°C, ପୁରୀ ୩୫°C ।