ନନ୍ଦିଘୋଷ ବ୍ୟୁରୋ : ନବୀନଙ୍କ ଭିଡିଓ ବାର୍ତ୍ତା । ନୂଆପଡ଼ା ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ ବିଜେଡି ସୁପ୍ରିମୋଙ୍କ ଭିଡିଓ ବାର୍ତ୍ତା । ଆସନ୍ତା ୩ ତାରିଖରେ ସେ କୋମନା ଯିବେ ବୋଲି କହିବା ସହିତ ଲୋକଙ୍କ ସହ ମିଶିବେ ଏବଂ କଥା ହେବେ ବୋଲି ନବୀନ ଭିଡିଓ ବାର୍ତ୍ତାରେ କହିଛନ୍ତି । ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ । ସେଥିପାଇଁ ସେ ତାଙ୍କ ନିଆରା ଶୈଳୀରେ ଆପଣମାନେ ଖୁସି ତ ବୋଲି ପଚାରିଛନ୍ତି ।
ମହଙ୍ଗା ପଡ଼ିଲା ଏପଷ୍ଟିନଙ୍କ ସହ ସମ୍ପର୍କ ; ଆଣ୍ଡ୍ରିଉଙ୍କ ଠାରୁ ପ୍ରିନ୍ସ ଟାଇଟଲ ହଟାଇଲେ ବ୍ରିଟେନ ରାଜା ଚାର୍ଲସ
ନନ୍ଦିଘୋଷ ବ୍ୟୁରୋ : ମହଙ୍ଗା ପଡ଼ିଲା ସେକ୍ସ ବାଦଶା ଜେଫ୍ରି ଏପଷ୍ଟିନଙ୍କ ସହ ସମ୍ପର୍କ। ସାନଭାଇ ଆଣ୍ଡ୍ରିଉଙ୍କଠାରୁ ପ୍ରିନ୍ସ ଟାଇଟଲ ହଟାଇଲେ ବ୍ରିଟେନ ରାଜା ଚାର୍ଲସ। ଏହା ସହ ବକିଙ୍ଗହାମ ପାଲେସ ଉଇଣ୍ଡସରରୁ ତାଙ୍କୁ ବାହାର କରିଛନ୍ତି ଚାର୍ଲସ। ଜେଫରି ଏପଷ୍ଟିନ ସ୍କାଣ୍ଡାଲରେ ସମ୍ପୃକ୍ତ ଥିବା ଦୃଷ୍ଟିରୁ ଆଣ୍ଡ୍ରିଉଙ୍କ ଠାରୁ ଦୂରେଇ ଯିବା ନିଷ୍ପତ୍ତି ନେଇଛନ୍ତି ପାଜ ପରିବାର। ୬୫ ବର୍ଷ ବୟସ୍କ ଆଣ୍ଡ୍ରିଉ ହେଉଛନ୍ତି ଚାର୍ଲସଙ୍କ ସାନଭାଇ ତଥା ପରଲୋକଗତ ରାଣୀ ଏଲିଜାବେଥଙ୍କ ଦ୍ବିତୀୟ ପୁତ୍ର। ବିଭିନ୍ନ ସେକ୍ସ ସ୍କାଣ୍ଡାଲରେ ସେ ଜଡ଼ିତ ଥିବା ସୂଚନା ମିଳିଛି। ଏହି କାରଣରୁ ଅକ୍ଟୋବରରେ ଡ୍ୟୁକ ଅଫ ୟର୍କ ଟାଇଟଲ ପ୍ରତ୍ୟାହାର କରି ନେଇଥିଲା ରାଜ ପରିବାର। ଏହା ସହ ପଶ୍ଚିମ ଲଣ୍ଡନରେ ଉଇଣ୍ଡର ଇଷ୍ଟେଟରୁ ଲିଜ ନେଇଥିବା ରୟାଲ ଲଜକୁ ସରେଣ୍ଡର କରିବା ଲାଗି ବକିଂହାମ ପାଲେସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ବ୍ରିଟେନର ରାଜା ଚାର୍ଲ୍ସ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସେ ଏବେ ତାଙ୍କ ଭାଇ ପ୍ରିନ୍ସ ଆଣ୍ଡ୍ରୁଙ୍କ ଠାରୁ ରାଜକୁମାର ପଦବୀ ଛଡାଇ ନେଇଛନ୍ତି ଏବଂ ତାଙ୍କୁ ୱିଣ୍ଡସର ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୌନ ଅପରାଧ ଏବଂ ଶିଶୁ ଯୌନ ଶୋଷଣକାରୀ ଜେଫ୍ରି ଏପଷ୍ଟିନଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଆଣ୍ଡ୍ରୁ କିଛି ସମୟ ଧରି ବିବାଦରେ ଫସି ରହିଛନ୍ତି। ଜେଫ୍ରିଙ୍କ ଆତ୍ମଜୀବନୀରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକାଶ କରିବା ପରେ ଏହି ବିବାଦ ପୁଣି ଥରେ ସାମ୍ନାକୁ ଆସିଛି ।
ଏହି ବର୍ଷ ଆରମ୍ଭରେ ଆତ୍ମହତ୍ୟା କରିଥିବା ଜେଫ୍ରି ତାଙ୍କ ଆତ୍ମଜୀବନୀରେ ପ୍ରକାଶ କରିଛନ୍ତି ଯେ, ସେ ଯେତେବେଳେ ୧୭ ବର୍ଷ ବୟସର ଥିଲେ, – ଆମେରିକାର ଆଇନ ଅନୁଯାୟୀ ସେ ନାବାଳକ ଥିଲେ, ତାଙ୍କୁ ପ୍ରିନ୍ସ ଆଣ୍ଡ୍ରୁଙ୍କ ସହ ତିନିଥର ଯୌନ ସମ୍ପର୍କ ସ୍ଥାପନ କରିବା ପାଇଁ ଚାଳନା କରା ଯାଇଥିଲା । ଆଣ୍ଡ୍ରୁ ଏବେ ଏଥିପାଇଁ ଯାଞ୍ଚର ସମ୍ମୁଖୀନ ହେଉଛନ୍ତି।
ଡ୍ୟୁକ୍ ଅଫ୍ ୟର୍କ ଉପାଧି ପରିତ୍ୟାଗ କଲେ
ରାଜପ୍ରାସାଦ ଉପରେ ସପ୍ତାହେ ଧରି ଚାପ ବଢ଼ିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ମାସର ଆରମ୍ଭରେ, ଜେଫ୍ରି ଏପଷ୍ଟିନଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ନୂତନ ବିବାଦ ମଧ୍ୟରେ ଆଣ୍ଡ୍ରୁ ଡ୍ୟୁକ୍ ଅଫ୍ ୟର୍କ ଉପାଧି ପରିତ୍ୟାଗ କରିଥିଲେ,ଯେଉଁଥିପାଇଁ ସେ ଦୀର୍ଘଦିନ ଧରି ଚର୍ଚାରେ ଥିଲେ । ଗୁରୁବାର ରାତିରେ ଜାରି ହୋଇଥିବା ଏକ ବିବୃତ୍ତିରେ, ବକିଙ୍ଗହାମ ପ୍ୟାଲେସ କହିଛି, ଯେ ରାଜାଙ୍କ ଭାଇ ଏବେ ଆଣ୍ଡ୍ରୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଭାବରେ ଜଣାଯିବେ। ଏହି ମାସର ଆରମ୍ଭରେ, ଆଣ୍ଡ୍ରୁ ତାଙ୍କର ଅବଶିଷ୍ଟ ରାଜକୀୟ ପଦବୀ, ଡ୍ୟୁକ୍ ଅଫ୍ ୟର୍କ ସମେତ ତ୍ୟାଗ କରିଥିଲେ।
କିଏ ଜେଫରି ଏପଷ୍ଟିନ?
ଜେଫରି ଏପଷ୍ଟିନ ହେଉଛନ୍ତି ଆମେରିକାର ଜଣ ବହୁଚର୍ଚ୍ଚିତ ବ୍ୟକ୍ତି । ତାଙ୍କ ବିରୋଧରେ ଶିଶୁ ଯୌନ ନିର୍ଯାତନା ଅଭିଯୋଗ ରହିଛି ଗଣ୍ଡାଗଣ୍ଡା । ଯୌନ ସଂକ୍ରାନ୍ତ କାର୍ଯ୍ୟକଳାପ ଲାଗି ସେ ନାବାଳିକାମାନଙ୍କୁ ଚାଲାଣ କରୁଥିଲେ। ସେ ରାଜନେତା, ବ୍ୟବସାୟୀ, ସେଲିବ୍ରିଟିଙ୍କୁ ଝିଅ ଯୋଗାଇଥିଲେ । ତାଙ୍କ ତାଲିକାରେ ବହୁ ହାଇପ୍ରୋଫାଇଲ ରାଜନେତା, ସେଲିବ୍ରିଟିଙ୍କ ନାଁ ରହିଛି । ନ୍ୟୁୟର୍କ, ଫ୍ଲୋରିଡା ଓ ନ୍ୟୁ ମେକ୍ସିକୋରେ ଥିବା ତାଙ୍କ ଘର ଓ କାରିବିୟାନ ଦ୍ବୀପରେ ଥିବା ତଙ୍କା ଘରେ ଏହି କାରବାର ହୋଇଥାଏ । ଡାଲଟନ ସ୍କୁଲରେ ସେ ଶିକ୍ଷକତା କରୁଥିବାବେଳେ ଏହି ହୀନ କାର୍ଯ୍ଯକଳାପରେ ଲିପ୍ତ ଥିଲେ । ଏପଷ୍ଟିନଙ୍କ ଜନ୍ମ ନ୍ୟୁୟର୍କ ସିଟିରେ ହୋଇଥିଲା । ଶିକ୍ଷକତା ପରେ ବ୍ୟାଙ୍କ ଓ ଆର୍ଥିକ କ୍ଷେତ୍ରରେ ଏପଷ୍ଟିନ ପ୍ରବେଶ କରିଥିଲେ । ଏହି ସମୟରେ ସେ ନାବାଳିକା ଚାଲାଣ ରାକେଟରେ ସମ୍ପକ୍ତ ହୋଇଥିଲେ । ୨୦୦୫ରେ ପ୍ରଥମ ଥର ଲାଗି ଫ୍ଲୋରିଡା ପୋଲିସ ଏପଷ୍ଟିନଙ୍କ ବିରୋଧରେ ତଦନ୍ତ କରିଥିଲା । ୨୦୦୫ରେ ଏପଷ୍ଟିନ ୩୬ ଜଣ ଝିଅଙ୍କୁ କୁକାର୍ଯ୍ୟରେ ଲିପ୍ତ କରାଇଥିବା ଅଭିଯୋଗ ହୋଇଥିଲା । ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ୨୦୦୮ରେ ସେ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୨୦୦୮ରେ ୧୩ ମାସ ଲାଗି ଜେଲଦଣ୍ଡ ଭୋଗିଥିଲେ ଏପଷ୍ଟିନ । ୨୦୧୯ରେ ପୁଣି ଥରେ ଗିରଫ ହୋଇଥିଲେ ଏପଷ୍ଟିନ । ୨୦୧୯ ଅଗଷ୍ଟ ୧୦ରେ ସେ ଜେଲରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏପଷ୍ଟିନଙ୍କ ଦେହାନ୍ତ ପରେ ଅନେକ କଳାକାରନାମା ପଦାକୁ ଆସିଥିଲା । ଏପଷ୍ଟିନରଙ୍କ କଳାକାରନାମାକୁ କୁହାଗଲା ଏପଷ୍ଟିନ ଫାଇଲ୍ସ । ଏପଷ୍ଟିନ ଫାଇଲ୍ସରେ ପୂର୍ବତନ ନ୍ୟୁୟର୍କ ଗଭର୍ଣ୍ଣର ଆଣ୍ଡ୍ରିଉ କୁମୋ, ରୋଲିଂ ଷ୍ଟୋନ୍ସଙ୍କ ନାଁ ଥିଲା ।
ଆଣ୍ଡ୍ରିଉ ଏବେ କେଉଁଠି ରହିବେ?
ଆଣ୍ଡ୍ରୁଙ୍କ ଏବେ ସାଣ୍ଡ୍ରିଙ୍ଗହାମ ଇଷ୍ଟେଟରେ ଥିବା ଏକ ବ୍ୟକ୍ତିଗତ ବାସଭବନକୁ ସ୍ଥାନାନ୍ତର କରାଯିବ, ଯାହାର ଖର୍ଚ୍ଚ ରାଜା ଚାର୍ଲ୍ସ ନିଜେ ବହନ କରିବେ। ବିବୃତ୍ତିରେ ଆହୁରି କୁହାଯାଇଛି, “ଏହି ପଦକ୍ଷେପଗୁଡ଼ିକୁ ଆବଶ୍ୟକ ବୋଲି ବିବେଚନା କରାଯାଇଛି, ଯଦିଓ ଆଣ୍ଡ୍ରୁ ତାଙ୍କ ବିରୁଦ୍ଧରେ ଅଭିଯୋଗକୁ ଏବେ ବି ଅସ୍ୱୀକାର କରୁଛନ୍ତି।” ଆଣ୍ଡ୍ରିଉଙ୍କ ଦୁଇ ଝିଅ – ସେମାନଙ୍କର ରାଜକୀୟ ପଦବୀ ବଜାୟ ରଖିବେ, ଏବଂ ଆଣ୍ଡ୍ରିଉ ବ୍ରିଟିଶ ସିଂହାସନ ପାଇଁ ଅଷ୍ଟମ ସ୍ଥାନରେ ରହିବେ।
ବିହାର ବିଧାନସଭା ନିର୍ବାଚନ ଲାଗି ଏନଡିଏର ସଂକଳ୍ପ ପତ୍ର : ବିପୁଳ ନିଯୁକ୍ତି, ମହିଳା ସଶକ୍ତିକରଣ ଉପରେ ଫୋକସ
ନନ୍ଦିଘୋଷ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ଲାଗି ଏନଡିଏର ସଂକଳ୍ପ ପତ୍ର। ରାଜ୍ୟରେ ବିପୁଳ ନିଯୁକ୍ତି, ମହିଳା ସଶକ୍ତିକରଣ ଓ କଲ୍ୟାଣକାରୀ ଯୋଜନା ଉପରେ କରାଯାଇଛି ଫୋକସ। ବିଜେପି ସଭାପତି ଜେ.ପି. ନଡ୍ଡା, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, କେନ୍ଦ୍ରମନ୍ତ୍ରୀ ତଥା ହାମ୍ ନେତା ଜିତନରାମ ମାନଝୀ, କେନ୍ଦ୍ରମନ୍ତ୍ରୀ ତଥା ଏଲଜେପି(ରାମବିଳାସ) ନେତା ଚିରାଗ ପାଶୱାନ ଓ ଆରଏଲଏମ ନେତା ଉପେନ୍ଦ୍ର କୁସୱାହାଙ୍କ ଉପସ୍ଥିତିରେ ଘୋଷଣା କରାଯାଇଛି ଇସ୍ତାହାର। ଇସ୍ତାହାରରେ ଥିବା ପ୍ରମୁଖ ଘୋଷଣାଗୁଡିକ ହେଲା ।
ବିହାରରେ ୧ କୋଟିରୁ ଅଧିକ ଚାକିରି ସୃଷ୍ଟି, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିସର ବୃଦ୍ଧି, ପ୍ରତି ଜିଲ୍ଲାରେ ମେଗା ସ୍କିଲ ସେଣ୍ଟର ପ୍ରତିଷ୍ଠା, ରାଜ୍ୟସ୍ତରରେ ଯୁବ ପ୍ରତିଭାଙ୍କୁ ପ୍ରଶିକ୍ଷଣ। ଏହା ସହ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାରେ ମହିଳାଙ୍କୁ ବ୍ୟବସାୟ ଲାଗି ୨ ଲକ୍ଷ ଟଙ୍କା ଯାଏ ଆର୍ଥିକ ସହାୟତା, ୧ କୋଟି ଲକ୍ଷପତି ଦିଦି ସୃଷ୍ଟି, ସଫଳ ମହିଳା ବ୍ୟବସାୟୀଙ୍କ ଲାଗି ସହାୟତା ସକାଶେ ମିସନ କରୋଡପତି, ଅତିପଛୁଆ ବର୍ଗର ସାମାଜିକ ଅର୍ଥନୈତିକ ବିକାଶ ଉପରେ ଫୋକସ ସହ ୧୦ ଲକ୍ଷ ଟଙ୍କା ଯାଏ ସହାୟତା ଘୋଷଣା କରାଯାଇଛି। ଚାଷୀଙ୍କ ଲାଗି କର୍ପୂରୀ ଠାକୁର କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ ହେବ। ଏଥିରେ ଋତୁପିଛା ୩ ହଜାର ଟଙ୍କା ଅର୍ଥାତ ମୋଟ ୯ ହଜାର ଟଙ୍କା ଚାଷୀ ପାଇବେ।
ସେହିପରି ପ୍ରତି ପଞ୍ଚାୟତରେ ଧାନ, ଗହମ, ଡାଲିଜାତୀୟ ଶଶ୍ୟ ଓ ମକା ଲାଗି ଅମଳ କେନ୍ଦ୍ର ପ୍ରତିଷ୍ଠା ହେବ। କୃଷି ଭିତ୍ତିଭୂମି ଲାଗି ୧ ଲକ୍ଷ କୋଟି ନିବେଶ କରାଯିବ। ଦୁଗ୍ଧଚାଷୀଙ୍କ ଲାଗି ବିହାର ଦୁଗ୍ଧ ମିଶନ ପ୍ରତିଷ୍ଠା ହେବ। ଏକ୍ସପ୍ରେସ ରାଜପଥ, ରେଳ ନେଟୱର୍କ ବଢ଼ିବା ସହ ମେଟ୍ରୋ ସମ୍ପ୍ରସାରଣ କରାଯିବ। ଗରିବ ପରିବାରର ଛାତ୍ରଛାତ୍ରୀଙ୍କୁ କେଜିରୁ ପିଜି ଯାଏ ମାଗଣା ଶିକ୍ଷା, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ହେବ। ପଞ୍ଚାମୃତ ଗ୍ୟାରେଣ୍ଟୀ ଯୋଜନାରେ ଗରିବଙ୍କ ଲାଗି ମାଗଣା ରାସନ, ୧୨୫ ୟୁନିଟ ବିଜୁଳି ମାଗଣା ଦିଆଯିବ। ୫୦ ଲକ୍ଷ ପକ୍କାଘର ବି ନିର୍ମାଣ ହେବ।
ପୀତବାସ ପଣ୍ଡା ହତ୍ୟା ମାମଲା : ବ୍ରହ୍ମପୁର ଜେଲରୁ ଅଭିଯୁକ୍ତ ପିଣ୍ଟୁ ଦାସଙ୍କୁ ସ୍ଥାନାନ୍ତର
ନନ୍ଦିଘୋଷ ବ୍ୟୁରୋ : ବ୍ରହ୍ମପୁର ଓକିଲ ପୀତବାସ ପଣ୍ଡା ହତ୍ୟା ମାମଲାର ଅଭିଯୁକ୍ତ ପିଣ୍ଟୁ ଦାସଙ୍କୁ ଫୁଲବାଣୀ ଜେଲକୁ ନିଆଯାଉଛି। ବ୍ରହ୍ମପୁର ଜେଲରୁ ବାହାର କରି ତାଙ୍କୁ ଫୁଲବାଣୀ ଜେଲକୁ କଡ଼ା ସୁରକ୍ଷା ବଳରେ ନିଆଯାଉଛି। ଏବେ ସେ ବ୍ରହ୍ମପୁର ଜେଲରୁ ବାହାରିଲେ। କିଛି ଘଣ୍ଟା ପରେ ଫୁଲବାଣୀ ଜେଲରେ ପହଞ୍ଚିବେ । ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ତାଙ୍କୁ ଗିରଫ କରି ବ୍ରହ୍ମପୁର ଜେଲରେ ରଖିଥିଲା। ସୁରକ୍ଷା କାରଣରୁ ତାଙ୍କୁ ଫୁଲବାଣୀ ଜେଲକୁ ନିଆଯାଉଛି।
ଅନ୍ୟପଟେ ବ୍ରହ୍ମପୁର ପୀତବାସ ପଣ୍ଡା ହତ୍ୟା ମାମଲାରେ ସ୍ଵତନ୍ତ୍ର ସରକାରୀ ଓକିଲ ନିଯୁକ୍ତି ପାଇଁ ଡିଜିଙ୍କୁ ଚିଠି ଲେଖିଛନ୍ତି ବ୍ରହ୍ମପୁର ଏସପି। ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ସେ କହିଛନ୍ତି, ଡିଜି ଏହାକୁ ଅନୁମୋଦନ କରିବା ପରେ ତାକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଯିବ। ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ। ବ୍ରହ୍ମପୁରର ବିଶିଷ୍ଟ ଓକିଲ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗତ ୬ ତାରିଖରେ ଗୁଳି କରି ହତ୍ୟା କରାଯାଇଥିଲା। ବ୍ରହ୍ମପୁରରେ ଥିବା ତାଙ୍କ ବାସଭବନରୁ ଅଳ୍ପ ଦୂରରେ ହିଁ ତାଙ୍କୁ ଦୁର୍ବୃତ୍ତମାନେ ଗୁଳି କରିଥିଲେ। ଏହି ମାମଲାରେ ଦୁଇ ଜଣ ରାଜନେତାଙ୍କ ସମେତ ୧୩ ଜଣଙ୍କୁ ପୋଲିସ ଗିରଫ କରିଛି।
ମହିଳା ବିଶ୍ୱକପ୍ ୨୦୨୫ : ମହିଳା ଟିମର ବିଜୟ ଖୁସିରେ ଗଦ୍ ଗଦ୍ ହେଲେ ଭାରତ ପୁରୁଷ କ୍ରିକେଟ୍ ଦଳ
ନନ୍ଦିଘୋଷ ବ୍ୟୁରୋ : ମହିଳା ବିଶ୍ୱକପ୍ ୨୦୨୫ ଫାଇନାଲରେ ପ୍ରବେଶ କରିଛି ଭାରତ । ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ଯେତେ ପ୍ରଶଂସା କଲେ ମଧ୍ୟ ଯଥେଷ୍ଟ ହେବ ନାହିଁ। କାରଣ ସେମାନେ କିଛି ଅସାଧାରଣ ଜିନିଷ କରି ଦେଖାଇଛନ୍ତି । ପ୍ରଥମତଃ, ବିଶ୍ୱକପ୍ ସେମିଫାଇନାଲର ଚାପ। ଦ୍ୱିତୀୟତଃ, ଅଷ୍ଟ୍ରେଲିଆ ଭଳି ଦଳକୁ ସାମ୍ନା କରିବା, ଏବଂ ମହିଳା ବିଶ୍ୱକପର ଶେଷ ୧୫ ମ୍ୟାଚରେ କ’ଣ ପରାଜୟ ଜାଣିନଥିଲା, ଏସବୁକୁ ସେମାନେ ସାମ୍ନା କରିଛନ୍ତି । ଏବଂ, ତା’ଉପରେ, ୩୩୯ ରନର ଏକ ରେକର୍ଡ ଟାର୍ଗେଟ। ଅଷ୍ଟ୍ରେଲିଆ ଏହି ଲକ୍ଷ୍ୟ ଧାର୍ଯ୍ୟ କରିବା ମାତ୍ରେ, ଅଧିକାଂଶ ଲୋକ ଭାରତ ଏହାକୁ ସାମ୍ନା କରି ପାରିବ କି ନାହିଁ ଦ୍ୱନ୍ଦରେ ଥିଲେ । କିନ୍ତୁ, ସେହି ଭାରତୀୟ ଝିଅମାନେ ସେମାନଙ୍କର ସମ୍ମାନ ଏବଂ ଗର୍ବ ପାଇଁ ଏମିତି ଖେଳିଲେ ଯାହାକୁ ସାରା ବିଶ୍ୱ ଏବେ ବାଃ ବାଃ କରୁଛି । ଭାରତୀୟ ମହିଳା କ୍ରିକେଟ୍ ଦଳ ସମସ୍ତଙ୍କୁ ତାଙ୍କ ପ୍ରଦର୍ଶନରେ ଚମକାଇ ଦେଲେ, ଯାହାକୁ ଦେଖି ଭାରତୀୟ ପୁରୁଷ କ୍ରିକେଟର୍ ମଧ୍ୟ ଆନନ୍ଦରେ ଡେଇଁ ପଡ଼ିଲେ।
ପୁରୁଷ ଦଳ ଖେଳାଳିଙ୍କ ଠାରୁ ଛୁଟୁଛି ଅଭିନନ୍ଦନର ସୁଅ
ଭାରତର ପୁରୁଷ କ୍ରିକେଟ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଏକ T20 ସିରିଜ ଖେଳୁଛି, ଅନ୍ୟପଟେ ମହିଳା ODI ବିଶ୍ୱକପ୍ ୨୦୨୫ର ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବିଜୟ ପାଇଁ ଅନେକ ଖେଳାଳି ଖୁସି ପ୍ରକାଶ କରିଛନ୍ତି । ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କଠାରୁ ମ୍ୟାଚ୍ ଫିନିସର ରିଙ୍କୁ ସିଂହ ପର୍ଯ୍ୟନ୍ତ ସମସ୍ତେ ଭାରତୀୟ ମହିଳା କ୍ରିକେଟ ଦଳକୁ ରେକର୍ଡ ଭାଙ୍ଗିବା ବିଜୟ ଏବଂ ବିଶ୍ୱକପ୍ ଫାଇନାଲରେ ପହଞ୍ଚିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି।
ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ; ତାଙ୍କ ଅବଦାନକୁ ମନେ ପକାଉଛି ଦେଶ
ନନ୍ଦିଘୋଷ ବ୍ୟୁରୋ : ଆଜି ଦେଶ ପାଳୁଛି ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ । ଗଡ଼ଜାତ ମିଶ୍ରଣରେ ତାଙ୍କ ଅବଦାନକୁ ମନେ ପକାଉଛି ଦେଶ ।ଏହି ଅବସରରେ ଗୁଜରାଟର ଷ୍ଟାଚ୍ୟୁ ଅଫ ୟୁନିଟ୍ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ସର୍ଦ୍ଦାର ପଟେଲଙ୍କ ସ୍ମୃତି ଚାରଣ କଲେ ମୋଦି । ଷ୍ଟାଚ୍ୟୁ ଅଫ ୟୁନିଟିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଏକତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଲୌହମାନବଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଭୁବନେଶ୍ଵର ଓ କଟକରେ ମଧ୍ୟ ଗଣଦୌଡ଼ ଅନୁଷ୍ଠିତ ହୋଇଛି ।
ସୋରରେ ଦୁର୍ଘଟଣା : ହୋମଗାର୍ଡଙ୍କୁ ଧକ୍କା ଦେଲା କଣ୍ଟେନର
ନନ୍ଦିଘୋଷ ବ୍ୟୁରୋ : ସୋର ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ହୋମଗାର୍ଡଙ୍କୁ ଧକ୍କା ଦେଲା କଣ୍ଟେନର । ଘଟଣାସ୍ଥଳରେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି। ମୃତ ହୋମଗାର୍ଡ ହେଲେ ବରଦେଉଳି ଗାଁର ସୁଶାନ୍ତ ସେଠୀ । ସୋର ଥାନାରୁ ଡ୍ୟୁଟି ସାରି ସୋର କଲେଜ ଛକକୁ ଚାହା ପିଇବାକୁ ଯାଇଥିଲେ । ଆଜି ଭୋର ସମୟରେ ଚାହା ପିଇ ଫେରୁଥିବା ବେଳେ ତାଙ୍କୁ ଏକ କଣ୍ଟେନର ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇଥିବା କଣ୍ଟେନରକୁ ଜବତ କରିବା ସହିତ ଡ୍ରାଇଭରକୁ ସୋର ଥାନାରେ ଅଟକ ରଖିଛି ପୋଲିସ । ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।
ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ନୁଆ ଇନିଂସ ; ତେଲଙ୍ଗାନା କ୍ୟାବିନେଟ ମନ୍ତ୍ରୀ ଭାବେ ନେବେ ଶପଥ
ନନ୍ଦିଘୋଷ ବ୍ୟୁରୋ : ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ନୂଆ ଇନିଂସ। ତେଲଙ୍ଗାନା କ୍ୟାବିନେଟ ମନ୍ତ୍ରୀ ଭାବେ ଆଜି ଶପଥ ନେବେ ଆଝାରୁଦ୍ଦିନ। ପୂର୍ବରୁ କଂଗ୍ରେସ ସାଂସଦ ଥିବା ଆଝାରୁଦ୍ଦିନ ବର୍ତ୍ତମାନ ତେଲଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଅଛନ୍ତି। ତେଲଙ୍ଗାନା ସରକାରରେ ଏବେ ଆଝାରୁଦ୍ଦିନଙ୍କ ସିଧାସଳଖ ପ୍ରବେଶ ହୋଇଛି। ତେଲଙ୍ଗାନା କ୍ୟାବିନେଟରେ ମୁସଲିମ ପ୍ରତିନିଧିତ୍ବ କମ୍ ଥିବାରୁ ଆଝାରୁଦ୍ଦିନଙ୍କୁ କ୍ୟାବିନେଟରେ ସାମିଲ କରାଯାଉଛି ବୋଲି ସୂଚନା ମିଳିଛି। ଜୁବିଲି ହିଲ୍ସ ଉପନିର୍ବାଚନ ଆସନ୍ତା ନଭେମ୍ବର ୧୧ରେ ହେବାକୁ ଯାଉଥିବାରୁ ତାହାକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳରେ ଆଝାରୁଦ୍ଦିନଙ୍କୁ ସାମିଲ କରାଯାଇଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନ ସେ ଏମଏଲସି ଅଛନ୍ତି। ଗତ ବିଧାନସଭା ନିର୍ବାଚନରେ ଜୁବିଲି ହିଲ୍ସରୁ କଂଗ୍ରେସ ପ୍ରାର୍ଥୀ ଥିଲେ ଆଝାରୁଦ୍ଦିନ। ମାତ୍ର ସେ ବିଆରଏସର ମାଗନ୍ତି ଗୋପିନାଥଙ୍କଠାରୁ ୧୬ ହଜାର ଭୋଟରେ ପରାସ୍ତ ହୋଇଥିଲେ।
ଆଜି ପବିତ୍ର ଅଁଳା ନବମୀ ; ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ
ନନ୍ଦିଘୋଷ ବ୍ୟୁରୋ : ଆଜି ହେଉଛି ପବିତ୍ର ଅଁଳା ନବମୀ। ଆଜି ରାଧା ପାଦ ଦର୍ଶନର ପବତ୍ର ତିଥି। ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ। ବର୍ଷକରେ କେବଳ ଆଜି ହିଁ ରାଧାପାଦ ଦର୍ଶନର ସୁଯୋଗ ମିଳିଥାଏ। ଭୋର ୫ଟାରୁ ଚାଲିଛି ରାଧାପାଦ ଦର୍ଶନ। ଶ୍ରୀକୃଷ୍ଣ ନଟବର ବେଶରେ ଦର୍ଶନ ଦେଉଛନ୍ତି। ଏଥିପାଇଁ ପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ସୁରୁଖୁରୁରେ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି। ୧୧ ଲେନ ବିଶିଷ୍ଟ ବ୍ୟାରିକେଡ୍ କରାଯାଇଛି।
ରାଧାରାଣୀ ଓଡ଼ିଆଣି ବେଶ ଓ ଶ୍ରୀକୃଷ୍ଣ ନଟବର ବେଶରେ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଛନ୍ତି । ମହାପ୍ରଭୁ ଦର୍ଶନ କରି ଭକ୍ତ ମାନେ ଅଁଳା ଗଛର ପୂଜାର୍ଚ୍ଚନା କରିଥିଲେ । ଅଁଳା ନବମୀରେ ଅଁଳା ଗଛ ତଳେ ପୂଜା କରିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେପଟେ ରାତ୍ର ୧୨ଟାରୁ ଦ୍ୱାର ପିଠା ନୀତି ସମ୍ପର୍ଣ୍ଣ ହେବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଳମ, ଅବକାଶ ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ହୋଇଛି ।

