spot_img
Home Blog Page 870

ଶ୍ରୀମନ୍ଦିର ମେଘନାଦ ପାଚେରୀରେ ପୁଣି ସ୍ଥାପନ ହେଲା ମଗର ମୁଣ୍ଡ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମେଘନାଦ ପାଚେରୀରୁ ଭଙ୍ଗା ଯାଇଥିବା ମଗର ମୁଣ୍ଡ ପୁଣି ଥରେ ସ୍ଥାପନ କରାଯାଇଛି । ଗତ ୩ ତାରିଖରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟ ମେଘନାଦ ପାଚେରୀରେ ଥିବା ଏହି ମଗର ମୁଣ୍ଡକୁ ଭଙ୍ଗା ଯାଇଥିଲା ।

ପ୍ରାଚୀରର ବହୁ ପୁରାତନ କୀର୍ତ୍ତିରାଜିକୁ ଭାଙ୍ଗି ସେଠାରେ ଏକ ବଡ଼ ପାଇପ ସଂଯୋଗ କରାଯାଇଥିଲା । ଯାହାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଥିଲା । ଏହାକୁ ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ କରାଯିବା ପରେ ମଗର ମୁଣ୍ଡକୁ ପୁନଃ ସ୍ଥାପନା କରାଯାଇଛି  l

ମେଘନାଦ ପାଚେରୀ ସବୁବେଳେ ମନ୍ଦିରକୁ ସୁରକ୍ଷା ଦେଇ ଆସୁଥିବା ବିଶ୍ୱାସ ରହିଛି l ଏହି ସୁରକ୍ଷିତ ପ୍ରାଚୀରରେ ଥିବା ଅନେକ ପୁରାତନ କଳା ଭାସ୍କର୍ଯ୍ୟ ବେଶ ସୌନ୍ଦର୍ଯ୍ୟମୟ ହୋଇଥିବା ବେଳେ ଚିତାକର୍ଷକ ମଧ୍ୟ l ଏହାକୁ କିପରି ସଂରକ୍ଷିତ କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ରାଧାବଲ୍ଳଭ ମଠ ମହନ୍ତ ଓ ବୁଦ୍ଧିଜୀବୀ କହିଛନ୍ତି ।

ଆମେରିକାରେ ଭାରତୀୟମାନଙ୍କୁ ପଢ଼ିବା କଷ୍ଟକର, ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ସାକ୍ଷାତକାର ଭିସା ସ୍ଲଟ୍

ଓ୍ବାସିଂଟନ୍: ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଏବେ ଆମେରିକାରେ ପଢ଼ିବା କଷ୍ଟ ହୋଇପାରେ । ଏହା ପଛର କାରଣ ହେଉଛି ଭିସା ସାକ୍ଷାତକାର ସ୍ଲଟ ନ ମିଳିବା । ଭିସା ପାଇଁ ଆମେରିକୀୟ ଦୂତାବାସକୁ ଯାଇ ସାକ୍ଷାତକାର ଦେବାକୁ ପଡ଼ିବ । ଏଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ଆଗୁଆ ସ୍ଲଟ ନେବାକୁ ପଡ଼ିଥାଏ । ଏଥିପାଇଁ ସ୍ଲଟ ମିଳୁନଥିବା ଜଣାପଡ଼ିଛି । ହଜାର ହଜାଇ ଛାତ୍ରଛାତ୍ରୀ ଆବେଦନ କରି ଅପେକ୍ଷା କରି ରହିଛନ୍ତି । ଗୁଜୁରାଟ ଏବଂ ଅହମ୍ମଦାବାଦର ଅଧିକ ଛାତ୍ରଛାତ୍ରୀ ଏବେ ଆଶା ଆଶଙ୍କାରେ ରହିଛନ୍ତି ।

ଜାନୁଆରୀରେ ପଢ଼ିବାକୁ ଯିବାକୁ ଥିବା ପିଲାମାନଙ୍କୁ ଭିସା ସାକ୍ଷାତକାର ସ୍ଲଟ ମିଳିଯାଇଥିଲା । ଏବେ କିନ୍ତୁ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯଦି ସେମାନଙ୍କୁ ଭିସା ନ ମିନେ ତାହାଲେ ଆମେରିକାରେ ପଢ଼ିବାକୁ ବଞ୍ଚିତ ହେବେ । ଗୋଟିଏ ଶିକ୍ଷା ବର୍ଷ ସେମାନଙ୍କର ନଷ୍ଟ ହୋଇପାରେ ।

୨୨ ତାରିଖ ପର୍ଯ୍ୟନ୍ତ ଝଡ଼ବର୍ଷା, ପବନର ବେଗ ରହିବ ଘଣ୍ଟା ପ୍ରତି ୫୦-୬୦ କିଲୋମିଟର

ଭୁବନେଶ୍ବର: ଜାରି ରହିଛି କାଳବୈଶାଖୀ ପ୍ରଭାବ । ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ଝଡବର୍ଷା ନେଇ ଆକଳନ କରିଛି ଆଇଏମଡି । ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି । ଏନେଇ ଏହି ସମସ୍ତ ଜିଲ୍ଲାକୁ ଓ୍ବେଲ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ପବନ ବେଗ ୫୦-୬୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ରହିବ। ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ପବନ ବହିବାର ସମ୍ଭାବନା ରହିଛି।

ସେହିପରି ମାଲକାନଗିରି,ରାୟଗଡା, କୋରାପୁଟ, ନବରଙ୍ଗପୁର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୩୦-୪୦ କିଲୋମିଟର ପ୍ରତି ଘଣ୍ଟା ପବନ ବହିବାର ସମ୍ଭାବନା ରହିଛି । ୧୯ ଏପ୍ରିଲରେ ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ  ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ । ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି।ଏପ୍ରିଲ ୨୦ ତାରିଖରେ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ବିଜୁଳି ଏବଂ ପବନ ସହିତ ବର୍ଷା ହେବ। ପବନର ବେଗ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ରହିବାର ସମ୍ଭାବନା ରହିଛି । ଏପ୍ରିଲ ୨୧ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ସମାନ ପାଗ ଅନୁଭୂତ ହେବାର ସମ୍ଭାବନା ରହିଛି । ୨୨ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାରେ ଘଡ଼ଘଡ଼ି ସହିତ ବିଜୁଳି ଏବଂ ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

କିଭ୍‌ରେ ଥିବା ଭାରତୀୟ ଔଷଧ ଗୋଦାମ ଉପରେ ଆକ୍ରମଣ ଅଭିଯୋଗକୁ ଖଣ୍ଡନ କଲା ରୁଷ

ନନ୍ଦିଘୋଷ ଡିଜିଟାଲ: ୟୁକ୍ରେନର ରାଜଧାନୀ କିଭ୍‌ରେ ଥିବା ଭାରତୀୟ ଔଷଧ ଗୋଦାମ ଉପରେ ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛି ରୁଷ। ରୁଷର ସେନା ପକ୍ଷରୁ କୌଣସି ବୋମା କି କ୍ଷେପଣାସ୍ତ୍ର ଭାରତୀୟ ଔଷଧ ଗୋଦାମରେ ପକାଇଯାଇନଥିବାର କହିଛି ରୁଷ। କୁହାଯାଇଛି, ବୋଧହୁଏ ୟୁକ୍ରେନର ଏୟାର ଡିଫେନସ ମିସାଇଲ୍ ସିଷ୍ଟମର କୌଣସି କ୍ଷେପଣାସ୍ତ୍ର ଔଷଧ ଗୋଦାମରେ ପଡ଼ିଯାଇଛି। ଏହା ପରେ ହେଲଥ କେୟାରର ଗୋଦାମରେ ନିଆଁ ଲାଗି ଯାଇଥିଲା। ଗତ ଏପ୍ରିଲ ୧୨ ତାରିଖରେ ଏହି ଘଟଣା ଘଟିଥିଲା। କିଭ୍‌ର ପୂର୍ବ ଭାଗରେ ଥିବା କୁସୁମ୍ ହେଲ୍‌ଥ କେୟାରର ଔଷଧ ଦୋକାନ ଉପରେ ଆକ୍ରମଣ କରାଯାଇଥିଲା। କିନ୍ତୁ ରୁଷିଆ ସ୍ପଷ୍ଟ କରିଛି ଏହି ଆକ୍ରମଣ କରି ରୁଷର ସେନା ତରଫରୁ ହୋଇନଥିଲା, ଏପରିକି ଆକ୍ରମଣ କରିବାର ଯୋଜନା ବି କରାଯାଇନଥିଲା। ଭାରତରେ ଥିବା ୟୁକ୍ରେନର ଦୂତାବାସ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ରୁଷିଆ ଏକ ପ୍ରମୁଖ ଭାରତୀୟ ଔଷଧ କମ୍ପାନୀ କୁସୁମର ଗୋଦାମ ଉପରେ ଆକ୍ରମଣ କରିଥିଲା। ମସ୍କୋ ଜାଣିଶୁଣି ଭାରତୀୟ ବ୍ୟବସାୟଗୁଡ଼ିକୁ ଟାର୍ଗେଟ କରୁଛି – ପିଲା ଏବଂ ବୟସ୍କମାନଙ୍କ ପାଇଁ ଉଦ୍ଦିଷ୍ଟ ଔଷଧ ନଷ୍ଟ କରୁଛି। ହେଲେ ଏହାକୁ ଖଣ୍ଡନ କରି ରୁଷ ଦୂତାବାସ କହିଛି ଯେ ଏପ୍ରିଲ ୧୨ ତାରିଖରେ ୟୁକ୍ରେନର ମିଲିଟାରି ବିମାନ କଂପ୍ଲେକ୍‌ସ, UAV ଆସେମ୍ବଲି କର୍ମଶାଳାକୁ ଧ୍ଵଂସ କରାଯାଇଥିଲା। କିନ୍ତୁ କୁସୁମ ହେଲଥ କେୟାର ଉପରେ ଆକ୍ରମଣ କରାଯାଇନଥିଲା।

ଲାଉଡସ୍ପିକର ଉପରେ କଟକଣା, ଧାର୍ମିକ ସ୍ଥଳରେ ନିର୍ଦ୍ଧାରିତ ମାନଦଣ୍ଡଠାରୁ ଅଧିକ ଲାଉଡସ୍ପିକର ବଜାଇ ପାରିବେ ନାହିଁ

ନୂଆଦିଲ୍ଲୀ: ଦିଲ୍ଲୀରେ ଲାଉଡସ୍ପିକର ଉପରେ କଟକଣା । ଉତ୍ତର ପ୍ରଦେଶ ପରି, ଦିଲ୍ଲୀରେ ମଧ୍ୟ ଏକ କଠୋର ଶବ୍ଦ ନିୟନ୍ତ୍ରଣ ନୀତି କାର୍ଯ୍ୟକାରୀ ହୋଇଛି। ମନ୍ଦିର ହେଉ କିମ୍ବା ମସଜିଦ, ଗୁରୁଦ୍ୱାର ହେଉ କିମ୍ବା ଚର୍ଚ୍ଚ, କୌଣସି ଧାର୍ମିକ ସ୍ଥଳ ଏବେ ନିର୍ଦ୍ଧାରିତ ମାନଦଣ୍ଡଠାରୁ ଅଧିକ ଲାଉଡସ୍ପିକର ବଜାଇ ପାରିବେ ନାହିଁ। ଦିଲ୍ଲୀ ପୋଲିସ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ନାମା ଜାରି କରିଛି । ଅନୁମତି ବିନା ବିବାହ ଉତ୍ସବରେ କୌଣସି ସ୍ପିକର ଲଗାଯିବ ନାହିଁ ।  କିମ୍ବା ଅନୁମତି ବିନା କୌଣସି କାର୍ଯ୍ୟକ୍ରମରେ କୌଣସି ହଙ୍ଗାମା ହେବ ନାହିଁ। ଲିଖିତ ଅନୁମତି ବିନା ସାର୍ବଜନୀନ ସ୍ଥାନରେ ଲାଉଡସ୍ପିକର କିମ୍ବା ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍ ବ୍ୟବହାର କରାଯାଇପାରିବ ନାହିଁ। ସ୍ଥାନୀୟ ପୋଲିସ ଷ୍ଟେସନର ଲିଖିତ ଅନୁମତି ବିନା ଉପକରଣ ଯୋଗାଇ ନଦେବା ପାଇଁ ଟେଣ୍ଟ ହାଉସ କିମ୍ବା ସାଉଣ୍ଡ ସିଷ୍ଟମ ଯୋଗାଣକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ, ବ୍ୟକ୍ତିଗତ ଶବ୍ଦ ପ୍ରଣାଳୀର ଭଲ୍ୟୁମ୍ ନିର୍ଦ୍ଧାରିତ ସୀମାଠାରୁ ଅଧିକ ହେବା ଉଚିତ୍ ନୁହେଁ ବୋଲି କହିଛି ପୋଲିସ ।

ଆମେରିକା ଫ୍ଲୋରିଡା ଷ୍ଟେଟ ୟୁନିଭର୍ସିଟିରେ ଆଖିବୁଜା ଗୁଳିମାଡ଼, ୨ ମୃତ

ଓ୍ବାସିଂଟନ୍: ଆମେରିକା ଫ୍ଲୋରିଡା ଷ୍ଟେଟ ୟୁନିଭର୍ସିଟିରେ ଦୁର୍ବୃତ୍ତର ଆଖିବୁଜା ଗୁଳିମାଡ଼। ଗୁଳିମାଡ଼ରେ ୨ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ୬ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳିକାଣ୍ଡ ପରେ ବନ୍ଧୁକଧାରୀକୁ ଗିରଫ କରାଯାଇଛି। ମୃତାହତମାନେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ନୁହନ୍ତି ବୋଲି ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସ, ଅଗ୍ନିଶମବାହିନୀ ଓ ପାଟ୍ରୋଲ ଗାଡି ନିୟୋଜିତ ହୋଇଛି। ଗୁଳିକାଣ୍ଡ ସମ୍ପର୍କରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଅବଗତ କରାଯାଇଛି। ଗୁଳିକାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି ଟ୍ରମ୍ପ। ଗୁଳିକାଣ୍ଡ ଯୋଗୁ ବିଶ୍ବବିଦ୍ୟାଳୟ ପରିସରରେ ଆତଙ୍କ ଖେଳିଯାଇଥିଲା। ଗୁଳିକାଣ୍ଡ ପରେ ବିଶ୍ବବିଦ୍ୟାଳୟକୁ ଲକଡାଉନ ଘୋଷଣା କରାଯାଇଛି। ଫ୍ଲୋରିଡାର ୧୨ଟି ସରକାରୀ ବିଶ୍ବବିଦ୍ୟାଳୟ ମଧ୍ଯରୁ ଫ୍ଲୋରିଡା ଷ୍ଟେଟ ୟୁନିଭର୍ସିଟି ଅନ୍ୟତମ ଏବଂ ଏହା ତାଲ୍ଲାହାସିରେ ଅବସ୍ଥିତ। ଏହି ବିଶ୍ବବିଦ୍ୟାଳୟରେ ପ୍ରାୟ ୪୪ ହଜାର ଛାତ୍ରଛାତ୍ରୀ ପଢନ୍ତି ।

BSF ଯବାନ ମନୋରଞ୍ଜନ ପ୍ରଧାନ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେଲା ଶେଷକୃତ୍ୟ

ନନ୍ଦିଘୋଷ ବ୍ୟୁରୋ: ରାଷ୍ଟ୍ରୀୟ ମର୍ଯ୍ୟାଦାରେ ମୃତ ଯବାନଙ୍କ ହେଲା ଶେଷକୃତ୍ୟ । ନୟାଗଡ଼ ଜିଲ୍ଲା ରଣପୁର ଥାନା ପାଟପୁର ଗାଁରେ BSF ଯବାନ ମନୋରଞ୍ଜନ ପ୍ରଧାନ ଛୁଟିରେ ଆସିଥିବାବେଳେ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତ ୧୫ ତାରିଖରେ ମୃତ୍ୟୁ ହୋଇଥିଲା । ଶବ ବ୍ୟବଛେଦ ପରେ ପାଟପୁର ଗାଁରେ ପହଂଚିଥିଲା ମରଶରୀର । ମଣ୍ଟୁଙ୍କ ଶେଷ ଦର୍ଶନ ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଜଟଣୀ ସେନା ବାହିନୀ କ୍ୟାମ୍ପ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି ।

ସୁପର୍ ପାର୍ଲାମେଣ୍ଟ ଭଳି କାମ କରୁଛନ୍ତି ସୁପ୍ରିମକୋର୍ଟ: ଉପରାଷ୍ଟ୍ରପତି

ନନ୍ଦିଘୋଷ ବ୍ୟୁରୋ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଟାର୍ଗେଟରେ ସୁପ୍ରିମକୋର୍ଟ। ସୁପର୍ ପାର୍ଲାମେଣ୍ଟ ଭଳି କାମ କରୁଛନ୍ତି ସୁପ୍ରିମକୋର୍ଟ। ଏପରି କହି ସିଧା ଉଚ୍ଚତମ ନ୍ୟାୟାଳୟକୁ କଡ଼ା ସମାଲୋଚନା କରିଛନ୍ତି ଧନଖଡ଼। ସେ କହିଛନ୍ତି, ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ ସୁପ୍ରିମକୋର୍ଟ। ବ୍ୟାବସ୍ଥାପିକା ଓ କାର୍ଯ୍ୟପାଳିକାର ଅଧିକାର ଉପରେ ନ୍ଯାୟପାଳିକା ହସ୍ତକ୍ଷେପ କରୁଛନ୍ତି ବୋଲି ମଧ୍ୟ ସଂଗୀନ ଅଭିଯୋଗ ଆଣିଛନ୍ତି ଧନଖଡ଼। ପାର୍ଲାମେଣ୍ଟ ଓ ବିଧାନସଭାରୁ ପାସ୍ ହେଉଥିବା ବିଲ୍ ଉପରେ
ରାଷ୍ଟ୍ରପତି ଓ ରାଜ୍ୟପାଳ ନିର୍ଦ୍ଦିଷ୍ଟ ସମୟ ଭିତରେ ଅନୁମୋଦନ କରିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଥିଲେ। ତାମିଲନାଡୁର ବିଧାନସଭାରେ ପାସ୍ ହୋଇଥିବା ୧୦ଟି ବିଲ୍ କୁ ରାଜ୍ୟପାଳ ବହୁ ଦିନ ଧରି ପକାଇ ରଖିଥିବାରୁ ବର୍ଷିଥିଲେ ସୁପ୍ରିମକୋର୍ଟ। ଏହା ପରେ ରାଜ୍ୟପାଳଙ୍କ ବିନା ଅନୁମୋଦନରେ ରାଜ୍ୟ ସରକାର ଗେଜେଟ୍ ନୋଟିଫିକେସନ ଜାରି କରି ବିଲ୍ କୁ ଆଇନରେ ପରିଣତ କରିଥିଲେ। ଏହି ପ୍ରସଙ୍ଗରେ ଉପରାଷ୍ଟ୍ରପତି ସୁପ୍ରିମକୋର୍ଟ ଉପରେ ବର୍ଷିଛନ୍ତି। ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ଆମେ କେଉଁଠାକୁ ଯାଉଛୁ? ଦେଶରେ କ’ଣ ଘଟୁଛି?” ରାଜ୍ୟସଭାର ଏକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି। ନ୍ୟାୟିକ ସୀମା ଅତିକ୍ରମଣ ବୋଲି କହିଛନ୍ତି ଧନଖଡ଼। …

ବନ୍ଧାହେଲେ କୁବେର ଯନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ବନ୍ଧାହେଲେ କୁବେର ଯନ୍ତ୍ରୀ । ଆୟବହିର୍ଭୁତ ସମ୍ପତି ଠୁଳ ମାମଲାରେ ଅନୁଗୁଳ ଆଠମଲିକ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥିଙ୍କୁ ଗିରଫ କରିଛି ଭିଜିଲାନ୍ସ । ୧୯୮୯ ମସିହାରୁ ମାଲକାନଗିରିରେ କନିଷ୍ଠ ଯନ୍ତ୍ରୀଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ରାମଚନ୍ଦ୍ର । ଆୟର ୨୨୬ ପ୍ରତିଶତ ଅଧିକ ସମ୍ପତି ଥିବା ନେଇ ଭିଜିଲାନ୍ସ ସ୍ପଷ୍ଟ କରିଛି । ଟିମ ପକ୍ଷରୁ ଚଢ଼ାଉ ସମୟରେ ଗୋଟିଏ ଦୁଇ ମହଲା କୋଠା, ୨୨ ପ୍ଲଟ, ୩୫୦ ଗ୍ରାମ ସୁନା, ଜ୍ୱାଇଁଙ୍କ ଘରୁ ନଗଦ ୨୩ ଲକ୍ଷ ୯୫ ହଜାର ଟଙ୍କା ଓ ଏକକୋଟି ୪୦ ଲକ୍ଷ ବ୍ୟାଙ୍କ ଡିପୋଜିଟ ଜବତ କରିଛି ଭିଜିଲାନ୍ସ । ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଅନୁମତି କ୍ରମେ ଅନୁଗୁଳ, କଟକ ଓ ଢେଙ୍କାନାଳରେ ଥିବା ୮ଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ । ଏହି ଟିମରେ ୭ ଡିଏସପି ୧୫ ଇନିସପେକ୍ଟର ସାମିଲ ଥିଲେ । ଯାଞ୍ଚ ସମୟରେ ରାମଚନ୍ଦ୍ର ଶତପଥିଙ୍କ ଜ୍ବାଇଁ ଡା ତପନ କୁମାର ତ୍ରିପାଠୀଙ୍କ ଘରୁ ନଗଦ ୨୨ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ଜୁନାଗଡ଼ରେ ମେଡିକାଲ ଅଫିସର ଭାବରେ କାର୍ଯ୍ୟରତ ରହିଛନ୍ତି ଜ୍ୱାଇଁ । ବର୍ତ୍ତମାନ ଏହି ମାମଲାରେ ତଦନ୍ତ ଜାରି ରହିଥିବା ହେତୁ ଜ୍ୱାଇଁଙ୍କୁ ମଧ୍ୟ ଅଧିକ ପଚରାଉଚରା କରାଯିବ । ଏଆବଶ୍ୟକ ପଡ଼ିଲେ ରାମଚନ୍ଦ୍ର ଶତପଥିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ଭିଜିଲାନ୍ସ ଏସପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି ।

ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ଜଣଙ୍କ ହେଲେ ଗୋଛାପଡା ଥାନା ଅଂଚଳର ୩୧ ବର୍ଷୀୟ ଅନନ୍ତ କୁଦେଇ । ଅଭଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ଗୋଛାପଡା ପୋଲିସ ।୧୬ ତାରିଖ ବୁଧବାର ସନ୍ଧ୍ୟାରେ ଶିଶୁଟିକୁ ବିସ୍କୁଟ ଲୋଭ ଦେଖାଇ ନିକଟସ୍ଥ ସେନେସୁନାଘାଟିକୁ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଶିଶୁର ମାଆ ଗୋଛାପଡା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଥାନା ଅଧିକାରୀ ଚିରଞ୍ଜୀବୀ ବେହେରା ଅଭିଯୁକ୍ତକୁ ଧରି ଥାନାରେ ପଚାର ଉଚରା କରିବା ପରେ ଆଜି କୋର୍ଟ ଚାଲାଣ କରିଛନ୍ତି ।