spot_img
Home Blog Page 871

ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ଜଣଙ୍କ ହେଲେ ଗୋଛାପଡା ଥାନା ଅଂଚଳର ୩୧ ବର୍ଷୀୟ ଅନନ୍ତ କୁଦେଇ । ଅଭଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ଗୋଛାପଡା ପୋଲିସ ।୧୬ ତାରିଖ ବୁଧବାର ସନ୍ଧ୍ୟାରେ ଶିଶୁଟିକୁ ବିସ୍କୁଟ ଲୋଭ ଦେଖାଇ ନିକଟସ୍ଥ ସେନେସୁନାଘାଟିକୁ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଶିଶୁର ମାଆ ଗୋଛାପଡା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଥାନା ଅଧିକାରୀ ଚିରଞ୍ଜୀବୀ ବେହେରା ଅଭିଯୁକ୍ତକୁ ଧରି ଥାନାରେ ପଚାର ଉଚରା କରିବା ପରେ ଆଜି କୋର୍ଟ ଚାଲାଣ କରିଛନ୍ତି ।

ଢେ଼ଙ୍କାନାଳ ନିହଲ ପ୍ରସାଦ ଖଣି ଅଞ୍ଚଳରେ ମାଫିଆଙ୍କ ଗୁଣ୍ଡାରାଜ

ନନ୍ଦିଘୋଷ ବ୍ୟୁରୋ: ଢେ଼ଙ୍କାନାଳ ନିହଲ ପ୍ରସାଦ ଖଣି ଅଞ୍ଚଳରେ ମାଫିଆଙ୍କ ଗୁଣ୍ଡାରାଜ । ଚଢାଉ ପାଇଁ ଯାଇଥିବାବେଳେ ଉପଜିଲ୍ଲାପାଳ, ମାଇନିଂ ଅଫିସର ଓ ଥାନା ଅଧିକାରୀଙ୍କୁ ପଥରମାଡ଼ । ଜବତ ଗାଡ଼ିକୁ ଛଡାଇନେଲେ ପଥର ମାଫିଆ । ଆଜି ଚୋରା ପଥର ଚାଲାଣ ହେଉଥିବା ଖବର ପାଇଁ ଅଞ୍ଚଳକୁ ଯାଇଥିଲେ ଉପଜିଲାପାଳ ବିଭୁଦ ଗଡନାୟକ ଓ ମାଇନିଙ୍ଗ ଅଫିସର । ସଙ୍ଗରେ ଥିଲେ ନିହଲ ପ୍ରସାଦ ଥାନା ଅଧିକାରୀ ।ଚୋରା ଖଣି ରୁ ଗାଡ଼ି ଜବତ କରି ଆସୁଥିବା ବେଳେ ଆକ୍ରମଣ କରିଥିଲେ ମାଫିଆ ।  ପଥର ମାଡ କରିବା ସହ ଜବତ ଗାଡ଼ି ଖଣି ମାଫିଆ ଛଡେଇ ନେଇ ଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ।

ସରକାରଙ୍କ ପ୍ରତିଶୃତି ପାଲଟିଲା ପାଣିର ଗାର : ନିୟନ୍ତ୍ରଣକୁ ଆସିଲାନି ଦରଦାମ

ନନ୍ଦିଘୋଷ ବ୍ୟୁରୋ: ଯେତେ କହିଲେ ହେଲା ନାହିଁ । ରାଜ୍ଯ ବିଜେପି ସରକାରକୁ ବର୍ଷେ ପୂରିବାକୁ ଯାଉଛି । ଏଯାଏଁ ନା ଦରଦାମ ନିୟନ୍ତ୍ରଣ ହେଲା ନା ଉତ୍ପାଦନ ବଢ଼ିଲା । ଆଗକୁ ଦରଦାମ ସ୍ଥିତି ଆହୁରି ଅଣାୟତ୍ତ ହେବାକୁ ଯିବା ପୂର୍ବରୁ ରାଜ୍ୟ ବ୍ୟବସାୟୀ ମହାସଂଘ ଓଡ଼ିଶାରେ ଏକ ଜାତୀୟସ୍ତରୀୟ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି । ଆସନ୍ତା ୨୫ ଓ ୨୬ ତାରିଖରେ ହେବାକୁ ଥିବା ସମ୍ମିଳନୀରେ ସାରା ଦେଶର ବିଭିନ୍ନ ରାଜ୍ୟର ବ୍ୟବସାୟୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ରାଜ୍ୟର ଖାଉଟିଙ୍କ ସମେତ ବିଭିନ୍ନ ବର୍ଗର ସମସ୍ୟା ଓ ସମାଧାନ ନେଇ ନିଷ୍ପତ୍ତି ହେବ।

ନିୟନ୍ତ୍ରଣକୁ ଆସିଲାନାହିଁ ଦରଦାମ୍ । ବଢ଼ାଯାଇପାରିଲାନାହିଁ ଚାଷୀଙ୍କ ଉତ୍ପାଦନ । ସରକାରଙ୍କ ପ୍ରତିଶୃତି ପାଲଟିଲା ପାଣିର ଗାର । ଆଗକୁ ସ୍ଥିତି ଆହୁରି ବିଗିଡ଼ିବା ପୂର୍ବରୁ ରାଜ୍ୟ ବ୍ୟବସାୟୀ ମହାସଂଘ ବଡ଼ ପଦକ୍ଷେପ ହାତକୁ ନେଇଛି । ବାରମ୍ବାର ଦାବି ଓ ପ୍ରସ୍ତାବ ଦିଆଯିବା ସତ୍ତ୍ୱେ ମଧ୍ୟ ସରକାର କିଛି କରିପାରିଲେନାହିଁ । ଆସନ୍ତା ୨୫ ଓ ୨୬ ତାରିଖ ଦୁଇଦିନ ଧରି ଓଡ଼ିଶାରେ ଜାତୀୟ ସ୍ତରୀୟ ସମ୍ମିଳନୀ କରିବାକୁ ନିଷ୍ପତ୍ତି ନେଇଛି ମହାସଂଘ ।

ଏହି ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟରୁ ବ୍ୟବସାୟିକ ପ୍ରତିନିଧିମାନେ ଯୋଗଦେବେ । ସମ୍ମିଳନୀରେ ଖାଉଟିଙ୍କ ସମସ୍ୟା, ଉତ୍ପାଦନ ସମସ୍ୟା ଓ ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ସଠିକ ମୂଲ୍ୟ ପ୍ରଦାନ ନେଇ ଆଲୋଚନା ହେବ ଓ ନିଷ୍ପତ୍ତି ମଧ୍ୟ ନିଆଯିବ। ଏହି ସମ୍ମିଳନୀରେ ବହୁ ସାଂସଦ ଯୋଗଦେବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହିବାକୁ ବ୍ୟବସାୟୀ ମହାସଂଘ ନିମନ୍ତ୍ରଣ କରିଛି । ସରକାର ରାଜ୍ୟର ବୃହତ୍ତର ସ୍ୱାର୍ଥ ରକ୍ଷା ପାଇଁ ନିଜେ ଏହି ସମ୍ମିଳନୀରେ ସାମିଲ ହେବାକୁ ଦିଆଯାଇଛି ଆହ୍ୱାନ।

ସରକାର ନିଜେ କିଛି କରୁନାହାନ୍ତି ବରଂ ବ୍ୟବସାୟୀଙ୍କ ଉପରେ ବାରମ୍ବାର ଚାପ ସୃଷ୍ଟି କରାଯାଉଥିବା ଅଭିଯୋଗ ଆଣିଛି ମହାସଂଘ । ଓଡ଼ିଶାରେ ବ୍ୟବସାୟର ସୁଯୋଗ ଥିଲେ ମଧ୍ୟ ବ୍ୟବସାୟୀ ନିରୁତ୍ସାହିତ। ସରକାର ଗୋଟିଏ ଦେଶ ଗୋଟିଏ ନିୟମ କହୁଥିଲେ ମଧ୍ୟ ବ୍ୟବସାୟୀଙ୍କ ଉପରେ ୩୦ ଦିନରେ ୩୦ ପ୍ରକାର ଲାଇସେନ୍ସ ଲଗାଉଥିବା ଅଭିଯୋଗ ହୋଇଛି । ବହୁ ଗୁପ୍ତ ଚାର୍ଜ ମଧ୍ୟ ଲଗାଯାଉଛି।

ତେଣୁ ଦେଶର ବ୍ୟବସାୟୀ ମାନେ ଓଡ଼ିଶାରେ ଏକାଠି ହୋଇ ରାଜ୍ୟର ସମସ୍ୟା ସମାଧାନ ନେଇ ଆଲୋଚନା କରିବେ। ଏପରିକି ଚାଷୀଙ୍କ ସାମଗ୍ରୀ କିଣିବା ପାଇଁ ମିଳିତ କର୍ମଶାଳା କରାଯିବ । ସେପଟେ ବ୍ୟବସାୟୀଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ସରକାରଙ୍କୁ କଡ଼ା ସମାଲୋଚନା କରିଛି ଓଡ଼ିଶା ସିଟିଜେନ୍ସ ଫୋରମ । କେବଳ କଥା କହି ଭଣ୍ଡଉଥିବା ରାଜ୍ୟ ସରକାରଙ୍କୁ ଆଗାମୀ ନିର୍ବାଚନରେ ଲୋକେ ଜବାବ ଦେବେ ବୋଲି ଫୋରମ ଚେତାବନୀ ଦେଇଛି ।

ରାଜ୍ୟ ବିଜେପି ସରକାରକୁ ବର୍ଷେ ପୂରିବାକୁ ଯାଉଥିଲେ ମଧ୍ୟ ଏ ଯାଏ କିଛି କରାଯାଇ ନାହିଁ । ତେଣୁ ଏହି ଜାତୀୟ ସ୍ତରୀୟ ବୈଠକରେ ଚିଠା ପ୍ରସ୍ତୁତ ହେବ ଓ କେନ୍ଦ୍ର ରାଜ୍ୟ ସରକାରଙ୍କୁ ଦିଆଯିବ ବୋଲି କୁହାଯାଇଛି।

ପୁଣି ଚମକିଲା ନବୀନଙ୍କ ପ୍ଲାନ: ମିଛ ବାହାବା ନେଉଛି ବିଜେପି

ନନ୍ଦିଘୋଷ ବ୍ୟୁରୋ: ପୁଣିଥରେ ନବୀନଙ୍କ ମହିଳା ସଶକ୍ତିକରଣକୁ ମିଳିଛି ସ୍ବୀକୃତି। ଲକ୍ଷପତି ଦିଦି ସୃଷ୍ଟି କରିବାରେ ସମଗ୍ର ଦେଶରେ ଓଡିଶା ପ୍ରଥମ ହେବା ନବୀନଙ୍କ ଅବଦାନ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ  ପ୍ରମିଳା ମଲ୍ଲିକ କହିଛନ୍ତି । ନବୀନଙ୍କ ଶାସନକାଳରେ ମହିଳାମାନଙ୍କୁ ମିଶନ ଶକ୍ତି ଜରିଆରେ ସଶକ୍ତ କରାଯାଇ ସେମାନଙ୍କୁ ଆର୍ଥିକ ଓ ସାମାଜିକ ସ୍ତରର ବିକାଶ କରାଯାଇଛି । ନବୀନଙ୍କ ଯୋଗୁଁ ଆଜି ଓଡିଶାରେ ଲକ୍ଷପତି ଦିଦି ସୃଷ୍ଟି ହୋଇଥିବା ବେଳେ ମିଛ ବାହାବା ନେଉଛି ବିଜେପି ସରକାର । ଅନ୍ୟପଟେ କଂଗ୍ରେସ କହିଛି ମାତ୍ର ୧୦ ମାସରେ କିପରି ୧୦ ହଜାର ଟଙ୍କାରେ ମୋହନ ସରକାର ଲକ୍ଷପତି ଦିଦି ସୃଷ୍ଟି କଲେ ତାହାର ତଥ୍ୟ ଦିଅନ୍ତୁ । ଯାହାର ଜବାବ ରଖିଛି ବିଜେପି।

ଲକ୍ଷପତି ଦିଦିରେ ଓଡିଶା ନମ୍ବର ଓ୍ବାନ । ନବୀନଙ୍କ ମିଶନ ଶକ୍ତି ସୃଷ୍ଟି କରିଛି ଲକ୍ଷପତି ଦିଦି । ପ୍ରମିଳା କହିଲେ, ବିଜେପି କେବଳ ନେଉଛି ବାହାବା । କଂଗ୍ରେସ କହିଲା, ମହିଳାଙ୍କୁ ଭୂଆଁ ବୁଲାଉଛି ବିଜେପି ସରକାର । ନିୟମର ପାଠ ପଢାଇଲା ବିଜେପି । ପୁଣି ଚମକିଛି ନବୀନଙ୍କ ମହିଳା ସଶକ୍ତିକରଣ ମଡେଲ । ନବୀନଙ୍କ ନେତୃତ୍ବରେ ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରିଥିଲେ ପୂର୍ବର ବିଜେଡି  ସରକାର । ଯାହାର ଫଳାଫଳ ଆଜି ଦେଶବାସୀଙ୍କ ସାମ୍ନାରେ । କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଚଳିତ ଗ୍ରାମୀଣ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଦ୍ବାରା ଓଡିଶାରେ ଲକ୍ଷପତି ଦିଦି ସୃଷ୍ଟି କରିବାରେ ସମଗ୍ର ଦେଶରେ ଓଡିଶା ପ୍ରଥମ ହୋଇଛି ।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଲକ୍ଷପତି ଦିଦି ନବୀନ ବାବୁ ସୃଷ୍ଟି କରିଥିଲେ। ମହିଳାମାନଙ୍କୁ ଜୀବିକା ଦେଇ ସଶକ୍ତ କରିଥିଲେ ନବୀନ । ହେଲେ ବିଜେପି ଆସିବା ପରେ ମହିଳାମାନଙ୍କୁ ମାତ୍ର ୧୦ ହଜାର  ଟଙ୍କା ଦେଇ କିପରି ଲକ୍ଷପତି ଦିଦି କଲେ ବୋଲି ପଚାରିଛନ୍ତି ପ୍ରମିଳା । ତାହାର ଉତ୍ତର ଦିଅନ୍ତୁ ବୋଲି ରାଜ୍ୟ ସରକାରଙ୍କ ନିକଟରେ ସେ ଦାବି କରିଛନ୍ତି । ଲକ୍ଷପତି ଦିଦିରେ ଓଡିଶା ଦେଶର ୧ ନମ୍ବର ରାଜ୍ୟ ହେବାର ଶ୍ରେୟ କେବଳ ନବୀନ ପଟ୍ଟନାୟକଙ୍କର ବୋଲି ବିଜେଡି ଯୁକ୍ତି ବାଢିଛି ।

ସେପଟେ ଲକ୍ଷପତି ଦିଦି ବିଜେପି ସରକାର ସୃଷ୍ଟି କରିନାହିଁ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି । ବିଜେପି ଓଡିଶାରେ ମହିଳାମାନଙ୍କୁ କେବଳ ଭୁଆଁ ବୁଲାଇଛି ଓ ପ୍ରତାରଣା କରିଛି । ସୁଭଦ୍ରା ଯୋଜନାରେ ଦୁଇ ବର୍ଷକୁ ୫୦ ହଜାର ଟଙ୍କା କହି ୫ ବର୍ଷରେ ୫୦ ହଜାର ଟଙ୍କା ଦେବାର ବ୍ୟବସ୍ଥା କରିଛି । ଏଯାଏ ରାଜ୍ୟର ସବୁ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇନାହାନ୍ତି । ଯେଉଁମାନେ ସାମିଲ ହୋଇଛନ୍ତି ସେମାନେ ୧୦ ହଜାର ଟଙ୍କା ସହାୟତା ପାଇଛନ୍ତି। ତେଣୁ କେଉଁ ତଥ୍ୟରେ ବିଜେପି ଲକ୍ଷପତି ଦିଦି ସୃଷ୍ଟି କରିଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । କଂଗ୍ରେସ ସ୍ବୀକାର କରିଛି ଯେ, ପୂର୍ବ ସରକାର ଯୋଗୁ ଓଡିଶାରେ ମହିଳାମାନେ ସଶକ୍ତ ହୋଇଛନ୍ତି । ଅନ୍ୟପଟେ ବିଭିନ୍ନ ନିୟମାବଳୀରେ ଏହି ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି ବୋଲି ଜବାବ ରଖିଛନ୍ତି  ସରକାରୀ ଦଳ ମୁଖ୍ୟ ସଚେତକ ।

ନବୀନଙ୍କ ୨୪ ବର୍ଷ ଶାସନ ସମୟରେ ମହିଳାମାନଙ୍କୁ ସଶକ୍ତ କରାଯିବ ସହ ସେମାନଙ୍କ ସାମାଜିକ, ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ସ୍ବାବଲମ୍ବୀ କରିଥିଲେ । ବିଜେପି କେବଳ ମିଥ୍ୟା ବାହାସ୍ଫୋଟ ମାରି ଲକ୍ଷପତି ଦିଦିର ଶ୍ରେୟ ନେବାକୁ ଆଗଭର ହୋଇଛି । ଯାହାକୁ ନେଇ ମୋହନ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ।

ବଲାଙ୍ଗୀରରେ ସାବାଡ଼ ହେବେ ଅପରାଧୀ

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀରରେ ସାବାଡ଼ ହେବେ ଅପରାଧୀ । କ୍ଲିନ କ୍ରାଇମ୍ ସହର ପାଇଁ ଗଠନ ହେବ ପୋଲିସର ସ୍ପେଶାଲ ଟିମ୍ । ସହରକୁ ନୂଆ ଏସପି ଆସିବା ପରେ ଆରମ୍ଭ ହୋଇଛି ଅଭିଯାନ । ଲଗାତର ସହରରେ ଅପରାଧ ବଢୁଥିବା ଦେଖି ଆକ୍ସନ ମୋଡକୁ ଆସିଛି ପୋଲିସ । ସାଇବର କ୍ରାଇମ, ଲୁଟପାଟ, ଚୋରି, ରାହାଜାନୀ ରୋକିବାକୁ ଅପରାଧୀଙ୍କୁ ସତର୍କ କରିଛି ପୋଲିସ । ସେପଟେ କିଛି ପୋଲିସ ଅଧିକାରୀଙ୍କ ଯୋଗୁଁ ସହର ବଦନାମ ହେଉଥିବା ଅଭିଯୋଗ କରିଛନ୍ତି ବଲାଙ୍ଗୀରବାସୀ ।

କ୍ରାଇମ ହଟସ୍ପଟ ପାଲଟିଛି ବଲାଙ୍ଗୀର । ଦୁଇ ସପ୍ତାହରେ ଗଡ଼ିଲାଣି ୧୦ ମୁଣ୍ଡ । ପିଲାଚୋରି ଘଟଣାରେ ବଦନାମ ହୋଇଛି ଜିଲ୍ଲା । ଅପରାଧ ରୋକିବାକୁ ପୋଲିସର ନୂଆ ଷ୍ଟ୍ରେଟେଜି । ବଛାବଛା ଅଧିକାରୀଙ୍କୁ ନେଇ ଗଠନ ହେବ ସ୍ପେଶାଲ ଟିମ୍ । ମୁରିବାହାଲ ଥାନା ଅଞ୍ଚଳରେ ୪ ଜଣଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର,  ସଇଁତଳାରେ ଯୁବକକୁ ହତ୍ୟାକରି ବ୍ରିଜ ତଳେ ଫିଙ୍ଗିଦେଲେ ଦୁର୍ବୃତ୍ତ । ଡୁମେରଝରଣ ଗୌତମ ନାଏକ ହତ୍ୟାକାଣ୍ଡ ହେଉ କି ୧୧ ତାରିଖରେ ସଦର୍ ଥାନା ସରଗାର୍ଡ ଗ୍ରାମରେ ଅପରାଧୀ ଅରୁଣ ସାଏ ପଟେଲକୁ ଗାଁ ଦାଣ୍ଡରେ ପିଟି ପିଟି ହତ୍ୟା । ଅପରାଧୀଙ୍କ ଚରାଭୂଇଁ ସାଜିଛି ବଲାଙ୍ଗୀର । ଗତ ୨ ମାସ ଭିତରେ ୩ ଟି ନବଜାତ ଶିଶୁବିକ୍ରି ଅଭିଯୋଗ ଜିଲ୍ଲାକୁ ବଦନାମ କରିଛି   । ଯାହାକୁ ନେଇ ଆକ୍ସନ ମୋଡରେ ପୋଲିସ । ଅପରାଧିକୁ ସାବାଡ କରିବା ପାଇଁ ବଛା ବଛା ଅଫିସରକୁ ନେଇ ସ୍ଵତନ୍ତ୍ର ପୋଲିସ ଟିମ ଗଠନ କରିବାକୁ ଯୋଜନା କରିଛନ୍ତି ଏସପି । ତେବେ କିଛି ଅଧିକାରୀଙ୍କ ଯୋଗୁଁ ସହର ବଦନାମ ହେଉଥିବା ଅଭିଯୋଗ କରିଛନ୍ତି ଲୋକେ ।

ଦିନ ଦ୍ୱିପହରରେ ଚିମିନିଭାଟି ପଡାରେ ସୁଧ କାରବାର ଓ ଟଙ୍କା ଲେଣଦେଣକୁ କେନ୍ଦ୍ରକରି ବିଚ ରାସ୍ତାରେ ମାରଣାସ୍ତ୍ର ଓ ଠେଙ୍ଗାରେ ଗୋଡାଇ ଗୋଡାଇ ଟ୍ରକ୍ ଡ୍ରାଇଭର ରାମ ଦାଶଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ମୃତକଙ୍କ ସ୍ତ୍ରୀ ଓ ପରିବାର ଲୋକେ ସୁଧ କାରବାରକୁ ନେଇ ରାମ ଦାସକୁ ଚିନୁ ପଟ୍ଟନାୟକ ହତ୍ୟା କରିଥିବା ଅଭିଯୋଗ ଆଣିବା ପରେ ପୋଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ପୂର୍ବରୁ ଲୁଚିଛପି ହତ୍ଯାକାରୀ ହତ୍ୟାକାଣ୍ଡ ଘଟାଉଥିବା ବେଳେ ଏବେ ଖୁଲମଖୁଲ୍ଲା ଗଡୁଛି ମୁଣ୍ଡ । ଯାହାକୁ ନେଇ ଆତଙ୍କିତ ହୋଇ ପଡ଼ିଛନ୍ତି ଲୋକେ । ପୋଲିସ଼କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ । ତେଣୁ ତୁରନ୍ତ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି ।

କେବେ ସରିବ ମେଗା ପାନୀୟ ଜଳ ପ୍ରକଳ୍ପ କାମ ?

ନନ୍ଦିଘୋଷ ବ୍ୟୁରୋ: ମନ୍ଥର ଗତିରେ ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପ କାମ । ଅବଧି ସରିବାର ୭ ମାସ ବିତିଥିଲେ ବି ସରିନି କାମ । କେଉଁଠି ପାଚେରୀ କାମ ଅଧାରେ ଅଟକିଛି ତ କେଉଁଠି ପମ୍ପ ଗୃହ କାମ ଅଧପନ୍ତରିଆ ହୋଇ ପଡିରହିଛି । ବାଧ୍ଯ ହୋଇ ନଦୀ, ନାଳ ଓ ଚୁଆ ପାଣି ଉପରେ ଭରସା କରୁଛନ୍ତି କଳାହାଣ୍ଡି ଜିଲ୍ଲା ଲୋକେ ।

ଭାବିଥିଲେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଲେ ହେବନି ପାଣି ସମସ୍ଯା । ପାଇପାରିବେ ବିଶୁଦ୍ଧ ପାଣି । ହେଲେ ସମସ୍ଯା ସରିବାରେ ନାଁ ଧରୁନି । କଳାହାଣ୍ଡି ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ପାନୀୟ ଜଳ ସମସ୍ଯାର ସମାଧାନ ପାଇଁ କଳାହାଣ୍ଡି ଜିଲ୍ଲାର ଜୟପାଟଣା, ଥୁଆମୂଳ ରାମପୁର ଓ କଲମପୁର ବ୍ଲକରେ ନିର୍ମାଣ ହେଉଛି ମେଗା ପ୍ରକଳ୍ପ । ହେଲେ ପ୍ରକଳ୍ପ ସରିବାର ସମୟସୀମା ସରି ୭ ମାସ ବିତିଥିଲେ ବି କାମ ସରିନାହିଁ । କେଉଁଠି ପାଚେରୀ କାମ ଅଧାରେ ଅଟକିଛି ତ କେଉଁଠି ପମ୍ପ ଗୃହ କାମ ଅଧପନ୍ତରିଆ ହୋଇ ପଡିରହିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି  ଅଞ୍ଚଳବାସୀ ।

ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଓ ଠିକା ସଂସ୍ଥାର ମନମୁଖୀ କାର୍ଯ୍ଯ ପାଇଁ ଏଭଳି ବିଳମ୍ବ ହେଉଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବାଧ୍ଯ ହୋଇ ନଦୀ, ନାଳ ଓ ଚୁଆ ପାଣି ଉପରେ ଭରସା କରୁଛନ୍ତି ଲୋକେ । ରାଜ୍ଯ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ କହିଛନ୍ତି ଲାଞ୍ଜିଗଡ ବିଧାୟକ ।

ଏହିସବୁ ଖେଳାଳିଙ୍କୁ ଛାଡ଼ିଲା କୋଲକାତା ଏବେ ଆଇପିଏଲରେ କରୁଛନ୍ତି କମାଲ

ନନ୍ଦିଘୋଷ ବ୍ୟୁରୋ: ଗତବର୍ଷ ଆଇପିଏଲର ଚାମ୍ପିୟନ ଟିମ କୋଲକାତା ନାଇଟ ରାଇଡର୍ସ ଚଳିତ ବର୍ଷ ଉତଥାନ ପତନ ଦେଇ ଗତି କରୁଛି । ଗତବର୍ଷ ଦଳରେ ରହିଥିବା କିଛି ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦଳକୁ ଚାମ୍ପିୟନ କରାଇବାରେ ସହାୟକ ହୋଇଥିଲା । ମାତ୍ର ଦଳ ବହୁ ଖେଳାଳିଙ୍କୁ ଚଳିତ ସିଜିନରେ କିଣି ନଥିଲା । ତେବେ ଏମିତି ୪ ଜଣ ଖେଳାଳି ଅଛନ୍ତି ଯେଉଁମାନେ ଗତ ସିଜିନରେ ଭଲ ପ୍ରଦର୍ଶନ କରିଥିଲେ ଆଉ ଏବେ କୋଲକାତା ଛାଡ଼ିବା ପରେ ମଧ୍ୟ ସେମାନେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଏମାନଙ୍କ ମଧ୍ୟରେ ଏକ ନମ୍ବରରେ ଆସିବେ ପଞ୍ଚାବ କିଙ୍ଗ୍ସର ଅଧିନାୟକ ଶ୍ରେୟସ ଆୟାର । ଯିଏକି ଗତ ସିଜିନରେ କୋଲକାତାକୁ ଚାମ୍ପିୟନ କରାଇଥିଲେ । ମାତ୍ର ଦଳ ତାଙ୍କୁ ଛାଡ଼ି ଦେଇଥିଲେ । ମାତ୍ର ଶେଷ ମ୍ୟାଚରେ କୋଲକାତାରେ ମାତ୍ର ୧୧୧ ରନ କରିବାକୁ ଏହି ଦଳ ବିପକ୍ଷରେ କରିବାକୁ ସକ୍ଷମ ହୋଇ ନଥିଲେ । ସେପଟେ ଦମଦାର ଖେଳ ଜାରି ରଖିଛନ୍ତି ଶ୍ରେୟସ । ସେପଟେ ବାକି ତିନି ଜଣ ଖେଳାଳି ହେଲେ ମିଚେଲ ଷ୍ଟାର୍କ, ସଲ୍ଟ ଏବଂ ନୀତିଶ ରାଣା । ଏବେ ଏହି ତିନି ଖେଳାଳି ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି ।

 

ସରକାରୀ ଜମିକୁ କବଜା କରିନେଉଛନ୍ତି ଆନ୍ଧ୍ର ବ୍ୟବସାୟୀ

ନନ୍ଦିଘୋଷ ବ୍ୟୁରୋ: ଓଡିଶା ପିଛା ଛାଡୁନି ଆନ୍ଧ୍ର । ସରକାରୀ ଜମିକୁ କବଜା କରିନେଉଛନ୍ତି ଆନ୍ଧ୍ର ବ୍ଯବସାୟୀ । ଜବରଦଖଲ କରି କରୁଛନ୍ତି ଚାଷ । ହେଲେ ଚୁପ ବସୁଛି ରାଜସ୍ଵ ବିଭାଗ । ଏଭଳି କିଛି ସଙ୍ଗୀନ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଳକରୁ ।

ଓଡିଶାରେ ଆନ୍ଧ୍ର ବ୍ଯବସାୟୀଙ୍କ ରାଜ । କବଜା କରିନେଇଛନ୍ତି ସରକାରୀ ଜମି । ଜବରଦଖଲ କରି କରୁଛନ୍ତି ପାମ ପ୍ଲାଣ୍ଟେସନ । ଏପରି କିଛି ଚାଲିଛି କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଳକର କୁସୁମଖାଲ ଗାଁରେ । ସବୁ ଜାଣି ମଧ୍ଯ ରାଜସ୍ଵ ବିଭାଗ ଖାଲି ଫାଇନ କାଟି ବସି ପଡୁଛି । ହେଲେ ଜବରଦଖଲକାରୀଙ୍କ ଉପରେ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।  ଏପରି ଗୁରୁତର ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ ।

ଘଟଣାକୁ ଏମ ରାମପୁରର ତହସିଲଦାର ସ୍ଵୀକାର କରିଛନ୍ତି । ଜବରଦଖଲକାରୀଙ୍କୁ ଏକ ମାସ ମଧ୍ଯରେ ଜମି ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି । ରାଜସ୍ଵ ବିଭାଗର ସୂଚନା ଅନୁସାରେ କିଛି ଆନ୍ଧ୍ର ବ୍ଯବସାୟୀ ମାନେ ୧୩୫. ୭୭ ଏକର ଜମି କିଣିଥିବା ବେଳେ ୫୧.୧୭ ଏକର ସରକାରୀ ଜମିକୁ ଜବରଦଖଲ କରି ଚାଷ କରୁଛନ୍ତି । ତା ସହିତ ଭୂମିହୀନଙ୍କୁ ସରକାର ଯୋଗାଇ ଦେଇଥିବା ୩୩.୯୫ ଏକର ଜମିକୁ ସେମାନଙ୍କ ସହ ବୁଝାମଣା କରି ଚାଷ କରୁଛନ୍ତି ।

ଏଠି ପ୍ରଶ୍ନ ଉଠୁଛି, ଆନ୍ଧ୍ର ବ୍ଯବସାୟୀଙ୍କ ପ୍ରତି ରାଜସ୍ଵ ବିଭାଗର ଏ ଅହେତୁକ ଅନୁକମ୍ପା କଣ ପାଇଁ ? ବାହାର ବ୍ଯବସାୟୀଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ନେଉନି କଣ ପାଇଁ ? ଏହା ପଛରେ ଅନ୍ଯ କିଛି କାରଣ ଅଛି କି ?

ଦୀପାବଳୀ ହେଉ କି ହୋଲି, ଫଟୋ ପୋଷ୍ଟ କଲେ ହେଉଛନ୍ତି ଟ୍ରୋଲ୍, ସୋହା ଅଲ୍ଲୀ ଖାନ କହିଲେ..

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତ୍ରୀ ସୋହା ଅଲ୍ଲୀ ଖାନ ହେଉଛନ୍ତି ସୈଫ ଅଲ୍ଲୀ ଖାନଙ୍କ ଭଉଣୀ । ସେ ଜଣେ ମୁସଲମାନ ପରିବାରର ହୋଇଥିବାବେଳେ ହିନ୍ଦୁ ଘରେ ବିବାହ କରିଛନ୍ତି । ଅଭିନେତା କୁନାଲଙ୍କୁ ସେ ବିବାହ କରିଛନ୍ତି । ବାହାଘରକୁ ୧୦ ବର୍ଷ ହେଲାଣି । କିନ୍ତୁ ଏବେ ବି ଯଦି ସେ ହିନ୍ଦୁ ଧର୍ମର କୌଣସି ପୂଜା ପର୍ବାଣିରେ ଯଦି ଫଟୋ ପୋଷ୍ଟ କରନ୍ତି ତାହେଲେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରୁଛନ୍ତି । ଏପରିକି ବାରମ୍ବାର ତାଙ୍କୁ ପଚରା ଯାଉଛି କି ? ତୁମେ ଉପବାସ କରୁଛ କି ? ’ଛୋରୀ ୨’ ରିଲିଜ ହୋଇଥିବାବେଳେ ଏହି ଫିଲ୍ମର ପ୍ରମୋସନ ପାଇଁ ଯାଇଥିବା ଏକ ଚ୍ୟାନେଲର ଇଣ୍ଟରଭିୟ୍ୟୁ ସମୟରେ ସେ ଏଭଳି ନିଜ ମନର ଦୁଃଖ କଥା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି କି, ମୁଁ ଟିକେ ମୋଟା ହୋଇ ଯାଇଛି । ଯାହାକୁ ନେଇ ମୋତେ ଯେତେ ଦୁଃଖ ଲାଗୁନି ଧର୍ମକୁ ନେଇ ବାରମ୍ବାର ଟ୍ରୋଲ କରାଯିବା ଏବଂ ପ୍ରଶ୍ନ କରିବାକୁ ନେଇ ମୋତେ ବହୁତ ଦୁଃଖ ଲାଗୁଛି । ମୋ ମାଆ ମଧ୍ୟ ଜଣେ ହିନ୍ଦୁ ଥିଲେ । କିନ୍ତୁ ମୋତେ ଏଭଳି କାହିଁକି ଟ୍ରୋଲ କରୁଛନ୍ତି ବୋଲି ସେ କହିଛନ୍ତି । ତେବେ କହି ରଖୁଛୁ କି, କୁନାଲଙ୍କ ସହ ବହୁ ଫିଲ୍ମରେ ଅଭିନୟ କରିବା ପରେ ଉଭୟ ପ୍ରେମରେ ପଡ଼ିଥିଲେ । ସେମାନେ ୨୦୧୫ରେ ବିବାହ କରିଛନ୍ତି । ୨୦୧୭ରେ ସେମାନେ ନିଜର ପ୍ରଥମ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ।

ପାରାଦୀପ ବନ୍ଦରରେ ଗିରଫ ଜାହାଜକୁ ଛାଡ଼ିଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ: ପାରାଦୀପ ବନ୍ଦରରେ ଗିରଫ ହୋଇଥିବା ଜାହାଜକୁ ଛାଡ଼ିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଉଭୟ ପକ୍ଷଙ୍କ ମଧ୍ୟରେ ବକେୟା ଅର୍ଥକୁ ନେଇ ହୋଇଥିବା ବିବାଦର ଆପୋଷ ସମାଧାନ ହୋଇଥିବାରୁ ସମ୍ପୃକ୍ତ ଜାହାଜକୁ ରିଲିଜ କରିଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପାନାମାରେ ପଞ୍ଜିକୃତ ଜାହାଜ ଏମଭି ଟେଲେରୀ ଏମକୁ ଗତ ଶନିବାର ହାଇକୋର୍ଟ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବଙ୍କର ଫୁଏଲ ବାବଦରେ ବକେୟା ଅର୍ଥ ପୈଠ ନକରିଥିବା ଅଭିଯୋଗରେ ଜିଓସର୍ଭ ଏନର୍ଜି ଟ୍ରାନ୍ସପୋର୍ଟ ନାମକ ସଂସ୍ଥାର ଆବେଦନ ଶୁଣାଣି କରି ହାଇକୋର୍ଟ ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ।