spot_img
Home Blog Page 880

ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଆକ୍ରମଣ ଘଟଣାରେ ୪ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗାଁରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଆକ୍ରମଣ ଘଟଣାରେ ୪ଜଣଙ୍କୁ ଗିରଫ କରିଛି ପୋଲିସ।  ଗତ ରବିବାର ଦିନ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା। ଆରୁହା ଗାଁରେ ଅନୁଷ୍ଠିତ  ହିଙ୍ଗୁଳା ଯଜ୍ଞ ଦର୍ଶନ ପାଇଁ ପୂର୍ବତନ ବିଧାୟକ ଓ ତାଙ୍କ  ସମର୍ଥକ ମାନେ ଯାଇଥିବା ବେଳେ ସ୍ଥାନୀୟ ଅଂଚଳର କିଛି ଲୋକ ତାଙ୍କୁ ବିରୋଧ କରିବା ସହ ଗାଡିକୁ ଆକ୍ରମଣ କରିଥିଲେ।  ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଏହାକୁ ନେଇ ପୂର୍ବତନ ବିଧାୟକ ଯାଜପୁର ପୋଲିସକୁ ଦାୟୀ କରିବା ସହ  ବିଧାୟକଙ୍କ ସମର୍ଥକ ଏଭଳି କରିଥିବା କହିଥିଲେ । ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ଯାଜପୁର ଏସ୍ଡ଼ିପିଓ ଘଟଣାର ତଦନ୍ତ କରି  ୪ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ମା’ କୋଳକୁ ଫେରିଲା ଉଦ୍ଧାର ଶିଶୁପୁତ୍ର

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ଵର ରାମ ମନ୍ଦିର ସାମ୍ନାରୁ ଶିଶୁପୁତ୍ର ଚୋରି ଘଟଣା। ମା’ କୋଳକୁ ଫେରିଲା ଉଦ୍ଧାର ପରେ ଶିଶୁ। ଶିଶୁକୁ ଫେରି ପାଇଁ ମା’ ଭାବବିହ୍ଵଳ ହୋଇପଡ଼ିଥିଲେ। ମା ଓ ପୁଅଙ୍କ ପୁନର୍ମିଳନ ଦେଖି ସମସ୍ତେ ଭାବପ୍ରବଣ ହୋଇପଡିଥିଲେ। ଚୋରି ଶିଶୁପୁତ୍ରକୁ ବାଲେଶ୍ଵରରୁ ଉଦ୍ଧାର କରିଥିଲା ଭୁବନେଶ୍ଵର କମିଶନରେଟ ପୋଲିସ । ଉଦ୍ଧାର ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ପୁତ୍ରର ଚିକିତ୍ସା ପରେ ତାର ମାଆକୁ ଫେରାଇ ଦିଆଯାଇଛି । ଜେଲମ ରାଣୀ ପଣ୍ଡା ନାମକ ମହିଳାଙ୍କ ନିକଟରୁ ଶିଶିଟିକୁ ଉଦ୍ଧାର କରାଯାଇଛି।  ବାଲେଶ୍ୱର ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗରୁ ଶିଶୁ ଉଦ୍ଧାର ସହିତ ମହିଳାଙ୍କୁ ସକାଳେ ଉଠାଇ ଆଣିଥିଲା ୬ ଜଣିଆ ଟିମ । ପିଲା ଚୋରି କରିଥିବା ଯୁବକ କିନ୍ତୁ  ଫେରାର ହୋଇଯାଇଛି । ଅଙ୍ଗ ତସ୍କରୀ ପାଇଁ ଶିଶୁପୁତ୍ର ଚୋରି ନେଇ ସନ୍ଦେହ କରାଯାଉଛି। କିଡନୀ ପାଇଁ ପିଲା ଚୋରି କରିଥିବା ଅଭିଯୋଗ ହୋଇଛି। ସେପଟେ ସାମ୍ନାକୁ ଆସିଛି ପିଲା ଚୋରି ବେଳର ସିସିଟିଭି । ଖାରବେଳ ନଗର ଥାନା ଅନ୍ତର୍ଗତ ରାମ ମନ୍ଦିର ସମ୍ମୁଖରୁ ଦୃଷ୍ଟିବାଦ୍ଧିତ ମହିଳାଙ୍କ ଦୁଇବର୍ଷର ଶିଶୁପୁତ୍ର ଚୋରି ଘଟଣାରେ ମିଳିଥିଲା ସିସିଟିଭି । ଶନିବାର ରାତି ପ୍ରାୟ ୨ ଟା ୫୬ ମିନିଟରେ ଅପହରଣକାରୀ ଜଣଙ୍କ ଶିଶୁପୁତ୍ରକୁ ଷ୍ଟେସନ ବାଟ ଦେଇ ନେଇଯାଉଥିବା ଦୃଶ୍ୟ ସିସିଟିଭିରେ ହୋଇଥିଲା କଏଦ । ତେବେ କିଏ ଏହି ଲୋକ ? ମା’ ଜୟନ୍ତୀ ମଲ୍ଲିକଙ୍କ ଏତଲା ପରେ  ସ୍ପେଶାଲ ଟିମ ଚଢ଼ାଉ କରି ପିଲାଟିକୁ ଉଦ୍ଧାର କରି ଭୁବନେଶ୍ୱର ଆଣିଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜାଳିଦେବା ଘଟଣା : ତିବ୍ର ନିନ୍ଦା କଲେ ସାଂସଦ ମାନସ ମଙ୍ଗରାଜ

ନନ୍ଦିଘୋଷ ବ୍ୟୁରୋ: ପାଟଣାଗଡରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜାଳିଦେବା ଘଟଣାକୁ ନେଇ ସବୁଠି କରାଯାଉଛି ନିନ୍ଦା । ତେବେ ଏହାକୁ ନେଇ ତିବ୍ର ନିନ୍ଦା କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ସେ କହିଛନ୍ତି କି, ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏଭଳି ଘୃଣ୍ୟ କାର୍ଯ୍ୟକୁ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ । ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଓଡ଼ିଶାର ବରପୁତ୍ରଙ୍କ ପ୍ରତି ଅସମ୍ମାନକୁ ପ୍ରଶୟ ଦିଆଯିବନି । ସରକାର ଗଭୀର ନିଦ୍ରାରୁ ଉଠନ୍ତୁ, ଘଟଣାର ପୁନରାବୃତ୍ତିକୁ ରୋକନ୍ତୁ ।

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜାଳିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି : ଅଶୋକ ପଣ୍ଡା

ନନ୍ଦିଘୋଷ ବ୍ୟୁରୋ: ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜାଳିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଯିଏ ବି କରିଛି ଏହା ତାଙ୍କ ହୀନମନ୍ୟତା। କେହି ଭୁଲିବା କଥା ନୁହେଁ ଯେ ବିଜୁ ପଟ୍ଟନାୟକଙ୍କ ପରି ମହାପୁରୁଷଙ୍କ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଭୂମିକା ରହିଛି। ଯେଉଁଥି ପାଇଁ ଆମେ ଆଜି ନାଗରିକ ହେବାର ଗର୍ବ କରି ପାରୁଛୁ। ପ୍ରଶାସନ ଏ ଦିଗରେ ଆଇନଗତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ବିଜୁ ପଟ୍ଟନାୟକଙ୍କ ମରଶରୀରରେ ତିନି ରାଷ୍ଟ୍ରର ଜାତୀୟ ପତାକା ପଡିଥିଲା। ସଂକୀର୍ଣ୍ଣ ରାଜନୀତିରୁ ବାହାରିବା ଦରକାର ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଅଶୋକ ଚନ୍ଦ୍ର ପଣ୍ଡା ।

ସୋସିଆଲ ମିଡିଆରେ ସାହାଯ୍ୟ ମାଗିଲେ ଅର୍ଜୁନ ତେନ୍ଦୁଲକର

ନନ୍ଦିଘୋଷ ବ୍ୟୁରୋ: କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସାହାଯ୍ୟ ମାଗିଛନ୍ତି । ଯେଉଁଥିରେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି । ଯେଉଁଥିରେ ସେ କୁକୁର ଛୁଆ ପାଇଁ ସାହାଯ୍ୟ ମାଗିଥିବା ଦେଖିବାକୁ ମିଳିଛି । କୁକୁର ଛୁଆର ମା ମରିଯାଇଥିବାବେଳେ ଏହାକୁ ରଖିବାକୁ ସେ ଜଣାଇଛନ୍ତି । କେହି ତାଙ୍କୁ ରଖନ୍ତୁ ବୋଲି କହିଛନ୍ତି । ସେ ନିଜର ପୋଷ୍ଟରେ ଠିକଣା ସହ ପୋଷ୍ଟ କରିଛନ୍ତି । ସେପଟେ ଅର୍ଜୁନ ତେନ୍ଦୁଲକର ଜଣେ ପଶୁପ୍ରେମୀ । ସେ କୁକୁରକୁ ଅଧିକ ଭଲ ପାଉଥିବା ପୂର୍ବରୁ ଫଟୋରେ ମଧ୍ୟ ଦେଖିବାକୁ ମିଳିଛି । ଯେଉଁ କାରଣରୁ ସେ କୁକୁରର ଦୁଃଖକୁ ଦେଖି ପାରୁନାହାନ୍ତି । କହି ରଖୁଛୁ କି, ଏବେ ଆଇପିଏଲ ଚାଲିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି ଅର୍ଜୁନ । ଚଳିତ ବର୍ଷ କିନ୍ତୁ ସେ ଗୋଟିଏ ବି ମ୍ୟାଚରେ ଖେଳିବାର ସୁଯୋଗ ପାଇନାହାନ୍ତି ।

ସମନ ପରେ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ରବର୍ଟ ଭଦ୍ରା

ନନ୍ଦିଘୋଷ ବ୍ୟୁରୋ: ଇଡିର ସମନ ପରେ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ରବର୍ଟ ଭଦ୍ରା । ଏକ ଜମି ଚୁକ୍ତି ସହିତ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ହାଜର ପାଇଁ ଦ୍ଵିତୀୟ ଥର ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି କାର୍ଯ୍ୟାଳୟକୁ ଯିବା ବାଟରେ ସେ ସମନକୁ ବିଜେପି ଦ୍ୱାରା ରାଜନୈତିକ ପ୍ରତିଶୋଧ ବୋଲି କହିଥିଲେ । ଯେତେବେଳେ ମୁଁ ଲୋକଙ୍କ ସ୍ୱର ଉଠାଇଥାଏ ସେମାନେ ମୋତେ ଦମନ କରିବାକୁ ଚେଷ୍ଟା କରନ୍ତି ବୋଲି କହିଛନ୍ତି ରବର୍ଡ ଭଦ୍ରା । ମୋ ବିରୋଧରେ ଏଜେନ୍ସିର ଦୁରୁପଯୋଗ କରାଯାଉଛି । ମୋର ଲୁଚାଇବା ପାଇଁ କିଛି ନାହିଁ। ସେମାନେ ମୋତେ ଯାହା ଚାହିଁବେ ପଚାରିପାରିବେ ଏବଂ ମୁଁ ସେମାନଙ୍କୁ ଉତ୍ତର ଦେବିବୋଲି ସେ କହିଛନ୍ତି । ହରିୟାଣାର ଏକ ଜମି ଚୁକ୍ତି ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ସମ୍ମୁଖୀନ ହୋଇଛନ୍ତି ରବର୍ଟ ଭଦ୍ରା । ଏହି ମାମଲାରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ସମନ କରାଯାଇଛି। ପୂର୍ବରୁ ତାଙ୍କୁ ଏପ୍ରିଲ 8 ରେ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ସେ ସାକ୍ଷ୍ୟ ଦେଇ ନଥିଲେ।

ଜମି ଦୁର୍ନୀତି ମାମଲା: ଆଜି ହାଜର ହେବାକୁ EDର ସମନ

ନନ୍ଦିଘୋଷ ବ୍ୟୁରୋ: ବାରମ୍ବାର ନୋଟିସ୍ ପରେ ମଧ୍ୟ ହାଜର ହୋଇନଥିଲେ । ଆଜି ପୁଣି ସମନ ପଠାଇଛି ଇଡି । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରୋବର୍ଟ ଭଦ୍ରାଙ୍କୁ ଆଜି ହାଜର ହେବାକୁ ଇଡିର ନୋଟିସ୍ । PMLA ଅଧିନରେ ଇଡି ଏହି ନୋଟିସ୍ ପଠାଇଛି । ତେବେ ୮ ଏପ୍ରିଲରେ ତାଙ୍କୁ ନୋଟିସ ହୋଇଥିଲେ ସୁଦ୍ଧା ସେ ହାଜର ହୋଇନଥିଲେ । ଏଣୁ ଆଜି ପୁଣିଥରେ ନୋଟିସ ହୋଇଛି । ରୋବର୍ଟ ଭଦ୍ରାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ପଞ୍ଜିକୃତ ହୋଇଛି । ଏଣୁ ପଚରା ଉଚା ପାଇଁ ନୋଟିସ କରାଯାଇଛି । ତେବେ ସେ ଆଜି ପୁଣିଥରେ ହାଜର ହେବେ କି ନାହିଁ ଏହାକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ହରିୟାଣାର ଶିକୋହାବାଦ ଜମି ଦୁର୍ନୀତି ମାମଲାରେ ଇଡି ଦ୍ବିତୀୟ ନୋଟିସ ପଠାଇଛି । ତେବେ କହି ରଖୁଛୁ କି, ୨୦୦୮ ମସିହାରେ ଓମକାରେଶ୍ବର ପ୍ରପଟିଜ ଠାରୁ ୩.୫ ଏକର ଜମି ୭.୫ କୋଟି ଟଙ୍କାରେ କିଣିଥିଲେ । ମାତ୍ର ପରେ ଭଦ୍ରାଙ୍କ କମ୍ପାନୀ ଏହି ଜମିକୁ DLFକୁ ୫୮ କୋଟି ଟଙ୍କାରେ ବିକ୍ରି କରି ଦେଇଥିଲା । ତେବେ ଏହି ଟଙ୍କାରେ ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଅପ୍ରତ୍ୟାଶିତ ଲାଭ କରିଥିବାକୁ ନେଇ ତଦନ୍ତକାରୀ ସଂସ୍ଥା ତଦନ୍ତ ଚଳାଇଛି । ସେପଟେ ଆମ୍ବେଦକର ଜୟନ୍ତୀରେ ଭଦ୍ରା ଦେଇଥିବା ଏକ ପ୍ରତିକ୍ରିୟା ବେଶ ଭାଇରାଲ ହେବାରେ ଲାଗିଛି । ତେବେ ସେ ରାଜନୀତିରେ ପ୍ରବେଶ କରିବେ ବୋଲି କୁହାଯାଉଛି । ତେବେ ଏଭଳି ପ୍ରତିକ୍ରିୟା ପରେ ଆଜି ଇଡିର ନୋଟିସ । ଏହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ବେଶ ଚର୍ଚ୍ଚା ହେଉଛି ।

ପୁଣି ସେୟାର ବଜାରରେ ଆସିଲା ବୃଦ୍ଧି,ସେନସେକ୍ସରେ ୧୬ଶହ ପଏଣ୍ଟ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: ଆମେରିକା ପକ୍ଷରୁ ଟାରିଫ ଉପରେ ୯୦ ଦିନିଆ ବିରାମ ଦେବାର ନିଷ୍ପତ୍ତି ପରେ ଆଜି ପୁଣି ଶେୟାର ମାର୍କେଟରେ ବୃଦ୍ଧି ଦେଖାଦେଇଛି। ମାର୍କେଟ ତିନି ଦିନର ବନ୍ଦ ପରେ ଆଜି ଖୋଲିଥିଲା ଏବଂ ଖୋଲିବା ମାତ୍ରେ ଏଥିରେ ପ୍ରାୟ ୨ ପ୍ରତିଶତ ବୃଦ୍ଧି ଦେଖାଯାଇଥିଲା। ସେନସେକ୍ସ ୧୫୭୩.୯୦ ପଏଣ୍ଟ ବୃଦ୍ଧି ସହିତ ୭୬,୭୩୨.୩୪ ପଏଣ୍ଟ ନିକଟରେ କାରବାର କରୁଛି।

ଭାରତୀୟ ଶେୟାର ମାର୍କେଟରେ ଆଜି ସବୁଜ ରଙ୍ଗ ଛାଇ ରହିଛି। ସେନସେକ୍ସର ୩୦ଟି ଶେୟାର ମଧ୍ୟରୁ ୨୮ଟି ସବୁଜ ଚିହ୍ନ ସହିତ କାରବାର କରୁଛନ୍ତି, ଯେଉଁଥିରେ ଟାଟା ମୋଟର୍ସର ଶେୟାରରେ ଜବରଦସ୍ତ ବୃଦ୍ଧି ଦେଖାଯାଉଛି। ମୋଟର୍ସର ଶେୟାର ୫.୧୧ ପ୍ରତିଶତ ବୃଦ୍ଧି ସହିତ ୬୨୫.୪୫ ଟଙ୍କାରେ କାରବାର କରୁଛି। ସେହିପରି ଏଲଟି, ଏଚଡିଏଫସି ଏବଂ ମହିନ୍ଦ୍ରାର ଶେୟାର ମଧ୍ୟ ସବୁଜ ଚିହ୍ନ ସହିତ ଦେଖାଯାଉଛି।

ମାର୍କେଟ କିପରି ଥିଲା?

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ୭୦ଟି ଦେଶ ଉପରେ ଟାରିଫ ବିରାମ ଦେବାର ନିଷ୍ପତ୍ତି ପରେ ବିଶ୍ୱବ୍ୟାପୀ ମାର୍କେଟରେ ତେଜି ଦେଖାଦେଇଛି। ଭାରତୀୟ ଶେୟାର ମାର୍କେଟରେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ଉତ୍ସାହ ଫେରିଛି। ଗତ କାରୋବାରୀ ଦିନ ଶୁକ୍ରବାରେ ସେନସେକ୍ସ ୧.୭୭ ପ୍ରତିଶତ ବୃଦ୍ଧି ସହିତ ୭୫,୧୫୭.୨୬ ପଏଣ୍ଟରେ ବନ୍ଦ ହୋଇଥିଲା। ସେହିପରି ନିଫଟି ୪୨୯.୪୦ ପଏଣ୍ଟ ବା ୧.୯୨% ବୃଦ୍ଧି ସହିତ ୨୨,୮୨୮.୫୫ ପଏଣ୍ଟରେ ବନ୍ଦ ହୋଇଥିଲା।

ମାର୍କେଟରେ ବୃଦ୍ଧିର କାରଣ

ଭାରତୀୟ ଶେୟାର ମାର୍କେଟରେ ଗତ ୫-୬ ମାସ ଧରି ବିକ୍ରିର ପରିବେଶ ରହିଛି। ମଝିରେ ମଝିରେ ମାର୍କେଟ କିଛି ଉପରକୁ ଗଲେ ମଧ୍ୟ ଅଧିକାଂଶ ସମୟ ତଳକୁ ରହିଛି। ଗତ ୨ ଏପ୍ରିଲରେ ଯେତେବେଳେ ଟ୍ରମ୍ପ ବିଶ୍ୱର ବିଭିନ୍ନ ଦେଶ ଉପରେ ରେସିପ୍ରୋକାଲ ଟାରିଫ ଲଗାଇଥିଲେ, ତା’ପରେ ଭାରତୀୟ ମାର୍କେଟ ଗୋଟିଏ ଦିନରେ ୫ ପ୍ରତିଶତରୁ ଅଧିକ ତଳକୁ ଖସିଥିଲା। କିନ୍ତୁ ଯେତେବେଳେ ଟ୍ରମ୍ପ ଟାରିଫକୁ ବିରାମ ଦେଲେ, ମାର୍କେଟ ପୁନରୁଦ୍ଧାର ହେଲା। ଆଜି ମଧ୍ୟ ଶେୟାର ମାର୍କେଟ ଉପରେ ଟ୍ରମ୍ପଙ୍କ ଟାରିଫ ରିହାତି, ବିଶ୍ୱବ୍ୟାପୀ ତଣାବ ହ୍ରାସ ଏବଂ ଆରବିଆଇ ପକ୍ଷରୁ ରେପୋ ରେଟରେ କରାଯାଇଥିବା ହ୍ରାସର ପ୍ରଭାବ ଦେଖାଯାଉଛି। ଏହାଛଡା ନିବେଶକମାନଙ୍କର ମାର୍କେଟ ପ୍ରତି ଆସ୍ଥା ମଧ୍ୟ ଦୃଶ୍ୟମାନ ହେଉଛି।

ଏବେ କେଉଁଠି ଅଛନ୍ତି ଫେରାର ହୋଇଥିବା ଭାବି ଜ୍ବାଇଁ ଏବଂ ଶାଶୁ, ପୋଲିସ ପକ୍ଷରୁ ମିଳିଲା ସୂଚନା..

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ଆଲିଗଡ଼ର ଭାବି ଶାଶୁ-ଜ୍ବାଇଁ ଫେରାର ହେବା ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେମାନେ ଏବେ କେଉଁଠି ଅଛନ୍ତି ଏହାକୁ ନେଇ ଦ୍ବନ୍ଦ ଆରମ୍ଭ ହୋଇଛି । ତେବେ ସେମାନେ ଟ୍ରେନରେ ଚେନ୍ ବିକ୍ରି କରୁଥିବା ଏକ ସିସିଟିଭି ଭିଡିଓରୁ ଜଣା ପଡ଼ିଛି । ତେବେ ସେମାନେ କାସଗଞ୍ଜରୁ ଟ୍ରେନ୍ ଟିକେଟ୍ କରିଥିଲେ । କିନ୍ତୁ ସେମାନେ ଟ୍ରେନରେ ଚଢ଼ି ନଥିଲେ । ଏବେ ସେମାନେ କେଉଁଠି ଅଛନ୍ତି ଏହାକୁ ନେଇ ବେଶ ଚର୍ଚ୍ଚା ହେଉଥିବାବେଳେ ପୋଲିସ ପକ୍ଷରୁ କୁହାଯାଇଛି ପଶ୍ଚିମବଙ୍ଗ, ବିହାର ଏବଂ ଗୁଜୁରାଟରେ ଖୋଜାଖୋଜି ଚାଲିଛି ।

ସେମାନେ ପ୍ରଥମେ ଉତ୍ତରାଖଣ୍ଡର ରୁଦ୍ରପୁରରେ ରହିଥିବା ଖବର ଆସିଥିଲା । ମାତ୍ର ପୋଲିସ ସେମାନଙ୍କୁ ସେଠାରେ ପାଇନଥିଲା । ପରେ ତାଙ୍କର ଜଣେ ସମ୍ପର୍କୀୟ କହିଥିଲେ କି, ସେମାନେ ଗୁଜୁରାଟରେ ରହିଛନ୍ତି । କିନ୍ତୁ ମିଳିନଥିଲେ । ପରେ ଚେନ ବିକିବାକୁ ଚେଷ୍ଟା କରୁଥିବା ଭିଡିଓ ସାମ୍ନାକୁ ଆସିଥିଲା । ଏବେ କୁହାଯାଉଛି କି, ସେମାନେ ବିହାର, ଗୁଜୁରାଟ କିମ୍ବା ପଶ୍ଚିମବଙ୍ଗ ଯାଇପାରନ୍ତି । ଏଣୁ ସେମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା କରୁଛି । ସେପଟେ ରାହୁଲଙ୍କ ଶ୍ବଶୁର କହିଛନ୍ତି କି, ସେମାନେ ମୋ ପାଇଁ ମରି ଯାଇଛନ୍ତି । ମୁଁ କେବଳ ସେମାନଙ୍କ ଶେଷ ଦର୍ଶନ କରିବାକୁ ଚାହେଁ । ଏବଂ ସେମାନେ ମୋ ଟଙ୍କା ଏବଂ ଗହଣା ଫେରାନ୍ତୁ କାରଣ ଝିଅକୁ ବାହା କଲାବେଳେ ଦେବି । ମୋର ସବୁ ସମ୍ପତ୍ତି ନେଇ ଚାଲିଯାଇଛନ୍ତି ।

ଡିଜେ ପ୍ରୋସେସନ ବେଳେ ୧୧ କେଭି ତାର ଲାଗିଯିବାରୁ ୨ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ପାଟୁଆ ଯାତ୍ରା ବେଳେ ଅଘଟଣ। ଡିଜେ ନେଇଗଲା ୨ ଜୀବନ। ଡିଜେ ପ୍ରୋସେସନ ବେଳେ ୧୧ କେଭି ତାର ଲାଗିଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଭଦ୍ରକ ତିହିଡି ଥାନା ହାଟୁଆରୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ନୂଆନନ୍ଦରେ କଣ୍ଟିମଙ୍ଗଳା ପାଟୁଆ ଶୋଭାଯାତ୍ରା ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। କେହି କିଛି ବୁଝିବା ଆଗରୁ ବିଦ୍ୟୁତ ସଂସ୍ପର୍ଶରେ ଜଣେ ପରେ ଜଣେ ଆସିବାରେ ଲାଗିଥିଲେ। ଆହତ ମାନଙ୍କୁ ଭଦ୍ରକ ଓ ତିହିଡ଼ି ମେଡିକାଲରେ ଭର୍ତ୍ତି କରାଯାଇଛି। ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି।  ମୃତକ ଦୁଇଜଣ ହେଲେ ତିହିଡି ଥାନା ଆରସା ଗାଁର ୩୫ ବର୍ଷିୟ ଶରତ ମହାଳିକ  ଓ ହାଟୁଆରି ଗାଁର ମାନସ ମଲ୍ଲିକ। ଶୋଭାଯାତ୍ରା ହାଟୁଆରିରୁ କଣ୍ଟିମଙ୍ଗଳା ପୀଠକୁ ଆସୁଥିବା ବେଳେ ଅଘଟଣ ଘଟିଛି।।