spot_img
Home Blog Page 9

କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଏଲପିଜି ଦାମ ବୃଦ୍ଧିର କାରଣ: ବିଜେଡି

କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଏଲପିଜି ଦାମ ବୃଦ୍ଧିର କାରଣ: ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଏଲପିଜି ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଏଲପିଜି ଦାମ ବଢ଼ିଛି ।

ସାଂସଦ ସୁଲତା ଦେଓ କହିଛନ୍ତି, ଯଦି ସରକାର କହିବେ ଯୁଦ୍ଧ ଯୋଗୁଁ ଏହା ହୋଇଛି, ତେବେ ପ୍ରଶ୍ନ ଉଠୁଛି ଯେବେ ଦର କମ ଥିଲା, ସେ ସମୟରେ କମ ଦାମରେ ଦେଉଥିଲେ କି ? ଗୃହିଣୀମାନେ ସେ ସମୟରେ କମ ଦାମରେ ଗ୍ୟାସ ପାଉଥିଲେ କି ? ସରକାର ସବସିଡି ଦେଇ ପାରିବେ । ଉପା ସରକାର ଲୋକଙ୍କୁ ସବସିଡି ଦେଉଥିଲା । ହେଲେ ଏନଡିଏ କେବଳ କର୍ପୋରେଟ ସଂସ୍ଥାଙ୍କୁ ସବସିଡି ଦେବାରେ ବ୍ୟସ୍ତ । ସାଧାରଣ ଲୋକଙ୍କ ପାଇଁ ସବସିଡି ନାହିଁ । ଏମିତି ତ ଦରଦାମ ମାଡ଼ରେ ଲୋକଙ୍କ ଅଣ୍ଟା ଭାଙ୍ଗି ଗଲାଣି । ଏବେ ପୁଣ ଏଲପିଜି ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ହୋଉଛି ।

ସେହିପରି ବିଧାୟକ ସାରଦା ଜେନା କହିଛନ୍ତି, ଦର ବୃଦ୍ଧି ନ କରି କେନ୍ଦ୍ର ସରକାର ସବସିଡି ଦିଅନ୍ତୁ l ଅତ୍ୟାବଶ ସାମଗ୍ରୀ ଦରକୁ ନିୟନ୍ତ୍ରଣ କରନ୍ତୁ ସରକାର l ଦରଦାମ ଲୋକଙ୍କୁ ବାଧୁଛି l ଦରଦାମ ନିୟନ୍ତ୍ରଣ ନହେଲେ ବିଜେଡି ପ୍ରତିବାଦ କରିବ ।

ମାଲକାନଗିରିରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼

ମାଲକାନଗିରିରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼

ନନ୍ଦିଘୋଷ ବ୍ୟୁରୋ: ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧାର ପ୍ରଭାବ ସାରା ବିଶ୍ବ ଉପରେ ପଡ଼ିବାରେ ଲାଗିଛି । ବିଶେଷ କରି ତେଲ ଓ ଗ୍ୟାସ ଯୋଗାଣ ବାଧାପ୍ରାପ୍ତି ହେବାରେ ଲାଗିଛି । ଏମିତି ସ୍ଥିତିରେ ମାଲକାନଗିରିରେ ପେଟ୍ରୋଲ ଓ ଡିଜେଲ ଅଭାବ ଦେଖିବାକୁ ମିଳିଛି । ଫଳରେ ବିଭିନ୍ନ ପେଟ୍ରୋଲ ପମ୍ପରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି ।

ମିଳିଥିବା ସୂଚନା ଅନୁସାରେ, ମାଲକାନଗିରିର ବିଭିନ୍ନ ସ୍ଥାନରେ ତେଲ ଅଭାବ ଦେଖାଦେଇଛି । ଇରାନ ଯୁଦ୍ଧ କାରଣରୁ ଏହି ଅଭାବ ସୃଷ୍ଟି ହୋଇଥିବା ଚାରିଆଡ଼େ ପ୍ରଚାରିତ ହୋଇଯିବା ପରେ ଗାଡି ଚାଳକଙ୍କ ମଧ୍ୟରେ ଆଶା ଆଶଙ୍କା ସୃଷ୍ଟି ହୋଇଛି । ଆଗକୁ ତେଲ ଯୋଗାଣ ଆହୁରି ଅମ୍ଭୀର ହେବା ନେଇ ଗୁଜବ ପରେ ଯେଉଁ ଟାଙ୍କିରେ ତେଲ ଅଛି, ସେଠାରେ ଶହ ଶହ ଗାଡି ଲମ୍ବା ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଛି ।

ତେବେ ମିଳିଥିବା ଖବର ଅନୁସାରେ, ମାଲକାନଗିରିର କିଛଇ ସ୍ଥାନରେ ତେଲ ଅଭାବ କଥା ସତ । ହେଲେ ଏହା ସମ୍ପୂର୍ଣ୍ଣ ସତ ନୁହେଁ । ଇରାନ ଯୁଦ୍ଧ କାରଣରୁ ମାଲକାନଗିରିରେ ତେଲ ସଙ୍କଟ ଦେଖାଦେଇନି । ପ୍ରକୃତ କାରଣ ହେଲା ଝାରସୁଗୁଡ଼ା ତେଲ ଡିପୋରେ କିଛଇ ସମସ୍ୟା କାରଣରୁ ଯୋଗାଣରେ ବାଧା ସୃଷ୍ଟି ହୋଇଛି । ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ।

ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ, ଏକା ସାଙ୍ଗରେ ୭ ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ, ଏକା ସାଙ୍ଗରେ ୭ ସ୍ଥାନରେ ଚଢ଼ାଉ

ନନ୍ଦିଘୋଷ ବ୍ୟୁରୋ: ସରକାରୀ ବାବୁଙ୍କୁ ଘାରିଛି ଭିଜିଲାନ୍ସ ଭୟ । ଜଣକ ପରେ ଜଣେ ବାବୁ ପଡୁଛନ୍ତି ଭିଜିଲାନ୍ସ ଜାଲରେ । ଏବେ କେନ୍ଦ୍ରାପଡ଼ା ଡେରାବିସ ବ୍ଲକର ସହକାରୀ ଯନ୍ତ୍ରୀ ପଡିଛନ୍ତି ଭିଜିଲାନ୍ସ ହାବୁଡ଼ରେ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଚାଲିଛି ଚଢ଼ାଉ ।

ଜଳସମ୍ପଦ ବିଭାଗ ଯନ୍ତ୍ରୀ ପ୍ରମୋଦ କୁମାର ରାୟଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି । ଭୁବନେଶ୍ଵର, ଚୌଦ୍ଵାର, ବାଙ୍କୀ ସମେତ ୭ଟି ସ୍ଥାନରେ ଏକା ସାଙ୍ଗରେ ଚାଲିଛି ଚଢ଼ାଉ । ଚଢାଉରେ ୨ ଜଣ ଆଡିସନାଲ ଏସପି, ୯ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଓ ୪ ଏଏସଆଇ ସାମିଲ ହୋଇଛନ୍ତି । ଭୁବନେଶ୍ୱର ବାଲିଅନ୍ତାର ଜୋହାଲାରେ ବାବୁଙ୍କର ଚାରି ମହଲା କୋଠା ଥିବା ଜଣାପଡିଛି । ସେହିପରି କଟକ ଚୌଦ୍ୱାରର ଯାଜଭୈରବ ବାଟବୁଢ଼ୀ କଲୋନୀ ବୈଷ୍ଣବ ବିହାର ଲେନ୍ ୧ରେ ଦୁଇ ମହଲା କୋଠା ଅଛି । ଏହି ଦୁଇଟି ସ୍ଥାନ ସହିତ କଟକ ଜିଲ୍ଲା ବାଙ୍କୀ ରଗଡିରେରେ ଥିବା ପୈତୃକ ଘର, ଭଦ୍ରକ  ବୁଡଙ୍ଗାରେ ଥିବା ତାଙ୍କ ଶ୍ଵଶୁର ଘର, ଡେରାବିଶ ଜଳସେଚନ ଅଫିସ, କେନ୍ଦ୍ରାପଡାରେ ତାଙ୍କ ଚାମ୍ବର, ଭଡ଼ା ଘର, ଢେଙ୍କାନାଳ ଜିଲ୍ଲା ସାନସାଥୀବାଟିଆରେ ଥିବା ତାଙ୍କ ଶଳାଙ୍କ ଘର ଓ ଭୁବନେଶ୍ୱର ପଟିଆରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଚାଲିଛି ।

ଭାରତ ଉପରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ବଢ଼ିଲା ଏଲପିଜି ଗ୍ୟାସ ଦର

ଭାରତ ଉପରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ବଢ଼ିଲା ଏଲପିଜି ଗ୍ୟାସ ଦର

ନନ୍ଦିଘୋଷ ବ୍ୟୁରୋ: ଇରାନ ସହ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଦିନ ଗଡ଼ିବା ସହ ବିଧ୍ବଂସକ ହେବାରେ ଲାଗିଛି । ଆମେରିକା ଓ ଇସ୍ରାଏଲ ମିଶି ଇରାନ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛନ୍ତି । ସେପଟେ ଇରାନ ପାଲଟା ଆକ୍ରମଣ କରି ଏହି ଦୁଇ ଦେଶଙ୍କ ସୖ ମିଡିଲ ଇଷ୍ଟ ଦେଶଙ୍କ ନିଦ ହଜାଇ ଦେଇଛି । ମିଡିଲ ଇଷ୍ଟର ବିଭିନ୍ନ ଦେଶରେ ଥିବା ଆମେରିକା ବେସକୁ ଟାର୍ଗେଟ କରି ଧ୍ବଂସ କରିବାରେ ଲାଗିଛି । ଆଉ ଏହାରି ଭିତିରେ ହର୍ମୁଜ ପ୍ରଣାଳୀକୁ ଇରାନ ଅବରୋଧ କରିଛି । ଯାହାର ପ୍ରଭାବ ଏବେ ତେଲ ଓ ଗ୍ୟାସ ଉପରେ ପଡ଼ିଛି । ବିଭିନ୍ନ ଦେଶରେ ତେଲ ଓ ଗ୍ୟାସର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏମିତି ସ୍ଥିତିରେ ଭାରତରେ ଏଲପିଜି ଗ୍ୟାସର ମୂଲ୍ୟ ବଢ଼ିଛି । ଘରୋଇ ସିଲିଣ୍ଡର ପିଛା ୬୦ ଟଙ୍କା ବଢ଼ିଥିବା ବେଳେ କମର୍ସିଆଲ ରେଟ ଏକାଥରେ ୧୧୫ ଟଙ୍କା ବୃଦ୍ଧି ପାଇଛି ।

ମିଡିଲ ଇଷ୍ଟର ଦେଶଗୁଡିକ ଉପରେ ଇରାନର ଆକ୍ରମଣ ଫଳରେ ଏଲପିଜି ଉତ୍ପାଦନ କମି ଯାଇଛି । ଏହା ସହିତ ପରିବହନ ମଧ୍ୟ ପ୍ରଭାବିତ ହୋଇଛି । ହର୍ମୁଜ ପ୍ରଣାଳୀକୁ ଅବରୋଧ କରିଛି ଇରାନ। କାତାର, ଇରାକ, ସାଉଦି ଆରବ ପରି ଦେଶରେ ଏଲପିଜି ଉତ୍ପାଦନ କମିଛି । ଅନେକ କ୍ଷେତ୍ରରେ ଗ୍ଯାସ୍ ପ୍ଲାଣ୍ଟ ମଧ୍ୟ ବୋମା ମାଡ଼ରେ ଧ୍ଵଂସ ହୋଇଯାଇଛି । ଯାହା ଫଳରେ ଏଲପିଜି ଦାମ ବଢ଼ିବାରେ ଲାଗିଛି । କେବଳ ସେତିକି ନୁହେଁ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦାମ ମଧ୍ୟ ବଢ଼ିଛି । ଏହା ବ୍ୟାରେଲ ପିଛା ୯୦ ଡଲାର ପାର୍ କରିଛି । ତେଣୁ ଆଗକୁ ପେଟ୍ରୋଲ ଡିଜେଲ ଦାମ ବଢ଼ିବାର ଆଶଙ୍କା ବି ଦେଖାଦେଇଛି । ଯୁଦ୍ଧ ଯଦି ଆଗକୁ ବଢ଼ିବ ତେବେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦାମ ଆହୁରି ବଢ଼ିବାର ଆଶଙ୍କା ରହିଛି ।

ବଢ଼ିଲା ଏଲପିଜି ଦାମ ; ଘରୋଇ ସିଲିଣ୍ଡର ପିଛା ୬୦ ଟଙ୍କା ବଢ଼ିଛି

ଘରୋଇ ସିଲିଣ୍ଡର ପିଛା ୬୦ ଟଙ୍କା ବଢ଼ିଛି। କମର୍ସିଆଲ ରେଟ ବଢ଼ିଛି ୧୧୫ ଟଙ୍କା। ଇରାନ ଯୁଦ୍ଧ ପାଇଁ ଏହି ରେଟ୍ ବଢ଼ିଛି । ଅନେକ ଦେଶରେ ଏଲପିଜି ଉତ୍ପାଦନ କମି ଯାଇଛି।

ବଢ଼ିଲା ଏଲପିଜି ଦାମ । ଘରୋଇ ସିଲିଣ୍ଡର ପିଛା ୬୦ ଟଙ୍କା ବଢ଼ିଛି। କମର୍ସିଆଲ ରେଟ ବଢ଼ିଛି ୧୧୫ ଟଙ୍କା। ଇରାନ ଯୁଦ୍ଧ ପାଇଁ ଏହି ରେଟ୍ ବଢ଼ିଛି।
ଅନେକ ଦେଶରେ ଏଲପିଜି ଉତ୍ପାଦନ କମି ଯାଇଛି। ଏହା ସହିତ ପରିବହନ ମଧ୍ୟ ପ୍ରଭାବିତ ହୋଇଛି। ହର୍ମୁଜ ପ୍ରଣାଳୀକୁ ଅବରୋଧ କରିଛି ଇରାନ। କାତାର, ଇରାକ, ସାଉଦି ଆରବ ପରି ଦେଶରେ ଏଲପିଜି ଉତ୍ପାଦନ କମିଛି। ଅନେକ କ୍ଷେତ୍ରରେ ଗ୍ଯାସ୍ ପ୍ଲାଣ୍ଟ ମଧ୍ୟ ବୋମା ମାଡ଼ରେ ଧ୍ଵଂସ ପାଇଛି। ତେଣୁ ବଢ଼ିଛି ଏଲପିଜି ରେଟ୍। କେବଳ ସେତିକି ନୁହେଁ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦାମ ମଧ୍ୟ ବଢ଼ିଛି। ଏହା ବ୍ୟାରେଲ ପିଛା ୯୦ ଡଲାର ପାର୍ କରିଛି। ତେଣୁ ଆଗକୁ ପେଟ୍ରୋଲ ଡିଜେଲ ଦାମ ବଢ଼ିବାର ଆଶଙ୍କା ଦେଖା ଦେଇଛି।
ଯଦି ଆଉ କିଛି ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନ ହୁଏ, ତେବେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦାମ ଆହୁରି ବଢ଼ିବାର ଆଶଙ୍କା ଅଛି। …

ଅଁଳାବେରେଣୀରେ ଦନ୍ତା ଆତଙ୍କ ; ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ଗାଁରେ ଥମିବାର ନାଁ ଧରୁନି ହାତୀ ଆତଙ୍କ l ଗତକିଛିଦିନ ଧରି ଏହି ଅଞ୍ଚଳରେ ଏଗାର ଟିକିଆ ହାତୀପଲ ଆତଙ୍କ ସୃଷ୍ଟି କରିଥିବା ବେଳେ ଏକ ଗୋଠଛଡା ଦନ୍ତା ଏବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବିପଦ ସୃଷ୍ଟି କରିଛି l

ଜାତିଆଣ ଆକ୍ଷେପରୁ ଖୋର୍ଦ୍ଧା ଜଟଣୀରେ ବୋମାମାଡ଼ ; ଗୁରୁତର ନାବାଳକ ଏମ୍ସରେ ଭର୍ତ୍ତି

ଖୋର୍ଦ୍ଧା ଜିଲ୍ଲା ଜଟଣୀ ପଦନପୁର ଛକରେ ଫୁଟିଲା ବୋମା । ଜାତିଆଣ ଆକ୍ଷେପରୁ କଥା କଟାକଟି ପରେ ଉତକ୍ଷିପ୍ତ ହୋଇ ଯୁବକ ଫିଙ୍ଗିଲେ ଦୁଇଟି ବୋମା । ଏଥିରେ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି।

ଜାତିଆଣ ଆକ୍ଷେପରୁ କଥା କଟାକଟି ପରେ ଉତକ୍ଷିପ୍ତ ହୋଇ ଯୁବକ ଫିଙ୍ଗିଲେ ଦୁଇଟି ବୋମା । ଏଥିରେ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଜଣେ ନାବାଳକ ଗୁରୁତର। ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରା ଯାଇଛି। ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଧରିବା ଦାବିରେ ପିପିଲି – ଖୋର୍ଦ୍ଧା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ପୋଲିସ ବୁଝାସୁଝା କରିବା ପରେ ସେମାନେ ହଟିଥିଲେ। …

ଶନି ଅସ୍ତ ସମୟରେ କ’ଣ କରିବା ଉଚିତ୍ ଏବଂ ଅନୁଚିତ୍ ? Astrologer Dr. Saswati Hazra | Maha Upaya

ଶନି ଅସ୍ତ ସମୟରେ କ’ଣ କରିବା ଉଚିତ୍ ଏବଂ ଅନୁଚିତ୍ ? Astrologer Dr. Saswati Hazra | Maha Upaya

ଶନି_ଅସ୍ତ_କଣ ? ଶନି ଅସ୍ତ ସମୟରେ କ’ଣ କରିବା ଉଚିତ୍ ଏବଂ ଅନୁଚିତ୍ ? ଆସନ୍ତୁ ଜାଣିବା ଆଜିର ମହାଉପାୟରେ କଣ କହୁଛନ୍ତି ଆମ ଜ୍ୟୋତିର୍ବିଦ୍ ଶାଶ୍ବତୀ ହାଜରାଙ୍କ ଠାରୁ …