ନନ୍ଦିଘୋଷ ବ୍ୟୁରୋ : ୫ କୋଟିର ମାରୁଆନା ଜବତ। ପୁଣି ଏୟାରପୋର୍ଟରୁ ଜବତ ହେଲା ମାରୁଆନା। ବିପୁଳ ପରିମାଣର ମାରୁଆନା ଜବତ କଲା DRI ଓ କଷ୍ଟମ ବିଭାଗ। ବ୍ୟାଙ୍କକରୁ ଭୁବନେଶ୍ୱର ଚାଲାଣ ବେଳେ ହେଲା ଜବତ। ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ସୂଚନା। ଚେକିଂ ବେଳେ ଧରାପଡିଲେ ଅଭିଯୁକ୍ତ । ଯାତ୍ରୀଙ୍କୁ ଅଟକ ରଖି ଚାଲିଛି ପଚରାଉଚରା।
ବେଆଇନ ବିସ୍ଫୋରକ ସାମଗ୍ରୀ କାରବାର ଅଭିଯୋଗ ; ୩ ଜଣଙ୍କୁ ଗିରଫ କରିଛି ଖୋର୍ଦ୍ଧା ସଦର ଥାନା ପୋଲିସ
ନନ୍ଦିଘୋଷ ବ୍ୟୁରୋ : କିଛି ବର୍ଷ ବ୍ୟବଧାନ ପରେ ପୁଣି ଖୋର୍ଦ୍ଧାରେ ଆରମ୍ଭ ହୋଇଛି ବେଆଇନ ଜିଲୋଟିନ୍, ଡେଟୋନେଟର କାରବାର। ବେଆଇନ ବିସ୍ଫୋରକ ସାମଗ୍ରୀ କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଖୋର୍ଦ୍ଧା ସଦର ଥାନା ପୋଲିସ। ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ, ନଗଦ ଟଙ୍କା ଓ ଯାନବାହନ ଜବତ ହୋଇଛି । ସଦର ଥାନା ତାପଙ୍ଗ ପାହାଡ଼ ନିକଟ ଗ୍ରୀନ୍ ଲେକ୍ ଅଞ୍ଚଳରେ ବେଆଇନ ବିସ୍ଫୋରକ ସାମଗ୍ରୀ କାରବାର ସମ୍ପର୍କରେ ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୩ ଜଣ ସନ୍ଦିଗ୍ଧଙ୍କୁ କାବୁ କରାଯାଇଥିଲା।ସେମାନଙ୍କ ନିକଟରୁ ୧୦୦ଟି ଡେଟୋନେଟର, ୨୦୦ଟି ଜିଲୋଟିନ୍ ଷ୍ଟିକ୍, ୬ ଲକ୍ଷ ୮୦ ହଜାର ନଗଦ ଟଙ୍କା , ୩ଟି ମୋବାଇଲ୍ , ୩ଟି ଗାଡ଼ି ଜବତ କରାଯାଇଛି। ପ୍ରେସମିଟରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି ।
ସ୍ଥଗିତ ରହିଲା ଶ୍ରୀଜଗନ୍ନାଥଙ୍କୁ ନେଇ ଫୁଲ ଫିଚର୍ ଆନିମେସନ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’
ନନ୍ଦିଘୋଷ ବ୍ୟୁରୋ : ମହାପ୍ରଭୁଙ୍କୁ ନେଇ ପ୍ରସ୍ତୁତ ହୋଇଛି କପୋଳକଳ୍ପିତ ଆନିମେସନ କାହାଣୀ । କଠୋର ହେଲା ଶ୍ରୀମନ୍ଦିର ପ୍ରଚାର ପ୍ରସାର ଉପସମିତି । ସ୍ଥଗିତ ରହିଲା ଶ୍ରୀଜଗନ୍ନାଥଙ୍କୁ ନେଇ ଫୁଲ ଫିଚର୍ ଆନିମେସନ୍ ଫିଲ୍ମ ମହାପ୍ରଭୁ ଜଗନ୍ନାଥ । ୧୦ ତାରିଖରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମରେ ଜଗନ୍ନାଥ ସଂସ୍କୃତିକୁ ନେଇ ରହିଛି କାଳ୍ପନିକ ଚିତ୍ରଣ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ,ଶ୍ରୀମନ୍ଦିର ପ୍ରଚାର ପ୍ରସାର ଉପସମିତିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବିଦ୍ୱାନ ପଣ୍ଡିତ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଏଲି ଏନିମେସନ ପ୍ରାଇଭେଟ୍ ଲିମିଟେଡ ସଂସ୍ଥାର ପ୍ରଯୋଜକ ମହାପ୍ରଭୁ ଜଗନ୍ନାଥ ଫିଲ୍ମ ସମ୍ପୂର୍ଣ୍ଣ କାଳ୍ପନିକ ସ୍ୱୀକାର କରିଥିବା ବେଳେ ରିଲିଜ୍ ସ୍ଥଗିତ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।ତେବେ ଏହାଦ୍ୱାରା ପ୍ରଚାର ନୁହେଁ ବରଂ ଜଗନ୍ନାଥ ସଂସ୍କୃତିର ଅପମାନ ହେଉଛି ବୋଲି ମତ ରଖିଥିଲେ ପ୍ରଚାର ପ୍ରସାର ଉପସମିତି ସଦସ୍ୟଙ୍କ ସମେତ ସମସ୍ତ ବିଦ୍ୱାନ ଗଣ ।ମହାପ୍ରଭୁଙ୍କ ମହିମା ପ୍ରଚାର ପ୍ରସାର ହୋଇପାରିବ କିନ୍ତୁ ସନାତନ ଶାସ୍ତ୍ର ଆଧାର କିମ୍ବା ପ୍ରତିଷ୍ଠିତ ଲୋକମାନ୍ୟ କିମ୍ବଦନ୍ତୀ ଆଧାରରେ ହୋଇ ପାରିବ କହିଛନ୍ତି ଗଜପତି ଦିବ୍ୟସିଂହ ଦେବ ।ଯୁବ ଉଦ୍ୟୋଗୀ ମାନେ ମହାପ୍ରଭୁଙ୍କ ମହିମା ନେଇ ଛୋଟ ପିଲାଙ୍କ ପାଖରେ ପହଞ୍ଚାଇବା ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ଏହା ଧର୍ମ ଶାସ୍ତ୍ର ଆଧାରରେ ହେବା ଉଚିତ୍ ବୋଲି ମତ ରଖିଛନ୍ତି ଗଜପତି ଦିବ୍ୟସିଂହ ଦେବ । ସେପଟେ ଇସ୍କନ ର ଅଦିନିଆ ବା ଅତିଥି ରଥଯାତ୍ରା ଉପରେ ପୁଣି ବର୍ଷିଛନ୍ତି ଗଜପତି । ଏ ବାବଦରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବେଳେ ଗଜପତି ଦିବ୍ୟସିଂହ ଦେବ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଗତ ସ୍ନାନ ପୂର୍ଣ୍ଣିମାରେ ଇସ୍କନ ଯୁକ୍ତି ଦର୍ଶାଇଥିଲା ଯେ ୨୮ ଜୁନ୍ ରେ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି ରହିଛି ।କିନ୍ତୁ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଉଦୟ ପର୍ବ ଅର୍ଥାତ୍ ସୂର୍ଯ୍ୟୋଦୟକୁ ତିଥି ନଥିଲେ ତାହା ବିଚାରକୁ ନିଆଯାଏ ନାହିଁ ବୋଲି ମୁକ୍ତି ମଣ୍ଡପ ପଣ୍ଡିତ ସଭା ସ୍ପଷ୍ଟ କରିଛନ୍ତି ।ଠିକ୍ ସେଇ ଆଧାରରେ ଆଗାମୀ ଜୁଲାଇ ୧୫ ତାରିଖ ମଧ୍ୟାହ୍ନରୁ ଦ୍ୱିତୀୟା ତିଥି ଆସୁଥିବା ବେଳେ ଉଦୟ ପର୍ବ ଅନୁଯାୟୀ କେବଳ ୧୬ ତାରିଖରେ ହିଁ ଦ୍ୱିତୀୟା ପାଳନ ହୋଇ ପାରିବ ବୋଲି ଆଗୁଆ ସ୍ପଷ୍ଟ କରିଛନ୍ତି ଗଜପତି ମହାରାଜା ।
ଯାଜପୁର ଜିଲ୍ଲା ଦଶରଥପୁରେ ବନ୍ୟା ; ବୈତରଣୀର ଶାଖା କାଣୀ ନଦୀରେ ସୃଷ୍ଟି ହେଲା ଦୁଇଟି ଘାଇ
ନନ୍ଦିଘୋଷ ବ୍ୟୁରୋ : ଯାଜପୁର ଜିଲ୍ଲା ଦଶରଥପୁରେ ବନ୍ୟା । ବୈତରଣୀର ଶାଖା କାଣୀ ନଦୀରେ ସୃଷ୍ଟି ହେଲା ଦୁଇଟି ଘାଇ । କଣ୍ଟପଡା ଠାରେ ଗତକାଲି ସୃଷ୍ଟି ହୋଇଛି ୫୦ ଫୁଟର ଘାଇ ସୃଷ୍ଟି ହୋଇଥିବା ବେଳେ ଆଜି ସକାଳୁ ଘାଇ ଠାରୁ ପ୍ରାୟ ୧୦୦ ମିଟର ଦୂରରେ ସୃଷ୍ଟି ହୋଇଛି ଆଉ ଗୋଟିଏ ଘାଇ । ସମୟ ବଢିବା ସହ ଧୀରେ ଧୀରେ ବଡ ହେଉଛି ଘାର ଲମ୍ବ ।ମାତ୍ର ୧୫ ଦିନ ତଳେ ହୋଇଥିଲା ବନ୍ଧ କାର୍ଯ୍ୟ । ନିମ୍ନମାନର ବନ୍ଦ କାର୍ଯ୍ୟ ଯୋଗୁ ନଦୀବନ୍ଦ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ବନ୍ୟା ଯୋଗୁ ହଜାର ହଜାର ହେକ୍କଟର ଚାଷଜମି ଜଳମଗ୍ନ ହୋଇଛି | ବର୍ତ୍ତମାନ ସୁଦ୍ଧା ମଲିକାପୁର, ଦୁଦୁରାଅଣ୍ଟା, ଶୁଶୁଆ, ମଙ୍ଗଳପୁର, କନିକାପଡା ଆଦି ପଞ୍ଚାୟତ ଚାଷ ଜମିରେ ବନ୍ୟା ଜଳ ପ୍ରଭାବିତ ହୋଇଥିବା ବେଳେ ଆଗକୁ ଗାଁ ଭିତରେ ପାଣି ପ୍ରବେଶ କରିବାର ସମ୍ଭାବନା ରହିଛି । ଗତ ବର୍ଷ ମଧ୍ୟ୍ୟ ମଲ୍ଲିକାପୁର ଠାରେ ଭାଙ୍ଗିଥିଲା ଏହି କାଣୀ ନଦୀର ବନ୍ଧ | ସୃଷ୍ଟି ହୋଇଥିଲା ୧୨୦ ଫୁଟର ଘାଇ | ଦୁର୍ବଳ ନଦୀବନ୍ଧ ଯୋଗୁ ବାରମ୍ବାର ଘାଇ ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଂଚଳବାସୀ | ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଁଚି ନାହାନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଲେ CRPF ଯବାନ୍ ଅଶୋକ ବେହେରା !
ନନ୍ଦିଘୋଷ ବ୍ୟୁରୋ : ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଲେ CRPF ଯବାନ୍ ଅଶୋକ ବେହେରା l କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ନୂଆସାହି ଗାୟତ୍ରୀ କଲୋନୀ ବାସିନ୍ଦା ଅଶୋକ ବେହେରାଙ୍କୁ ବନ୍ଦ କୋଠରୀରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ବାଲିଗୁଡ଼ା ପୋଲିସ୍ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଅଶୋକ ଆଖି ବୁଜିଥିଲେ। ଅଶୋକ ମାନସିକ ଭାରସାମ୍ୟ ହରାଇ ଘର କବାଟ ଦ୍ୱାର ବନ୍ଦ କରି ବିଷ ପିଇ ଦେଇଥିଲ ବୋଲି କୁହାଯାଉଛି। ବହୁ ସମୟ ଧରି ବନ୍ଦ କୋଠରୀରେ ରହିବା ସହ ସାଙ୍ଗ ସାଥୀଙ୍କ ଫୋନ୍ ରିସିଭ୍ ନ କରିବାରୁ ସନ୍ଦେହ ହୋଇଥିଲା । ଏନେଇ ସାହି ପଡ଼ିଶା ଲୋକେ ପୋଲିସକୁ ଖବର ଦେଇଥିଲେ । ବାଲିଗୁଡ଼ା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଶୋକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ପୋଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁର ଏଯାବତ୍ ଅସ୍ପଷ୍ଟ ରହିଥିବା ବେଳେ ମୃତ୍ୟୁର କାରଣ ଖୋଜୁଛି ପୁଲିସ । ଗତ କିଛି ଦିନ ହେଵ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଲାଗି ରହିଥିଲା ବୋଲି ସୂଚନା ମିଳିଛି। ଏନେଇ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବାଲିଗୁଡ଼ା ପୋଲିସ୍ ।
କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣା ; ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ
ନନ୍ଦିଘୋଷ ବ୍ୟୁରୋ : କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣା। ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ରିପୋର୍ଟରେ ମୃତ୍ଯୁର କାରଣ ସଂପର୍କରେ ପୋଲିସ ସ୍ପଷ୍ଟ କରିବ । ଶୁକ୍ରବାର ବିଳମ୍ବିତ ରାତିରେ ଆଇଆଇସି ଥାନା ଭିତରେ ରେଷ୍ଟ ରୁମରେ ଆତ୍ମହତ୍ୟା କରିଥିଲେ। ଏବେ ଏ ସଂପର୍କରେ ଏକ ସ୍ବତନ୍ତ୍ର ଟିମ ତଦନ୍ତ କରୁଛି।
ବୈତରଣୀ ପ୍ରଥମ ବନ୍ୟାରେ ୩ଶହ ଫୁଟ ଦଵିଲା କୁଆଖିଆ -ଆଖଣ୍ଡଳମଣି ଜାତୀୟ ରାଜପଥ
ନନ୍ଦିଘୋଷ ବ୍ୟୁରୋ : ଲଘୁଚାପ ପ୍ରଭାବରେ ଗତ ୫ଦିନ ହେବ ଉପରମୁଣ୍ଡ ଓ ତଳମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ବୈତରଣୀ ନଦୀରେ ଜଳସ୍ତର ଵୃଦ୍ଧି ପାଇବାରେ ଲାଗିଛି। ବୈତରଣୀ ନଦୀ ଆଖୁଆପଦା ଠାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଥିଲେ ମଧ୍ୟ ତଳମୁଣ୍ଡରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ନଦୀକୂଳରେ ଥିବା ଆରଡି ନିକଟ ମୁଁଆ ସମେତ ଷାଠିବାଙ୍କୁଡା, ବୋଡକ, ଅମୃତମଣୀ, ଦୋହରା ପାଟଣା, ସୁନ୍ଦରପୁର ଆଦି ଗାଁର ଲୋକ ଆତଙ୍କିତ ହୋଇପଡିଛନ୍ତି। ବୈତରଣୀ ନଦୀରେ ଆସିଥିଵା ପ୍ରଥମ ବନ୍ୟାରେ ବୋଡକ ନିକଟରେ କୁଆଖିଆ- ଆଖଣ୍ଡଳମଣି ୨୦ନମ୍ଵର ଜାତୀୟ ରାଜପଥର ପୁଣି ୩ଶହ ଫୁଟ ଲମ୍ବର ରାସ୍ତା ଦବି ଯିବା ସହ ନଦୀ ଆଡ଼କୁ ଢଳି ରହିଛି। ଷାଠିଵାଙ୍କୁଡା ନିକଟରେ ପୁଣି ଶହେ ଫୁଟ ଧସିଲା ନଦୀବନ୍ଧ। ଦୁର୍ବଳ ନଦୀବନ୍ଧକୁ ନେଇ ଆତଙ୍କିତ ନଦୀକୂଳିଆ ଗାଁ । ଆଗକୁ ଯଦି ବୈତରଣୀରେ ବନ୍ୟାପାଣି ଵୃଦ୍ଧି ପାଏ ତାହାଲେ ବିଛିନ୍ନ ହେବାର ଆଶଙ୍କା ଦେଖାଦେଇଛି।
ଫିଫା ବିଶ୍ୱକପ୍ ରୋମାଞ୍ଚକର ରାଉଣ୍ଡ ୧୬ ମୁକାବିଲାରେ ସ୍ପେନ୍ ପର୍ତ୍ତୁଗାଲକୁ ୧-୦ ଗୋଲରେ ପରାସ୍ତ କରିଛି
ନନ୍ଦିଘୋଷ ବ୍ୟୁରୋ : ଫିଫା ବିଶ୍ୱକପ୍ ରୋମାଞ୍ଚକର ରାଉଣ୍ଡ ୧୬ ମୁକାବିଲାରେ ସ୍ପେନ୍ ପର୍ତ୍ତୁଗାଲକୁ ୧-୦ ଗୋଲରେ ପରାସ୍ତ କରିଛି । ଏଥି ସହ ଷ୍ଟାର୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଶ୍ୱକପ କ୍ୟାରିଅରର ପରିସମାପ୍ତି ଘଟିଛି। ମ୍ୟାଚ୍ର ପୁରା ୯୦ ମିନିଟ୍ ଗୋଲ ଶୂନ୍ୟ ରହିବ ପରେ ସ୍ପେନ୍ ର ବଦଳ ଖେଳାଳି ମିକେଲ ମେରିନୋ ୯୦+୧ ମିନିଟରେ ଏକ ନାଟକୀୟ, ଗୋଲ ସ୍କୋର କରି ସ୍ପେନ ପାଇଁ ବିଜୟ ହାସଲ କରିଥିଲେ। ଏହି ବିଜୟ ସହ ସ୍ପେନ୍ କ୍ୱାର୍ଟର ଫାଇନାଲ କୁ ପ୍ରବେଶ କରିଛି। ରୋନାଲ୍ଡୋଙ୍କ ଏହା ଶେଷ ବିଶ୍ୱ କପ୍ ମ୍ୟାଚ୍ ଥିଲା। କିନ୍ତୁ କ୍ରିଷ୍ଟିଆନୋ ରୋନାଲ୍ଡୋ ଆନୁଷ୍ଠାନିକ ଭାବରେ ଫୁଟବଲ୍ରୁ ଅବସର ଘୋଷଣା କରିନାହାଁନ୍ତି। ଲଗାତାର ୬ଟି ବିଶ୍ୱ କପ୍ ରେ ଗୋଲ କରିବାରେ ରେକର୍ଡ ତାଙ୍କ ନାମରେ ରହିଛି। ସେ ତାଙ୍କ କ୍ୟାରିଅର ରେ ୨୭ ଟି ବିଶ୍ୱ କପ୍ ମ୍ୟାଚ୍ ଖେଳି ୧୧ ଗୋଲ ସ୍କୋର କରିଛନ୍ତି।
ଅବପାତ ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ପ୍ରବଳ ବର୍ଷା ; ଆସନ୍ତା ୨୪ ଘଣ୍ଟାରେ ୧୫ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି
ନନ୍ଦିଘୋଷ ବ୍ୟୁରୋ : ଅବପାତ ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ପ୍ରବଳ ବର୍ଷା । ଏହା ଉତ୍ତର ଓଡିଶା ସଂଲଗ୍ନ ଦକ୍ଷିଣ ଝାରଖଣ୍ଡ ଓ ଉତ୍ତର ଛତିଶଗଡ ଦେଇ ଗତି କରିବା ସମ୍ଭାବନା ରହିଛି l ଆସନ୍ତା ୨୪ ଘଣ୍ଟାରେ ୧୫ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି l ପଶ୍ଚିମ ଓଡିଶାର ୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ନିଙ୍ଗ ଜାରି ହୋଇଛି l ସେହି ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼,ବରଗଡ଼, ସୋନପୁର,ବଲାଙ୍ଗୀର ଓ ନୂଆପଡା l ସେହିପରି ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି ହୋଇଛି l ଏହି ଜିଲ୍ଲା ଗୁଡିକ ହେଉଛି ମୟୂରଭଞ୍ଜ, କେନ୍ଦୁଝର,ଅନୁଗୁଳ, ବୌଦ୍ଧ, କନ୍ଧମାଳ,କଳାହାଣ୍ଡି ଓ ନବରଙ୍ଗପୁର l ଏହି ସମୟରେ ସମୁଦ୍ର ଅଶାନ୍ତ ରହିଥିବାରୁ ଆଜି ଯାଏ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ନ ଯିବାକୁ ମସ୍ୟଜୀବୀଙ୍କୁ ବାରଣ କରିଛି ପାଣିପାଗ କେନ୍ଦ୍ର l ସେପଟେ ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ l ଉପକୂଳକୁ ବର୍ଷାରୁ ଆଶ୍ବସ୍ତି ମିଳିଥିବାବେଳେ ପଶ୍ଚିମରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି ।
ବୈତରଣୀ ନଦୀର ଶାଖା କାଣୀ ନଦୀର କଣ୍ଟାପଡା ଠାରେ ସୃଷ୍ଟି ହୋଇଛି ୫୦ ଫୁଟର ଘାଇ ; ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ
ନନ୍ଦିଘୋଷ ବ୍ୟୁରୋ : ଯାଜପୁର ଜିଲ୍ଲା ଦଶରଥପୁରରେ ବନ୍ୟା । ବୈତରଣୀ ନଦୀର ଶାଖା କାଣୀ ନଦୀର କଣ୍ଟପଡା ଠାରେ ସୃଷ୍ଟି ହୋଇଛି ୫୦ ଫୁଟର ଘାଇ ।ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ । ବିଶେଷ କରି ଏହି ଘାଇ ହେବା ଫଳରେ ମଲିକାପୁର, ଦୁଦୁରାଅଣ୍ଟା, ଶୁଶୁଆ, ମଙ୍ଗଳପୁର, କନିକାପଡା ଆଦି ପଞ୍ଚାୟତ ଚାଷ ଜମିରେ ବନ୍ୟା ଜଳ ପ୍ରଭାବିତ ହେଉଛି। ବନ୍ୟା ଫଳରେ କିଛି ତଳିଆ ଅଂଚଳରେ ମଧ୍ୟ୍ୟ ବନ୍ୟା ଜଳ ମଧ୍ୟ୍ୟ ପ୍ରବେଶ କରିଛି । ଗତ ବର୍ଷ ମଧ୍ୟ୍ୟ ମଲ୍ଲିକାପୁର ଠାରେ ଭାଙ୍ଗିଥିଲା ଏହି କାଣୀ ନଦୀର ବନ୍ଧ। ସୃଷ୍ଟି ହୋଇଥିଲା ୧୦୦ ଫୁଟର ଘାଇ । ଦୁର୍ବଳ ନଦୀବନ୍ଧ ଯୋଗୁ ବାରମ୍ବାର ଘାଇ ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଂଚଳବାସୀ ।

