spot_img
Home Blog Page 975

ସରପଞ୍ଚଙ୍କ ନାଁରେ ଲୁଟ୍ ଅଭିଯୋଗ: ଲକ୍ଷାଧିକ ଟଙ୍କାର ଜିନିଷ ଚୋରି

ନୀଳଗିରି: ସରପଞ୍ଚଙ୍କ ନାଁରେ ଆସିଛି ଲୁଟ୍ ଅଭିଯୋଗ। ନୀଳଗିରି ଥାନା ଅଧିନ କଣ୍ଟାବଣିଆ ଗାଁରୁ ଚୋରି ହୋଇଛି। ମେଗାଜଳ ପ୍ରକଳ୍ପ ପାଣିଟାଙ୍କି ପରିସରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଛି। ଅଟୋ ଭର୍ତ୍ତି ଜିନିଷ ସହ ଗାଡିକୁ ଅଟକ ରଖିଛନ୍ତି ଅଞ୍ଚଳବାସୀ। ଚୋରି ନେଇ ଧୋବଶିଳା ସରପଞ୍ଚଙ୍କ ସହିତ ତାଙ୍କ ସହଯୋଗୀଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ସେପଟେ ସରପଞ୍ଚଙ୍କ ସହିତ ଯୋଗାଯୋଗ ହୋଇପାରିନାହିଁ।

ଆସୁଛି ଓଡ଼ିଆ ଚଳଚ୍ଚିତ୍ର ଶିମଲୀ: ଜଙ୍ଗଲ ଓ ପ୍ରାଣୀ ସୁରକ୍ଷାକୁ ନେଇ ନିର୍ମିତ ଏହି ଫିଲ୍ମ ଆସନ୍ତା ୧୪ରେ ରିଲିଜ ହେବ

ବାରିପଦା: ଶିମିଳିପାଳ ଅଭ୍ୟାରଣର ଅକୁହା କାହାଣୀକୁ ନେଇ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ଶିମଲୀ। ଜଙ୍ଗଲ ଓ ପ୍ରାଣୀର ସୁରକ୍ଷାକୁ ନେଇ ମାର୍ଚ୍ଚ ୧୪ ତାରିଖରେ ବଡ ପରଦାକୁ ଆସିବାକୁ ଯାଉଛି ଓଡ଼ିଆ ଚଳଚିତ୍ର ଶିମଲୀ। ଆସନ୍ତା ୧୧ ତାରିଖରେ ହେବ ସ୍ପେଶାଲ ସ୍କ୍ରିନିଂ । ଯୋଗଦେବେ ରାଜନେତା, ଅଭିନେତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି। ଚଳଚିତ୍ରଟି ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ସୂର୍ଯ୍ୟମୟୀ। ଜଙ୍ଗଲର ସୁରକ୍ଷା ପାଇଁ ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଭାବରେ ସିରିଏସ ଅନ୍ଦାଜରେ ନଜର ଆସିବେ ସୂର୍ଯ୍ୟମୟୀ। ଡିଏଫଓ ବା ଜିଲ୍ଲା ଜଙ୍ଗଲ ସୁରକ୍ଷା ଅଧିକାରୀ ଭାବେ ନିଜର ଅଭିନୟର ଯାଦୁ ଦେଖାଇବା ସହ ଜଣେ ସୁଦକ୍ଷ ଅଧିକାରୀ ଭାବେ ଆକ୍ସନ ମୋଡ଼ ରେ ଆସିବେ ଅଭିନେତ୍ରୀ। ଶିମିଳିପାଳ ରେ କିଭଳି ଭାବେ ଠିକାଦାର ଓ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁ କାଠ ଓ ବିଭିନ୍ନ ପ୍ରାଣୀ ଛାଲ ଚୋରା ଚାଲାଣ ହେଉଛି ତାର କେତେକ ଅକୁହା କାହାଣୀ । ସିନେମା ମାଧ୍ୟମରେ ଦେଖିବାକୁ ମିଳିବ। ଚଳଚିତ୍ରର ନିର୍ଦେଶନା ଦେଇଛନ୍ତି ସୁକୁମାର ମଣି । ଗଳ୍ପ ଓ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ସ୍ମିତା ରାଉତ। ସଂଳାପ ଭାବ ବିନୋଦ ମହାପାତ୍ର ଲେଖିଥିବା ବେଳେ ସଂଗୀତ ଲେଖିଛନ୍ତି ବାଚୁ ମୁଖାର୍ଜୀ ।

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ED ରେଡ୍

ରାୟପୁର: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବଘେଲଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ରେଡ୍ କରାଯାଇଛି । ୧୫ଟି ସ୍ଥାନରେ ରେଡ୍ ମରାଯାଇଥିବା ସୂତ୍ରରୁ ଜଣାପଡ଼ିଛି । ଏହି ମାମଲା ଛତିଶଗଡ଼ ମଦ ଘୋଟାଲା ସହ ଜଡ଼ିତ ବୋଲି କୁହାଯାଉଛି । ଏହି ମାମଲାର ଯାଞ୍ଚ ସମୟରେ ବଘେଲଙ୍କ ପୁଅ ଚୈତନ୍ୟଙ୍କ ନାମ ସାମ୍ନାକୁ ଆସିଥିବା କୁହାଯାଉଛି । ଏହି ମାମଲାରେ ଇଡି ପୂର୍ବରୁ କିଛି ବଡ଼ ଆକ୍ସନ ନେଇଥିଲା । ଗତବର୍ଷ ମେ ମାସରେ ଏଜେନ୍ସି ତରଫରୁ ପୂର୍ବତନ ଆଇଏଏସ ଅଧିକାରୀ ଅନିଲ ଟୁଟେଜା ଓ ରାୟପୁରର ମେୟର ଏଜାଜ ଟେବରଙ୍କ ଭାଇ ଅନଓ୍ବର ଟେବରଙ୍କ ସମେତ କିଛି ଅଭିଯୁକ୍ତଙ୍କର ପାଖାପାଖି ୧୮ଟି ଚଳନ୍ତି ଓ ୧୬୧ଟି ଅଚଳନ୍ତି ସମ୍ପତ୍ତି ଅସ୍ଥାୟ୍ ଭାବେ ଜବତ କରାଯାଇଥିଲା । ଜବତ ସମ୍ପତ୍ତିର ମୂଲ୍ୟ ୨୦୫.୪୯ କୋଟି ହେବ ବୋଲି କୁହାଯାଉଛି ।

ଇଡି ମୁତାବକ, ଛତିଶଗଡ଼ ମଦ ଘୋଟାଲା ଦ୍ବାରା ରାଜ୍ୟ ରାଜକୋଷର ବହୁମାତ୍ରାରେ କ୍ଷତି ହୋଇଥିଲା । ମଦ ସିଣ୍ଡିକେଟ ଅପରାଧ ଦ୍ବାରା ୨,୧୦୦ କୋଟି ଟଙ୍କାରୁ ଅଧିକ ହେରଫେର ହୋଇଥିବା କୁହାଯାଉଛି । ଏହି ମାମଲାରେ ରାଜ୍ୟ ସରକାରଙ୍କ କିଛି ଅଧିକାରୀ ଓ ବ୍ୟବସାୟୀଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା । ଇଡି ଛତିଶଗଡ଼ ମଦ ଘୋଟାଲା ମାମଲାର ଯାଞ୍ଚ କରୁଛି । ଏହାକୁ ନେଇ ଇଡି, ଏସିବିରେ ଏଫଆଇଆର ଦାୟର ହୋଇଛି । ୨ ହଜାର କୋଟିରୁ ଅଧିକ ଟଙ୍କାର ଘୋଟାଲା ହୋଇଥିବା ଦାୟର ହୋଇଥିବା ଏଫଆଇଆରରେ କୁହାଯାଇଛି ।

ଚାମ୍ପିୟନ୍ସ ଟ୍ରଫି ବିଜୟରେ ଗମ୍ଭୀରଙ୍କ ବଡ଼ ଭୂମିକା: ୫ଟି ରଣନୀତି ପ୍ରତିପକ୍ଷଙ୍କୁ କରିଦେଲା ଶକ୍ତିହୀନ

ଦୁବାଇ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଶେଷରେ ଟିମ୍ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରି ୨୦୨୫କୁ ନିଜ ନାମରେ କରି କୋଟି କୋଟି ଭାରତୀୟ କ୍ରିକେଟପ୍ରେମୀଙ୍କ ସ୍ବପ୍ନକୁ ସାକାର କରିଛି । ତେବେ ଭାରତର ଏହି ସଫଳତା ପଛରେ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଏକ ବଡ଼ ଭୂମିକା ରହିଛି । ଗମ୍ଭୀରଙ୍କ ୫ଟି ରଣନୀତି ପ୍ରତିପକ୍ଷ ଟିମକୁ ମାତ୍ ଦେବାରେ ସହାୟକ ହୋଇଥିଲା । ଗମ୍ଭୀରଙ୍କ ଏହି ଚାଲ ଭାରତକୁ ବିଜୟୀ କରାଇଥିବା ବେଳେ ପ୍ରତିପକ୍ଷ ଟିମକୁ ପରାଜୟର ଦ୍ବାର ଦେଖାଇଥିଲା । ଗମ୍ଭୀରଙ୍କ ଏହି ୫ଟି ବଡ଼ ନିଷ୍ପତ୍ତି କାରଣରୁ ଭାରତ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇପାରିଥିଲା ।

୧- ସାଧାରଣ ଭାବେ ଦିନିକିଆରେ ଅକ୍ଷର ପଟେଲ ନିମ୍ନକ୍ରମରେ ବ୍ୟାଟିଂ କରିଥାନ୍ତି । ମାତ୍ର ଏହି ଟୁର୍ଣ୍ଣାମେଣ୍ଟରେ ଅକ୍ଷର ୫ମ ସ୍ଥାନରେ ବ୍ୟାଟିଂ କରିଥିଲେ । ବହୁ ଆଲୋଚନା ପରେ ଗମ୍ଭୀର ଏହି ମାଷ୍ଟରଷ୍ଟ୍ରୋକ ଖେଳିଥିଲେ । ଏହାଫଳରେ ଦଳର ବ୍ୟାଟିଂରେ ସନ୍ତୁଳନ ଆସିଥିଲା । ଅକ୍ଷର ମଧ୍ୟ ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ ।

୨- ପୂର୍ବରୁ କେଏଲ ରାହୁଲ ୫ ନମ୍ବର ସ୍ଥାନରେ ଆସୁଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟରେ ରାହୁଲ ଫିନିସରର ଭୂମିକା ନିଭାଇଥିଲେ । ଏହି ନିଷ୍ପତ୍ତିକୁ ନେଇ ବବାଲ ମଚିଥିଲା, ମାତ୍ର ତାହା ଦଳକୁ ଫାଇଦା ଦେଇଥିଲା । ଗମ୍ଭୀରଙ୍କ ଏହି ନିଷ୍ପତ୍ତିକୁ ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ଗ୍ରହଣ କରିଥିଲେ । ପ୍ରଥମ ମ୍ୟାଚରେ ରାହୁଲ ୪୧ ରନ, ସେମିରେ ୪୨ ରନ, ଫାଇନାଲରେ ୩୪ ରନ୍ ସଂଗ୍ରହ କରିଥିଲେ ।

୩- ଚାମ୍ପିୟନ୍ସ ଟ୍ରଫିର ଠିକ ପୂର୍ବରୁ ଯଶପ୍ରୀତ ବୁମ୍ରା ଆହତ ହୋଇ ବାଦ୍ ପଡ଼ିଥିଲେ । ଏହାପରେ ଗମ୍ଭୀର ହର୍ଷିତ ରାଣାଙ୍କୁ ସ୍କ୍ବାଡରେ ସାମିଲ କରିଥିଲେ । ଏହାକୁ ଏକ୍ସପର୍ଟସ ପ୍ରଶ୍ନ ଉଠାଇଥିଲେ । ଏପରି ସ୍ଥିତିରେ ମହମ୍ମଦ ସିରାଜଙ୍କ ସ୍ଥାନ ଦେବାକୁ ଅନେକ ମତ ଦେଇଥିଲେ । ତେବେ ହର୍ଷିତ ଖେଳିଥିବା ୨ଟି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ।

୪- ସାଧାରଣ ଭାବେ ଦିନିକିଆରେ କୌଣସି ଟିମ୍ ୨ ସ୍ପିନରଙ୍କୁ ଖେଳାଇଥାଏ । ପିଚ ଅନୁସାରେ ୩ ଜଣ ସ୍ପିନରଙ୍କୁ ମଧ୍ୟ ସାମିଲ କରାଯାଇଥାଏ । ମାତ୍ର ପିଚ ଓ କଣ୍ଡିସନକୁ ଦେଖି ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ହାଫରେ ଗମ୍ଭୀର ନିଜର ୫ରୁ ୪ ଜଣ ସ୍ପିନରଙ୍କୁ ଖେଳାଇଥିଲେ, ଯାହାର ଫାଇଦା ଦଳ ପାଇଥିଲା । ସବୁ ସ୍ପିନର ମ୍ୟାଚ ଓ୍ବିନର ହୋଇଥିଲେ । ଭାରତୀୟ ସ୍ପିନରଙ୍କୁ ଖେଳିବା ପ୍ରତିପକ୍ଷଙ୍କ ପାଇଁ ମୁସ୍କିଲ ହୋଇପଡ଼ିଥିଲା ।

୫- ଚାମ୍ପିୟନ୍ସ ଟ୍ରଫି ସ୍କ୍ବାଡରେ ପ୍ରଥମେ ୪ ସ୍ପିନରଙ୍କୁ ସାମିଲ କରାଯାଇଥିଲା । ମାତ୍ର ଗମ୍ଭୀର ଶେଷ ସମୟରେ ଯଶସ୍ବୀ ଜୟସ୍ବାଲଙ୍କ ବଦଳରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଏଣ୍ଟ୍ରି କରାଇଥିଲେ । ସମସ୍ତେ ଗମ୍ଭୀରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ । ମାତ୍ର ଗ୍ରୁପ ଷ୍ଟେଜରେ ନ୍ୟୁଜିଲାଣ୍ଡ, ତା’ପରେ ସେମିଫାଇନାଲ ଓ ଫାଇନାଲରେ ବରୁଣ ଏକ୍ସ ଫ୍ୟାକ୍ଟର ପ୍ରମାଣିତ ହୋଇଥିଲେ । ବରୁଣଙ୍କ ବୋଲିଂକୁ ପଢ଼ିବା ବ୍ୟାଟ୍ସମ୍ୟାନଙ୍କ ପାଇଁ ମୁସ୍କିଲ ହୋଇପଡ଼ିଥିଲା । କେବଳ ୩ଟି ମ୍ୟାଚରେ ସେ ୯ଟି ଓ୍ବିକେଟ ନେଇ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସର୍ବାଧିକ ଓ୍ବିକେଟ ହାସଲକାରୀ ହୋଇପାରିଥିଲେ ।

କିଶୋର ଅବସ୍ଥାରେ ଉପୁଜୁଥିବା ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ବର: ହୋଟେଲ ସୂର୍ଯ୍ୟାଂଶ ଠାରେ ରୁଚିକା ସୋସିଆଲ ସର୍ଭିସ ଅର୍ଗାନାଇଜେସନ ଓ ଚାଇଲଡ ଫଣ୍ଡ ର ମିଳିତ ଆନୁକୂଲ୍ୟରେ District Level Workshop on Adolescent Health Program ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରୁଚିକା ସିଇଓ ଡକ୍ଟର ବେଣୁଧର ସେନାପତି , RSSO ସେକ୍ରେଟାରୀ ଉମା ଶଙ୍କର ସରଙ୍ଗୀ , ଚାଇଲଡ ଫଣ୍ଡ ପ୍ରୋଗ୍ରାମ ସ୍ପେସିଆଲିଷ୍ଟ ମିଷ୍ଟର ସଂଜୀବ ବେହେରା, ଆଡିସନାଲ ଡାଇରେକଟର (ଶିଶୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ) ଡକ୍ଟର ଆଦିତ୍ୟ ମହାପାତ୍ର , NHM କନସୋଲଟାଣ୍ଟ ଚନ୍ଦନେଶ ମିଶ୍ର, RKSK NHM କନସୋଲଟାଣ୍ଟ ଜ୍ଞାନରଞ୍ଜନ ପ୍ରଧାନ, ରତ୍ନାକର ସାହୁ, ଯୋଗ ଦେଇ କିଶୋରୀ ଓ କୈଶୋର ଅବସ୍ଥାରେ ଉପୁଜୁଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଓ ଶାରୀରିକ ପରିବର୍ତ୍ତନ, ମାନସିକ ଚିନ୍ତା ଧାରାରେ ହେଉଥିବା ପରିବର୍ତ୍ତନ ସମ୍ବନ୍ଧରେ ଆଲୋଚନା କରିଥିଲେ | ଭୁବନେଶ୍ୱର ଶିଶୁବିକାଶ ମଙ୍ଗଳ ଚାଇଲଡ ଫଣ୍ଡର କାର୍ଯ୍ୟକର୍ତ୍ତା ସୁପ୍ରଭା ମହାନ୍ତି, ଶିଶୁ ଓ କିଶୋର, କିଶୋରୀଙ୍କ ପାଇଁ କରାଯାଉଥିବା କାର୍ଯ୍ୟକ୍ରମ ଓ ତାର ସଫଳ ରୂପାୟନ ବିଷୟରେ ବିବରଣୀ ପ୍ରଦାନ କରିଥିଲେ | ଭୁବନେଶ୍ୱର Urban CDPO ସଂଗୀତା ପାଢ଼ୀ ଓ ବିନୋଦିନୀ ମ୍ୟାମ କିଶୋର ଓ କିଶୋରୀମାନଙ୍କ ଯତ୍ନ କିପରି ନେବେ ଓ ସୁସ୍ଥ ସମାଜ ଗଠନ ପାଇଁ “ସୁସ୍ଥ ମା’ ଓ ସୁସ୍ଥ ଶିଶୁ ପାଇଁ ଦରକାର ସୁସ୍ଥ କିଶୋରୀ ବାଳିକା” ର ଭୂମିକା ବିଷୟରେ ମତବ୍ୟକ୍ତ କରିଥିଲେ | ପରିଶେଷରେ ଅଶ୍ୱିନୀ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

ପୁଣି ସରଗରମ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ, ଆସିବ ମୁଲତବୀ ପ୍ରସ୍ତାବ

ଭୁବନେଶ୍ବର: ଦୁଇ ଦିନର ବିରତି ପରେ ପୁଣି ସରଗରମ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଆଜି ସ୍ଵରାଷ୍ଟ୍ର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି। ସେହିପରି ଆଜିଠାରୁ ଗୃହରେ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ । ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ବିଭାଗର ଖର୍ଚ ଦାବି ଆଲୋଚନା ରହିଛି। ଶୂନ୍ୟକାଳରେ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ରାଜ୍ୟ ସଂଗୀତ ପ୍ରତି ଅପପାନ ଓ ଓଡିଶା କହିଲେ କଟକ, ପୁରୀ ଓ ବାଲେଶ୍ଵର ବୟାନ ପ୍ରସଙ୍ଗ, ନାରୀ ନିର୍ଯାତନା, ବିଜୁ ପଟ୍ଟନାୟକଙ୍କ ପ୍ରତି ରାଜ୍ୟ ସରକାରଙ୍କ ହୀନ ରାଜନୀତି ଆଦି ପ୍ରସଙ୍ଗ ଗୃହରେ ଉଠାଇ ବିରୋଧୀ ଶାସକ ଦଳକୁ ଘେରିବେ। ସେପଟେ ବିରୋଧୀଙ୍କ ପକ୍ଷରୁ ବି ମୁଲତବୀ ପ୍ରସ୍ତାବ ଆସିବ। ଦୁଇଦିନିଆ ଛୁଟି ପରେ ବିଧାନସଭା ବସୁଥିବାରୁ ଗୃହ ବେଶ ଉଷ୍ମ ହୋଇପାରେ।

ମାର୍କ କାର୍ଣ୍ଣି ହେବେ କାନାଡାର ନୂଆ ପ୍ରଧାନମନ୍ତ୍ରୀ

ଅଟ୍ଟାଓ୍ବା: ମାର୍କ କାର୍ଣ୍ଣି ହେବେ କାନାଡାର ନୂଆ ପ୍ରଧାନମନ୍ତ୍ରୀ। କାନାଡା ଲିବରାଲ ପାର୍ଟିରେ ହୋଇଥିବା ଲିଡରସିପ୍ ରେସରେ ବିଜୟୀ ହୋଇଛନ୍ତି କାର୍ଣ୍ଣି। ଜଷ୍ଟିନ ଟ୍ରୁଡୁଙ୍କ ସ୍ଥାନ ନେବେ କାର୍ଣ୍ଣି। ପ୍ରଧାନମନ୍ତ୍ରୀ ପଦ ଲାଗି ହୋଇଥିବା ରେସରେ ୫୯ ବର୍ଷ ବୟସ୍କ କାର୍ଣ୍ଣିଙ୍କୁ ମିଳିଥିଲା ୮୬ ପ୍ରତିଶତ ଭୋଟ। ପ୍ରତିଦ୍ବନ୍ଦ୍ବୀ ତଥା ପୂର୍ବତନ ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ ହୋଇଥିଲେ ପରାସ୍ତ। ଏହି ଭୋଟରେ ଦଳର ୧ ଲକ୍ଷ ୫୨ ହଜାର ସଦସ୍ୟ ଅଂଶଗ୍ରହଣ କରିଥିଲେ। ଗତ ଜାନୁଆରୀ ପ୍ରଧାନମନ୍ତ୍ରୀ ପଦରୁ ଓହରିଯିବା ଲାଗି ଘୋଷଣା କରିଥିଲେ ଟ୍ରୁଡୁ। ଆମେରିକା ସହ ଟାରିଫ ବିବାଦରେ ବର୍ତ୍ତମାନ କାନାଡାକୁ କିପରି କାର୍ଣ୍ଣି ନେତୃତ୍ବ ଦେବେ ତାହାକୁ ନେଇ ସମସ୍ତଙ୍କ ନଜର ରହିଛି। ବଡ଼ କଥା ହେଉଛି କାର୍ଣ୍ଣିଙ୍କ ସେପରି କୌଣସି ରାଜନୈତିକ ଇତିହାସ ନାହିଁ। ୨୦୦୮-୦୯ରେ ସେ ସେଣ୍ଟ୍ରାଲ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟରତ ଥିଲେ। ଗୋଲ୍ଡମାନ ସାକ୍ସରେ ସେ ୧୩ ବର୍ଷ କାର୍ଯ୍ୟ କରିଥିଲେ। ୨୦୧୩ରେ ପ୍ରଥମ ଅଣବ୍ରିଟିଶ ଭାବେ ସେ ବ୍ୟାଙ୍କ ଅଫ ଇଂଲଣ୍ଡର ଗଭର୍ଣ୍ଣର ଦାୟିତ୍ବ ନେଇଥିଲେ। ସେ ଜାତିସଂଘରେ ବି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଥିଲେ।

ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଟିମ୍ ଇଣ୍ଡିଆକୁ କେତେ ପୁରସ୍କାର ରାଶି ମିଳିଲା: ଉପବିଜେତା ନ୍ୟୁଜିଲାଣ୍ଡକୁ କେତେ ମିଳିଲା?

ଦୁବାଇ: ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ହରାଇ ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନିଜ ନାମରେ କରିଛି । ଏହି ବିଜୟ ପରେ ଟିମ୍ ଇଣ୍ଡିଆ ଉପରେ ଟଙ୍କା ବର୍ଷା ହୋଇଛି । ଅନ୍ୟପକ୍ଷରେ ଉପବିଜେତା ନ୍ୟୁଜିଲାଣ୍ଡ ଟିମକୁ ମଧ୍ୟ କୋଟି କୋଟି ଟଙ୍କାର ପୁରସ୍କାର ରାଶି ମିଳିଛି । ଭାରତ ତୃତୀୟ ଥର ପାଇଁ ଚାମ୍ପିୟନ୍ସ ଟ୍ରଫି ଜିତିଛି । ପ୍ରଥମେ ୨୦୦୨ରେ ଭାରତ ଚାମ୍ପିୟନ୍ସ ଟ୍ରଫି ଜିତି ଶ୍ରୀଲଙ୍କା ସହ ଯୁଗ୍ମ ଚାମ୍ପିୟନ ହୋଇଥିଲା । ତା’ପରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ୨୦୧୩ରେ ଭାରତ ଚାମ୍ପିୟନ ହୋଇଥିଲା । ଏବେ ରୋହିତ ଶର୍ମାଙ୍କ ନେତୃତ୍ବରେ ମେନ ଇନ ବ୍ଲ୍ୟୁ ଇତିହାସ ରଚିଛି ।

ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଭାରତୀୟ ଦଳକୁ ପାଖାପାଖି ୧୯.୪୮ କୋଟି ଟଙ୍କା (୨.୨୪ ମିଲିୟନ ଡଲାର) ମିଳିଛି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡକୁ ୯.୭୪ କୋଟି ଟଙ୍କା (୧.୧୨ ମିଲିୟନ ଡଲାର) ମିଳିଛି । ଆଇସିସି ତରଫରୁ ପୂର୍ବରୁ ପ୍ରାଇଜ ମନି ଘୋଷଣା କରାଯାଇଥିଲା । ସେମିଫାଇନାଲିଷ୍ଟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାକୁ ଏକ ସମାନ ଅର୍ଥ ୪.୮୭ କୋଟି ମିଳିଛି । ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଥିବା ଦୁଇ ଟିମ୍ ଆଫଗାନିସ୍ତାନ ଓ ବାଂଲାଦେଶକୁ ଏକ ସମାନ ଅର୍ଥ ୩.୦୪ ଟଙ୍କା ମିଳିଛି । ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଥିବା ଦୁଇ ଟିମ ପାକିସ୍ତାନ ଓ ଇଂଲଣ୍ଡକୁ ଏକ ସମାନ ଅର୍ଥ ୧.୨୨ କୋଟି ମିଳିଛି । ଗ୍ରୁପ ଷ୍ଟେଜରେ ବିଜୟୀ ଟିମକୁ ୨୯.୬୧ ଲକ୍ଷ ଟଙ୍କା ମିଳିଛି । ଏଥିସହିତ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ସମସ୍ତ ୮ଟି ଟିମକୁ ପାଖାପାଖି ୧.୦୮ କୋଟିର ଗ୍ୟାରେଣ୍ଟି ମନି ଦିଆଯାଇଛି । ଏଥର ଆଇସିସି ପାଖାପାଖି ୬୦ କୋଟି ଟଙ୍କାର ପୁରସ୍କାର ରାଶି ବାଣ୍ଟିଛି, ଯାହାକି ୨୦୧୭ ତୁଳନାରେ ୫୩ ପ୍ରତିଶତ ଅଧିକ ।

ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିଅନ୍ସ ଟ୍ରଫିରେ ବିଜୟ ପରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନ୍ୟୁଜିଲାଣ୍ଡକୁ ହରାଇ ତୃତୀୟ ଥର ଲାଗି ଚାମ୍ପିଅନ୍ସ ଟ୍ରଫି ହାତେଇବା ମୁହୂର୍ତ୍ତ ଆଶ୍ଚର୍ଯ୍ୟଜନକ ବିଜୟ। ମେନ ଇନ ବ୍ଲୁ ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଟ୍ରଫି ହାତେଇଛି। ଟିମ ଇଣ୍ଡିଆର ଏହି ବିଜୟରେ ସାରା ଦେଶ ଗର୍ବିତ ବୋଲି କହିଛନ୍ତି। ଟିମ ଇଣ୍ଡିଆର ଏହି ବିଜୟ ଲାଗି ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

କହି ରଖୁଛୁ କି, ଭାରତ ବିଶ୍ଵ ବିଜୟୀ। ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ ହେଲା ଭାରତ। ପ୍ରତିନ୍ଦ୍ଵନ୍ଦ୍ଵୀ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି ଟ୍ରଫି ଇତିହାସ ରଚିଲା ଟିମ ଇଣ୍ଡିଆ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ବାଜିମାତ କରିଛି ଭାରତ। ବିଶ୍ଵର ଏକମାତ୍ର ଦେଶ ଭାବେ ତୃତୀୟ ଥର ଲାଗି ଚାମ୍ପିଅନ୍ସ ଟ୍ରଫି ହାତେଇଲା ଟିମ ଇଣ୍ଡିଆ। ୨୫୨ ରନର ଟାର୍ଗେଟକୁ ୬ ୱିକେଟ ହରାଇ ହାତେଇ ନେଇଥିବା ରୋହିତ ବାହିନୀ। ଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ୭୬ ରନ ବଳରେ ବିଜୟ ହାସଲ କରିଛି ଭାରତ। ଶ୍ରେୟସ ଆୟାର ଦ୍ଵିତୀୟ ସର୍ବାଧିକ ୪୮ ରନ କରିଥିଲେ।କେଏଲ ରାହୁଲଙ୍କ ୩୪, ଶୁବମନ ଗିଲ ୩୧, ଅକ୍ଷର ପଟେଲ ୨୯, ହାର୍ଦ୍ଦିକ ପାଣ୍ଡ୍ୟା ୧୮ରନ କରିଥିଲେ। ଗୋଟିଏ ଓଭର ଥାଇ ଟାର୍ଗେଟକୁ ହାସଲ କରିଥିଲା ଟିମ ଇଣ୍ଡିଆ।… ଟସ ଜିତି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ୭ ୱିକେଟ ହରାଇ କରିଥିଲା ୨୫୧ ରନ। ଦଳ ପାଇଁ ଡାରିଲ ମିଚେଲ ସର୍ବାଧିକ ୬୩ ରନ କରିଥିଲେ। ଦୁବାଇ ପିଚରେ ଚାଲିଥିଲା ଭାରତୀୟ ସ୍ପିନରଙ୍କ ଯାଦୁ। ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିଲା। ରବୀନ୍ଦ୍ର ଜାଡେଜାଙ୍କୁ ଗୋଟିଏ ୱିକେଟ ମିଳିଥିଲା। ଦ୍ରୁତତମ ବୋଲର ମହମ୍ମଦ ସାମି ମାତ୍ର ଗୋଟିଏ ୱିକେଟ ନେଇଥିଲା। ପ୍ରଥମରୁ ଦମଦାର ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ଦଳ ସ୍ପିନ ବୋଲିଂର ସାମନା କରିବାରେ ଫେଲ ମାରିଥିଲା। ଦୀର୍ଘ ୧୨ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ୍ସ ଟ୍ରଫି ହାତେଇଛି ଟିମ ଇଣ୍ଡିଆ। ଭାରତର ଏହି ବିଜୟରେ ଦୁଲୁକିଥିଲା ପୁରା ପରିବେଶ। ସାରା ଦେଶରେ ବାଣ ଫୁଟାଇ ବାଜା ବଜାଇ ସେଲିବ୍ରେଶନ କରିଛନ୍ତି ପ୍ରଶଂସକ। ଭାରତ ସମେତ ଦୁବାଇ ସହ ଅନ୍ୟ କିଛି ଦେଶରେ ମଧ୍ୟ ଭାରତୀୟ ପ୍ରଶଂସକ ବିଜୟକୁ ଧୁମଧାମର ସହ ପାଳନ କରିଥିଲେ।

ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ଭାରତର ବଡ଼ ବିଜୟ । ଅପରାଜେୟ ରହି ଚମ୍ପିୟାନ୍ସ ଟ୍ରଫି ଜିତିଲା ଭାରତ । ୪ ଓ୍ବିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଛି ଭାରତ । ଟିମ୍ ଇଣ୍ଡିଆ ୪୯ ଓଭରରେ ୬ ୱିକେଟ ହରାଇ ଧାର୍ଯ୍ୟ ୨୫୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୨୫୪ ରନ୍ ସଂଗ୍ରହ କରିଛି। ଟିମ୍ ଇଣ୍ଡିଆ ପକ୍ଷରୁ ରୋହିତ ଶର୍ମା ୭୬ ରନ୍ କରିଥିବାବେଳେ ଶୁବମନ ଗିଲ୍ ୩୧ ରନ୍ କରିଥିଲେ। ବିରାଟ କୋହଲି ଏକ ରନ୍ କରି ପାଭିଲିୟନ ଫେରିଥିଲେ। ଶ୍ରେୟସ ଆୟର ୪୮ ରନ୍ କରିଥିବାବେଳେ ଅକ୍ଷର ପଟେଲ ୨୯ ରନ୍ କରିଥିଲେ। ସେହିପରି କେଏଲ ରାହୁଲ ୩୪ ରନ୍ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍ କରିଥିଲେ।