ମାୟାବତୀଙ୍କୁ ବଡ଼ ଝଟକା; ବସପା ବିଧାନମଣ୍ଡଳ ଦଳର ନେତା ଶାହ ଆଲମ ଦେଲେ ଇସ୍ତଫା

1 min read

ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ବିଧାନସଭା ନିର୍ବାଚନକୁ ନେଇ ରଣନୀତି ଆରମ୍ଭ କରିସାରିଲେଣି ବିଭିନ୍ନ ରାଜନୈତିକ ଦଳ । ତେବେ ଏଭଳି ସ୍ଥିତିରେ ବହୁଜନ ସମାଜ ପାର୍ଟିକୁ ଲାଗିଛି ବଡ଼ ଝଟକା । ବସପା ବିଧାନ ମଣ୍ଡଳ ଦଳର ନେତା ଶାହ ଆଲମ ଦଳରୁ ଇସ୍ତଫା ଦେଇଛନ୍ତି । ସେ ବସପା ସୁପ୍ରିମୋ ମୟାବତୀଙ୍କୁ ଚିଠି ଲେଖି ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ନିର୍ବାଚନ ପୂର୍ବରୁ ଶାହ ଆଲମ ଦଳରୁ ଇସ୍ତଫା ଦେବା ବସପାକୁ ଏକ ବଡ଼ ଝଟକା ଲାଗିଛି ।

ସେ ଏକ ଚିଠି ଲେଖି ବସପା ପ୍ରମୁଖ ମୟାବତୀଙ୍କୁ କହିଛନ୍ତି କି ସେ ଭାରି ହୃଦୟରେ ନିଜର ଇସ୍ତଫା ଦେଇଛନ୍ତି । ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି କି ବିଗତ ଦିନରେ ଯେଉଁ ଆଲୋଚନା ହୋଇଥିଲା ସେଥିରେ ଏହା ଲାଗିଥିଲା କି ଆପଣଙ୍କ ବିଶ୍ବାସ ମୋ ଉପରେ ନାହିଁ । ଯାହା ଫଳରେ ପାର୍ଟିର ବିଭିନ୍ନ ପଦବୀରୁ ମୁଁ ଇସ୍ତଫା ଦେଉଛି । ବହୁଜନ ସମାଜ ପାର୍ଟିର ମୁସଲିମ୍ ଚେହେରା ଭାବରେ ଶାହ ଆଲମ ଆଜମଗଡ଼ର ମୁବାରକପୁରରେ ଦୁଇ ଥର ବିଧାୟକ ରହିଥିଲେ ।

ତେବେ ବସପାରୁ ଇସ୍ତଫା ଦେବା ପରେ ସମାଜବାଦ ପାର୍ଟିରେ ଯୋଗ ଦେଇପାରନ୍ତି ଶାହ ଆଲମ । ଏହା ପୂର୍ବରୁ ଯେଉଁ ୯ ଜଣ ବିଧାୟକଙ୍କୁ ମାୟାବତୀ ଦଳରୁ ବାହାର କରିଥିଲେ ସେଥିରେ କିନ୍ତୁ ନଥିଲେ ଶାହ ଆଲମ । ତେବେ ଯେଉଁ ୯ ଜଣ ବିଧାୟକଙ୍କୁ ମାୟାବତୀ ଦଳରୁ ବାହାର କରିଥିଲେ ସେଥିମଧ୍ୟରୁ ବନ୍ଦନା ସିଂଙ୍କ ବ୍ୟତୀତ ଆଉ ସମସ୍ତ ବିଧାୟକ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ ।

Leave a Reply