ପାକିସ୍ତାନକୁ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଦେଲା ଚୀନ

1 min read

ବେଜିଂ: ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ଥିବା ବନ୍ଧୁତା ସମ୍ପର୍କରେ କିଏବା ନଜାଣେ। ଗୋଟିଏ ପଟେ ଚୀନ୍ ଅଧିକ ପୁଞ୍ଜି ବିନିଯୋଗ କରି ପାକିସ୍ତାନକୁ ଋଣଗ୍ରସ୍ତ କରିଥିବା ବେଳେ ଅନ୍ୟ ପଟେ ପଡୋଶୀ ଦେଶର ଆତଙ୍କବାଦୀଙ୍କୁ ଦଣ୍ଡିତ କରିବାରେ ବାଧା ସୃଷ୍ଟି କରୁଛି।

ଚୀନ୍‌ର ସରକାରୀ ଗଣମାଧ୍ୟମ ଦାବି କରିଛି ଯେ ବେଜିଂ ପାକିସ୍ତାନକୁ ସବୁଠାରୁ ଉନ୍ନତ ଯୁଦ୍ଧ ଜାହାଜ ଦେଇଛି। ଚାଇନା ଷ୍ଟେଟ୍ ସିପ୍ ବିଲଡିଂ କର୍ପୋରେସନ୍ ଲିମିଟେଡ୍ (CSSCL) ଦ୍ୱାରା ନିର୍ମିତ ଯୁଦ୍ଧ ଜାହାଜ ପାକିସ୍ତାନକୁ ସାଂଘାଇ ଠାରେ ଦିଆଯାଇଥିଲା । ସୋମବାର ଦିନ ଗ୍ଲୋବାଲ ଟାଇମ୍ସକୁ ପାକିସ୍ତାନ ନୗେସେନା ଦ୍ୱାରା ପଠାଯାଇଥିବା ଏକ ବିବୃତ୍ତି ମୁତାବିକ ଟାଇପ୍ 054A/P ଫ୍ରିଗେଟକୁ ପିଏନ୍ଏସ୍ ତୁଗରିଲ୍ ନାମକରଣ କରାଯାଇଛି।

ପାକିସ୍ତାନୀ ନୗେସେନାର କହିବାନୁଯାୟୀ ନୗେସେନା ପାଇଁ ନିର୍ମିତ ଚାରି ପ୍ରକାରର ଯୁଦ୍ଧପୋତ ମଧ୍ୟରୁ ପିଏନ୍ଏସ୍ ତୁଗରିଲ୍ ପ୍ରଥମ। ଜାହାଜଟି ସ୍ଥଳରୁ ସ୍ଥଳ, ସ୍ଥଳରୁ ଆକାଶ ଓ ସ୍ଥଳରୁ ଜଳକୁ ଟାର୍ଗେଟ୍ କରିବାର କ୍ଷମତା ରହିଛି। ଯୁଦ୍ଧପୋତ ପାକିସ୍ତାନୀ ନୌସେନାରେ ସାମିଲ ହେବା ପରେ ଚୀନ୍ ରେ ଅବସ୍ଥିତ ପାକିସ୍ତାନ ରାଷ୍ଟ୍ରଦୂତ ମୋଇନ୍ ଉଲ୍-ହକ୍ କହିଛନ୍ତି, ଏହି ଜାହାଜ ସାମୁଦ୍ରିକ ସୁରକ୍ଷା ଉପରେ ନଜର ରଖିବ। ଏଥିସହିତ ସମୁଦ୍ରରେ ଶାନ୍ତି ଓ ସୀମା ସନ୍ତୁଳନକୁ ବଜାୟ ରଖିବାରେ ପାକିସ୍ତାନକୁ ଅଧିକ ମଜଭୁତ କରିବ।

Leave a Reply