କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ

1 min read

ପୁରୀ: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ । ଗତ କିଛି ଦିନ ତଳେ  କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ । ଏହା ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସେ ନିଜ ଫେସବୁକ୍ ପେଜ୍‌ରେ ସୂଚିତ କରିବା ସହ ଗୁଜବ ସୃଷ୍ଟି ନ କରିବାକୁ ନିବେଦନ କରିଥିଲେ  । ସେ ଲେଖିଥିଲେ, ବନ୍ଧୁଗଣ ମୁଁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସାଧୀନ ରହିଛି । ଦୟାକରି କୌଣସି ପ୍ରକାର ଗୁଜବ ସୃଷ୍ଟି ନ କରି ଦଳ କିପରି ଭଲ ପ୍ରଦର୍ଶନ କରିବ ଧ୍ୟାନ ଦିଅନ୍ତୁ, ଆପଣମାନଙ୍କ ଭଲ ପାଇବା ସହିତ ଜଲ୍ଦି ଫେରିବି । କିନ୍ତୁ ବିଧିର ବିଧାନ କିଛି ଭିନ୍ନ ଥିଲା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି ।

ଅଜିତ୍‌ଙ୍କ ପରଲୋକ ଘଟଣା ସମ୍ପର୍କରେ ଜାଣିବା ପରେ ଜଣେ ପରେ ଜଣେ କଂଗ୍ରେସ ନେତା ହସ୍ପିଟାଲରେ ପହଞ୍ଚିଛନ୍ତି । କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି, ରମେଶ ଜେନା ହସ୍ପିଟାଲ ପରିସରରେ ଉପସ୍ଥିତ । ଗତକାଲି ସେ ସୁସ୍ଥ ଥିବା ବେଳେ ଆଜି ଏଭଳି ଘଟଣା ଶୁଣିବାକୁ ମିଳୁଛି ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି ।

ଅପରପକ୍ଷରେ ବିଜେଡି ନେତା ଅମର ପଟ୍ଟନାୟକ ମଧ୍ୟ ଶ୍ରୀ ମଙ୍ଗରାଜଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଶ୍ରୀ ପଟ୍ଟନାୟକ । ଅଜିତ ମଙ୍ଗରାଜଙ୍କ ଦେହାନ୍ତ ନେଇ ଖବର ଜଣାପଡ଼ିବା ପରେ ବିଜୁ ଜନତା ଦଳ ମଧ୍ୟ ପ୍ରଚାର କାର୍ଯ୍ୟ ବନ୍ଦ କରିଛି । ପୁରୁଷୋତ୍ତମପୁରରେ ବିଜେଡିର ପ୍ରଚାର କାର୍ଯ୍ୟ ଚାଲିଥିଲା ।

ଏଥିସହିତ ପଢ଼ନ୍ତୁ: ବିରୋଧୀ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

Leave a Reply