ଗର୍ଲଫ୍ରେଣ୍ଡକୁ ହତ୍ୟା କରି ପରଦିନ ବିବାହ କଲା ପ୍ରେମିକ

1 min read

ନୂଆଦିଲ୍ଲୀ: ଗର୍ଲଫ୍ରେଣ୍ଡକୁ ହତ୍ୟା ପରଦିନ ବିବାହ କରିଥିଲା ଜହ୍ଲାଦ ପ୍ରେମିକ । ଦିଲ୍ଲୀ ନିକ୍କି ହତ୍ୟାକାଣ୍ଡକୁ ନେଇ ବଡ଼ ଖୁଲାସା । ବୟଫ୍ରେଣ୍ଡ ସାହିଲର ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । କାର୍ ଭିତରେ ମୋବାଇଲ ଚାର୍ଜର କେବୁଲରେ ନିକ୍କିଙ୍କ ଗଳା ଚିପି ହତ୍ୟା କରିଥିଲା ସାହିଲ । ଗାଡ଼ିର ଆଗ ସିଟରେ ନିକ୍କିଙ୍କ ଶବ ରଖି ଦିଲ୍ଲୀ ସହର ସାରା ବୁଲାଇଥିଲା । ଏହାପରେ ଓ୍ବେଷ୍ଟ ଦିଲ୍ଲୀରେ ଥିବା ନିଜ ଢାବା ଫ୍ରିଜରେ ନିକ୍କିଙ୍କ ଶବ ରଖିଥିଲା । ପରଦିନ ସନ୍ଧ୍ୟାରେ ସାହିଲ ଅନ୍ୟଜଣେ ଝିଅକୁ ବିବାହ କରିଥିଲା ସାହିଲ ।

ରାଜଧାନୀ ଦିଲ୍ଲୀର ଲଭ, ଲିଭ-ଇନ, ମର୍ଡର କେସକୁ ନେଇ ପୁରାଦେଶରେ ଚାଞ୍ଚଲ୍ୟ  ଖେଳିଯାଇଛି। ୨୦୧୮ରେ କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବେଳେ କୋଚିଂ ସେଣ୍ଟରରରେ ଉଭୟଙ୍କ ଭେଟ ହୋଇଥିଲା । ସମ୍ପର୍କ ପ୍ରେମରେ ପରିଣତ ହୋଇଥିବା ବେଳେ ଦୁହେଁ ଲିଭ-ଇନରେ ବି ରହୁଥିଲେ । ହେଲେ ସାହିଲଙ୍କ ପରିବାର ଏ ସମ୍ପର୍କରେ ଅବଗତ ନଥିବା ବେଳେ ଅନ୍ୟତ୍ର ବିବାହ ସ୍ଥିର କରିଥିଲେ । ଫେବୃଆରୀ ୧୦ ତାରିଖରେ ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ହେଲେ ୯ ତାରିଖ ସନ୍ଧ୍ୟାରେ ନିକ୍କି-ସାହିଲ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଉତ୍ତ୍ୟକ୍ତ ହୋଇ ସାହିଲ ନିକ୍କିଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ବୋଲି  ପୋଲିସ କହିଛି ।