ଥମୁନି ଆନ୍ଦୋଳନ; ସୋମବାରଠୁ ଆମରଣ ଅନଶନରେ କୃଷକ ନେତା

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଜାରି ରହିଥିବା ଚାଷୀ ଆନ୍ଦୋଳନ ଆଜି ୧୮ ଦିନରେ ପହଞ୍ଚିଛି। ତଥାପି କୗେଣସି ପ୍ରକାର ସମାଧାନର ବାଟ ଫିଟି ପାରୁନଥିବା ବେଳେ ସେମାନଙ୍କୁ ବିଭିନ୍ନ ଆଡୁ ସମର୍ଥନ ମିଳିବାରେ ଲାଗିଛି ।

ସରକାରଙ୍କ ସହ ଲଗାତାର ଆଲୋଚନା ବିଫଳ ହେବା ପରେ କୃଷକ ୟୁନିୟନଗୁଡ଼ିକ ଆନ୍ଦୋଳନକୁ ଆହୁରି ତୀବ୍ର କରାଯାଇଛି । ଏପରିକି ଆଇନ ପ୍ରତ୍ୟାହାର ନହେଲେ ଆସନ୍ତାକାଲିଠାରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି କୃଷକ ସଂଗଠନ । ଏହାବ୍ୟତୀତ କୃଷକ ନେତାମାନେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସେହିପରି ଆସନ୍ତାକାଲିଠାରୁ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଚାଷୀ ସଂଘଠନ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ପଞ୍ଜାବ ଓ ହରିୟାଣାରୁ ହଜାର ହଜାର ଚାଷୀ ଏବେ ଦିଲ୍ଲୀ ମୁହାଁ ହୋଇଛନ୍ତି । ଆଜି ୫୦୦ରୁ ଅଧିକ ଟ୍ରାକ୍ଟରରେ ଚାଷୀ ମାନେ ଦିଲ୍ଲୀରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।

ଆହୁରି ମଧ୍ୟ ପାରମ୍ପରିକ ବେଶ ପୋଷାକ ସହ ଅସ୍ତ୍ରଶସ୍ତ୍ର ଧରି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଶିଖ୍ ଧର୍ମଗୁରୁ ମାନେ।

Leave a Reply