ଦେଶରେ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨ ହଜାରରୁ କମ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ମୃତ୍ୟୁ ସଂଖ୍ୟା  । ଗତ ୨୪ଘଣ୍ଟାରେ ଦେଶରେ ୨ହଜାର ତଳକୁ ମୃତ୍ୟୁ ସଂଖ୍ୟା ଖସିଥିବା ଦେଖିବାକୁ ମିଳିଛି  । ଦେଶରେ ଗତ ୨୪ଘଣ୍ଟାରେ ଏକ ହଜାର ୫୮୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୬୨ହଜାର ୪୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେହିପରି ଗତ ୨୪ ଘଣ୍ଟାରେ  ୮୮ହଜାର ୯୭୭ ଜଣ ସୁସ୍ଥ ହୋଇଛନ୍ତି  । ଆଜିର ଆକ୍ରନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୯୭ଲକ୍ଷ ୬୨ହଜାର ୭୯୩କୁ ବୃଦ୍ଧି ପାଇଛି । ତେବେ ଆଜିର ମୃତ୍ୟୁସଂଖ୍ୟାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୮୩ହଜାର ୪୯୦କୁ ବୃଦ୍ଧି ପାଇଛି । ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୭, ୯୮, ୬୫୬କୁ ହ୍ରାସ ପାଇଛି।

ଦେଶରେ କରୋନାରୁ ମୃତ୍ୟୁ ହାର ୧.୨୯ ପ୍ରତିଶତ ହୋଇଥିବାବେଳେ ସୁସ୍ଥତା ହାର ପ୍ରାୟ ୯୬ ପ୍ରତିଶତ ରହିଛି । ସେହିପରି ସକ୍ରିୟ ମାମଲା ୩ ପ୍ରତିଶତରୁ କମ୍ ହୋଇଛି । କରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ମୋଟ ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ଆମେରିକା ପରେ ବ୍ରାଜିଲ ରହିଥିବା ବେଳେ ଭାରତ ବିଶ୍ୱର ତୃତୀୟ ସ୍ଥାନରେ ରହିଛି।

ସେହିପରି ଗତକାଲି ମହାରାଷ୍ଟ୍ରରେ ୯,୮୩୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଲୋକଙ୍କ ସଂଖ୍ୟା ୫୯,୪୪,୭୧୦କୁ ବୃଦ୍ଧି ପାଇଛି । ଏବଂ ୨୪ଘଣ୍ଟାରେ ୨୩୬ ଜଣଙ୍କ ମୃତ୍ୟୁ ସହିତ ମୋଟ ମୃତ୍ୟୁ ସଂଖ୍ୟା ୧,୧୬,୦୨୬ ରେ ପହଞ୍ଚିଛି। ଅନ୍ୟପଟେ ବିହାରରେ ଗତ ୨୪ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ କାରଣରୁ ଆଉ ଚାରି ଜଣଙ୍କର ମୃତ୍ୟୁ ହୋଇଛି, ଏହାକୁ ମିଶାଇ ବାହାରରେ ମୋଟ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୯୫୨୭କୁ ବୃଦ୍ଧି ପାଇଛି।

Leave a Reply