ଜୁନିଅର ହକି ବିଶ୍ବକପ: ତୃତୀୟ ଦଳ ଭାବରେ ସେମିରେ ଫ୍ରାନ୍ସ

1 min read

ଭୁବନେଶ୍ବର: ବୁଧବାର ପୁରୁଷ ଜୁନିଅର ହକି ବିଶ୍ବକପରେ ଖେଳାଯାଉଛି ଅସଲ ଲଢ଼େଇ । ସେମି ଫାଇନାଲ ଖେଳିବା ପାଇଁ ବୁଧବାର ଖେଳାଯାଉଛି କ୍ବାଟର ଫାଇନାଲ । ବୁଧବାର ଖେଳାଯାଇଥିବା ପ୍ରଥମ କ୍ବାଟର ଫାଇନାଲରେ ଜର୍ମାନୀ ବାଜି ମାରିଥିବା ବେଳେ ଦ୍ବିତୀୟ କ୍ବାଟର ଫାଇନାଲରେ ନେଦରଲାଣ୍ଡ୍ସକୁ ହରାଇ ଦ୍ବିତୀୟ ଟିମ୍ ଭାବରେ ସେମିରେ ନିଜ ସ୍ଥାନ ପକ୍କା କରିଥିଲା ଆର୍ଜେଣ୍ଟିନା । ତେବେ ବୁଧବାର ଖେଳାଯାଇଥିବା ତୃତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମାଲେସିଆ ଓ ଫ୍ରାନ୍ସ । ଏହି ମ୍ୟାଚକୁ ୪-୦ ଗୋଲରେ ନିଜ ନାମରେ କରିଛି ଫ୍ରାନ୍ସ ।

ତୃତୀୟ କ୍ବାଟର ଫାଇନାଲ ଆରମ୍ଭରୁ ମାଲେସିଆ ଉପରେ ଭାରି ପଡ଼ିଥିଲା ଫ୍ରାନ୍ସ । ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଫ୍ରାନ୍ସ । ଯାହା ଫଳରେ ମ୍ୟାଚର କୌଣସି ବି ସମୟରେ ଗୋଲ କରିବାର ସୁଯୋଗ ମାଲେସିଆକୁ ଦେଇନଥିଲା ଫ୍ରାନ୍ସ । ଫ୍ରାନ୍ସ ପକ୍ଷରୁ କ୍ଲିମେଣ୍ଟ ତିମୋଥେଙ୍କ ହ୍ୟାଟ୍ରିକ ଫଳରେ ଏହି ମ୍ୟାଚକୁ ୪-୦ରେ ନିଜ ନାମରେ କରିଥିଲା ଫ୍ରାନ୍ସ । ଏହି ବିଜୟ ସହ ତୃତୀୟ ଟିମ୍ ଭାବରେ ଜୁନିଅର ହକି ବିଶ୍ବକପରେ ନିଜ ସ୍ଥାନ ପକ୍କା କରିଛି ଫ୍ରାନ୍ସ ।

ଅନ୍ୟପଟେ ମଙ୍ଗଳବାର ଶେଷ କ୍ବାଟର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ବେଲଜିୟମ । ଏହି ମ୍ୟାଚକୁ ଜିତି ଭାରତ ଚତୁର୍ଥ ଟିମ୍ ଭାବରେ ହକି ବିଶ୍ବକପ ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ।

 

Leave a Reply