ଜେଲ୍ ଭିତରୁ ଚାଲିଥିଲା ବ୍ରାଉନସୁଗାର ଡିଲ୍

ଖୋର୍ଦ୍ଧା: ଖୋର୍ଦ୍ଧାରେ ଜେଲ ଭିତରୁ ଚାଲିଥିଲା ବ୍ରାଉନସୁଗାର୍ ଡିଲ। ଜେଲ ଭିତରୁ ମୋବାଇଲ ଯୋଗେ ନିଶା ମାଫିଆ ଚଳାଇଥିଲା ରାକେଟ । ଏନେଇ ସୂଚନା ପାଇବା ପରେ ଆଜି ଜେଲ ଭିତରେ ଚଢାଉ ହୋଇଛି । ଖୋର୍ଦ୍ଧା ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ ରେଡ୍ କରିଛି । ମାଫିଆଙ୍କ ଫୋନ କଲ ସହ ସେମାନଙ୍କୁ ଦେଖାକରିବାକୁ ଆସୁଥିବା ଲୋକଙ୍କର ରେକର୍ଡ ଯାଞ୍ଚ କରାଯାଇଛି । ଜେଲ ହାଜତରୁ ମୋବାଇଲ ମିଳିଲା ପରେ ଗତ ୯  ତାରିଖରେ ଜେଲ ସପରିନଟେଣ୍ଡେଣ୍ଟ  ଥାନାରେ ଅଭିଯୋଗ କରିଥିଲେ । ମୋବାଇଲ କଲ ରେକର୍ଡରୁ ବ୍ରାଉନସୁଗାର କାରବାର ସମ୍ପର୍କରେ ଜାଣିବାକୁ ପାଇଥିଲେ ପୋଲିସ । ପରେ ଜଣେ ମହିଳାଙ୍କ ସହ ୬ଜଣ ବ୍ରାଉନସୁଗାର ବେପାରୀଙ୍କୁ ପୋଲିସ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୨୬୨ ଗ୍ରାମ ବ୍ରାଉନସୁଗାର, ଏକ ସ୍କର୍ପିଓ ଗାଡ଼ି ଓ ୬ଟି ମୋବାଇଲ ଜବତ ହୋଇଥିଲା ।