ଢେଙ୍କାନାଳରେ ଏକାଧିକ ବିଜେପି ନେତା ଓ କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର : ଶଙ୍ଖ ଭବନରେ ବିଜେଡିର ବଡ଼ ମିଶ୍ରଣ ପର୍ବ । ବିଜେଡିରେ ଯୋଗଦେଲେ ଢେଙ୍କାନାଳର ଏକାଧିକ ଆଗଧାଡ଼ିର ନେତାଙ୍କ ସହ ହଜାର ହଜାର ବିଜେପି କର୍ମୀ । ସାଂସଦ ସସ୍ମିତ ପାତ୍ର, ବିଧାୟକ ସୁଧିର ସାମଲଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ହୋଇଛନ୍ତି ସାମିଲ । ସୂଚନା ଅନୁସାରେ ଢେଙ୍କାନାଳ ଲୋକସଭା ସଂସଦୀୟ କ୍ଷେତ୍ରରୁ ଅନେକ ବିଜେପି ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଢେଙ୍କାନାଳ ବିଜେଡି ଲୋକସଭା ପ୍ରାର୍ଥୀ ଅବିନାଶ ସାମଲ ଓ ବିଧାୟକ ସୁଧୀର ସାମଲଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ  ନେତା ସାମିଲ ହୋଇଛନ୍ତି । ଜିଲ୍ଲା ସ୍ତରରେ ବିଜେପିର ଅନେକ ପଦାଧିକାରୀ, ମଣ୍ଡଳ ସଭାପତି, ଅନେକ ସରପଞ୍ଚ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ସମସ୍ତଙ୍କୁ ବିଜେଡିକୁ ସ୍ବାଗତ କରିଛନ୍ତି ମୁଖପାତ୍ର ସସ୍ମିତ ପାତ୍ର । ଏହି ଅବସରରେ ଉପସ୍ଥିତ ଥିଲେ ରାଜ୍ଯସଭା ସାଂସଦ ସୁଲତା ଦେଓ।