ଭାରତ ସହ ପୁଣି ବେପାର କରିବ ପାକିସ୍ତାନ, କିଣିବ କପା ଓ ଚିନି

1 min read

ଇସଲାମାବାଦ: ଭାରତ ସହ ସମ୍ପର୍କ ସ୍ଥାପନ ପାଇଁ ବାଣିଜ୍ୟ ସମ୍ପର୍କ ପୁନଃ ଆରମ୍ଭ କରିବାକୁ ପାକିସ୍ତାନ ସରକାର ବୁଧବାର ଅନୁମୋଦନ କରିଛନ୍ତି । ଅର୍ଥନୈତିକ ବ୍ୟାପାର ଉପରେ ପାକିସ୍ତାନର କ୍ୟାବିନେଟ କମିଟି ଜୁନ୍ ୩୦, ୨୦୨୧ ସୁଦ୍ଧା ଭାରତରୁ କପା ଆମଦାନୀ କରିବାକୁ ଅନୁମୋଦନ ଦେଇଛି । ଚିନି ଆମଦାନୀ ପାଇଁ ଅନୁମୋଦନ ମଧ୍ୟ ଖୁବ ଶୀଘ୍ର ଆସିବ ବୋଲି ଆଶା କରାଯାଉଛି ।

ଅବଶ୍ୟ, ଭାରତର କୌଣସି ଅଧିକାରୀ ଏହାକୁ ନେଇ ପ୍ରତିକ୍ରିୟା ଦେଇନାହାନ୍ତି । ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ରଦ୍ଦ କରି ରାଜ୍ୟକୁ ଦୁଇଟି ନୂତନ ୟୁନିଅନରେ ବିଭକ୍ତ କରିବା ପରେ ପାକିସ୍ତାନ ଅଗଷ୍ଟ ୨୦୧୯ରେ ଭାରତ ସହିତ ବାଣିଜ୍ୟିକ ସମ୍ପର୍କ ଭାଙ୍ଗିଥିଲା ।

ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ଇମରାନ ଖାନ

ଏହାରି ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଜମ୍ମୁ କାଶ୍ମୀର ପ୍ରସଙ୍ଗ ସହିତ ଦୁଇ ଦେଇ ମଧ୍ୟରେ ଲମ୍ବା ସମୟ ଧରି ଲାଗିରହିଥିବା ବିଭିନ୍ନ ପ୍ରସଙ୍ଗର ସମାଧାନ କରିବା ପାଇଁ ସାର୍ଥକ ଏବଂ ଅନୁକୂଳ ପରିସ୍ଥିତି ପ୍ରସ୍ତୁତ କରିବା ପାଇଁ କହିଛନ୍ତି । ଇମରାନ ଖାନ ଏହି ଚିଠି ପାକିସ୍ତାନ ଦିବସ ଅବସରରେ ପୂର୍ବ ସପ୍ତାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପଠାଯାଇଥିବା ଶୁଭେଚ୍ଛା ପତ୍ରରେ ଜବାବରେ ଲେଖିଥିଲେ ।

Leave a Reply