ଘର ସଜାଡ଼ିବାକୁ କଂଗ୍ରେସର ପ୍ରୟାସ ଆରମ୍ଭ

1 min read

ଭୁବନେଶ୍ବର: ଘର ସଜାଡ଼ିବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ । କିପରି ତୃଣମୂଳସ୍ତରରୁ ସଂଗଠନ ସଜଡ଼ାଯିବ ସେ ନେଇ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ CWC ସଦସ୍ୟ କେ. ରାଜୁ ଜିଲ୍ଲା ସଭାପତିଙ୍କ ଠାରୁ ନେଇ ରାଜ୍ୟ ମଙ୍ଗୁଆଳ ମାନଙ୍କ ସହ ଆଲୋଚନା କରିଛନ୍ତି । ଆଉ ଏହାରି ଭିତରେ କେ. ରାଜୁଙ୍କ ଆଗରେ  ପିସିସି ସଭାପତିଙ୍କ ନେତୃତ୍ବକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଦଳୀୟ ନେତା ।  ସମସ୍ତଙ୍କୁ ନେଇ ଦଳ ଆଗକୁ ବଢିବା କଥା କେନ୍ଦ୍ରୀୟ ନେତାଙ୍କୁ କଥାକୁ  ସୁର ରାଉତରାୟ ଦୋହରାଇଥିବା ବେଳେ ସଂଗଠନ ନୂଆ ରୂପ ନେବାକୁ ଯାଉଥିବା ସଙ୍କେତ ଦେଇଛନ୍ତି ତାରା ବାହିନୀପତି । ଯାହା ଶରତଙ୍କ ପାଇଁ ଅଡୁଆ ସୃଷ୍ଟି କରିବ  ।

ସମସ୍ତଙ୍କୁ ନେଲେ ଦଳ ଜିତିବ, ନହେଲେ ହାରିବ । କଂଗ୍ରେସ ଏକଜୁଟ ହେବା ଆବଶ୍ୟକ  । CWC ସଦସ୍ୟ କେ. ରାଜୁ ଦୁଇଦିନ ଧରି ଦଳୀୟ ନେତାଙ୍କୁ ଦେଇଥିବା ଏପରି ଏକ ମନ୍ତବ୍ୟ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବକୁ ଆଡକୁ ଉଠାଇଛି ଆଙ୍ଗୁଳି  । କଂଗ୍ରେସ ଏବେ ବିଜେପିର ବି-ଟିମ ହୋଇ କାମ କରୁଥିବା ଅଭିଯୋଗ ହୋଇଛି  । ପିସିସି ସଭାପତିଙ୍କ ଏକପାଖିଆ ନିଷ୍ପତ୍ତିକୁ ନେଇ ଦଳ ଭିତରେ ଥିବା ଅସନ୍ତୋଷ, କେନ୍ଦ୍ରୀୟ ନେତା କେଉଁଠି ନା କେଉଁଠଟି ଅନୁଭବ କରିଥିବା ସୁରଙ୍କ ବୟାନରୁ ସ୍ପଷ୍ଟ ଜଣାପଡ଼ୁଛି  । ଅନ୍ୟପଟେ କଂଗ୍ରେସର ଅସନ୍ତୋଷ ନେତା ମଧ୍ୟ ଗଣମାଧ୍ୟମ ଆଗରେ ଖୋଲାଖୋଲି ଭାବେ ପିପିସି ସଭାପତି ବିଜେପି କଥାରେ ପରିଚାଳିତ ବୋଲି ଅଭିଯୋଗ କରିଛନ୍ତି । ଏ ବିଷୟରେ ହାଇକମାଣ୍ଡ ଅବଗତ ଥିବାରୁ ଖୁବଶୀଘ୍ର ଓଡ଼ିଶା କଂଗ୍ରେସରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଥିବା କହିଛନ୍ତି  ଅସନ୍ତୋଷ କଂଗ୍ରେସ ନେତା  ।

ଅନ୍ୟପଟେ କଂଗ୍ରେସ  ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା  ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି  । ସବୁ ଜିଲ୍ଲା ସଭାପତିଙ୍କୁ ନେଇ କଂଗ୍ରେସ ଭବନରେ ତାଲିମ ଦିଆଯାଉଛି। ଲକ୍ଷ୍ୟ ରହିଛି, କେମିତି ତୃଣମୂଳସ୍ତରରୁ ସଂଗଠନକୁ ସଜଡ଼ା  ଯିବ ।  କଂଗ୍ରେସକୁ ନୂଆ ରୂପ ଦେବାକୁ ହାଇକମାଣ୍ଡ ଫୋକସ କରିଥିବା ତାରା କହିଛନ୍ତି  ।  ସେ ପିସିସି ସଭାପତି ରେସରେ ନାହାନ୍ତି  । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଯାହାକୁ ଚାହିବେ ସେ ପିସିସି ସଭାପତି ହେବେ ବୋଲି ତାରା କହିଛନ୍ତି  ।

ପିସିସି ସଭାପତିଙ୍କ ବିଜେପି ସହ ଭିତିରିଆ ସମ୍ପର୍କ ଏବଂ କଂଗ୍ରେସ ସଂଗଠନ କୋମାକୁ ଚାଲିଯାଉଥିବା ଅଭିଯୋଗ କରି ଦଳର ହେଭିଓ୍ବେଟ ଗୋଷ୍ଠୀ ଭୁବେନଶ୍ବରରୁ  ଦିଲ୍ଲୀ ଯାଏ ମାନସ ମନ୍ଥନ କରୁଛନ୍ତି  । ଏହାରି ଭିତର ଏଆଇସିସି ଅଧ୍ୟକ୍ଷ ଖଡ଼ଗେଙ୍କ ୩୯ ଜଣିଆ ଟିମରେ ଓଡ଼ିଶାରେ କେହିନେତା ସାମିଲ ନହେବାକୁ ନେଇ ରାଜ୍ୟ କଂଗ୍ରେସରେ ଅସନ୍ତୋଷ ଉଗ୍ରରୂପ ନେଇଛି । କେ. ରାଜୁଙ୍କ ଗସ୍ତ ରାଜ୍ୟ କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନର ବାଟ ଫିଟାଉଛି ବୋଲି କଂଗ୍ରେସ ଅନ୍ଦର ମହଲରେ ଜୋରଦାର ଚର୍ଚ୍ଚା ହେଉଛି  ।