ଏଲିଜାବେଥ୍‌ ଏବଂ ପ୍ରିନ୍ସ ଫିଲିପ୍‌ଙ୍କ ପ୍ରେମରେ ଆସିଥିଲା ଅନେକ ବାଧାବିଘ୍ନ, ଶେଷରେ ବନିଥିଲେ ଏଡିନ୍‌ବର୍ଗର ରାଜା

1 min read

ଗ୍ରୀସ୍ ରାଜପୁତ୍ର ହୋଇ ମଧ୍ୟ ସେଠାରୁ ବିତାଡ଼ିତ ହୋଇଥିଲେ। ଆଉ ନିଜର ଯୁବା ବୟସରେ ସାଜିଥିଲେ ବ୍ରିଟେନ୍ର ଡ୍ୟୁକ୍। ବ୍ରିଟେନ୍ ରାଣୀଙ୍କୁ ବିବାହ କହି ସାଜିଥିଲେ ପ୍ରିନ୍ସ ଫିଲିପ୍। ସର୍ବାଧିକ କାଳ ସରକାରୀ ଭାବେ ରାଣୀଙ୍କ ସହଯୋଗୀ ଭାବେ ଦାୟିତ୍ୱ ନିର୍ବାହ କରିଥିବା ପ୍ରିନ୍ସ ଫିଲିପ୍‌ଙ୍କ ଶୁକ୍ରବାର ନିଧନ ହୋଇଛି। ହେଲେ  ତାଙ୍କ ଜୀବନୀ ଓ ସଂଗ୍ରାମର କାହାଣୀ ଆଜି ଚାରିଆଡ଼େ ଚର୍ଚାର ବିଷୟ ହୋଇ ରହିଛି। ବ୍ରିଟେନ୍ ରାଜପରିବାରର ଏହି ଦ୍ୱିତୀୟ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ଦିନେ ରାଜା ଷଷ୍ଠ ଜର୍ଜ  ନିଜ ଝିଅଙ୍କୁ ପ୍ରେମ ଅଭିଯୋଗରେ ଦଣ୍ଡିତ କରିଥିଲେ। କିନ୍ତୁ ସେ ପ୍ରେମ ଏତେ ବଳୀୟାନ ଥିଲା ଯେ ଶେଷରେ ତାଙ୍କୁ ଝିଅ ଏଲିଜାବେଥ୍‌ଙ୍କ ଜୀବନସାଥି ଭାବେ ମାନିବାକୁ ରାଜା ଓ ରାଜ୍ୟବାସୀଙ୍କୁ ବାଧ୍ୟ କରିଥିଲା। ଜାଣିବାକୁ ଚାହୁଁଛନ୍ତି, ଦେଖନ୍ତୁ ଏହି ରିପୋର୍ଟ।

ଜୁନ୍୧୦, ୧୯୨୧ ମସିହା । ଗ୍ରୀକ୍ର ଏକ ଦ୍ୱୀପ ଦେଶ କୋର୍ଫୁଠାରେ ଫିଲିପଙ୍କ ଜନ୍ମ ହୁଏ। ବାପା ହେଉଛନ୍ତି ଗ୍ରୀସ୍‌ର ରାଜପୁତ୍ର ଆଣ୍ଡ୍ର୍ୟୁ ମାକ୍ଷ ହେଉଛନ୍ତି ବ୍ୟାଟେନ୍‌ବର୍ଗର ରାଜକନ୍ୟା ଆଲିସ୍। ତାଙ୍କ ପରିବାର ଓ ପରମ୍ପରା ପରବର୍ତ୍ତୀ ସମୟରେ ଆଣ୍ଡ୍ର୍ୟୁଙ୍କୁ ଗ୍ରୀସ୍ ଓ ଡେନ୍ମାର୍କର ପ୍ରିନ୍ସ ଭାବେ ପରିଚିତ କରାଇଥିଲା। କିନ୍ତୁ କିଛିବର୍ଷ ପରେ ଗ୍ରୀସ୍‌ ସେନାର ଅତ୍ୟାଚାର ସହିବାକୁ ପଡ଼ିଲା। ଏପରିକି ସେନା ତାଙ୍କୁ ଦେଶାନ୍ତର ଆଦେଶ ଦେଲା। ଏହି ସମୟରେ ବ୍ରିଟେନ୍‌ର ଯୁଦ୍ଧଯାହାଜରେ ତାଙ୍କୁ ଇଟାଲିର ଏକ ନିରାପଦ ସ୍ଥାନକୁ ନେଇ ଆସିଥିଲେ ବ୍ରିଟେନ୍ ସେନା। ସେତେବେଳେ ଫିଲିପ୍ ଜଣେ ଶିଶୁପୁତ୍ର ଥିଲେ।

ଦିନପରେ ଦିନ ବିତିଲା। ଶିଶୁ ପୁତ୍ରକୁ ଧରି ଅନେକ ମାନସିକ ଅଶାନ୍ତି ଭିତରେ ଜୀବନ ବିତାଉଥିଲେ ପ୍ରିନ୍ସେସ୍ ଆଲିସ୍। କିନ୍ତୁ ତାଙ୍କର ସ୍ନାୟୁଗୁଡ଼ିକ ଦୁର୍ବଳ ହୋଇଯିବାରୁ ସେ ପାଗଳ ପ୍ରାୟ ହୋଇଗଲେ। ଆଉ ଶେଷରେ ତାଙ୍କୁ ପାଗଳଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଗଲା। ଏହିସମୟାରେ ଫିଲିପ୍‌ଙ୍କୁ ୮ ବର୍ଷ ବୟସ ହୋଇଥାଏ। ମା’ ଛେଉଣ୍ଡ ରାଜପୁତ୍ର ପୁଣି ଦେଶାନ୍ତର କଷ୍ଟ। ଏ ଭିତରେ ଅନେକ ଦିନ ବିତିଲା। ସ୍କଟ୍ ଲ୍ୟାଣ୍ଡର ଏକ ସ୍କୁଲ୍‌ରେ ପଢ଼ା ଶେଷ କରି ବ୍ରିଟେନ୍‌ର ରୟାଲ୍ ନେଭି କଲେଜରେ ଯୋଗ ଦେଲେ ଫିଲିପ୍। ଏହି ସମୟରେ ବ୍ରିଟେନ୍ ଯୁଦ୍ଧରେ ଯୋଗ ଦେଇଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥାଏ। ଆଉ ସାରା ବିଶ୍ୱ ଏଥିରେ ଥର ହର ହେଉଥାଏ। ଫିଲିପ୍‌ଙ୍କ ପ୍ରଥମ ଥର ପାଇଁ ଭାରତ ମହାସାଗରର ଛାତି ଉପରେ ଶତ୍ରୁ ପକ୍ଷକୁ ଦମନ କରିବା ପାଇଁ ସୁଯୋଗ ମିଳିଥିଲା। ଏ କାର୍ଯ୍ୟକୁ ସେ ସୁଚାରୁ ରୂପେ ତୁଲାଇପାରିବା ହେତୁ ତାଙ୍କୁ ପ୍ରଶଂସା  ବି ମିଳିଥିଲା।

ହେଲେ ଯୁବକ ଫିଲିପ୍‌ଙ୍କ ଅମାନିଆ ମନ ଆଉ ନିଜ ନିୟନ୍ତ୍ରଣରେ ନରହି ପଡ଼ିଲା ରାଜକନ୍ୟା ଏଲିଜାବେଥଙ୍କ ପ୍ରେମରେ। ଦୁହେଁ ପରସ୍ପରକୁ ଏତେ ଭଲ ପାଉଥିଲେ ଯେ, ତାକୁ ନେଇ  ନାଭାଲ୍ ଏକାଡେମୀରେ ଚର୍ଚା ହେଉଥାଏ। ସେତେବେଳେ ଏଲିଜାବେଥଙ୍କୁ ମାତ୍ର ୧୩ ବର୍ଷ ବୟସ। ଉଭୟଙ୍କ  ପାଇଁ ଚିଠିପତ୍ର ଆଦାନ ପ୍ରଦାନ ଓ ସାକ୍ଷାତ ମହତ୍ତ୍ୱ ରକ୍ଷା କରୁଥାଏ। ଏହି ସମୟରେ ରାଜା ଷଷ୍ଠ ଜର୍ଜ ଆସିଲେ ନାଭାଲ୍ ଏକାଡେମୀ ପରିଦର୍ଶନରେ। ଆଉ ତାଙ୍କ ନଜରରେ ଆସିଲା ଫିଲିଫ୍ ଓ ରାଜକନ୍ୟାଙ୍କ ଏହି କାହାଣୀ। ବିଷୟକୁ ଜାଣିଲା ପରେ ରାଜା ଦଣ୍ଡ ବିଧାନ କରିଥିଲେ ବି ବେଶ୍ ଖୁସି ହୋଇଥିଲେ। ପରମ୍ପରା ଅନୁସାରେ ତାଙ୍କ ଅନ୍ତେ ଏଲିଜାବେଥ୍ ରାଣୀ ହେବେ। ଏଣୁ ଏଲିଜାବେଥଙ୍କୁ ଯିଏ ବାହା ହେବେ ସେ ରହିବେ ବଙ୍କିଙ୍ଗମ୍ ରାଜପ୍ରାସାଦରେ। ରାଜା ଏଲିଜାବେଥଙ୍କ ପାଇଁ ଭଲ ପାତ୍ର ଖୋଜୁ ଥାଆନ୍ତି। ଆଉ ସେ ଭିତରେ ବଢ଼ୁଥାଏ ଫିଲିପ୍-ଏଲିଜାବେଥଙ୍କ ପ୍ରେମ କାହାଣୀ।

ଧୀରେ ଧୀରେ ବ୍ରିଟିଶ୍ ସାମ୍ରାଜ୍ୟର ଅନ୍ତ ହେଉଥାଏ। ଆଉ ସୀମିତ ରାଜକୀୟ ପରିବେଶରେ ରାଜା ଷଷ୍ଠ ଜର୍ଜ ଏଲିଜାବେଥଙ୍କ ପ୍ରେମିକ ତଥା ରାଜକୁମାର ଫିଲିଫ୍‌ଙ୍କୁ ନିଜର ଜ୍ୱାଇଁ ଭାବେ ସ୍ୱୀକାର କରିଲେ। ନଭେମ୍ବର ୨୦ ତାରିଖ ୧୯୪୭ ମସିହାରେ ତାଙ୍କର ବିବାହ ହେଲା। ସେହିଦିନ ତାଙ୍କୁ ଏଡିନ୍‌ବର୍ଗର ରାଜା ଭାବେ ମଧ୍ୟ ଘୋଷଣା କରାଗଲା।

Leave a Reply