ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଓ ମିଡିଆ ହାଉସ୍ ନାଁରେ ଆଇକାର୍ଡ କରି ବିକୁଥିଲେ ଯୁବକ

ଭୁବନେଶ୍ୱର: ଲକଡାଉନରେ ମାତିଛନ୍ତି ଧୂର୍ତ । କଟକଣାର ଫାଇଦା ନେଇ ଯୋଗାଇ ଦେଉଛନ୍ତି ନକଲି ପାସ୍ ପାଇଁ ଆଇଡି କାର୍ଡ଼ । ଗୋଟିଏ କାର୍ଡ଼କୁ ୩୦୦ ରୁ ୫୦୦ ଟଙ୍କାରେ ବିକି ଗିରଫ ହେଲା ଅଭିଯୁକ୍ତ । ଚନ୍ଦ୍ରଶେଖରପୁର ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡର ଚଢ଼ାଉ ବେଳେ ବିଭିନ୍ନ ନାମୀ ଦାମୀ କମ୍ପାନୀର ବିପୁଳ ପରିମାଣର ଆଇ କାର୍ଡ଼  ଜବତ ହୋଇଛି  । ଅନ୍ୟ ଦୋକାନୀଙ୍କ ଲିଙ୍କ ନେଇ ଖୋଳତାଡ଼ କରୁଛି ପୋଲିସ ।

ପାସ୍ ପାଇଁ ଫେକ ଆଇ କାର୍ଡ଼ । ଆଡ଼ଭାନ୍ସ ଦେଲେ ୩୦୦, ଜରୁରୀ ଥିଲେ ୫୦୦ ଟଙ୍କା । ନକଲି ଆଇ କାର୍ଡ଼  କରି ବନ୍ଧା ହେଲା ଧୂର୍ତ । ଦେଖିବାକୁ ଭୋଲା ଭାଲା । ସୁବାସ ବେହେରା । ଘର ଜଗତସିଂହପୁର । ଡମଣା ଛକରେ ପେପର ଷ୍ଟୋର ଦୋକାନ । ହେଲେ ଲକ୍‌ଡାଉନ୍‌ରେ ଅମାନିଆକୁ ଯୋଗାଉଥିଲେ ଆଇ କାର୍ଡ଼ । କାହାକୁ ଇଞ୍ଜିନିରୟର ତ କାହାକୁ ସୁପର ଭାଇଜର । କାହାକୁ ଟେକ୍ନିସିଆନ ତ କାହାକୁ ଡେଲିଭରି ବଏର କାର୍ଡ  । ତା’ ଠାରୁ ଶତାଧିକ ବିଭିନ୍ନ କମ୍ପାନୀର କାର୍ଡ଼ ଜବତ ହୋଇଛି ।  ରାଜ୍ୟରେ ସଂକ୍ରମଣ ବ୍ୟାପୁଥିବାରୁ ଏଥିରେ ରୋକ ଲଗାଇବା ପାଇଁ ସରକାର ତାଲାବନ୍ଦ ଘୋଷଣା କରିଛନ୍ତି । ଅମାନିଆ ମାନୁନଥିବାରୁ ପୋଲିସ ପକ୍ଷରୁ ପାସ୍ ବ୍ୟବସ୍ଥା କରାଯାଇଛି । ହେଲେ ଏହି ସମୟରେ ନକଲି ପାସ ତିଆରି କରି ଲୋକଙ୍କ ଠାରୁ ପଇସା ଆଦାୟ କରୁଥିଲା ଅଭିଯୁକ୍ତ । ଏହାକୁ ଧରିବାରେ ସଫଳ ହୋଇଛି ପୋଲିସ ।

Police Arrested Man For Producing Fake ID Card In Name Of Reputed Company

ଚେକିଂ ପୋଷ୍ଟରେ ଆଇ କାର୍ଡ଼ ଦେଖି ପୋଲିସ ଛାଡୁଥାନ୍ତି । ହେଲେ କେମିତି ଧରା ପଡିଲା ଏ ଠକ ?  ଧ୍ରୁତକୁ ଧରାଇ ଦେଲା ନୂଆ ନୂଆ ଆଇକାର୍ଡ  । ଚନ୍ଦ୍ରଶେଖରପୁର ଅଂଚଳରେ ଚେକିଂ ବେଳେ ପ୍ରିଣ୍ଟ ମିଡ଼ିଆର ସାମ୍ବାଦିକଙ୍କ ଫୋଟୋ ଚିଲିକା ଫ୍ରେଶ କାର୍ଡ଼ରେ ଲାଗିଥିଲା । ତାଙ୍କ ନାମ ଥିଲା ସୋମୋନାଥ ଭୁଟିଆ । ପୋଲିସର ସନ୍ଦହେ ବଢିଥିଲା । ଶେଷରେ ପୋଲିସ ଜାଲରେ ପଡିଥିଲା ସୁବାଷ । ଡମଣା ଛକରେ ଥିବା ଦୋକାନରେ ଚଢ଼ାଉ କରିଥିଲା ପୋଲିସ  । କେବଳ ଏ ଗୋଟିଏ ଦୋକାନ ନୁହେଁ ଏକାଧିକ ଦୋକାନରେ ଚାଲିଛି ଏହି ନକଲି ଆଇକାର୍ଡ ବେପାର  । ଏ ନେଇ ପୋଲିସର ସ୍ପେଶାଲ ଡ୍ରାଇଭ୍ କରିବାର ଅଵଶ୍ୟକତା ରହଛି।

Leave a Reply