ମୁଖ୍ଯମନ୍ତ୍ରୀଙ୍କୁ ଭେଟିଲେ ବିଜୟୀ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ

1 min read

ଭୁବନେଶ୍ବର: ମୁଖ୍ଯମନ୍ତ୍ରୀଙ୍କୁ ଭେଟିଲେ ବିଜୟୀ ରାଜ୍ୟସଭା ପ୍ରାର୍ଥୀ । ନବୀନ ନିବାସ ଯାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ବିଜୟୀ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ । 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ମଧ୍ଯ ଉଭୟ ସାକ୍ଷାତ କରିଥିଲ । ରାଜ୍ଯସଭାକୁ ପଠାଇଥିବାରୁ ସେମାନେ ମୁଖ୍ଯମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ରାଜ୍ଯ ସ୍ବାର୍ଥ ପାଇଁ ସଂସଦରେ ସ୍ବର ଉତ୍ତୋଳନ କରିବାକୁ ଉଭୟଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ଯମନ୍ତ୍ରୀ । ଆଜି ପ୍ରାର୍ଥିପତ୍ର ପତ୍ଯାହାରର ସମୟସୀମା ସରିବା ପରେ ଓଡ଼ିଶାର ୩ ରାଜ୍ଯସଭା ପ୍ରାର୍ଥୀଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ଘୋଷଣା କରିଥିଲେ ରିଟର୍ଣ୍ଣିଂ ଅଫିସଲ ।  ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଓ ଅଶ୍ବିନୀ ବୈଷ୍ଣବ ରାଜ୍ଯସଭାକୁ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ହେବାପରେ ଦେବାଶିଷ କହିଛନ୍ତି  ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରରେ ରାଜ୍ୟ ସ୍ବାର୍ଥ କଥା ଉଠାଯିବ । ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରି ଆସିଛନ୍ତି । ସେ ଦାବିକୁ ଜୋରଦାର କରିବା ସହ ବିଜୁ ବାବୁଙ୍କୁ ଭାରତ ରତ୍ନ କଥା ବି ଗୃହରେ ଉଠାଇବୁ। ଅନ୍ଯପଟେ ଶ୍ରୀକ୍ଷେତ୍ର ସହ ଓଡ଼ିଶାର ସ୍ବାର୍ଥ ପାଇଁ ସଂଘୀୟ ବ୍ୟବସ୍ଥାରେ ଦିଲ୍ଲୀରେ ଦାବି ଉପସ୍ଥାପନ କରିବୁ ବୋଲି କହିଛନ୍ତି ଶୁଭାଶିଷ ଖୁଣ୍ଟିଆ ।