ନିଲମ୍ୱିତ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ଓ୍ୱାଜେଙ୍କୁ ବହିଷ୍କୃତ କଲେ ମହାରାଷ୍ଟ୍ର ସରକାର

ମୁମ୍ୱାଇ: ମହାରାଷ୍ଟ୍ର ସରକାର ମୁମ୍ୱାଇ ପୋଲିସର ନିଲମ୍ୱିତ ଅଧିକାରୀ ସଚିନ୍ ଓ୍ୱାଜେଙ୍କୁ ବହିଷ୍କାର କରିଛନ୍ତି । ଓ୍ୱାଜେ ମନସୁଖ ହିରେନଙ୍କ ମୃତ୍ୟୁ ଏବଂ ଏଣ୍ଟିଲିଆ ବୋମା ମାମଲାର ଅଭିଯୁକ୍ତ । ୨୫ ଫେବ୍ରୁଆରୀରେ ଦକ୍ଷିଣ ମୁମ୍ୱାଇରେ ଅମ୍ୱାନୀଙ୍କ ଘର ବାହାରେ ଏକ ଏସ୍‌ୟୁଭି ମିଳିଥିଲା । ଯେଉଁଥିରେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିଲା । ସେହି ଏସ୍‌ୟୁଭି ମାଲିକ ହେଉଛନ୍ତି ବ୍ୟବସାୟୀ ମନସୁଖ ହିରେନ । ପାଞ୍ଚ ମାର୍ଚ୍ଚରେ ଠାଣେର ଏକ କେନାଲରୁ ମନସୁଖଙ୍କ ମୃତଦେହ ମିଳିଥିଲା । ୧୩ ମାର୍ଚ୍ଚରେ ଏନ୍ଆଇଏ ଓ୍ୱାଜେଙ୍କୁ ଗିରଫ କରିବା ପରେ ଏହି ମାମଲା ନୂଆ ମୋଡ଼ ନେଇଥିଲା । । ତଦନ୍ତକାରୀଙ୍କ ସନ୍ଦେହ ଯେ, ନିଲମ୍ୱିତ ଅଧିକାରୀ ଓ୍ୱାଜେ ୨ଲୋକଙ୍କୁ ହତ୍ୟା କରିିବା ନେଇ ଯୋଜନା ପ୍ରସ୍ତୁତ କରୁଥିଲା । ଯାହା ଦ୍ୱାରା ଆଣ୍ଟିଲିଆ ମାମଲାରେ ସେମାନଙ୍କ ଉପରେ ଦୋଷ ଲଦା ଯାଇପାରିବ ।

୧୯୯୦ ମସିହାରେ ଗଡ଼ଚିରୋଲୀ ଜିଲ୍ଲାରେ ଓ୍ୱାଜେଙ୍କ ପ୍ରଥମ ପୋଷ୍ଟିଂ ହୋଇଥିଲା । ପ୍ରଥମେ ସବ୍‌ ଇନ୍‌ସପେକ୍ଟର ଥିଲେ କିନ୍ତୁ ପରେ ମହାରାଷ୍ଟ୍ର ପୋଲିସର ସବୁ ଶୀର୍ଷ ଅଧିକାରୀ ଏବଂ ରାଜନେତାଙ୍କ ସହ ସମ୍ପର୍କ ନିବିଡ଼ ହେବାରେ ଲାଗିଥିଲା । ତାଙ୍କ ପରିଚୟ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବରେ ହେବାରେ ଲାଗିଥିଲେ । ତାଙ୍କ ନାଁରେ ୬୩ ଜଣ କ୍ରିମିନାଲଙ୍କ ଏନକାଉଣ୍ଟର କରିଥିବା ରେକର୍ଡ ରହିଛି ।

ଏଥିସହିତ ପଢ଼ନ୍ତୁ: ଗୋଆର ସରକାରୀ ହସ୍ପିଟାଲରେ ୨୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Leave a Reply