SBIର ୪୪କୋଟି ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ! ଭୁଲରେ ବି କରନ୍ତୁ ନାହିଁ ଏହି ୩ଟି କାର୍ଯ୍ୟ…

1 min read

ନୂଆଦିଲ୍ଲୀ: ଯଦି ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଗ୍ରାହକ, ତେବେ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା । ଦେଶର ବୃହତ୍ତମ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ତାହାର ୪୪ କୋଟି ଗ୍ରାହକଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରିଛି। ଏସବିଆଇ KYC ନାମରେ ଠକେଇ ସମ୍ପର୍କରେ ଚେତାବନୀ ଦେଇଛି । ବ୍ୟାଙ୍କ ଟ୍ୱିଟର ମାଧ୍ୟମରେ ଗ୍ରାହକଙ୍କୁ ଏଥିପ୍ରତି ସତର୍କ ରହିବାକୁ କହିଛି । ବ୍ୟାଙ୍କ ତାହାର ପୋଷ୍ଟ ମାଧ୍ୟମରେ କହିଛି ଯେ, ଠକମାନେ ଗ୍ରାହକଙ୍କୁ KYC ଯାଞ୍ଚ ନାମରେ ଲୋକଙ୍କୁ ଠକୁଛନ୍ତି । କହି ରଖୁଛୁ ଯେ, SBIର ସବୁ ଗ୍ରାହକଙ୍କ ପାଇଁ ଜୁନ୍ ୩୦ ସୁଦ୍ଧା KYC କରିବା ବାଧ୍ୟତାମୂଳକ, ଯଦି କୌଣସି ଗ୍ରାହକ ତାହା ନକରନ୍ତି ତେବେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସ୍ଥଗିତ ହୋଇପାରେ ।

ଏସବିଆଇ କ’ଣ କହିଛି ?

ବ୍ୟାଙ୍କ ଅନୁଯାୟୀ, ଠକମାନେ ଆପଣଙ୍କ ବ୍ୟକ୍ତିଗତ ବିବରଣୀ ସଂଗ୍ରହ କରିବାକୁ ବ୍ୟାଙ୍କ / କମ୍ପାନୀର ପ୍ରତିନିଧୀ ବୋଲି ଦର୍ଶାଇଥାନ୍ତି ଏବଂ ଏକ ବାର୍ତ୍ତା ପଠାଇଥାନ୍ତି । ଗ୍ରାହକମାନେ ଭୁଲରେ ବି ଏହାର ଶିକାର ହେବା ଉଚିତ୍ ନୁହେଁ ଏବଂ KYC ପାଇଁ କୌଣସି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ । ଆହୁରି ମଧ୍ୟ, ଯଦି ଏହା ଗ୍ରାହକଙ୍କ ସହିତ ଘଟେ, ତେବେ ତୁରନ୍ତ ସାଇବର କ୍ରାଇମକୁ ଜଣାନ୍ତୁ ।

ବ୍ୟାଙ୍କ ତରଫରୁ ବିଶେଷ ସୂଚନା

୧. କୌଣସି ଅଜ୍ଞାତ ଲିଙ୍କରେ କ୍ଲିକ୍ କରିବା ଠାରୁ ଦୂରେଇ ରୁହନ୍ତୁ  ।

୨. ବ୍ୟାଙ୍କ କେବେ KYC ଅଦ୍ୟତନ ପାଇଁ ଲିଙ୍କ ପଠାଏ ନାହିଁ ।

୩. ଆପଣଙ୍କର ମୋବାଇଲ୍ ଏବଂ ବ୍ୟକ୍ତିଗତ ସୂଚନା କାହା ସହିତ ସେୟାର କରନ୍ତୁ ନାହିଁ ।

ଘରେ ବସି KYC ଅପଡେଟ କରନ୍ତୁ

ସୂଚନା ଯୋଗ୍ୟ ଯେ, କରୋନା ମହାମାରୀ ମଧ୍ୟରେ SBI ତାହାର ଆକାଉଣ୍ଟଧାରୀମାନଙ୍କୁ KYC ଡକ୍ୟୁମେଣ୍ଟଗୁଡ଼ିକୁ ଅନଲାଇନରେ ଅପଡେଟ୍ କରିବାର ସୁବିଧା ଦେଇଥିଲା । KYC ଅପଡେଟ୍ ପାଇଁ ଗ୍ରାହକଙ୍କୁ ପଞ୍ଜୀକୃତ ଇମେଲ୍ କିମ୍ବା ପୋଷ୍ଟ ମାଧ୍ୟମରେ ତାଙ୍କର ଠିକଣା ପ୍ରୁଫ୍ ଏବଂ ପରିଚୟ ପତ୍ର ପଠାଇବାକୁ ପଡିବ । ଏବଂ ଆପଣ ସେହି ସମାନ ମେଲ୍ ଆଇଡିରୁ ଆପଣଙ୍କ ଡକ୍ୟୁମେଣ୍ଟ୍ ପଠାଇବେ, ଯାହାକୁ ଆପଣ ବ୍ୟାଙ୍କରେ ଅପଡେଟ୍ କରିଛନ୍ତି । ସେହି ଇମେଲରୁ, ଡକ୍ୟୁମେଣ୍ଟଗୁଡିକର ସ୍କାନ କରି ଏହାର କପି ବ୍ୟାଙ୍କ ଶାଖାର ଇମେଲ ଠିକଣାକୁ ପଠାଇବାକୁ ପଡିବ ।

Leave a Reply