ଗଛରୁ ପଡ଼ି ଭାଙ୍ଗିଯାଇଥିଲା ଗୋଡ଼: ଚିକିତ୍ସା ଅଭାବରୁ ବର୍ଷେ ହେଲା ଶଯ୍ୟାରେ ପଡ଼ିରହିଛି ଶିଶୁ

ଯାଜପୁର: ଯନ୍ତ୍ରଣାରେ ପଡ଼ି ଛଟପଟ ଶୈଶବ। ଖେଳକୁଦ ବୟସରେ ରୋଗ ଶଯ୍ୟାରେ ପଡ଼ି ବଞ୍ଚିବାର ରାହା ଖୋଜୁଛି ୫ ବର୍ଷର ଶିଶୁ । ବର୍ଷେ ତଳେ ଗଛରୁ ପଡ଼ି ଗୋଡ଼ ଭାଙ୍ଗି ଯାଇଥିଲା। ହେଲେ ଚିକିତ୍ସା ଅଭାବରୁ ଏହି ଗୋଡ଼ ଏବେ ନଷ୍ଟ ହେବାକୁ ବସିଛି।

ଅସହ୍ୟ ହେଉଛି ଯନ୍ତ୍ରଣା। ତଥାପି ମୁକୁଳିବାର ବାଟ ନାହିଁ । ହସିବା ଖେଳିବା ବୟସରେ ଶଯ୍ୟାଶାୟୀ ହୋଇଛି ୫ ବର୍ଷର ଶିଶୁ। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ ଟାଙ୍ଗରସାହି ବିରେନ ବାଦ୍ରାଙ୍କ ସାନ ପୁଅ ଜୱାର ବାଦ୍ରା । ବର୍ଷେ ତଳେ ଗଛରୁ ପଡି ଭାଙ୍ଗିଯାଇଥିବା ଗୋଡ ଏବେ ନଷ୍ଟ ହେବାକୁ ବସିଲାଣି । ଚିକିତ୍ସା ପାଇଁ ପ୍ରଥମେ  ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର କଟକ ବଡ଼ ମେଡ଼ିକାଲକୁ ନେବାପାଇଁ ପରାମର୍ଶ ଦେଇଥିଲେ ।

ହେଲେ ପାଖରେ ଟଙ୍କା ନଥିବାରୁ କଟକ ନେବା ପରିବର୍ତ୍ତେ ପୁଅକୁ ନେଇ ଘରକୁ ଫେରି ଆସିଥିଲେ ମା। ଆଉ ଏବେ ଚିକିତ୍ସା ଅଭାବରୁ ଗୋଡ଼ ନଷ୍ଟ ହେବାରୁ ବସିଛି । ସ୍ୱାମୀଙ୍କ ମୃତ୍ୟୁ ପରେ ବିରେନଙ୍କ ଉପରେ ଏବେ ୩ ପିଲା ଓ ବୁଦ୍ଧା ଶାଶୁଙ୍କ ବୋଝ । ଦିନ ମଜୁରିଆ ଭାବେ କାମ କରି ପରିବାରର ପ୍ରତି ପୋଷଣ କରୁଥିବା ବିରେନଙ୍କ ପକ୍ଷେ ପୁଅର ଉତ୍ତମ ଚିକିତ୍ସା କରାଇବା ଅସମ୍ଭବ ହୋଇପଡିଛି । ତେବେ ଏଭଳି ସ୍ଥିତିରେ ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି କରିଛନ୍ତି ସ୍ୱେଚ୍ଛାସେବୀ । ସେପଟେ ଖୁବଶୀଘ୍ର ଶିଶୁଟିର ଚିକିତ୍ସା କରାଯାଇ ତାର ଥଇଥାନ କରାଯିବ ବୋଲି ଦାନଗଦୀ ବିଡିଓ କହିଛନ୍ତି । ଭଙ୍ଗା ଗୋଡ଼ର ଅବସ୍ଥା ଦିନକୁ ଦିନ ବିଗୁଡୁଥିବା ବେଳେ ଯଥାଶୀଘ୍ର ଜୱାରକୁ ଚିକିତ୍ସା ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।

ସାଂସଦଙ୍କୁ ହତ୍ୟା ପାଇଁ ଦେଇଥିଲେ ୨ କୋଟି ଟଙ୍କାର ସୁପାରି

Leave a Reply