spot_img

Latest Posts

କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣା : ଦାଖଲ ହେଲା ୬୮୦ ପୃଷ୍ଠାର ଚାର୍ଜସିଟ୍

ନନ୍ଦିଘୋଷ ବ୍ୟୁରୋ : କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣା । ଦାଖଲ ହେଲା ୬୮୦ ପୃଷ୍ଠାର ଚାର୍ଜସିଟ୍ । ପରିଚୟ ଠାରୁ ହତ୍ୟା ପର୍ଯ୍ୟନ୍ତ ରହିଛି ପ୍ରମାଣ । ୩ ଅଭିଯୁକ୍ତଙ୍କ ବିରୋଧରେ ସାକ୍ଷ ଦେଇଛନ୍ତି ୪୨ ଜଣ ।ବହୁଚର୍ଚ୍ଚିତ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି କ୍ୟାପିଟାଲ ଥାନା ପୋଲିସ। ଦଫା ୧୦୩(୧), ୨୩୮ ଓ ୬୧(୨) ବିଏନ୍ଏସରେ ଚାର୍ଜସିଟ୍ ଦାଖଲ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ତଥା ଶୁଭମିତ୍ରାଙ୍କ ସ୍ୱାମୀ ଦୀପକ ରାଉତ, ମାଉସୀ ପୁଅ ଭାଇ ବିନୋଦ ବିହାରୀ ଭୂୟାଁ ଓ ଜଟିଆ ଓ ସମ୍ଭୁ ମହନ୍ତକୁ ଅଭିଯୁକ୍ତ ଦର୍ଶାଇଛି। ଆନୁଷ୍ଠାନିକ ବିବାହ କରିବାକୁ ଶୁଭମିତ୍ରା ଧାର ଦେଇଥିବା ଟଙ୍କା ମାଗିବା ହିଁ ହତ୍ୟାର ମୁଖ୍ୟ କାରଣ ବୋଲି ଚାର୍ଜସିଟରେ ଦର୍ଶାଯାଇଛି। ଏଥିସହିତ ଶୁଭମିତ୍ରାଙ୍କ ମୃତ୍ୟୁପରେ ଟଙ୍କା ହାତେଇବାକୁ ଦୀପକ କୋଟିଏ ୨୫ ଲକ୍ଷ ଟଙ୍କାର ବୀମା କରିଥିଲା ବୋଲି ପୋଲିସ ତଦନ୍ତରେ ଉଲ୍ଲେଖ ରହିଛି। ପରିଚୟ ଠାରୁ ଆରମ୍ଭ କରି ଶୁଭମିତ୍ରାଙ୍କୁ ହତ୍ୟା କରିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରମାଣକୁ ଏକାଠି କରି ତଦନ୍ତକାରୀ ଅଧିକାରୀ ତଥା ଇନ୍ସପେକ୍ଟର ବିପିନ ବିହାରୀ ହୋତା ପ୍ରାୟ ୬୮୦ ପୃଷ୍ଠାର ଚାର୍ଜସିଟ୍ ଆଜି କୋର୍ଟରେ ଦାଖଲ କରିଛନ୍ତି।

Latest Posts

Don't Miss