ସାରାଦେଶରେ ଆଜିଠୁ ୨୧ ଦିନିଆ ଲକ୍ଡାଉନ୍ । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା । ସଡ଼କରେ ନାକାବନ୍ଦୀ, ଜୋରଦାର ଚେକିଂ । ହେଲ୍ପ ଲାଇନ୍ ନମ୍ବର ଜାରିକଲେ ସରକାର ।
ଲକ୍ଡାଉନ୍ ପାଇଁ ଆନ୍ଧ୍ରପ୍ରଦେଶରେ ଫସିଥିଲେ ୪୨ ବିଇଡି ଛାତ୍ରଛାତ୍ରୀ, ସ୍ପେଶାଲ ବସ୍ରେ ଫେରୁଛନ୍ତି ଓଡ଼ିଶା
ଆନ୍ଧ୍ରପ୍ରଦେଶରୁ ଫେରୁଛନ୍ତି ୪୨ ବିଇଡି ଛାତ୍ରଛାତ୍ରୀ । ଆନ୍ଧ୍ରପ୍ରଦେଶ ସରକାରୀ ବସ୍ରେ ସେମାନେ ଗତକାଲି ରାତିରୁ ଓଡ଼ିଶା ଫେରୁଛନ୍ତି । ଲକ୍ଡାଉନ୍ ଯୋଗୁଁ ୪୨ଜଣ ବିଇଡି ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାରେ ଫସି ରହିଥିଲେ । ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ । ରାଜ୍ୟ ମୁଖ୍ୟ ଶାସନ ସଚିବ ଆନ୍ଧ୍ରପ୍ରଦେଶ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ ।

ଏହାପରେ ପ୍ରକାଶମ୍ ଜିଲ୍ଲା ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଟ୍ରେନ୍ ଓ ବିମାନ ସେବା ବନ୍ଦ ଥିବାରୁ ଏପିଏସଆରଟିସି ବସ୍ରେ ଛାତ୍ରଛାତ୍ରୀମାନେ ଓଡ଼ିଶା ଫେରୁଛନ୍ତି । ଗତକାଲି ରାତିରେ ବସରେ ବସିଛନ୍ତି ଛାତ୍ରଛାତ୍ରୀ । ସରକାରଙ୍କ ଉଦ୍ୟମରୁ ଫେରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀ ଧନ୍ୟବାଦ ଜଣାଇଛନ୍ତି।
୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା
ଦେଶରେ କରୋନାଙ୍କ ସଂଖ୍ୟା ୫୫୦ ଟପିଲା, ଭଲ ହୋଇଛନ୍ତି ୪୬ ଜଣ
ନୂଆଦିଲ୍ଲୀ: ତାମିଲନାଡୁରେ କରୋନା ସଂକ୍ରମଣରେ ଜଣଙ୍କ ଜୀବନ ଯାଇଛି । ଏଥିସହ ଦେଶରେ କୋଭିଡ୍-19ରେ ମୃତ୍ୟୁସଂଖ୍ୟା ଜଣେ ବିଦେଶୀ କର୍ମଚାରୀଙ୍କ ସମେତ ୧୨ରେ ପହଞ୍ଚିଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନାରେ ୨ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି ।
ସେପଟେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୫୫୦ ଟପିଥିବା ବେଳେ ୪୬ ଜଣ କରୋନାରୁ ଭଲ ହୋଇଛନ୍ତି । ଲକ୍ଡାଉନ ଯୋଗୁଁ ଘରୁ ନବାହାରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଖିଲାପକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ସେପଟେ ଇଟାଲୀରେ କରୋନା ମୃତ୍ୟୁ ସଂଖ୍ୟା ରାତାରାତି ବଢିଯାଇଛି । ୬ ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା । ଚୀନ, ଆମେରିକା, ସ୍ପେନ, ଜର୍ମାନୀରେ ମଧ୍ୟ ଭାଇରସ ପ୍ରଭାବ ଜାରି ରହିଛି ।
୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା
ତାମିଲନାଡୁରେ କରୋନାରେ ପ୍ରଥମ ମୃତ୍ୟୁ, ଦେଶରେ ମୃତ୍ୟୁ ସଂଖ୍ୟା ୧୧
ତାମିଲନାଡୁ: କରୋନା ଭାଇରସ୍ ଯୋଗୁଁ ଆଉଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ତାମିଲନାଡୁର କରୋନା ପାଇଁ ପ୍ରଥମ ମୃତ୍ୟୁ । ବିଶେଷ କଥା ହେଉଛି ଏହି ବ୍ୟକ୍ତି ବିଦେଶ ଯାଇ ନଥିଲେ । ମାର୍ଚ୍ଚ ୨୩ ରେ ଏହା କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହା ପରେ ରାଜଜୀ ଡାକ୍ତରଖାନାରେ ଏହାର ଚିକିତ୍ସା କରାଯାଉଥିଲା। ଏହି ମୃତ୍ୟୁ ସହିତ ସାରା ଦେଶରେ କରୋନାରୁ ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି ପାଇଛି।
ଲକଡାଉନ୍ ଉପରେ କେସିଆର୍ଙ୍କ ଚେତାବନୀ, ନିୟମ ଭାଙ୍ଗିଲେ ଗୁଳି ମାରିବାକୁ ନିର୍ଦ୍ଦେଶ
ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ବୁଧବାର ମଦୁରାଇର ଜଣେ ୫୪ ବର୍ଷୀୟ ବାସିନ୍ଦାଙ୍କର ମୃତ୍ୟୁ ହୋଇଛି । ସେ ଗତ ଦୁଇ ଦିନ ଧରି ରାଜଜୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ମଧ୍ୟ ସୁସ୍ଥ ହୋଇପାରିନଥିଲେ। ମଧୁମେହ ସହିତ ତାଙ୍କର ଉଚ୍ଚ ରକ୍ତଚାପ ଥିଲା । ତାଙ୍କ ସ୍ୱାସ୍ଥ୍ୟ କ୍ରମାଗତ ଭାବେ ଖରାପ ହେଉଥିଲା ଏବଂ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି ।
ଲକଡାଉନ୍ ଉପରେ କେସିଆର୍ଙ୍କ ଚେତାବନୀ, ନିୟମ ଭାଙ୍ଗିଲେ ଗୁଳି ମାରିବାକୁ ନିର୍ଦ୍ଦେଶ
ତେଲେଙ୍ଗାନା: କରୋନାର କବଳରୁ ବଞ୍ଚିବା ପାଇଁ ସରକାର ପୁରା ଦେଶକୁ ଲକ୍ଡାଉନ୍ କରିଛନ୍ତି । ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି ଅତି ଜରୁରୀକାଳୀନ କାର୍ଯ୍ୟ ନଥିଲେ କେହି ଘରୁ ବାହାରନ୍ତୁନି । କରୋନାର କବଳରୁ ବଞ୍ଚିବା ପାଇଁ ଏବେ ଏକ ମାତ୍ର ଉପାୟ ହେଉଛି ସମସ୍ତେ ନିଜ ଘରେ ରହିବା । ତେବେ ଏତିକି ବେଳେ କିଛି ମନ୍ଦ ପ୍ରକୃତିର ଲୋକ ଏହି ନିର୍ଦ୍ଦେଶକୁ ପାଳନ କରୁନାହାନ୍ତି । ଯାହାପାଇଁ ପୁରା ଦେଶ ଅସୁବିଧାରେ ପଡ଼ିବାର ସମ୍ଭାବନା ଉପୁଜିପାରେ । ଏନେଇ ତେଲେଙ୍ଗାନାରେ ସରକାର ଦୃଡ଼ ପଦକ୍ଷେପ ନେଇଛନ୍ତି ।
ଅନୀଲ, ରାଜୁ, ସେଠ ଜି ଏବଂ ରାମୁ ପାଖରୁ ଜାଣନ୍ତୁ କରୋନାର ତୃତୀୟ ପର୍ଯ୍ୟାୟକୁ କାହିଁକି ଭୟ କରିବା ଉଚିତ୍ ?
ଯେଉଁମାନେ ତାଲା ଭାଙ୍ଗିଛନ୍ତି ସେମାନଙ୍କୁ ଚେତାବନୀ ଦେଇଛନ୍ତି ତେଲେଙ୍ଗାନା ସିଏମ୍ କେ ଚନ୍ଦ୍ରଶେଖର ରାଓ । ସେ କହିଛନ୍ତି ଯେ ଯଦି ଲୋକମାନେ ଲକଡାଉନ୍ ଗ୍ରହଣ ନକରନ୍ତି ତେବେ ସେମାନଙ୍କୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେବେ । ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କେସିଆର କହିଛନ୍ତି ଯେ ଯଦି ଲୋକମାନେ ପୋଲିସ ସହ ସହଯୋଗ କରନ୍ତି ନାହିଁ, ତେବେ ସେମାନେ କେନ୍ଦ୍ରରୁ ସେନା ମୁତୟନ ପାଇଁ ଅନୁରୋଧ କରିବେ।
୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା
କରୋନା ମୁକାବିଲା ପାଇଁ ନିଜ ନିର୍ବାଚନ ମଣ୍ଡଳୀକୁ ୧ କୋଟି ପ୍ରଦାନ କଲେ ମନ୍ତ୍ରୀ ପ୍ରତାପ ଜେନା
ଭୁବନେଶ୍ୱର: ମହାମାରୀ କରୋନା ବିରୋଧରେ ସମସ୍ତେ ଲଢେଇ ଆରମ୍ଭ କରିଥିବା ବେଳେ ଏହାର ମୁକାବିଲା ପାଇଁ ନେତା ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଆଗକୁ ଆସିଛନ୍ତି। କୋରନା ମୁକାବିଲା ପାଇଁ ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କ ନିକଟରେ ସହାୟତାର ହାତ ବଢାଇଲେ ମନ୍ତ୍ରୀ ପ୍ରତାପ ଜେନା। ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ବ୍ଲକ ପାଇଁ ସେ ଆଜି ୧ କୋଟି ଟଙ୍କା ଅର୍ଥ ପ୍ରଦାନ କରିଛନ୍ତି। ଏମଏଲଏ ଫଣ୍ଡରୁ ଏହି ଅର୍ଥ ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ବ୍ଲକ ପାଇଁ ପ୍ରଦାନ କରିଥିବା ସେ କହିଛନ୍ତି। ଟୁଇଟ୍ କରି ସେ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ସେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ନିଜର ତିନି ମାସର ଦରମା ପ୍ରଦାନ କରିଥିଲେ। ଏହାସହ କରୋନା ପ୍ରଭାବିତଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିବାକୁ ରାଜ୍ୟବାସୀଙ୍କୁ ସେ ନିବେଦନ କରିଥିଲେ।
୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ କରୋନା ବିପଦ ମଧ୍ୟରେ ଆଜି ଦେଶକୁ ସମ୍ବୋଧନ କରି ଆସନ୍ତା ୨୧ ଦିନ ପାଇଁ ସମଗ୍ର ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି । କରୋନା ଭଳି ବିଶ୍ୱ ମହାମାରୀରୁ ରକ୍ଷା ପାଇବା ପାଇଁ ଲକ୍ ଡାଉନ୍ ବର୍ତ୍ତମାନ ପାଇଁ ଏକମାତ୍ର ଅସ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
#Breaking ନୂଆଦିଲ୍ଲୀ: ସ୍ଥିତିକୁ ଦେଖି ଏହି ୨୧ ଦିନ ବା ତିନି ସପ୍ତାହ ଧରି ହେବ । ଆସନ୍ତା ୨୧ ଦିନ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । #coronaupdatesindia #NandighoshaTV pic.twitter.com/zz7qdb7bS0
— NandighoshaTV (@NandighoshaTV) March 24, 2020
କରୋନାରୁ ରକ୍ଷା ପାଇବା ପାଇଁ ପୂରା ଦେଶ ଲାଗି ଲକ୍ ଡାଉନ୍ ଆବଶ୍ୟକ ବୋଲି କହି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାମାଜିକ ଦୂରତା କେବଳ ବେମାରଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଭାବିବା ଠିକ୍ ନୁହେଁ । ଏହା ସବୁ ନାଗରିକଙ୍କ ପାଇଁ, ପରିବାର ପାଇଁ, ପ୍ରଧାନମନ୍ତ୍ରୀଙ୍କ ପାଇଁ ବି । କିଛି ଲୋକଙ୍କ ଦାୟିତ୍ୱହୀନତା ଆପଣଙ୍କ ପିଲା, ଆପଣଙ୍କ ମାତା ପିତା ଓ ଆଗକୁ ଆପଣଙ୍କ ଦେଶକୁ ସମସ୍ୟା ଭିତରକୁ ଠେଲିବ । ଏଭଳି ଦାୟିତ୍ୱହୀନତା ଜାରି ରହିଲେ ଭାରତକୁ ବହୁମୂଲ୍ୟ ଦେବାକୁ ପଡିବ । ଯାହାର ଅନୁମାନ କରିବା ଅସମ୍ଭବ । ଅନେକ ରାଜ୍ୟରେ ଲକ୍ ଡାଉନ କରାଯାଇଛି । ଏହାକୁ ଗମ୍ଭୀରତାର ସହ ନେବାକୁ ପଡିବ । ଆଜି ରାତି ୧୨ରୁ ସମଗ୍ର ଦେଶରେ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ହେବ । ଭାରତକୁ ବଞ୍ଚାଇବାକୁ, ଆପଣଙ୍କୁ ବଞ୍ଚାଇବାକୁ, ଆପଣଙ୍କ ପରିବାରକୁ ବଞ୍ଚାଇବାକୁ ରାତି ୧୨ରୁ ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲାଗୁ ହେବ । ସବୁ ଗଳି, ଗାଁକୁ ଲକ୍ ଡାଉନ କରାଯିବ । ଏହା ଗୋଟିଏ ପ୍ରକାରର କର୍ଫ୍ୟୁ । ଜନତା କର୍ଫ୍ୟୁଠାରୁ ଅଧିକ । ଏହା କରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇ ହେବ । ଏଥିପାଇଁ ଆମକୁ ବଡ ଆର୍ଥିକ ମୂଲ୍ୟ ଦେବାକୁ ପଡିବ । କିନ୍ତୁ ପ୍ରତି ଭାରତୀୟଙ୍କ ଜୀବନ ବଞ୍ଚାଇବା, ଆମର ,ମୋରଓ ଭାରତ ସରକାରଙ୍କର, ରାଜ୍ୟ ସରକାରଙ୍କ ପ୍ରାଥମିକତା ।

ତେଣୁ ମୋର ଆପଣମାନଙ୍କୁ ଅନୁରୋଧ ଆପଣ ଯେଉଁଠି ଅଛନ୍ତି ସେଇଠି ରୁହନ୍ତୁ । ବର୍ତ୍ତମାନ ଲକ୍ ଡାଉନ୍ ୩ ସପ୍ତାହର ହେବ । ୨୧ ଦିନ ପ୍ରତି ନାଗରିକଙ୍କ ପାଇଁ ବହୁତ ଗୁରୁୁତ୍ୱପୂର୍ଣ୍ଣ । ମେଡିକାଲ ବିଶେଷଜ୍ଞଙ୍କ ଅନୁଯାୟୀ ସଂକ୍ରମଣ ଚକ୍ର ଭାଙ୍ଗିବା ପାଇଁ ୨୧ ଦିନ ମହତ୍ୱପୂର୍ଣ୍ଣ । ଯଦି ଏହି ୨୧ ଦିନ ଆମେ ସମ୍ଭାଳିବା ନାହିଁ ତେବେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ । ଅନେକ ପରିବାର ସବୁଦିନ ପାଇଁ ବରବାଦ ହୋଇଯିବ । ଏକଥା ମୁଁ ଜଣେ ପ୍ରଧାନମନ୍ତ୍ରୀ ଭାବେ ନୁହେଁ ଆପଣଙ୍କ ପରିବାର ସଦସ୍ୟ ଭାବେ ଏକଥା କହୁଛି । ୨୧ ଦିନ ପାଇଁ ଘରୁ ବାହାରିବା ଭୁଲିଯାଆନ୍ତୁ । ଆପଣଙ୍କ ଘର ଆଗରେ ଲକ୍ଷ୍ମଣରେଖା । ଆପଣଙ୍କୁ ମନେ ରଖିବାକୁ ପଡିବ ଘରୁ ବାହାରକୁ ଆପଣଙ୍କ ଗୋଟିଏ ପାଦ କରୋନାକୁ ଆପଣଙ୍କ ଘରକୁ ଆଣିବ । ସାବଧାନତା ଅବଲମ୍ବନ କରନ୍ତୁ, ଘରେ ରୁହନ୍ତୁ ।
#Breaking ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ଗାଁ ଗହଳିରେ ପ୍ରତି ଲୋକଙ୍କ ପାଇଁ ସାମାଜିକ ଦୂରତ୍ୱ ଜରୁରୀ । ଏମିତି କଲେ ସଂକ୍ରମଣ ରୋକି ହେବ ।#coronaupdatesindia #NandighoshaTV pic.twitter.com/vkXoSlTQ4e
— NandighoshaTV (@NandighoshaTV) March 24, 2020
ସେ ଆହୁର ମଧ୍ୟ କହିଥିଲେ ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରଥମ ଏକ ଲକ୍ଷରେ ପହଞ୍ଚିବାକୁ ୬୭ ଦିନ ଲାଗିଥିଲା । ତା’ପରେ ମାତ୍ର ୧୧ ଦିନରେ ୧ ଲକ୍ଷ ସଂକ୍ରମିତ ହୋଇଥିଲେ । ଦୁଇ ଲକ୍ଷରୁ ତିନି ଲକ୍ଷ ହେବାକୁ ୪ ଦିନ ଲାଗିଥିଲା । ଆମେରିକା, ଚୀନ, ଜର୍ମାନୀ ଭଳି ଅନେକ ଦେଶ ଯେତେବେଳେ ସ୍ଥିତିର ମୁକାବିଲା କରିବାରେ ଅସମର୍ଥ ହେଲେ ସେତେବେଳେ ସେମାନେ ନିଜ ଦେଶରେ ଲକ୍ ଡାଉନ୍ ଲାଗୁ କରିଥିଲେ । ତା’ ପରେ ସ୍ଥିତି ଧୁରିଛି । ଆମ ପାଖରେ କେବଳ ଗୋଟିଏ ରାସ୍ତା ଅଛି । ଆମକୁ ଘରେ ରହିବାକୁ ସାମାଜିକ ଦୂରତ୍ୱ ରଖିବାକୁ ପଡିବ । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତଙ୍କୁ ଏହାକୁ ମାନିବାକୁ ପଡିବ । ଆମେ ଏହି ମହାମାରୀ ଭାଇରସ ସଂକ୍ରମଣକୁ ରୋକିବାକୁ ପଡିବ । ଭାରତ ଆଜି ସେହି ଷ୍ଟେଜରେ ଅଛି, ଯେଉଁଠି ଆମ ପ୍ରତିକ୍ରିୟା ଏହା ନିର୍ଦ୍ଧାରିତ କରିବ ଯେ, ଆମେ ଏହାକୁ କେତେ ନିୟନ୍ତ୍ରିତ କରି ପାରିବା । ଏହା ହେଉଛି ସଂଜମତା ଅବଲମ୍ବନର ସମୟ ।

ମନେ ରଖନ୍ତୁ ଜୀବନ ଅଛି ତ’ ସବୁ ଅଛି । ଏହା ଧୈର୍ଯ୍ୟ ଓ ସଞ୍ଜମତାର ସମୟ । ମୋର ଆପଣଙ୍କୁ ପ୍ରାର୍ଥନା ଆପଣ ଘରେ ରହି ସେହିମାନଙ୍କ କଥା ଭାବନ୍ତୁ, ସେମାନଙ୍କ ମଙ୍ଗଳ କାମନା କରନ୍ତୁ, ଯେଉଁ ମାନେ ନିଜ ଜୀବନକୁ ବାଜି ରଖି କରୋନା ବିରୋଧରେ ଯୁଦ୍ଧ ଲଢୁଛନ୍ତି ।
ପ୍ରଧାନମନ୍ତ୍ରୀ ଏହି ଅବସରରେ କରୋନାର ମୁକାବିଲା ପାଇଁ ୧୫ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଆଇସୋଲେସନ ବେଡ୍, ଭେଣ୍ଟିଲେଟର ଓ ମେଡିକାଲ ଟ୍ରେନି ୱାର୍କରଙ୍କ ଲାଗି ଏହି ଅର୍ଥ ଘୋଷଣା କରାଯାଇଛି ।
୨୧ ଦିନ ପାଇଁ ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ଲକ୍ ଡାଉନ୍ ନକଲେ ଆମେ ବହୁ ଦଶନ୍ଧି ପଛକୁ ପଳାଇବା ।
ନୂଆଦିଲ୍ଲୀ: ଆଜି ରାତିରୁ ସାରା ଦେଶ ଲକ୍ ଡାଉନ୍ । ସମସ୍ତଙ୍କୁ ବଞ୍ଚାଇବା ପାଇଁ ଏହି ପଦକ୍ଷେପ ନିଆଯାଉଛି । କେହି ଘରୁ ନବାହାରିବାକୁ ଅନୁରୋଧ । ପ୍ରତି ଜିଲ୍ଲା ଓ ଗାଁକୁ ମଧ୍ୟ ଲକ୍ ଡାଉନ୍ କରାଗଲା ।
ନୂଆଦିଲ୍ଲୀ: ସ୍ଥିତିକୁ ଦେଖି ଏହି ୨୧ ଦିନ ବା ତିନି ସପ୍ତାହ ଧରି ହେବ । ଆସନ୍ତା ୨୧ ଦିନ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ନୂଆଦିଲ୍ଲୀ: ଏହା ଏକ ପ୍ରକାର କର୍ଫ୍ୟୁ । ପ୍ରତିଟି ଭାରତୀୟଙ୍କ ଜୀବନକୁ ବଞ୍ଚାଇବା ପାଇଁ ଏହି ପଦକ୍ଷେପ ଜରୁରୀ ।
ନୂଆଦିଲ୍ଲୀ: ଆଜି ରାତିରୁ ସାରା ଦେଶ ଲକ୍ ଡାଉନ୍ । ସମସ୍ତଙ୍କୁ ବଞ୍ଚାଇବା ପାଇଁ ଏହି ପଦକ୍ଷେପ ନିଆଯାଉଛି । କେହି ଘରୁ ନବାହାରିବାକୁ ଅନୁରୋଧ । ପ୍ରତି ଜିଲ୍ଲା ଓ ଗାଁକୁ ମଧ୍ୟ ଲକ୍ ଡାଉନ୍ କରାଗଲା ।

ନୂଆଦିଲ୍ଲୀ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । କରୋନାରୁ ରକ୍ଷା ପାଇବାର ଏକମାତ୍ର ବିକଳ୍ପ ସାମାଜିକ ଦୂରତ୍ୱ ।
ଲକ୍ ଡାଉନର ଅବମାନନା କଲେ ସ୍ଥିତି ହେବ କେତେ ଭୟଙ୍କର, ଅନୁମାନ ଲଗାଇଲେ ରାଜ୍ୟ ସରକାର
ଭୁବନେଶ୍ୱର: ଆଜିଠୁ ଲକ୍ ଡାଉନ୍ । ସରକାରୀ ନିର୍ଦ୍ଦେଶକୁ ସମସ୍ତେ ପାଳନ କରିବା ଉଚିତ୍ । ବଦଳି ନିର୍ଦ୍ଦେଶ ପାଇଥିବା ସବୁ ଅଧିକାରୀ ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦିଅନ୍ତୁ । ନିର୍ଦ୍ଦେଶର ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ । ଏଭଳି କିଛି କଡ଼ା କଥା କହିଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗଚୀ । ବର୍ତ୍ତମାନ ପରିସ୍ଥିତିରେ ସବୁ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଛି । କେବଳ ସ୍ୱାସ୍ଥ୍ୟ ଓ କୋଭିଡ୍ ୧୯ ସମ୍ପର୍କିତ ନିର୍ମାଣ କାମ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ।
ତେବେ, ଲକ୍ ଡାଉନ୍ କାହିଁକି ଏବଂ ଏହାର ଅବମାନନା କଲେ ପରିସ୍ଥିତି କେତେ ଯେ ଭୟଙ୍କର ହେବ ତାହାର ଅନୁମାନ ଲଗାଇଛନ୍ତି ରାଜ୍ୟ ସରକାର । ଚାରିମାସ ତଳେ ଚୀନ୍ରେ ଦେଖା ଦେଇଥିଲା କରୋନା ଭାଇରସ୍ର ସଂକ୍ରମଣ । ଏବେ ସୁଦ୍ଧା ବିଶ୍ୱରେ ୩ ଲକ୍ଷ ୮୧ ହଜାର ୭୬୧ ଜଣ ସଂକ୍ରମିତ ହୋଇଛନ୍ତି । ଭାରତରେ ଏବେ ସୁଦ୍ଧା ୫୧୧ ଜଣ ସଂକ୍ରମିତ ହୋଇଛନ୍ତି । କେବଳ ଯେ ଲକ୍ଷଣ ଦେଖା ଦେଉଥିବା ଲୋକଙ୍କ ଠାରେ ସଂକ୍ରମଣ ହେବ ତାହା ନୁହେଁ ।

ଯେଉଁ ହାରରେ ସଂକ୍ରମଣ ସଂଖ୍ୟା ବଢୁଛି, ତାକୁ ଆକଳନ କଲେ ମେ ୩୧ ତାରିଖ ସୁଦ୍ଧା ଭାରତରେ ସଂକ୍ରମଣ ସଂଖ୍ୟା ୫୮ ହଜାର ୭୬୧କୁ ଛୁଇଁବ । ଆକଳନ କହୁଛି, ପ୍ରାୟ ୧୦ ଲକ୍ଷ ଲୋକ କରୋନା ଭାଇରସର ଶିକାର ହେବେ । ସେହିଭଳି ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱାସଯୋଗ୍ୟ ଆକଳନ ଅନୁଯାୟୀ ୩୬ ହଜାର ଅତିକ୍ରମ କରିବ । ତେବେ ବର୍ତ୍ତମାନ ଅର୍ଥିନୀତି କଥା ଚିନ୍ତା କରିବାର ସମୟ ନାହିଁ। ସମୟ ଆସିଛି, ଏହାର ମୁକାବିଲା ପାଇଁ ସମସ୍ତେ ଲକ୍ ଡାଉନକୁ ମାନିବା ।
ଭୁବନେଶ୍ୱର: କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍ । ବଦଳି ନିର୍ଦ୍ଦେଶ ପାଇଥିବା ସରକାରୀ କର୍ମଚାରୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ନିର୍ଦ୍ଧାରିତ ସ୍ଥାନରେ ରିପୋର୍ଟ କରିବେ । ରିପୋର୍ଟ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଭୁବନେଶ୍ୱର: କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍ । ବଦଳି ନିର୍ଦ୍ଦେଶ ପାଇଥିବା ସରକାରୀ କର୍ମଚାରୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ନିର୍ଦ୍ଧାରିତ ସ୍ଥାନରେ ରିପୋର୍ଟ କରିବେ । ରିପୋର୍ଟ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

