ମୈନପୁରୀର କରହଲରୁ ନିର୍ବାଚନ ଲଢିବେ ଅଖିଳେଶ ଯାଦବ

1 min read
UP Election 2022 Akhilesh Yadav Audio Recording Going Viral

ଲକ୍ଷ୍ନୌ: ୟୁପି ନିର୍ବାଚନରେ ଲଢିବାକୁ ସଜବାଜ ହେଉଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅଖିଳେଶ ମୈନପୁରୀର କରହଲ ଆସନରୁ ଲଢିବେ ବୋଲି ସୂଚନା ଦେଇଛନ୍ତି। ଦଳର ପୂର୍ବତନ ଜାତୀୟ ସଭାପତି ମୁଲାୟମ ସିଂ ଯାଦବଙ୍କର ଏହି ଆସନ ସହିତ ଘନିଷ୍ଠ ସମ୍ପର୍କ ରହିଛି। ମୁଲାୟମ ସିଂ ଯାଦବ କରହଲର ଜୖେନ ଇଣ୍ଟର କଲେଜରୁ ଶିକ୍ଷା ଗ୍ରହଣ କରିବା ସହ ସେଠାରେ ଜଣେ ଶିକ୍ଷକ ଭାବେ ମଧ୍ୟ ଅବସ୍ଥାପିତ ଥିଲେ। କରହଲ ମୁଲାୟମଙ୍କ ଗାଁ ସେଫଇ ଠାରୁ ମାତ୍ର ଚାରି କିଲୋମିଟର ଦୂରରେ।

କରହଲ ବିଧାନସଭା ଆସନକୁ ସାତଥର ଦଖଲ କରିଛି ସମାଜବାଦୀ ପାର୍ଟି (ଏସପି)। ୧୯୮୫ରେ ଏହି ବିଧାନସଭା ଆସନରୁ ଦଳିତ ଶ୍ରମିକ କିଷାନ ଦଳର ବାବୁରାମ ଯାଦବ, ୧୯୮୯ ଓ ୧୯୯୧ରେ ସମାଜବାଦୀ ଜନତା ପାର୍ଟି ଏବଂ ୧୯୯୩,୧୯୯୬ରେ ସମାଜବାଦୀ ପାର୍ଟି ଟିକେଟରୁ ବାବୁରାମ ଯାଦବ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୦ ଉପ-ନିର୍ବାଚନରେ ସମାଜବାଦୀ ପାର୍ଟିରୁ ଅନିଲ ଯାଦବ, ୨୦୦୨ରେ ବିଜେପି ଏବଂ ୨୦୦୭, ୨୦୧୨ ଓ ୨୦୧୭ରେ ସମାଜବାଦୀ ପାର୍ଟି ଟିକେଟରୁ ସୋଭରନ ସିଂ ଯାଦବ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

କରହଲ ବିଧାନସଭା ଆସନରୁ ୨୦୧୭ ନିର୍ବାଚନରେ ​​ସମାଜବାଦୀ ପାର୍ଟିରୁ ସୋଭରନ ସିଂ ଯାଦବ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜନତା ପାର୍ଟିର ରମା ଶାକ୍ୟଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ।

ଅଧିକ ପଢନ୍ତୁ- ଯୋଗୀଙ୍କୁ ଟକ୍କର ଦେବେ ଚନ୍ଦ୍ରଶେଖର

Leave a Reply